ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଆୟୁବ ଖାନ। ନିଜକୁ କ୍ରାଇମବ୍ରାଞ୍ଚର ପରିଚୟ ଦେଉଥିଲା। କୋର୍ଟରେ ନିଲାମ ହେବାକୁ ଥିବା ଦାମୀ କାର୍, ଆଇଫୋନ ଆଦି କମ୍ ମୂଲ୍ୟରେ ଦେବାବକୁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲା।ଦିଲ୍ଲୀର ଏକ କୋର୍ଟ ପରିସରରେ ଲୋକଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲା ଏବଂ ଫେରାର ହୋଇଯାଉଥିଲା।
ଗତ ୨୯ଜାନୁଆରୀରେ ଦୀପକ ଚୌଧୁରୀ ନାମକ ବ୍ୟକ୍ତି ବିରୋଧରେ ଏକ ଅଭିଯୋଗ ହୋଇଥିଲା। ଡେପୁଟି କମିଶନର (ଉତ୍ତର) ମନୋଜ କୁମାର ମୀନା କହିଛନ୍ତି, 'ଅଭିଯୋଗକାରୀ କହିଛନ୍ତି ଯେ ଜାନୁଆରୀ ୨ତାରିଖରେ ସେ ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ଦୀପକ ଚୌଧୁରୀଙ୍କୁ ଭେଟିଥିଲେ, ଯିଏକି ତାଙ୍କୁ ଦିଲ୍ଲୀ କୋର୍ଟରେ ନିଲାମୀ ପାଇଁ ଅଛି କାର୍ ଅଛି ବୋଲି କହିଥିଲେ।ଠକ ଜଣକ ଅଭିଯୋଗକାରୀଙ୍କୁ କହିଥିଲେ ଯେ ସେ ୫ଲକ୍ଷ ୩୦ହଜାର ଟଙ୍କାରେ ତାଙ୍କୁ ଟୟୋଟା ଇନୋଭା କ୍ରିଷ୍ଟା ଦେଇପାରିବେ ଏବଂ କାର କିଣିବା ପାଇଁ ତାଙ୍କୁ ଆଗୁଆ ୩୦ହଜାର ଟଙ୍କା ଦେବାକୁ ପଡିବ।
ଏହାପରେ ଅଭିଯୋଗକାରୀ ଜଣକ ଜାନୁଆରୀ ୨୯ତାରିଖରେ କୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ଠକ ଦୀପକଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ଦେବାକୁ କହିଥିଲେ ଏବଂ କାର କିଣିବା ପାଇଁ ଆଧାର କାର୍ଡ ଏବଂ ପାନ କାର୍ଡ ନେଇଥିଲେ। ଏହାପରେ ଟଙ୍କା ନେଇ ଚମ୍ପଟ ମାରିବା ସହ ମୋବାଇଲ୍ ବନ୍ଦ କରିଦେଇଥିଲା । ପୋଲିସର ସୂଚନା ଅନୁସାରେ ଏହା ଗୋଟିଏ ଘଟଣା ନୁହେଁ। ଏହିପରି ଆଉଜଣେ ବ୍ୟକ୍ତିଙ୍କୁ ୨ଟି ଆପଲ୍ ଆଇଫୋନ ଦେବା ନାଁରେ ୧ଲକ୍ଷ ୫୦ହଜାର ଟଙ୍କା ଠକେଇ କରିଥିଲା। ମାର୍ଚ୍ଚ ୧୪ତାରିଖରେ ହୋଇଥିବା ଅନ୍ୟ ଏକ ଠକେଇ ଘଟଣା ସାମନାକୁ ଆସିଥିଲା।
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା। ଡିସିପି କହିଛନ୍ତି, ଅଭିଯୁକ୍ତକୁ ପଚରାଉଚରା ବେଳେ ସେ ତାର ଅସଲ ପରିଚୟ ଦେଇଥିଲା। ତାର ପ୍ରକୃତ ନାମ ଆୟୁବ ଖାନ ବୋଲି ସେ କହିଥିଲା। ତା ନିକଟରୁ ଦିଲ୍ଲୀ ପୋଲିସର ନକଲି ଆଇଡି କାର୍ଡ, ନକଲି ପ୍ୟାଣ୍ଟ ଏବଂ ଜୋତା ଜବତ କରାଯାଇଛି।
ସେ ଜଣେ ମଦ୍ୟପ ଏବଂ କ୍ରାଇମ ବ୍ରାଞ୍ଚର ଅଧିକାରୀ ବୋଲି ଦର୍ଶାଇ ଅନେକ ସମୟରେ ଠକିଥିବା ସ୍ୱୀକାର କରିଥିଲା। ଡିସିପି କହିଛନ୍ତି ଯେ ସେ ଲାଭିଶ ଲାଇଫଷ୍ଟାଇଲର ସୌଖୀନ ଏଥିପାଇଁ ସେ ମୁମ୍ୱାଇ ଓ ଦିଲ୍ଲୀର ବିଭିନ୍ନ ଦାମୀ ବାର୍ ଓ ରେଷ୍ଟୁରାଣ୍ଟ ଯାଏ। ରୋଜଗାର ପାଇଁ କୌଣସି ପନ୍ଥା ନମିଳିବାରୁ ସେ ଜଣେ ପୋଲିସ୍ ଅଧିକାରୀ ବୋଲି କହି ଲୋକଙ୍କୁ ଠକିବା ଆରମ୍ଭ କରିଥିଲା।
]]>ବିଜେପି କର୍ମୀଙ୍କ ଉପରକୁ ପୋଲିସ୍ ପାଣି ମାଡ କରିଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବାଙ୍କ ସମେତ ବହୁ ନେତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଡ୍ରାମା କରୁଛନ୍ତି ବୋଲି ବିଜେପି ଦାବି କରିଛି । ଏପରିକି ଜେଲ ଭିତରୁ ରହି ଦେଇଥିବା ନିର୍ଦ୍ଦେଶନାମାକୁ ମିଛ ବୋଲି ବିଜେପି କହିଛି ।
ମଦ ଦୁର୍ନୀତିରୁ ଧ୍ୟାନ ହଟାଇବାକୁ ମୁଖ୍ୟମନ୍ତ୍ରୀ ଏପରି କରିଥିବା କହିଛି ବିଜେପି । ଅରବିନ୍ଦ କେଜରିୱାଲଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ତାଙ୍କୁ ଇସ୍ତଫା ଦେବାକୁ ପଡିବ କହି ରାସ୍ତାକୁ ଓହ୍ଲାଇଛି ବିଜେପି ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ବେଳେ ସେଠାରୁ ଚଲାଇଛନ୍ତି ସରକାର। ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ ଆଜି ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ।
ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଭରଦ୍ୱାଜ କହିଛନ୍ତି।
ସେ କହିଛନ୍ତି, ମୋହଲ୍ଲା କ୍ଲିନିକ୍ ଗୁଡ଼ିକରେ ଲୋକେ ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଖବର ପାଇବା ପରେ ଯେପରି ଏହାର ସମାଧାନ ହୋଇପାରିବ, ତାହା ନିଶ୍ଚିତ କରିବାକୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍ରେ ଯେପରି ଲୋକଙ୍କୁ ମାଗଣାରେ ଔଷଧ ମିଳିବାରେ ବା କୌଣସି ପ୍ରକାର ପରୀକ୍ଷା କରାଇବାରେ କିଛି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି।
]]>#WATCH | Delhi: Police use water cannons at the BJP workers during their protest march towards the Secretariat demanding the resignation of Delhi CM Arvind Kejriwal who is in ED custody in the Liquor Excise Policy case. pic.twitter.com/PSwyXocBDZ
— ANI (@ANI) March 26, 2024
କେଜରିୱାଲଙ୍କ ଏହି ମନ୍ତବ୍ୟ ବିରୋଧରେ ବିଜେପି ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲା। ସେହି ମାମଲାରେ କେଜରିୱାଲଙ୍କୁ ନୋଟିସ୍ ଦେଇଛି ଦିଲ୍ଲୀ ପୋଲିସ। ଆଗରୁ ହିଁ ମୋଦି ସରକାର ଓ କେଜରିୱାଲଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଦିଲ୍ଲୀ ମଦ ଦୁର୍ନୀତିରେ କେଜରିୱାଲଙ୍କୁ ପାଞ୍ଚ ଥର ହେଲାଣି ସମନ୍ ଜାରି କରିଛି ଇଡି। କିନ୍ତୁ ରାଜନୀତି ଦୃଷ୍ଟିରୁ ହଇରାଣ କରାଯାଉଥିବା କହି ଥରଟେ ବି ଇଡିରେ ହାଜର ହୋଇ ନାହାନ୍ତି କେଜରିୱାଲ।
ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି ଇଡି।
]]>ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଉତ୍ତର ଦିଲ୍ଲୀର ୱାଜିରାବାଦରେ ଥିବା ପୋଲିସ ଟ୍ରେନିଂ ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନିଂ ସ୍କୁଲ ପରିସରରେ ରଖାଯାଇଥିବା ୪୫୦ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଘଟଣାକୁ ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ପ୍ରତିକ୍ରିୟା ରଖିଛି ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଧିକ ଗାଡ଼ି ନିୟୋଜିତ କରିବାକୁ ନିକଟସ୍ଥ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିବା ବିଭାଗ ସୂଚନା ଦେଇଛି ।
ଖାଲି ସେତିକି ଯେ ତାହାନୁହେଁ ବିଭାଗ ଆହୁରି ସୂଚନା ଦେଇଛି ଯେ, ପୋଲିସ୍ ଟ୍ରେନିଂ ସ୍କୁଲ ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ଚାରି ଚକିଆ ଏବଂ ୨୫୦୦ ଦୁଇ ଚକିଆ ଯାନ ଜଳିଯାଇଛି । ଭୋର୍ ୪ଟା ୧୫ ମିନିଟ୍ ବେଳକୁ ଅଧିକାରୀମାନେ ନିଆଁକୁ ଆୟତ୍ତକୁ ଆଣିଥିଲେ । ହେଲେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସେପଟେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏତେ ବଡ଼ ଦୁର୍ଘଟଣାରେ ସୌଭାଗ୍ୟବସତଃ କାର କୌଣସି କିଛି କ୍ଷତି ହୋଇନଥିବା ପୋଲିସ ସୂଚନା ଦେଇଛି ।
