ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ । ତେବେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଦିନ ରାତି ସୁଦ୍ଧା ହିଁ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୋଲିସ । ତେବେ କଥା ଏତିକିରେ ସରିନଥିଲା । ସ୍ତ୍ରୀକୁ ମାରିବା ପରେ ନିଜ ମାଆଙ୍କ ସହ ଭିଡିଓ କଲ ଯୋଗେ କଥା ହୋଇଥିଲା ଅଭିଯୁକ୍ତ । ଲୁଧିଆନାରେ ଥିବା ନିଜ ମାଆଙ୍କୁ ଫୋନ କରି ସ୍ତ୍ରୀକୁ ହତ୍ୟା କରିଥିବା କଥା କହିଥିଲା ଅଭିଯୁକ୍ତ ।
ବଲବିନ୍ଦର କୌରଙ୍କ ଭଉଣୀ ଏନେଇ ବିବୃତ୍ତି ଦେଇ କହିଛନ୍ତି, ଭଉଣୀକୁ ଛୁରୀରେ ହତ୍ୟା କରିବା ପରେ ଜଗପ୍ରୀତ ତାଙ୍କ ମାଆଙ୍କୁ ଭିଡିଓ କଲ କରିଥିଲେ । ଭିଡିଓ କଲ କରି ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ସବୁଦିନ ପାଇଁ ଶୁଆଇ ଦେଇଛି । ଅନ୍ୟପଟେ ଜଗପ୍ରୀତ ବେକାର ଥିବାରୁ ଦମ୍ପତ୍ତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
ଗୋଟେ ସପ୍ତାହ ତଳେ ସେମାନେ କାନାଡ଼ା ଯାଇଥିଲେ । ଗତ ୨୦୦୦ ମସିହାରେ ସେମାନଙ୍କର ବିବାହ ହୋଇଥିଲା । ଉଭୟ ପତିପତ୍ନୀଙ୍କ ଔରସରୁ ଗୋଟେ ଝିଅ ଓ ପୁଅ ଅଛି ବୋଲି ବଲବିନ୍ଦରଙ୍କ ଭଉଣୀ ନିଜ ବୟାନରେ କହିଛନ୍ତି । ବଲବିନ୍ଦର କାନାଡାରେ ପଢ଼ୁଥିବା ନିଜ ଝିଅ ସହ ରହୁଥିଲେ । ଅନ୍ୟପଟେ ଜଗପ୍ରୀତଙ୍କ ପରିବାର ଏପରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଉଭୟେ ନିଜ ବିବାହକୁ ନେଇ ଖୁସି ଥିବା କହିଛନ୍ତି ।
ଜଗପ୍ରୀତଙ୍କ ଭାଇ କହିଛନ୍ତି, ସେଦିନ ରାତିରେ କ’ଣ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଭାଇ କିମ୍ବା ଆମ ପରିବାର କେବେ ବି ବଲବିନ୍ଦରଙ୍କୁ ହଇରାଣ କରିନାହୁଁ । ଘଟଣା ଦିନ ସେମାନେ ସପିଂରେ ଯାଇଥିଲେ । ଅଳ୍ପ କିଛି ସମୟ ପୂର୍ବରୁ ଫେରିଥିଲେ । ପରେ ଭାଇ ମାଆଙ୍କୁ ଫୋନ କରି ଭୁଲରେ ପତ୍ନୀଙ୍କୁ ଆଘାତ କରିଥିବା କଥା କହିଥିଲେ । ଏନେଇ ସେ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ସେମାନଙ୍କର ଝିଅ ଦୂରରେ ଥିବା ବେଳେ, ସେଦିନ ରାତିରେ କ’ଣ ଘଟିଥିଲା ତାହା କେହି ଜାଣି ନାହାଁନ୍ତି ବୋଲି ସେ କହିଛନ୍ତି ।
]]>ଦୁବୃର୍ତ୍ତ ମାନେ ଅକ୍ଷୟଙ୍କୁ ମାଡ ମାରି ନୂଆ ସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି ।
ଅକ୍ଷୟଙ୍କ ସ୍ତ୍ରୀଙ୍କୁ ସେହି ଗାଁର ସମ୍ପର୍କୀୟ ଭାଇ ଦିଲୁ ଏକ ତରଫା ପ୍ରେମ କରିବା ସହ ଏକ ଅଶ୍ଳୀଳ SMS ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇବା ପରେ ଦିଲୁକୁ ପଚାରିଥିଲେ ଅଷୟ । ଏହାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା ।
ପରେ ଘଟଣାର ସମାଧାନ ହୋଇଥିଲା । ମାତ୍ର ଗତ କାଲି ରାତିରେ ଅଷୟଙ୍କ ରକ୍ତ ଜୁଡୁ ବୁଡୁ ଶରୀର ନୂଆ ସାହି ଗ୍ରାମରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଭୋରରୁ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି ।
]]>#ପରକୀୟାକୁ_ବିରୋଧ_କରିବାରୁ_ହତ୍ୟା !
