ମଣିପୁରର ଡିଙ୍ଗକୋ ସିଂଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତବର୍ଷ ମେ’ ମାସରେ ଡିଙ୍ଗକୋ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆରୋଗ୍ୟ ହୋଇଥିଲେ । ଗତବର୍ଷ ଲିଭର କ୍ୟାନସର ଚିକିତ୍ସା ପାଇଁ ତାଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଥିଲା ।
Shri Dingko Singh was a sporting superstar, an outstanding boxer who earned several laurels and also contributed to furthering the popularity of boxing. Saddened by his passing away. Condolences to his family and admirers. Om Shanti.
— Narendra Modi (@narendramodi) June 10, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍ଗକୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
]]>