]]>କଲାମସେରୀରେ ଏକାଧିକ ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି । ବର୍ତ୍ତମାନ ଘଟଣାକୁ ନେଇ ଅନୁସନ୍ଧାନ କରୁଛି ଏନଆଇଏ ଟିମ୍ । ଏହି ଘଟଣା ପରେ ଦିଲ୍ଲୀ ପୋଲିସ ସଜାଗ ରହିଛି । ଜନଗହଳି ପୂର୍ଣ୍ଣ ସ୍ଥାନ ପାଇଁ ସ୍ୱତନ୍ତ୍ର ସଚେତନତା ଜାରି କରାଯାଇଛି ।
ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ନିଶ୍ଚିତ ହୋଇନାହିଁ । ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ଛୁଟିରେ ଥିବା ଡାକ୍ତରମାନଙ୍କ ଛୁଟିକୁ ବାତିଲ କରାଯାଇଛି । ତୁରନ୍ତ ହସ୍ପିଟାଲକୁ ଫେରିବାକୁ କୁହାଯାଇଛି ।
Delhi Police is on high alert after the blast in the convention centre, in Kalamassery, Kerala and Special vigil is being kept in crowded places. The Special Cell is in constant touch with the intelligence agencies and any input will not be taken lightly. Security arrangements…
— ANI (@ANI) October 29, 2023
କଲାମସେରି ବିସ୍ଫୋରଣରେ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କଲାମସେରି ମେଡିକାଲ କଲେଜ, ଏର୍ନାକୁଲମ ଜେନେରାଲ ହସ୍ପିଟାଲ ଏବଂ କୋଟାୟାମ ମେଡିକାଲ କଲେଜରେ ଅତିରିକ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ମଧ୍ୟ ହାଇଆଲର୍ଟ କରାଯାଇଛି । ସମସ୍ତ ଦିଗ ପ୍ରତି ପୋଲିସ ସଜାଗ ରହିଛି ।
]]>ଜଷ୍ଟିସ୍ ପ୍ରସାଦ କହିଛନ୍ତି, ଏପରି ଦଣ୍ଡ ଦେବାର ଉଦ୍ଦେଶ୍ୟ ଅଧିକାରୀମାନଙ୍କୁ ଏକ ଅର୍ଥପୂର୍ଣ୍ଣ ବାର୍ତ୍ତା ଦେବା, କାରଣ ଆଇନ୍ର ହାତ ଲମ୍ବା ହୋଇପାରେ କିନ୍ତୁ ପୋଲିସ୍ ଅଧିକାରୀମାନେ ଇଚ୍ଛା ମୁତାବକ ଆଇନ ଗଢ଼ିପାରିବେ ନାହିଁ । ପୋଲିସ୍ ଅଧିକାରୀଙ୍କ ମନମୁଖୀ ଶାସନ ପାଇଁ କୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ପୀଡିତ । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଦିଲ୍ଲୀ ପୋଲିସ ଦ୍ୱାରା ବେଆଇନ ଭାବରେ ଅଧଘଣ୍ଟା ହାଜତରେ ରହିଥିଲେ।
ପୀଡିତଙ୍କୁ ଲକଅପରେ ଭର୍ତ୍ତି କରିବା ଉତ୍ପୀଡ଼ନ ବୋଲି କହିଛନ୍ତି କୋର୍ଟ । ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ପୀଡିତାଙ୍କୁ ଲକଅପରେ ରଖିଥିବା ପୋଲିସ୍ ଅଧିକାରୀ ଦୋଷମୁକ୍ତ ହୋଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ିଦେବା ଠିକ୍ ହେବ ନାହିଁ । ଭବିଷ୍ୟତରେ ଏପରି କାର୍ଯ୍ୟର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ସେମାନଙ୍କୁ ଦଣ୍ଡବିଧାନ କରିବା ଜରୁରୀ ଥିଲା ।
ଜଷ୍ଟିସ ପ୍ରସାଦ କହିଛନ୍ତି , ଆଶ୍ଚର୍ଯ୍ୟର ବିଷୟ ଆବେଦନକାରୀଙ୍କୁ ଗିରଫ କରାଯାଇ ନାହିଁ । ତାଙ୍କୁ କେବଳ ଘଟଣାସ୍ଥଳରୁ ଉଠାଇ ପୋଲିସ ଷ୍ଟେସନକୁ ଅଣାଯାଇଥିଲା । ଆଉ ବିନା କାରଣରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲକଅପରେ ରଖାଯାଇଥିଲା । ଜଣେ ନାଗରିକଙ୍କ ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ ଉଲ୍ଲଂଘନ କରି ପୋଲିସ୍ କର୍ମଚାରୀମାନେ ଯେଉଁଭଳି ଭାବରେ ମନଇଚ୍ଛା କାର୍ଯ୍ୟ କରିଛନ୍ତି, ତାହା ଭୟାବହ ଅଟେ । ପୋଲିସ ଆଇନ୍ର ଉର୍ଦ୍ଧ୍ୱକୁ ଉଠି କୌଣସି ବି ଲୋକଙ୍କ ସହ ଏତାଦୃଶ ବ୍ୟବହାର କରିପାରିବ ନାହିଁ ।
ପୂରା ମାମଲା କ’ଣ ?
ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀର ବଦରପୁର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଥିଲା । ମହିଳାଙ୍କୁ ଜଣେ ପରିବା ଦୋକାନୀ ଛୁରାମାଡ଼ କରିଥିବା କୁହାଯାଇଥିଲା । ଅଭିଯୋଗ ଅନୁସାରେ ସବ୍ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ସେ ଜଣେ ମହିଳା ଏବଂ ଆବେଦନକାରୀଙ୍କୁ ଦେଖିବାକୁ ପାଇଥିଲେ । ପୀଡିତ ଜଣକ ଛୁରାମାଡ଼ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ । ଏହାପରେ ଆବେଦନକାରୀଙ୍କୁ ହିଁ ପୋଲିସ ସାଙ୍ଗରେ ଥାନାକୁ ନେଇ ଯାଇଥିଲା । ରାତି ୧୧ଟାରେ ବିନା କାରଣରେ ତାଙ୍କୁ ଲକ୍ଅପରେ ରଖିବା ପରେ ଅଧା ଘଣ୍ଟା ପରେ ଛାଡ଼ି ଦେଇଥିଲା । ଏହି ଘଟଣାକୁ ନେଇ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
]]>ହଁ.. ଠିକ୍ ଶୁଣିଛନ୍ତି । ୨୮ ବର୍ଷୀୟା ମୋନିକା ୨୦୧୮ରେ ଦିଲ୍ଲୀ ପୋଲିସର ପିସିଆର୍ ୟୁନିଟରେ ଯୋଗଦେବା ପରେ ସହକର୍ମୀ ଭାବେ ୪୨ ବର୍ଷୀୟ ସୁରେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କୁ 'ଡାଡା' ଡାକୁଥିଲେ । ଅପରପକ୍ଷରେ ବିବାହିତ ସୁରେନ୍ଦ୍ର ତାଙ୍କୁ ମୁହଁରେ 'ବେଟା' ଡାକୁଥିଲେ ବି, ମନରେ କହୁଥିଲା 'ମୋନିକା ଓ ମାଇଁ ଡାର୍ଲିଂ।
ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର । ୨୦୨୧ ସେପ୍ଟେମ୍ବର ୮। ମୋନିକାଙ୍କୁ ଲିଭ-ଇନରେ ରହିବା ପାଇଁ ଚାପ ପକାଇଲା ସୁରେନ୍ଦ୍ର । ହେଲେ ମୋନିକା ଏଥିପାଇଁ ସଫାସଫା ମନା କରିଦେବାରୁ, ଜାଗି ଉଠିଲା ସୁରେନ୍ଦ୍ର ଭିତରର ସୈତାନ। ମୋନିକାଙ୍କ ତଣ୍ଟି ଚିପି ବୁରାରି ପୁସ୍ତାର ଏକ ନିଛାଟିଆ ନାଳରେ ମୃତଦେହକୁ ଲୁଚାଇଦେଲା । ହେଲେ କଥା ଏତିକିରେ ସରିଲାନି ।
ଏହି ମର୍ଡର ମିଷ୍ଟ୍ରିଠୁ ଅଧିକ ରୋଚକ, ୟା ପରର କାହାଣୀ। ଦୀର୍ଘ ଦୁଇ ବର୍ଷ ଧରି ପୋଲିସ ଓ ମୋନିକାଙ୍କ ପରିବାର ଲୋକଙ୍କୁ ଚକମା ଦେଇଥିଲା ଚାଲାକ୍ ସୁରେନ୍ଦ୍ର ।
କନଷ୍ଟେବଲ ସୁରେନ୍ଦ୍ର, ମୋନିକାଙ୍କ ପରିବାର ଲୋକଙ୍କୁ କହିଲା ଯେ, ସେ ଅରବିନ୍ଦ ନାମକ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଛନ୍ତି। ୨୦୨୧ ଅକ୍ଟୋବର ୨୦ରେ ଥାନାରେ ନିଖୋଜ ଏତଲା ପରେ, ସୁରେନ୍ଦ୍ର ଦେଖେଇ ହେବା ପାଇଁ ନିଜେ ବିଭିନ୍ନ ଜାଗାରେ ଖୋଜାଖୋଜି କରୁଥିଲା ଏବଂ ଥାନାଧିକାରୀଙ୍କ ଉପରେ ଜୋରଦାର ଛାନଭିନ ଲାଗି ଓଲଟା ଚାପ ପକାଇଥିଲା। ପଛରେ କିନ୍ତୁ ତଦନ୍ତକୁ ଭ୍ରମିତ କରିବା ପାଇଁ ବୁଣି ଚାଲିଥିଲା ଷଡ଼ଯନ୍ତ୍ରର ଜାଲ । ଏବେବି ମୋନିକା ବଞ୍ଚିଛନ୍ତି ବୋଲି ପରିବାର ଓ ପୋଲିସ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେ କରିଥିଲା ୫ଟି ଫନ୍ଦି ।
- ନିଜ ଶାଳକ ରବିନକୁ ଅରବିନ୍ଦ ସଜାଇ ପରିବାର ଲୋକଙ୍କ ସହ ୫ ଥର ଫୋନରେ କଥା କରାଇଥିଲା ।
- ସେଥିରେ ଆରପଟୁ ମୋନିକାଙ୍କ ପୁରୁଣା ଅଡିଓ ରେକର୍ଡିଂ ଶୁଣାଇଥିଲା, ଯେଉଁଥିରେ ମୋନିକା କହୁଥିଲେ- ମୋତେ ଖୋଜନି, ମୁଁ ଭଲରେ ଅଛି । ମମ୍ମି ବେକାରରେ ଚିନ୍ତା କରୁଛ।
- ହେଲମେଟ ପିନ୍ଧି ବିଭିନ୍ନ ସହରରେ ମୋନିକାଙ୍କ ଏଟିଏମ୍ କାର୍ଡରେ ଟଙ୍କା ଉଠାଇଥିଲା ।
- ବିଭିନ୍ନ ହୋଟେଲରେ ମୋନିକାଙ୍କ ପରିଚୟ ପତ୍ର ଦେଇ ଅନ୍ୟ ଦେହଜୀବୀଙ୍କୁ ନେଇଥିଲା ।
- କରୋନା ସମୟ ଚାଲିଥିବାରୁ, ମୋନିକାଙ୍କ ଜାଲ୍ କୋଭିଡ୍ ଭ୍ୟାକସିନ ସାର୍ଟିଫିକେଟ୍ ବାହାର କରିଥିଲା ।
ଏଭିତରେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ଭଳି ୫ଟି ରାଜ୍ୟର ବିଭିନ୍ନ ସହର ବୁଲି ନୟାନ୍ତ ହୋଇସାରିଥିଲେ ପରିବାର ଲୋକେ । ଶେଷରେ ଚଳିତବର୍ଷ ଏପ୍ରିଲରେ ଦିଲ୍ଲୀ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏବଂ ଆରମ୍ଭ ହୋଇଥିଲା ରିଭର୍ସ ଇନଭେଷ୍ଟିଗେସନ ବା ଓଲଟା ତଦନ୍ତ ।
ପ୍ରଥମେ ଫେକ୍ ସିମ୍ ଯୋଗାଇଥିବା ରାଜପାଲ ଓ ତା ପରେ ରବିନ ଧରାପଡ଼ିଲା। ରବିନଠୁ ସତ ଉଗାଳି ଶେଷରେ ସୁରେନ୍ଦ୍ର ରାଣାକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ନିଜ ଦୋଷ ସ୍ୱୀକାର ସହ ମୃତଦେହର ଠିକଣା ବତାଇବା ପରେ, ନାଳରୁ ମୋନିକାଙ୍କ ଦେହାବଶେଷ ଉଦ୍ଧାର କରାଯାଇଛି ।
]]>ସୂଚନା ଅନୁସାରେ, ଆଜି ସକାଳ ୬ଟା ୪୫ ମିନିଟ୍ ବେଳେ ଦିଲ୍ଲୀ ସାକେତ ପୁଷ୍ପ ବିହାରର ଅମୃତା ପବ୍ଲିକ୍ ସ୍କୁଲରେ ଏକ ବୋମା ବିସ୍ଫୋରଣ ହେବା ନେଇ ମେଲ୍ ଆସିଥିଲା । ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମେଲ ପାଇବା ପରେ ବିଦ୍ୟାଳୟରେ ଯାଞ୍ଚ କରାଯାଇଥିଲା । ସମସ୍ତ ଜାଗାରେ ତନତନ କରି ଖୋଜିଥିଲେ ଟିମ୍ । ହେଲେ ଯାଞ୍ଚ ସମୟରେ ପୋଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।
କେଉଁଠାରୁ ଏବଂ କାହା ଦ୍ୱାରା ଏହି ମେଲ୍ ଆସିଛି ତାହା ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଡିଫେନ୍ସ କଲୋନୀ ଏବଂ ଡିପିଏସ୍ ମଥୁରା ରୋଡରେ ରହିଥିବା ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ବୋମା ମାଡ଼ କରାଯିବା ନେଇ ଦୁଇଥର ସୂଚନା ମିଳିଥିଲା । ଏପ୍ରିଲ ୨୬ରେ, ଦିଲ୍ଲୀ ପବ୍ଲିକ ସ୍କୁଲକୁ ଇ-ମେଲ ମାଧ୍ୟମରେ ବୋମା ଧମକ ଦିଆଯାଥିବାବେଳେ ପୋଲିସ ଏହାର ତଦନ୍ତ କରିଥିଲା । ହେଲେ ବର୍ତ୍ତମାନ ବୋମାକୁ ନେଇ ଆସିଥିବା ଖବର ଅନୁସାରେ ବୋମାର କୌଣସି ସନ୍ଧାନ ମିଳିନାହିଁ ।
ସେହିପରି ଏପ୍ରିଲ ୧୨ ତାରିଖରେ ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ଅଧୀନରେ ଥିବା ସାଦିକ ନଗରରେ ଥିବା ସ୍କୁଲରେ ବୋମା ବିସ୍ଫୋରଣ ହେବାନେଇ ଖବର ଆସିଥିଲା । ବୋମା ବିସ୍ଫୋରଣର ଧମକ ଆସିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ କରାଯାଇଥିଲା । ସ୍କୁଲରୁ ପିଲାମାନଙ୍କୁ ନେଇଯିବାକୁ ପିଲାମାନଙ୍କ ପରିବାରକୁ ଖବର ଦିଆଯାଇଥିଲା । ହ୍ୱାଟସଆପ୍ ଜରିଆରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ଅଭିଭାବକଙ୍କୁ ଜଣାଇଥିବାବେଳେ ସ୍କୁଲ ବାହାରେ ଜନସମାଗମ ହୋଇଥିଲା ।
]]>ସୂଚନାନୁଯାୟୀ ଆମେରିକା ଏୟାରଲାଇନ୍ସର AA-292 ନଂ ଫ୍ଲାଇଟ୍ ଗତକାଲି ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ସେହି ଫ୍ଲାଇଟ୍ରେ ଆସୁଥିବା ଜଣେ ଭାରତୀୟ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା କୁହାଯାଉଛି । ଏନେଇ ପୀଡ଼ିତ ଯାତ୍ରୀ ଜଣକ ଫ୍ଲାଇଟ୍ର କ୍ର୍ୟୁ ମେମ୍ବରଙ୍କୁ ଜଣାଇ ଥିଲେ । ଏନେଇ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।
ବାସ୍ତବରେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଅନ୍ୟ ଏକ ଯାତ୍ରୀଙ୍କ ସହ ଯୁକ୍ତିତର୍କ କରି ତାଙ୍କ ଉପରେ ପରିସ୍ରା କରିଦେଇଥିଲେ । ପୀଡ଼ିତାଙ୍କ ବୟାନ ଅନୁଯାୟୀ ବିମାନ କର୍ତ୍ତୁପକ୍ଷ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଗିରଫ କରିଥିଲେ । ତାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।
ବିମାନ ଅବତରଣ ପୂର୍ବରୁ ଏ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ବିମାନ ଅବତରଣ ପରେ ପୋଲିସ୍ ତୁରନ୍ତ ଅଭିଯୁକ୍ତଙ୍କ ସମେତ ପୀଡ଼ିତଙ୍କୁ ବି ଥାନାକୁ ନେଇଥିଲା । ସେଠାରେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତ ବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଫ୍ଲାଇଟ୍ରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ ।
ଏହାପରେ ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରିଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବାରମ୍ବାର ବିମାନରେ ଏପରି ଘଟଣା ଘଟୁଥିବା ବେଳେ ଏହା ବନ୍ଦ ହେବା ନାଁ ଧରୁନି । ।
]]>ରଜତ ରାଥୋର୍ ନାମକ ଜଣେ ପୋଲିସ ଅଧିକାରୀ ସୁନ୍ଦର ଗୀତ ଗାଇ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି । ପ୍ରଫେସ୍ନାଲ ଗାୟକ ନ ହେଲେ ବି ତାଙ୍କ ଗୀତ ଶୁଣିଲେ ବାରି ହେବ ନାହିଁ ଯେ, ସେ ଗୀତ ଗାଇବା ପାଇଁ ତାଲିମ ନେଇ ନାହାନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ପେଜ୍ରେ ଅନେକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଉଭୟ ହିନ୍ଦୀ ଓ ଇଂରାଜୀରେ ଗୀତ ଗାଉଥିବାର ନଜର ଆସିଛନ୍ତି ।
ଏମିତି ତ ଅନେକ ଲୋକ ଗୀତ ଗାଇ ଭିଡିଓ ସୋୟାର କରିଥାନ୍ତି, କିନ୍ତୁ ରଜତଙ୍କ ଗୀତ ଥରେ ଶୁଣିଲେ ଆପଣ କହିବେ କି ସେ ଜଣେ ପ୍ଲେ ବ୍ୟାକ୍ ସିଙ୍ଗର୍ ବୋଲି । ସେ ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମଙ୍କ ‘ଆବାଦ୍ ବରବାଦ୍’ ଗୀତ ହେଉ କି ‘ତୁ ମେରା କୋଇ ନା’ ଗୀତ, ସବୁଠି ନିଜର ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ପୋଲିସ ବାବୁ ।
ରଜତଙ୍କ ପ୍ରତିଭାକୁ ଲକ୍ଷାଧିକ ଲୋକ ପସନ୍ଦ କରିବା ସହ ତାଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ଡ୍ୟୁଟି କରିବା ସହ ତାଙ୍କର ଏହି ନିଆରା ପ୍ରତିଭାକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ଲୋକେ କମେଣ୍ଟ କରିଛନ୍ତି ଯେ, "ଏହା ହେଉଛି ପ୍ରକୃତ ପ୍ରତିଭା । ସାଲ୍ୟୁଟ୍ ସାର୍ ... ଦେଶ ପାଇଁ ନିଷ୍ଠାପର ଭାବେ କାମ କରିବା ସମୟରେ ଆପଣଙ୍କର ଏହି ପ୍ରତିଭା ସମସ୍ତଙ୍କୁ ପ୍ରେରଣା ଯୋଗାଇବ...ଭଗବାନ ଆପଣଙ୍କ ସ୍ୱରରେ ବସିଛନ୍ତି’ ।
]]>
ଏହି ଭିଡିଓ ଦିଲ୍ଲୀର ନିହାଲ ବିହାର ଅଞ୍ଚଳ ନିକଟସ୍ଥ ଏକ ରାସ୍ତାର ବୋଲି ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଅପରାଧୀ ପିସ୍ତଲ ଦେଖାଇ ବାଇକ ଆରୋହୀଙ୍କୁ ଲୁଟିବାକୁ ଚେଷ୍ଟା କରୁଛି । ସେହି ସମୟରେ ଅନେକ ଲୋକ ଯିବାଆସିବା କରୁଥିଲେ ସୁଦ୍ଧା କେହି ବାଇକ୍ ଆରୋହୀଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ । ସେହି ସମୟରେ କେବଳ ଦିଲ୍ଲୀ ପୋଲିସର ମୁଖ୍ୟ କନଷ୍ଟେବଳ ମନୋଜ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ହେଡ କନଷ୍ଟେବଳଙ୍କୁ ଦେଖିବା ପରେ ଅପରାଧୀ ଭୟଭୀତ ହୋଇ ପଡ଼ିଥିଲେ । ଆଉ ଏହାର ସୁଯୋଗ ନେଇ ବାଇକ୍ ଆରୋହୀ ସେଠାରୁ ପଳାଇ ଯାଇଥିଲେ ।
Displaying indomitable courage, #DelhiPolice HC Devender nabbed a suspect M/Cycle rider, while the pillion rider carrying pistol was overpowered by HC Manoj & public.
