ଲବ ମାଝୀ ତାଙ୍କ ସ୍ତ୍ରୀ ଓ ୨ ଛୁଆକୁ ନେଇ ସୁନାର ସଂସାର ଥିଲା । ଯେପରି ଏହି ସଂସାର ଉପରେ କାହାର ନଜର ଲାଗିଗଲା । କିଛି ବର୍ଷ ତଳେ ଲବ ମାଝୀଙ୍କର ମୃତ୍ୟୁ ଘଟିଥିଲା । ଏବେ ଦୁଇ ଭାଇଭଉଣୀଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଗତକାଲି ଭାଉଭଉଣୀ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ । ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।
ଆଜି ଦମକଳବାହିନୀ ଖୋଜାଖୋଜି କରି ପୋଖରୀରୁ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ବାରିପଦା ପୋଲିସ । ...
]]>ସେପଟେ ଠିକ୍ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ । ମାଟି ତଳୁ ନାବାଳିକା ଝିିଅର ମୃତଦେହ ଉଦ୍ଧାର ମାମଲା ଘନେଇବାରେ ଲାଗିଛି । ବାପା ମାଡ଼ ପରେ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିବା ପରେ ପରିବାର ଲୋକେ ଲୁଚାଇବା ଉଦ୍ଦେଶ୍ୟରେ ମାଟି ତଳେ ପୋତିଦେଇଥିବା ପୋଲିସ ଆଶଙ୍କା କରୁଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଧରି ପଚରାଉଚରା ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳିକାଟିର ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ାରେ। ଗତକାଲିଠାରୁ ସଂପୃକ୍ତ ଝିଅର ଦେଖାନମିଳିବାରୁ ସାହି ପଡ଼ିଶାରେ ନାନା ଚର୍ଚ୍ଚା ଲାଗିରହିଥିଲା। ଏହାପରେ ପୋଲିସ ବି ତତ୍ପରତା ଦେଖାଇ ଆରମ୍ଭ କରିଥିଲା ତନାଘନା। ଶେଷରେ ସନ୍ଦେହ ଘନୀଭୂତ ହେବାରୁ ନୟାଗଡ଼ ଏସଡ଼ିପିଓଙ୍କ ତତ୍ତ୍ବାବଧାନତାରେ ଦଶପଲ୍ଲା ଓ ନୁଆଗାଁ ପୋଲିସ ଫିରିଙ୍ଗିଆରେ ପହଂଚି ତନାଘନା କରିଥିଲା। ଆଉ ସେହି ଅଞ୍ଚଳରୁ ମାଟିତଳୁ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ କରାଇଥିଲା ପୋଲିସ।
ଏହି ଘଟଣାରେ ସଂପୃକ୍ତ ନାବାଳିକାର ବାପା ବିପ୍ର ନାୟକ ଏବଂ ୨ ସଂପର୍କୀୟଙ୍କ ଭାଇଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ପ୍ରେମ ସଂପର୍କକୁ କେନ୍ଦ୍ର କରି ଏ ଅଘଟଣ ପରେ ପୋତିଦେଇଥିବା ପୋଲିସ ଆଶଙ୍କା କରୁଛି।
]]>ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । ତେବେ ଗତକାଲି ଚନ୍ଦନ ତାଙ୍କ ସାନ ଭାଇଙ୍କୁ ଫୋନ କରି ସେମାନଙ୍କୁ ଆଉ ନଖୋଜିବାକୁ ବି କହିଥିଲେ।
ତାସହ ଚନ୍ଦନଙ୍କ ଅଢ଼େଇ ବର୍ଷର ଝିଅ ମଧ୍ୟ ତାର ଜେଜେମାଆଙ୍କୁ ଫୋନ୍ କରି ଆମେ ମାଆ ପାଖକୁ ଯାଉଥିବା କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ନିଖୋଜ ଚନ୍ଦନ ସୁରତରେ ଚାକିରି କରୁଥିଲେ, ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣା ପଡ଼ିନାହିଁ।
]]>
