କିଛି ସ୍ଥାନରେ ତ ଘର ଭିତରେ ବି ପାଣି ପଶିଲାଣି। ଧିରେ ଧିରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି। ବର୍ଷା ବିତ୍ପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍। ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ।
]]>ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ, ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି । ପରିସ୍ଥିତି ଏମିତି ହେଲାଣି କି ଅଣ୍ଟାଏ ଉଚ୍ଚର ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । କିଛି ସ୍ଥାନରେ ତ ଘର ଭିତରେ ବି ପାଣି ପଶିଲାଣି । ଧୀରେ ଧୀରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି ।
ବାତ୍ୟା ମିଗଜୋମ ଆନ୍ଧ୍ରର ନୋଲୋରକ ଏବଂ ମଚ୍ଛଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରିରହିଛି । ଏପଟେ ଆନ୍ଧ୍ର ସୀମାନ୍ତ ରାଜ୍ୟର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷାନେଇ ପାଣିପାଗ ବିଭାଗର ଆକଳନ ପରେ ଜିଲ୍ଲାପ୍ରଶାସନ ସଜାଗ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ବ୍ଲକକୁ ନୋଡ଼ାଲ ଅଧିକାରୀ ପଠାଯାଇଥିବା ବେଳେ ଓଡ୍ରାଫ୍ ଟିମ ପ୍ରସ୍ତୁତ ରହିଛନ୍ତି । ଚାଷୀମାନଙ୍କୁ ସେମାନଙ୍କ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ୨୪୪ ଗର୍ଭବତୀଙ୍କୁ ଆଗୁଆ ମେଡିକାଲ ପ୍ରସ୍ତୁତି କରାଯାଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
]]>ଏହି ସମୟରେ ପବନର ସର୍ବାଧିକ ବେଗ ରହିବ ଘଣ୍ଟାକୁ ୧୧୦ କିଲୋମିଟର । ଯଦିଓ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ, ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଏହାର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ଟି ରାଜ୍ୟରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେବା ବେଳେ କହିଛନ୍ତି, ବାତ୍ୟା ଲାଗି ଆମକୁ ସତର୍କ ରହିବାକୁ ପଡ଼ିବ ।
କେନ୍ଦ୍ର ସରକାର ଲଗାତାର ରାଜ୍ୟ ସରକାରଙ୍କ ସହ ସଂପର୍କରେ ଅଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ତାମିଲନାଡୁ, ପୁଡୁଚେରୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ବିଜେପି କର୍ମକର୍ତ୍ତାଙ୍କୁ ମୋଦି ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର ଯେକୌଣସି ଦଳର ହୁଅନ୍ତୁ ନା କାହିଁକି ଆପଣମାନେ ସଂପୂର୍ଣ୍ଣ ଭାବେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ବିଜେପି କର୍ମକର୍ତ୍ତାଙ୍କୁ କହିଛନ୍ତି ମୋଦି । ଆମ ପାଇଁ ଦଳଠୁ ଦେଶ ବଡ଼ । ଆମର ହୃଦୟଠାରୁ ମଧ୍ୟ ଆମ ଦେଶବାସୀ ବଡ଼ ବୋଲି ମୋଦି କହିଛନ୍ତି ।
]]>ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଚ୍ଛଲିପଟ୍ଟନମ୍ ଉପକୂଳ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।
ସେପଟେ ତାମିଲନାଡୁରେ ବର୍ଷା କାଚୁଛି ତ ଏଣେ ଓଡ଼ିଶାକୁ ଛନକା ପଶିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ଅଦିନିଆ ବର୍ଷା ନେଇ ବି ସତର୍କ କଲାଣି ପାଣିପାଗ ବିଭାଗ। ଚେତାବନୀ ଦେଇଛି- ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ।
]]>କ୍ରମଶଃ ଏହା ଆହୁରି ଅଧିକ ଘନୀଭୂତ ହୋଇ କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ।ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ଓ ମଚ୍ଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି । ଚେନ୍ନାଇ, କାଞ୍ଚିପୁରମ୍, ସୋଲିଙ୍ଗାନାଲୁର, ପଲ୍ଲିକରନାଇ, ଥିରୁବଲ୍ଲୁର ଭଳି ବିଭିନ୍ନ ଜିଲ୍ଲା ଜଳାର୍ଣ୍ଣବ ହୋଇଛି । ତାମିଲନାଡୁରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି NDRF ଟିମ୍କୁ ମୁତୟନ କରାଯାଇଛି ।
ପ୍ରବଳ ବର୍ଷା ଯୋଗୁ କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ସମ୍ମୁଖରେ ମଧ୍ୟ ବର୍ଷା ଯୋଗୁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପର୍ଯ୍ୟନ୍ତ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ତାହା ସ୍ପଷ୍ଟ ହୋଇନାହିଁ ।
]]>ଏହାର ପ୍ରଭାବରେ ପହିଲାରୁ କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ତତ ସଂଲଘ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବୋହିପାରେ । ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ । ଡିସେମ୍ବର ୧ ରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରା ଯାଇଛି । ଯେଉଁମାନେ ଯାଇଛନ୍ତି, ସେମାନଙ୍କୁ ଫେରି ଆସିବାକୁ ଅନୁରୋଧ କରା ଯାଇଛି ।
କୃଷକମାନଙ୍କ ପାଇଁ ଏ ସମ୍ପର୍କିତ ସତର୍କ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଚିଥିବା ଧାନକୁ କାଟି ଆଣିବାକୁ କୁହାଯାଇଛି । ମେଘୁଆ ପାଗ ଯୋଗୁଁ ସମ୍ଭାବ୍ୟ ରୋଗପୋକ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ତେବେ ପବନକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବା ବେଳେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।
]]>ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଏବେ ୱେଲ୍ ମାର୍କଡ ଲୋ’ ପ୍ରେସରରେ ପରିଣତ ହୋଇଛି । ଆସନ୍ତାକାଲି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କ୍ରମଶଃ ଏହା ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ପୁଣି ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ SRC ଚିଠି ଲେଖିଛନ୍ତି । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ।
ଚାଷୀଙ୍କୁ ସତର୍କ କରାଇବାକୁ ଏସ୍ଆରସି କହିଛନ୍ତି । ବିଭିନ୍ନ ବିଭାଗର ସଚିବଙ୍କୁ ମଧ୍ୟ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
]]>ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ରୂପ ନେଇପାରେ । ୨୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହାର ୪୮ ଘଣ୍ଟାରେ ତାହା ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ପାଣିପାଗ ବିଭାଗ ଅନୁମାନ କରିଛି ।
]]>ଆଜି ଘଣ୍ଟା ପ୍ରତି ୧୭ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କି.ମି., ଦୀଘାରୁ ୪୬୦ ଓ ବାଂଲାଦେଶ ଖେପୁପଡ଼ାରୁ ୬୧୦ କି.ମି. ଦୂରରେ ଏହା କେନ୍ଦ୍ରୀଭୂତ ରହିଛି ।
DD over Westcentral BoB lay about 390km ESE of Visakhapatnam, 320km SSE of Paradip, 460km SSW of Digha, 610km SSW of Khepupara (Bangladesh) at 0830 hrs of the 16th Nov. Likely to intensify to CS in 24 hrs, cross Bangladesh coast between Mongla & Khepupara by early hrs of 18 Nov. pic.twitter.com/qVu1PJPgbp