— Delhi Police (@DelhiPolice) April 4, 2023
5 cases worked out. Country made pistol, 2 live rounds and M/Cycle recovered. One of them is murder accused. pic.twitter.com/d7aIsdY5nq
ସେପଟେ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କନେଷ୍ଟବଳ ମନୋଜଙ୍କ ଆଡକୁ ପିସ୍ତଲ ଦେଖାଇ ଗୁଳି ଚଳାଇବା ପାଇଁ ଧମକ ଦେଇଥିଲା । ହେଲେ ମନୋଜ ଡରି ନଯାଇ ଏକ ଇଟା ଉଠାଇ ତା ଆଡକୁ ଫିଙ୍ଗିଥିଲେ । ଏପରି ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା ଅଭିଯୁକ୍ତ । ତା’ପରେ ମନୋଜ ଦଉଡ଼ି ଯାଇ ତାକୁ ଧରି ପକାଇଥିଲେ । ସେତେବେଳକୁ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । ସମସ୍ତେ ମିଶି ଅପରାଧୀକୁ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଇଥିଲେ ।
ଦିଲ୍ଲୀ ପୋଲିସର ହରେନ୍ଦ୍ର ସିଂ କହିଛନ୍ତି, ଗିରଫ ହୋଇଥିବା ଅପରାଧୀଙ୍କ ନାମ ଧ୍ୟାନ ସିଂ (୨୬) ଏବଂ ନବନୀକ (୨୧)। ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଏକ ମୋଟରସାଇକେଲ୍ ଉଦ୍ଧାର କରାଯାଇଛି । ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଡକାୟତି ଭଳି ୫ ଟି ମାମଲା ରୁଜୁ ହୋଇଛି ।
]]>ପୂର୍ବରୁ ରାହୁଲ ଗାନ୍ଧୀ( Rahul Gandhi)ଙ୍କୁ ଭେଟିବା ପାଇଁ କଂଗ୍ରେସ ନେତା ପବନ ଖେଡ଼ା ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲେ । କିନ୍ତୁ ପୋଲିସ୍ ପ୍ରଥମେ ତାଙ୍କୁ ଭିତରକୁ ଯିବା ପାଇଁ ଅନମୁମତି ଦେଇନଥିଲେ । ତେବେ ପରେ ରାହୁଲଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଇଥିଲା । ପୋଲିସ୍ ବର୍ତ୍ତମାନ ରାହୁଲଙ୍କ ଘର ସାମ୍ନାରେ ବ୍ୟାରିକେଟ୍ ଲଗାଇ ଦେଇଛନ୍ତି । ସେପଟେ ପବନ ଖେଡ଼ା କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଡରାଇବା ପାଇଁ ଉଦ୍ୟମ ହେଉଛି । ସରକାରଙ୍କୁ କ’ଣ ଲାଗୁଛି, ଯେ ସେ ଡରିଯିବେ ? ପବନ ଖେଡ଼ାଙ୍କ ସହିତ ଶକ୍ତି ସିଂ ଗୋହିଲ ଓ ଅଶୋକ ଗେହଲୋଟ୍ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି । ତିନି କଂଗ୍ରେସ ନେତା ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଘର ଭିତରେ ହିଁ ଅଛନ୍ତି ।
ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଏକ ବୟାନ୍ ଦେଇଥିଲେ । ସେ କହିଥିଲେ ଆଜି ବି ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏଥିନେଇ ଦିଲ୍ଲୀ ପୋଲିସ୍ ୧୬ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇ ପ୍ରଶ୍ନ କରିଥିଲେ, କେଉଁ ମହିଳାଙ୍କ ସମ୍ପର୍କରେ ରାହୁଲ ଏପରି ବୟାନ୍ ଦେଇଛନ୍ତି । ରାହୁଲ ଗାନ୍ଧୀ ସେହି ମହିଳାଙ୍କ ନାଁ ପୋଲିସ୍ରେ ଦିଅନ୍ତୁ । ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ ରାହୁଲ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସକୁ ଉତ୍ତର ଦେଇନାହାଁନ୍ତି । ନୋଟିସ୍ର କୌଣସି ଉତ୍ତର ନମିଳିବା ପରେ ଆଜି ରାହୁଲଙ୍କ ବାସଭବନରେ ହାଜର ହୋଇଯାଇଛି ପୋଲିସ୍ ।
ସ୍ୱତନ୍ତ୍ର ସିପି (Law & Order) ସାଗରପ୍ରୀତ ହୁଡା କହିଛନ୍ତି, ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଆସିଛୁ । ଜାନୁଆରୀ ୩୦ରେ ଶ୍ରୀନଗରରେ ରାହୁଲ ଗାନ୍ଧୀ ଏକ ବୟାନ୍ ଦେଇଥିଲେ । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ମହିଳାଙ୍କୁ ଭେଟିଛନ୍ତି । ସେମାନେ ରାହୁଲ ଗାନ୍ଧୀଙ୍କୁ କହିଥବେ, ସେମାନେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ସେଥିପାଇଁ ଆମେ ରାହୁଲଙ୍କ ଠାରୁ ପୀଡ଼ିତାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ଆସିଛୁ, ଯଦ୍ୱାରା ସେମାନେ ନ୍ୟାୟ ପାଇପାରିବେ ।
ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ନୋଟିସ ଦେବା ପରେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ କହିଛି , ଆମେ ଆଇନ ଅନୁଯାୟୀ ଉପଯୁକ୍ତ ସମୟରେ ନୋଟିସର ଜବାବ ଦେବୁ । ସରକାର ଭୟଭୀତ ହୋଇ ଏପରି କରୁଥିବା କୁହାଯାଇଛି ।
]]>ଆଉ ବର୍ତ୍ତମାନ ସତୀଶ କୌଶିକଙ୍କ ମୃତ୍ୟୁ ନେଇ କାହାଣୀ ନୂଆମୋଡ଼ ନେଇଛି । ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ୱାମୀ ସତୀଶଙ୍କୁ ହତ୍ୟା କରିଛନ୍ତି ।
ଆଉ ଏହି ହତ୍ୟା ୧୫ କୋଟି ଟଙ୍କା ପାଇଁ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ସତୀଶ ୧୫ କୋଟି ଟଙ୍କା ଦେଇଥିଲେ । ସେହି ଟଙ୍କାକୁ ଫେରସ୍ତ ପାଇଁ ସତୀଶ ତାଙ୍କ ସ୍ୱାମୀକୁ କହିବାରୁ ଏପରି ଘଟଣା ଘଟିଛି । ସେ ଆହୁରି ମଧ୍ୟ ଅନେକ କଥା ଗୋଟି ଗୋଟି କରି କହିଛନ୍ତି । ତାଙ୍କ କହିବା ଅନୁସାରେ ମହିଳା ଜଣକ ୨୦୧୯ ମାର୍ଚ୍ଚ ୧୩ ତାରିଖରେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ।
ବିବାହ ପରେ ବ୍ୟବସାୟ ପାଇଁ କିଛି ଟଙ୍କାର ଆବଶ୍ୟକତା ପଡ଼ିଥିଲା । ଫଳରେ ମହିଳାଙ୍କ ସ୍ୱାମୀ ଦୁବାଇରେ ସତୀଶ କୌଶିକଙ୍କୁ ଭେଟିଥିଲେ । ଉଭୟଙ୍କ ସାକ୍ଷାତ ହେବା ପରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ୧୫ କୋଟି ଟଙ୍କା ବ୍ୟବସାୟରେ ଲଗାଇବା ପାଇଁ ମାଗିଥିଲେ । ପରେ ସତୀଶ କୌଶିକ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ । କିଛି ବର୍ଷ ଯିବା ପରେ ତାଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ସତୀଶ କୌଶିକ ।
ହେଲେ ତାଙ୍କ ସ୍ୱାମୀ ଟଙ୍କା ଫେରାଇବାକୁ ଚାହୁଁନଥିଲେ । ତେଣୁ ସତୀଶ କୌଶିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ଖାଲି ସେତିକି ନୁହେଁ, ମହିଳା ଜଣକ ପୋଲିସ ଆଗରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ମେଡିସିନ ଦେଇ ହତ୍ୟା କରିଥିବା କହିଛନ୍ତି । ପୂର୍ବରୁ ଜଣେ ପୋଲିସ ଅଧିକାରୀ ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ପାଇଥିଲେ । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ଆଉ ବର୍ତ୍ତମାନ ମହିଳାଙ୍କର ଏପରି ଅଭିଯୋଗ ସତୀଶ କୌଶିକଙ୍କ ମୃତ୍ୟୁରେ ଆହୁରି ଟ୍ୱିଷ୍ଟ ଆଣିଛି ।
ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ ଚଳାଛି । ପୋଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଫାର୍ମ ହାଉସରେ କାମ କରୁଥିବା ୨୫ଜଣଙ୍କୁ ପୋଲିସ ଡକାଇ ପଚରାଉଚରା କରିବ ।
]]>କଥା ଏତିକିରେ ସରିନି, ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ସାହିଲ ଆଉ ଜଣେ ଯୁବତୀଙ୍କୁ ବେଦୀରେ ବସି ବିବାହ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେଣେ ମହାରାଷ୍ଟ୍ରରେ ବି ଜଣେ ଯୁବତୀଙ୍କୁ ମାରି ବେଡ୍ ବକ୍ସରେ ଲୁଚାଇ ଦେଇଥିବା ଲିଭ୍ଇନ୍ ପାର୍ଟନର ଧରାପଡ଼ିଛି ।
ଲଭ୍ ଓ ଲିଭ୍ଇନ ପରେ, ପୁଣି ସୈତାନ ସାଜିଲା ପ୍ରେମିକ । ଭାଲେଣ୍ଟାଇନ୍ସ ଡେ'ରେ ସାମ୍ନାକୁ ଆସିଲା, ଦିଲ୍ଲୀ ଫ୍ରିଜ୍ ହରର୍- ପାର୍ଟ ଟୁ । ରାତିରେ ପ୍ରେମିକାକୁ ମାରି, ପରଦିନ ଆଉ ଜଣଙ୍କୁ ବାହା ହେଲା ହତ୍ୟାକାରୀ ।
ଭାଲେଣ୍ଟାଇନ୍ସ ଡେ' ଦିନ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି ପୋଲିସ । ତାଙ୍କ ନାଁ ନିକ୍କି ଯାଦବ। ତଦନ୍ତରୁ ଜଣାପଡ଼ିଛି, ନିକ୍କିଙ୍କ ବୟଫ୍ରେଣ୍ଡ୍ ତଥା ଢାବା ମାଲିକ ସାହିଲ ଗେହଲଟ୍ ହିଁ ଘଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଜାଣିବାକୁ ପାଇଛି ଯେ, ଫେବୃଆରୀ ୯-୧୦ ରାତିରେ କାର୍ ଭିତରେ ନିକ୍କିଙ୍କୁ ହତ୍ୟା କରିଛି ସାହିଲ ।
