ଏ ସଂପର୍କିତ ମାମଲାର ଶୁଣାଣି କରି ଗତକାଲି ବର୍ଷିଥିଲେ ହାଇକୋର୍ଟ। ବିଜ୍ଞପ୍ତି ଉପରେ ରହିତାଦେଶ ସହ ରାଜ୍ୟବ୍ୟାପୀ ବାଲି ଉଠାଣ ଉପରେ ଅନ୍ତରୀଣ ରୋକ୍ ବି ଲଗାଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ରାତି ଅଧିଆ ଚଢ଼ାଉ କରି ୬ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରିଛି ରାଉରକେଲା ଝିରପାଣି ପୋଲିସ। ବାଙ୍କି ଉପଖଣ୍ଡରେ ଥିବା ୬ଟି ବାଲିଘାଟରେ ବାଲି ଖନନକୁ ବନ୍ଦ ରଖାଯାଇଛି। ତେଣେ ଏହି ମଉକାରେ ଏବେ ମାତିଛନ୍ତି ବାଲି ବ୍ୟବସାୟୀ। ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ ଏବେ ୨ ଗୁଣା ଦର କଷି ବ୍ୟବସାୟୀ ବାଲି ବିକ୍ରି କରୁଛନ୍ତି। ମାଫିଆ, ନେତା ଓ ସରକାରୀ ବାବୁଙ୍କ ସହ ହାତ ନ ମିଳାଇ ରାଜ୍ୟ ସରକାର ଯଦି ସୁଚିନ୍ତିତ ଯୋଜନା ତିଆରି ନକରନ୍ତି ତେବେ ଆଗକୁ ବାଲି ଦର ଆହୁରି ବଢ଼ିବାର ଲୋକେ ଆଶଙ୍କା କରିଛନ୍ତି।
ଗୋଟିଏ ପଟେ ବାଲି ଖନନ ଉପରେ ହାଇକୋର୍ଟଙ୍କ ରୋକ୍, ଅନ୍ୟପଟେ ସରକାରୀ ନିଷ୍କ୍ରିୟତା ଭିତରେ ଆଇନ ଆଖିରେ ଅଙ୍ଗୁଳି ଗେଞ୍ଜି ବାଲି ମାଫିଆ ମାଲାମାଲ ହେଉଥିବାବେଳେ କେବେ ଚେତିବେ ରାଜ୍ୟ ସରକାର, ତାକୁ ଅପେକ୍ଷା।
]]>
ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ସଂପୂର୍ଣ୍ଣ ମେଟ୍ରୋ କରିଡର୍ ଏଲିଭେଟେଡ୍ ରହିବ। ଅର୍ଥାତ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ବର୍ତ୍ତମାନ ଥିବା ସଡ଼କ ପଥ ଉପରେ ହିଁ ତିଆରି ହେବ ମେଟ୍ରୋ ପ୍ରକଳ୍ପ। ଷ୍ଟେସନ ବି ଉପରେ ରହିବ। ଏଣୁ ଜମି ଅଧିଗ୍ରହଣ କରିବାକୁ ପଡ଼ିବନି। ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଭୟ ଅପ୍ ଆଣ୍ଡ ଡାଉନରେ ପ୍ରତି ୧୦ ମିନିଟରେ ଗୋଟିଏ ମେଟ୍ରୋ ଟ୍ରେନ୍ ଚାଲିବ। ପ୍ରତି ମେଟ୍ରୋ ଟ୍ରେନରେ ଏକକାଳୀନ ୭୫୦ ଜଣ ଯାତାୟାତ କରିପାରିବେ। ମାତ୍ର ୪୫ ମିନିଟ ଭିତରେ ଏହା ବିମାନବନ୍ଦରରୁ ତ୍ରିଶୁଳିଆ ପହଞ୍ଚିଯିବ।
ଏପଟେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବଜେଟରେ ମେଟ୍ରୋ ପାଇଁ କୌଣସି ପ୍ରାବଧାନ ହୋଇ ନ ଥିବାରୁ ବିଜେପି ଏହାକୁ ନିର୍ବାଚନୀ ଭେଳିକି ବୋଲି କହିଛି। କଂଗ୍ରେସ କହିଛି, ୪୦ ବର୍ଷ ଧରି ଆମେ ମେଟ୍ରୋ ପାଇଁ ଉଦ୍ୟମ କରିଆସୁଥିଲୁ, ଏନେଇ ବିରୋଧୀଙ୍କ ମତାମତ ନ ନିଆଯିବା ଦୁର୍ଭାଗ୍ୟଜନକ। ଏହାର ଜବାବ ରଖିଛି ବିଜେଡି । ଏସବୁ ଭିତରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସଂପ୍ରସାରଣ ପାଇଁ ମାଷ୍ଟର ପ୍ଲାନ ଚାଲିଥିବା ବେଳେ ଆଗାମୀ ଦିନରେ ଖୋର୍ଦ୍ଧା ଓ ପୁରୀକୁ ମେଟ୍ରୋ ଚଳାଚଳ ପାଇଁ ମଧ୍ୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି । ହେଲେ ଡାକ୍ତର ଓ ମେଡିକାଲ ଷ୍ଟାଫ୍ଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ କିନ୍ତୁ ସବୁ ଠିକ୍ଠାକ୍। ତେବେ ଏଭଳି ଅବ୍ୟବସ୍ଥା କିଭଳି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେଖାଯାଉନି ବୋଲି ସାଧାରଣରେ ଉଠିଛି ପ୍ରଶ୍ନ । ମେଡିକାଲ ପରିଚାଳନା ପାଇଁ ୪ ଜଣ ହସ୍ପିଟାଲ ମ୍ୟାନେଜରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି, ହେଲେ ଫଳ ଶୂନ। ସେପଟେ ଲିଫ୍ଟ ଦୁଇଟି ଯାକ ଅଚଳ ଘଟଣାକୁ ସ୍ୱୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
]]>
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି । ତେବେ ଘଟଣାରେ ସଂପୃକ୍ତ ଡିଲରଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଡିଲରଙ୍କ ପତ୍ନୀ କହିଛନ୍ତି ଘରୋଇ କଳି ଥିବାରୁ ବଡ଼ଭାଇ ଏଭଳି ମିଥ୍ୟ ଅଭିଯୋଗ କରିଛନ୍ତି ।
