କୋଇଲି କନ୍ୟା ଗାଁରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ କାରଟି ଭାରସାମ୍ୟ ହରାଇ କାନ୍ଥକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସେହିପରି ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଭୋରରୁ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ବାଲି ବୋଝେଇ ଡମ୍ପର ପଛରୁ ଧକ୍କା ଦେବା ଫଳରେ ୭ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି l ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସମସ୍ତ ଗୁରୁତର ବାଲେଶ୍ୱର ସଦର ବ୍ଲକ ପାରଦୀପା ଗାଁର ବୋଲି ସୂଚନା ମିଳିଛି । ୯ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗାଁକୁ ଫେରୁଥିବା ବେଳେ ଠିଆ ହୋଇଥିବା ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ବୋଲେରୋରେ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଜବତ କରି ତଦନ୍ତ ଜାରି ରଖିଛି ।
ମୟୂରଭଂଜ ୨୨୦ ନମ୍ବର ରାଜପଥର ଟାଟ ନିକଟରେ ସଡ଼କ ଦୁର୍ଘଟଣା। ଟ୍ରକ୍ କୁ ପଛରୁ ପିଟିଲା ବରଯାତ୍ରୀ ବସ୍। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାଜପୁରରୁ ଏକ ବାହାଘରିଆ ପାର୍ଟି ଝାଡଖଣ୍ଡ ଜାମସେଦପୁରରୁ ବସରେ ଫେରୁଥିବା ବେଳେ ଭୋର ୪ଟାରେ ଘଟିଛି ଏହି ଦୁର୍ଘଟଣା।
କଟକ ନିଶ୍ଚିନ୍ତକୋଇଲି ଜନିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବସଟି ବାଇକ୍ କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ବିଲକୁ ମାଡିଯାଇଛି । ହେଲେ ବସରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନି । ସାଲେପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି ।
]]>ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ । କିନ୍ତୁ ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୫୦ରୁ ଅଧିକ ଜୀବନ । ଏକ ବହୁତ ବଡ଼ ଦୁର୍ଘଟଣା ଟଳିଯାଇଛି । ସେ ନିଜେ ଚାଲିଗଲେ, କିନ୍ତୁ ବଞ୍ଚାଇଦେଲେ ୫୦ ଜୀବନ । କଲିକତାରୁ ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱରକୁ ଏକ ବସ୍ ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ ।
ପାଟପୁର ଛକ ନିକଟରେ ଗାଡ଼ି ଚଳାଉଥବା ବେଳେ ହିଁ ଡ୍ରାଇଭରଙ୍କୁ ହାର୍ଟ ଆଟାକ ହୋଇଥିଲା । ସେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ବସ୍ ଛିଡ଼ା କରାଇ ଦେଇଥିଲେ । ଡ୍ରାଇଭରଙ୍କୁ ହାର୍ଟ ଆଟାକ ହୋଇଥିବା ଜାଣି ସାଙ୍ଗେ ସାଙ୍ଗେ ପର୍ଯ୍ୟଟକମାନେ ଗାଡ଼ିରୁ ଓହ୍ଲାଇବା ସହିତ ପାଖରେ ରହୁଥିବା ଲୋକଙ୍କୁ ଡାକିଥଲେ ।
୧୦୮ ଆମ୍ବୁଲାନସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ନିଜେ ସିନା ଚାଲିଗଲେ, ହେଲେ ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ଗାଡ଼ି ଅଟକାଇବାରୁ ବସ୍ ଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତା ସହିତ ୫୦ରୁ ଅଧିକ ପର୍ଯ୍ୟଟକ ମଧ୍ୟ ସୁରକ୍ଷିତ ଅଛନ୍ତି ।
ଅନ୍ୟପଟେ ରାସ୍ତାରେ ବସଟି ଛିଡ଼ା ହୋଇଥିବାରୁ ପର୍ଯ୍ୟଟକ ହଇରାଣ ହେଉଥିଲେ । ଏଣୁ ସ୍ଥାନୀୟ ଯୁବକ ବସକୁ ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କର ଏପରି ମହାନତାକୁ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ।
]]>ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ । ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
]]>ନାଗପୁର କାମନଗରରେ ଦମ୍ପତି ସଂପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିଲେ। ବାଇକରେ ଘରକୁ ଫେରିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ୪୩ବର୍ଷୀୟ ଦେବାନନ୍ଦ ଓ ତାଙ୍କ ପତ୍ନୀ ସୋନି।
ସେହିପରି ଦ୍ୱିତୀୟ ସଡ଼କ ଦୁର୍ଘଟଣାଟି ଘଟିଛି ବିହିରଗାଓରେ। ମିନିଟ୍ରକ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୨ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାହୁଲ ସନ୍ତୋଷ ରାୱତ ଓ ଲକ୍ଷ୍ମଣ ଦାଦାଜୀ ଧୀଙ୍ଗରେ। ଉଭୟ ବିଳମ୍ୱିତ ରାତିରେ ମିନିଟ୍ରକ ଯୋଗେ ଫେରିବା ବେଳେ ଟ୍ରକ ଦୁର୍ଘଟଣାର ଶିକାର ହୋଇଥିଲେ।
ଅନ୍ୟ ଦୁର୍ଘଟଣାରେ ଜଣେ ୨୦ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ଆକାଂକ୍ଷା ପାଟିଲ ନାମକ ଯୁବତୀ ବାଇକରେ ଯିବାବେଳେ ପଡିଯାଇଥିଲେ। ସେ ଉଠି ଠିଆହେବା ପୂର୍ବରୁ ଦ୍ରୁତ ବେଗରେ ଆସୁଥିବା ଏକ ମିନିଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ହିଁ ଆକାଂକ୍ଷାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଦୁର୍ଘଟଣା ପରେ ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ କରୁଛି।
]]>କୁହାଯାଉଛି ଅଭିଯୁକ୍ତ ଜଣକ ତାଙ୍କ ତୃତୀୟ ସନ୍ତାନ ଝିଅ ହେବା ନେଇ ଆଶାବାଦୀ ଥିଲେ । ପୂର୍ବରୁ ତାଙ୍କର ଦୁଇଟି ପୁତ୍ର ସନ୍ତାନ ହୋଇସାରିଥିଲା । ହେଲେ ତୃତୀୟ ସନ୍ତାନରେ ପୁଣି ପୁଅ ହେବାରୁ ତା’କୁ ହତ୍ୟା କରିଥିବା କୁହାଯାଉଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ବେତୁଲରୁ ସାମ୍ନାକୁ ଆସିଛି ।
ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର । ହେଲେ ତୃତୀୟ ପୁଅକୁ ମାତ୍ର ୧୨ ଦିନ ହୋଇଥିବାବେଳେ ଏପରି କାଣ୍ଡ କରିଛି ପିଶାଚ ବାପା । ଅଭିଯୁକ୍ତ ବାପାର ନାଁ ଅନିଲ ଉଇକି । ଗତ ରବିବାର ଦିନ ସେ ତାଙ୍କ ନବଜାତ ପୁତ୍ରକୁ ହତ୍ୟା କରିଛନ୍ତି । ଏନେଇ ସୂଚନା ପାଇବା ପରେ ପୋଲିସ ତାକୁ ଗିରଫ କରିଛି ।
ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ଅଭିଯୁକ୍ତ ବାପା ସତ ମାନିଛି । ଅଭିଯୁକ୍ତ ତାର ତୃତୀୟ ସନ୍ତାନ ଝିଅ ଚାହୁଁଥିଲା । ହେଲେ ପୁଅ ହେବାରୁ ଏପରି କରିଛି । ସେ ଆହୁରି କହିଛି ଯେ, ୨ଟି ସନ୍ତାନ ହେବା ପରେ ସେ ତାର ପତ୍ନୀକୁ ପରିବାର ଯୋଜନା ଅପରେସନ୍ କରିବାକୁ କହିଥିଲା । ହେଲା ତାର ପତ୍ନୀ ଅପରେସନ୍ ହୋଇନଥିଲେ ।
ଖାଲି ଏତିକି ନୁହେଁ, ତୃତୀୟ ସନ୍ତାନ ପୁଅ ହେବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ମଦ୍ୟପାନ କରି ଅଭିଯୁକ୍ତ ବାରମ୍ବାର ବଚସା କରିବାରୁ ପତ୍ନୀ ଅଧୈର୍ଯ୍ୟ ହୋଇପଡ଼ିଥିଲେ । ସେଦିନ ଅଭିଯୁକ୍ତ ମଦ୍ୟପାନ କରି ତାର ପତ୍ନୀକୁ ମାଡ଼ ମାରିଥିଲା । ତେଣୁ ସେ ପିଲାଟିକୁ ଛାଡ଼ି ସେଠାରୁ ଚାଲିଯାଇଥିଲେ । ପତ୍ନୀ ଚାଲିଯିବା ପରେ ୧୨ ଦିନର ଶିଶୁକୁ ତା’ର ବାପା ଗଳାକାଟି ହତ୍ୟା କରିଥିବା ପୋଲିସ କହିଛି ।
]]>ନଖିଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ବେଳେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅନ୍ୟପଟେ ଚିକିତ୍ସା ଅବହେଳାରୁ ନଖିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ସହିତ କ୍ଷତିପୂରଣ ଦାବିରେ ମେଡିକାଲ ଆଗରେ ଧାରଣାରେ ବସିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ଘଟଣାର ତଦନ୍ତ କରାଯିବା ନେଇ ଉପଜିଲ୍ଳାପାଳ କହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ।
]]>ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି । ଲକ୍ଷ୍ମୀ ମାଝୀଙ୍କର ମୃତ୍ୟୁକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା, ପୋଲିସର ହାତ ଏବେବି ଖାଲି ଥିବା ଅଭିଯୋଗ କରିଛି ସଂଘ । ଏଥିସହ ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସରକାର ଏହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛି ।
ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଳା ଆଦିବାସୀ ମହାସଂଘ । ତେବେ ମହାସଂଘର ଅଭିଯୋଗକୁ ନେଇ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ଗତ ଡିସେମ୍ବର ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ ।
ସେହି ଦିନ ରାତି ପ୍ରାୟ ୧୧ ଟା ବେଳେ ଲକ୍ଷ୍ମୀଙ୍କର ଦରପୋଡ଼ା ମୃତଦେହ ମିଳିଥିଲା । ମା’ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର । ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ ।
ଅନ୍ୟପଟେ ଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର ରହସ୍ୟ କ'ଣ ? ନିଆଁରେ ଜଳି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଭଳି ଲକ୍ଷ୍ମୀଙ୍କ ମୃତ୍ୟୁର କିଛି ସାମଞ୍ଜସ୍ୟ ଅଛି କି ? ଏହା ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିଲା କି ? ନା ଲକ୍ଷ୍ମୀଙ୍କୁ ଜାଳି ପୋଡ଼ି ମାରି ଦିଆଯାଇଛି ?
