ତେବେ ଆପଣଙ୍କୁ ଜାଣି ରଖିବାକୁ ହେବ ଯେ, ପୁରୁଷମାନେ ମଧ୍ୟ ଡିପ୍ରେସନ୍ର ଶିକାର ହୋଇଥାନ୍ତି । ସେମାନେ ବି ଚିନ୍ତାରେ ରୁହନ୍ତି । ଆଜି ବି ବିଶ୍ୱରେ କୋଟି କୋଟି ପୁରୁଷ ବିଷାଦଗ୍ରସ୍ତ ଅଛନ୍ତି । ଡିପ୍ରେସନ୍ କେବଳ ମହିଳାଙ୍କୁ ଆସେ ତାହା ସମ୍ପୂର୍ଣ୍ଣ ଭୁଲ । ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ । ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଖରାପ ଥିଲେ ଲକ୍ଷଣ ଭିନ୍ନ ଥାଏ । ମହିଳାଙ୍କ ଉଦାସୀନତାର ଲକ୍ଷଣ ପୁରୁଷଙ୍କ ତୁଳନାରେ ସାମାନ୍ୟ ଭିନ୍ନ ।
୧. ଯଦି ଜଣେ ପୁରୁଷ ଉଦାସୀନତାର ଶିକାର ହୋଇଥାଏ, ତେବେ ସେ ଲୋକଙ୍କଠାରୁ ଦୂରତା ରଖନ୍ତି ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି ନାହିଁ । ଏପରି ବ୍ୟକ୍ତି ଅଧିକାଂଶ ସମୟ ଏକାକୀ ରହିଥାନ୍ତି । କାରଣ ସେମାନଙ୍କ ମଧ୍ୟରେ ଲଜ୍ଜା ଏବଂ ଦୁର୍ବଳତାର ଭାବନା ରହିଥାଏ । ପୁରୁଷମାନେ ମଧ୍ୟ ଏଭଳି ପରିସ୍ଥିତିରେ କାନ୍ଦିବା ମଧ୍ୟ ଆରମ୍ଭ କରିଥାନ୍ତି ।
୨. ଅବସାଦରେ ପୀଡିତ ବ୍ୟକ୍ତି ଅତ୍ୟଧିକ କ୍ରୋଧିତ, ଦୁଃଖୀ ଏବଂ ଚିଡ଼ଚିଡ଼ା ସ୍ୱଭାବର ହୋଇଥାନ୍ତି । କାରଣ ସେ ଭିତରୁ ଏତେ ଦୁଃଖି ଥାନ୍ତି ଯେ, ସେମାନଙ୍କ ଭାବନା କ୍ରୋଧ ଆକାରରେ ବାହାରିଥାଏ ।
୩. ଅବସାଦରେ ପୀଡିତ ବ୍ୟକ୍ତି ଅତ୍ୟଧିକ କାମ କରିବା ଆରମ୍ଭ କରନ୍ତି, ମଦ୍ୟପାନ କରନ୍ତି ଏବଂ ଅସାବଧାନ ରହିଥାନ୍ତି । ସେ ଏମିତି କରିଥାନ୍ତି କାରଣ ସେମାନଙ୍କୁ ବାସ୍ତବତାର ସାମ୍ନା କରିବା ଇଚ୍ଛା ନଥାଏ ।
୪. ଡିପ୍ରେସନ୍ କାରଣରୁ ପୁରୁଷମାନଙ୍କୁ ଅନେକ ଶାରୀରିକ ସମସ୍ୟା ମଧ୍ୟ ହୋଇଥାଏ । ଯେମିତି ମୁଣ୍ଡବ୍ୟଥା, ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରାଗଲେ ସ୍ଥିତି ଆହୁରି ଖରାପ ହୋଇଥାଏ ।
୫. ଉଦାସୀନତା ହେତୁ ପୁରୁଷ ଭାବପ୍ରବଣ ଭାବରେ ଦୁର୍ବଳ ହୋଇଯାଏ । ଏଭଳି ପରିସ୍ଥିତିରେ, ଜୀବନର ବାସ୍ତବତାରୁ ଦୂରେଇ ରହିବା ପାଇଁ ପୁରୁଷମାନେ ଜୁଆ ଖେଳନ୍ତି, ବେପରୁଆ ଗାଡି ଚଳାନ୍ତି, ଅସୁରକ୍ଷିତ ଯୌନ ଅଭ୍ୟାସ କରିଥାନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇନଥାନ୍ତି ।
୬. ଉଦାସୀନ ବ୍ୟକ୍ତିଙ୍କ ଶୋଇବା ପଦ୍ଧତି ମଧ୍ୟ ପ୍ରଭାବିତ ହୁଏ । ଏପରି ବ୍ୟକ୍ତି ଅତ୍ୟଧିକ ଶୋଇଥାଏ କିମ୍ବା ଆଦୌ ଶୋଇନଥାଏ ।
୭. ଅବସାଦରେ ପୀଡିତ ବ୍ୟକ୍ତିଙ୍କୁ ଯେଉଁ କାର୍ଯ୍ୟକଳାପ ପୂର୍ବରୁ ଭଲ ଲାଗୁଥିଲା, ସେହି କାର୍ଯ୍ୟକଳାପଠାରୁ ସେମାନେ ଦୂରେଇ ରହିଥାନ୍ତି । ଏପରି ବ୍ୟକ୍ତି ନିଜ ଜୀବନରେ ଶୂନ୍ୟତା ଏବଂ ଏକାକୀ ଅନୁଭବ କରିବା ଆରମ୍ଭ କରନ୍ତି ।
