ବଧୂ ନିର୍ଯାତନାର ଆଉ ଏକ ଭୟଙ୍କର କାହାଣୀ...ରାତିର ନିସ୍ତବ୍ଧ ପହରରେ ଜଳିପୋଡ଼ି କଳାକାଠ ପାଲଟିଯାଇଛି ମରଶରୀର...ଯାହା ଏତେ ବୀଭତ୍ସ ଯେ, ନା ଦେଖିହେବ ନା ଦେଖାଇ ହେବ। ଆଉ ଏହି ଲୋମଟାଙ୍କୁରା ହିଂସା ପରେ ଏ ହେଉଛି ତା’ର ପ୍ରତିଫଳନ। ପୋଲିସ-ପବ୍ଲିକ ମୁହିଁମୁହି, ଧସ୍ତାଧସ୍ତି। ଛିଣ୍ଡାଇଦେଲେ ଥାନା ବାବୁଙ୍କ ଷ୍ଟାର ଫ୍ଲାପ୍ ସହ ହୁଇସିଲ୍ କାର୍ଡ।ଶାଶୁକୁ ଘୋଷାଡ଼ିଲେ ଗାଁର ମହିଳା ମାନେ.. ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନନ୍ତପୁରରେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଛାତ ଉପରେ ଦେଖିବାକୁ ମିଳିଥିଲା ହେମନ୍ତ ପରିଡ଼ାଙ୍କ ବୋହୂ ମିଲିଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର। ଏହି ଘଟଣା ପ୍ରଘଟ ପରେ ପହଞ୍ଚିଯାଇଥିଲେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମହିଳା। ମୃତ ମିଲିଙ୍କ ମା’ ଘର ଲୋକେ ବି ଆସିଯାଇଥିଲେ। ତାହାରି ଭିତରେ ସମସ୍ତଙ୍କ ଥିଲା ସେହି ଗୋଟିଏ ଅଭିଯୋଗ, ଯୌତୁକ ନିର୍ଯାତନାରୁ ଘଟିଛି ଏହି ଅଘଟଣ। ମିଲିଙ୍କ ଶାଶୁ ଶ୍ବଶୁର ଏବଂ ସ୍ୱାମୀଙ୍କୁ ତୁରନ୍ତ ଗିରଫ କର। ୭ ବର୍ଷ ପୂର୍ବେ ଅନନ୍ତପୁର ଗାଁର ହେମନ୍ତ ପରିଡ଼ାଙ୍କ ପୁଅ ଭାଗିରଥିଙ୍କୁ ବିବାହ କରିଥିଲେ ମିଲି। ଉଭୟଙ୍କ ଔରସରୁ ୨ଟି ସନ୍ତାନ ବି ଅଛନ୍ତି।
ସ୍ବାମୀ ଭାଗିରଥୀ ରାଜ୍ୟ ବାହାରେ ରୋଜଗାର କରନ୍ତି। ତେବେ ଅଭିଯୋଗ ଅନୁଯାୟୀ, ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ଅଧିକ ଯୌତୁକ ଦାବି କରି ମିଲିଙ୍କୁ ନିର୍ଯାତନା ଦେଇଆସୁଥିଲେ। କିନ୍ତୁ ଗାଁ ଲୋକେ ହସ୍ତକ୍ଷେପ କରି ସମାଧାନ କରିଆସୁଥିଲେ। ଏସବୁ ଭିତରେ ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ? ସେନେଇ ସସପେନସ ଲାଗିରହିଛି। ପୋଲିସ ଶାଶୁ ଶ୍ୱଶୁରଙ୍କୁ ଧରି ତଦନ୍ତ କରୁଛି।
ବଧୂ ନିର୍ଯାତନାର ଏଭଳି କାହାଣୀ ଗତ ୨ ସପ୍ତାହ ମଧ୍ୟରେ ତିନି ତିନିଟି ସାମ୍ନାକୁ ଆସିଲାଣି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ଗାଁର ଜଣେ ବିବାହିତା ମହିଳା ରହସ୍ୟଜନକ ଭାବେ ଜଳିପୋଡ଼ି ପ୍ରାଣ ହରାଇଥିଲେ। ସେହିପରି ନୟାଗଡ଼ ଜିଲ୍ଲା କଜଳାଇପଲ୍ଲୀ ଗାଁ ବଧିସାହିରେ ଜଣେ ମହିଳାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଉଠିଥିଲା। ରାଜ୍ୟରେ ଏଭଳି ଏକାଧିକ ମହିଳା ବିରୋଧୀ ହିଂସାରେ ବୋହୂଙ୍କ ହେଉଛି ପ୍ରାଣହାନୀ।