]]>କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦିଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସଂଧ୍ୟା ସମୟରେ ସହର ଭିତରେ ଭାରିଯାନ ଚଳାଚଳ ବନ୍ଦ ଥିବାବେଳେ ବସ କେମିତି ସହର ଭିତରେ ପଶିଲା, ଆଉ ଦୁର୍ଘଟଣା ଘଟାଇଲା ତାକୁ ନେଇ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ ।
ମୁହାଁମୁହିଁ ହୋଇଥିଲେ ପୋଲିସ-ଆନ୍ଦୋଳନକାରୀ । ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କୌଣସିମତେ ବସଟିକୁ ସହର ବାହାରକୁ ନେଇଯାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ପୋଲିସ । ଏଥିସହ ମୃତଦେହକୁ ସଦର ହସ୍ପିଟାଲକୁ ପଠାଇଥିଲା । କିନ୍ତୁ ଉତ୍ତେଜନା ବଢ଼ିବାରୁ ପୋଲିସ ଲାଠିଚାର୍ଜ କରିବା ସହ ପ୍ରାୟ ୧୦ ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଯାଇଥିଲା ।
ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପୁଣି ମୁଦିପଡ଼ାଠାରେ ରାସ୍ତା ଉପରେ ମୃତଦେହକୁ ରଖି ଆନ୍ଦୋଳନକୁ ଓହ୍ଲାଇଥିଲେ ଲୋକେ । ଦାବିଥିଲା- ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଗତରାତି ଗଣ୍ଡଗୋଳରେ ଅଟକ ପ୍ରାୟ ୧୦ ଜଣଙ୍କୁ ଛାଡ଼ିଦେବା ଏବଂ ଦୁର୍ଘଟଣା ଘଟିଥିବା ରାସ୍ତାରେ ସଂଧ୍ୟା ୬ଟାରୁ ଭାରିଯାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଉ ।
ତେବେ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରମାନେ ଘଟଣାସ୍ଥଳରେ ବୁଝାସୁଝା କରିବା ପରେ ପ୍ରାୟ ସାଢ଼େ ୪ଟା ବେଳେ ଆନ୍ଦୋଳନ ହଟିଥିଲା । ଏଠି ପ୍ରଶ୍ନ ଉଠୁଛି, ସହର ଭିତରେ ସଂଧ୍ୟା ପରଠୁ ଭାରିଯାନ ପ୍ରବେଶ ନିଷେଧ ଥିଲେ ବି ଟୁରିଷ୍ଟ ବସକୁ ସହର ଭିତରକୁ କେମିତି ପ୍ରବେଶ ଅନୁମତି ମିଳିଲା ? ଏହି ସମୟରେ ଦାୟିତ୍ୱରେ ଥିବା ପୋଲିସ କରୁଥିଲେ କ'ଣ ? ତେବେ ସମ୍ବଲପୁର ଅତିରିକ୍ତ ଏସପି କହିଛନ୍ତି, ଏହି ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦୁର୍ଘଟଣା ପାଇଁ ସମ୍ବଲପୁର ସହରରେ ପାଖାପାଖି ୧୮ ଘଣ୍ଟା ଧରି ଲାଗି ରହିଥିବା ସ୍ଥିତିରେ ସୁଧାର ଆସିଛି ସତ, ହେଲେ ମାତ୍ର ୧୩ ବର୍ଷର ନାବାଳକ ହାତରେ ସ୍କୁଟି ଧରାଇ ଦେବା ବି କେତେଦୂର ଠିକ୍ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
]]>ମୃତ ସୁନାଙ୍କର ମାତ୍ର ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ସ୍ବାମୀ ଦିଲୀପଙ୍କ ବିୟୋଗ ପରେ ସୁନାଙ୍କୁ ତାଙ୍କ ବାପ ଘର ଲୋକେ ନୂଆଗାଁକୁ ନେଇ ଯାଇଥିଲେ । ହେଲେ ସେଠି ଘର ଭିତରୁ ବନ୍ଦ କରି ସୁନା ଆତ୍ମହତ୍ୟା କରିଛନ୍ତି । ଜଟଣୀ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।
ଅନ୍ୟପଟେ ଗତ ଶୁକ୍ରବାରରେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟିଥିଲା । ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିଲେ । କୌଣସି ଅକ୍ସିଜେନ୍ ସିଲିଣ୍ଡରରେ ବିସ୍ଫୋରଣ ଘଟି ନଥିଲା ।
]]>ମୃତଦେହ ମିଳିଥିବା ସ୍ଥାନରେ ଯାଞ୍ଚ କରିବା ସହ ପଡ଼ୋଶୀଙ୍କୁ ପଚରା ଉଚରା କରିଛି । ସେହିପରି ମା’ ଗୃହକୁ ଯାଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଷ୍ଟେଟ ଫରେନସିକର ୧୦ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ ଗୃହରୁ ବାହାରକୁ ଯାଇଥିଲା ଲକ୍ଷ୍ମୀ । ସେହି ଦିନ ରାତି ପ୍ରାୟ ୧୧ ଟା ବେଳେ ଲକ୍ଷ୍ମୀଙ୍କର ଦରପୋଡ଼ା ମୃତଦେହ ମିଳିଥିଲା । ମା’ ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର । ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ ।
ଅନ୍ୟପଟେ ଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର ରହସ୍ୟ କ'ଣ ? ନିଆଁରେ ଜଳି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଭଳି ଲକ୍ଷ୍ମୀଙ୍କ ମୃତ୍ୟୁର କିଛି ସାମଞ୍ଜସ୍ୟ ଅଛି କି ? ଏହା ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିଲା କି ?
ନା ଲକ୍ଷ୍ମୀଙ୍କୁ ଜାଳି ପୋଡ଼ି ମାରି ଦିଆଯାଇଛି ? ଲକ୍ଷ୍ମୀଙ୍କୁ ଯଦି ହତ୍ୟା କରାଯାଇଛି, ତେବେ କାହିଁକି ? ରାଜନୈତିକ ହଟଚମଟ ପରେ ହଠାତ୍ କାହିଁକି ସକ୍ରିୟ ହେଲା କ୍ରାଇମବ୍ରାଞ୍ଚ ? କାହିଁକି ଏଯାଏଁ ସାମ୍ନାକୁ ଆସିପାରୁନି ପୋଷ୍ଟମର୍ଟମ ରିପୋର୍ଟ ? ମୃତ୍ୟୁର ୧୦ ଦିନ ପରେ ବି କାହିଁକି ପୋଲିସ ସତକୁ ସାମ୍ନାକୁ ଆଣୁନି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।
]]>ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ରକ୍ତର ସମ୍ପର୍କୀୟଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ୬ ତାରିଖରେ ମହାରାଷ୍ଟ୍ରରେ ଏହି ସ୍ପର୍ଶକାତର ଘଟଣା ଘଟିଛି । ଗୁଣି ଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ହାତୁଡ଼ି ଓ ଛୁରୀ ଦ୍ୱାରା ହତ୍ୟା କରିଛନ୍ତି ପରିବାର ଲୋକେ । ମହାରାଷ୍ଟ୍ରର ଗୁଣ୍ଡପୁରୀ ଗାଁରେ ଗତ ୬ ତାରିଖରେ ଏହି ହତ୍ୟାକାଣ୍ତ ଘଟିଥିଲା ।
ଦେବୁ କୋମୁଟି ନାମକ ଜଣେ ବୃଦ୍ଧ ଗୁଣିଗାରେଡି କରୁଥିବା ସନ୍ଦେହରେ ତାଙ୍କୁ ନିଜର ପରିବାର ଲୋକ ହିଁ ହତ୍ୟା କରିଦେଲେ । ବୃଦ୍ଧଙ୍କର ୩ ପୁଅ ଓ ଜ୍ୱାଇଁଙ୍କ ସମେତ ମୋଟ ୯ ଜଣ ମିଶି ଅତି ବର୍ବର ଭାବେ ବୃଦ୍ଧ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଅଭିଯୁକ୍ତମାନେ ୧୦ ବର୍ଷୀୟା ନାତୁଣୀର ବି ଜୀବନ ନେଇ ଯାଇଛନ୍ତି ।
ତେବେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଘଟଣା ନେଇ ଦେବୁ କୋମୁଟିଙ୍କ ଅନ୍ୟ ଜଣେ ପୁଅ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିବା ପରେ ପୁରା ଘଟଣା ସମ୍ପର୍କରେ ଜଣା ପଡ଼ଥିଲା । ତଦନ୍ତ ପରେ ଏଥିରେ ବୃଦ୍ଧଙ୍କ ୩ ପୁଅ, ଜ୍ୱାଇଁ ଓ ୫ ଅନ୍ୟ ଯୁବକ ସାମିଲ ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହାତୁଡ଼ି ଓ ଛୁରୀ ସାହାଯ୍ୟରେ ୩ ଜଣଙ୍କ ଜୀବନ ନେଇଥିବା ଜଣାଯାଇଛି ।