8. ଅବସାଦରେ ପୀଡିତ ପୁରୁଷମାନେ କୌଣସି ଠୋସ୍ ନିଷ୍ପତ୍ତି ନେଇପାରନ୍ତି ନାହିଁ । ଏହିପରି ବ୍ୟକ୍ତି କୌଣସି କାର୍ଯ୍ୟକୁ ଯତ୍ନର ସହ କରିପାରନ୍ତି ନାହିଁ ଏବଂ ନିଜ ଦକ୍ଷତାକୁ ମଧ୍ୟ ସେ ସନ୍ଦେହ କରିବା ଆରମ୍ଭ କରନ୍ତି ।
୯. ଯଦି ପୁରୁଷମାନଙ୍କ ମଧ୍ୟରେ ଉଦାସୀନତାର ଭୟଙ୍କର ସ୍ଥିତି ଉପୁଜିଥାଏ, ସେମାନେ ଆତ୍ମହତ୍ୟା କଥା ଚିନ୍ତା କରିଥାନ୍ତି । ଏମିତିକି ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥାନ୍ତି ।
୧୦. ପ୍ରାୟତଃ ଦେଖାଯାଏ, ପୁରୁଷମାନେ ନିଜ ଭାବନାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରନ୍ତି ନାହିଁ, ଯାହାକି ବହୁତ ଭୁଲ୍ । କାରଣ ଆମ ସମାଜରେ ସମସ୍ତେ ଭାବନ୍ତି ଯେ ପୁରୁଷମାନେ ମାନସିକ ସ୍ତରରେ ଶକ୍ତିଶାଳୀ, କିନ୍ତୁ ବାସ୍ତବ ସ୍ତରରେ ତାହା ନୁହେଁ ।
]]>#ପ୍ରେସବିଜ୍ଞପ୍ତି: ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଏବଂ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା pic.twitter.com/r3UowM6APz
— Meteorological Centre, Bhubaneswar (@mcbbsr) July 24, 2023
ପାଣିପାଗ ବିଭାଗ କହିଛି, ସମ୍ଭାବ୍ୟ ଲଘୁଚାପ ଏବଂ ଶକ୍ତିଶାଳୀ ମୌସୁମୀ ପ୍ରବାହ ହେତୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୫ ରୁ ୨୭ ତାରିଖ ଯାଏଁ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ବହିପାରେ।
#ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରିହୋଇଥିବା #ଚେତାବନୀ
— Meteorological Centre, Bhubaneswar (@mcbbsr) July 24, 2023
ସମ୍ଭାବ୍ୟ ଲଘୁଚାପ ଏବଂ ଶକ୍ତିଶାଳୀ ମୌସୁମୀ ପ୍ରବାହ ହେତୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୫ ରୁ ୨୭ ତାରିଖ ଯାଏଁ ଝଡ଼ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ସମ୍ଭାବନା ରହିଛି |
ସେହିଭଳି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା କାରଣରୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବା, ତୀବ୍ର ବୃଷ୍ଟିପାତ ସମୟରେ ରାସ୍ତାରେ ଦୃଶ୍ୟମାନ ଦୂରତା କମିବା, ଯାତାୟତ ବାଧା ପ୍ରାପ୍ତ ହେବା, ସହରାଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବା ଆଶଙ୍କା କରାଯାଇଛି।
