କାର୍ତ୍ତିକଙ୍କ କ୍ୟାରିଅର ଅନ୍ତିମ ସୋପାନରେ ପହଞ୍ଚିଛି। ଆନ୍ତର୍ଜାତିକ କ୍ରିକେଟ୍ରେ ତାଙ୍କ କ୍ୟାରିଅରର ଆପାତତଃ ଅନ୍ତ ଘଟିସାରିଲାଣି। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ରେ ସେ ଖେଳ ଜାରି ରଖିଛନ୍ତି ସତ, କିନ୍ତୁ ତାଙ୍କ ପ୍ରଦର୍ଶନରେ ଆଉ ସେ ଚମକ ନାହିଁ। ଟିମ୍କୁ ଜିତାଇବାର ସାମର୍ଥ୍ୟ ନାହିଁ। କଦବା କ୍ୱଚିତ ସେ ଭଲ ଖେଳିପାରନ୍ତି, ହେଲେ ଏହାଦ୍ୱାରା ତାଙ୍କ ସ୍ଥାନ ସୁରକ୍ଷିତ ରହିପାରିବନି।
ଆଇପିଏଲ୍ର ପୂର୍ବ ସିଜନ୍ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ, ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି।
ଚଳିତ ଆଇପିଏଲ୍ ସିଜନ୍ରେ କାର୍ତ୍ତିକ ଏ ଯାବତ ଛଅ ମ୍ୟାଚ୍ ଖେଳି ଯଥାକ୍ରମେ ୦, ୯, ୧ (ଅପରାଜିତ), ୦, ୨୮ ଓ ୭ ରନ୍ର ଇନିଂସ୍ ଖେଳିଛନ୍ତି। ଅର୍ଥାତ୍ ଛଅ ମ୍ୟାଚ୍ରେ ମୋଟ୍ ୪୫ ରନ୍। ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରେ ବାଙ୍ଗାଲୋର ଟିମ୍ ହୁଏତ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରୁଥିବ, କିନ୍ତୁ ଏ କଥାକୁ ଅସ୍ୱୀକାର କରାଯାଇପାରିବନି ଯେ ସେ ଟିମ୍ ପାଇଁ ବୋଝ ହୋଇଗଲେଣି।
କାର୍ତ୍ତିକଙ୍କ ଆନ୍ତର୍ଜାତିକ କ୍ୟାରିଅର ଉତ୍ଥାନ-ପତନ ଭରା ରହିଆସିଛି। ୨୦୦୪ରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିବା ଏହି ଡାହାଣହାତି ବ୍ୟାଟର୍ ନିଜ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ୨୦୧୯ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ। ସମସ୍ତେ ଭାବି ନେଇଥିଲେ ଯେ ତାଙ୍କ କ୍ୟାରିଅର ଶେଷ ହୋଇଯାଇଛି। ତେବେ ସେ ଆଇପିଏଲ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିଲେ।
ଗତ ବର୍ଷ ଆର୍ସିବି କାର୍ତ୍ତିକଙ୍କୁ ୫.୫ କୋଟି ଟଙ୍କା ଦେଇ ଟିମ୍ରେ ସାମିଲ୍ କରିଥିଲା। ସେହି ସିଜନ୍ରେ ସେ ସଫଳ ହୋଇଥିଲେ ଏବଂ ଟିମ୍କୁ ଅନେକ ମ୍ୟାଚ୍ରେ ଜିତାଇଥିଲେ, ଯେଉଁଥିରେ ଫିନିଶର୍ ଭାବରେ ତାଙ୍କର ଅଭ୍ୟୁଦୟ ହୋଇଥିଲା।
ପୂର୍ବ ଆଇପିଏଲ୍ ସିଜନ୍ରେ ସେ ୫୫ ଆଭରେଜ୍ରେ ୩୩୦ ରନ୍ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ବଳରେ ତାଙ୍କୁ ଗତ ବର୍ଷ ଅଷ୍ଟ୍ରେଲିଆରେ ହୋଇଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ ସାମିଲ କରାଯାଇଥିଲା।