]]>ସଭାମଞ୍ଚରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏହି ମନ୍ତବ୍ୟ ନେଇ ଚର୍ଚ୍ଚା ଜୋର୍ ଧରିଛି। ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ। ସବୁ କିଛି ତାଙ୍କ ନାଁରେ ବା ତାଙ୍କ ପରିବାର ନାଁରେ ହେଉ ଚାହାଁନ୍ତି ବୋଲି ସଭା ମଞ୍ଚରେ କହିଲେ ଭର୍ତ୍ତୃହରି। ତେବେ ଏକଥା ଭର୍ତ୍ତୃହରି କାହାକୁ ଉପଲକ୍ଷ୍ୟ କରି କହିଲେ, ତାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।
]]>ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଆଣିଥିବା କଲେଜ ଅଧ୍ୟାପକ । ହେଲେ ଅସଲ କଥା ହେଉଛି, ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି । ତା ସତ୍ତ୍ୱେ ନେତା, ବିଧାୟକ ଓ ପୂର୍ବତନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯାନ କରିବାକୁ ଯାଇ ପିଲାଙ୍କ ହାତରେ ଅଳିଆ ଉଠାଯାଇଥିଲା, ନା ୩୪ ଲକ୍ଷ ଟଙ୍କା ଟେଣ୍ଡର ଧରିଥିବା ସଂସ୍ଥାର ଅଧପନ୍ତରିଆ କାମକୁ ଏମିତି ପୂରା କରାଗଲା, ତାକୁ ନେଇ ଏବେ ପ୍ରଶ୍ନ ।
]]>ଦେଖନ୍ତୁ ହାଇକୋର୍ଟଙ୍କ ଏହି ଅର୍ଡର କପିକୁ। ଲେଖା ହୋଇଛି- ୨୦୨୩ ମସିହା ଜୁଲାଇ ୧୯ରେ ତତ୍କାଳୀନ କଟକ ଜିଲ୍ଲାପାଳଙ୍କ ଆଫିଡେଭିଟ୍ ମିଥ୍ୟା ସୂଚନା ଓ କପୋଳକଳ୍ପିତ ବୟାନ ଆଧାରିତ। ଏନକ୍ୱେରୀ ରିପୋର୍ଟ ଡକ୍ୟୁମେଣ୍ଟ ଆଧାରରେ ଏହା କହିଛନ୍ତି ହାଇକୋର୍ଟ। ଜଣେ ଦାୟିତ୍ୱ ସଂପନ୍ନ ଅଫିସରଙ୍କ ଦ୍ୱାରା ଏଭଳି ମିଛ ସତ୍ୟପାଠ ଅଗ୍ରହଣୀୟ। ହାଇକୋର୍ଟ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେବା ସହିତ, ମିଥ୍ୟା ସତ୍ୟପାଠ ଦାଖଲକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହାଦ୍ୱାରା ଅନ୍ୟମାନେ ଚେତିବେ ବୋଲି କହିଛନ୍ତି।
କଟକ ସହର ଏବଂ ଆଖପାଖ ନଦୀପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ତେବେ ଏହି ଦୀର୍ଘଦିନର ସମସ୍ୟାକୁ ନେଇ ଆବେଦନକାରୀ ପ୍ରଶାନ୍ତ କୁମାର ଦାସ ହାଇକୋର୍ଟରେ ପିଆଇଏଲ୍ ଦାଖଲ କରିଥିଲେ । ଅଭିଯୋଗ ଆଣିଥିଲେ ଯେ, କାଠଯୋଡ଼ି ନଦୀପଠାରୁ ବେଆଇନ ଭାବେ ବହୁସଂଖ୍ୟକ ଏକ୍ସକାଭେଟରରେ ବାଲି ଉଠାଯାଉଛି। ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁଁ ନଦୀ ଉପରେ କୁପ୍ରଭାବ ପଡ଼ୁଛି। ଏଥିସହ ସରକାରଙ୍କୁ ବାର୍ଷିକ ୨୪୫ କୋଟିର ରାଜସ୍ୱ ହାନି ସହିବାକୁ ପଡ଼ୁଛି। ଆଇନ ଉଲ୍ଲଂଘନ କରି ଅନିୟନ୍ତ୍ରିତ ଭାବେ ବାଲି ପରିବହନ ହେଉଛି। ଯାହାଫଳରେ ବାୟୁ ପ୍ରଦୂଷଣ ବଢ଼ିବା ସହ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ସେତେବେଳେ କଟକ ଜିଲ୍ଲା ପ୍ରଶାସନ ଦାଖଲ କରିଥିବା ସତ୍ୟପାଠ ମିଛ ବୋଲି ଅନୁଭବ କରିବା ପରେ, ଆସନ୍ତା ୧୫ ଦିନ ମଧ୍ୟରେ ସାନି ସତ୍ୟପାଠ ଦାଖଲ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସେପଟେ ବେଆଇନ ବାଲି ଉଠାଣକୁ ନେଇ ବହୁ କଟକ ବାସିନ୍ଦା ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।
]]>]]>#ଘଣ୍ଟାକ_ଭିତରେ_ମନ୍ଦିର_ଖୋଲ: ଉପଜିଲ୍ଲାପାଳ
— ଓଟିଭି (@otvkhabar) November 24, 2023
- ଘଣ୍ଟାକ ଭିତରେ ଧବଳେଶ୍ୱର ମନ୍ଦିର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ
- ନିର୍ଦ୍ଦେଶ ସହ ନୋଟିସ୍ ଲଗାଇଲେ ଆଠଗଡ଼ ଉପଜିଲ୍ଲାପାଳ
- ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ#Dhabaleswar #Athagarh #Odisha #OTV pic.twitter.com/nYxDTGAIOu
ବିରୋଧୀ କର୍ପୋରେଟରଙ୍କ ଧାରଣା ପଛରେ ରହିଛି ତିନିଟି ପ୍ରମୁଖ କାରଣ । କଟକରେ ରାସ୍ତା କଡରେ ବସିଥିବା ବ୍ୟାବସାୟୀଙ୍କ ପାଇଁ ସରକାର ଅର୍ବାନ ହାଟ ତିଆରି କରିଥିଲେ। ସିଏମସି ପକ୍ଷରୁ ୨୧ ଜଣିଆ କମିଟି ଗଠନ ହେଲା। ତେବେ ପ୍ରକୃତ ହିତାଧୀକାରୀଙ୍କ ବଦଳରେ ଟଙ୍କା ନେଇ ପିଣ୍ଡି ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବାଲିଯାତ୍ରାରେ ବିଭିନ୍ନ କାମ ପାଇଁ ସ୍ୱର୍ଣ୍ଣାଦେବୀ ଏଜେନ୍ସିକୁ ଟେଣ୍ଡର ଦିଆଯାଇଥିଲା। ଏହି ଏଜେନ୍ସି ସିଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଏବଂ ଟଙ୍କା କାରବାର କରି ତାଙ୍କୁ ହିଁ ସମସ୍ତ ଟେଣ୍ଡର ଦିଆଯାଉଥିବା କର୍ପୋରେଟର ଅଭିଯୋଗ କରିଛନ୍ତି । ଏଥିସହ କଟକ ହାଡିଆପଠାର ବହୁମୂଲ୍ୟ ସରକାରୀ ଜମିକୁ ପୂର୍ବତନ କମିଶନରଙ୍କ ଜାଲ ଦସ୍ତଖତ ଜରିଆରେ ହଡପ କରାଯାଇଥିବା ଅଭିଯୋଗ ଆଣି ମେୟର ଓ କମିଶନରଙ୍କୁ ଜବାବ ମାଗୁଛନ୍ତି କର୍ପୋରେଟର ।