ବୃଦ୍ଧ ଜଣକ ଗୁଣିଗାରେଡ଼ି କରୁଥିବାରୁ ଗାଁରେ ଲୋକଙ୍କ ମୃତ୍ୟୁ ହେଉଥିବା ବେଶ କିଛିଦିନ ହେବ ଅଭିଯୋଗ ହେଇ ଆସୁଥିଲା । କିନ୍ତୁ ପୋଲିସ ତଦନ୍ତରୁ ମୃତକମାନେ କ୍ୟାନସରରେ ପୀଡ଼ିତ ହୋଇ ଆଖି ବୁଜିଥିବା ଜାଣିବାକୁ ମିଳିଥିଲା । ଏଣୁ ଦେବୁଙ୍କୁ ଜୀବନରୁ ମାରି ଦେବାକୁ ଗ୍ରାମବାସୀମାନେ, ପୁଅ ଓ ଜ୍ୱାଇଁଙ୍କ ଉପରେ ଚାପ ପକାଉଥିଲେ ।
ଘଟଣା ଦିନ ଦେବୁ ନିଜର ପତ୍ନୀ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ପୁଅ, ଜ୍ୱାଇଁଙ୍କ ସମେତ ୯ ଜଣ ଆକ୍ରମଣ କରି ତାଙ୍କୁ ମାରି ଦେଇଥିଲେ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।
]]>ଥିରୁବନ୍ତପୁରମ ସରକାରୀ ମେଡିକାଲ କଲେଜର ପିଜି ଛାତ୍ରୀ ସାହାନାଙ୍କୁ ଗ୍ରାସ କରିଛି ଯୌତୁକ ଦାନବ । ବୟଫ୍ରେଣ୍ଡ ବାହା ହେବାକୁ ମନା କରିଦେବା ପରେ ବିଷାଦଗ୍ରସ୍ତ ହୋଇ ଚରମ ପରିଣତିକୁ ବାଛି ନେଇଛନ୍ତି ଏହି ଡାକ୍ତର ଛାତ୍ରୀ । ବରକୁ ୫୦ ଲକ୍ଷ ଟଙ୍କା, ୪୦ ଭରି ସୁନା ଓ ଏକ କାର୍ ଦେବାକୁ ରାଜି ହୋଇଥିଲେ ସାହାନାଙ୍କ ପରିବାର । ତେବେ ଏହା ଭାବି ସ୍ୱାମୀ ଡାକ୍ତର ରୁୱାଇଜଙ୍କ ପରିବାରର ଲୋଭ ମେଣ୍ଟାଇବା ସ୍ଥିତିରେ ନଥିଲା ।
୧୨୦ ଭରି ସୁନା, ୧୫ ଏକର ଜମି ଓ ବିଏମଡବ୍ଲୁ କାର୍ ନଦେଲେ ବାହାଘର ହୋଇପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ବରପକ୍ଷ । ଏପଟେ ଦୀର୍ଘ ଦିନର ସଂପର୍କ ସତ୍ତ୍ୱେ ବିବାହ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ ୨୬ ବର୍ଷୀୟା ସାହାନାଙ୍କ ଭାବିସ୍ୱାମୀ ଡାକ୍ତର ରୁୱାଇଜ । ଏହାକୁ ନେଇ ସାହାନା ବିଷାଦ ଗ୍ରସ୍ତ ହେବା ସହ ଉଚ୍ଚ ମାତ୍ରାର ନିଶା ଔଷଧ ହାତରେ ଇଂଜେକ୍ଟ କରି ଜୀବନ ହାରି ଦେଇଥିଲେ ।
ଯୌତୁକ ପାଇଁ ଡାକ୍ତର ରୁୱାଇଜଙ୍କ ପରିବାର ସାହାନାଙ୍କ ପରିବାରକୁ ଚାପଗ୍ରସ୍ତ କରିଥିବା ଅଭିଯୋଗ ନେଇ କେରଳ ପୋଲିସ ଡାକ୍ତର ରୁୱାଇଜଙ୍କୁ ଗିରଫ କରିଛି । କେରଳ ସରକାର ତାଙ୍କୁ ତୁରନ୍ତ ଚାକିରୀରୁ ସସପେଣ୍ଡ କରିଛନ୍ତି । ଡାକ୍ତର ରୁୱାଇଜ ସାହାନାଙ୍କ ଉପରେ ଯୌତୁକ ପାଇଁ ଚାପ ପକାଉଥିବାର ଡିଜିଟାଲ ପ୍ରମାଣ ବି ପୋଲିସ ହାତରେ ଲାଗିଛି ।
ସାହାନା ଓ ଡାକ୍ତର ରୁୱାଇଜଙ୍କ ମଧ୍ୟରେ ବହୁ ଦିନ ଧରି ବନ୍ଧୁତା ରହି ଆସିଥିଲା । ତେବେ ୩ ମାସ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିବା କୁହାଯାଉଛି । ଏହାକୁ ନେଇ ବାହାଘର କରିଦେବା ଲାଗି ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଡାକ୍ତର ରୁୱାଇଡ କେରଳ ମେଡିକାଲ ପୋଷ୍ଟ ଗ୍ରାଜୁଏଟ ଆସୋସିଏସନର ସଦସ୍ୟ ବି ଅଛନ୍ତି । ସାହାନା ତାଙ୍କର ଜୁନିୟର ଥିଲେ ।
ସାହାନାଙ୍କ ମୃତ୍ୟୁର ତୁରନ୍ତ ପରେ କେରଳ ସରକାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା କଣ ସାହାନଙ୍କୁ ଫେରାଇ ଆଣିବ କି ବୋଲି ତାଙ୍କ ପରିବାର ଓ ବନ୍ଧୁ ପରିଜନ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ସୁଇସାଇଡ ନୋଟରେ ବି ସାହାନା ଯୌତୁକ କଥା ପରୋକ୍ଷରେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ ଟଙ୍କା ଦରକାର, କେବଳ ଟଙ୍କା ହିଁ ସବୁକିଛି, ତେଣୁ ମୁଁ ଯାଉଛି ବୋଲି ନିଜ ଜୀବନ ନେବା ପୂର୍ବରୁ ଲେଖିଯାଇଛନ୍ତି ସାହାନା ।
ଗତ ସୋମାବାର ସାହାନାଙ୍କର ନାଇଟ ଡ୍ୟୁଟି ଥିଲା । ତେବେ ସେ ମେଡିକାଲରେ ନପହଞ୍ଚିବାରୁ ତାଙ୍କ ସହକର୍ମୀ ଫୋନ କରିଥିଲେ । ମାତ୍ର ସାହାନ ଜବାବ ଦେଇନଥିଲେ । ଏହାକୁ ନେଇ ସନ୍ଦେହ ହେବାରୁ ସେମାନେ ସାହାନା ରହୁଥିବା ଫ୍ଲାଟରେ ପହଞ୍ଚିଥିଲେ । ଘର ଭିତରରୁ ବନ୍ଦ ଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି କବାଟ ଖୋଲିବା ପରେ ସାହାନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ଆଉ ଚିର ନିଦ୍ରାରୁ ଉଠାଇ ପାରିନଥିଲେ ।
୨୬ ବର୍ଷୀୟ ଡାକ୍ତର ଛାତ୍ରୀ ସାହାନାଙ୍କ ଏଭଳି ଦୁଃଖଦ ମୃତ୍ୟୁକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୌତୁକ ନିରୋଧ ଆଇନକୁ ଏତେ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏହାର କି ଲାଭ ବୋଲି ପ୍ରଶ୍ନ ବି ଉଠିଛି ।
]]>ବହୁ ଦିନ ଧରି ଦିନେଶ ଅସୁସ୍ଥ ଥିଲେ । ଗତକାଲି ବିଳମ୍ବିତ ରାତି ୧୨ଟା ୮ ମିନିଟରେ ତାଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପପୁଲାର ଟିଭି ସୋ CID ରେ ତାଙ୍କ ଅଭିନୟ ପାଇଁ ବେଶ୍ ଜଣାଶୁଣା ଥିଲେ ଦିନେଶ । ବହୁ ବର୍ଷ ଧରି CID ର ଫେଡ୍ରିକ୍ସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଅଭିନେତା ଦିନେଶଙ୍କ ମୃତ୍ୟୁ ଖବର ପରେ ପୁରା ଟିଭି ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ବିଭିନ୍ନ ମହଲରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି । ସୂଚନାଯୋଗ୍ୟ, ଗତ ୩୦ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ବେରିବଲିର ଦୌଲତନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ରାତି ୧୨.୦୮ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ଦିନେଶ CID ସହ ତାରକ ମେହେତାରେ ମଧ୍ୟ ଅଭିନୟ କରିଥିଲେ । ଏକ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା ।
]]>ତଳେ ଥିବା ଭିଡ଼ିଓକୁ ଦେଖନ୍ତୁ .. ବର୍ବରତାର ସବୁ ସୀମା ଟପି ଯାଇଛି ଏହି ନାବାଳକ । ଭିଡ଼ିଓଟିରେ ନାବାଳକ ଜଣକ ଯୁବକଙ୍କୁ ବାରମ୍ବାର ଛୁରା ମାଡ଼ କରୁଥିବାର ଦେଖିବାକୁ ମିଳୁଛି । ଏପରି କାଣ୍ତ ଭିଆଇବା ପରେ ମଧ୍ୟ ଅଭିଯୁକ୍ତର ମନ ଶାନ୍ତ ହେଉନି । ମଦମତ୍ତ ହୋଇ ଅଭିଯୁକ୍ତ ଜଣକ ନାଚୁଥିବାର ଦେଖା ଯାଉଛି । ଗତ ମଙ୍ଗଳବାର ରାତି ପ୍ରାୟ ୧୦.୨୦ ସମୟରେ ଏହି ଘଟଣା ଘଟିଛି ବୋଲି ଦିଲ୍ଲୀ ପୋଲିସ ତରଫରୁ ପ୍ରକାଶ । ପୀଡ଼ିତ ଯୁବକଙ୍କୁ ହସ୍ପିଟାଲ ନିଆ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
#BREAKING In Welcome, Delhi ₹ Murder for 350 rupees biryani, the accused danced after being stabbed 60 times#Delhi #Delhimurder #DelhiAirPollution #UttarkashiRescue #AnimalTrailer #Panauti #IPLAuction #IPL2024 #jjk243 #Mathura #earthquake #Islamophobic #T20WorldCup pic.twitter.com/qzFnSyO8Im