ସର୍ବଶେଷ ଏନସିଆରବି ତଥ୍ୟ କହୁଛି, ମହିଳାଙ୍କ ପ୍ରତି ବିଭିନ୍ନ ଅପରାଧ କ୍ଷେତ୍ରରେ ଦେଶର ୩ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ତାହାରି ଭିତରେ ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ରହିଛି ଦେଶର ଷଷ୍ଠ ସ୍ଥାନରେ। କେବଳ ଏତିକି ନୁହେଁ, ବିଭିନ୍ନ ଅପରାଧ କ୍ଷେତ୍ରରେ ୨୦୨୦ ତୁଳନାରେ ୨୦୨୧ରେ ମହିଳା ବିରୋଧୀ ହିଂସା ପାଖାପାଖି ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଦର୍ଶାଇଛି NCRB। ରାଜ୍ୟରେ ଘରୋଇ ହିଂସାରେ ଏଭଳି ଅନେକ ମହିଳାଙ୍କ ଜୀବନ ଯାଉଥିବାବେଳେ କାହା ସ୍ବାର୍ଥରେ ସୁରକ୍ଷା ଓ ସଶକ୍ତିକରଣର କଥା କହୁଛନ୍ତି ସରକାର, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
]]>ତେବେ ପୁରା ଘଟଣାଟି ହେଲା...
ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଅଧିକ ଯୌତୁକ ଦାବି କରି ମାରପିଟ୍ କରୁଥିଲା । ଖାଲି ସ୍ୱାମୀ ନୁହେଁ ଶ୍ୱଶୁର ଘର ଲୋକ ସମସ୍ତେ ମିଶି ବୋହୂକୁ ନିର୍ଯାତନା ଦେଉଥିଲେ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ପୀଡ଼ିତା । ତାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୨୦ରେ ତାଙ୍କର ବିବାହ ହୋଇଥିଲା । ତାଙ୍କ ବାପାଙ୍କର ସାମର୍ଥ୍ୟଠାରୁ କାହିଁ କେତେ ଗୁଣରେ ଅଧିକ ଯୌତୁକ ସେ ଆଣିଥିଲେ । ହେଲେ ସେତିକିରେ ଶ୍ୱଶୁର ଘର ଲୋକଙ୍କ ମନ ବୁଝିନଥିଲା । ତାଙ୍କୁ ଆହୁରି ଦୁଇ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଏମିତିକି ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ।
ନିର୍ଯାତନାର ପରିମାଣ ତଥା ଡାଉରୀ ଲୋଭ ଏତେ ମାତ୍ରାରେ ଥିଲା ଯେ ପେଟରେ ଛୁଆ ଥିବା ବେଳେ ବି କାହାରିକୁ ଟିକେ ଦୟା ଲାଗିନଥିଲା । ଗର୍ଭବତୀ ସମୟରେ ବି ମହିଳାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ ଶ୍ୱଶୁର ଘର ଲୋକ । ଫଳରେ ସ୍ୱାମୀଙ୍କ ମାଡ଼ରେ ମହିଳାଙ୍କ ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଇଥିଲା । କଥା ସେତିକିରେ ସରି ନାହିଁ, ଯୌତୁକ ଆଣିବାକୁ ମହିଳା ରାଜି ନହେବାରୁ ତାଙ୍କ ସ୍ୱାମୀ ରାସ୍ତା ମଝିରେ ଦେଇଥିଲେ ତିନ୍ ତଲାକ୍ । ଏହା ପରେ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରମାଣ ମିଳିଲେ ପୁରା ପରିବାରକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
]]>ବାହାଘର ହେବା ପରେ ବେଶ ହସଖୁସିରେ ଚାଲୁଥିଲା ସଂସାର । ମଜାମସ୍ତିରେ କଟୁଥିଲା ଦିନ । କେତେବେଳେ ରିଲ୍ସ କରୁଥିଲେ ପୁଣି କେତେବେଳେ ଗୁପଚୁପ ଖାଇବାକୁ ବଜାର ଯାଉଥିଲେ । ହେଲେ ସେ ଖୁସିରେ ଯେମିତି ଘୋଟି ଆସିଲା ଦୁଃଖର କଳାବାଦଲ । ସାମାନ୍ୟ ଗୋଟିଏ କାର୍ ପାଇଁ ଛାରଖାର ହେଲା ସୁଖର ସଂସାର । ଯୌତୁକ ଜୁଇରେ ପୁଣି ଜଳିଲା ଜୀବନ । ଏମିତି ଊୟାନକ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ରୁ । କାର ଦେଲେନି ବୋଲି ଝିଅକୁ ମାରି ଦେଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପ ଘର ଲୋକେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଲାଣି ଚର୍ଚ୍ଚା ।