ସୂଚନା ମୁତାବକ ଦୁଇ ନାତି ଅଜାଙ୍କ ଦଶାହ କର୍ମରେ ଯୋଗଦେଇଥିଲେ । କର୍ମ ଅନୁସାରେ ଲଣ୍ଡା ହୋଇ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ଅଞ୍ଚଳରେ ।
ୱାଦା ଅଞ୍ଚଳର ସ୍ୱର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ସେହି ଗାଁର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଝାମ୍ପ କରଙ୍କ ପୁଅ ଚନ୍ଦନ କର ପଥର କଟା ନିକଟରେ ପହଞ୍ଚିଥିଲେ । ସେଠାରେ ତୁଠ କାମ ସାରି ନିକଟରେ ଥିବା ଏକ ପରିତ୍ୟକ୍ତ ମାଙ୍କଡା ଖାଦାନରେ ଗାଧୋଇବାକୁ ଯାଇଥିଲେ । ହେଲେ ସେଠାରେ ପାଣିରେ ବୁଡ଼ିଯାଇଥିଲେ ।
ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣି ପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇଥିଲେ । ହେଲେ ସୁଶାନ୍ତକୁ ସୋର ଡାକ୍ତରଖାନାକୁ ଆଣିବା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
]]>ମାମୁ ଘରେ ମଉଜ ପାଇଁ ଆସିଥିବା ପିଲାଙ୍କ ସହ ବଡ଼ ଅଘଟଣ ପରେ ପରିବାର ଉପରେ ସତେଯେମିତି ଛିଣ୍ଡିପଡ଼ିଛି ଆକାଶ । ଧସିଯାଇଛି ପାଦ ତଳର ମାଟି । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଘଟିଛି ଏମିତି କିଛି ଘଟଣା । ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ର ଗାଧୁଆବେଳେ ବୁଡ଼ି ଯାଇଥିଲେ ଛଅ ଛଅ ଜଣ ସଂପର୍କୀୟ । ଆର୍ଯ୍ୟପଲ୍ଲୀ ଉପକୂଳ ସମୁଦ୍ରରେ ଗାଧୋଉଥିବା ବେଳେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ଜଣଙ୍କ ପରେ ଜଣେ । ସୌଭାଗ୍ୟକୁ ୪ଜଣ ଛାତ୍ରଛାତ୍ରୀ ବର୍ତ୍ତିଯାଇଥିଲେ ସିନା, ହେଲେ ପ୍ରାଣ ହରାଇବାକୁ ପଡ଼ିଥିଲା ଦୁଇ ଦୁଇ ଜଣ ଛାତ୍ରୀଙ୍କୁ । ଯାହାଙ୍କ ନାଁ ସ୍ୱପ୍ନାରାଣୀ ପଣ୍ଡିତ ଏବଂ ପ୍ରଜ୍ଞାରାଣୀ ତ୍ରିପାଠୀ ।
ସମୟ ସକାଳ ପ୍ରାୟ ୬ଟା । ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ ଶେରଗଡ଼ର ଯୁକ୍ତ ଦୁଇ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀ, ତାଙ୍କ ଅଷ୍ଟମ ପଢୁଆ ଭାଇ ଶୁଭମ ତ୍ରିପାଠୀ, କନିଷି ହାଟର ୨୦ ବର୍ଷିୟା ଚାଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସ୍ୱପ୍ନାରାଣୀ ପଣ୍ଡିତ, ତାଙ୍କ ୨୨ ବର୍ଷିୟା ନର୍ସିଂ ଛାତ୍ରୀ ଭଉଣୀ ସୋନାଲି ପଣ୍ଡିତ, ବ୍ରହ୍ମପୁରର ଯୁକ୍ତ ଦୁଇ ଛାତ୍ରୀ ମିଲି ଦାଶ ଏବଂ ଛତ୍ରପୁରର ନବମ ଛାତ୍ରୀ ଚାନ୍ଦିନୀ ପଣ୍ଡିତ ।
ତେବେ ସମୁଦ୍ର ଭିତରେ ଗାଧୋଉଥିଲେ,ସେଲଫି ନେବା ସହ ମଉଜ କରୁଥିଲେ । ଠିକ୍ ସେତିକି ବେଳକୁ ମାଡ଼ି ଆସିଲା ଭୟଙ୍କର ଲହଡ଼ି । ଆଉ ସେହି ପ୍ରାଣଘାତୀ ଲହଡ଼ି ଭିତରେ ବୁଡ଼ିବାରେ ଲାଗିଲେ ଜଣଙ୍କ ପରେ ଜଣେ। ଏହାକୁ ଦେଖି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କଷ୍ଟେମଷ୍ଟେ ଶୁଭମ, ସୋନାଲି, ମିଲି ଏବଂ ଚାନ୍ଦିନୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। କିନ୍ତୁ ସ୍ୱପ୍ନାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ବି ପ୍ରଜ୍ଞାଙ୍କ ମିଳିନଥିଲା ପତ୍ତା ।