— Arun Gangwar (@AG_Journalist) November 23, 2023
ପୋଲିସ ରିପୋର୍ଟ ଅନୁସାରେ ନାବାଳକ ଜଣକ ଜାଫରବାଦର ବାସିନ୍ଦା । ଟଙ୍କା ନଦେବାରୁ ନାବାଳକ ଜଣକ ବାରମ୍ବାର ଛୁରା ମାଡ଼ କରିଥିଲା । ପରେ ଯୁବକଙ୍କ ପାଖରେ ଥିବା ୩୫୦ ଟଙ୍କା ଲୁଟି ଫେରାର ହୋଇ ଯାଇଥିଲା । କିନ୍ତୁ ଚୋରିର ଏ ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇ ଯାଇଥିଲା । ଅତି ନିର୍ମମ ଭାବରେ ଘୋଷାଡ଼ି ଘୋଷାଡ଼ି ଛୁରୀ ମାରି ହତ୍ୟା କରିଥିଲା ନାବାଳକ ।
ପାଖରେ ଥିବା ଟଙ୍କା ଦେବାକୁ ପ୍ରଥମେ ଅଭିଯୁକ୍ତ ଜଣକ ଉକ୍ତ ୧୮ ବର୍ଷୀୟ ଯୁବକଙ୍କୁ କହିଥିଲା । କିନ୍ତୁ ଯୁବକ ଜଣକ ନଶୁଣିବାରୁ ତାଙ୍କୁ ହତ୍ୟା କରିଥିଲା ଓ ପରେ ଟଙ୍କା ନେଇ ଫେରାର ହୋଇ ଯାଇଥିଲା । ୬୦ ରୁ ଅଧିକ ଥର ଛୁରି ଭୁଷିବା ପରେ ମନ ଶାନ୍ତି ହେଲା ନାହିଁ ଯେ, ଶବ ଉପରେ ନାଚିଲା । ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।
ତେବେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରି ସାରିଛି । ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ବିଶେଷ କିଛି କହିବାକୁ ମନା କରି ଦେଇଛି ପୋଲିସ ।
]]>ଚିକିଟି ବ୍ଲକରେ ହେଉଥିବା ରାଜନୈତିକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିବା ସୂଚନା । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି । ମୃତକ ଦ୍ୱୟ ହେଲେ ଜଗନ୍ନାଥ ଦେ ଓ ଡେରା ଶବର ।
ପ୍ରାଥମିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ଶାନ୍ତିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଶାନ୍ତିଲି, ଆନ୍ଧ୍ର ପ୍ରଦେଶରେ ଥିବାରୁ ଏନେଇ ଆନ୍ଧ୍ରା ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ଏତେ ପରିମାଣରେ ଲୋକେ କିପରି ଟ୍ରାକ୍ଟରରେ ଆସୁଥିଲେ, କେଉଁ ରାଜନୈତିକ ସଭାରେ ଯୋଗ ଦେବାକୁ ଯାଉଥିଲେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଟ୍ରାକ୍ଟରେ ଲୋକଙ୍କୁ ନେବା ଆଣିବା ମନା ଥିବା ପରେ ମଧ୍ୟ କିପରି ଏତେ ସଂଖ୍ୟକ ଲୋକ ଆସିଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି . କେଉଁ ରାଜନୈତିକ ଦଳର କାର୍ଯ୍ୟକ୍ରମକୁ ଯିବା ବେଳେ ଏପରି ଦୁର୍ଘଟଣା ଘଟିଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।
]]>ବର୍ଷବର୍ଷ ଧରି ତାଙ୍କର ଭିନ୍ନ ଅନ୍ଦାଜ, ଯାଦୁଗରୀ ସଂଳାପ ଶୈଳୀ, ଆକ୍ସନ, ଏକ୍ସପ୍ରେସନ ଦେଖି ଆପଣ ବି ଖୁବ୍ ହସିଥିବେ । ହେଲେ ହସରସରେ ଆପଣଙ୍କୁ ବେହୋସ କରୁଥିବା ରବି ଶତପଥୀଙ୍କ ଆଉ ନାହାନ୍ତି । ଛାଡ଼ି ଚାଲି ଯାଇଛନ୍ତି ଆମ ସମସ୍ତଙ୍କୁ । ଏପରି ରାଇଜକୁ ଯାଇଛନ୍ତି ଯେ, ଯେଉଁଠାରୁ ଆଉ କେବେ କେହି ଫେରେନି ।
୬୮ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ଗାଁରେ ରବି ଶତପଥୀଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥାଇ ଘରେ ଶଯ୍ୟାଶାୟୀ ଥିଲେ ରବି ଶତପଥୀ । ତୁଳସୀ, ଗୌରୀ ପରି ନାମକରା ଯାତ୍ରା ପାଟ୍ରିରେ ଲମ୍ବା ଇଂନିସ ଖେଳିବା ପରେ ବିଶ୍ୱ ଦରବାରରୁ ଅଭିନୟ ସାରି ଘରକୁ ଫେରି ଆସିଥିଲେ ରବି ।
ଚଳିତ ଥର ପୁଣି ଥରେ ଯାତ୍ରା ଜଗତରେ ଯୋଗ ଦେବା କଥା । ହଠାତ ଦେହ ଅସୁସ୍ଥ ହେବାରୁ ଅଭିନୟ ଜଗତରୁ ସାମୟିକ ବିରତି ନେଇଥିଲେ । କିନ୍ତୁ ଦିନକୁ ଦିନ ଦେହ ଭଲ ରହିଲା ନାହିଁ । ପରେ ପରୀକ୍ଷା କରିବାରୁ ଯକୃତ କ୍ୟାନସର ଥିବା ଜଣା ପଡ଼ିଥିଲା । ସମସ୍ତଙ୍କୁ ହସାଉଥିବା ଲୋକଟିର ଜୀବନରେ ଅମା ଅନ୍ଧକାର ଘୋଟି ଆସିଥିଲା । କ୍ୟାନସରର କ୍ରୁରତା ଆଗରେ ହାର ମାନି ଯାଇଥିଲେ ରବି, ଏବଂ ସବୁଦିନ ପାଇଁ ଲିଭି ଯାଇଥିଲା ରବିଙ୍କ ଜୀବନ ଦୀପ ।
‘ଶାଗୁଣା ବସିଛି ଡେଣା ମେଲାଇ’ରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ଏହି ହାସ୍ୟ ଅଭିନେତା । ତାଙ୍କ ଅଭିନୀତ ଆଉ ଏକ ଚର୍ଚ୍ଚିତ ନାଟକ ହେଉଛି, ମୋ ପେଁ କାଳି ବଜାଇ ଦେ । ଏଥିରେ ଚନ୍ଦ୍ରମଣି ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଅର୍ଦ୍ଧାଙ୍ଗିନୀ, ବେଳ ବୁଡ଼ିଗଲେ ବେବିନା କାନ୍ଦେ ଭଳି ଏକାଧିକ ନାଟକରେ ଅଭିନୟ କରି ଦର୍ଶକଙ୍କ ଠାରୁ ବେଶ୍ ପ୍ରଶଂସିତ ହୋଇଛନ୍ତି ରବି ଶତପଥୀ ।
ରବି ଦୀର୍ଘ ଦିନ ଧରି ଲିଭର କ୍ୟାନସରରେ ପୀଡ଼ିତ ଥିଲେ । ୨ ବର୍ଷ ତଳେ ଅପେରା ପାର୍ଟି ବିଶ୍ବ ଦରବାରର ଆଖଡ଼ାରେ ଥିବାବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେବେଠାରୁ କ୍ରମାଗତ ଭାବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଶେଷରେ ୬୮ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଶଯ୍ୟାଶାୟୀ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ସାରା ଯାତ୍ରା ଜଗତକୁ ଶୋକାଭିଭୂତ କରିଛି ।
]]>ଗ୍ୟାସ୍ ପାଇପ୍ ଲିକରୁ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ଆଜି ଭୋର ସାଢେ ଚାରିଟାରେ ଆଇଡିସି କଳୁଙ୍ଗା ଶିଳ୍ପାଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ବିସ୍ଫୋରଣରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଆହତ ଦ୍ୱୟ ହେଉଛନ୍ତି ବେଦବ୍ୟାସ ବଲଣ୍ଡାର ପରମେଶ୍ୱର କିଷାନ ଓ ବିହାରର ଅଭିଷେକ କୁମାର । ସେମାନଙ୍କୁ ବେଦବ୍ୟାସ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ତେବେ ମୃତକ ଜଣକ ହେଲେ ଯାଜପୁରର ଚିନ୍ମୟ ବେହେରା । ଅନ୍ୟ ଶ୍ରମିକମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆହତ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଏହି ଇସ୍ପାତ କାରଖାନାରେ ୧୦୦ରୁ ଅଧିକ ଶ୍ରମିକ କାମ କରନ୍ତି । ତେବେ ବିସ୍ଫୋରଣରେ ଅନ୍ୟମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଏହା ସହ ମୃତକଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଖବର ଦିଆଯାଇଛି ।
]]>କେରଳର କାସାରାଗୋଡ ଜିଲ୍ଲାରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଜେଜେବାପାଙ୍କ କାର ତଳେ ପଡ଼ିଯିବା ପରେ ଦୁଇ ବର୍ଷର ନାତିର ମୃତ୍ୟୁ ଘଟିଛି। ଦୁଇ ଛୋଟ ଛୁଆ ଆପାର୍ଟମେଣ୍ଟ ତଳେ ଖେଳୁଥିଲେ । ଏତିକି ବେଲେ ଜେଜେ ବାପା କାର ନେଇ ଆସିଥିଲେ ।