ନୟାଗଡ଼ ଶରଣକୁଳ ଥାନା କଜଳାଇପଲ୍ଲୀ ପଞ୍ଚାୟତ ବଧି ସାହିର ତପନ କୁମାର ପ୍ରଧାନଙ୍କୁ ଜିଗିନୀପଡ଼ା ଗାଁର ଭିକ୍ଷାକାରୀ ସ୍ୱାଇଁଙ୍କ ଝିଅ ମୋନାଲିସା ସ୍ୱାଇଁଙ୍କ ସହ ବିବାହ କରିଥିଲେ । ୨ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ ଝିଅର ଶାଶୂଘର ଲୋକଙ୍କ ଦାବି ଅନୁସାରେ ଦେଢ଼ଲକ୍ଷ ଟଙ୍କା ସହ ଅନ୍ୟ ଆସବାବପତ୍ର ଦେଇ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ l କିଛି ଦିନ ମୋନାଲିସା ଏବଂ ତପନଙ୍କ ମଧ୍ୟରେ ହସ ଖୁସିର ସଂସାର ଚାଲିଥିଲା l ହେଲେ ଶାଶୂଘର ଲୋକଙ୍କ ପକ୍ଷରୁ ପୁଣି ଥରେ ଦାବି କରାଯାଇଥିଲା କାର୍ ।
ଖାଲି ଦାବି ହୋଇଥିଲା ତାହା ନୁହେଁ ବରଂ ତୁରନ୍ତ ଆଣିଦେବାକୁ ଚାପ ବି ପକାଯାଉଥିଲା । ଏଥିଲାଗି ଅନେକ ସମୟରେ ଝଗଡା ଲାଗୁଥିଲା । ଏମିତି ଘଟଣାକୁ ନେଇ ବାପଘର ଲୋକଙ୍କୁ ବରାବର ଖବର ଦେଉଥିଲେ ମୋନାଲିସା । ଆଉ ଏହାରି ଭିତରେ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଅଭିଯୋଗ ଅନୁସାରେ, ଝିଅର ଶବ ପାଖରେ ପହଁଞ୍ଚିଲା ବେଳକୁ ପୁଅ ସହ ଶାଶୁ ଘର ଲୋକେ ଫେରାର ହୋଇଯାଇଥିଲେ । ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଘରେ ପଡିରହିଥିଲା ଶବ ।
ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବର ପୋଷ୍ଟମର୍ଟମ ହୋଇଥିଲା । ହେଲେ ମୋନାଲିସାଙ୍କର କେମିତି ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ବାପଘର ଲୋକ କହୁଛନ୍ତି ହତ୍ୟା କରାଯାଇଛି ହେଲେ ଶାଶୂଘର ଲୋକ କହୁଛନ୍ତି ଆତ୍ମହତ୍ୟା କରିଛି ବୋହୂ ।
ଘଟଣା ଯାହା ବି ହେଉ ନା କାହିଁକି? ବାହାଘରର ମାତ୍ର ୨ ବର୍ଷ ପରେ ହଠାତ୍ କାହିଁକି ମୋନାଲିସାଙ୍କ ମୃତ୍ୟୁ ହେଲା ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବାପଘର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି । ସେପଟେ ଏସଡିପିଓ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା କଣ ଜଣାପଡିବ । ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
]]>
ଯୌତୁକ ପ୍ରଥାକୁ ସଭ୍ୟ ସମାଜଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ବିରୋଧ କରାଯାଉଛି । ସମସ୍ତେ ଯୌତୁକ ପ୍ରଥା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଏମିତିକି ଏହାକୁ ରୋକିବାକୁ ଅନେକ ଚେଷ୍ଟା କରାଯାଉଛି । ହେଲେ ଏବେ ସୁଦ୍ଧା ବି ଏହି ମିଶନ ବିଫଳ । ଏବେ ବି ସମାଜରେ ଯୌତୁକ ପ୍ରଥା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ନିଶ୍ଚିତ ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସଭ୍ୟ ସମାଜର ଜଣେ ବ୍ୟକ୍ତି କେବେ ବି ଏତେ ଯୌତୁକ ଲୋଭି ହୋଇପାରିବ କି ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିବ ।
