• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dengue In Odisha

5 amazing foods to increase platelet count in few hours during dengue fever
National Nutrition Week 2023: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ, ପାଖ ମାଡିବନି ଡେଙ୍ଗୁ...

ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ୍ ବଢାଯାଇପାରେ।

2 more testing centers to open after rising dengue cases in Bhubaneswar
ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍

ଡେଙ୍ଗୁର ମାରାତ୍ମକ ରୂପରେ କଲବଲ ରାଜଧାନୀ ବାସିନ୍ଦା । କ୍ୟାପିଟାଲ ହସ୍ପିଟାଲ ରକ୍ତ ପରୀକ୍ଷା କେନ୍ଦ୍ରରେ ତ ଅସମ୍ଭାଳ ଭିଡ଼ । ଏହାକୁ ଦେଖି ଭୁବନେଶ୍ୱରରେ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ ୨ରୁ ୩ଦିନ ଭିତରେ ଖୋଲିଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଏଣେ ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଆରଏମଆରସି କହୁଛି- ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ ଡି-୨ ଭାରିଆଣ୍ଟ ।

Dengue
ରାଜଧାନୀରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର...

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି ।

dengue
ରାଜଧାନୀରେ ଡେଙ୍ଗୁ ବେକାବୁ,ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଛି.. କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ

 ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍।

Dengue In Odisha
ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍‌ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।

Dengue In Odisha
ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି ଡେଙ୍ଗୁ । ରୋଗୀଙ୍କ ସଂଖ୍ୟା ୨୫ଶହ ଡେଇଁଲାଣି । ଭୁବନେଶ୍ୱରରେ ତ ସ୍ଥିତି ଉଦବେଗଜନକ । ଏଠାରେ ରୋଗୀ ସଂଖ୍ୟା ୧୨୦୦ ଛୁଇଁଲାଣି ।

Dengue In Odisha
ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର

ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ । ସେପଟେ କଟକ SCBରେ ଏବେ ଯାଏଁ ଖୋଲିନି ସ୍ୱତନ୍ତ୍ର ୱାର୍ଡ

Dengue In Odisha
ଟ୍ୱିନ୍ ସିଟିରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ; ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ

ହୁ ହୁ ହୋଇ ମାଡ଼ିଲାଣି ଡେଙ୍ଗୁ । ଟ୍ୱିନ୍ ସିଟିରେ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ ।

Dengue In Bhubaneswar
ବୋଲ ମାନୁନି ଡେଙ୍ଗୁ; ୨୫ ଶହ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।

Dengue In Odisha
ରାଜ୍ୟରେ ଘାଇଁ ଘାଇଁ ବଢୁଛି ଡେଙ୍ଗୁ ମିଟର; ୨ ହଜାର ଡେଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଯୁଆଡ଼େ ଦେଖିବ, ସେଆଡ଼େ ଡେଙ୍ଗୁ । ଭୁବନେଶ୍ୱରରୁ ବଲାଙ୍ଗିର, ପୁରୀରୁ ବାଲେଶ୍ୱର ସବୁଠି ଆତଙ୍କ ମଚାଇଲାଣି ହୁ ହୁ ବଢୁଥିବା ଡେଙ୍ଗୁ ଜ୍ୱର । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେବା ପରେ ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଡେଇଁଛି ଡେଙ୍ଗୁ।

Dengue
ଡରାଇଲାଣି ଡେଙ୍ଗୁ ! ଯେତେ ଚେଷ୍ଟା କଲେ ବି ଥମିବାର ନାଁ ଧରୁନି

କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Dengue In Odisha
ଡେଙ୍ଗୁ ହବ୍ ରାଜଧାନୀ, ଟେଷ୍ଟିଂ ମେସିନ୍ ଅଚଳ

ଡେଙ୍ଗୁ ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ହୁ ହୁ ହୋଇ ବଢିଯାଇଛି ରୋଗୀଙ୍କ ସଂଖ୍ୟା... ସେପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟିଂ ମେସିନ୍ ଅଚଳ..

Dengue In Odisha
ଡେଙ୍ଗୁ ହବ୍ ସାଜିଲାଣି ଭୁବନେଶ୍ୱର; ହୁ ହୁ ବଢୁଛି ରୋଗୀ ସଂଖ୍ୟା

ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।

Dengue cases raise concern in khordha
କାୟା ମେଲିଚାଲିଛି ଡେଙ୍ଗୁ, ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ୯୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ବରରୁ। ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଥିବା ଡେଙ୍ଗୁ ବେଡ୍ ଏବେ ନିଅଣ୍ଟ ପଡିଲାଣି।

Dengue scare looms large
ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, ଭୁବନେଶ୍ୱର ପାଲଟିବ କି ହଟସ୍ପଟ୍‌ ?

ଖୋର୍ଦ୍ଧାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି।

Rise in dengue cases
ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଭୟାବହ ସ୍ଥିତିକୁ ଆସିନି ରୋଗ

ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ।

Dengue
ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୫ରୁ ୨୬ ପଜିଟିଭ୍ ଚିହ୍ନଟ

ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକନ୍ୟା ଗତକାଲି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଡେଙ୍ଗୁର ଏବେ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସପିଟାଲର ଅତିରିକ୍ତ ନିର୍ଦ୍ଦେଶକ। ଯାହାକୁ ନେଇ ବଢିଛି ଚିନ୍ତା।..

Dengue In Odisha
ଡେଙ୍ଗୁ ହଟସ୍ପଟ୍ ପାଲଟିଛି ରାଜଧାନୀ; ଅଣାୟତ୍ତ ସ୍ଥିତି, ଏଯାଏଁ ଦେଢ଼ଶହ ଆକ୍ରାନ୍ତ

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।

Dengue outbreak in Odisha
ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା

ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା...ଖେଦିଚାଲୁଛି ଏ ବସ୍ତିରୁ ସେ ବସ୍ତି...ମାଡ଼ି ଚାଲୁଛି ଝୁମ୍ପୁଡ଼ିରୁ ଅଟ୍ଟାଳିକା ଯାଏଁ। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି।

Dengue outbreak in Odisha
ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।

Former Senior Police Officer Died In Dengue
ଡେଙ୍ଗୁ ନେଲା ପୋଲିସ୍‌ ଅଧିକାରୀଙ୍କ ଜୀବନ

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍‌ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।

congress Dengue awareness
ବସ୍ତିରେ ମଶାମରା ତେଲ, ବ୍ଲିଚିଂ ପାଉଡର ପକାଇଲା କଂଗ୍ରେସ

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ। 

Dengu
ଡେଙ୍ଗୁ ରୋଗୀଙ୍କ ପାଇଁ ଅଭାବ ନାହିଁ ବେଡ୍: ଡାକ୍ତର ଲକ୍ଷ୍ମୀଧର ସାହୁ

ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡମିସନ କରାଯାଉଛି ।

Dengue Panic
କୋଭିଡ୍ ଭୟ ଦୂର ନହେଉଣୁ, ଘାରିଲାଣି ଡେଙ୍ଗୁ ଡର

ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି।

DENGUE_03
ଜ୍ୱର ହେଲେ ମେଡ଼ିକାଲ ରେ ହେବ ୨ ଟେଷ୍ଟ, ଚିନ୍ତା ବଢାଉଛି ଡେଙ୍ଗୁ

କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।