ତାପୁଣି ମୋବାଇଲ୍ ଫୋନ୍ ଡାଟା କେବୁଲ ବ୍ୟବହାର କରି । ହତ୍ୟାକାଣ୍ଡର ୪ ଦିନ ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ନିକ୍କିଙ୍କ ମୋବାଇଲ୍ ଫୋନକୁ ଟ୍ରାକ୍ କରି ଢାବା ଫ୍ରିଜ୍ ଭିତରୁ ତାଙ୍କ ମୃତଦେହ ଜବତ କରିଛି । ଏଥିସହ ସାହିଲକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି । ସାହିଲ ସବୁସତ ମାନିଯାଇଥିବା ସୂଚନା ମିଳିଛି । ଢାବାକୁ ସିଲ୍ କରାଯିବା ସହିତ, ହତ୍ୟାକାଣ୍ଡ ଘଟିଥିବା ଭର୍ନା କାର୍ ବି ଜବତ ହୋଇଛି। ତେଣେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ନିକ୍କିଙ୍କ ଭଡ଼ଘରର ଏକାଧିକ ସିସିଟିଭି ଫୁଟେଜ୍ ।
ସୂଚନା ଅନୁସାରେ, ହରିୟାଣା ଝଜ୍ଜରର ୨୩ ବର୍ଷୀୟା ନିକ୍କି ଯାଦବ ଏବଂ ଦିଲ୍ଲୀ ନଜଫଗଡ଼ର ୨୬ ବର୍ଷୀୟ ଫାର୍ମା ଗ୍ରାଜୁଏଟ୍ ସାହିଲ ଗେହଲଟ ଲିଭ୍ଇନରେ ରହୁଥିଲେ । ଏସବୁ ସତ୍ତ୍ୱେ ପରିବାରର ଚାପରେ ଆଉ ଜଣେ ଝିଅକୁ ବାହା ହେବାକୁ ରାଜି ହୋଇଥିଲେ ସାହିଲ । ଫେବୃଆରୀ ୯ରେ ନିର୍ବନ୍ଧ ବି ସରିଥିଲା । ହେଲେ ୧୦ରେ ବିବାହ ପୂର୍ବରୁ ଏକଥା ନିକ୍କି ଜାଣିପାରିବାରୁ ସାହିଲଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା ।
ସାହିଲ ଏକଥା ଅସ୍ୱୀକାର କରିବା ସହିତ, ନିକ୍କିଙ୍କୁ କାରରେ ଧରି ବୁଲିବାକୁ ବାହାରିଥିଲା । କାଶ୍ମିର ଗେଟ୍ ବସ୍ ଟର୍ମିନାଲ ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଢ଼ିବାରୁ, ସେହି କାର୍ ଭିତରେ ହିଁ ମୋବାଇଲ ଡାଟା କେବୁଲରେ ତଣ୍ଟିଚିପି ନିକ୍କିକୁ ହତ୍ୟା କରିଥିଲା ସାହିଲ । ଏହାପରେ କଣ କରିବ ସ୍ଥିର କରିନପାରି, ଦିଲ୍ଲୀ ସଡ଼କରେ ପ୍ରାୟ ୪୦ କିଲୋମିଟର ବୁଲିଥିଲା ।
ସେତେବେଳେ ସାହିଲ ଗାଡ଼ି ଚଳାଉଥିଲା, ଆଉ ଆଗ ସିଟରେ ଥିଲା ନିକ୍କିର ଲାଶ୍ । ଏହାପରେ ନଜଫଗଡ଼ରେ ବନ୍ଦ ଥିବା ନିଜର ଢାବାକୁ ନେଇ ସେଠାରେ ଅଚଳ ପଡ଼ିଥିବା ଏକ ଫ୍ରିଜ ଭିତରେ ତାକୁ ଲୁଚାଇ ଦେଇଥିଲା । ରାତିରେ ଘରକୁ ଫେରିଆସି, ତା ପରଦିନ ବେଦୀରେ ଧରିଥିଲା ଆଉ ଜଣେ ଝିଅଙ୍କ ହାତ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ, ସାହିଲକୁ ଫାଶିଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି ନିକ୍କିଙ୍କ ପରିବାର।
ତେଣେ ମହାରାଷ୍ଟ୍ର ପାଲ୍ଘରରେ ଘଟିଛି ଆଉ ଏକ ଚାଞ୍ଚଲ୍ୟକର ଘଟଣା । ପ୍ରେମିକାକୁ ହତ୍ୟା କରି ବେଡ୍ ବକ୍ସ ଭିତରେ ଲୁଚାଇ ଦେଇଥିଲା ଲିଭ୍ଇନ୍ ପାର୍ଟନର । ୩୭ ବର୍ଷୀୟା ମେଘା ଜଣେ ନର୍ସ ଏବଂ ସେ ୬ ମାସ ହେଲା ୨୭ ବର୍ଷୀୟ ହାର୍ଦ୍ଦିକ ଶାହ ସହିତ ଭଡ଼ାଘରେ ଏକାଠି ରହୁଥିଲେ ।
ହାର୍ଦ୍ଦିକର କୌଣସି ରୋଜଗାର ନଥିବାରୁ ମେଘା ଏକାକୀ ଘରଖର୍ଚ୍ଚ ଉଠାଉଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ଯାହାର ପରିଣତି, ମେଘାଙ୍କ ଗଳିତ ମୃତଦେହ ପଲଙ୍କର ବାକ୍ସରୁ ମିଳିଥିବା ବେଳେ, ହାର୍ଦ୍ଦିକ ଟ୍ରେନରେ ଖସି ପଳାଉଥିବା ବେଳେ ମଧ୍ୟପ୍ରଦେଶରୁ ଗିରଫ ହୋଇଛି ।
]]>
୨ ଜଣ ଖଲିସ୍ତାନ ସମର୍ଥକଙ୍କ ଫଟୋ ବିକ୍ରମ ସିଂ ଓ ବଳରାମ ସିଂ । ଦିଲ୍ଲୀରେ ରହି ଗାଡ଼ି ଚଳାଉଥିବା ଏହି ୨ ଜଣ ଅଭିଯୁକ୍ତ ଜାନୁଆରୀ ୧୮-୧୯ ମଧ୍ୟରାତ୍ରରେ ସାଧାରଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ପଶ୍ଚିମ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଥିଲେ ଓ ପୋଷ୍ଟର ଲଗାଇଥିଲେ । ସେଥିରେ ଗୁରୁମୁଖୀ ଓ ଇଂରାଜୀ ଭାଷାରେ ଲେଖାଥିଲା SFJ, ଖଲିସ୍ତାନ ଜିନ୍ଦାବାଦ, ରେଫରେଣ୍ଡମ୍ ୨୦୨୦, ଭୋଟ୍ ଫର୍ ଖଲିସ୍ତାନ ଆଦି ବିଚ୍ଛିନ୍ନତାବାଦୀ ସ୍ଲୋଗାନ୍ ।
ବିକାଶପୁରୀ, ଜନକପୁରୀ, ପଶ୍ଚିମ ବିହାର, ପୀରାଗଡ଼ି ଓ ମୀରାବାଗ ଆଦି ୧୦ଟି ସ୍ଥାନରେ ଦେଶ ବିରୋଧୀ ସ୍ଲୋଗାନ୍ ଲେଖାଯାଇଥିବା ଠାବ ହେବା ପରେ, ପୋଲିସ ପ୍ରାୟ ଶହେଟି ସିସିଟିଭି କ୍ୟାମେରାର ଭିଡିଓ ଫୁଟେଜ୍ ଯାଞ୍ଚ କରିଥିଲା । ଏହାପରେ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ସେମାନଙ୍କ ଠାରୁ ବାଇକ୍ ଓ ମୋବାଇଲ୍ ଫୋନ୍ ସହିତ ୬ଟି ବିଭିନ୍ନ ରଙ୍ଗର ସ୍ପ୍ରେ ପେଣ୍ଟ୍ ବୋତଲ୍ ଜବତ ହୋଇଛି । ସେମାନେ ୨ ଲକ୍ଷ ଟଙ୍କାର ପ୍ରଲୋଭନରେ ଶିଖ୍ସ୍ ଫର୍ ଜଷ୍ଟିସ୍ ବା SFJ ନାମକ ଏକ ପ୍ରତିବନ୍ଧିତ ବିଚ୍ଛିନ୍ନତାବାଦୀ ସଂଗଠନ ପାଇଁ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି । ତେବେ ରୋଚକ କଥା ହେଉଛି, ସେମାନଙ୍କୁ ମିଳିଛି ମାତ୍ର ୨ ହଜାର ଟଙ୍କା ... ।
କ୍ୟାପିଟାଲ୍ ସିଟିର କାନ୍ଥରେ ଦେଶ ବିରୋଧୀ ବାର୍ତ୍ତା ଲେଖାଯିବା କିଛି ସାଧାରଣ କଥା ନୁହେଁ । ଏହା ପଛରେ ରହିଛି ବିରାଟ ଚକ୍ରାନ୍ତ । ଭାରତରେ ଉପସ୍ଥିତି ଜାହିର କରିବାକୁ ବିଦେଶରୁ ଏଭଳି ଚାଲ୍ ଖେଳିଥିଲା ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ ବା SFJର ମୁଖ୍ୟ ଗୁରପତ୍ଓ୍ୱନ୍ତ ସିଂ ପନ୍ନୁ । ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୟୁଏପିଏ ଆଇନରେ ବ୍ୟାନ୍ ଘୋଷିତ ହୋଇଛି । ଏହି ସଂଗଠନ ଖଲିସ୍ତାନ ଆନ୍ଦୋଳନ ନାଁରେ ଭାରତର ସ୍ୱାଧୀନତା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ।
ଏବେ ଆମେରିକା, କାନାଡ଼ା ଓ ବ୍ରିଟେନ୍ ଆଦି ଦେଶରୁ କିଛି କଟ୍ଟରପନ୍ଥୀ ଶିଖଙ୍କ ଦ୍ୱାରା ପରିଚାଳିତ ହେଉଛି SFJ । ତେବେ ସେମାନେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏଭଳି ଚକ୍ରାନ୍ତ କରିଥିବା ଜଣାପଡ଼ିଛି । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଏବଂ ଦେଶ ବିରୋଧୀ କଥା ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା ନିଜେ ପନ୍ନୁ ।
ଏଥିସହ ଲେଖିବା ବା ପୋଷ୍ଟର୍ ମାରିବା ବେଳର ଭିଡିଓ ରେକର୍ଡ କରିବାକୁ କହିଥିଲା । ଅଭିଯୁକ୍ତମାନେ ଭିଡିଓ ସୁଟ୍ କରି ପନ୍ନୁକୁ ପଠାଇବା ପରେ ସେ ୟୁଟୁ୍ୟବରେ ଏହାକୁ ପ୍ରସାରଣ କରିଥିଲା ଏବଂ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଖଲିସ୍ତାନୀ ପତାକା ଉଡ଼ାଇବ ବୋଲି ଧମକ ଦେଇଥିଲା ... ।
]]>ହେଲେ ସେ ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ । ଏମିତିକି ଚୋରର ବାଇକ୍ରେ ମଧ୍ୟ ଧକ୍କା ହୋଇଥିଲା । ତାଙ୍କ ଗାଡ଼ି ତଳେ ପଡ଼ିବା ଫଳରେ ଭାଙ୍ଗିଥିବା ମଧ୍ୟ ଜଣାପଡ଼ିଛି । ସିସିଟିଭିରେ କଏଦ୍ ହୋଇଥିବା ଏହି ସମୟର ଭିଡିଓ ଦେଖିଲେ ଯେତିକି କୌତୁହଳ ଲାଗୁଛି, ସେତିକି ପୋଲିସ ବାବୁଙ୍କ ସାହସିକତା ଦେଖି ଗର୍ବ ମଧ୍ୟ ଲାଗୁଛି ।
ତେବେ ଏହି ଚୋରକୁ ଗିରଫ କରିଛି ପୋଲିସ । ଗିରଫ କରିବା ପରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପ୍ରାୟ ୧୧ଟି ପେଣ୍ଡିଂ କେସ୍ର ତଥ୍ୟ ଏହି ଚୋରଠୁ ଓଗାଳିଛି ପୋଲିସ । ଖୁବ୍ଶୀଘ୍ର ଏହି ୧୧ଟି ପେଣ୍ଡିଂ କେସ୍ ସାମାଧାନ ହେବ ବୋଲି ପୋଲିସ କହିଛି । ତେବେ କନଷ୍ଟେବଲଙ୍କ ଏଭଳି ସାହସିକତା ପାଇଁ ଜଣେ ମହିଳା ତାଙ୍କ ସୁନାର ହାର ତୁରନ୍ତ ଫେରିପାଇଛନ୍ତି । ପୋଲିସ ପକ୍ଷରୂ ଏନେଇ ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି ।
ଖାଲି ସେତିକି ନୁହେଁ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଘଟଣାର ଭିଡିଓ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପୋଷ୍ଟ କରାଯାଇଛି । ପୋଲିସ ଏହି ଭିଡିଓ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏମିତି ଉକ୍ତ ପୋଲିସ କନଷ୍ଟେବଲଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଛନ୍ତି । ଏହି କନ୍ଷ୍ଟେବଲଙ୍କ ନାଁ ସତ୍ୟେନ୍ଦ୍ର ବୋଲି ଜଣାପଡ଼ିଛି ।
]]>अपनी जान की परवाह किए बगैर शाहबाद डेरी थाने के कांस्टेबल सत्येंद्र ने एक स्नैचर को गिरफ्तार किया।
— Delhi Police (@DelhiPolice) November 24, 2022
इस स्नैचर की गिरफ्तारी से 11 मामले सुलझाए गए।