ପୁରା ଘଟଣାଟି ହେଲା, ବିବାହ ସ୍ଥିର ହେବା ପରେ ଯୌତୁକରେ କାର୍ ଦାବି କରିଥିଲେ ପୁଅ ଘର ଲୋକ । ଆଉ ବାହାଘରର କିଛି ସମୟ ଭିତରେ କାର୍ ନମିଳିବାରୁ ପତ୍ନୀଙ୍କୁ ତଲାକ ଦେଲେ ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ ।
ଯୌତୁକରେ କାର୍ ନମିଳିବାରୁ ବାହାଘରର ମାତ୍ର ୨ ଘଣ୍ଟା ପରେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଇଥିଲେ ସ୍ୱାମୀ । ଏନେଇ ଗତକାଲି ତଥା ଶୁକ୍ରବାର ଉକ୍ତ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ନାଁ ମହମ୍ମଦ ଆସିଫ ବୋଲି ଜଣାପଡ଼ିଛି । ଝିଅର ଭାଇ କମରନ ୱାସି କହିଛନ୍ତି, ଗୋଟିଏ ଦିନରେ ମୋର ଦୁଇ ଭଉଣୀ ଡଲି ଓ ଗୌରୀଙ୍କ ବାହାଘର ଆଗ୍ରାର ଫତେହାବାଦ ରୋଡ୍ ସ୍ଥିତ ଏକ ମଣ୍ଡପରେ ହୋଇଥିଲା। ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ମହମ୍ମଦ ଅସିଫ ଯୌତୁକରେ କାର୍ ମାଗିଥିଲେ। ବାହାଘର ହେବାକୁ ଥିବା ସ୍ଥାନରେ କାର୍ ଆଣି ରଖିବାକୁ ସେ କହିଥିଲେ। କାର୍ ନଦେଲେ ବାହାଘର ଶେଷ ହେବା ମାତ୍ରେ ନଗଦ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମହମ୍ମଦ ଆସିଫଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡଲିଙ୍କ ଘର ଲୋକେ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ କାର୍ କି ଟଙ୍କା ନ ମିଳିବାରୁ ରାଗି ଯାଇଥିଲେ ଆସିଫ।
ଅତି ଅଳ୍ପସମୟ ମଧ୍ୟରେ କାର୍ କିମ୍ବା ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ହୋଇପାରିଲାନି ବୋଲି ଡଲିଙ୍କ ପରିବାର ଲୋକେ ଆସିଫଙ୍କୁ କହିଥିଲେ। କିନ୍ତୁ ଆସିଫ କିଛି ଶୁଣି ନଥିଲେ। ସେ ସେହି ବାହାଘର ମଣ୍ଡପରେ ଡଲିଙ୍କୁ ତିନି ଥର ତଲାକ କହି ତାଙ୍କ ପରିବାର ଲୋକଙ୍କ ସହିତ ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ଅସିଫ ଓ ଆଉ ୬ ଜଣଙ୍କ ନାଁରେ ଡଲିଙ୍କ ଭାଇ କମରନ ୱାସି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଝିଅ ଘର ଲୋକ ଦାବି କରିଛନ୍ତି ।
]]>
କନ୍ଧମାଳ ତୁମୁଡ଼ିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ସାହସୀ ଯୁବତୀ ଦେବକୀ ଦିଗାଲ୍ । ୪ ଦିନ ତଳେ ତାଙ୍କର ବାହାଘର ସରିଥିଲା। ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲଙ୍କ ସହ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ଦୁଇ ବର୍ଷ ତଳୁ ଉଭୟଙ୍କର ନିର୍ବନ୍ଧ ସରିଥିବା ବେଳେ ବରକନ୍ୟା ପରସ୍ପରଙ୍କୁ ବେଶ୍ ଭଲଭାବେ ଜାଣିଥିଲେ।