ସେହିଭଳି ମୂଷଳ ଧାରାରେ ବର୍ଷା ପ୍ରଭାବରେ ମାଟିକାନ୍ଥ ପଡ଼ିବା, ଉଭୟ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବା, ଚାଷ ଜମି ପାଣିରେ ଜମିବା ଏବଂ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେହିଭଳି ସମୁଦ୍ର ଅଶାନ୍ତ ରହିବା କାରଣରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
]]>ଗୀତ ମାଧ୍ୟମରେ ନିଜ ବନ୍ଧୁକୁ ପଚାରିବାକୁ ଚେଷ୍ଟା କରିଛନ୍ତି ଯେ କ'ଣ ଆଉ କେଉଁ ଦୁଃଖକୁ ଲୁଚାଇବା ପାଇଁ ସେ ଏମିତି ଏତେ ମନଖୋଲା ହସ ହସୁଛନ୍ତି! ବାସ୍ ‘ଅର୍ଥ’ ଚଳଚ୍ଚିତ୍ରର ଏଇ ଗୀତରେ ସବାନା ଆଜମୀଙ୍କ ଏଇ ଚରିତ୍ରର ଅଭିନୟ ହିଁ ହେଉଛି ସ୍ମାଇଲି° ଡିପ୍ରେସନ୍ର ସଜ୍ଞା ଆଉ ଉଦାହରଣ।
ଯଦିଓ ସ୍ମାଇଲି° ଡିପ୍ରେସନ୍କୁ ଏମିତି କ୍ଲିନିକାଲି ବା ମେଡିକାଲ୍ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ସେମାନେ ନିଜ ହସହସ ମୁହଁ ଏବଂ ଖୁସ-ମିଜାଜ କଥା ଦ୍ୱାରା ଅନ୍ୟମାନଙ୍କ ମନରେ ବିଶ୍ୱାସ ଆଣନ୍ତି ଯେ ସେମାନେ ନିଜ ଜୀବନରେ ଖୁବ ଖୁସିରେ ଅଛନ୍ତି।
ସାଧାରଣତଃ ଅବସାଦଗ୍ରସ୍ତ ମଣିଷ କହିଲେ ସମସ୍ତଙ୍କ ମନରେ ଗୋଟିଏ ଶୁଖି ଯାଇଥିବା, ନିସ୍ତେଜ ଚେହେରା ଏବଂ ଉଦାସ ଆଖିର ଚିତ୍ର ଆସେ। ତେଣୁ ସ୍ମାଇଲି° ଡିପ୍ରେସନ୍ ଭୋଗୁଥିବା ମଣିଷର ଡିପ୍ରେସନ୍ ଅଧିକାଂଶ ସମୟରେ ନିରୁପଣ କରି ହୁଏନି ଏବଂ ଚିକିତ୍ସା ମଧ୍ୟ କରିହୁଏନି।
ପ୍ରକୃତରେ ସ୍ମାଇଲି° ଡିପ୍ରେସନ୍ ବା ହସକୁରିଆ ମାନସିକ ଅବସାଦଗ୍ରସ୍ତ ମଣିଷକୁ ଜାଣିବା ଅତ୍ୟନ୍ତ କଷ୍ଟକର। ସେମାନେ ସବୁବେଳେ ନିଜକୁ କାର୍ଯ୍ୟବ୍ୟସ୍ତ ରଖିବା ସହ, ନିଜ କାମକୁ ଯଥେଷ୍ଟ ସୁଚାରୁରୂପେ ତୁଲେଇବାକୁ ପ୍ରାଣପଣେ ଚେଷ୍ଟାକରନ୍ତି। ସାଧାରଣତଃ କୌଣସି ଅଭିଯୋଗ ନକରି, ହସଖୁସିରେ ରହିଥାନ୍ତି।
ତେଣୁ କେବଳ ଜଣେ ଅତି ଅନ୍ତରଙ୍ଗ ଏବଂ ପାଖରେ ରହୁଥିବା ମଣିଷ ହିଁ ସ୍ନେହର ମଣିଷର କିଛି ବ୍ୟବହାର କିମ୍ବା ଚାଲିଚଳଣରେ ପରିବର୍ତ୍ତନ ଲକ୍ଷ କରିପାରିଲେ ହିଁ ଏହି ମାନସିକ ଅବସ୍ଥାର ଚିକିତ୍ସା ସମ୍ଭବ।
ଯଦିଓ ସ୍ମାଇଲି° ଡିପ୍ରେସନ୍କୁ ଆକଳନ କରିବା କଷ୍ଟ, କିନ୍ତୁ ଯଦି ଆପଣ ନିଜ ପ୍ରିୟଜନ ଭିତରେ କୌଣସି ପରିବର୍ତ୍ତନ ଦେଖୁଛନ୍ତି, ତା’ହେଲେ ମାନସିକରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କାଉନ୍ସେଲିଂ, ବାର୍ତ୍ତାଳାପ ଏବଂ ଔଷଧ ସେବନ ଦ୍ୱାରା ଏହାର ଚିକିତ୍ସା ସମ୍ଭବ।