ଜଣେ ଶିଶୁ ସାଇକେଲ ଘୁଞ୍ଚାଇବାକୁ ଯାଇଥିବା ବେଳେ ଅନ୍ୟ ଶିଶୁଟି କାର ଆଗକୁ ଚାଲି ଆସିଥିଲା । ଜେଜେ ବାପା ଛୁଆଟି ଆସୁଥିବା ଦେଖି ନପାରି କାର ଚଢାଇ ଦେଇଥିବା ଅନୁମାନ କରା ଯାଉଛି । ଫଳରେ କାର ଚକ ତଳେ ପିଲାଟି ଚାପି ହୋଇଯାଇଥିଲା । ତେବେ ତୁରନ୍ତ ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।
ଅସାବଧାନତା ହେତୁ ଏ ଅଘଟଣ ଘଟିଥିବା କୁହା ଯାଇଛି । କାର ପାର୍କ କରିବା ସମୟରେ ହିଁ ନାତି ଉପରେ ଗାଡ଼ିଟି ଚଢ଼ି ଯାଇଥିଲା । କାର ଚକା ତଳେ ଶିଶୁଟି ଆସି ଯିବାରୁ ଶିଶୁର ମୃତ୍ୟୁ ହୋଇ ଯାଇଛି ।
]]>ଗାଁର ପଚାଶ ବର୍ଷୀୟ ବାସୁଦେବ ନାୟକ । ସବୁଦିନ ପରି ଆଜି ମଧ୍ୟ ନାଳ ପଠାରେ ବସି ଦାନ୍ତ ଘଷୁଥିଲେ । ମୁହଁ ଧୋଇବା ସମୟରେ ଯମ ରୂପରେ ମାଡ଼ି ଆସିଥିଲା ଅଚିହ୍ନା ବୋଲେରୋ । ବାସୁଦେବଙ୍କୁ ପଛୁଆ ଧକ୍କା ଦେଇଥିଲା । ଅକାଳରେ ଝଡ଼ି ପଡ଼ିଥିଲା ବାସୁଦେବଙ୍କ ଜୀବନ ।
ତେବେ ଦୁର୍ଘଟଣା ଘଟାଇବା ପରେ ବୋଲେରୋରେ ଥିବା ଦୁଇ ଜଣ ଯୁବକ ଫେରାର ହୋଇ ଯାଇଛନ୍ତି । ନାଳ ଭିତରେ ବୋଲେରୋଟି ପଡ଼ି ରହିଛି । ଆଜି ସକାଳେ ଘଟିଛି ଘଟଣା । କୋଇଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ତେବେ କ୍ଷତିପୂରଣ ଦାବି ନେଇ ଅଡ଼ି ବସିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦେଲେ ହିଁ ଶବ ଉଠାଇବାକୁ ଅନୁମତି ଦେବେ ବୋଲି କହିଛନ୍ତି ଗ୍ରାମବାସୀ ।
]]>ଗତ ଫେବୃୟାରୀ ୨୨ ତାରିଖରେ ମୃତ ଅଧ୍ୟାପକ ଅମିତ ବାରିକ କଲେଜରେ କ୍ଲାସ ନେଉଥିବା ବେଳେ ବିଳମ୍ବରେ ଆସିଥିବା ଯୋଗୁଁ ଜଣେ ଛାତ୍ରଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଛାତ୍ର ଜଣକ ଉତକ୍ଷିପ୍ତ ହୋଇ ଅଧ୍ୟାପକ ଅମିତଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ଜିଲ୍ଲା ହସପିଟାଲ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ୯ ମାସ ଧରି ବୁର୍ଲାରେ ଚିକିତ୍ସାଧୀନ ଥିଲେ । ହେଲେ ଶେଷରେ ତାଙ୍କର ପ୍ରାଣ ଚାଲିଯାଇଛି । ଅଧ୍ୟାପକ ଅମିତ ବାରିକଙ୍କୁ ମାଡ଼ ମାରିବା ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିଲା ପୋଲିସ ।
]]>ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ । ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ ରାକେଶ । ତାଙ୍କ ସହ ଥିଲେ ଆଉ ଦୁଇ ଜଣ ଡାକ୍ତର ସାଙ୍ଗ ଓ ଜଣେ ଇଞ୍ଜିନିୟର । ହେଲେ ଭୋଜି ଖାଇବା ପରେ ୪ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ଗଣ୍ଡରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଡାକ୍ତର ଜଣକ।
#ଗଣ୍ଡରେ_ବୁଡ଼ି_ଯୁବ_ଡାକ୍ତର_ମୃତ
— ଓଟିଭି (@otvkhabar) October 23, 2023
ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ୩ ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ ...ହେଲେ ସେଠାରେ ଗାଧୋଇବାକୁ ଯାଇ ଆଉ ଫେରିଲେନି..#Odisha #OTV pic.twitter.com/C0RYF0pCfZ
ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍ର ମୃତଦେହକୁ ଉଦ୍ଧାର କରିଥିଲା । ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।...
]]>ଝିଅଟି ଶୋଇଥିବା ବେଳେ ନିଜ ସ୍ବାମୀଙ୍କୁ ଛାଡ଼ିବାକୁ ଯାଇଥିଲେ ମାନୀ । ଠିକ୍ ଏତିକି ବେଳେ ଛୋଟ ଝିଅଟି ଉଠି ନିଜ ବାପା ମାଙ୍କୁ ଖୋଜିଥିଲା । ଘର ଭିତରେ ନପାଇବାରୁ ଝରକା ନିକଟକୁ ଯାଇ ଉଣ୍ତି ଥିଲା । ପରେ ଗୋଡ଼ ଖସି ଯାଇ ନାବାଳିକାର ମୃତ୍ୟୁ ହୋଇଛି।
୩୦ ମିନିଟ ପରେ ମାନୀ ନିଜ ସ୍ବାମୀଙ୍କୁ ଛାଡ଼ି ଫେରିବା ପରେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ଝିଅକୁ ୪ ବର୍ଷ ହୋଇଥିଲା । ତେବେ ମୃତ୍ୟୁ ପରେ ଝିଅର ଆଖି ଦ୍ବୟକୁ ବାପା ମା ଦାନ କରିଦେଇଥିବା ସୂଚନା ।
ଗତ ମଙ୍ଗଳବାର ସକାଳ ୭.୩୦ । ଝିଅ ଶୋଇ ପଡ଼ିବା ପରେ ଉଭୟ ବାପା ମା ବାହାରି ଯାଇଥିଲେ ଓ ସେ ଉଠିବା ଭିତରେ ମାଆ ଆସି ଯାଇଥାଆନ୍ତେ ବୋଲି ସେମାନେ ଭାବିଥିଲେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ମାଆ ନଫେରିବା ମଧ୍ୟରେ ହିଁ କୁନିଝିଅଟି ଉଠି ଯାଇଥିଲା ଓ ବାପା ମାଙ୍କୁ ଖୋଜି ଖୋଜି ଝରକା ନିକଟକୁ ଚାଲି ଯାଇଥିଲା । ପରେ ଝରକାରୁ ଗୋଡ଼ ଖସିଯାଇ ମୃତ୍ୟୁ ବରଣ କରିଛି ବୋଲି ପୋଲିସ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରା ଯାଇଛି ।
ନିକଟସ୍ଥ ପୋଲିସ ଷ୍ଟେସନରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
]]>ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଛତ୍ରପତି ଶାମ୍ଭାଜୀନଗର ଜିଲ୍ଲା ନାନ୍ଦେଡ଼ ସ୍ଥିତ ଡକ୍ଟର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏଭଳି ଉଦବେଗଜନକ ଘଟଣା ଘଟିଛି। ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସମେତ ୨୪ ଜଣଙ୍କ ଜୀବନ ଯାଇଛି । ୭୦ ଜଣ ଏବେବି ଗୁରୁତର ଅଛନ୍ତି । ବିଶେଷତଃ ଦୁର୍ଘଟଣା, ହୃଦଘାତ, ସାପ କାମୁଡ଼ା ଓ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି ।
ତେବେ ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ଡାକ୍ତରଖାନାର ଡିନ୍। ବିଭିନ୍ନ ବିଭାଗର ଅନେକ କର୍ମଚାରୀଙ୍କ ବଦଳି ହୋଇଯାଇଥିବାରୁ ଆମେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି ।
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏଥିଲାଗି ଜିଲ୍ଲାସ୍ତରରେ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଏବଂ ଆଜି ଦିନ ଗୋଟାଏ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ସୂଚନା ମିଳିଛି ।
ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ଏହି ଘଟଣାକୁ ନେଇ ସବିଶେଷ ରିପୋର୍ଟ ମଗାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