କିନ୍ତୁ ଟୁର୍ଣ୍ଣାମେଣ୍ଟ୍ରେ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହି କାରଣରୁ ସେମିଫାଇନାଲ୍ ମ୍ୟାଚ୍ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା। ଭାରତୀୟ ଟିମ୍ ସେହି ମ୍ୟାଚ୍ ହାରିଥିଲା। ବିଶ୍ୱକପ୍ରୁ ଟିମ୍ର ବିଦାୟ ସହ କାର୍ତ୍ତିକ, ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଟି-୨୦ କ୍ୟାରିଅର ଶେଷ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା।
ସେବେଠାରୁ ଆଉ ତାଙ୍କୁ ଭାରତୀୟ ଟିମ୍ରେ ନିଆଯାଇନି। ତାଙ୍କ ପାଇଁ ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଏବେ ଆଇପିଏଲ୍ ତାଙ୍କ ଲାଗି ଶେଷ ଆଶା ଥିଲା। ସେଥିରେ ବି ତାଙ୍କ ପ୍ରଦର୍ଶନରେ ସୁଧାର ହେଲାନି।
ପରେ କାର୍ତ୍ତିକ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ୍ କରି ଆନ୍ତର୍ଜାତିକ ଅବସର ନେଇ ସଙ୍କେତ ଦେଇଥିଲେ। ସେଥିରେ ସେ କହିଥିଲେ, “ଭାରତ ପକ୍ଷରୁ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି ଏବଂ ଏଭଳି କରିପାରିବା ଗର୍ବର ବିଷୟ ଥିଲା। ଆମେ ଅନ୍ତିମ ଲକ୍ଷ୍ୟ ହାସଲ କରିପାରି ନ ଥିଲୁ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ୍ ମୋ ଜୀବନକୁ ଅନେକ ସ୍ମରଣୀୟ ମୁହୂର୍ତ୍ତରେ ଭରି ଦେଇଥିଲା। ମୋର ସମସ୍ତ ଟିମ୍ମେଟ୍, କୋଚ୍ ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ, ଯେଉଁମାନେ ଲଗାତାର ସମର୍ଥନ କରିଥିଲେ।”
ଆନ୍ତର୍ଜାତିକ କ୍ରିକେଟ୍ରେ କାର୍ତ୍ତିକ ୨୬ ଟେଷ୍ଟ୍ ମ୍ୟାଚ୍ ଖେଳି ୨୫ ଆଭରେଜ୍ରେ ଗୋଟିଏ ଶତକ ସହାୟତାରେ ୧୦୨୫ ରନ୍ ସଂଗ୍ରହ କରିଛନ୍ତି। ସେହିପରି ୯୪ ଦିନିକିଆ ମ୍ୟାଚ୍ ଖେଳି ୩୦.୨ ଆଭରେଜ୍ରେ ୧୭୫୨ ରନ୍ ଏବଂ ୬୦ ଟି-୨୦ ମ୍ୟାଚ୍ରୁ ୪୮ ଇନିଂସ୍ ଖେଳି ୨୬.୪ ଆଭରେଜ୍ ଓ ୧୪୨.୬ ଷ୍ଟ୍ରାଇକ୍ ରେଟ୍ରେ ୬୮୬ ରନ୍ କରିଛନ୍ତି। ଆଇପିଏଲ୍ରେ ୨୩୮ ମ୍ୟାଚ୍ ଖେଳି ୨୬.୩ ଆଭରେଜ୍ ଓ ୧୩୨.୭ ଷ୍ଟ୍ରାଇକ୍ ରେଟ୍ରେ ୪୪୨୧ ରନ୍ କରିଛନ୍ତି କାର୍ତ୍ତିକ।
୨୦୨୩ ଆଇପିଏଲ୍ ତାଙ୍କ ପାଇଁ ଶେଷ ସିଜନ୍ ହୋଇପାରେ। ଏହାପରେ ସେ ସମସ୍ତ ପ୍ରକାରର କ୍ରିକେଟ୍ ଛାଡ଼ିପାରନ୍ତି। ଆନ୍ତର୍ଜାତିକ କ୍ରିକେଟ୍ରେ ଆଉ ତାଙ୍କ ପାଇଁ ସୁଯୋଗ ନାହିଁ। ଆଇପିଏଲ୍ରେ ବି ବିଫଳ ହେଉଛନ୍ତି। ଯୁବ ପ୍ରତିଭାମାନଙ୍କର ଭିଡ଼ ମଧ୍ୟରେ ସେ ହଜିଯାଉଛନ୍ତି। ଟିମ୍ ତାଙ୍କୁ ବିଦା କରିବା ପୂର୍ବରୁ କିଛି ସ୍ମରଣୀୟ ଇନିଂସ୍ ଖେଳି ସେ ଖୋଦ୍ ସମ୍ମାନଜନକ ଭାବେ ବିଦାୟ ନିଅନ୍ତୁ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ତେବେ ଏହି ମ୍ୟାଚରେ ଏପରି ସମୟ ଆସିଥିଲା, ଯେତେବେଳେ ଭାରତୀୟ ଦଳ ବିଜୟ ପକ୍କା ଥିଲା । କିନ୍ତୁ କିଛି ସମୟ ଭିତରେ ଖେଳ ଓଲଟପାଲଟ ହୋଇଗଲା । ଆଉ ଏହି ଟେନସନ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ମ୍ୟାଚ ଭିତରେ ରାଗି ଯାଇଥିବା ଦେଖିବାକୁ ମିଳିଛି । ଆଉ ସେ ୱିକେଟ୍ କିପର ଦୀନେଶ କାର୍ତ୍ତିକଙ୍କ ନିକଟକୁ ମାଡ଼ି ଯାଉଛନ୍ତି ।