— India Meteorological Department (@Indiametdept) November 16, 2023
କ୍ରମଶଃ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟା ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ । ୧୮ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡ଼ା ମଧ୍ୟରେ ଉପକୂଳ ଛୁଇଁବ ବାତ୍ୟା ।
ଅନ୍ୟପକ୍ଷେ, ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
]]>ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଲିଛି । ଆଜି ସନ୍ଧ୍ୟାରେ ବାଂଲାଦେଶରେ ସ୍ଥଳଭାଗ ଛୁଇଁବାର ଥିଲା ହାମୁନ୍ । କିନ୍ତୁ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ହିଁ ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ।
ତେବେ ବାତ୍ୟା ପ୍ରଭାବରେ ଗଭୀର ସମୁଦ୍ରରେ ଫସିଛି ଜାହାଜ । ଆଜି ସଂଧ୍ୟାରେ ପାରାଦୀପ ପୋର୍ଟରେ ଲାଗିପାରେ ସରକାରୀ ରିସର୍ଚ୍ଚ ଭେସେଲ 'ସମୁଦ୍ର କୌସ୍ତୁଭ' । ପାରାଦୀପଠାରୁ ପ୍ରାୟ ୩୫ ନଟିକାଲ ମାଇଲ ଦୂରରୁ କୋଷ୍ଟଗାର୍ଡ ସିପ୍ ଅମୋଘ ଉଦ୍ଧାର କରିଥିଲା ।
ଅମୋଘ ଭେସଲଟିକୁ ଟାଣି ଟାଣି କୂଳକୁ ଆଣୁଛି । ଆଜି ସଂଧ୍ୟାରେ ଏହା ପାରାଦୀପ ପୋର୍ଟରେ ଲାଗିବ ବୋଲି ଜଣା ପଡ଼ିଛି । ଏହି ଭେସଲରେ ୨୫ ଜଣ କ୍ରିଉ ମେମ୍ବର ଅଛନ୍ତି ।
]]>
ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ କେବଳ ବାତ୍ୟାରେ ପରିଣତ ହୋଇଯିବା ସମ୍ଭାବନା ରହିଛି । ସେତେବେଳକୁ ପବନର ବେଗ ୬୫ରୁ ୭୫ କିଲୋମିଟର ରହିପାରେ ।
ଝଟ୍କା ପବନ ୮୫ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ। ଖାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
]]>SCS Hamoon intensified into VSCS about 290 km east of Paradip (Odisha), 270 km southeast of Digha (West Bengal), 230 km south-southwest of Khepupara (Bangladesh). Likely to weaken and cross Bangladesh's coast between Khepupara and Chittagong around the evening of 25th Oct as CS. pic.twitter.com/6moaRNxqwZ
— India Meteorological Department (@Indiametdept) October 24, 2023
Cyclonic Storm “Hamoon” intensified into a Severe cyclonic storm over Northwest Bay of Bengal pic.twitter.com/XssAJX3e8p
— India Meteorological Department (@Indiametdept) October 24, 2023
ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ ବୋଲି IMD ଆକଳନ କରିଛି ।
Latest observations indicate Very Severe Cyclonic Storm (VSCS) TEJ crossed Yemen coast near 15.9 N/52.15E close to south of Al Ghaidah during 0230 & 0330 IST of 24 Oct as a VSCS with maximum sustained wind speed reaching 125-135 kmph gusting to 150 kmph. pic.twitter.com/GPOv408dEP
— India Meteorological Department (@Indiametdept) October 24, 2023
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନ, ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ସ୍ୱଳ୍ପ ଓ ମଧ୍ୟ ଧରଣର ବର୍ଷା ହୋଇପାରେ ।
]]>ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା, ଉପକୂଳରେ ପ୍ରଭାବ । କୋହଲା ପବନ ସାଙ୍ଗକୁ କେଉଁଠି ହାଲକା ତ କେଉଁଠି ଟିକେ ଅଧିକ ବର୍ଷା ହେବା ସମ୍ଭାବନା । ଓଡ଼ିଶା ଉପକୂଳରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ବାଂଲାଦେଶ ମୁହାଁ ସମ୍ଭାବ୍ୟ ବାତ୍ୟା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶା ଉପକୂଳରେ ଏ ବାତ୍ୟାର ସେମିତି କିଛି ପ୍ରଭାବ ନାହିଁ । ସମୁଦ୍ରରେ ତ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ପବନ ବହିପାରେ । ହେଲେ ଉପକୂଳ ଓଡ଼ିଶାର ସମୁଦ୍ର କୂଳରେ କେବଳ ଯାହା ଝଙ୍କାଳିଆ ପବନ ହେବ ।
ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ସହ ଜଗତସିଂହପୁର, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଟିକେ ଅଧିକ ହୋଇପାରେ । ତେବେ ପାର୍ବଣ ଚାଲିଥିବାରୁ ପୂଜା ପେଣ୍ଡାଲ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ତେଣୁ ଏଥିପାଇଁ ସତର୍କ କରିଛନ୍ତି ଆଇଏମଡି ଡିଜି । ତାଙ୍କ କହିବା ମୁତାବକ '୨୫ ତାରିଖ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଏହି ସମୟ ଭିତରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।
ତେଣୁ ଏସଆରସିଙ୍କ ପକ୍ଷରୁ ଏ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୃଷି ଓ ଜଳସଂପଦ ବିଭାଗ ସଚିବଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଉ ଏପଟେ ହାମୁନ୍ ନିଶାନାରେ ଓଡ଼ିଶା ନଥିଲେ ବି ବାତ୍ୟା ନାଁ ଶୁଣି ଚାଷୀ ଛାତି ଧଡ଼ ଧଡ଼ । ଏବେ ଧାନର ଥୋଡ଼ ସମୟ ହୋଇଥିବାରୁ ଟିକେ ଅଧିକ ବର୍ଷା-ପବନ ଧାନ ଫସଲକୁ କ୍ଷତି କରିବାର ସମ୍ଭାବନା ଥିବାରୁ ଚିନ୍ତାରେ ଉପକୂଳିଆ ଅଞ୍ଚଳର ଚାଷୀ ।
ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା କିଛି ନୂଆ କଥା ନୁହେଁ । ସେ ୧୯୯୯ ମହାବାତ୍ୟା ହେଉ କି ୨୦୧୩ର ଫାଇଲିନ୍, ୨୦୧୪ ମସିହାର ହୁଡହୁଡ୍ ହେଉ କି ୨୦୧୮ର ତିତଲି ଅବା ବର୍ତ୍ତମାନର ସମ୍ଭାବ୍ୟ ହାମୁନ୍ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ତିନି ନମ୍ବର ସତର୍କ ସଂକେତ ଜାରି କରାଯାଇଛି ।
]]>ବଜ୍ରପାତରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ବ୍ୟାପକ ତାଳ ଗଛ ରୋପଣ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟର ସବୁ ଅଞ୍ଚଳ, ଖାସ୍ କରି ବଜ୍ରପାତ ପ୍ରବଣ ଅଞ୍ଚଳରେ ଅଧିକରୁ ଅଧିକ ତାଳ ଗଛ ଲଗାଇବାକୁ କୃଷି ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ସତର୍କ ଆପ୍ ଜରିଆରେ ବଜ୍ରପାତର ଆଗୁଆ ତଥା ସତର୍କ ସୂଚନା ଦେବାକୁ ଓସ୍ଡମା ପ୍ରସ୍ତାବ ଦେଇଛି। ବାର୍ଷିକ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆର୍ଥ ନେଟ୍ୱର୍କ ଓ ପୁନେ ସ୍ଥିତ ଆଇଟିଏମ୍ ସହଯୋଗରେ ଏହି ଆପ୍ କାର୍ଯ୍ୟକାରୀ ହେବ ବୋଲି ପ୍ରସ୍ତାବ ଦିଆଯାଇଛି।
କେବଳ ଏତିକି ନୁହେଁ ୬ଟି ଉପକୂଳ ଜିଲ୍ଲାର ୨୪ଟି ଚିହ୍ନଟ ସୁନାମି ପ୍ରବଣ ଗାଁରେ ଇଣ୍ଡିଆନ୍ ଓସେନ୍ ସୁନାମୀ ରେଡି ପ୍ରୋଗ୍ରାମ୍ ବା IOTR କାର୍ଯ୍ୟକାରୀ କରିବାକୁ ପ୍ରାୟ ୧୩ ଲକ୍ଷ ୨୧ ହଜାର ଟଙ୍କାର ଏକ ପ୍ରସ୍ତାବ ଓସ୍ଡମା ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି।