ଦୈନଦିନ ଜୀବନରେ ବ୍ୟାୟାମ, ମେଡିଟେସନ୍, ୱାକି° ଆଦିକୁ ଆଦରି, ସ୍ମାଇଲି° ଡିପ୍ରେସନ୍କୁ ନିୟନ୍ତ୍ରଣ କରିବା ସହଜ। ଅଧିକ ଦିନ ବିନା ଚିକିତ୍ସାରେ ରହିବା ଦ୍ୱାରା ଏହା ପୀଡିତ ବ୍ୟକ୍ତି ଭିତରେ ଆତ୍ମହତ୍ୟା ପ୍ରବଣତା ଆଣିପାରେ।
ସେଥିପାଇଁ ନିଜ ପରିବାର କିମ୍ବା ଆଖପାଖର ମଣିଷର ବ୍ୟବହାର ଉପରେ ସନ୍ଦେହ ହେଲେ ସେମାନଙ୍କୁ ନିଜର ଭାବନା ଜଣାଇ, ସେମାନଙ୍କ ପ୍ରତି ନିଜର ଭଲପାଇବା ଏବଂ ସଦିଚ୍ଛାକୁ ଜଣାଇ ଚିକିତ୍ସା ପାଇଁ ପ୍ରେରଣା ଦେବା ଉଚିତ।
ଭୁବନେଶ୍ୱର, ଇମେଲ୍: ipsitadr@yahoo.in
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
]]>ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ନା ଶୋଇହୁଏ ନା ଠିକ୍ରେ ଖାଇହୁଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଥକାପଣ ସହିତ ଏକାଗ୍ରତାରେ ପ୍ରଭାବ ମଧ୍ୟ ପଡିଥାଏ।
ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଉଦାସୀନତାରୁ ମୁକ୍ତି ପାଇବା।
ଦାନ୍ତ ଘଷିବା:
ଯେଉଁମାନେ ମାନସିକଭାବେ ସୁସ୍ଥ ଥାନ୍ତି ସେମାନେ ପ୍ରତି ସକାଳେ ଦାନ୍ତ ଘଷିବାକୁ କେବେ ବି ଭୁଲନ୍ତି ନାହିଁ। ଏହା କରିବା ପରେ ସେମାନେ ଅନ୍ୟ କାମ କରନ୍ତି। କିନ୍ତୁ ଉଦାସୀନତା ଏବଂ ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପିଡୀତ ଲୋକେ ଏହି କାମ କରିବାକୁ କୁଣ୍ଠାବୋଧ କରନ୍ତି। ଅନ୍ୟପକ୍ଷରେ ପ୍ରତି ସକାଳୁ ପ୍ରଥମେ ଦାନ୍ତ ଘଷିବା ଦ୍ୱାରା ଆମ ଶରୀରକୁ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
ସୂର୍ଯ୍ୟକିରଣ ଗ୍ରହଣ କରିବା:
ସୂର୍ଯ୍ୟକିରଣ ଆମ ଭିତରେ ଖୁସିର ହରମୋନକୁ ବଢାଇପାରେ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ଏକ ଚମତ୍କାର ଭାବେ କାମ କରେ। ଶରୀରରୁ ମେଲାଟୋନିନ୍ର ସ୍ତରକୁ ହ୍ରାସ କରିବା ପାଇଁ ପ୍ରତିଦିନ ସକାଳେ ବାହାରକୁ ଯାଇ ସୂର୍ଯ୍ୟ କିରଣରେ ବୁଲିବା ଆବଶ୍ୟକ। ଏହା ଜଣଙ୍କର ସେଦିନର ମନୋବଳକୁ ବଢାଇବାରେ ସାହାଯ୍ୟ କରେ।
ନିୟମିତ ଉଠିବାର ସମୟ:
ପ୍ରତି ସକାଳେ ଉଠିବା ନେଇ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଆଉ ଏହାକୁ ପାଳନ କରନ୍ତୁ। ଏହା ଶରୀରର ଜୈବିକ ଚକ୍ର ସୁରୁଖୁରୁରେ ନିୟନ୍ତ୍ରଣ କରେ ଏବଂ ଶୟନ ଗୁଣକୁ ବୃଦ୍ଧି କରେ। ଏହା ଅବସାଦର ଲକ୍ଷଣକୁ ଉନ୍ନତ କରିପାରିବ।
ପ୍ରାଣାୟମ:
ପ୍ରତି ସକାଳେ କିଛି ସମୟ ସାଧାରଣ ପ୍ରାଣାୟମ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଶରୀରରେ ବାୟୁ ବୃଦ୍ଧି ଯୋଗୁଁ ଉର୍ଜା ଶକ୍ତିରେ ଉନ୍ନତି ଆସେ। ଫଳରେ ମନ ଶାନ୍ତ ହୁଏ ଏବଂ ଏହା ଚିନ୍ତା ଏବଂ ଚାପକୁ ହ୍ରାସ କରିଥାଏ।
ବ୍ୟାୟାମ:
ମନୋବିଜ୍ଞାନୀଙ୍କ ମତରେ ନିୟମିତ ବ୍ୟାୟାମ ମଧ୍ୟ ଉଦାସୀନତା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା। ଏହା କରିବା ଦ୍ୱାରା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ କ୍ଷରଣ ହୋଇହୋଇଥାଏ। ଏହା ମନୋବଳକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।
ସକାଳ ଖାଦ୍ୟ:
ପ୍ରତିଦିନ ସକାଳେ ଏକ ସନ୍ତୁଳିତ ଖାଦ୍ୟ ନେବା ଜରୁରି। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଦିନ ସାରା ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ଧ୍ୟାନକୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖିବାରେ ସାହାଯ୍ୟ କରେ।
]]>ଦକ୍ଷିଣ ଛତିଶଗଡ ଉପରେ ଅବପାତ!!
— Meteorological Centre, Bhubaneswar (@mcbbsr) September 12, 2022
ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ 190କିମି ଦୂରରେ କେ କେନ୍ଦ୍ରୀଭୂତ
ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ 12 ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା pic.twitter.com/Hcva70fEvf
ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ସେହିଭଳି ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲାଗି ରହିଛି ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
#Warning for Day-1 to Day-3
— Meteorological Centre, Bhubaneswar (@mcbbsr) September 11, 2022
Day-4 & Day-5: No Warning pic.twitter.com/E1jYLqGPxg
ଏପଟେ ବଙ୍ଗୋପସାଗରରେ ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟର ବନ୍ଦର ଓ ସମୁଦ୍ର କୂଳ ଗୁଡ଼ିକରେ ଜାରି ହୋଇଛି ସତର୍କ ସୂଚନା। ଗୋପାଳପୁର, ପୁରୀ, ଧାମରା ଏବଂ ଚାନ୍ଦବାଲିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