ହେଲେ ଦେବକୀଙ୍କ କହିବା କଥା, ଆମର ଗରିବ ଘର। ଆମର ସକ୍ଷ ହିସାବରେ ଯାହା ଯେମିତି ଦେବାକଥା ଦେଇଥିଲୁ। ହେଲେ ବାଇକ୍ କଥା ଜମାରୁ ଉଠି ନ ଥିଲା। ସେମାନେ ସଭା ମଝିରେ ହଠାତ୍ ବାଇକ୍ ମାଗିଲେ। ଏମିତିକି ଆମ ଘରପଟୁ ଯାଇଥିବା କୁଣିଆ ମଇତ୍ରଙ୍କୁ ପାଣି ଟୋପେ ବି ଦେଇ ନାହାନ୍ତି। ମୁଁ ଯୌତୁକକୁ ବିରୋଧ କରି ସେଠୁ ଚାଲି ଆସିଲି। ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ।
ଏପଟେ ନୂଆ ବାହାଘର ସରିଥିବାରୁ ଯେଉଁଠି କୁଣିଆ ମଇତ୍ରରେ ଘର ଫାଟିବା କଥା ସେଠି ଆଜି ଘର ଖାଁ ଖାଁ। ଘରେ ବୋହୂ ନାହିଁ କି ବେଦି ନାହିଁ। ପ୍ରକୃତରେ ଘଟଣା କଣ ହୋଇଛି, ଦେବକୀ ଆଣିଥିବା ବାଇକ୍ ଡିମାଣ୍ଡ୍ ଅଭିଯୋଗ ସତ ନା ମିଛ ସେ ବାବଦରେ ବର ଅର୍ଜୁନଙ୍କର ପ୍ରତକ୍ରିୟା ମିଳି ନ ଥିବା ବେଳେ ତାଙ୍କ ବଡ଼ ଭାଇ ବିନୋଦ କହିଛନ୍ତି, ଆମେ କୌଣସି ବାଇକ୍ ଡିମାଣ୍ଡ୍ କରିନୁ, ଆମେ ଏବେ ବି ଆମ ବୋହୂକୁ ବୁଝାସୁଝା କରି ଘରକୁ ଆଣିବାକୁ ଚାହୁଁଛୁ।
ଆଦିବାସୀ ଅଧ୍ୟୁଷିତ ନିପଟ ମଫସଲ ଗାଁରେ ରହି ଯୌତୁକ ଭଳି କୁତ୍ସିତ ପରମ୍ପରାକୁ ତୀବ୍ର ବିରୋଧ କରି ଶାଶୂଘର ଛାଡିଥିବା ଦେବକୀଙ୍କ ସାହାସ ଆଜି ଚର୍ଚ୍ଚାରେ।
]]>ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବୁ ତାହା ନିଶ୍ଚିତ ଭାବେ ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଏକ ପଦକ୍ଷେପ ହୋଇପାରେ । କାରଣ ଏଭଳି ହେବା ଦ୍ୱାରା ଯୌତୁକ ମାଗିବାକୁ ପୁଅ ଘର ପକ୍ଷ ଭୟ କରିବେ କିମ୍ବା ୧୦୦ ଥର ଭାବିବେ ନିଶ୍ଚୟ ।
ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ । ଯୌତୁକରେ ବର ବାଇକ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଫେରିଗଲା ନବ ବିବାହିତା କନ୍ୟା । ଏହି ଘଟଣା ଏବେ ବାଲିଗୁଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ତାପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ଫେରିଯାଇଥିଲେ ।
ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି ।
]]>
ହଠାତ୍ ଦୁଇ ବର୍ଷ ପରେ ଏଭଳି ଅଭିଯୋଗ କାହିଁକି ଆଣୁଛନ୍ତି, ତାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି ଶଶୀ। ଯୌତୁକଜନିତ ନିର୍ଯାତନା କଥାରେ ଆଦୌ ସତ୍ୟତା ନାହିଁ । ବାହାଘର ସମୟରେ ଷ୍ଟୁଲ୍ ଟେ ବି ଆସିନି ତାଙ୍କ ଘରୁ । କେବଳ ଖଣ୍ଡେ ବେଡ୍ ସିଟ୍ ଆସିଥିଲା । ବାହାଘର କାର୍ଡରେ ମୁଁ ବିନା ଉପହାରରେ ଆସିବାକୁ ନିମନ୍ତ୍ରଣ କରିଥିଲି। ମାତ୍ର କୁହାଯାଉଛି ଯୌତୁକ ନିର୍ଯାତନା ଦିଆଯାଇଥିଲା। ସେହିପରି ପୁଅର ପରକୀୟା ପ୍ରୀତି ଅଭିଯୋଗକୁ ବି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ବିଧାୟକ। ଅନ୍ୟପକ୍ଷରେ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ଆଦୌ ପଡିବନି ବୋଲି ଶଶୀ ଦୃଢତାର ସହ କହିଛନ୍ତି।