]]>ଏଥିସହ ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଉନ୍ନୟନ କମିଶନର, SRC, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ସେବା ଡିଜିଙ୍କ ସହିତ ୧୨ଟି ବିଭାଗର ସଚିବ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ମୌସୁମୀ ପ୍ରତ୍ୟାବର୍ତ୍ତନର ୪୫ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ରହିଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି ।
]]>
ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରୋ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଲଘୁଚାପ ବାତ୍ୟାରେ ପରିଣତ ହେବାକୁ ପାଗ ଅନୁକୂଳ ହୋଇପାରେ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୫ ଦିନ ପୂର୍ବରୁ ହୋଇଥିବା ଆକଳନରେ ଏଭଳି କିଛି ପୂର୍ବାନୁମାନ କରାଯାଇଛି। ତା’ସହ ଅନ୍ୟ କିଛି ପାଣିପାଗ ମଡେଲ୍ ବି ଏନେଇ ସୂଚନା ଦେଇଛି। ତେବେ ଏହାର ପ୍ରଭାବ ଓ ଗତିପଥ କ’ଣ ରହିବ ତାହା ଏଯାଏ ଜଣାପଡ଼ିନି।
]]>ଖାଲି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବରଂ ଏ ସାମୁଦ୍ରିକ ଝଡ଼ବାତ୍ୟା ପ୍ରଭାବରେ ଗୁଜରାଟର ୧୦ଟି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲ୍ଲାରେ ୨୨ ଜଣ ଆହତ ହୋଇଥିବା ଗୁଜରାଟର ରିଲିଫ କମିଶନର ଆଲୋକ ପାଣ୍ଡେ ସୂଚନା ଦେଇଛନ୍ତି। ୨୦ରୁ ଅଧିକ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଛି। ୧୪୫ କି.ମି. ବେଗରେ ପବନ ବହିବାରୁ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।୯୪୦ ଗାଁ ଅନ୍ଧାରରେ ଥିବାବେଳେ ଭୁଜ୍ ଓ ଦ୍ୱାରକାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।
#ବିପର୍ଯ୍ୟୟ_ଘଟାଇଲା_ବିପର୍ଯ୍ୟୟ
— ଓଟିଭି (@otvkhabar) June 16, 2023
-ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା 'ବିପର୍ଯ୍ୟୟ'
-ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି, ୨ ମୃତ
-୧୪୫ ବେଗରେ ପବନ ବହିବାରୁ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ#CycloneBiporjoy #Cyclone pic.twitter.com/WdDxPqmNiX
୫୦୦ ରୁ ଅଧିକ ଗଛ ଉପୁଡ଼ି ପଡ଼ି ପଡ଼ିଛି। ଗଛ ଉପୁଡ଼ି ପଡ଼ିଥିବା ଅଞ୍ଚଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ରାସ୍ତାଘାଟ ସଫା କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜୋରସରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁ ବାତ୍ୟା 'ବିପର୍ଯ୍ୟୟ'।
ଗୁଜରାଟ ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟସ୍ଥଳରେ ସୌରାଷ୍ଟ୍ର ଜଖୌ ବନ୍ଦର ନିକଟରେ ଗତକାଲି ରାତି ସାଢେ ୧୦ରୁ ସାଡେ ୧୧ଟା ଭିତରେ ବାତ୍ୟା ‘ବିପର୍ଯୟ’ ଲାଣ୍ଡଫଲ୍ କରିଥିଲା। ଏହି ସମୟରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗର ପବନ ବହିଥିଲା। ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା।ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଜାରି ରହିଥିଲା। ଏହାପରେ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ପୂର୍ବ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଥିବା ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ବାତ୍ୟା ଏବେ ସିଭିୟର ସାଇକ୍ଲୋନିଷ୍ଟ ଷ୍ଟର୍ମରୁ କେବଳ ସାଇକ୍ଲୋନିକ୍ ଷ୍ଟର୍ମରେ ରୁପାନ୍ତରିତ ହୋଇ ଦକ୍ଷିଣ ରାଜସ୍ଥାନ ମୁହାଁ ହୋଇଛି। ପରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ସନ୍ଧ୍ୟା ସୁଦ୍ଧା ଏହା ରାଜସ୍ଥାନରେ ପହଞ୍ଚିବା ପରେ ସେଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସେଠାରେ
ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ଜଖୌ ବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣପଶ୍ଚିମଠୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ସୌରାଷ୍ଟ୍ର ଓ କଚ୍ଛ ଏବଂ ପାକିସ୍ତାନ ଉପକୂଳ ମାଣ୍ଡଭି ଓ କରାଚି ମଧ୍ୟରେ ଜଖୌ ବନ୍ଦର ନିକଟ ଦେଇ ଅତିକ୍ରମ କରିପାରେ।
VSCS Biparjoy over Northeast Arabian Sea at 0230 hours IST of 15th June, 2023 about 200 km west-southwest of Jakhau Port (Gujarat). To cross Saurashtra & Kutch and adjoining Pakistan coasts between Mandvi and Karachi near Jakhau Port by evening of 15th June as a VSVS. pic.twitter.com/2mnj4zC4sy
— India Meteorological Department (@Indiametdept) June 15, 2023
ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି ଲ୍ୟାଣ୍ଡଫଲ୍ ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ରରେ ଅତି ଉଚ୍ଚ ଜୁଆର ଆସିବା ସହ ସମୁଦ୍ର ଅଶାନ୍ତ ରହିପାରେ।
ସେପଟେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଯାଏ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବାଲି ଲାଗି ୧୭ଟି ଏନଡିଆରଏଫ୍ ଟିମ୍ ସହ ୧୨ଟି ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ବାତ୍ୟା ପାଇଁ ୭୬ଟି ଟ୍ରେନ୍ ବାତିଲ କରାଯାଇଛି।
]]>VSCS Biparjoy lay centered at 0230 IST of the 13th June, 2023 over Northeast and adjoining Eastcentral Arabian Sea about 290 km southwest of Porbandar & 360 km south-southwest of Jakhau Port. To cross Saurashtra & Kutch near Jakhau Port by evening of 15th June as a VSCS. pic.twitter.com/aTM24KvUsT
— India Meteorological Department (@Indiametdept) June 13, 2023
ତେବେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି। ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ତତ୍ପରତା ଦେଖାଇଛି। ଏହାସହ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ ଜାରି କରାଯାଇଛି।
ସେପଟେ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି କଚ୍ଛ ଅଞ୍ଚଳର ମାଣ୍ଡଭି ଉପକୂଳ। ନଭସାରି ଏବଂ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ବାତ୍ୟା ପାଇଁ ଗୁଜରାଟରେ ୧୫ ତାରିଖ ଯାଏ ୯୫ଟି ଟ୍ରେନକୁ ବାତିଲ୍ କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀର ଜାହାଜ ଏବଂ ବିମାନ ସତର୍କ କରାଉଛନ୍ତି। ଏନଡିଆରଏଫର ୧୨ ଟିମ୍ ସଜାଗ ରହିଛନ୍ତି। ଏଯାଏ ୭ ହଜାର ୫ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
