ଯୋଗ୍ୟ ପ୍ରାର୍ଥୀମାନେ DRDOର ଅଫିସିଆଲ ସାଇଟ୍ drdo.gov.in କୁ ଯାଇ ଆବେଦନ କରିପାରିବେ। ନିଯୁକ୍ତି ଖବରରେ ବିଜ୍ଞାପନ ପ୍ରକାଶ ପାଇବା ତାରିଖ ଠାରୁ ୧୫ ଦିନ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରି ପାରିବେ। କୋଭିଡ -୧୯ ମହାମାରୀ ହେତୁ ପ୍ରାର୍ଥୀମାନେ କେବଳ ଇ-ମେଲ ମାଧ୍ୟମରେ PDF ଫର୍ମାଟରେ ଆବଶ୍ୟକ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ସହିତ ସେମାନଙ୍କ ଆବେଦନଗୁଡ଼ିକର ସ୍କାନ କପି ପଠାଇବାକୁ ବାଧ୍ୟ | DRDO ୱେବସାଇଟରେ ଆବେଦନ ଫର୍ମାଟ୍ ଉପଲବ୍ଧ ହେବ ବୋଲି DESIDOC ପକ୍ଷରୁ କୁହାଯାଇଛି।
ଚାଲିଥିବା ମହାମାରୀ ହେତୁ କୌଣସି ସାକ୍ଷାତକାର ଅନୁଷ୍ଠିତ ହେବ ନାହିଁ। ଏଥିପାଇଁ DESIDOC ନିର୍ଦ୍ଦେଶକଙ୍କ ଦ୍ୱାରା ଗଠିତ ବୋର୍ଡ ଆବେଦନପତ୍ର ଗୁଡିକ ଯାଞ୍ଚ କରିବା ପରେ ଚୟନ ମାନଦଣ୍ଡ ଅନୁଯାୟୀ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବ। ଯୋଗ୍ୟତା ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ (ଅତ୍ୟାବଶ୍ୟକ ଯୋଗ୍ୟତାର ଶତକଡ଼ା / ମାର୍କ) । ମନୋନୀତ ପ୍ରାର୍ଥୀଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯିବ |
ପ୍ରାର୍ଥୀମାନଙ୍କୁ ଆବେଦନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଜାଣିବା ପାଇଁ OFFICIAL NOTIFICATIONକୁ ଭଲ ଭାବେ ଅନୁଧ୍ୟାନ କରିବାକୁ କୁହାଯାଇଛି।
ଖାଲିଥିବା ସିଟ୍ ସଂଖ୍ୟା-୧୬
୧-ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ ସାଇନ୍ସ (Library & Information Science) -୯
୨-କମ୍ପ୍ୟୁଟର ସାଇନ୍ସ (Computer Science)-୬
୨-ଫଟୋଗ୍ରାଫି (Photography)-୧
ଶିକ୍ଷାଗତ ଯୋଗ୍ୟତା
୧-ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ ସାଇନ୍ସ- ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ ବା ଡିପ୍ଲୋମା
୨-କମ୍ପ୍ୟୁଟର ସାଇନ୍ସ-ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ(BE/BTech)ରେ ଡିଗ୍ରୀ
୩-ଫଟୋଗ୍ରାଫି-ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫଟୋଗ୍ରାଫିରେ ଡିପ୍ଲୋମା
ତାଲିମ ନେବା ସମୟରେ ପ୍ରାର୍ଥୀମାନଙ୍କୁ ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ। ଲାଇବ୍ରେରୀ ଆଣ୍ଡ ଇନଫର୍ମେସନ ସାଇନ୍ସରେ ଡିପ୍ଲୋମା ତାଲିମ ନେଉଥିବା ପ୍ରାର୍ଥୀଙ୍କୁ ୮,୦୦୦ ଏବଂ ଡିଗ୍ରୀ ତାଲିମ ପାଇଁ ୯, ୦୦୦ ଟଙ୍କା ଯୋଗାଇ ଦିଆଯିବ।
ସେହିପରି କମ୍ପ୍ୟୁଟର ସାଇନ୍ସ ପାଇଁ ୯, ୦୦୦ ଏବଂ ଫଟୋଗ୍ରାଫି ପାଇଁ ୮ ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ମିଳିବ।
ଆହୁରି ପଢ଼ନ୍ତୁ:East Coast Railway(ECoR) Recruitment 2020
]]>