ସେପଟେ ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।
]]>ସେପଟେ ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି।
]]>କମ୍ପାନୀର ମେସିନ ଗୁଡ଼ିକରେ କଳଙ୍କ ଲାଗିଲାଣି, କେଉଁଠି ଭୂତକୋଠିର ଭ୍ରମ ତ କେଉଁଠି ନିଶାଡ଼ିଙ୍କ ଆଡ୍ଡା ପାଲଟିଛି କମ୍ପାନୀ ଗୃହ । ୨୦୦୧ ମସିହାରେ OTM ବନ୍ଦ ହେଲା , ଶ୍ରମିକ ମାନେ ବେକାର ହେଲେ, ତେବେ ଏବେ ସେମାନେ ରହୁଥିବା କ୍ବାଟର ଓ ଜମି ହରାଇବା ଆଶଙ୍କା ତାଙ୍କୁ ମାନସିକ ସ୍ତରରରେ ଦୋହଲାଇ ଦେଇଛି ।
ଅନ୍ୟପଟେ ଜରାଜୀର୍ଣ୍ଣ ହୋଇ ପଡିରହିଛି ଅନ୍ୟ ଏକ ବଡ଼ କାରଖାନା ଟିପିଏମ୍ । ୧୯୬୦ ମସିହାରେ ଏହି କମ୍ପାନୀ ସ୍ଥାପନ ହୋଇଥିଲା । ଆଉ ୧୯୯୦ ମସିହାରେ ସ୍ବର୍ଗତ ବିଜୁପଟ୍ଟନାୟକ ଏହି କମ୍ପାନୀକୁ ୩ୟ ପାର୍ଟିକୁ ହସ୍ତାନ୍ତର କରିଥିଲେ । ତେବେ ଏହାକୁ ବିରୋଧ କରି ଶ୍ରମିକ ମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏବେ ଏହି କମ୍ପାନୀ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି । ଲିବ୍ରା କାର୍ପେଟର ମଧ୍ୟ ସମାନ ଅବସ୍ଥା ।
ଅନ୍ୟପଟେ ଏନେଇ ଭିନ୍ନ ମତ ରଖିଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ। ସରକାର ଓଟିଏମ ଶ୍ରମିକ ରହୁଥିବା ଘରକୁ ବିକ୍ରି କରିବେନି, ଏବଂ ଆଗାମୀ ଦିନରେ ଏଠାରେ ନୂତନ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେବ ବୋଲି ସେ କହିଛନ୍ତି ।
ଆଗକୁ ନିର୍ବାଚନ ଅଛି । ଏଣୁ ନିର୍ବାଚନ ପୂର୍ବରୁ ଚୌଦ୍ବାର ଶିଳ୍ପାଞ୍ଚଳର ଶ୍ରମିକ ପରିବାରକୁ ମିଳୁଛି ଅନେକ ପ୍ରତିଶ୍ରୁତି । କିନ୍ତୁ ନିର୍ବାଚନ ସରିଗଲେ ଯେସାକୁ ତେସା । ଦେଖାଯାଉ ପ୍ରତିଶ୍ରୁତିରେ ପୋତି ପକାଇଥିବା ସରକାର ଆଗକୁ ଶିଳ୍ପନଗରୀ ଚୌଦ୍ବାରକୁ କି ରୂପ ଦେଉଛନ୍ତି ।
]]>କଟକ ଜିଲ୍ଲା ମାହାଙ୍ଗାର କୋଠପଦା ଗାଁରେ ଜନ୍ମ ହୋଇଥିଲେ ଗଣକବି । ଏହିଠାରୁ ହିଁ ପ୍ରାଣ ପ୍ରତିଷ୍ଠା ହୋଇଥିଲା ଗୀତିନାଟ୍ୟର । ସେଠାରେ ଥିବା ଚାଳ ଘର ଏବେ ମଧ୍ୟ କବିଙ୍କ କଥା ମନେ ପକାଇ ଦିଏ । କବିଙ୍କ ସ୍ମୃତି କହିଲେ ଭଙ୍ଗା ଟିଣ ବାକ୍ସ ଭିତରେ ସାଇତା ହୋଇ ରଖା ଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ।
ବାକ୍ସ ମଧ୍ୟରେ କବିଙ୍କ ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ବିସିଲ, ଚେୟାର ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି । ଏହି ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ।
ଗାଁରେ ବଳଦେବଜୀଉଙ୍କ ମଠ ରହିଛି । ସେଠାରୁ ହିଁ ଗୀତିନାଟ୍ୟର ଅୟମାରମ୍ଭ ହୋଇଥିଲା । କବିଙ୍କ ଅନେକ ସ୍ମୃତି ସମ୍ବଳିତ ରଘୁନାଥଜୀୟୁ ମଠ ଏବେବି ସେ ସମୟର କଥା ମନେ ପକାଇ ଦିଏ ।
ତେବେ ଏବେ ମଧ୍ୟ ଗାଁରେ ଅନେକ ଗୀତିନାଟ୍ୟ କଳାକାର ଅଛନ୍ତି । ଏବେବି ତାଙ୍କ ନିଖୁଣ ଅଭିନୟ ସାଙ୍ଗକୁ ସଂଳାପ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ହେଲେ ଆଜି ଯାଏଁ ସଂସ୍କୃତି ବିଭାଗ ଗୀତିନାଟ୍ୟ ଉପରେ ନଜର ପକାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
]]>#ବଦଳିଲେ_କଟକ_ଜିଲ୍ଲାପାଳ
— ଓଟିଭି (@otvkhabar) October 26, 2023
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି । ନରହରି ସେଠୀ ହେଲେ କଟକ ଜିଲ୍ଲାପାଳ...#CuttackCollector pic.twitter.com/BsvqXAr6Kk