#ଗୁଜରାଟ_ମୁହାଁ_ବାତ୍ୟା_ବିପର୍ଯ୍ୟୟ
— ଓଟିଭି (@otvkhabar) June 13, 2023
ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ। ଦ୍ୱାରକା ଅଞ୍ଚଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି...#CycloneBiparjoy #Cyclone #Gujarat pic.twitter.com/2IamZEeyNc
ଅନ୍ୟପକ୍ଷେ, ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ଲାଗି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଫୋନ୍ ଯୋଗେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହେବା ସହ ବାତ୍ୟାର ସ୍ଥିତି ଏବଂ ମୁକାବିଲା ଲାଗି ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ସହଯୋଗ ଆବଶ୍ୟକ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଏକ ବୈଠକ ମଧ୍ୟ କରିଥିଲେ।
]]>ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବାତ୍ୟା ଲ୍ୟାଣ୍ଡଫଲଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ। ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୫୦ କି.ମି. ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ବିପର୍ଯ୍ୟୟ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କି.ମି. ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି।
Cyclone Alert for Saurashtra & Kutch Coast: Yellow Message. ESCS BIPARJOY over eastcentral Arabian Sea, at 2330 IST of 11th Jun near lat 18.9N & long 67.7E, Likely to cross between Mandvi (Gujarat) and Karachi (Pakistan) by noon of 15thJune. More details: https://t.co/EGetkpfaKk pic.twitter.com/ZUbomX4bPY
— India Meteorological Department (@Indiametdept) June 11, 2023
ମୁମ୍ବାଇ ଠାରୁ ଏହା ୫୪୦ କି.ମି. ଦୂରରେ ଥିବାବେଳେ ଗୁଜରାଟର ପୋରବନ୍ଦର ଠାରୁ ୩୭୦ କି.ମି. ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି। ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଏନେଇ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ମୁମ୍ବାଇରେ ଗତ ରାତିରୁ ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପାକିସ୍ତାନର କରାଚୀରେ ଲ୍ୟାଣ୍ଡଫଲ୍ ସମ୍ଭାବନା କରିବାର ସମ୍ଭାବନା ରହିଛି । ହେଲେ ଗୁଜରାଟ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ତେବେ ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ଫଳରେ ଏଠାରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବ ।
ପୂର୍ବ-ମଧ୍ୟ ଆରବ ସାଗରରେ ଘୂର୍ଣ୍ଣିବଳୟ ଜାରି ରଖିଥିବାରୁ କରାଚି ପୋର୍ଟ ଟ୍ରଷ୍ଟ (କେପିଟି) ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରିଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି । ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେରଳର ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଏବଂ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
]]>ବାତ୍ୟା 'ବିପର୍ଯ୍ୟୟ' ଏବେ ଗୋଆଠୁ ୭୨୦ କି.ମି., ମୁମ୍ବାଇ ଠାରୁ ୭୨୦ କି.ମି., ପୋରବନ୍ଦରଠୁ ୭୪୦ କି.ମି., କରାଚିଠୁ ୧୦୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି।
VSCS BIPARJOY at 2330 hrs IST of 09th June over eastcentral Arabian Sea near lat 16.0N & long 67.4E. Likely to intensify further & move north-northeastwards during next 24hrs. for details visit: https://t.co/EGetkpfIzS pic.twitter.com/gzIdXrzhGT
— India Meteorological Department (@Indiametdept) June 9, 2023
ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି। ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ‘ବିପର୍ଯ୍ୟୟ’ ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି ।
]]>Very severe cyclonic storm Biparjoy over eastcentral Arabian Sea at 2330 hours IST of 08th June, 2023 over about 840 km west-southwest of Goa, 870 km west-southwest of Mumbai. To intensify further gradually during next 36 hours and move nearly north-northwestwards in next 2 days. pic.twitter.com/dx6b3VAEN6
— India Meteorological Department (@Indiametdept) June 8, 2023
ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳିପାରେ। ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ନେଇ ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଆଜି କେନ୍ଦ୍ରୀୟ ଆରବ ସାଗରରେ ପବନର ବେଗ ଘଣ୍ଟା ପ୍ରତି ୧୪୫-୧୫୫ କି.ମି. ରହିପାରେ। ଏହା ଘଣ୍ଟା ପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ।
ଆଜି ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୪୫-୧୫୫ କି.ମି. ରହିପାରେ। କ୍ରମଶଃ ଏହା ଘଣ୍ଟା ପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ। ଜୁନ୍ ୧୦ରେ ପବନର ବେଗ ବଢ଼ିବା ସହ ଘଣ୍ଟାପ୍ରତି ୧୫୫-୧୬୦ କି.ମି. ରହିପାରେ, କ୍ରମଶଃ ଏହା ଘଣ୍ଟାପ୍ରତି ୧୮୦ କି.ମି. ମଧ୍ୟ ପହଞ୍ଚିପାରେ। ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନଥିବା ବେଳେ ପାକିସ୍ତାନରେ ଏହା ଲ୍ୟାଣ୍ଡ୍ଫଲ୍ କରିପାରେ ବୋଲି ଆଶଙ୍କା କରାଯାଉଛି। ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି ।
]]>VSCS BIPARJOY over eastcentral Arabian Sea, lay centered at 0530hrs IST of 08thJune, near lat 13.9N & long 66.0E, about 860km west-southwest of Goa, 910km southwest of Mumbai, would intensify further & move north-northwestwards. pic.twitter.com/6HiSydw2qI
— India Meteorological Department (@Indiametdept) June 8, 2023
ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳିପାରେ। ଫଳରେ ଆସନ୍ତା ୫ ଦିନ ପାଇଁ ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ନେଇ ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କି.ମି. ରହିପାରେ। କ୍ରମଶଃ ଏହା ବୃଦ୍ଧି ପାଇ ସନ୍ଧ୍ୟାରୁ ଘଣ୍ଟା ପ୍ରତି ୧୪୦ କି.ମି. ବେଗରେ ପବନ ବହିପାରେ। କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବାର ସମ୍ଭାବନା ରହିଛି।