]]>ଭସ୍ମସ୍ତୁପରେ ପରିଣତ ହୋଇଛି ପୂରା ସହର । ଉଜୁଡି ଯାଇଛି କୋଠାବାଡ଼ି । ଭୁଶୁଡି ପଡିଛି ଭିତ୍ତିଭୂମି । ଯୁଆଡେ ଚାହିଁଲେ ଖାଲି ଶବ ଆଉ ଶବ । ଭଙ୍ଗା ଅଟ୍ଟାଳିକା ତଳେ ଶବ । ସମୁଦ୍ରରେ ଭାସୁଛି ଶବ । ଦୃଶ୍ୟ ଏତେ ଭୟଙ୍କର ଯେ, ବର୍ଣ୍ଣନା କରିବା ଅସମ୍ଭବ । ମୁଣ୍ଡରେ ଛାତ ନାହିଁ, ଚାରିଆରେ ଆଣ୍ଠୁଏ ଉଚ୍ଚର କାଦୁଅ । ଆଉ ତାହାରି ଭିତରେ ବଂଚିବାର ରାହା ଖୋଜୁଛି ମଣିଷ । ଖାଇବାକୁ ଦାନା ନାହିଁ, ପିଇବାକୁ ପାଣି ନାହିଁ ଜୀବନ ବଞ୍ଚାଇବାକୁ ଔଷଧ ନାହିଁ । ଅକଥନୀୟ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ହଜାର ହଜାର ଲୋକଙ୍କ ଜୀବନ ।
ବାଦଲଫଟା ବର୍ଷା ଓ ବର୍ଷର ଅଧିକାଂଶ ସମୟରେ ଶୁଖିଲା ପଡୁଥିବା ଡର୍ନା ୱାଡି ନଦୀରେ ନିର୍ମିତ ଡ୍ୟାମ୍ ଭାଙ୍ଗି ଯିବା ଯୋଗୁଁ ସଂପୂର୍ଣ୍ଣ ଧୋଇଯାଇଛି ଲିବ୍ୟାର ବନ୍ଦର ସହର ଡର୍ନ୍ନା । ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାରରୁ ଅଧିକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବା ଆଶଙ୍କା କରାଯାଉଛି ।
କ’ଣ ପାଇ ଘଟିଲା ଏଭଳି ଭୟଙ୍କର ବିପର୍ଯ୍ୟୟ ? ଏହାର ପ୍ରକୃତିର କୋପ, ନା ମଣିଷକୃତ ତ୍ରୁଟିରୁ ଏଭଳି ସ୍ଥିତିର ସାମନା କରୁଛି ଲିବ୍ୟା । ଆସନ୍ତୁ ନଜର ପକାଇବା କ’ଣ ହୋଇଥାଇପାରେ ବିପର୍ଯ୍ୟୟର ସମ୍ଭାବ୍ୟ କାରଣ । କୁହାଯାଉଛି ଲିବ୍ୟାରେ ହୋଇଥିବା ବାଦଲଫଟା ବର୍ଷା ଓ ଅକସ୍ମିକ ବନ୍ୟା, ଜଳବାୟୁ ପରିବର୍ତ୍ତନର ଦୁଃସ୍ପରିଣାମ । ଲିବ୍ୟାରେ ଏବେ ବର୍ଷା ଋତୁ ଆସିନାହିଁ । ତେବେ ତାପୂର୍ବରୁ ହଠାତ ଏଭଳି ବର୍ଷା ପାଣିପାଗ ବିଜ୍ଞାନୀଙ୍କୁ ଚକିତ କରିଛି ।
ଲିବ୍ୟା ବିପର୍ଯ୍ୟୟ ମନୁଷ୍ୟଗତ ତ୍ରୁଟିରୁ ହୋଇଥାଇପାରେ । ବିପର୍ଯ୍ୟୟ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆଗୁଆ ସୂଚନା ଦେଇଥିଲେ । ସେହିପରି ଡର୍ନା ୱାଡି ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ସଂପର୍କରେ ବି ବିଶେଷଜ୍ଞ ଚେତାଇ ଦେଇଥିଲେ । ମାତ୍ର ଡର୍ନା ସହର ପ୍ରଶାସନ ଏହାକୁ ଅଣଦେଖା କରିଥିଲେ ।
ଭିତ୍ତିଭୂମିର ଅଭାବ ବିପର୍ଯ୍ୟୟର ଅନ୍ୟ କାରଣ ହୋଇଥାଇପାରେ । ବିଶେଷଜ୍ଞଙ୍କ ମତରେ ପ୍ରକୃତି ଏବେ ନିୟମିତ ଉଗ୍ରରୂପ ଧାରଣ କରୁଛି । ଏଭଳି ସ୍ଥିତିରେ ଜୀବନ ବଞ୍ଚାଇବାରୁ ହେଲେ ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା ସାଙ୍ଗକୁ ଆଲର୍ଟ ସିଷ୍ଟମ ନିହାତି ଜରୁରୀ । ମାତ୍ର କ୍ରମାଗତ ସଂଘର୍ଷ ଓ ଅଶାନ୍ତି, ଲିବ୍ୟାକୁ ବିଶୃଙ୍ଖଳା ମଧ୍ୟକୁ ଠେଲି ଦେଇଥିବା ବେଳେ ସେଠାରେ ଏସବୁ ବ୍ୟବସ୍ଥା କରାଯାଇପାରି ନାହିଁ ।
ବୁର୍ଲା ପାୱାରଚାନେଲ ବ୍ରିଜରେ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର କେମିତି ହେଲା ମୃତ୍ୟୁ ? ସମାବର୍ତ୍ତନ ଉତ୍ସବକୁ ଯାଇ ଚିନ୍ମୟୀ ଶବ ହୋଇଗଲେ କେମିତି ? ରାତି ୯ରେ ବସରେ ଭୁବନେଶ୍ୱର ଯିବା ପୂର୍ବରୁ ଚିନ୍ମୟୀଙ୍କ ସହ ଘଟିଲା କ’ଣ ? ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ ।
ଚିନ୍ମୟୀ ସହ କେଉଁ ସଂପର୍କ ଥିଲା ? ପିସି ବ୍ରିଜରେ ଚିନ୍ମୟୀ ସହ କୌଣସି ପାଟିତୁଣ୍ଡ ହୋଇଥିଲା କି ? ଯଦି ହଁ, ତେବେ କାରଣ କ’ଣ ? ସହଯୋଗୀ ମାନସ ଟୁଡୁ ସହ ଚିନ୍ମୟୀଙ୍କୁ ଧରି କାହିଁକି ଯାଇଥିଲେ ପିସି ବ୍ରିଜ ? ଏଭଳି ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଛି ଲାଇ ଡିଟେକ୍ସନ ଟେଷ୍ଟରେ । ପ୍ରୀତିମାନଙ୍କ ସହ ସହଯୋଗୀ ମାନସଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ପ୍ରଶ୍ନ ଉଠୁଛି, କାହିଁକି ଆବଶ୍ୟକ ପଡ଼ିଲା ମିଛଧରା ପରୀକ୍ଷା ?
ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଓ ସାଥୀ ମାନସ ସତ ଲୁଚାଇବାକୁ ଚେଷ୍ଟା କରୁନାହାଁନ୍ତି ତ ? ନା ତଦନ୍ତକୁ ଆଗକୁ ନେବା ପାଇଁ ପୋଲିସ କରିଛି ଲାଇଡିଟେକ୍ସନଟେଷ୍ଟ ? ଭିସୁଟର ସମାବର୍ତ୍ତନ ଉତ୍ସବକୁ ଯାଇଥିବା ଚିନ୍ମୟୀଙ୍କ ମୃତ୍ୟୁକୁ ପୂରିଲାଣି ୫ଦିନ । ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ତିନି ତିନିଟି ଟିମ୍ ଦ୍ୱାରା ତନାଘନା ଚଳାଇଥିଲେ ବି କେମିତି ଓ କାହିଁକି ଘଟିଲା ଅଘଟଣ ? ଚିନ୍ମୟୀଙ୍କ ଗଳାରେ କେମିତି ଆସିଲା ଦାଗ ? ହତ୍ୟା ନା ଆତ୍ମହତ୍ୟା ? ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଜବତ ଲ୍ୟାପଟପରୁ କି ପ୍ରମାଣ ପାଇଲା ପୋଲିସ ? ତାକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ଏଭଳି ହାତଯୋଡ଼ି ମିଡ଼ିଆଠୁ ଦୂରେଇ ଯାଉଛି ପୋଲିସ ।
ବଲାଙ୍ଗିର ସହରରବିକ୍ରମ ଛକରେ ଥିବାଚିନ୍ମୟୀଙ୍କ ଘରକୁ ଯାଇ ପ୍ରାୟ ଘଣ୍ଟାଏ ଧରି ବଲାଙ୍ଗିର ପୋଲିସ ଚିନ୍ମୟୀଙ୍କ ମା’ ଏବଂ ତାଙ୍କ ଭଉଣୀଙ୍କୁ ପଚରାଉଚରା କରିଛି । ତା’ସହ ମା’ ଝିଅଙ୍କ ମଧ୍ୟରେ ହୋଇଥିବା ଶେଷ ହ୍ୱାଟସ୍ଆପ ଚାଟକୁ ପୋଲିସ ସଂଗ୍ରହ କରିଛି । ତେବେ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା କରିଛନ୍ତି ଚିନ୍ମୟୀଙ୍କ ମା’ । ଏପରିକି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବି ସ୍ୱଚ୍ଛ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ପ୍ରୀତିମାନଙ୍କ ବାପା କହିଛନ୍ତି, ତଦନ୍ତରେ ସେ କୌଣସି ଚାପ ପକାଉ ନାହାନ୍ତି । ପୋଲିସ ଯାହା ତଦନ୍ତ କରିବା କଥା କରୁ, ସତ କିନ୍ତୁ ସାମ୍ନାକୁ ଆସୁ ।
ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି
ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ଗତକାଲି ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।
ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ରୁମ ଭିତରକୁ ପଶିଥିଲେ । ଆଉ ସେଠାରେ ଶୁଭଶ୍ରୀଙ୍କୁ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବେବି ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ କରୁଛି ପୋଲିସ ।
ତେବେ ଏହାରି ଭିତରେ ଶୁଭଶ୍ରୀଙ୍କ ଏକ ଏଫଅଇଆର୍ ସାମ୍ନାକୁ ଆସିଛି । ଯେଉଁଥିରେ ଡାକ୍ତର ତଥା ନିଜ ପ୍ରେମିକ ଦିବ୍ୟରଂଜନ ମାଝୀଙ୍କ ନାଁରେ ଯୋଡ଼ା ଥାନାରେ ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ । ୬ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିବା ଅଭିଯୋଗ ନେଇ ଥାନାରେ ସେ ଏତଲା ଦେଇଥିଲେ । ପରେ ଆପୋଷ ବୁଝାମଣା ପରେ ଏତଲାକୁ ଉଠାଇ ଦେଇଥିଲେ ଡାକ୍ତର ଶୁଭଶ୍ରୀ ।