— ଓଟିଭି (@otvkhabar) March 18, 2024
ଭୁବନେଶ୍ବର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ । କାଲି ସଂଧ୍ୟାରୁ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ । #Bhubaneswar #OTV pic.twitter.com/W1fDH3hCK1
ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ । ଏହାପରେ ମାମଲା ଉପରୁ ପରଦା ହଟିଛି । କହିବାକୁ ଗଲେ ନିଶା ଉଜାଡ଼ି ଦେଇଛି ପରିବାର । ନିଶା ଅନେକ ଜୀବନ ନେଇଛି । କିନ୍ତୁ ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ବାକ ପାଲଟି ଯାଇଛନ୍ତି ସବୁ । ନିଶାର କୁପରିଣତି ଦେଖି ସମସ୍ତେ ହତବାକ ।
ସବୁବେଳେ ସ୍ୱାମୀ ମଦ ପିଇ ଘରେ ବିଶୃଙ୍ଖଳା କରିବା ଦେଖି ଆସିଥିବା ବେଳେ ଏହି ଘଟଣା କିନ୍ତୁ ଟିକେ ଭିନ୍ନ । ଏଠାରେ ସ୍ତ୍ରୀ ଅତ୍ୟଧିକ ମଦ ପିଉଥିବାରୁ ଧାରୁଆ ଅସ୍ତ୍ର ଓ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ ଗୋଲଖ ଜେନା ଓରଫ ବାବୁଲି । ଗଞ୍ଜାମରୁ ଆସି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାଲିଆସାହି ତାରିଣୀ ନଗର ସ୍ଥିତ ଏକ ଘରେ ଗୋଲଖ ନିଜ ସ୍ତ୍ରୀ ଓ ୩ଟି ପିଲାଙ୍କ ସହ ରହୁଥିଲେ ।
ତେବେ ସ୍ତ୍ରୀ ପ୍ରବଳ ମଦ ପିଉଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହୁଥିଲା । ୩ ଦିନ ତଳେ ଅଭିଯୁକ୍ତ ନିଜେ ପିଇବା ସହ ରାଗରେ ଜର୍ଜରିତ ହୋଇ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି । ଆଶ୍ଚର୍ଯ୍ୟର କଥା ହେଉଛି ସ୍ତ୍ରୀକୁ ମାରିବା ପରେ ସେହି ଘର ବନ୍ଦ କରି ତିନି ଦିନ ରହିଥିଲା ଅଭିଯୁକ୍ତ । ଜୋର ଜବରଦସ୍ତ ୩ ଛୁଆଙ୍କୁ ମଧ୍ୟ ସେହି ଘରେ ରଖିଥିଲା ।
ଆଜି ସକାଳୁ ପଚା ସଢା ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଅଭିଯୁକ୍ତକୁ କାବୁ କରିଥିଲା । କିନ୍ତୁ ଅଭିଯୁକ୍ତ ମନରେ ସ୍ତ୍ରୀକୁ ମାରିବା ନେଇ ଟିକେ ମଧ୍ୟ ପଶ୍ଚାତାପ ନଥିଲା । ସେ ଯାହା କରିଛି ଠିକ କରିଛି ବୋଲି ପୋଲିସ ଆଗରେ ବୟାନ ରଖିଛି । ସେପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । କେବଳ ନିଶା ନାଁ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ ।
]]>ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ମାନସିକ ଅନଗ୍ରସର ପୁଅ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ତାଙ୍କର ୨୭ ବର୍ଷୀୟ ପୁଅର ପିଲା ବେଳୁ ମାନସିକ ସ୍ଥିତି ଭଲ ନଥିଲା। ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ପାଟିଟୁଣ୍ତ ହେଉଥିଲା। ପୁଅ ପୂର୍ବରୁ ମାଆକୁ ମାଡ଼ ମାରୁଥିବାର ଅଭିଯୋଗ ବି ହୋଇଛି।
ସୂଚନା ମୁତାବକ ଗତକାଲି ମାଆ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ପାଟିଟୁଣ୍ତ ଭିତରେ ବୃଦ୍ଧା ଜଣକ ପୁଅକୁ ପାଗଳ ବୋଲି କହିଥିଲେ। ଏହା ଶୁଣିବା ପରେ ପୁଅ ରାଗିଯାଇ ମାଆକୁ ପ୍ରଥମେ ଛୁରୀ ଭୁସି ଦେଇଥିଲା। ତା’ପରେ ଘରେ ନିଆଁ ଲଗାଇ ଦେଇଥିଲା।
ଘଟଣା ସମ୍ପର୍କରେ ପଡ଼ୋଶୀ ଗୁରୁଗ୍ରାମ ପୋଲିସକୁ ଜଣାଇଥିଲେ। ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଘରର କବାଟ ଭାଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ନିଆଁ ଲାଗିଯାଇଥିବାରୁ ତାଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିଲା। ତାଙ୍କୁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା।