ରୋହିତ ଶର୍ମା, ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଥିବା ଦେଖିବାକୁ ମିଳିଛି । ତେବେ ପୂରା ଘଟଣା କ୍ୟାମେରାରେ କଏଦ୍ ହୋଇଯାଇଛି । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପ୍ରକୃତ କଥା ହେଲା ରାଗରେ ନୁହେଁ ମଜାରେ ଏପରି କରିଛନ୍ତି ରୋହିତ୍ ଶର୍ମା । ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଦୀନେଶ କାର୍ତ୍ତିକ DRS ନେଇଥିଲେ । ଆଉ ତାଙ୍କର ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇଥିଲା । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ରୂପରେ ଟିମ୍ ଇଣ୍ଡିଆକୁ ସଫଳତା ମିଳିଥିଲା । ସେଥିପାଇଁ ରୋହିତ ଖୁସି ହୋଇ ଯାଇ ଏପରି କରିଥିଲେ ।
ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍ କରିବା ପରେ ରୋହିତ ଖୁବ୍ ଖୁସି ଥିବା ପରି ମନେ ହେଉଥିଲା । ଆଉ ମଜାରେ ସମସ୍ତଙ୍କ ସାମ୍ନାରେ ସେ କାର୍ତ୍ତିକଙ୍କ ତଣ୍ଟିକୁ ଧରିବା ପାଇଁ ଉଦ୍ୟତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କାର୍ତ୍ତିକ ହସୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।
Rohit Sharma try to kill Dinesh Karthik@ImRo45 @BCCI pic.twitter.com/06d6QpaPeH
— Jiaur Rahman (@JiaurRa91235985) September 20, 2022
ଅଷ୍ଟ୍ରେଲିଆ ଇନିଂସର ଦ୍ୱାଦଶ ଓଭରରେ ଏହି ଘଟଣା ଘଟିଥିଲା । ଦ୍ରୁତ ବୋଲର ଉମେଶ ଯାଦବ ଶେଷ ବଲରେ ମ୍ୟାକ୍ସୱେଲଙ୍କ ବ୍ୟାଟ୍ ଧାରକୁ ଲାଗିବା ପରେ ବଲକୁ କ୍ୟାଚ୍ କରିଥିଲେ । ହେଲେ ଫିଲ୍ଡ ଅମ୍ପାୟାର ନଟ୍ ଆଉଟ୍ ଦେଇଥିଲେ । ତେବେ DRS ନେଇଥିଲେ । ତା’ପରେ ରିପ୍ଲେରେ ଦେଖାଗଲା ଯେ ବ୍ୟାଟରେ ବଲ୍ ବାଜିଛି । ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲଙ୍କୁ ଆଉଟ୍ କରାଯାଇଥିଲା ।
ସୂଚନାଯୋଗ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍ । ମୋହାଲିରେ ଗତକାଲି ପ୍ରଥମ ଟି-୨୦ ଖେଳାଯାଇଛି । ଏଥିରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ହାରି ଯାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ମ୍ୟାଚ୍ରେ ଭାରତ ପକ୍ଷରୁ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଥିଲେ । ହେଲେ ଏହା ଅଷ୍ଟ୍ରେଲିଆ ବ୍ୟାଟିଂ ଆଗରେ ନିଷ୍ଫଳ ହୋଇଛି ।