ଏହାପରେ SRCଙ୍କ ପକ୍ଷରୁ ସହାୟତା ମାଗିବା ପରେ ତଟରକ୍ଷୀ ବାହିନୀ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଯାଇ ଦୀର୍ଘ ସମୟ ଧରି ଚଳାଇଥିଲା ରେସ୍କ୍ୟୁ ଅପରେସନ୍ । ବୋଟରେ ବି ଅନୁସନ୍ଧାନ ଜାରି ରହିଥିଲା । ଦୀର୍ଘ ସମୟର ଖୋଜାଖୋଜି ପରେ ଠାବ ହୋଇଥିଲା ପ୍ରଜ୍ଞାଙ୍କ ମୃତଦେହ ।
ରାଜ୍ୟର ଜଳାଶୟ ଗୁଡ଼ିକରେ ଏଭଳି ଅଘଟଣ ଉଦବେଗଜନକ ହାରରେ ବଢ଼ିଚାଲିଛି। ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇସାରିଲାଣି ସଲୀଳ ସମାଧି । ଗୃହରେ ଏଭଳି ତଥ୍ୟ ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଶେଷ କରି ବିପଦସଙ୍କୁଳ ସ୍ଥାନ ଗୁଡ଼ିକରେ ଏଭଳି ଅଘଟଣ ଘଟୁଥିଲେ ବି ସୁରକ୍ଷା ଓ ସତର୍କତାକୁ ନେଇ ପ୍ରଶ୍ନ ଉଠିଛି। ଆର୍ଯ୍ୟପଲ୍ଲୀ ଉପକୂଳରେ ଯେଉଁଠି ଅଘଟଣ ଘଟିଛି, ସେଇଠି ମେରାଇନ ଥାନା ବି ଅଛି। କିନ୍ତୁ ମେରାଇନ ଥାନା କର୍ମଚାରୀ କେମିତି ଜାଣିପାରିଲେ ନାହିଁ ? ଏହି ୬ ଛାତ୍ରଛାତ୍ରୀଙ୍କୁ ବାରଣ କରାଗଲା ନାହିଁ କାହିଁକି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।
]]>
ପୁଲୱାମା ଆକ୍ରମଣ ହେଉ କି ଯେ କୌଣସି ଆତଙ୍କବାଦୀର ଆତଙ୍କ ସବୁଠି ରହିଛି ପାକ୍ର ହାତ । କିନ୍ତୁ ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତକୁ ପ୍ରଶଂସା କରିଥିବା ବେଳେ ପୁଣି ସୀମାରେ ଦେଖିବାକୁ ମିଳିଲାଣି ପୁରୁଣା ହିଂସା ।
ସୀମାରେ ପାକିସ୍ତାନର ଡ୍ରୋନ୍କୁ ଭାରତୀୟ ଯବାନମାନେ ଖସାଇଛନ୍ତି । ଆଜି ପଞ୍ଜାବର ଅମୃତସର ଜିଲ୍ଲାରେ ସୁରକ୍ଷାକର୍ମୀ ମାନେ ପାକିସ୍ତାନର ଡ୍ରୋନ୍ ଖସାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଭାରତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଡ୍ରୋନ୍ ଉଡାଉଥିବା ବେଳେ ବିଏସଏଫ୍ ଯବାନ ମାନେ ଗୁଳିକରି ଡ୍ରୋନ୍ ଖସାଇଥିବା ସୂଚନା ଦିଆଯାଇଛି ।
ଏନେଇ ବିଏସଏଫ୍ ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତକାଲି ଅର୍ଥାତ୍ ଫେବ୍ରୁଆରୀ ୭ ତାରିଖରେ ପଞ୍ଜାବର ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ୍ ଉଡ଼ାଇଥିଲା । ଅମୃତସର ସେକ୍ଟରରେ ନିୟୋଜିତ ଥିବା ଯବାନମାନେ ଏହାକୁ ଦେଖିଥିଲେ । ଫଳରେ ଯବାନମାନେ ପାକିସ୍ତାନର ଡ୍ରୋନକୁ ଗୁଳିକରି ଖସାଇଦେଇଥିଲେ ।