ଗତକାଲି ସରକାର ୫୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଥିଲେ। ଏହାକୁ ମିଶାଇଲେ ଗତ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରରେ ୩୦୦ରୁ ଅଧିକ ଓଏଏସ୍ ଅଫିସରଙ୍କ ବଦଳି ହୋଇସାରିଲାଣି।
]]>ମାଆଙ୍କର ଏଭଳି ବେଶ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୁଏ । ପାଖାପାଖି ୨୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ ହୁଏ । ଏପରି ନିଆରା ଭାବେ ମାଆ ବିଶ୍ବରୂପାଙ୍କର ପୂଜା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋପପୁର ଗ୍ରାମରେ କରାଯାଏ ।
ଏହି ଗାଁରେ ବରଧାରୀପୀଠରେ ମାଆ ଦର୍ଶନ ଦିଅନ୍ତି ବିଂଶଭୁଜା ଭାବରେ । ବର୍ତ୍ତମାନ ମାଆଙ୍କର ଖଡ଼ିକାମ ପରେ ରଙ୍ଗକାମ ଚାଲିଛି । ଅଳଙ୍କାର ମଧ୍ୟ ଖଞ୍ଜା ଚାଲିଛି । ଏଠାରେ ମାଆଙ୍କ ନିକଟରେ ମହିଷାଶୁର ନଥାଏ ।
କିମ୍ବଦନ୍ତୀ କହେ କାହିଁ କେଉଁ କାଳରୁ ଏହି ଅଞ୍ଚଳରେ ହଇଜା ମହାମାରୀ ବ୍ୟାପିଥିଲା । ଧୁଳିଆ ବାବାଜୀ ବୋଲି ଜଣେ ସାଧୁ କେଉଁ ଆଡ଼ୁ ଆସି ଏହି ଜାଗାରେ ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ । ମାଆ ତାଙ୍କ ଭକ୍ତିରେ ପ୍ରୀତ ହୋଇ ତାଙ୍କୁ ବିଂଶଭୁଜା ଭାବରେ ଦର୍ଶନ ଦେଇଥିଲେ ।
ସେବେଠାରୁ ମାଆ ଏଠାରେ ବିଂଶଭୁଜା ରୂପେ ପୂଜା ପାଉଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ସହ ମିଳିତଭାବେ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଆୟୋଜକ ।
]]>]]>ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା..୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା..ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି..#Baliyatra2024 #Cuttack #OTV pic.twitter.com/OVf8nRxTLm
— ଓଟିଭି (@otvkhabar) October 13, 2023
ସେପଟେ ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇଥିଲେ ହାଇକୋର୍ଟ।
]]>କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ । ପିଣ୍ଡି ଆବଣ୍ଟନ ପାଇଁ ଛତ୍ରବଜାର ବ୍ୟବସ୍ୟାୟୀ ସଂଘ ଓ ମାଲଗୋଦାମ ବ୍ୟବସ୍ୟାୟୀ ସଂଘକୁ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା । ବିଧାୟକ ସୌଭିକ ବିଶ୍ୱାଳ ଓ କ୍ରିୟାନୁଷ୍ଠାନ କମିଟି ପିଣ୍ଡି ପାଇଁ ଯେଉଁ ଟୋକନ ବାଣ୍ଟିଥିଲେ ତାକୁ ନେଇ ମଧ୍ୟ ବିବାଦ ଦେଖାଗଲା । ଯୋଗ୍ୟ ବ୍ୟବସ୍ୟାୟୀଙ୍କୁ ଟୋକନ୍ ଦିଆଯାଇନଥିବା ଦର୍ଶାଇ ଛତ୍ରବଜାର ବ୍ୟବସ୍ୟାୟୀ ସଂଘ ସଭାପତି ପଦରୁ ଇସ୍ତଫା ଦେଇଥିଲେ।
ଅର୍ବାନ ହାଟ ଆରମ୍ଭ ହୋଇନପାରିବା ସହ ବିବାଦ ବଢିବା ଯୋଗୁଁ ଏବେ ସିଏମସି ପିଣ୍ଡି ଆବଣ୍ଟନ ଦାୟିତ୍ୱ ନିଜ ହାତକୁ ନେଇଛି। ଏ ନେଇ ସିଏମସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ପ୍ରକୃତ ବ୍ୟବସ୍ୟାୟୀଙ୍କୁ ଚିହ୍ନଟ କରାଯାଇ ପିଣ୍ଡି ଆବଣ୍ଟନ କରିବ ବୋଲି ସିଏମସି କହିଛି। ପୂର୍ବରୁ ବିଧାୟକ ସୌଭିକ ବିଶ୍ୱାଳ ଓ କ୍ରିୟାନୁଷ୍ଠାନ କମିଟି ପିଣ୍ଡି ପାଇଁ ଯେଉଁ ଟୋକନ ବାଣ୍ଟିଛନ୍ତି ତାହା ବାତିଲ ହେବା। ଆବଶ୍ୟକ ସ୍ଥଳେ ପୁନର୍ବାର ଯାଞ୍ଚ ହେବ ବୋଲି ସିଏମସି କମିଶନର କହିଛନ୍ତି।
ହାଟର ରକ୍ଷଣାବେକ୍ଷଣ ପାଇଁ ଏସଏଜି ଗ୍ରୁପକୁ ସାମିଲ କରାଯିବା ସହ ପ୍ରତି ବ୍ୟବସ୍ୟାୟୀ ୨୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଆସନ୍ତା ୧୫ ତାରିଖ ସୁଦ୍ଧା ହାଟ ଆରମ୍ଭ ହେବ ବୋଲି ବୋଲି କମିଶନର କହିଛନ୍ତି।
ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ । ରୋଗୀ କଲବଲ, ରୋଗୀଙ୍କ ସହ ଆସିଥିବା ସଂପର୍କୀୟ ବି ଯମ ଯନ୍ତ୍ରଣାରେ ଛଟପଟ । ଏଣେ ଲାଇନ୍ ନଥିବାରୁ ଇଣ୍ଡୋର ପେସେଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ନିଦାନ କେନ୍ଦ୍ରରେ ବି ତାଲା। ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଠପ୍ । ଗୋଟିଏ ପଟେ ଅନ୍ଧାର ଓ ଗରମରେ ସଢୁଥିବା ରୋଗୀ ମୂକ ପାଲଟି ଯାଇଛନ୍ତି, ତ ସଂପର୍କୀୟଙ୍କ ପ୍ରଶ୍ନ ଖାଲି ବଡ଼ ବଡ଼ କଥାରେ କ’ଣ ରୋଗୀ ବଞ୍ଚିଯିବେ ।
ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା ଏସସିବିରେ ଅବ୍ୟବସ୍ଥାର ଚିତ୍ର ନୂଆ ନୁହେଁ, ଟିକେ ପୂର୍ବ କଥା ମନେ ପକାନ୍ତୁ, ୦୭-୦୫-୨୦୨୨- କଟକ ବଡ଼ ମେଡିକାଲରେ ମୃତଦେହ ଉପରେ ରୋଗୀ ସେବାର ଅଭିଯୋଗ ସାରା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା । ସେମିତି ୨୦-୦୪-୨୦୨୨ରେ ଷ୍ଟ୍ରେଚରେ ରୋଗୀ ନେବାକୁ ହେଲେ କେମିତି ରୋଗୀଙ୍କ ସଂପର୍କୀୟଙ୍କୁ ନିଜ ମୋବାଇଲ୍ ବନ୍ଧା ରଖିବାକୁ ପଡୁଥିଲା, ସେ ଖବର ଓଟିଭିରେ ପ୍ରସାରିତ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଗତ ଅଗଷ୍ଟ ୧ରେ ମେଡିକାଲ ଭିତରେ ପାଣିର ସୁଅ, ଯେମିତି ପୁରା ଢିଲା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା। ତେଣେ ଏସବିବି ମେଡିକାଲ ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ନିଜ ଅସହାୟତା ପ୍ରକାଶ କରିଛନ୍ତି ଅଧୀକ୍ଷକ।
]]>କୁହାଯାଉଛି, ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା। ସୋରୁମର ଅବସ୍ଥିତି ଯାହା, କେବଳ ସାମ୍ନା ପଟୁ ହିଁ ପ୍ରବେଶ ସହ ନିଆଁ ଲିଭାଇବାକୁ ଏକମାତ୍ର ଉପାୟ ଥିଲା। ଏଭଳି ସ୍ଥିତିରେ ଜୀବନକୁ ପାଣି ଛଡାଇ କାଚ ଭାଙ୍ଗି ସିଡ଼ି ସାହାଯ୍ୟରେ ସୋରୁମ୍ ଭିତରକୁ ପ୍ରବେଶ ଅଗ୍ନିଶମ ବାହିନୀର ଯବାନ। ଆଉ ଜିନିଷପତ୍ର ଉଦ୍ଧାର କରିବା ବେଳକୁ ସବୁ ଜଳିପୋଡ଼ି ଛାରଖାର ହୋଇସାରିଥିଲା।
ଚୌଧୁରୀ ବଜାର ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନଥିଲେ ବି, ସଟ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏ ଭୟଙ୍କର ଅଗ୍ନିକାଣ୍ଡ ସକାଳେ ଘଟିଥିବାରୁ ବହୁ ଧନଜୀବନ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି। କାରଣ ନିଆଁ ଲାଗିଥିବା କୋଠାରେ ଏକ ଘରୋଇ ସ୍କୁଲ ସାଙ୍ଗକୁ ପାର୍ଶ୍ବରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା ମଧ୍ୟ ରହିଥିଲା। ତେବେ ଅଗ୍ନିଶମ ବିଭାଗର ସାହସୀ ଯବାନମାନେ ନିଆଁକୁ ସେହି ତୃତୀୟ ମହଲା ଭିତରେ ହିଁ ସୀମିତ ରଖିବାରେ ସଫଳ ହୋଇଥିଲେ।
ଏ ଅଗ୍ନିକାଣ୍ଡ ପରେ ସଂପୃକ୍ତ ସୋ ରୁମରେ ଅଗ୍ନି ନିର୍ବାପନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନଥିବା କଥା ସାମ୍ନାକୁ ଆସିଛି। ଯେଉଁଥିପାଇଁ ଅଗ୍ନିକାଣ୍ଡର ଭୟାବହତା ଅଧିକ ହୋଇଥିଲା। ତେବେ ନିଆଁ କେମିତି ଲାଗିଲା, ଏଥିରେ ତ୍ରୁଟି କାହାର ଏବଂ କେତେ କ୍ଷୟକ୍ଷତି ହୋଇଛି, ସେ ନେଇ ଅଗ୍ନିଶମ ବିଭାଗ ରିପୋର୍ଟ ଦେବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
]]>କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଙ୍କୀ ବ୍ଲକ ଉତ୍ତର ପାର୍ଶ୍ୱରେ ଥିବା କନ୍ତ ପହଁରା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ୬୦ ଜଣଙ୍କ ଜୀବନ ଗଲାଣି । ଅନେକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଉ କିଡ଼ନୀ ରୋଗକୁ ଡରି ଗାଁ ଛାଡ଼ୁଛନ୍ତି ଲୋକେ ।
କନ୍ତ ପହଁରା ଗାଁର ଜଣେ ବାସିନ୍ଦା । ଯିଏ କି ୮ ମାସ ଧରି କିଡନୀ ରୋଗରେ କଷ୍ଟ ପାଉଛନ୍ତି । କେତେବେଳେ ବିଛଣାରେ ପଡ଼ିରହୁଛନ୍ତି ତ ପୁଣି କେତେବେଳେ ନିଜ ଅଣ୍ଟାକୁ ସଳଖି ଟିକିଏ ବସି ପଡ଼ୁଛନ୍ତି । ଆଉ କୋହଭରା କଣ୍ଠରେ କାନ୍ଦି କାନ୍ଦି ବଖାଣୁଛନ୍ତି ଦୁଃଖ ।
ICMR ଟିମ୍ ଦ୍ୱାରା ପରୀକ୍ଷା କରାଯିବା ପରେ ଗାଁରେ ୨ ଶହ ୮୭ ଜଣଙ୍କର ପଜିଟିଭ ଆସିଥିବା ଜଣାପଡ଼ିଛି । ଯାହାକୁ ନେଇ ଚିନ୍ତାରେ ପୂରା ଗ୍ରାମବାସୀ । ଆଉ ଏହି ରୋଗର କାରଣ କେବଳ ପିଣବା ପାଣି ବୋଲି ଜଣାପଡ଼ିଛି । ଏସବୁ ଜାଣିବା ପରେ ପ୍ରଶାସନ ନିକଟରେ ବାରମ୍ବାର ଆଭିଯୋଗ କରିବା ପରେ ମଧ୍ୟ ସେମତି କିଛି ସୁଫଳ ମିଳିପାରୁନାହିଁ ।