]]>ସାରାଙ୍କ ମସ୍ତିଷ୍କରେ ସ୍ୱତନ୍ତ୍ର ଡିଭାଇସ୍ ପ୍ରତିରୋପଣ କରାଯାଇଥିଲା। ଏହି ଡିଭାଇସଟି ଗୋଟିଏ ଦିଆସିଲି ଖୋଳ ଭଳି ବଡ। ସାରା ହେଉଛନ୍ତି ୟୁନିଭର୍ସିଟି ଅଫ୍ କାର୍ଲିଫର୍ନିଆ ସେନ୍ ପ୍ରାନ୍ସିସ୍କୋର ପ୍ରୟୋଗାତ୍ମକ ଉପଚାରର ପ୍ରଥମ ପ୍ରତିଭାଗୀ। ତେବେ ଏହି ଡିଭାଇସ୍ ଲଗାଯିବାର ୧୨ ଦିନ ପରେ ସାରାଙ୍କ ବିଷାଦ ପରିମାଣ ୩୩ରୁ ଖସି ୧୪ ହୋଇଥିଲା ଏବଂ ଆଉ କିଛି ମାସ ପରେ ଏହା ୧୦ ପର୍ଯ୍ୟନ୍ତ ପଳେଇ ଆସିଥିଲା।
ଉତ୍ତରୀ କାର୍ଲିଫର୍ନିଆର ୩୮ ବର୍ଷୀୟା ସାରା କୁହନ୍ତି ଯେ ସେ ଦୀର୍ଘଦିନ୍ ଧରି ଅବସାଦରେ ରହୁଥିଲେ। ଗତ ବର୍ଷ ଆଗଷ୍ଟରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିବା ସେ କୁହନ୍ତି। ଏବେ ଆତ୍ମହତ୍ୟାରୁ ତାଙ୍କ ମନ ଫେରିଆସିଛି। ଅବସାଦ ମଧ୍ୟ କମିଯାଇଛି। ଏବେ ସେ ଡାଟା ଆନାଲିସିସ୍ କ୍ଲାସ୍ ନେଉଛନ୍ତି।
ମନୋଚିକିତ୍ସକ ଡା. କ୍ୟାଥେରିନ୍ ସ୍କେନ୍ଗୋସ୍ କହିଛନ୍ତି ଯେ ସାରାଙ୍କ ପାଇଁ ଯେଉଁ ଉପାୟ ଆପଣାଗଲା ତାହା ଡିପ୍ ବ୍ରେନ୍ ଷ୍ଟିମୁଲେସନର ଏକ ପ୍ରକାର। ଚିକିତ୍ସାର ପ୍ରଚଳିତ ମାଧ୍ୟମରେ ୪ ରୁ ୮ ସପ୍ତାହ ପରେ ଏଥିରେ ପ୍ରଭାବ ଜଣାପଡେ। କିନ୍ତୁ ଏହି ଉପାୟରେ ତତ୍କାଳ ଜଣାପଡିଥାଏ।
ଏହି ପରୀକ୍ଷଣ ସମୟରେ, ବିଶେଷଜ୍ଞମାନେ ଉଦାସୀନତା ସହିତ ଜଡିତ ପାର୍ଟନଗୁଡ଼ିକୁ ଚିହ୍ନଟ କରିବା ପାଇଁ କ୍ରମାଗତ ୧୦ ଦିନ ଇଲେକ୍ଟ୍ରୋଡ୍ ପ୍ରୟୋଗ କରି ସାରାଙ୍କ ମସ୍ତିଷ୍କକୁ ପରୀକ୍ଷା କରିଥିଲେ। ଡିଭାଇସ୍ ଏପରି ଭାବରେ ସେଟ୍ କରାଯାଇଥିଲା ଯେ ଉଦାସୀନତାର ଏକ ପାର୍ଟନ ଦେଖାଯିବା ମାତ୍ରେ ଏହା ମାତ୍ର ୬ ସେକେଣ୍ଡ୍ ମସ୍ତିଷ୍କକୁ ଷ୍ଟିମୁଲେସନ୍ ଦେବ। ଏହା ଅବସାଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପଗୁଡିକୁ ବନ୍ଦ କରିଦେବ।
]]>ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍କୁ ଶକ୍ତ ଝଟ୍କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ ନାହାନ୍ତି। ସଫଳତାର ଶୀର୍ଷରେ ଥିବା ଜଣେ ଷ୍ଟାର୍ ହଠାତ୍ ଯେ ଏମିତି ଆତ୍ମହତ୍ୟା କରିବେ ଏକଥା କାହାରିଙ୍କୁ ବିଶ୍ୱାସ ହେଉନି।
ବଲିଉଡ୍ ବଡ଼ ବଡ଼ ଷ୍ଟାର୍ ଏହି ଖବର ପାଇଁ ଗଭୀର ଭାବେ ମର୍ମାହତ ହୋଇ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟାପ। ଏନେଇ ସେ ଟ୍ୱିଟ୍ କରି ଚମକି ପଡ଼ିଲା ଢଙ୍ଗରେ ଲେଖିଛନ୍ତି “ ଏହି ଖବର ସତ ନୁହେଁ। ”
ରିତେଶ ଦେଶମୁଖ୍ୟ ଲେଖିଛନ୍ତି “ ମୁଁ ଅବାକ୍ ହୋଇଯାଇଛି। ସୁଶାନ୍ତ ଆଉ ନାହାନ୍ତି ଗଭୀର ଦୁଃଖର ବିଷୟ। ”
