ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ବୋର୍ଡ/ ସଂଘ, ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ। ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
ପ୍ରାର୍ଥୀମାନେ ପ୍ରାଞ୍ଜଳ ଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇ ବର୍ଷ ( ଏପ୍ରିଲ୍ ୨୦୧୬ରୁ ମାର୍ଚ୍ଚ ୨୦୧୮) ମଧ୍ୟରେ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ୱର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ।
ପ୍ରାର୍ଥୀପତ୍ର ଗୁଡ଼ିକ ନିଶ୍ଚିତ ଭାବେ ୩୧ମେ’ ୨୦୧୮ ତାରିଖ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ଫା ଟ୍ରଷ୍ଟ, ବମିଖାଲ୍, ଭୁବନେଶ୍ୱର-୭୫୧୦୧୦’ ଠିକଣାରେ ପହଞ୍ଚିବା ଆବଶ୍ୟକ ଅନ୍ୟ ପକ୍ଷରେ , ପ୍ରାର୍ଥୀପତ୍ର ଗୁଡ଼ିକ ekalabya@imfa.in କୁ ଇ-ମେଲ୍ କରିପାରିବେ ଏବଂ ସହାୟକ କାଗଜ ପତ୍ର ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଠିକଣାରେ ଡ଼ାକ ମାଧ୍ୟମରେ ପଠାଇବାକୁ ହେବ।
]]>