ଠିକ୍ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ ମିଳିଛି ଯାହାକୁ ନେଇ ଏବେ ସନ୍ଦେହ ବଢ଼ିଛି । ଏହାରି ଭିତରେ ଗତ ୩୧ ତାରିଖ ଜିରୋ ନାଇଟ୍ ସେଲିବ୍ରେସନର ଭିଡିଓ ସାମ୍ନାକୁ ଆସିଛି । ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ମିଶି ଏକାଠି ନାଚୁଥିଲେ । ଜୀବନକୁ ଭରପୁର ଉପଭୋଗ କରୁଥିଲେ । ନୂଆବର୍ଷ ସେଲିବ୍ରେସନ୍ କରିବା ପରେ ନିଜ ରୁମକୁ ଯାଇଥିଲେ ଶୁଭଶ୍ରୀ । ହେଲେ ତା’ପର ଠାରୁ ଆଉ ଉଠିନଥିଲେ ।
ସୂଚନାଯୋଗ୍ୟ ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି । ଝିଅର ମୃତ୍ୟୁ ଖବର ଯୋଗୁ ଶକ୍ତ ଝଟକା ଲାଗିଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏପରିକି ସେମାନେ କିଛି କହିବାକୁ ମନା କରି ଦେଇଥିବା ବେଳେ ମୃତଦେହ ଧରି ଗାଁକୁ ଫେରିଯିବେ ବୋଲି ଜଣାଯାଇଛି ।
]]>ଶେଷରେ ହେମନ୍ତଙ୍କ ନିର୍ଜୀବ ଶରୀରରେ ନିଆଁ ଲଗାଇଦେଲା । ବାହାରେ ଜଗିଥିବା ଗାର୍ଡ ନିଆଁ ଦେଖି ସେଠାକୁ ଆଥିଲେ ଏବଂ କବାଟ ଭାଙ୍ଗି ହେମନ୍ତଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ । ୟାସିର ଘରୁ ବାହାରକୁ ଦୌଡ଼ି ପଳାଇବାର ଭିଡିଓ ସିସିଟିଭି ଫୁଟେଟରୁ ମିଳିବା ପରେ, ତାକୁ ଖୋଜି ଗିରଫ କରିଛି ପୋଲିସ ।
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ । ସନ୍ଦେହ କରାଯାଉଛି, ଅବସାଦଗ୍ରସ୍ତ ଥିଲା ୨୩ ବର୍ଷୀୟ ୟାସିର । ଡାଏରୀରେ ସେ ଲେଖିଛି ଯେ- ମୁଁ ମୋ ଜୀବନକୁ ଘୃଣା କରେ । ଜୀବନ କେବଳ କଷ୍ଟ ଦିଏ, ଏବେ ତ କେବଳ ମୃତ୍ୟୁ ହିଁ ଶାନ୍ତି ଦେବ । ପ୍ରିୟ ମୃତ୍ୟୁ, ମୋ ଜୀବନକୁ ଆସ । ମୁଁ ସବୁବେଳେ ତୁମକୁ ଅପେକ୍ଷା କରିଛି । ଏଥିସହ ଡାଏରୀରେ ଭୁଲା ଦେନା ମୁଝେ ଗୀତ ଉତାରିଛି ୟାସିର ।
ଆଉ ଏକ ପୃଷ୍ଠାରେ ଲେଖିଛି- ଜୀବନ ୧ ପ୍ରତିଶତ, ପ୍ରେମ ଶୂନ ପ୍ରତିଶତ, ଟେନସନ୍ ୯୦ ପ୍ରତିଶତ, ଦୁଃଖ ୯୯ ପ୍ରତିଶତ, ମିଛ ହସ ୧୦୦ ପ୍ରତିଶତ । ମୁଁ ଯେମିତି ଜୀବନ ବଞ୍ଚୁଛି, ସେଥିରେ କିଛି ସମସ୍ୟା ନାହିଁ । ସମସ୍ୟା କେବଳ ଏଇଆ ଯେ, ଆଗକୁ ମୋର କଣ ହେବ । ତେଣେ ପୋଲିସ ୟାସିରକୁ ଜେରା କରୁଥିବା ବେଳେ, ସେ ପୂର୍ବରୁ ଖୁବ୍ ବଦ୍ରାଗୀ ଥିଲା ବୋଲି ଜାଣିବାକୁ ପାଇଛି ।
ଏଭଳି ହାଇପ୍ରୋଫାଇଲ୍ ମର୍ଡର ପଛର କାରଣ କଣ? କାହିଁକି ହଠାତ୍ ନିଜ ମାଲିକଙ୍କୁ ହତ୍ୟା କଲା ଜଣେ ଘରୋଇ ସହାୟକ? ଏହା ପଛର କାରଣ ଅବସାଦ, ନା ଆତଙ୍କବାଦ? ଏକ ଆତଙ୍କୀ ଗୋଷ୍ଠୀ PAFF ଏହି ହତ୍ୟାକାଣ୍ଡ ପଛରେ ନିଜର ଭୂମିକା ଥିବା ଦାବି କରିବା ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଉପଲକ୍ଷେ ଏହା ଏକ ଛୋଟିଅଆ ଭେଟି ବୋଲି କହିଛି ସଂଗଠନ ।
ଅନ୍ୟପକ୍ଷରେ ଆତଙ୍କୀ ବିରୋଧୀ ଅପରେସନରେ ଦିବଂଗତ ଆଇପିଏସ୍ ହେମନ୍ତ ଲୋହିଆଙ୍କର ୩ ଦଶନ୍ଧିର ଭଲ ଟ୍ରାକ୍ ରେକର୍ଡ ବି ରହିଛି । ତେଣୁ ହତ୍ୟାକାଣ୍ଡର ଟେରର୍ ଲିଙ୍କକୁ ଏଡ଼ାଇ ଦିଆଯାଇନପାରେ । ତେବେ ଜାମ୍ମୁ-କାଶ୍ମୀର ଅତିରିକ୍ତ ପୋଲିସ ଡିଜି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସେଭଳି କିଛି ସ୍ପଷ୍ଟ ହୋଇନାହିଁ ।
ଏହି ହତ୍ୟାକାଣ୍ଡ ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି, ଜାମ୍ମୁ ଓ ରଜୌରୀ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
]]>ମୋଟ୍ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଉଥିବା ଯାଯାବର ଗୀତ ଦର୍ଶକଙ୍କ ସାମ୍ନାରେ ଶେଷ ଗୀତ ହୋଇଗଲା ମୁରଲୀଙ୍କର । ଆଉ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଜୟପୁର ସହରରେ । ସ୍ଥାନୀୟ ଅଂଚଳରେ ଅକ୍ଷୟ ମହାନ୍ତି ଭାବେ ପରିଚିତ କଣ୍ଠଶିଳ୍ପୀ ମୁରଲୀଙ୍କ ହୃଦଘାତରେ ହୋଇଥିବା ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ହେଲେ ମୁରଲୀ ଆଉ ଆମ ପାଖରେ ନାହାନ୍ତି ।
ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ପୂଜା ଅବସରରେ ଜୟପୁର ସହରର ରାଜନଗରଠାରେ ଜୟପୁର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଚାଲିଥିଲା । ଆଉ କଣ୍ଠଶିଳ୍ପୀ ମୂରଲୀ ମହାପାତ୍ର ଗୀତ ଗାଇବା ପାଇଁ ଷ୍ଟେଜକୁ ଆସି ଗୀତ ଗାଇବା ପୂର୍ବରୁ ନିଜେ ଅସୁସ୍ଥ ଥିବା କହି ଗୀତ ଗାଇବାରେ ଭୁଲ୍ ଥିଲେ କ୍ଷମା କରିବେ ବୋଲି କହିଥିଲେ ।
ହେଲେ ଅସୁସ୍ଥତା କାରଣ ପରେ ବି ଅକ୍ଷୟଙ୍କ ଯାଯାବର ଗୀତରେ ଝୁମିଥିଲେ ଦର୍ଶକ । ହେଲେ ଗୀତ ଗାଉ ଗାଉ ହଠାତ୍ ଅସୁସ୍ଥତା ବଢିଯିବାରୁ ଚେୟାର ଉପରେ ବସିପଡିଥିଲେ ମୁରଲୀ । ଆଉ ଏତିକି ବେଳେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିବା କୁହାଯାଉଛି । ତେବେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁରଲୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ଆଉ ମୃତ୍ୟୁ କଣ ଏମିତି ବି ଆସେ ବୋଲି ପ୍ରଶ୍ନ କରିଥିଲେ ।
(ରିପୋର୍ଟ- ଟି ଗୌରୀଶଙ୍କ, ଜୟପୁରରୁ)
]]>
ମୃତକମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ । କିଛିଦିନ ହେଲା ଫୁଲେଶ୍ଵରି ବସ୍ତିରେ ଦୁହେଁ ରହୁଥିଲେ । ତେବେ ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା । ଏହାକୁ ନେଇ ଅସନ୍ତୋଷ ଓ ମାନସିକ ଅଶାନ୍ତି ବଢ଼ିଯାଇଥିଲା । ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଛନ୍ତି ।
ବିଷ ପିଇବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିବା ଜଣାପଡ଼ିଛି ।
]]>ପଶ୍ଚିମ ଲଣ୍ଡନର ପେଡିଙ୍ଗଟନ୍ ନିକଟରେ ଥିବା ଏକ ଟିକାକରଣ କ୍ଲିନିକ୍ ପରିଦର୍ଶନରେ ଯାଇଥିବା ବୋରିସ୍ ଜନସନ କହିଛନ୍ତି COVID-19ର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ରୋଗୀର ମୃତ୍ୟୁ ଘଟିଛି । ଓମିକ୍ରନ୍ କାରଣରୁ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି , ଯାହା ଅତି ଦୁଃଖର ବିଷୟ । ଆଉ ଏବେ ଓମିକ୍ରନରେ ପୀଡିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ।