ବଲିଉଡ୍ର ଚର୍ଚ୍ଚି ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନୀ ଟ୍ୱିଟ୍ କରି ଲେଖିଛନ୍ତି “ ସୁଶାନ୍ତ ସିଂହ ରାଜପୁତ...। ଏସବୁ କଣ ଚାଲିଛି... ? ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା। ଏହି ଖବର ଭୟଙ୍କର ଅତି ଭୟଙ୍କର। ଦୟାକରି ନିଜର ଓ ନିଜ ପରିବାରର ଯତ୍ନ ନିଅ, ବନ୍ଧୁଙ୍କ ସହ କଥାବାର୍ତ୍ତା କର।”
ବଲିଉଡ୍ ହିରୋ ଅବତାଭ୍ ଶିବଦାସନୀ ଏହି ଖବରକୁ ବିଶ୍ୱାସ କରିପାରି ନାହାନ୍ତି। ସେ ତାଙ୍କ ଟ୍ୱିଟର୍ରେ ଲେଖିଛନ୍ତି “ ସୁଶାନ୍ତ ନୋ...ଏହି ଖବର ସବୁଠାରୁ ଦୁଃଖଦ। ମୁଁ ବହୁତ ବହୁତ ବହୁତ ଦୁଃଖ ପାଇଲି ଏହି ଖବର ଶୁଣି। କାହିଁକି ଏତେ କମ୍ ବୟସରେ ଏତେ ସୁନ୍ଦର ଜୀବନଟିଏ ଆତ୍ମହତ୍ୟା କରିପାରେ ? ଏହା ଅତ୍ୟନ୍ତ ହୃଦୟ ବିଦାରକ ଖବର।”
ସେହିଭଳି ନେହା ଧୂପିଆ, ଗୌହର ଖାନ୍ ଭଳି ଫିଲ୍ମ ଷ୍ଟାର୍ଙ୍କ ସହିତ ବହୁ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ବହୁ ବଡ଼ ବଡ଼ ନେତା ଓ କ୍ରିକେଟ୍ ଷ୍ଟାର୍ ମଧ୍ୟ ଶୋକପ୍ରକାଶ କରି ଟ୍ୱିଟ୍ କରିଛନ୍ତି।
]]>ସୁଶାନ୍ତଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, 'ସୁଶାନ୍ତ ଗତ ଛଅ ମାସ ତଳେ ମୋ ସହିତ ଦେଖା ହୋଇଥିଲେ। ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ ମୋତେ ରାତିସାରା ଠିକ୍ ସେ ନିଦ ହେଉନାହିଁ। ମନକୁ ଅଜବ କଥା ସବୁ ଆସୁଛି। ମୋତେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାର କିଛି ଠିକ୍ ଲାଗୁନି। ମୁଁ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ୍ ମିସ୍ କରୁଛି। ମୁଁ ଏବେ ଅନୁତାପ କରୁଛି ଯେ ଅଙ୍କିତା ସହ ବ୍ରେକ୍ଅପ୍ କରି ବହୁତ ବଡ ଭୁଲ୍ କରିଛି। ମୁଁ ଅଙ୍କିତାଙ୍କୁ କେବେ ବି ଭୁଲି ପାରୁନି। ଅଙ୍କିତା ଗୋଟାଏ କଥାକୁ ନେଇ ବିଭିନ୍ନ କଥା ଚିନ୍ତା କରନ୍ତି ବୋଲି ସୁଶାନ୍ତ କହିଥିଲେ। ସୁଶାନ୍ତ ପ୍ରାୟ ୧ବର୍ଷ ଧରି ଡିପ୍ରେସନରେ ଥିଲେ। ସୁଶାନ୍ତ ନିଜ ସମ୍ପର୍କକୁ ନେଇ ଖୁସି ନଥିଲେ।'
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।
ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
]]>
ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିବାର ତିନି ଦିନ ପୂର୍ବରୁ ଘରର ସମସ୍ତ କର୍ମଚାରୀଙ୍କୁ ସେ ଦରମା ଦେଇଥିଲେ। ଏକଥା ନିଜେ ପୁଲିସ ଖୁଲାସା କରିଛି।