ଆସନ୍ତାକାଲି ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୧୩୫-୧୪୫ କି.ମି. ପହଞ୍ଚିପାରେ। ତେବେ ସନ୍ଧ୍ୟା ସୁଦ୍ଧା ଘଣ୍ଟାପ୍ରତି ୧୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଜୁନ୍ ୧୦ରେ ପବନର ବେଗ ବଢ଼ିବା ସହ ଘଣ୍ଟାପ୍ରତି ୧୪୫-୧୫୫ କି.ମି. ରହିପାରେ, କ୍ରମଶଃ ଏହା ଘଣ୍ଟାପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ।
ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନଥିବା ବେଳେ ପାକିସ୍ତାନରେ ଏହା ଲ୍ୟାଣ୍ଡ୍ଫଲ୍ କରିପାରେ ବୋଲି ଆଶଙ୍କା କରାଯାଉଛି।
ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି । ସ୍କାଏ ମେଟ୍ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍କୁ ଯିବାର ସମ୍ଭାବନା ରହିଛି ।
]]>ଗତକାଲି ଆରବ ସାଗରରେ ସୃଷ୍ଟ ଏହି ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ସୃଷ୍ଟି ହୋଇଥିବା ଲଘୁଚାପଟି ଗତକାଲି ସକାଳେ ଅବପାତର ରୂପ ନେଇଥିଲା । କାଳକ୍ରମେ ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇଛି । ହେଲେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନି ।
ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି । ସ୍କାଏ ମେଟ୍ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍କୁ ଯିବାର ସମ୍ଭାବନା ରହିଛି ।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଶ୍ରୀରାମପୁର ପଂଚାୟତ ଏବଂ ଡି.ପି ପୁର ପଂଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ବଡ ବଡ଼ ଗଛ ଭାଙ୍ଗିବା ସହ ଚାଳ ଛପର ଘର ନଷ୍ଟ ହୋଇଯାଇଛି। ବିଦ୍ୟୁତ ଖୁଣ୍ଟି ଉପୁଡ଼ିଛି । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ହୋଇଛି । ନରଣପୁର, ବେହେରା ସାହି, ତୋଟାପଡା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରିଛନ୍ତି ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଟିମ୍ ।
]]>Cyclonic storm “Biparjoy” over eastcentral and adjoining southeast Arabian Sea at 0230 IST of 07 June near lat 12.5°N and lon 66.0°E, about 900km WSW of Goa. Likely to move nearly northwards and intensify into SCS during next 06 hour.@WMO@ndmaindia@DDNewslive@airnewsalerts pic.twitter.com/jXdgDJcHFR
— India Meteorological Department (@Indiametdept) June 7, 2023
ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି’ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।
]]>ଆଇଏମ୍ଡି ଡିଜି ଆହୁରି ସୂଚନା ଦେଇଛନ୍ତି, ‘୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ପବନ ୧୧୦ରୁ ୧୩୦ କି.ମି. ବେଗରେ ବହିପାରେ। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି।’
ତେବେ ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବ ପଡ଼ିବ ଓ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ଆଇଏମ୍ଡି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି।
]]>‘୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇପାରେ। ବାତ୍ୟାର ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି’ ବୋଲି IMD ଡିଜି ସୂଚନା ଦେଇଛନ୍ତି। ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁପାରେ। ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଚାଲି ଆସିବାକୁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟା ନେଇ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ପ୍ରେସ୍ମିଟ୍ରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ। ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରଖା ଯାଇଛି।’
]]>ଠିକ୍ ସେହିପରି ୨୦୨୦ ମେ’ ୧୯ରେ ଉତ୍ତର ଓଡ଼ିଶାର ବାଲେଶ୍ୱର-ଚାନ୍ଦବାଲି ମଝିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟ ‘ଅମ୍ଫାନ’। ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ଅମ୍ଫାନ। ସେହିପରି ୨୦୨୧ ମେ’ ୨୬ ରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଥିଲା ବାତ୍ୟା ‘ୟଶ’। ଯଦିଓ ‘ୟଶ’ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା, ମାତ୍ର ଓଡ଼ିଶା ଦେଇ ଅତିକ୍ରମ କଲାବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ଏବେ ପୁଣି ଥରେ ମେ’ ମାସରେ ବାତ୍ୟା ଆସୁଥିବାରୁ ଏହାକୁ ନେଇ ଆଶଙ୍କା ଭିତରେ ଉପକୂଳବାସୀ ।
ତେବେ ଆସନ୍ତା ମେ’ ୯ ତାରିଖ ପାଖାପାଖି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି । ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି । ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ । ପରେ ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ।
ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନି । ବାତ୍ୟା କୁଆଡ଼େ ଯିବ? କେତେ ତୀବ୍ରତା ରହିବ? ସେନେଇ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ହେଲେ ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ମେ’ମାସରେ ବାତ୍ୟା ଆସିବାର ଖବର ମିଳିବା ପରେ ଚିନ୍ତାରେ ଓଡ଼ିଶାବାସୀ ।
ବ୍ୟୁରୋ ରିପୋର୍ଟ, ଓଟିଭି
]]>ତେବେ ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେଣୁ ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ହେଲେ ବାତ୍ୟା କୁଆଡ଼େ ଯିବ, କେତେ ଶକ୍ତିଶାଳୀ ହେବ, କେତେ ଜୋରରେ ପବନ ବହିବ, ଏ ସମ୍ପର୍କିତ କୌଣସି ପୂର୍ବାନୁମାନ କରାଯାଇନାହିଁ।
ଏଥିଯୋଗୁଁ ଓଡ଼ିଶାରେ ପବନ ତ ଦୂରର କଥା, ବର୍ଷା ହେବ ନା ନାହିଁ, ତାହା ବି ସ୍ପଷ୍ଟ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସମ୍ପର୍କିତ ଆକଳନ କରାଯିବ। ପାଣିପାଗ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ଉତ୍ତର ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ। ତେବେ ଏହାର ପରବର୍ତ୍ତୀ ଗତିପଥ ବିଭିନ୍ନ କାରକ ଉପରେ ନିର୍ଭର କରୁଥିବାରୁ, ସେନେଇ ଏବେଠୁ ଆକଳନ କରି ହେବନି।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ...