ସେପଟେ ଏନେଇ ପନର୍ବାର ପରୀକ୍ଷା କରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ବାଙ୍କୀ ଉପ ଜିଲାପାଳ କହିଛନ୍ତି ।
]]>ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।
ଚିଟଫଣ୍ଡ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ସ୍ଥିତି ହୁଲସ୍ତୁଲ ହୋଇଥିବାବେଳେ ସରକାର ତଦନ୍ତ ନେଇ କମିଶନ ଗଠନ କରିଥିଲେ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଲାଗି ସରକାର ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ତଦନ୍ତରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ତଦନ୍ତ କରୁଥିବା ମଦନ ମୋହନ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କମିଶନଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି ।
ତଦନ୍ତ କମିଶନ ୪ ଲକ୍ଷ ୯୭ ହଜାର ୮୪୪ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୧ଶହ ଜଣଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦିଆଯାଇଛି । ପ୍ରାୟ ୭ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ଜମା ଟଙ୍କା ଫେରସ୍ତ ନେଇ ଅପେକ୍ଷା କରି ରହିଛନ୍ତି ।
]]>ବିକଟାଳ ଶବ୍ଦ । ମଝିରେ ମଝିରେ ବୋମା ଫୁଟିଲା ପରି ଆୱାଜ। ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଳାଇବା । ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଥିଲେ ସାବଧାନ ହୁଅନ୍ତୁ । ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ । ଏଥର ଆଉ ଫାଇନ୍ ନୁହେଁ, ସିଧା କୋର୍ଟ ଚାଲାଣ ହେବ । ରାସ୍ତାରେ ଏସବୁ ବାଇକକୁ ଗୋଡାଇ ଗୋଡାଇ ଧରିବା ପାଇଁ ଆସିଛି ନିର୍ଦ୍ଦେଶ । ଏଭଳି କଡା ନିର୍ଦ୍ଦେଶ ବଳରେ ଏବେ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୂଷଣକାରୀ ବାଇକକୁ ଖୋଜୁଛି ପୋଲିସ । ରାଜଧାନୀରେ ଶବ୍ଦ ପ୍ରଦୃଷଣ କରି ଉଚ୍ଚ ଶବ୍ଦକାରୀ ସାଇଲେନ୍ସର ଲଗାଇ ବୁଲୁଥିବା ୬୦ ବୁଲେଟକୁ ଜବତ ବି କରିଛି କମିଶନରେଟ ଟ୍ରାଫିକ । ସମସ୍ତ ବାଇକ ଚାଳକଙ୍କୁ ନୋଟିସ କରାଯାଇଛି । ଏମିତିକି ଯେଉଁ ଦୋକାନୀ ସାଇଲେନ୍ସର ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଖୁବଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଆଯାଇଛି ଚେତାବନୀ ।
ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଶବ୍ଦ ପ୍ରଦୁଷଣକାରୀ ବାଇକ ଚାଳକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି। ଆଉ ଏମିତି ଭୁଲ ହେବ ନାହିଁ ବୋଲି କହିଛନ୍ତି ବାଇକ ଚାଳକ । ହାତରେ କମ୍ପାନୀ ସାଇଲେନ୍ସର ମଧ୍ୟ ଧରି ଆସିଛନ୍ତି । ଶବ୍ଦକାରୀ ସାଇଲେନ୍ସର ବାହାର କରି କମ୍ପାନୀ ସାଇଲେନ୍ସର ଲଗାଇବେ ବୋଲି କହିଛନ୍ତି । ସେପଟେ କେତେକ ବାଇକ ଚାଳକଙ୍କ ଅଭିଯୋଗ, କେବଳ ବୁଲେଟ୍ କାହିଁକି ? ଉଚ୍ଚ ଶବ୍ଦ କରି ରାସ୍ତାରେ ଯାଉଥିବା ସୁପର ବାଇକ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ।
ସେପଟେ ଟ୍ରାଫିକ ଏସିପି କହିଛନ୍ତି, ଖୁବଶୀଘ୍ର ସୁପର ବାଇକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ବହୁବାର ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂଜା ପର୍ବାଣି ଆସିଲେ କମିଶନରେଟ ଟ୍ରାଫିକ ଏମିତି ଚଢାଉ ମଧ୍ୟ ଆଗରୁ କରିଛି । ତେବେ ପୁଣି ଥରେ ଉଚ୍ଚଶବ୍ଦ କରି ଚାଲୁଥିବା ବାଇକ୍ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଥିବାରୁ ବଢିଛି ଚିନ୍ତା ।
]]>
