• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclone Yass

src
ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଏସଆରସି: ଜାଣନ୍ତୁ କଣ କହିଛନ୍ତି ଏସଆରସି...

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ପ୍ରଦୀପ ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୨ NDRF ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସି ପହଞ୍ଚିବ। ଏହାସହ ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ ମଧ୍ୟ ରହିଛି।

coastal areas
ବାତ୍ୟା ପାଇଁ ଛୁଟି ବାତିଲ

ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ।

Cyclone-Yash-
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ।

cyclone
ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରର ଲଘୁଚାପ। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ।

cyclone
ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରୁ ଆଜି ଯିବେ ଏନଡ଼ିଆରଫ,ଓଡ୍ରାଫ ଓ ଫାୟାର ଟିମ

ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି।

cycloned
ଆଜି ଅବପାତର ରୂପ ନେବ ବାତ୍ୟା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେବ। ଏହାପରେ କେଉଁ ଦିଗରେ ମୁହାଁଇ ସ୍ଥଳ ଭାଗକୁ ଆସିବ ସେନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇପାରେ

cycloned
ବାତ୍ୟା ଆସୁଛି: ପ୍ରଶାସନିକ ସ୍ତରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

ବେଳ ଥାଉ ଥାଉ ସତର୍କ,ସଜାଗ ହେଲାଇଣି ପ୍ରଶାସନ। ସଜ ହେଲାଣି ସାଜସରଞ୍ଜାମ, ମହାମାରୀର ମହାବିପତ୍ତି ବେଳେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି

rain
ବାତ୍ୟା ପ୍ରଭାବରେ ୨୫ ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ !

ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ତେବେ ଏହାରି ମଧ୍ୟରେ ବାତ୍ୟାକୁ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। 

rain
"ବର୍ଷାରେ ଓଦା ହେଲେ ସଂକ୍ରମଣର ରହିଛି ଅଧିକ ଭୟ"

କରୋନା ମହାମାରୀବେଳେ ବାତ୍ୟା ଆସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ବାତ୍ୟା ଆସୁଥିବାରୁ ବର୍ଷା ହେବ। ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଓ ସଂକ୍ରମଣ ହେବାର ସମ୍ଭାବନା ଥାଏ।

cyclone
ମାଡ଼ି ଆସୁଛି ବାତ୍ୟା: ୨୬ ତାରିଖ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କଲା ପାଣିପାଗ ବିଭାଗ

ପଶ୍ଚିମରେ ତାଉତେ ପରେ ପୂର୍ବ ଭାରତକୁ ଡରାଇଲାଣି। ସମ୍ଭାବ୍ୟ ବାତ୍ୟା ୟାସ୍ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି IMD

cyclone
ପୁଣି ଆସିଲାଣି ବାତ୍ୟା: ବାଲେଶ୍ୱର ପାଖପାଖି ସ୍ଥଳ ଭାଗ ଛୁଇଁବା ନେଇ ECMWF ର ଆକଳନ

ଗୋଟିଏ ବାତ୍ୟା ନ ଯାଉଣୁ ଆଉ ଏକ ବାତ୍ୟାର ପଦଧ୍ୱନୀ ଶୁଣିବାକୁ ମିଳିଲାଣି। ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ରଚିଥିବା ଧ୍ୱଂସଲୀଳାର ଆକଳନ ସରିବା ଆଗରୁ ପୂର୍ବ ଉପକୂଳରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି।

tornado
ବାତ୍ୟା ବେଳେ ମାଡ଼ି ଆସିଲା ଖଣ୍ଡିଆଭୂତ, ଭୟଭୀତ ଲୋକେ

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି। କେନ୍ଦୁଝର ଏବଂ ବାଲେଶ୍ୱରରେ ଗଛ ପଡ଼ି ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ […]

cyclone
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ୟାସ୍’, ଆଜି ଝାଡ଼ଖଣ୍ଡ ମୁହାଁଇବ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୟାସ୍‌ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ […]

wind
ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଘଟଣ: ଗଛ ପଡ଼ି ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍‌’ ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ […]

cyclone
କାଲି ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ‘ୟାସ୍’

ଭୁବନେଶ୍ୱର: ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ୟାସ୍। ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଓ ଦ୍ୱିପ୍ରହରରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଅତିକ୍ରମ କରିପାରେ। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ଯୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇପାରେ ବୋଲି ସେ କହିଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ […]

cyclone
ଏଣିକି ମେ' ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା

ଭୁବନେଶ୍ୱର: ଆଉ କେବଳ ଅକ୍ଟୋବର ନୁହେଁ, ଏଣିକି ମେ’ ମାସ ଆସିଲେ ବି ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା। କାରଣ ଲଗାତାର ୩ ବର୍ଷ ହେଲାଣି ରାଜ୍ୟକୁ ମେ’ ମାସରେ ବାତ୍ୟା ବିପତ୍ତିର ସାମ୍ନା କରିବାକୁ ପଡ଼ୁଛି। ତେବେ IMD ଡିଜି କହିଛନ୍ତି, ଏହା କିଛି ନୂଆ କଥା ନୁହେଁ। ବଙ୍ଗୋପସାଗର ଓ ଆରବସାଗରରେ ପ୍ରତିବର୍ଷ ୨ଟି ଋତୁରେ ବାତ୍ୟା ସୃଷ୍ଟି ହୁଏ। ଗୋଟିଏ ଏପ୍ରିଲରୁ ଜୁନ୍ ଓ ଅନ୍ୟଟି ଅକ୍ଟୋବରରୁ ଡିସେମ୍ବରରେ। ୨୦୧୯ ମେ […]