ସୂଚନାଥାଉ କି, ୨୦୧୯ ମସିହା ମେ’ ୩ରେ ବାତ୍ୟା ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡ୍ଫଲ୍ କରିଥିଲା। ଏହାଦ୍ୱାରା ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କେତେକ ରିପୋର୍ଟ ଅନୁସାରେ, ବାତ୍ୟା ‘ମୋଚା’ ଭାରତର ପୂର୍ବ ଉପକୂଳରେ ମେ’୮ରୁ ୧୧ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିପାରେ।
]]>
ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ କିଛି ସ୍ପଷ୍ଟ ହୋଇନି। ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ।ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ IMD ଡିଜି ପ୍ରତିକ୍ରିୟା ରଖିଛନ୍ତି। IMD ଡିଜି ସୂଚନା ଦେଇଛନ୍ତି, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ତାହା ଏଯାଏ ଆକଳନ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି। ତେଣୁ ଲୋକମାନେ ବ୍ୟସ୍ତ ହୁଅନ୍ତୁନି।
ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି। ଇଭାକୁଏସେନ୍ ପ୍ଲାନ୍ କରାଯାଇଛି। ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।
]]>‘ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇପାରେ। ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ସ୍ପଷ୍ଟ ହୋଇନି। ଲଘୁଚାପ ସୃଷ୍ଟି ହେଲା ପରେ ଏହାର ଗତିବିଧି ସ୍ପଷ୍ଟ ହେବ। ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡ଼ିଶାକୁ ପ୍ରଭାବ ପକାଇବନି’ ବୋଲି IMD ଡିଜି ସୂଚନା ଦେଇଛନ୍ତି।
ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
]]>ଚେନ୍ନାଇର ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଜୋରରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ତାମିଲନାଡୁ ମାମଲ୍ଲାପୁରମ୍ ନିକଟରେ ବାତ୍ୟା ‘ମାଣ୍ଡୋସ୍’ ସ୍ଥଳଭାଗ ଛୁଇଁଥିଲା। ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଆଗକୁ ଏହା ଆହୁରି ଦୁର୍ବଳ ହେବ।
#CycloneMandous | A large tree got uprooted in Egmore area of Chennai due to strong winds. pic.twitter.com/D7xZLQUMDB
— ANI (@ANI) December 10, 2022
ଆଜି ମଧ୍ୟାହ୍ନ ସୁଦ୍ଧା ‘ମାଣ୍ଡୋସ୍’ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
#ତାଣ୍ଡବ_ରଚିଲା_ବାତ୍ୟା_ମାଣ୍ଡୋସ୍#ବିଳମ୍ବିତ_ରାତିରେ_ଲ୍ୟାଣ୍ଡଫଲ୍_କଲା_ବାତ୍ୟା
— ଓଟିଭି (@otvkhabar) December 10, 2022
ବାତ୍ୟା ‘ମାଣ୍ଡୋସ୍’ ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ଯୋଗୁ ରାସ୍ତା ଅବରୋଧ ହୋଇଛି...#CycloneMandous #Cyclone #TamilNadu pic.twitter.com/p8njp532DE
ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ହିଁ ଚେନ୍ନାଇ, କେରଳ ସମେତ ବହୁ ସ୍ଥାନରେ ବର୍ଷା ପବନ ଆରମ୍ଭ ହୋଇଯାଇଥିଲା। ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯିବା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।
]]>
୮ ତାରିଖ ସକାଳେ ଏହା ଉତ୍ତର ତାମିଲନାଡ଼ୁ-ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ତେବେ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ରହିବନି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମ୍ଭାବ୍ୟ ବାତ୍ୟାର ନାଁ ମାଣ୍ଡୋସ୍ ରହିବ । ୟୁନାଇଟେଡ୍ ଆରବ ଏମିରେଟସ୍ ବା ୟୁଏଇ ଏହାର ନାମକରଣ କରିଛି । ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଆସିଥିଲା ବାତ୍ୟା ସି-ତ୍ରାନ୍ । ଯାହାକି ବାଂଲାଦେଶ ଉପକୂଳରେ ସ୍ଥଳ ଭାଗକୁ ଛୁଇଁଥିଲା ।
ସେପଟେ ଆଜି ସକାଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା କମ୍ପନ । ଏମିତିକି ବାଂଲାଦେଶ ରାଜଧାନୀ ଢାକାରେ ଅନୁଭୂତ ହୋଇଥିଲା ମୃଦୁ ଭୂକଂପ । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲଜି ପକ୍ଷରୁ ସୂଚନା ଦିଆଯାଇଛି ଯେ, ସକାଳ ୮ଟା ୩୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୫.୧ । ଭୁବନେଶ୍ୱରଠାରୁ ୪୩୪ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ତଥା ପୁରୀଠାରୁ ୪୨୧ କିଲୋମିଟର ପୂର୍ବ ଦିଗରେ ବଙ୍ଗୋପସାଗରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସମୁଦ୍ର ପତନଠାରୁ ୧୦ କିଲୋମିଟର ଗଭୀରତାରେ ଭୂକମ୍ପ ସୃଷ୍ଟି ହୋଇଥିବାରୁ ପ୍ରଭାବ ଢେର୍ କମ୍ ଥିଲା । ଓଡ଼ିଶାରେ ଏହାର କୌଣସି ପ୍ରଭାବ ଅନୁଭୂତ ହୋଇ ନ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।
ଉପକୂଳ ଓଡ଼ିଶାରେ ଏବେ ଧାନ ଅମଳ ଚାଲିଛି, ବିଲରେ କଟା ହୋଇ ପଡ଼ିରହିଛି ଧାନ କେଣ୍ଡା । ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଯଦି ବର୍ଷା ହୁଏ, ତାହେଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।
]]>Under the influence of cyclonic circulation over the south Andaman Sea & adjoining equatorial Indian oceanStrait of Malacca, a Low-Pressure Area has formed over the south Andaman Sea & neighborhood and the associated cyclonic circulation extends up to mid-tropospheric levels. pic.twitter.com/jMW3oWjuw3
— Meteorological Centre, Bhubaneswar (@mcbbsr) December 5, 2022
ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଉପକୂଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାର ରୂପ ନେଇ ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି।
-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା
— ଓଟିଭି (@otvkhabar) December 5, 2022
-ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଟୁଇଟ୍
-ସୃଷ୍ଟି ହୋଇଥିବା ଲଘୁଚାପ କାଲି ଅବପାତର ରୂପ ନେବ
-ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ-ଉତ୍ତର ଦିଗକୁ ଗତି କରିବ
-କାଳକ୍ରମେ ଅବପାତଟି ଏକ ବାତ୍ୟାର ରୂପ ନେବ- ପାଣିପାଗ ବିଭାଗ#Cyclone #OTV pic.twitter.com/illDD3WIzx
ଏହାର ପ୍ରଭାବରେ ତାମିଲନାଡୁର ୭ ଜିଲ୍ଲା, ପୁଡୁଚେରୀ, କରାଇକାଲ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଡିସେମ୍ବର ୭ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ। ଏହାର ପରଦିନ ମଧ୍ୟ ବର୍ଷା ଲାଗି ରହିବ। ସେହିପରି ଡିସେମ୍ବର ୪ରୁ ୬ ତାରିଖ ଯାଏ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଡିସେମ୍ବର ୮ ଯାଏ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନଯିବା ପାଇଁ ପାଣିପାଗ ବିଭାଗ ମତ୍ସଜୀବୀଙ୍କୁ ପରାମର୍ଶ ଦେଇଛି।