ସୁଶାନ୍ତ ମୃତ୍ୟୁର ତିନି ଦିନ ପୂର୍ବରୁ ତାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀ ଦରମା ପାଇଯାଇଥିଲେ ବୋଲି ପୁଲିସ ସୂଚନା ଦେଇଛି। ଦରମା ଦେବା ସମୟରେ ସୁଶାନ୍ତ ଘରର କର୍ମଚାରୀଙ୍କୁ କହିଥିଲେ, ଦରମା ସମସ୍ତେ ରଖ। ହୁଏତ ଆଗକୁ ତମକୁ ମୁଁ ଦରମା ଦେଇ ପାରିବି ନାହିଁ।
ପୁଲିସ ଏହି ଘଟଣା ସାମ୍ନାକୁ ଆଣିବା ପରେ ଫ୍ୟାନ୍ଙ୍କ ମନରେ ସୁଶାନ୍ତ ପ୍ରତି ଆହୁରି ଭଲପାଇବା ବଢ଼ିଯାଇଛି। ତାଙ୍କ ଫ୍ୟାନ୍ମାନେ ସୋସିଆଲ୍ ମିଡିଆରେ ବଡ଼ ବଡ଼ ବଲିଉଡ୍ ଷ୍ଟାରଙ୍କୁ ନାନା କଥା କହୁଥିବାର ଶୁଣାଯାଉଛି। କିଛିଦିନ ତଳେ ସଲ୍ମାନଙ୍କ 'ବିଙ୍ଗ୍ ହ୍ୟୁମାନ' ଷ୍ଟୋର୍ରେ ପଶି କିଛି ବ୍ୟକ୍ତି ଭଙ୍ଗାରୁଜା କରୁଥିବାର ଖବର ପ୍ରକାଶ ପାଇଥିଲା।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ କଳାକାର ମଧ୍ୟ ଆଗକୁ ଆସି ନୂଆ ନୂଆ କଥା ଖୁଲାସା କରୁଛନ୍ତି। ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପର ସଲମାନ ଖାନ୍ ଓ ୟଶ୍ ରାଜ ବ୍ୟାନରକୁ ଟାର୍ଗେଟ କରି ଅନେକ କଥା କହିଥିଲେ। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ସହ ଜଡିତ ଲୋକମାନଙ୍କୁ ପୋଲିସ ଜେରା ମଧ୍ୟ କରୁଛି।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିହାରର ମୁଜାଫରପୁରର ଆଡଭୋକେଟ୍ ସୁଧୀର କୁମାର ଏହି ମାମଲା କରିଛନ୍ତି। ଏହି କଳାକାରମାନେ ହେଲେ- କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ସଲମାନ ଖାନ ଓ ଏକତା କପୁର ଓ ଅନ୍ୟମାନେ।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
]]>ଆହୁରି ପଢ଼ନ୍ତୁ:ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥାନ୍ତେ ଏହି ବାନ୍ଧବୀ
View this post on Instagram
#Ankitalokhande #sushantsinghrajput ex girlfriend reached her #Bandra flat #SushantSinghRajput
ଅଙ୍କିତା ବହୁତ ଉଦାସ ଓ ଭାଙ୍ଗିପଡ଼ିଥିବା ଭଳି ଦେଖାଯଉଛି। ଅଙ୍କିତାଙ୍କୁ ସାହାର ଦେଉଛନ୍ତି ତାଙ୍କ ବନ୍ଧୁ ସନ୍ଦୀପ ସିଂହ। ଅଙ୍କିତାଙ୍କ ଏହି ଭିଡିଓ ଦେଖିବାପରେ ଲୋକମାନେ ପ୍ରତକ୍ରିୟା ଦେଇଛନ୍ତି। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରଠାରୁ ଅଙ୍କିତା କୌଣସି ପ୍ରତିକ୍ରିୟା ଦେଇନଥଲେ। ଅଙ୍କିତା ଓ ସୁଶାନ୍ତ ଦୁହେଁ ମିଶି ‘ପବିତ୍ର ରିସ୍ତା’ ସିରିଏଲ୍ରେ ଏକାଠି କାମ କରୁଥିଲେ।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
]]>