]]>
ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍, Royal Challengers Bangalore(RCB) ପାଇଁ ଟପ୍ ଫର୍ମରେ ଅଛନ୍ତି ଦୀନେଶ କାର୍ତ୍ତିକ। ଫିନିସର ଭାବେ RCB ପାଇଁ ମ୍ୟାଚ୍ ଜିଣି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ହେଲେ ଅନେକ ଜାଣି ନଥିବେ କ୍ରିକେଟର ଦୀନେଶ କାର୍ତ୍ତିକଙ୍କ ପତ୍ନୀ କିଏ ? ସ୍କ୍ୱାଶ୍ ଚାମ୍ପିୟନ ଦୀପିକା ପାଲ୍ଲିକଲ ହେଉଛନ୍ତି ଦୀନେଶଙ୍କ ପତ୍ନୀ।
ବିଶ୍ୱ ସ୍କ୍ୱାଶ୍ ମହିଳା ରାଙ୍କିଂରେ ଟପ୍ ଟେନ୍ ଭିତରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା। ସ୍କ୍ୱାଶ୍ ପାଇଁ ଦୀପିକା ଅର୍ଜୁନ ପୁରସ୍କାର ସହ ପଦ୍ମଶ୍ରୀ ଉପାଧିରେ ମଧ୍ୟ ଭୂଷିତ ହୋଇଛନ୍ତି। ଉଭୟେ ପତି-ପତ୍ନୀ କ୍ରୀଡା ମୈଦାନରେ ବେଶ୍ ନାଁ କରି ଥିବାବେଳେ ଏବେ ତାଙ୍କ ଯୋଡ଼ିକୁ ନେଇ ବେଶ୍ ଚର୍ଚ୍ଚା। ସ୍କ୍ୱାଶ୍ ପୂର୍ବରୁ ଦୀପିକାଙ୍କ ମଡେଲିଂ ଉପରେ ରୁଚି ରହିଥିଲା।
୨୦୧୩ ମସିହାରେ ନିର୍ବଦ୍ଧ ଏବଂ ଠିକ୍ ୨ ବର୍ଷ ପରେ ଅର୍ଥାତ୍ ଅଗଷ୍ଟ ୨୦୧୫ ମସିହାରେ ଦୀନେଶ-ଦୀପିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁହେଁ ବନି ଯାଇଥିଲେ ପତିପତ୍ନୀ। ଦୀପିକା ହେଉଛନ୍ତି ଦୀନେଶ କାର୍ତ୍ତିକଙ୍କ ଦ୍ୱିତୀୟ ପତ୍ନୀ। ଏହା ପୂର୍ବରୁ ଦୀନେଶ, ନିକିତା ବିଜୟଙ୍କୁ ବିବାହ କରିଥିଲେ। ବିବାହ ବିଚ୍ଛେଦ ପରେ ପୂର୍ବତନ କ୍ରିକେଟର ମୂରଲୀ ବିଜୟଙ୍କୁ ନିକିତା ବିବାହ କରିଛନ୍ତି। ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ପଡୋଶୀ ହେଉଛନ୍ତି ଦୀନେଶ ଓ ଦୀପିକା।
ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍ କରିଥିଲେ।
ତେବେ ୧୬୭ ରନର ବିଜୟ ଲକ୍ଷ୍ୟକୁ ଭାରତ ଶେଷ ବଲରେ ଛକା ମାରି ଜିତି ନେଇଥିଲା। ଏହି ବିଜୟ ସହ ଭାରତ ଇତିହାସ ମଧ୍ୟ ରଚିଛି ଟି-ଟ୍ୱେଣ୍ଟିରେ। ଶେଷ ବଲରେ ଛକା ମାରି ବିଜୟ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳିର ଇତିହାସ ସୃଷ୍ଟି କରିଛନ୍ତି ଦିନେଶ କାର୍ତ୍ତିକ। ମାତ୍ର ୮ଟି ବଲରୁ ୩ଟି ଛକା ଓ ୨ଟି ଚୌକା ସହିତ ନଟ୍ ଆଉଟ୍ ୨୯ ରନ୍ କରିଛନ୍ତି।
ଆକର୍ଷଣୀୟ ବ୍ୟାଟିଂ ପାଇଂ ଦିନେଶ କାର୍ତ୍ତିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ସେହିପରି ଯୁବ କ୍ରିକେଟର ଓ୍ୱାସିଂଟନ ସୁନ୍ଦରଙ୍କୁ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରାଯାଇଥିଲା।
]]>