ପୋଲିସ ପଡ଼ୋଶୀଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
]]>ଅଭିଯୁକ୍ତ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଭାରତ ଫେରି ଆସିଥିଲେ । ଫେରିବା ପରେ ପୁଅକୁ ପତ୍ନୀଙ୍କ ପିତାମାତାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କର ବୟସ ପ୍ରାୟ ୩୬ ବର୍ଷ । ଖବର ଅନୁଯାୟୀ ଗତ ଶନିବାର ସ୍ଥାନୀୟ ବକଲିରେ ରାସ୍ତା ପାର୍ଶ୍ୱରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଖବର ନେବାରୁ ଜଣା ପଡ଼ିଥିଲା ଯେ, ଉକ୍ତ ମହିଳାଙ୍କର ନାମ ଚୈତନ୍ୟ ମଧଗାନୀ । ସେ ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ ।
ସ୍ଥାନୀୟ ବିଧାୟକଙ୍କ କହିବା ଅନୁସାରେ, ମହିଳାଙ୍କ ପିତାମାତାଙ୍କ ଅନୁରୋଧ କ୍ରମେ ମରଶରୀରକୁ ଅଷ୍ଟ୍ରେଲିଆରୁ ହାଇଦ୍ରାବାଦକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଏନେଇ ସେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ବିଧାୟକ କହିଛନ୍ତି ଯେ, ଏ ସମ୍ପର୍କରେ ସେ କେନ୍ଦ୍ର ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଝିଅର ସ୍ୱାମୀ, ଝିଅକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଛି ବୋଲି ମୃତ ମହିଳାଙ୍କ ପିତାମାତା କହିଛନ୍ତି । ତେବେ ଗତ ମାର୍ଚ୍ଚ ୯ ତାରିଖ ଦିନ ପୋଲିସ ଏକ ବିବୃତ୍ତିରେ କହିଛି ଯେ, ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟପଟେ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି ।
]]>ବେଗମ୍ପୁର ପୋଲିସ ଷ୍ଟେସନରୁ ମିଳିଥିବା ତଥ୍ୟ ଅନୁସାରେ ଏକ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିଲା । ଉକ୍ତ କଲ୍ ରେ ଏକ ଘରେ ନିଆଁ ଲାଗିଥିବା କଥା କୁହାଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଫଳରେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ।
ପୋଲିସ ଘରେ ପହଞ୍ଚିବା ପରେ ଘରର ଭିତର ପଟରୁ ମୁଖ୍ୟ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲା । ସ୍ଥାନୀୟ ଅଧିକାରୀ ଜଣକ କହିଛନ୍ତି ଯେ, ଯାଞ୍ଚରେ ବେଳେ ଘର ଭିତରେ ଜଣେ ମହିଳା ଥିଲେ । ମହିଳା ଜଣକ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଭାବେ ପଡ଼ି ରହିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପରେ ପରେ ଅନ୍ୟ ଏକ ମେଡ଼ିକାଲରୁ ଜଣେ ପୁରୁଷ ଓ ତାଙ୍କର ଦୁଇଟି ଛୁଆ ଆହତ ଥିବା ନେଇ କଲ୍ ଆସିଥିଲା । ପରେ ପୁରୁଷ ଜଣକ ପୋଡ଼ି ଯାଇଥିବା ମହିଳାଙ୍କ ସ୍ୱାମୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେପ ପିଲାଙ୍କ ମଧ୍ୟରୁ ଜଣେ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ, ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏନେଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