ନୂଆ ଭାରିଆଣ୍ଟକୁ ହାଲୁକାରେ ନେବା ଉଚିତ୍ ନୁହେଁ । ସମୟ ଥାଉ ଥାଉ ସଚେତନ ନହେଲେ, ସ୍ଥିତି ଆଗାମୀ ସମୟରେ ବିପଜ୍ଜନକ ହୋଇପାରେ । ଶୀଘ୍ର ବିସ୍ତାର ହେଉଥିବା ଏହି ଭାରିଆଣ୍ଟର ଗତିକୁ ଚିହ୍ନିବା ଆବଶ୍ୟକ । ଏହା ଲୋକଙ୍କ ମଧ୍ୟରେ ବହୁତ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥିରୁ ରକ୍ଷା ପାଇବାକୁ ହେଲେ ସମସ୍ତେଙ୍କୁ ବୁଷ୍ଟର୍ ଡୋଜ ନେବା ଉଚିତ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ନୂଆ ଭାରିଆଣ୍ଟ୍ ସମ୍ପର୍କରେ ଅଧ୍ୟୟନରେ ଭୟଙ୍କର ଖୁଲାସା ହୋଇଛି । ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଏଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି ।
ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଏଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ଅଧ୍ୟୟନରେ ଅନୁସାରେ ବ୍ରିଟେନରେ ଓମିକ୍ରନ୍ B.1.1.1.529 ଭାରିଏଣ୍ଟ୍ ପାଇଁ SARS-CoV2 ଶୀଘ୍ର ବ୍ୟାପିପାରେ । ବେଳହୁଁ କଠୋର ପଦକ୍ଷେପ ଗ୍ରହଣ କରା ନଗଲେ, ଆଲଫା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।
]]>କରୋନାର ଭୟାବହ କମି ନଥିବା ବେଳେ ଆଉ ଏକ ନୂଆ ରୋଗ ଏବେ ଆଖି ସାମ୍ନାକୁ ଆସିବାରେ ଲାଗିଛି । ଏନେଇ ଏବେ କାନାଡା ଚିନ୍ତାରେ ପଡିଛି । କାନାଡାରେ ଦେଖାଯାଇଥିବା ଏହି ଅଜଣା ମସ୍ତିସ୍କ ରୋଗରେ ୬ ଜଣଙ୍କର ଜୀବନ ଗଲାଣି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୪୮ ଜଣ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ଲୋକେ ଭୁଲିଯିବା ଏବଂ ଦ୍ୱନ୍ଦ୍ୱରେ ପଡିବା ଆଦି ଅଭିଯୋଗ କରିଛନ୍ତି। ଏହି ରହସ୍ୟମୟ ନ୍ୟୁରୋଲୋଜିକାଲ୍ ସିଣ୍ଡ୍ରୋମ ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଡାକ୍ତରମାନେ ଏହି ରୋଗର କାରଣ ଜାଣିପାରୁ ନାହାଁନ୍ତି। ରିପୋର୍ଟ ଅନୁଯାୟୀ ମୃତ୍ୟୁ ଘଟିଥିବା ଲୋକଙ୍କର ବୟସ ୧୮ ରୁ ୮୫ ବର୍ଷ ଅଟେ ।
ଏହି ରୋଗରେ ଦେଖାଯାଉଥିବା ଲକ୍ଷଣ ।
ପୀଡ଼ିତାଙ୍କ ମନରେ ଥକାପଣ ଦେଖାଯାଉଛି। ଏହି ରୋଗ ଦ୍ୱାରା ଲୋକଙ୍କ ମଧ୍ୟରେ ଚିନ୍ତା, ମୁଣ୍ଡ ବୁଲାଇବା, ମତିଭ୍ରମ, ଯନ୍ତ୍ରଣା, ଭୁଲିବା ଆଦି ଲକ୍ଷଣ ଦେଖାଯାଉଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଏହି ରୋଗରେ ଆକ୍ରାନ୍ତ ଜଣେ ଝିଅ ଏକ ଅଦ୍ଭୂତ କଥା କହିଛନ୍ତି ଯେ ତାଙ୍କୁ ସମାନ ଟିଭି ଶୋ ବାରମ୍ବାର ଦେଖିବାକୁ ପଡୁଛି, କାରଣ ସେ ନୂଆ ତଥ୍ୟକୁ ମନେ ରଖିପାରୁ ନାହାନ୍ତି। ଏହି ରୋଗରେ ନିଜ ମାଂସପେଶୀ ଉପରେ ମଧ୍ୟ ନିୟନ୍ତ୍ରଣ ରହୁନାହିଁ।
ଜନସ୍ୱାସ୍ଥ୍ୟ ଏଜେନ୍ସି ଅଫ୍ କାନାଡା (PHAC) ଗତ ବର୍ଷ ଶେଷରେ ଏହି ଅଞ୍ଚଳରେ ଏକ ବଡ ଅଜଣା ମସ୍ତିଷ୍କ ରୋଗ ବିଷୟରେ ଚେତାବନୀ ଦେଇଥିଲେ । ଏହି ରୋଗରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ବେଳେ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । PHAC କହିଛି ଯେ ନ୍ୟୁ ବ୍ରନ୍ସୱିକ୍ ପ୍ରଦେଶର ଅଧିକାରୀ ମାନେ ବର୍ତ୍ତମାନ ନିଜେ ଅନୁସନ୍ଧାନର ନେତୃତ୍ୱ ନେଇଛନ୍ତି। ଏଥିରେ ଫେଡେରାଲ୍ ଏଜେନ୍ସିର ଭୂମିକା ସହାୟକ ହେବ ।
]]>ମୃତକଙ୍କ ନାମ ହେଉଛି ସତନାମ ସିଂହ। ସତନାମଙ୍କୁ ଆହତ ଅବସ୍ଥାରେ ଲେଡି ରିଡିଂ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲକୁ ପହଞ୍ଚିବା ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଯାଇଥିଲା। ପୋଲିସର ସୂଚନାନୁସାରେ ଗୋଟିଏ ଦିନ ପୂର୍ବରୁ ହିଁ ସତନାମ ସିଂହ ହାସନ ଅବଦାଲରୁ ପେଶୱାରକୁ ଆସିଥିଲେ। ଏନେଇ କ୍ୟାପିଟାଲ ସିଟି ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର କଡାକଡି ତଦନ୍ତ କରାଯାଉଛି। ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ଟାର୍ଗେଟ କରାଯାଉଛି। ହିନ୍ଦୁ ସଂପ୍ରଦାୟ ଝିଅମାନଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି ଏବଂ ବେଳେବେଳେ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା ମଧ୍ୟ କରାଯାଉଛି।
ଅତୀତରେ ପାକିସ୍ତାନରେ କେତେକ ମନ୍ଦିରଗୁଡିକ ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ବିଭାଜନ ପରଠାରୁ ଏଠାରେ ହିନ୍ଦୁ ଏବଂ ଶିଖଙ୍କ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏଭଳି ଅଘଟଣ ଉପରେ ଆଜି ଯାଏଁ ପାକ୍ ସରକାର ପକ୍ଷରୁ କୌଣସି ନ୍ୟାୟ ମିଳିନାହିଁ। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଏଭଳି ଅତ୍ୟାଚାର ବାରମ୍ବାର ଘଟୁଥିବାର ଦେଖିବାକୁ ମିଲୁଛି।
]]>ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍ଫି ନେବାକୁ ଉଦ୍ୟମ କରୁଥିଲେ ଓ ଅସାଵଧାନତା ବଶତଃ ପ୍ରାୟ ଚାଳିଶ ମିଟର ତଳକୁ ସମୁଦ୍ରକୁ ଖସି ପଡ଼ିଥିଲେ ବୋଲି ତାଙ୍କର ଜଣେ ବନ୍ଧୁ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ହେଲିକପ୍ଟର ସହାୟତାରେ ସର୍ଚ୍ଚ ଅପରେସନ କରାଯାଇ ପ୍ରାୟ ଘଂଟାଏ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅଙ୍କିତଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ ପୋଲିସ ତାଙ୍କ ପରିବାର ସହ ସମ୍ପର୍କ କରିବାକୁ ଉଦ୍ୟମ କରୁଛି।
]]>
ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଡିହଡୋଳ ସେକ୍ସନ ବନ କର୍ମଚାରୀ ପହଞ୍ଚିଛନ୍ତି। ହାତୀ ଆକ୍ରମଣରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସେହିପରି ନୂଆପଡ଼ାରେ ବି ହାତୀ ନେଇଛି ଜୀବନ। କୋମନା ବ୍ଲକର କରଙ୍ଗାଭଟା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। କରଙ୍ଗାଭଟା ଗାଁର ସହଦେବ ପରାଗୁଏ ଆଜି ସକାଳେ ନିଜ କ୍ଷେତକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ।
ସହଦେବଙ୍କୁ ଏକାବେଳେକେ ୭ଟି ହାତୀ ଆକ୍ରମଣ କରିଥିଲେ। ହାତୀପଲ ତାଙ୍କୁ ଶୁଣ୍ଡରେ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୋମନା ଅଞ୍ଚଳରେ ଗତ କିଛି ଦିନ ହେବ ବଲାଙ୍ଗିରରୁ ବହୁ ଜଙ୍ଗଲୀ ହାତୀ ଚାଲି ଆସିଥିବାରୁ ଅଞ୍ଚଳରେ ହାତୀଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।
]]>