ସେପଟେ ଶଶୀଙ୍କ ସ୍ପଷ୍ଟୀକରଣକୁ କାଉଣ୍ଟର କରିଛନ୍ତି ରୋନାଲିଙ୍କ ବାପା ତଥା ସମୁଦି ଗୋଖା ବେହେରା। ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ବାହାଘର ପରେ ଭିଡିଓଗ୍ରାଫି ଆଳରେ ୨ଲକ୍ଷ ଟଙ୍କା ଦାବି କରିଥିଲେ ଶଶୀ। ୨୪ ମାର୍ଚ୍ଚ ୨୦୨୧ରେ ଶଶୀ ବେହେରାଙ୍କ ଝିଅ ସୁଶ୍ରୀ ଭାରତୀ ବେହେରାଙ୍କ ଆକାଉଣ୍ଟକୁ ରୋନାଲିଙ୍କ ଭିଣୋଇ ରାଜେଶ ମାଝି ଅଗ୍ରୀମ ୬୦ ହଜାର ଟଙ୍କା ପଠାଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ତେବେ ପୁଅ ଘର ଭିଡିଓଗ୍ରାଫି ପାଇଁ ଝିଅ ପକ୍ଷ କାହିଁକି ଟଙ୍କା ଦେବେ ବୋଲି ପ୍ରଶ୍ନ କରିଛନ୍ତି ରୋନାଲି । ବାହାଘର ବିନା ଡିମାଣ୍ଡରେ ହେବ ବୋଲି ଭାବୁଥିଲୁ କିନ୍ତୁ ବାହାଘର ପରେ ହଠାତ ଦୁଇ ଲକ୍ଷ ଟଙ୍କା ମାଗିବା ଆମକୁ ଆଶ୍ଚର୍ଯ୍ୟ କରିଥିଲା। ଆକାଉଣ୍ଟ ଯାଞ୍ଚ ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ରୋନାଲିଙ୍କ ବାପା।
ଏବେ ଅପେକ୍ଷା ପୋଲିସ୍ ତଦନ୍ତର ଦିଗ କୁଆଡେ ଯାଉଛି। ଏବାବଦରେ କୌଣସି ସୂଚନା ବାଙ୍କି ପୋଲିସ୍ ଦେଉନଥିବାରୁ ଘଟଣାକୁ ଅଧିକ ଚର୍ଚ୍ଚିତ କରିଛି।...
]]>ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି।
ଉତ୍ତରାଖଣ୍ଡ ଡିଜିପି ପୁରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏସପିଙ୍କୁ ଦେଇଥିବା ସୂଚନା ମିଳିଛି। ଅର୍କେଶ ସୁପାରୀ ଦେଇ ଅଦ୍ରିଜାଙ୍କୁ ଏକଦା ହତ୍ୟା ପାଇଁ ଉଦ୍ୟମ କରିଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି। ସେପଟେ ଅଦ୍ରିଜାଙ୍କ ଏଭଳି ଅଭିଯୋଗ ନେଇ ଅର୍କେଶ ସିଂହ ଦେଓ କିମ୍ବା ତାଙ୍କ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।
ପ୍ରକାଶଥାଉକି ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଗତ ୨୦୧୭ରେ ସେ ରାଜପରିବାରର ଅର୍କେଶଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ବିବାଦ ଉପୁଜିଛି। ଶେଷରେ ନ୍ୟାୟ ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍କେଶଙ୍କ ପତ୍ନୀ।