ଉଦଘାଟନ ପୂର୍ବରୁ ଅଡୁଆ ସୂତାରେ ଛନ୍ଦି ହେଲାଣି କଟକ ନେତାଜୀ ବସ୍ ଟର୍ମିନାଲ । ଜୋର ଧରିଲାଣି ବିରୋଧର ସ୍ୱର । ରାସ୍ତାକୁ ଓହ୍ଲାଇ ଆସିଛନ୍ତି ବିଭିନ୍ନ ସଂଗଠନ, ସ୍ଥାନୀୟ ବାସିନ୍ଦା । ରାସ୍ତାରୋକ କରାଯାଇଛି, ହୋ ହଲ୍ଲା ବି ହୋଇଛି । ଆଉ ଦାବି ହେଉଛି, ବସ୍ ଟର୍ମିନାଲର ବିଭିନ୍ନ ବିଭାଗରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅ । ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପ୍ କୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି । ଏପରିକି ଅନେକ ବିଭାଗରେ ନିଯୁକ୍ତ ବି ହୋଇସାରିଲାଣି । ଏଭଳି ସ୍ଥିତିରେ କଟକରେ ନିର୍ମିତ ଏହି ନୂଆ ବସ୍ ଟର୍ମିନାଲରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ବଡ଼ କଥା ହେଉଛି ଯେ, ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ । ତରବରିଆ ଭାବେ ନିଯୁକ୍ତି ନଦେଇ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବା ଆବଶ୍ୟକତା ଥିଲା ବୋଲି ଦେବାଶିଷ କହିଛନ୍ତି । ସେପଟେ ଗତ ଶୁକ୍ରବାର ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମର୍ଥକ ଓ କିଛି ବିଜେଡି ନେତା ମଧ୍ୟ ସମାନ ଦାବି କରି ସିଏମସି ମେୟର ଓ କମିଶନରଙ୍କୁ ଘେରିଥିଲେ ।
ଅନ୍ୟପଟେ ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଶେଷ ହୋଇନି । କାମ ସଂପୂର୍ଣ୍ଣ ସରିନଥିବା ବେଳେ ଏହାକୁ ଉଦଘାଟନ କରିବା ପାଇଁ ପ୍ରଶାସନ କାହିଁକି ଏତେ ବ୍ୟଗ୍ର ତାହା ଜଣାପଡୁନାହିଁ । ସେପଟେ ବସ୍ ଗୁଡିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ ମଧ୍ୟ ହୋଇନାହିଁ । ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।
ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିବେ । ଏହାପୂର୍ବରୁ ଶାସକ ଦଳର ଦୁଇ ନେତା ଓ ସେମାନଙ୍କ ସମର୍ଥକଙ୍କ ଏଭଳି ପ୍ରତିବାଦକୁ ନେଇ ଚର୍ଚ୍ଚା ହେଉଛି ।
କଟକିଆ ନର୍ଦ୍ଦମା ଏବଂ ଡ୍ରେନ ପାଣି ସହ ଯେପରି ଅଭ୍ୟସ୍ତ ହୋଇଗଲେଣି। ପ୍ରତ୍ୟେକ ବର୍ଷ ଅସରାଏ ବର୍ଷାରେ କଟକର ଅଧିକାଂଶ ଯାଗାରେ ପଶୁଛି ପାଣି । ନୂଆ ରାଉସାପାଟଣା, ପଟାପୋଲ୍, ମେରିଆ ବଜାର । ଏଠିକା ବାସିନ୍ଦା ଯେମିତି ପାଣିରେ ଘର କରିଛନ୍ତି। ତେବେ କଣ ଏହାର କାରଣ? କାହିଁକି ବର୍ଷା ଦିନେ ହନ୍ତସନ୍ତ ହେଉଛନ୍ତି କଟକ ବାସୀ? ଏପରି ଅନେକ ପ୍ରଶ୍ନ ଭିତରେ ନିଜେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ସିଏମସିର କହିବା କଥା ଡ୍ରେନ ସମସ୍ୟା ପାଇଁ ଏପରି ସ୍ଥିତି ଉପୁଜୁଛି। ବକ୍ସ ଡ୍ରେନ୍ କାମ ଚାଲୁଥିବାରୁ ସମସ୍ୟା ହୋଇଥିବା ମାନିଛି ସିଏମସି।
ଅନୁରୂପ ଚିତ୍ର ରାଜଧାନୀରେ ଦେଖିବା ପାଇଁ ମିଳିଛି । ନର୍ଦ୍ଦମା, ରାସ୍ତାଘାଟ ସବୁ ସମାନ। ଆଇଗିଣିଆ, ଜାଗମରା, ଲକ୍ଷ୍ମୀସାଗର ଯେଉଁଠି ଦେଖିଲେ ଘରଦ୍ୱାର ଭର୍ତ୍ତି ହୋଇଛି ନଳା ପାଣି। ଏମିତିକି ବର୍ଷା ଟିକେ ଅଧିକ ହେଲେ ଡ୍ରେନ ବାହାରକୁ ପାଣି ଉଛୁଳି ପଡୁଛି। କେବଳ ଗୋଟିଏ ସ୍ଥାନ ନୁହେଁ ବରଂ ଜଳମଗ୍ନ ହୋଇଥିବା ଏକାଧିକ ଯାଗାର ସ୍ଥିତି ସମାନ। ଡ୍ରେନ ସମସ୍ୟାରେ ଜୁଝି ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କ ଅଭିଯୋଗ ବର୍ଷା ଆରମ୍ଭରୁ କାମ ନକରି ବାହାସ୍ପୋଟ କଥା କହୁଛି ବିଏମସି । ସଠିକ ଯୋଜନା ର ଅଭାବରୁ ରାଜଧାନୀ ବାସୀ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ଆଗକୁ ମଧ୍ୟ ଭୋଗିବେ।
ଏପରି ସ୍ଥିତିରେ ଅତ୍ୟଧିକ ବର୍ଷାକୁ ଦୋଷ ଦେଇଛି ବିଏମସି। ଡ୍ରେନ କ୍ଷମତାଠୁ ଅଧିକ ପାଣି ଆସିବା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଡ୍ରେନ ଉପରେ ଜବରଦଖଲ ଏବଂକୋର୍ଟଙ୍କ ରହିତାଦେଶ ପରି କିଛି କାରଣ ପାଇଁ ଡ୍ରେନ କାର୍ଯ୍ୟ ବିଳମ୍ବ ହେଉଥିବା ସ୍ୱୀକାର କରିଛି ବିଏମସି। ପ୍ରତ୍ୟେକ ବର୍ଷ ମୌସୁମୀ ଋତୁରେ ଉଭୟ ସହରରେ ଲୋକଙ୍କ ଘରେ ପାଣି ପଶୁଛି ଏବଂପାଣି ଛାଡିଲେ ସମାଧାନର ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପୁଣି ଯେସାକୁ ତେସା।