विधिक कार्यवाही जारी है।@dcp_outernorth#HeroesOfDelhiPolice pic.twitter.com/PceBbYpdYQ
ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କାର୍ର ପଛ ସିଟରେ ସିଟ୍ ବେଲ୍ଟ ପିନ୍ଧିବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନିୟମ ବିଷୟରେ ଅବଗତ କରାଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯେଉଁଥିରେ ଟ୍ରାଫିକ ପୋଲିସମାନେ ହାତରେ ପ୍ଲାକାର୍ଡ ଧରି ରାସ୍ତା ମଝିରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଏହି ନିୟମ ନମାନିଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ।
ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି। ଏଥିପାଇଁ ସର୍ବନିମ୍ନ ୧,୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ।
ଫାଇନ୍ ଆଦାୟ ନୁହେଁ, ବରଂ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଦିଲ୍ଲୀ ପୋଲିସ । ହାତରେ ପ୍ଲାକାର୍ଡ ଧରି ରୋଡ୍ ମଝିରେ ସଚେତନତାର ବାର୍ତ୍ତା ଦେଉଛନ୍ତି । ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦%କୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ହାଇୱେ ପୋଲିସ୍ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୫୯,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦,୦୦୦ ଗୁରୁତର ଆହତ ହୋଇଛନ୍ତି।
]]>ସୂଚନା ଅନୁସାରେ, ସୁପ୍ରିମକୋର୍ଟର ଓକିଲ ଭିନୀତ ଜିନ୍ଦଲ ପ୍ରଫେସର୍ ରତନ ଲାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ, ମସଜିଦରେ ଶିବଲିଙ୍ଗଙ୍କ ସନ୍ଧାନକୁ ନେଇ ରତନ ଲାଲ ଏକ ଅପମାନଜନକ ତଥା ଉତ୍ତେଜନାମୂଳକ ଟ୍ୱିଟ୍ କରିଛନ୍ତି। ଏହି ଟ୍ୱିଟ୍ ମାଧ୍ୟମରେ ସେ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।
ଆଡଭୋକେଟ୍ ଭିନେଟ୍ ଜିନ୍ଦଲ ଆହୁରି ମଧ୍ୟ କହିଛନ୍ତି, ଗୋଟିଏପଟେ ଜ୍ଞାନବାପି ମସ୍ଜିଦ୍ ବିବାଦ ମାମଲାକୁ ନେଇ କୋର୍ଟରେ କେସ୍ ଲାଗିରହିଥିବା ବେଳେ ପ୍ରଫେସର ରତନ ଲାଲ ଜ୍ଞାନବାପି ମସ୍ଜିଦ୍ ମାମଲାକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇ ଆଇନର ପରିହାସ କରିଛନ୍ତି । ତାଙ୍କର ଏହି ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ପ୍ରଫେସରଙ୍କ ବିରୋଧରେ ଆଇପିସିର ଧାରା ୧୫୩ ଏ ୨୯୫ ଏ ଅନୁଯାୟୀ ମାମଲା ରୁଜୁ କରି ପ୍ରଫେସରଙ୍କୁ ଗିରଫ କରିଛି ।
ଗିରଫ ପୂର୍ବରୁ ପ୍ରଫେସର ରତନ ଲାଲ ତାଙ୍କ ପଦବୀକୁ ରକ୍ଷା କରି ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ' ଭାରତରେ କିଛି ବି କହିଲେ, କାହାର ମଧ୍ୟ ଭାବନାକୁ କ୍ଷତି ପହଞ୍ଚିପାରିବ। ତେଣୁ ଏହା କୌଣସି ନୂଆ ନୁହେଁ । ମୁଁ ଅନେକ ପର୍ଯ୍ୟବେକ୍ଷଣ କରିଛି । ଯଦିଓ ମୁଁ ଏହି ବିଷୟରେ ଲେଖିଥିଲି ହେଲେ ମୁଁ ମୋର ପୋଷ୍ଟରେ ସଂଯମତା ସହ ଭାଷା ବ୍ୟବହାର କରିଛି ତେଣୁ ବର୍ତ୍ତମାନ ମଧ୍ୟ ମୁଁ ନିଜକୁ ସୁରକ୍ଷା ପ୍ରଦାନ କରିବି ।’
ମାମଲାରେ ଓକିଲ ଅଭିଯୋଗ କରିଛନ୍ତି ଯେ, ରତନ ଲାଲ ଜ୍ଞାନବାପି ପରିସରରେ ମିଳିଥିବା ଶିବଲିଙ୍ଗ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଶିବଲିଙ୍ଗଙ୍କୁ ସୁନ୍ନତ ସହିତ ଯୋଡି ରତନ ଲାଲ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମର ଦେବତାମାନଙ୍କର ପରିହାସ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଟ୍ୱିଟକୁ ନେଇ ରତନଙ୍କ ଗିରଫ ଦାବି ହୋଇଆସୁଥିଲା। ଯାହା ପରେ ଏବେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।
ତେବେ ଏହା ପୂର୍ବରୁ ମଧ୍ୟ ରତନ ଲାଲ ଅନେକ ଥର ବିବାଦ ଘେରରେ ରହିଥିଲେ ।
]]>ଗତ ଶନିବାର ହିଂସାକାଣ୍ଡ ପରଠାରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ନିୟମିତ ଭାବେ କରାଯାଉଛି । ହିଂସା ଘଟଣାର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି । ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସ୍ଜିଦ ଅଞ୍ଚଳରେ ପୋଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।
#WATCH Delhi Police uses drones for security surveillance near Jama Masjid to ensure law and order in the area. pic.twitter.com/nJJLC7NF8d
— ANI (@ANI) April 19, 2022
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନରଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ।
ସେପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷେ, ଜାହାଙ୍ଗିରପୁରୀ ଅଞ୍ଚଳରେ ଆଜିଠୁ ଦୁଇ ଦିନ ଧରି ସରକାରୀ ଜମିରେ ଥିବା ବେଆଇନ ନିର୍ମାଣ ହଟାଯିବାକୁ ଯୋଜନା ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନର୍ଥ ଦିଲ୍ଲୀ ମେୟର ଦାବି କରିଛନ୍ତି ।
]]>ହନୁମାନ ଜୟନ୍ତୀ ଉପରେ ନିଆଯାଇଥିବା ଶୋଭାଯାତ୍ରାରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗରେ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି ଯେ, ହିଂସାତ୍ମକ ସଂଘର୍ଷରେ ଜଡିତ ଥିବା ଲୋକଙ୍କୁ କୌଣସି ପ୍ରକାରରେ ମଧ୍ୟ ରକ୍ଷା କରାଯିବ ନାହିଁ ।
ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ବି ହୋଇଥିଲା । ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଥିବାର ଜଣାପଡିଥିଲା । ଏମିତିକି ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ମଧ୍ୟ ଯାଇଥିଲା ।
]]>ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି । ଯେପରି କୌଣସି ଅପ୍ରିତିକର ସ୍ଥିତି ଉପୁଜିବ ନାହିଁ ସେନେଇ କଡ଼ା ନଜର ରଖାଯାଇଛି । ଦୁଇ ଦିନ ତଳେ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ହୋଇଥିଲା ।
ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଛନ୍ତି । ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ କମିଶନରଙ୍କ ସହ କଥା ହୋଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।
]]>ଆତଙ୍କବାଦ ନିରୋଧୀ ପଦକ୍ଷେପ ଗୁଡିକୁ ବିଶେଷ କରି ଗ୍ରହଣ କରାଯାଇଥିବା କଥା କହିଛନ୍ତି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ପକ୍ଷରୁ ୨୫ ହଜାରରୁ ଅଧିକ ଅଧିକାରୀ ଓ ଯବାନଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସେହିପରି ୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଯେଭଳି କେହି ସମାରୋହରେ ବ୍ୟାଘାତ ସୃଷ୍ଟି କରି ନ ପାରିବେ ସେଥିଲାଗି ସ୍ୱତନ୍ତ୍ର ଟିମ୍କୁ ମୁତୟନ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।
ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାଧାରଣତନ୍ତ୍ର ଦିବସ ସମାରୋହକୁ ଏଭଳି ଆଡ଼ମ୍ବର ସହକାରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ବେସ୍ ଜୋରସୋର୍ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍ର ବିନାଶ ଫର୍ମେସନ୍ । ପଞ୍ଚମ ରାଫେଲ୍ ବିମାନ ୨ଟି ଜାଗୁଆର୍, ୨ଟି ମିଗ୍-29 ଓ ୨ଟି ସୁଖୋଇ-MKI ସହ ବାଜ୍ ଫର୍ମେସନ୍ କରିବାକୁ ଥିବା ବେଳେ, ସପ୍ତମ ରାଫେଲ୍ ଏକାକି ବିଜୟ ଫର୍ମେସନରେ ଉଡ଼ିବ ।
ଧ୍ରୁବ, MI-17, ଚିନୁକ୍, ଆପାଚେ ହେଲିକପ୍ଟର, C-130J ସୁପର୍ ହର୍କୁଲିସ୍, ଡାକୋଟା, ଡୋନିୟର୍-228 ଆଦି ଉଡ଼ାଣ ପରେ, ଫ୍ଲାଏପାଷ୍ଟର ଅନ୍ତିମ ଚରଣରେ ୧୭ଟି ଜାଗୁଆର୍ ଦେଖାଇ ଅମ୍ରିତ୍ ଫର୍ମେସନ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାୟୁସେନାର ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିବାକୁ ଥିବା ବେଳେ, ଆକାଶରେ ଟାଙ୍ଗାଇଲ୍ ଓ ମେଘ୍ନା ଫର୍ମେସନ୍ ପ୍ରଦର୍ଶିତ ହେବ ।
କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଚଳିତବର୍ଷ ସାଧାରଣଦିବସ ସମାରୋହରେ କେନ୍ଦ୍ରୀୟ ଏସୀୟ ଦେଶର କୌଣସି ମୁଖ୍ୟ ଅତିଥି ଯୋଗ ଦେବେ ନାହିଁ । ଏବର୍ଷ ଆମନ୍ତ୍ରିତ ଅତିଥିଙ୍କ ତାଲିକାରେ ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ, କରୋନା ସମ୍ମୁଖ ଯୋଦ୍ଧା, ଅଟୋ ରିକ୍ସା ଚାଳକଙ୍କ ନାଁ ଥିବା ସୂଚନା ମିଳିଛି । ସାଧାରଣତନ୍ତ୍ର ଦିବସ ସମାରୋହ ନିମନ୍ତ୍ରଣ ପତ୍ରରେ ଔଷଧୀୟ ବୃକ୍ଷର ମଞ୍ଜି ରହିଛି, ଯାହାକି ମାଟିରେ ପୋତିଲେ ସେଥିରୁ ଗଛ ଉଠିବ ।
କୋଭିଡ୍ ଦୃଷ୍ଟିରୁ ଏଥିସହ ଦର୍ଶକ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ଗତବର୍ଷ ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ, ଏବର୍ଷ ଏହି ସଂଖ୍ୟା ୫ ହଜାରରୁ ୮ ହଜାର ଲୋକ ଉପସ୍ଥିତ ରହିବେ । ସୁଭାଷଚନ୍ଦ୍ର ବୋଷଙ୍କ ସମ୍ମାନରେ ଚଳିତବର୍ଷର ସମାରୋହ ଜାନୁଆରୀ ୨୪ ପରିବର୍ତ୍ତେ ୨୩ ତାରିଖରୁ ଅରମ୍ଭ ହେବ । ଏଥିସହ ଜାନୁଆରୀ ୨୬ରେ ପରେଡ୍ ଗତ ୭୫ ବର୍ଷର ପରଂପରା ଭଙ୍ଗ କରି ୩୦ ମିନିଟ୍ ବିଳମ୍ବରେ ଆରମ୍ଭ ହେବ ।
ପ୍ରଥମେ ଜାମ୍ମୁ ଓ କାଶ୍ମୀରରେ ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାକୁ କାଯର୍ୟକ୍ରମ ଥିବାରୁ, ପରେଡ୍ ଦିନ ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟାରେ ଆରମ୍ଭ ହେବ । ପ୍ରତିବର୍ଷ ଭଳି ୯୦ ମିନିଟ୍ ଧରି ପରେଡ୍ ଚାଲିବ । ରାଜପଥରେ ୬୦୦ ଯୁବ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ବିଟିଂ ଦ ରିଟ୍ରିଟ୍ ବେଳେ ଆଇଆଇଟି ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ହଜାରେ ଡ୍ରୋନ୍କୁ ନେଇ ଡ୍ରୋନ୍ ସୋ ପ୍ରଦର୍ଶନ କରିବେ । ଚୀନ୍, ରୁଷ, ବ୍ରିଟେନ୍ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଡ୍ରୋନ୍ ସୋ ଦେଖିବାକୁ ମିଳିବ ।
DELHI_COAST_GURAD_PARADE_AVO_BE
]]>ସେ ଆହୁରି କହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଆମକୁ ଅନେକ ଥର ବିଶ୍ୱ ଦରବାରରେ ଗର୍ବିତ କରିଛି । ଏଥର ପରାଜୟକୁ ନେଇ ଏତେ ବ୍ୟତିବ୍ୟସ୍ତ କାହିଁକି ?
ଏହି ଘଟଣାରେ ଦିଲ୍ଲୀ ପୋଲିସକୁ କୈଫିୟତ ମାଗିବା ସହ କାହାକୁ ଏଥିପାଇଁ ଗିରଫ କରିଛ ବୋଲି ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ । ସେ ଆହୁରି କହିଛନ୍ତି ଯଦି ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ ତେବେ ପୋଲିସ ପକ୍ଷରୁ କ’ଣ ଆକ୍ସନ ନିଆଯାଇଛି ସେନେଇ ରିପୋର୍ଟ ଦିଅ । ଆସନ୍ତା ନଭେମ୍ବର ୮ ତାରିଖ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବା ପାଇଁ ଦିଲ୍ଲୀ ପୋଲିସକୁ ଡେଡ୍ଲାଇନ୍ ଦେଇଛନ୍ତି ମହିଳା କମିଶନ ।
ସୂଚନାଯୋଗ୍ୟ, ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଲଗାତର ଭାବେ ଦୁଇଟି ମ୍ୟାଚ୍ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର୍ ଚର୍ଚ୍ଚା ଚାଲିଛି । କାରଣ ବିଶ୍ୱକପ୍ରେ କେବେ ବି ପାକିସ୍ତାନ ଠାରୁ ହାରିନଥିଲା ଭାରତ । କିନ୍ତୁ ଏଥର ବିରାଟ ବାହିନୀ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଆଉ ଏଥିପାଇଁ କ୍ୟାପ୍ଟେନ୍ ବିରାଟ୍ କୋହଲିଙ୍କୁ ହିଁ ଦାୟୀ କରାଯାଉଛି । ଖାଲି ପାକିସ୍ତାନଠାରୁ ନୁହେଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ପରାସ୍ତ ହୋଇଛି । ତେବେ ଭାରତର ସବୁ ଖେଳାଳି ଭଲ ଫର୍ମରେ ଥିବା ବେଳେ କାହିଁକି ଏଭଳି ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ଆଉ ଏଥିପାଇଁ ଅନେକ ବିରାଟ୍ କୋହଲିଙ୍କୁ ହିଁ ଦାୟୀ କରୁଛନ୍ତି ।
#NewsAlert | Delhi Commission for Women takes suo moto cognizance on media reports of threats given to the family of Indian cricket captain Virat Kohli. pic.twitter.com/YV9Mk58XTW
— NDTV (@ndtv) November 2, 2021
ପାକିସ୍ତାନଠାରୁ ପରାଜିତ ହେବା ପରେ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆ ୟୁଜର୍ସ ନାନା ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏମିତିକି ଜଣେ ୟୁଜର ବିରୁଷ୍କାଙ୍କ ୯ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିବ ବୋଲି ଧମକ ଦେଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି । ଅନ୍ୟପଟେ ଏହି ପରାଜୟ ପରେ ମହମ୍ମଦ ସାମୀଙ୍କୁ ମଧ୍ୟ ଧର୍ମକୁ ଆଧାର କରି ନାନା ସମାଲୋଚନା କରାଯାଇଛି ।
]]>]]>
ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି । ପ୍ରୀତମ ସିମ୍ କାର୍ଡ ବିକ୍ରି କରି ଠକମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି । ସେପଟେ ଓଡିଶାରେ ଅନଲାଇନ୍ ଠକେଇରେ ପ୍ରୀତକର ସମ୍ପୃକ୍ତିକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍ ।
ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ବରୀରେ ପହଞ୍ଚିଥିଲା । ଗତ ରାତିରେ ପ୍ରିତମଙ୍କୁ ତାଙ୍କ ବରୀ ସ୍ଥିତ ବାସଭବନରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଆଜି ଠକ ପ୍ରିତମଙ୍କୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀକୁ ଟ୍ରାନଜିଟ୍ ରିମାଣ୍ଡରେ ନେଇପାରେ ବୋଲି ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ପ୍ରୀତମ ହଠାତ ଟଙ୍କାପଇସା ବଢ଼ିଯିବାରୁ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । ସେ କିଛି ବେଆଇନ କାର୍ଯ୍ୟରେ ଲିପ୍ତ ଥାଇପାରନ୍ତି ବୋଲି ସନ୍ଦେହ । ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ପଚରାଉଚରା ପରେ ପ୍ରୀତମଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ପୋଲିସ କହିଛି।
]]>ତେବେ ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। କୃଷକ ନେତା ଶିବ କୁମାର କାକା କହିଥିଲେ ଏହାସହ ସେମାନଙ୍କ ଆଧାର କାର୍ଡ ଚେକ୍ କରାଯାଇଥିଲା। ତେବେ ଜନ୍ତରମନ୍ତରରେ ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।
କୃଷି ଆଇନ ବିରୋଧରେ ଏନଡିଏର ପୂର୍ବତନ ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ପକ୍ଷରୁ ସଂସଦ ଭବନ ଆଗରେ ବିକ୍ଷୋଭ କରାଯାଇଥିଲା। ମୋଦି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌରଙ୍କ ନେତୃତ୍ୱରେ ସାଂସଦମାନେ ଆନ୍ଦୋଳନ କରିଥିଲେ।
ସଂସଦର ଶୀତ ଅଧିବେଶନ ଚାଲିଥିବାବେଳେ କୃଷି ଆଇନକୁ ବିରୋଧ କରି ସଂସଦ ବାହାରେ ଶିରମୋଣି ଅକାଳୀ ଦଳ ସାଂସଦଙ୍କୁ ପ୍ଲାକାର୍ଡ ଦେଖାଇ ଆନ୍ଦୋଳନ କରିଥିଲେ। ଏଥିକି ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଂସଦ ଭବନକୁ ଯାଉଥିବାବେଳେ ଅକାଳୀ ଦଳ ନେତାମାନେ ତାଙ୍କୁ ପ୍ଲାକାର୍ଡ ଦେଖାଇଥିଲେ।
ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳୀୟ ସାଂସଦମାନେ ଆନ୍ଦୋଳନ କରିଥିଲେ। ପ୍ଲାକାର୍ଡ ଦେଖାଇ କୃଷି ଆଇନ ଉଚ୍ଛେଦ ଦାବି କରିଥିଲା।
]]>ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିପାରନ୍ତି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି । ଫଳରେ ବର୍ତ୍ତମାନ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଦିଲ୍ଲୀର ଅନେକ ସ୍ଥାନରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।