]]>ଗୋରଖନାଥ ଅଞ୍ଚଳର ବିକାଶ ନଗର ବାସିନ୍ଦା ଜଣେ ଯୁବତୀଙ୍କ ବବାହର ଚିଲୁଆତାଲ ଅଞ୍ଚଳର ଅରୁଣ ଉପାଧ୍ୟାୟଙ୍କ ପୁଅ ପ୍ରଶାନ୍ତ ଉପାଧ୍ୟାୟଙ୍କ ସହ ସ୍ଥିର ହୋଇଥିଲା । ଧୁମଧାମରେ ନିର୍ବନ୍ଧ ହେବା ପରେ ମେ’ ୧୦ରେ ବିବାହ ହେବ ବୋଲି ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ । ହେଲେ ଶେଷ ମୁହୂର୍ତ୍ତରେ ବର ନିଜର ଅସଲ ରଙ୍ଗ ଦେଖାଇଛି । ଟଙ୍କା ସାମ୍ନାରେ ବିକ୍ରି ହୋଇଯାଇଛି ତା’ର ମଣିଷପଣିଆ ତଥା ଆତ୍ମ ସ୍ୱାଭିମାନ । ଅନ୍ୟ ଏକ ପରିବାରରୁ ୫୦ ଲକ୍ଷର ଯୌତୁକ ପାଇବାର ପ୍ରତିଶ୍ରୁତି ପରେ ବରପକ୍ଷ ବିବାହ କରିବାକୁ ମନା କରିଦେଇଛନ୍ତି ।
ତେବେ ବିବାହ ଦିନ ବର ନପହଞ୍ଚିବାରୁ କନ୍ୟା ଘର ଲୋକ ପିଲାଘରେ ପହଞ୍ଚି ଯାଇଥିଲେ । କାରଣ ପଚରାଯିବାରୁ ସତ କଥା ସାମ୍ନାକୁ ଆସିଥିଲା । ଆଉ ପିଲା ନିଜେ ଅଧିକ ଯୌତୁକ ପାଇଁ ବିବାହ ଭାଙ୍ଗିଥିବା କଥା କହିଥିଲା । ଏକଥା ଶୁଣିବା ପରେ ଉଭୟ ପକ୍ଷ ମଧ୍ୟ କଳି ଝଗଡ଼ା ମାରପିଟ୍ ଆରମ୍ଭ ହୋଇଥିଲା । କୌଣସି ନିଷ୍କର୍ସ ନବହାରିବା ପରେ କନ୍ୟାପିତା ଥାନାରେ ଅଭିଯୋଗ କରିଛନ୍ତି ।
ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ବରପକ୍ଷ ଯୌତୁକ ଟଙ୍କା ନେବା ସହ ଗାଡ଼ି କିଣିବାକୁ ଟଙ୍କା ନେଇଥିଲେ । କିନ୍ତୁଅନ୍ୟ ଜଣେ ଯୁବତୀଙ୍କ ପରିବାର ୫୦ଲକ୍ଷ ଯୌତୁକ ଅଫର ଦେଲେ, ସେତେବେଳେ ବରପକ୍ଷ ବିବାହ ଭାଙ୍ଗି ଏବେ ଅନ୍ୟ ସ୍ଥାନରେ ବିବାହ କରିବାକୁ ସ୍ଥିର କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
]]>ହେଲେ ଭାରତରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଏବେବି ଯୌତୁକ ପ୍ରଥା ଚାଲିଛି। ଏହାକୁ ବିରୋଧ କରି କିଛି ଲୋକ ସ୍ୱର ଉଠାଉ ଥିବାବେଳେ ଆଉ କିଛି ଲୋକ ସବୁଦେଖି ଚୁପ୍ ରହୁଛନ୍ତି। ଯାହାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ବରକୁ ପିଟୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ବରଂ ତାଙ୍କ ବାପା ବୋଲି ଜଣାପଡ଼ିଛି। ପୁଅ ଯୌତୁକ ମାଗିବାରୁ ସର୍ବସମ୍ମୁଖରେ ବାପା ତାଙ୍କୁ ଚପଲରେ ପିଟିଥିଲେ।
दहेज में सिर्फ मोटरसाइकिल ही तो मांगी थी , ससुर जी ने क्या हाल कर दिया! pic.twitter.com/NiPYXXReb6
— Hasna Zaroori Hai 🇮🇳 (@HasnaZarooriHai) May 8, 2023
ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ୁଛି, ବର ଯୌତୁକରେ ବାଇକ୍ ଦାବି କରିଥିଲା। ହେଲେ ଏଥିରେ ରାଗି ଯାଇ ବାପା ତାଙ୍କୁ ଚପଲରେ ପିଟିଥିଲେ। ଏହାପରେ ପୁଅକୁ ଚେତାବନୀ ଦେଇ ବାପା କହିଥିଲେ, ସ୍ତ୍ରୀକୁ ଖୁସିରେ ରଖିବୁ ନଚେତ୍ ଏହାର ଭୟଙ୍କର ପରିଣାମ ଭୋଗିବୁ। ସେ ଆହୁରି ମଧ୍ୟ କହିଥିଲେ, ‘ବିଲ ବିକ୍ରି କରି ମୁଁ ତୋତେ ମୋଟରସାଇକେଲ କିଣି ଦେବି। ହେଲେ ତୁ ମୋ ବୋହୂକୁ ଘରକୁ ନେଇ ଚାଲ୍।’
ଶେଷରେ ବାପାଙ୍କ କଥାରେ ପୁଅ ରାଜି ହୋଇଥିଲା। ଆଉ କନିଆ ଘର ଲୋକ ଝିଅକୁ ବିଦାୟୀ ଦେଇଥିଲେ। Hasna Zaroori Hai ଟ୍ୱିଟରରେ ଏହି ଭିଡିଓ ଶେୟାର କରିଛି। ୟୁଜର୍ସ ଭିଡିଓଟିକୁ ପସନ୍ଦ କରିଥିବା ବେଳେ ସଙ୍ଗେସଙ୍ଗେ ବରର ବାପା ଯେଭଳି କାର୍ଯ୍ୟାନୁଷ୍ଠା ନେଲେ ତା’ର ପ୍ରଶଂସା କରିଛନ୍ତି।