]]>କଟକର ୩୬ ନମ୍ବର ୱାର୍ଡ଼ର ଜ୍ୟୋତି ଦାସ । ପ୍ରଥମେ ଜାନୁଆରୀ ୩୧ ତାରିଖ ଆଉ ତା ପରେ ଫେବୃଆରୀ ୨ ତାରିଖରେ ସିଏମସି କଲ ସେଣ୍ଟରକୁ ଫୋନ୍ କରି ନିଜଘର ପାଖ ଡ୍ରେନ୍ ସମସ୍ୟା ଜଣାଇଥିଲେ । ଡ୍ରେନ ସମ୍ପୂର୍ଣ୍ଣ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି, ସଫା ହେଉନି। ଫଳରେ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି। ଆଉ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ପାଇଥିଲେ। ହେଲେ ଅଭିଯୋଗ କରିବାର ୫ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନି। ସେହିପରି ସିଏମସି ଦୁଇ ନମ୍ବର ୱାର୍ଡ଼ରେ ବୁଲା ଗାଇ ଗୋରୁଙ୍କ ସମସ୍ୟା ନେଇ ସିଏମସି କଲ ସେଣ୍ଟରକୁ ଗତ ମାର୍ଚ୍ଚ ମାସରେ ଅଭିଯୋଗ କରିଥିଲେ ଶଙ୍କର ବେହେରା । ହେଲେ ଅଭିଯୋଗର ଦୀର୍ଘ ମାସ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେ କହିଛନ୍ତି ।
ସହରବାସୀଙ୍କ ମୌଳିକ ସମସ୍ୟା ତୁରନ୍ତ ସମାଧାନ ପାଇଁ ସିଏମସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କଲ ସେଣ୍ଟର ଖୋଲାଯାଇଛି। ଆଉ ଏଥିପାଇଁ ସ୍ବତନ୍ତ୍ର ବିଭାଗ ଖୋଲାଯାଇ ଏକାଧିକ କର୍ମଚାରୀଙ୍କୁ ମଧ୍ୟ ରଖାଯାଇଛି। ହେଲେ ମେୟରଙ୍କ କହିବା କଥା,ଲୋକଙ୍କ ସମସ୍ୟା ଯଦି କଲ ସେଣ୍ଟର ମାଧ୍ୟମରେ ନ ହେଉଛି ତେବେ ଆମକୁ ଜଣାନ୍ତୁ। ମୋ ୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ସିଏମସି ଅଧିକାରୀଙ୍କ ସହ ସେ ବିଭିନ୍ନ ୱାର୍ଡ଼କୁ ଯାଉଛନ୍ତି । ସମସ୍ୟା ଥିଲେ ତୁରନ୍ତ ସମାଧାନ କରାଯିବ।
ତେବେ ପ୍ରଶ୍ନ ଉଠିଛି, ଯଦି ଲୋକମାନେ ସିଧାସଳଖ ମେୟର କିମ୍ବା ଅଫିସରେ ଅଭିଯୋଗ କରିବେ ତେବେ କଲ ସେଣ୍ଟର କାମ କଣ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାହିଁକି ଖୋଲାଯାଇଛି କଲ୍ ସେଣ୍ଟର ।
]]>
ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର । ନା କିଛି ଆଲୋଚନା ହୋଇ ପାରିଲା ନା ନିଆଯାଇପାରିଲା କିଛି ନିଷ୍ପତ୍ତି । ମେୟର ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ତୁହାକୁତୁହା ପ୍ରଶ୍ନବାଣରେ ଘାଇଲା କଲେ ବିରୋଧୀ କର୍ପୋରେଟର ।
କିଏ ହାତରେ ପ୍ଲା କାର୍ଡ୍ ଧରିଛି ତ ଆଉ କିଏ ଜଳଛତ୍ର ମାଠିଆ । ବିରୋଧୀଙ୍କ କହିବା କଥା ସିଏମସି ଏଠି ପ୍ରିୟାପ୍ରୀତି ପୋଷଣ କରୁଛି । ଯାହା ସ୍ୱାମୀ ସିଏମସିରେ ଜଣେ ଚାକିରିଆ ତା ସ୍ତ୍ରୀ ସିଏମସିର ଠିକାଦାର । ପୂର୍ବରୁ ଏକାଧିକ ଦୁର୍ନୀତିରେ ଧରାପଡି ବ୍ଲାକ ଲିଷ୍ଟେଡ୍ ହୋଇଥିବା ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ କେମିତି ସାମିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ଖାଲି ସେତିକି ନୁହେଁ, ବାଲିଯାତ୍ରା ସମୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କିରଛନ୍ତି ବିରୋଧୀ କର୍ପୋରେଟର । ବାଲିଯାତ୍ରାରେ ବିଜେଡିର ଜଣେ ମହିଳା କର୍ପୋରେଟରଙ୍କୁ ମିଳିଛି ଅହେତୁକ ଅନୁକମ୍ପା । ଉକ୍ତ କର୍ପୋରେଟରଙ୍କ ପରିବାରର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେମିତି କାମ ମିଳିଲା ତାର ତଥ୍ୟ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଲୁଚାଯାଉଛି ବୋଲି ବୈଠକରେ ଉଠିଛି ପ୍ରଶ୍ନ । ତୁରନ୍ତ ବାଲିଯାତ୍ରା ଦୁର୍ନୀତିର ଅଡିଟ୍ ରିପୋର୍ଟ ପଦାକୁ ଆସୁ ଏବଂ ଦୁର୍ନୀତି ଖୋର୍ ଠିକା ସଂସ୍ଥାକୁ ତୁରନ୍ତ ବିଦା କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ କର୍ପରେଟର ।
ସେପଟେ ମେୟର କହିଛନ୍ତି କୌଣସି ଏଜେନ୍ସିକୁ ଅନୁକମ୍ପା ଦେଖାଯାଇନାହିଁ । ବିରୋଧୀ କର୍ପୋରେଟରମାନେ ନିଜେ ସବୁଥିକୁ ଅନୁମତି ଦେଇଛନ୍ତି । ସେମାନେ ସବୁ ଜାଣି ତୁଛା ଡ୍ରାମାବାଜି କରୁଛନ୍ତି ।
]]>