ଡ୍ରୋନ୍ ଖସିବା ପରେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ପଡ଼ିଥିଲା ବୋଲି ବିଏସଏଫ୍ ମୁଖପାତ୍ର କହିଛନ୍ତି । ପାକିସ୍ତାନ ପକ୍ଷରୁ ବାରମ୍ବାର ସୀମାରେ ଡ୍ରୋନ୍ ଉଡାଯାଉଛି । ହେଲେ ଯବାନମାନେ ପାକ୍ର ଷଡଯନ୍ତ୍ରକୁ ଭଣ୍ଡୁର କରୁଛନ୍ତି । ଖାଲି ସେତିକି ନୁହେଁ ବିଶେଷ କରି ପଞ୍ଜାବ ସୀମାରେ ବାରମ୍ବାର ପାକିସ୍ତାନ ଡ୍ରୋନ୍ ଉଡାଉଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ପଞ୍ଜାବ ସୀମାରେ ବିସଏଫ୍ ଯବାନ ମାନେ ଏହାକୁ ଲଗାଇ ୩ଟି ଡ୍ରୋନ୍ ଖସାଇଲେଣି । ଗତ ବର୍ଷ ମଧ୍ୟ ୨୨ଟି ଡ୍ରୋନ୍ ଖସାଇଥିଲେ ଯବାନ । ପାକିସ୍ତାନର ଏପରି କାଣ୍ଡକୁ ଭାରତୀୟ ଯବାନ ମାନେ ସହଜରେ ଗ୍ରହଣ କରିନାହାନ୍ତି ।
ସେପଟେ ଏଭଳି ଏକ ସମାନ ଘଟଣା ଘଟିଛି ମାଲକାନଗିରିରେ । ଜିଲ୍ଲାର ପଡିଆ ବ୍ଲକ କୁଟୁମ୍ପାଲି ଡ଼ଙ୍ଗା ଘାଟରେ ଅଘଟଣ । ଡଙ୍ଗା ବୁଡ଼ି ଜଣେ ନିଖୋଜ । ୫ ଜଣ ନଦୀ ପାର ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ପହଁରି ପହଁଁରି କୂଳରେ ପହଁଚି ଥିବାବେଳେ ଜଣେ ଏବେବି ନିଖୋଜ ଅଛନ୍ତି । ଏମ୍ଭି ୭୯ ଓ ପଡ଼ିଆକୁ ସଂଯୋଗ କରୁଥିବା ଡ଼ଙ୍ଗା ଘାଟରେ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଛି ।
]]>ସୂଚନା ଅନୁସାରେ, ଆଜି ସକାଳେ ଗିରାସୀଙ୍ଗା ଗାଁର କିଛି ମହିଳା ସାଲୁଙ୍ଖି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ପାଣି ସ୍ତର ବଢ଼ି ଯାଇଥିଲା ଓ ସମସ୍ତେ ସେଠାରୁ ପଳାଇ ଆସିଥିଲେ। ହେଲେ ଧିରମଣୀ ଆଉ ଫେରି ପାରିନଥିଲେ। ଚାହୁଁ ଚାହୁଁ ପାଣି ଜୋର୍ରେ ମାଡ଼ି ଆସିବା ଫଳରେ ସେ ନଦୀରେ ଭାସି ଯାଇଥିଲେ। ଖବରପାଇ ବୌଦ୍ଧ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
୨ ଘଣ୍ଟାର ମିଳିତ ଅପରେସନ ପରେ ଧିରମଣୀଙ୍କୁ ପୋଲମ୍ ଗାଁର ନଦୀ ପଠାରେ ଲାଗିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଅଚେତ୍ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
]]>ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ । ଗାଧୋଇବା ବେଳେ ଜୁଆର ଯୋଗୁଁ ହଠାତ୍ ଜଳସ୍ତର ବଢିଥିଲା । ଚାହୁଁ ଚାହୁଁ ଉଭୟେ ବୁଡ଼ିଯଇଥିଲେ । ଘଂଟାଏ କାଳ ଖୋଜାଖୋଜି ପରେ ନଦୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନା ଅଣିଥିଲେ ସ୍ଥାନୀୟ ଲୋକେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସମ୍ପର୍କୀୟ କହିଛନ୍ତି, ଦୁଇ ଭାଇ ପହଁରା ଜାଣିନଥିଲେ ।
ସେହିଭଳି ଏପ୍ରିଲ ୧୦, ରବିବାର । କଟକ ମହାନଦୀର ଯୋବ୍ରାରେ ଘଟିଥିଲା ସମାନ ଅଘଟଣ । ଘରେ ମିଛ କହି ଗାଧୋଇବାକୁ ଯାଇଥିଲେ କଟକ ଚାରିଘରିଆ ଅଂଚଳର ରାଜ୍, ସାହିଲ ଏବଂ ସାଦ୍ଦିକ୍ । ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ ହରାଇଥିଲେ ସମସ୍ତେ । ଓଡ୍ରାଫ, ଅଗ୍ନିଶମ ବାହିନୀ ଏବଂ ସ୍କୁବା ଡାଇଭରଙ୍କ ମିଳିତ ପରିଶ୍ରମ ପରେ ପାଣିରୁ ଉଦ୍ଧାର ହୋଇଥିଲା ମୃତଦେହ ।
