ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି।
ରାଉରକେଲା, ବୀରମିତ୍ରପୁର, ମାଲକାନଗିରି ଓ ବଲାଙ୍ଗିରରେ ବସ୍ ଚଳାଚଳ ବନ୍ଦ ରହିଛି। ଏପଟେ ମାଲକାନଗିରିରେ ବନ୍ଦ ଡାକରା ଯୋଗୁ ଦୋକାନ, ବଜାର ମଧ୍ୟ ରହିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସମ୍ବଲପୁର, ରାଉରକେଲାରେ ରେଳରୋକ କରାଯାଇଛି। ସେହିପରି ବଲାଙ୍ଗିରରେ ମଧ୍ୟ ବନ୍ଦ ପାଳନ କରାଯାଉଛି।
]]>