]]>ଅନ୍ୟପଟେ ବଜାରରେ ଲାଗିଛି ଭଳିକି ଭଳି ବାଣର ପସରା । ହେଲେ ଗ୍ରାହକଙ୍କ ଦେଖା ନାହିଁ । କାଁ ଭା ଗ୍ରାହକ ଆସୁଛନ୍ତି ବାଣ କିଣିବାକୁ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ବାଣ ବଜାର ବ୍ରହ୍ମପୁରରେ । ବାଣ ବଜାର ଏବେ ବ୍ରହ୍ମପୁର ସହରଠୁ ୨୦ କିମି ଦୂର ଡେଙ୍ଗାପଦରକୁ ଘୁଞ୍ଚି ଆସିଛି । ଶିବକାଶୀ, ରାୟପୁର ଓ କୋଲକାତାରୁ ବାଣ ଆଣି ପସରା ମେଲାଇଛନ୍ତି ବ୍ୟବସାୟୀ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଫିକା ପଡ଼ିଥିଲା ବାଣ । ବ୍ୟବସାୟ ଏଥର କିଛିଟା ମେକ୍ଅପ୍ ହେବ ବୋଲି ବ୍ୟବସାୟୀ ଆଶା ରଖିଥିଲେ । ମାତ୍ର ବାତ୍ୟା ଆଶଙ୍କା ବାଣ ବଜାରକୁ ପ୍ରଭାବିତ କରିଛି । ଦର ବି ପୂର୍ବ ଅପେକ୍ଷା ଦୁଇଗୁଣା ହୋଇଯାଇଥିବା ଗ୍ରାହକ କହିଛନ୍ତି ।
ଠିକ୍ ସେହିଭଳି ଖୋର୍ଦ୍ଧାର ଜଟଣୀ ସହର ବାଣବଜାର ସ୍ଥିତି । ବାଣ ବ୍ୟବସାୟ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ସହରରେ ୧୫ରୁ ୨୦ଟି ବଡ଼ ବଡ଼ ବାଣ ଗୋଦାମ ରହିଛି । ୨୦ ତାରିଖରୁ ବାଣ ବ୍ୟବସାୟ ଲାଗି କମିଶନରେଟ୍ ପୋଲିସ ଅନୁମତି ଦେଇଥିଲେ । ହେଲେ ଗ୍ରାହକଙ୍କର କିନ୍ତୁ ଦେଖା ନାହିଁ । ଏପଟେ କଟକ ସାଲେପୁରରେ ବି ବାତ୍ୟା ଆଶଙ୍କା ଯୋଗୁଁ ବାଣ କାରିଗରଙ୍କ ମନରେ ହରଷ ନାହିଁ । ବାତ୍ୟା ଭୟ ଯୋଗୁଁ ଚଳିତ ବର୍ଷ ବିଶେଷ ଅର୍ଡର ବି ମିଳିନି । ଯାହାକୁ ନେଇ କାରିଗରମାନେ ଚିନ୍ତାରେ ପଡ଼ିଛନ୍ତି ।
ଏପଟେ କଟକରେ ଏଯାଏଁ ବାଣ ଦୋକାନ ଖୋଲିନଥିବା ବେଳେ ଡିସିପି କହିଛନ୍ତି ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ସାଇସେନ୍ସ ଯାଞ୍ଚ ପରେ ଅନୁମତି ଦିଆଯିବ । ଯେଉଁମାନେ ବେଆଇନ ଭାବେ ବାଣ ବିକ୍ରି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀପାବଳି ଦିନ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
]]>ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ। ଏହାପରେ ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା। ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ବାତ୍ୟା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ବଙ୍ଗୋପସାଗର ଦେଇ ଯିବାବେଳେ ଏହା ଓଡ଼ିଶା ଉପକୂଳ ପାଖ ଦେଇ ଗତି କରିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।
Yesterday’s LPA over north Andaman Sea & SE BoB persisted over the same region in the morning of 21st . To intensify into a cyclonic storm over WC and adjoining EC BoB by 24th Oct. Thereafter, move N-NE and reach near WB - Bangladesh coasts on 25th Oct, skirting Odisha coast. pic.twitter.com/hnpCtj512o
— India Meteorological Department (@Indiametdept) October 21, 2022
ବର୍ତ୍ତମାନ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଅଧିକ ସକ୍ରିୟ ରହିଛି। ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତିକରି ୨୫ ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ବାତ୍ୟାର ଗତିପଥ ନେଇ ପାଣିପାଗ ବିଭାଗ ଏକ ସମ୍ଭାବ୍ୟ ଟ୍ରାକ୍ ଜାରି କରିଛି।
ଅନ୍ୟପକ୍ଷେ, ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ଫେରି ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଦେଶରୁ ବିଦାୟ ନେଇପାରେ।
ଫେରିଗଲା #ମୌସୁମୀ !!!
— Meteorological Centre, Bhubaneswar (@mcbbsr) October 21, 2022
ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
]]>Conditions are very likely to become favourable for further withdrawal of Southwest Monsoon from the entire the country during next 48 hours.
— Meteorological Centre, Bhubaneswar (@mcbbsr) October 21, 2022
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ମୁଖ୍ୟ ସଚିବ ଡାକିଲେ ବୈଠକ । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ । ବୈଠକରେ ଏସ୍ଆର୍ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।
ତେବେ ଏହି ବାତ୍ୟାର ନାଁ ସିତ୍ରାଙ୍ଗ ରହିବ । ଏହାର ପ୍ରଭାବ ଓ ଗତିପଥ ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଆଜି ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ଆଉ ୨୪ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ ।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
]]>ବଡ଼ କଥା ହେଲା, ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ । ଅବପାତରେ ପରିଣତ ହେବା ପରେ ବାତ୍ୟା ସଂପର୍କିତ ଅଧିକ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
]]>ବଢୁଛି ବାତ୍ୟା ସିତ୍ରାଙ୍ଗ ସସ୍ପେନ୍ସ । କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ଆଇଏମ୍ଡି-ଜିଏଫଏସ୍ ମଡେଲ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଉପକୂଳ ଛୁଇଁବ । ଅନ୍ୟପଟେ ୟୁରୋପିଆନ ମଡେଲ୍ ECMWF କହୁଛି ପଶ୍ଚିମବଙ୍ଗ ଦିଘାରୁ ବାଲାଂଦେଶ ଉପକୂଳ ମଧ୍ୟରେ ୨୫ରେ ଲ୍ୟାଣ୍ଡଫଲ କରିପାରେ । ଅନ୍ୟ ପଟେ ଧୀରେ ଧୀରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ସିତ୍ରାଙ୍ଗ । ବଳ ଗୋଟାଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ମୁହାଁଇଛି ।
ଏବେ ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପର ରୂପ ନେବ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୨ରେ ପଣ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ହେବ । ପୁଣି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ କିମ୍ଭା ୨୪ ସକାଳେ ନେବ । ବାତ୍ୟାର ରୂପ ଅବପାତରେ ପରିଣତ ହେବା ପରେ ବାତ୍ୟା ସଂପର୍କିତ ଅଧିକ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବା ଆକଳନ କରାଯାଉଥିବାରୁ ସରକାରୀ ସ୍ତରରେ ମଧ୍ୟ ଏହାର ମୁକାବିଲା ଲାଗି ଦେଖାଦେଇଛି ତତ୍ପରତା । ଗତକାଲି ଏସ୍ଆରସିଙ୍କ ଅଧ୍ୟକ୍ଷତାରେ ବୈଠକ କରି ପ୍ରଭାବିତ ହେବାକୁ ଥିବା ସାମ୍ଭାବ୍ୟ ଜିଲ୍ଲାଗୁଡିକୁ ସତର୍କ କରାଯାଇଥିଲା ।