Cyclone
ବାତ୍ୟା ପୂର୍ବରୁ କେମିତି ପ୍ରସ୍ତୁତି ରହିବେ, କ'ଣ କରିବେ ? ଜାଣନ୍ତୁ...

ଭୁବନେଶ୍ୱର: ଗୋଟିଏପଟେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି।ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତେ ବାତ୍ୟା ପାଇଁ ସଜାଗ ରହିବା ଉଚିତ। କରୋନା କାଳରେ ମାଡ଼ି ଆସୁଛି ବାତ୍ୟା। ସାବଧାନ ଓ ସତର୍କ ରହିଲେ, ସୁରକ୍ଷିତ ରହିବେ। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତି […]

rain
ଆସୁଛି ବାତ୍ୟା ‘ୟାସ୍’: ଆଜି ଓ ଆସନ୍ତାକାଲି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ତେବେ ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ […]

waves in sea
ଆସୁଛି ବାତ୍ୟା ‘ୟାସ୍‌‘: ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଆସିପାରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫ଟା ୩୦ରେ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଏବେ ଏହା ପାରାଦୀପରୁ ୫୦୦ କି.ମି. ଦୂରରେ ଥିବା IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ୟାସ୍‌’କୁ ନେଇ IMD ଡିଜି ସୂଚନା ଦେଇ କହିଛନ୍ତି, ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କି.ମି. ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ ଓ ଆସନ୍ତାକାଲି ଏହା […]

vlcsnap-error229
Cyclone Yaas: ‘କଚ୍ଚା ଘରେ ରୁହନ୍ତୁ ନାହିଁ, ଅତି କମ୍‌ରେ ଚାରି ଦିନ ପାଇଁ ପିଇବା ପାଣି ଗଚ୍ଛିତ ରଖନ୍ତୁ’

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି। ଏହା […]

cyclone yaas
ବାତ୍ୟା ‘ୟାସ୍‌’ରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ, ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡ୍‌ଫଲ୍

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ‘ୟାସ୍‌‘ରେ ପରିଣତ ହୋଇଛି। ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଦେଇଛନ୍ତି। ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଓଡ଼ିଶା […]

lockdown
ବାତ୍ୟା ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାର ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହୋଇଛି। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୧୦ ଜିଲ୍ଲା ହେଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଆଜି ଓ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଏହି ୧୦ ଜିଲ୍ଲାରେ ଦୋକାନ ଖୋଲା ରହିବ।  ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ୍ ଦୋକାନ ଇତ୍ୟାଦି ଅପରାହ୍ନ ୧ […]

kutcha house
ସମ୍ଭାବ୍ୟ ବାତ୍ୟା 'ୟାସ୍'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ। ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ୟାସ୍’ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା […]

yass
ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା : ଧାମରା ଠାରୁ ୪୦ କିଲୋମିଟର ଦୂରରେ ‘ୟାସ୍’

ଭୁବନେଶ୍ୱର : ପ୍ରବଳ ବେଗରେ ମାଡ଼ି ଆସୁଛି ବାତ୍ୟା ୟାସ୍ । ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ଆଜି ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ବାତ୍ୟା ‘ ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ୪୦ କିମି ଦୂରରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ । ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ସେପଟେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟାରେ […]

re
ଅବ୍ୟବସ୍ଥା ଘେରରେ ବାତ୍ୟା ଆଶ୍ରୟସ୍ଥଳୀ : କେଉଁଠି ପିଇବା ପାଣି ସୁବିଧା ନାହିଁ ଆଉ କେଉଁଠି ବିଦ୍ୟୁତ ବ୍ୟବସ୍ଥା ନାହିଁ

ସୋର(ନିରଞ୍ଜନ ବେହେରା) : ଉପକୂଳିଆ ଲୋକଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ । ଆସନ୍ତା ୨୬ ତାରିଖରେ ବାଲେଶ୍ବରରେ ‘ୟାସ’ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ଥିବା କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଅପରିଷ୍କାର ହୋଇ ପଡିରହିଛି । ଗୋଟିଏ ପଟେ କରୋନା ମହାମାରୀ ସମସ୍ତଙ୍କୁ ଛଟପଟ କରାଉଥିବା ବେଳେ ଅନ୍ୟପଟେ […]