ଦିଲ୍ଲୀ ପୋଲିସର ଆତଙ୍କୀ ନିରୋଧୀ ସ୍ପେଶାଲ୍ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲାହୋରର ହାଫିଜ ସଇଦର ବାସଭବନ ବାହାରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସହିତ ଭାରତର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆଇଏସଆଇ ଏବଂ ହାଫିଜ ସଇଦ ଏହି ବିସ୍ଫୋରଣର ବାହାନା କରି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରାଇ ପାରନ୍ତି । ଦେଶର ମେଟ୍ରୋ ସହରରେ ଡ୍ରୋନ୍ ଆକ୍ରମଣର ଅନେକ ସମ୍ଭାବନା ରହିଛି ।
ସୂଚନା ଅନୁସାରେ ଆଇଏସଆଇ ଏଥିପାଇଁ ଏକ ରଣନୀତି ପ୍ରସ୍ତୁତ କରିଛି । ସ୍ଲିପର ସେଲ ଏବଂ ଗ୍ୟାଙ୍ଗଷ୍ଟରକୁ ଅସ୍ତ୍ର କରି ଆକ୍ରମଣ କରିବାର ସମ୍ଭାବନା ରହିଛି । ଆତଙ୍କବାଦୀ ଘଟଣାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ସମସ୍ତ ପଦକ୍ଷେପ ନେଉଛି । ବିଭିନ୍ନ ସମୟରେ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ସଜାଗ ରହିଛି ଦିଲ୍ଲୀ ପୋଲିସ୍ ।
]]>ଗତ କିଛି ମାସ ଧରି କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ନୂତନ ତିନୋଟି କୃଷି ଆଇନକୁ ରଦ୍ଦ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି କାରଣରୁ କୃଷକ ନେତାମାନେ କେତେବେଳେ ଟ୍ରାକ୍ଟର ରାଲି ତ ଆଉ କେତେବେଳେ ସଂସଦ ଘେରିବାକୁ ଘୋଷଣା କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନକୁ ସଂସଦ ଘେରିବା ପାଇଁ ପ୍ରଶାସନ ଠାରୁ ଅନୁମତି ମିଳିନାହିଁ ।
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଚାଷୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା। ଆଉ ଏଥିରେ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସଂସଦକୁ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲା। ତେବେ ଜନ୍ତରମନ୍ତର ନିକଟରେ ପ୍ରଦର୍ଶନ କରିବାର ବିକଳ୍ପ କଥା ମଧ୍ୟ ସଭାରେ ଉଠିଥିଲା । କୃଷକଙ୍କ ଏହି ପ୍ରସ୍ତାବ ଉପରେ ଦିଲ୍ଲୀ ପୋଲିସ ସହମତ ହୋଇଛି, କିନ୍ତୁ କୃଷକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।
ସୂଚନାଯୋଗ୍ୟ ସିଙ୍ଘୁ ସୀମା ନିକଟରେ ଅନୁଷ୍ଠିତ ଏହି ବୈ ଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସଂସଦ ମାର୍ଚ୍ଚ ଦାବିକୁ ଦିଲ୍ଲୀ ପୋଲିସ ପ୍ରତ୍ୟାଖ୍ୟାନ କରିଛି । ସେପଟେ କୌଣସି ପରିସ୍ଥିତିରେ ମଧ୍ୟ ସଂସଦ ପର୍ଯ୍ୟନ୍ତ ରାଲି କରିବାକୁ ଚାହୁଁଛନ୍ତି ବୋଲି କୃଷକମାନେ କହିଛନ୍ତି । ତେଣୁ ସୋମବାର ଅର୍ଥାତ୍ ଆଜି ଉଭୟ ପକ୍ଷର ଏକ ବୈଠକ ହେବ ଯେଉଁଥିରେ ସମସ୍ୟାର ସମାଧାନ ମିଳିବ ବୋଲି ଆକଳନ କରାଯାଇଛି ।
]]>ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ।
ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। ସେମାନଙ୍କ ମଧ୍ୟରେ କିଛି ଛାତ୍ର ଏବଂ ଟ୍ୟୁଟୋରିଆଲର କର୍ତ୍ତୃପକ୍ଷ ଅଛନ୍ତି।
ପ୍ରଶ୍ନପତ୍ର ଲିକ୍ ଏବଂ ପୁନର୍ବାର ପରୀକ୍ଷା ନିଷ୍ପତ୍ତିକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱରରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୋର୍ଡ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଗତ ୨୭ ତାରିଖ ସଂଧ୍ୟାରେ ବୋର୍ଡ କର୍ତ୍ତୃପକ୍ଷ ଲିକ୍ ହୋଇଥିବା ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପାଇଥିଲେ ବି ପରୀକ୍ଷା କାହିଁକି ବାତିଲ୍ କଲେନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।
]]>ସୂଚନାନୁସାରେ ସୋମବାର ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରୋହନ ଗୁପ୍ତା ଏବଂ ରାଜୀବ ଗୌଡାଙ୍କୁ ନୋଟିସ ପଠାଯାଇଛି । ଉଭୟ ନେତା ବିଜେପି ନେତା ସମ୍ବିତ ପାତ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ଆରୋପ ଲଗାଇଥିଲେ କି ସେ ନକଲି ଟୁଲ୍କିଟ୍ ସେୟାର କରିଥିଲେ । ଏବେ ଦିଲ୍ଲୀ ପୋଲିସ ଉଭୟ ନେତାଙ୍କୁ ତଦନ୍ତରେ ସାମିଲ ହେବା ସହ ନିଜ ନିଜ ବୟାନ ରେକର୍ଡ କରାଇବାକୁ କହିଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ପୋଲିସର ଏହି ନୋଟିସକୁ ନେଇ କଂଗ୍ରେସ ନେତା ରାଜୀବ ଗୌଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ଛତିଶଗଡ଼ରେ ତଦନ୍ତ ଚାଲିଛି । ତେଣୁ ସେ ଏହି ମାମଲାକୁ ସେଠାରେ ହିଁ ସାମ୍ନା କରିବେ ବୋଲି ଦିଲ୍ଲୀ ପୋଲିସକୁ ସୂଚାଇ ଦେଇଛନ୍ତି ।
ଅନ୍ୟପକ୍ଷରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଚର୍ଚ୍ଚିତ କୋଭିଡ୍-୧୯ ‘ଟୁଲ୍କିଟ୍’ ସଂପର୍କରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ସମ୍ପର୍କରେ ଟ୍ୱିଟରକୁ ନୋଟିସ୍ ପଠାଇଛି । ଏହାସହ ବିଜେପି ନେତା ସମ୍ବିତ ପାତ୍ରାଙ୍କ ଟ୍ୱିଟ୍କୁ 'ମାନିପୁଲେଟିଭ୍' ବୋଲି କାହିଁକି କହିଲା ତାର ସ୍ପଷ୍ଟୀକରଣ ମାଗିଛି । ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସର ଦୁଇଟି ଟିମ୍ ଲାଡୋ ସାରାଇ ଏବଂ ଗୁରୁଗ୍ରାମସ୍ଥିତ ଟ୍ୱିଟର କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଏକ ଟୁଲ୍କିଟ୍ ପ୍ରସ୍ତୁତ କରି କରୋନା ଭାଇରସର ନୂଆ ରୂପକୁ 'ଭାରତୀୟ ଷ୍ଟ୍ରେନ୍' ବା 'ମୋଦୀ ଷ୍ଟ୍ରେନ୍' ବୋଲି କହିଥିଲା । ଏହାସହ ଦେଶର ଓ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଥିଲା । ତେବେ କଂଗ୍ରେସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ, ବିଜେପି ତାକୁ ବଦ୍ନାମ କରିବା ପାଇଁ ନକଲି 'ଟୁଲ୍କିଟ୍'ର ବ୍ୟବହାର କରୁଛି ।
ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ପ୍ରଥମେ ଟ୍ୱିଟରକୁ ମାନୁପୁଲେଟିଭ୍ ମିଡିଆ ଟ୍ୟାଗ୍ ହଟାଇବା ପାଇଁ କୁହାଯାଇଥିଲା । କାରଣ ଏହି ମାମଲା ଏଜେନ୍ସି ପାଖରେ ବିଚାରାଧୀନ ରହିଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, ଯେତେବେଳେ ଏହି ମାମଲାର ତଦନ୍ତ ଚାଲୁ ରହିଛି ସେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ବିଚାର କରିପାରିବ ନାହିଁ।
]]>ଦିଲ୍ଲୀ ପୋଲିସ ସ୍ପେସାଲ ସେଲରେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ରେଡ୍ ବୋଲି କୁହାଯାଉଛି । ଏହି ରାକେଟର ପାକିସ୍ଥାନ ସହ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଏହି ମାମଲା ନାର୍କୋ-ଟେରରିଜିମ୍ ସହ ଜଡ଼ିତ ଥିବା ଅନୁମାନ କରାଯାଉଥିବାରୁ ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଉଛି । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ସିପି ନିରଜ ଠାକୁର ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି ।
ମାସେରୁ ଅଧିକ ଦିନ ହେବ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ପକ୍ଷରୁ ଏହି ଅପରେସନ ଚାଲିଥିଲା ବୋଲି କହିଛନ୍ତି ନିରଜ ଠାକୁର । ମୋଟ୍ ୩୫୦ କିଲୋ ଡ୍ରଗ୍ସ ଜବତ ହୋଇଛି , ଯାହାର ମୂଲ୍ୟ ପ୍ରାୟ ୨୫ଶହ କୋଟି ହେବ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଫଗାନିସ୍ଥାନର ନାଗରିକ ବୋଲି ଜଣାପଡିଛି ।
ବ୍ରାଉନସୁଗାର ଭର୍ତ୍ତି କଣ୍ଟେନରସକୁ ସମୁଦ୍ର ପଥେ ମୁମ୍ବାଇରୁ ଦିଲ୍ଲୀ ନିଆଯାଇଥିଲା । ମଧ୍ୟପ୍ରଦେଶର ଶିବପୁରୀରେ ଏକ ଫ୍ୟାକ୍ଟ୍ରିକୁ ଏହାକୁ ନିଆଯାଇ ରିଫାଇନ କରାଯିବା ପରେ ଏହାକୁ ପଞ୍ଜାବ ପଠାଯାଇଥାନ୍ତା ବୋଲି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ସିପି ନିରଜ ଠାକୁର କହିଛନ୍ତି ।
]]>