ଆଜି ଉପକୂଳ ୭ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କରିଛନ୍ତି ଏସଆରସି । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମଧ୍ୟ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି ।
ଏସ୍ଆରସିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୨ରେ ଅବପାତ ସୃଷ୍ଟି ହେବା ପରେ ଉପକୂଳ ଓଡିଶାରେ ପ୍ରଭାବ ଦେଖିବାକୁ ମିଳିବ । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା ହୋଇଥିବା ବେଳେ ୨୪ରୁ ସଂପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ୨୩ରୁ ମଧ୍ୟ ହାଲ୍କା ବର୍ଷା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି ।
(ରିପୋର୍ଟ- ବାଲେଶ୍ୱରରୁ ରଶ୍ମି ରଞ୍ଜନ ଦାସ, ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ)
]]>ତେବେ ବହୁ ପୂର୍ବରୁ କାନାଡାର Saskatchewan ୟୁନିଭର୍ସିଟିରେ ପାଣିପାଗ ଓ ଜଳବାୟୁ ଉପରେ ରିସର୍ଚ୍ଚ କରୁଥିବା ଜଣେ ପିଏଚ୍ଡି ଗବେଷକ ସୂଚନା ଦେଇଥିଲେ ଯେ, ‘ଅକ୍ଟୋବର ୧୭ ତାରିଖରେ ଏକ ଡିପ୍ରେସନ ସୃଷ୍ଟି ହେବାର ସମ୍ଭାବନା ରହିଥିଲା । ଯାହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ସୋମବାର (ଅକ୍ଟୋବର ୧୦) ଦିନ ସେ ଏହି ସୂଚନା ଦେଇଥିଲେ । ଯଦି ଏହା ବାତ୍ୟାରେ ପରିଣତ ହୁଏ ତା’ହେଲେ ଏହାର ନାଁ ‘ସିତ୍ରାଙ୍ଗ(Sitrang)’ ରଖାଯାଇପାରେ ବୋଲି ସେ କହିଥିଲେ ।
The Business Standard ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, କିଛିଦିନ ପୂର୍ବେ ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଥିଲା । ସେହି ସମୟରେ ଜଣାପଡ଼ିଥିଲା, ବାଂଲାଦେଶ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ଲ୍ୟାଣ୍ଡ୍ଫଲ୍ କରିପାରେ । ତେବେ ରବିବାର ଦିନ ହୋଇଥିବା ପୂର୍ବାନୁମାନ ଅନୁସାରେ, ଏହା ଆନ୍ଧପ୍ରଦେଶ ଉପୂକଳରେ ଲ୍ୟାଣ୍ଡ୍ଫଲ୍ କରିପାରେ ।
ସମ୍ପୃକ୍ତ ପିଏଚ୍ଡି ଗବେଷକ The Business Standard କୁ ସୂଚନା ଦେଇ କହିଥିଲେ ଯେ, ‘ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳର କୌଣସି ସ୍ଥାନରେ ଏହି ଶକ୍ତିଶାଳୀ ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିପାରେ ।’ GFSର ଆକଳନ ଅନୁସାରେ, ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟା(Super Cyclone)ରେ ପରିଣତ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କି.ମି.ରୁ ୨୫୦ କି.ମି. ହୋଇପାରେ । ଉପକୂଳ ଅଞ୍ଚଳରେ ବଡ଼ ଜୁଆର ଆସିପାରେ । ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବ ସେଠାରେ ସମୁଦ୍ରରେ ୧୫-୨୦ ଫୁଟ୍ ଉଚ୍ଚ ଜୁଆର ଆସିପାରେ ।
]]>ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ଛୁଇଁବ, ସେନେଇ ଏଯାଏ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।୨୨ ତାରିଖରୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଣିପାଗ ବିଭାଗ ସତର୍କ କରାଇଛି। ସମ୍ଭାବ୍ୟା ବାତ୍ୟା ଯୋଗୁ ସମୁଦ୍ରରେ ପବନର ବେଗ ୪୫ରୁ ୬୫ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏନେଇ IMD ଡିଜି ସୂଚନା ଦେଇଛନ୍ତି, ୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।
‘୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ। ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ, ପୂର୍ବାନୁମାନ ହୋଇନି। ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ’ ବୋଲି IMD ଡିଜି ସୂଚନା ଦେଇଛନ୍ତି।
]]>ଅନ୍ୟପକ୍ଷେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୨ ତାରିଖ ଠାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବାର ଥିବାରୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
ସୂଚନାଥାଉ କି, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ। ଏହାସହ ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
]]>ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇପାରେ। ଏହାସହ ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ । ଅପରାହ୍ନ ୪ଟାରେ ଏହି ବୈଠକ ବସିବ । SRC ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବ ।
ବାତ୍ୟା ପାଇଁ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ିବା ପାଇଁ ମନା କରାଯାଇଛି । ଏବେଠାରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ମନା ହୋଇଛି ।
ତେବେ ବାତ୍ୟା ଖବର ଶୁଣି ଓଡିଶାବାସୀଙ୍କ ମନରେ ଛନକା ପଶିଛି । ପ୍ରାୟତଃ ଓଡ଼ିଶାରେ ଅକ୍ଟୋବର ମାସରେ ବାତ୍ୟା ଆସିଥାଏ । ଏଥର ବି ଅକ୍ଟୋବର ମାସରେ ହିଁ ବାତ୍ୟା ଆଶଙ୍କା ରହିଛି । ବିଶେଷ କରି ଉପକୂଳିଆ ଅଂଚଳର ଲୋକେ ଭୟଭୀତ ହୋଇ ପଡ଼ିଲେଣି । ବାତ୍ୟା କେତେ ମାତ୍ରାରେ ଆସିବ? କୋଉଠି ମାଡ ହେବ? କଣ ରହିବ ବାତ୍ୟାର ଗତିପଥ ? ଏହାକୁ ନେଇ ପ୍ରକାଶ ନାନା କଳ୍ପନା ଜଳ୍ପନା ହେଲାଣି ।
]]>ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!!
— Meteorological Centre, Bhubaneswar (@mcbbsr) October 18, 2022
ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ pic.twitter.com/yVUqSfcwbx
ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକଣି ଗାଁ ସମୁଦ୍ରଠୁ ମାତ୍ର ୫୦ ମିଟର ଦୂରରେ ହୋଇଛି ଧାନ ଚାଷ। ଛନ ଛନିଆ ଧାନ ଗଛରେ କେଣ୍ଡା ଧରି ଫୁଲ ଉଡୁଛି । ହେଲେ ଯଦି ବାତ୍ୟା ମାଡ଼ ଖାଏ, ତାହାଲେ ଉଜୁଡିଯିବ ବର୍ଷକର ଦାନା । ଅସ୍ତରଙ୍ଗ, କୋଣାର୍କ ଓ କାକଟପୁର ଆଦି ଅଞ୍ଚଳର ଚାଷୀ ବି ବାତ୍ୟା କଥା ଶୁଣି ପ୍ରମାଦ ଗଣିଲେଣି ।
#ବାତ୍ୟା_ସମ୍ଭାବନା_ବଢ଼ିଲା
— ଓଟିଭି (@otvkhabar) October 18, 2022
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ବାତ୍ୟା ସମ୍ଭାବନା ଥିବା ଟୁଇଟ୍ କଲା ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବା ସମ୍ଭାବନା । ପାଣିପାଗ ବିଭାଗ ସୂଚନା ଅନୁସାରେ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । #Weather #Odisha #OTV pic.twitter.com/zAjsFVITYQ
ସେପଟେ ବାତ୍ୟା କଥା ଶୁଣୁ ଶୁଣୁ ଆଉ ସମୁଦ୍ରକୁ ଡଙ୍ଗା ଧରି ଯିବାକୁ ମନ କରୁନାହାନ୍ତି ବାଲେଶ୍ୱର ଜିଲ୍ଲା ତାଳସାରୀ ଅଞ୍ଚଳର ଅଧିବାସୀ। ଯେଉଁଠି ଡଙ୍ଗା ଚାଲିଲେ, ଘରେ ଚୂଲି ଜଳେ ସେଠି ବହୁ ସଂଖ୍ୟକ ମତ୍ସଜୀବୀ ଏବେଠୁ ଡଙ୍ଗା ବାନ୍ଧି ସୁରକ୍ଷିତ ସ୍ଥାନକୁ ନେଇଗଲେଣି। ଯେହେତୁ ସମୁଦ୍ର ଅଶାନ୍ତ ରହିବ, ସେମାନେ ସମୁଦ୍ର ଭିତରକୁ ଯିବାକୁ ଆଉ ସାହସ କରୁନାହାଁନ୍ତି।
]]>