ମାର୍ଚ୍ଚ ୧୮ ତାରିଖ ଯଜପୁର ବଡସୁଆର ନିକଟରେ ଘଟିଥିଲା ବଡ ଅଘଟଣ । ଗାଁରେ ଦୋଳ ପୂର୍ଣ୍ଣମୀ ସଂକୀର୍ତ୍ତନ ପରେ ଫଗୁ ଖେଳି ଖରସ୍ରୋତାକୁ ଗାଧୋଇବାକୁ ଯାଇଥିଲେ ୭ ଜଣ । ସମସ୍ତେ ସମ୍ପର୍କୀୟ । ହେଲେ ଗଣ୍ଡରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ଜଣେ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ନଦୀରୁ ମିଳିଥିଲା ଛଅ ଛଅଟି ମୃତଦେହ ।
ନଈରେ ବୁଡ଼ି ଅକାଳରେ ଝଡିପଡୁଛି ଗୋଟିଏ ପରେ ଗୋଟିଏ ଜୀବନ । ବାରମ୍ବାର ଏଭଳି ଅଘଟଣ ଘଟୁଛି । ହେଲେ ଏଥିପାଇଁ କାହାକୁ ଦାୟୀ କରାଯିବ ? ପହଁରା ଜାଣିନଥିବାରୁ ଅଧିକାଂଶ ସ୍ଥାନରେ ଘଟୁଛି ଏଭଳି ଅଘଟଣ । ପିଲାମାନେ ବାପା-ମାଆଙ୍କୁ ନକହି କିମ୍ବା ମିଛ କହି ନଦୀକୁ ଗାଧୋଇବାକୁ ଯାଉଛନ୍ତି । ଏଥିସହ ବିପଦ ରହିଥିବା ନଦୀ କୂଳରେ ପ୍ରଶାସନର ସୂଚନା ଓ ସଚେତନତାର ଅଭାବ ବି ରହିଛି ।
]]>ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।
]]>ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କୁମୁଣିଆ ଗାଁର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ଟ୍ୟୁବ୍ ସାହାଯ୍ୟରେ ବୈତରଣୀ ବ୍ୟାରେଜକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ସେମାନେ ପାଣିରେ ଭାସି ଯାଇଥିଲେ। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି। ହେଲେ ଅନ୍ୟ ୨ ଜଣ ଏବେବି ନିଖୋଜ ଅଛନ୍ତି। ଖବର ଲେଖାଯିବା ଯିବା ସୁଦ୍ଧା, ନିଖୋଜ ୨ ଜଣଙ୍କ କୌଣସି ପତ୍ତା ମିଳିପାରି ନାହିଁ।
ସୂଚନାଥାଉ କି, ନୂଆପଡ଼ା ଟାଉନ୍ରେ ଥିବା ଏକ ବିଦେଶୀ ମଦ ଦୋକାନରେ ଗଣେଶ ପୂଜା ହୋଇଥିଲା। ଗଣେଶଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି ଦୂର ଗୋଧସ ଜଳପ୍ରପାତକୁ ଯାଇଥିଲେ। ହେଲେ ଦୁଃଖଦ ଘଟଣା, ବିସର୍ଜନ କରିବା ସମୟରେ ପାଣିରେ ଭାସି ଯାଇଥିଲେ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ।
]]>ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି।
ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ ଭିତରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଗତକାଲି ରାତିରେ ଦୁଇ ଶିଶୁପୁତ୍ରକୁ ନେଇ ବାଣିତ୍ରୀ ସାହୁକାର ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ ତାଙ୍କର ୨ଶିଶୁପୁତ୍ର ଗାଧାଉଥିବା ବେଳେ ପାଣିରେ ବୁଡିଯାଉଥିବା ଦେଖି ମା ବାଣିତ୍ରୀ ଉଭୟଙ୍କୁ ଉଦ୍ଧାର କାରିବା ବେଳେ ନିଜେ ମଧ୍ୟ ପୋଖରୀରେ ବୁଡି ଯାଇଥିବା ଅନୁମାନ କରାଯାଉଥିବା କୁହାଯାଉଛି।
]]>ମୃତ ୩ ଜଣ ଯାକ ସ୍ଥାନୀୟ ବୋଇତେଇ ସାହିର ବୋଲି ଜଣାପଡିଛି। ବେଆଇନ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଏମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
]]>