]]>ସୂଚନା ଅନୁସାରେ, ବିବାହ ପାଇଁ ଯୁବତୀଙ୍କ ବାପା ତାଙ୍କ ବାୟୋଡାଟାକୁ ଏକ ମ୍ୟାଟ୍ରିମୋନିଆଲ୍ ସାଇଟରେ ପୋଷ୍ଟ କରିଥିଲେ । ବାୟୋଡାଟା ଦେଖି ହିସାର ନିବାସୀ ଡକ୍ଟର ଅବୀର କାର୍ତ୍ତିକେୟ ଗୁପ୍ତାଙ୍କ ପରିବାର ଲୋକ ପୀଡିତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ଅବୀରଙ୍କ ମା’ ଆଭାଗୁପ୍ତା ଏବଂ ବାପା ଅରବିନ୍ଦ ଗୁପ୍ତା ମଧ୍ୟ ଡାକ୍ତର । ହିସାରରେ ତାଙ୍କର ଏକ ହସ୍ପିଟାଲ ମଧ୍ୟ ଅଛି ।
ଦେଖାଚାହାଁ ଓ କଥାବାର୍ତ୍ତା ପରେ ବିବାହ ତାରିଖ ସ୍ଥିର କରାଗଲା । ତେବେ ବିବାହ ପୂର୍ବରୁ ଅବୀରଙ୍କ ବାପାମା’ ୨୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ପୀଡିତାଙ୍କ ବାପା ବର ପକ୍ଷର ସମସ୍ତ ଦାବି ପୂରଣ କରିଥିଲେ । ତିଥି ଅନୁସାରେ ଗୋଆର ଏକ ମହଙ୍ଗା ହୋଟେଲରେ ଉଭୟଙ୍କର ବିବାହ ଖୁବ୍ ଧୁମଧାମ୍ରେ ମଧ୍ୟ ହେଲା । ବିବାହର ସମସ୍ତ ଖର୍ଚ୍ଚ କନ୍ୟାପକ୍ଷ କରିଥିଲେ ।
ହେଲେ ବିବାହର ରୀତିନୀତି ଚାଲିଥିବା ବେଳେ ଅବୀରଙ୍କ ବାପାମା’ ଏକ ବିଏମଡବ୍ଲୁ କାର ଦାବି କରିଥିଲେ । ତୁରନ୍ତ ଦାବି ପୂରଣ ନହେଲେ ବରକୁ ସାଙ୍ଗରେ ନେଇଯିବେ ବୋଲି ଧମକ ଦେଇଥିଲେ । ପୀଡିତାଙ୍କ ବାପା କାକୁତିମିନତି ହୋଇ କୌଣସି ପ୍ରକାରେ ଝିଅର ବିବାହ କରାଇଥିଲେ । ହେଲେ ଗାଡ଼ି ନମିଳିବାରୁ ଗୋଆ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଅବୀର ପୀଡ଼ିତାକୁ ଛାଡ଼ି ପଳାଇ ଯାଇଥିଲେ ।
ଆଉ ତା’ପରେ ମୋବାଇଲ୍ ସୁଇଚ୍ ଅପ୍ କରିଦେଇଥିଲେ । କେବଳ ଏତିକି ନୁହେଁ ଅବୀରଙ୍କ ମା ପୀଡିତାଙ୍କ ଠାରୁ ସୁନା ଅଳଙ୍କାରରେ ପୂର୍ଣ୍ଣ ବ୍ୟାଗ ମଧ୍ୟ ନେଇ ଯାଇଥିଲେ । ତେବେ ଅନେକ ସମୟ ଧରି ନଫେରିବା ପରେ ପୀଡିତା ବାପାଙ୍କୁ ଫୋନ୍ କରିଥିଲେ । ସେମାନେ ବିମାନବନ୍ଦରରେ ପହଞ୍ଚି ଝିଅକୁ ସାଙ୍ଗରେ ନେଇ ଆସିଥିଲେ ।
ତେବେ ଏହି ଘଟଣା ନେଇ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନ ନେହବାରୁ ପୀଡିତା ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
]]>ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା।
ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ୨୦୧୬ ମସିହାରେ ଗୁମୁରୀ, ବିଶ୍ୱଜିତ୍ଙ୍କୁ ବିବାହ କରିଥିଲେ। ସେବେଠାରୁ ଯୌତୁକ ପାଇଁ ଗୁମୁରୀଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିଲ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, କପ୍ତିପଦା ଥାନା ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି।
]]>