]]>ପରିବାର ଲୋକଙ୍କ ଅଭିଯୋଗ ଯେ, ତାଙ୍କ ଦୁଇ ଝିଅ ଆତ୍ମହତ୍ୟା କରିନାହାନ୍ତି । ବରଂ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଖାଲି ସେତିକି ନୁହେଁ, ତାଙ୍କ ଦୁଇ ଝିଅଙ୍କୁ ପ୍ରଥମେ ମଦ ପିଆଇ ନିଶାଶକ୍ତ କରାଯାଇଥିଲା । ଆଉ ତା’ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଏମିତିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡ କରାଯାଇଥିଲା । ପରେ ତାକୁ ଭାଇରାଲ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ଯାହାଫଳରେ ଝିଅମାନେ ଚିନ୍ତା କଲେ ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନେ ଆଜି ଗଛରେ ଝୁଲି ନିଜ ଜୀବନ ହାରିଛନ୍ତି ।
ମୃତ ଦୁଇ ନାବାଳିକାଙ୍କ ପିତା-ମାତା ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି । ତାଙ୍କର ଅଭିଯୋଗ ଠିକାଦାର ଏବଂ ତାର ସାଙ୍ଗମାନେ ଦୁଇ ଝିଅ ସହ ଏଭଳି କାଣ୍ଡକାରନାମା କରିଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କାନପୁର ପୋଲିସ ନାବାଳିକା ଗଣଦୁଷ୍କର୍ମ ଘଟଣାରେ POCSO ଆକ୍ଟରେ ମାମଲା ରୁଜୁ କରିଛି । ଏହାସହ ଆତ୍ମହତ୍ୟା ପାଇଁ ଉସକାଇଥିବା ମାମଲା ମଧ୍ୟ ରୁଜୁ ହୋଇଛି ।
ଅନ୍ୟପଟେ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ପଚରାଉଚରା କରୁଛି । ପୋଲିସ ଏବଂ ଫରେନ୍ସିକ ଟିମ୍ ଘଟଣାର ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ, ସେଇ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ମୃତ ଦୁଇ ଭଉଣୀଙ୍କ ପିତା କହିଛନ୍ତି ଯେ, ଇଟାଭାଟିର ଠିକାଦାର ରାମରୁପ ଏବଂ ସେଠାରେ ଚୁଲିରେ କାମ କରୁଥିବା ସଞ୍ଜୁ ଏବଂ ରାଜ୍ଜୁ ତାଙ୍କୁ ଝିଅଙ୍କୁ ମଦ୍ୟପାନ କରାଇବା ପରେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ।
ପୂରା କାହାଣୀଟି ହେଲା...
ଘାଟମପୁର ଥାନାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରାଜା ସିଦ୍ଧିକି ନାମକ ବ୍ୟକ୍ତିର ଏକ ଇଟା ଭାଟ୍ଟି ରହିଛି । ଏଠାରେ ହମିରପୁର ଗାଁର କିଛି ପରିବାର କାମ କରୁଛନ୍ତି । ସେହି ପରିବାର ମଧ୍ୟରୁ ଏକ ପରିବାରର ଦୁଇ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରୁ ଜଣକଙ୍କ ବୟସ ୧୪ ଆଉ ଜଣଙ୍କ ବୟସ ୧୬ ବୋଲି ଜଣାପଡ଼ିଛି ।
]]>ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା। ଘଟଣାଟି ଜୁଲାଇ ୩୧, ୨୦୨୩ ରେ ଘଟିଛି। ଅଭିଯୁକ୍ତର ଚାପ ବଳରେ ପୀଡ଼ିତା ଏନେଇ ଥାନାରେ କୌଣସି ଏତଲା ଦେଇନଥିଲେ। କିନ୍ତୁ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଝିଅ ଥାନାରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଥିଲେ।
ସୂଚନାନୁଯାୟୀ ମହିଳାଙ୍କ ନାଁରେ ସରକାର ଏକ ଜମି ଆଲଟ୍ କରିଥିଲେ। କିନ୍ତୁ ତାଙ୍କ ଶତ୍ରୁ ସେ ଜମିକୁ ହାତେଇବା ପାଇଁ ନାନା ଚେଷ୍ଟା ଚଳାଇଥିଲା। ପରେ ମହିଳାଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ଘଟଣା ନେଇ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ ବି ଦେଇଥିଲେ। ବର୍ତ୍ତମାନ ପୀଡ଼ିତାଙ୍କ ଝିଅର ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି।
]]>ଅଭିଯୋଗ ଅନୁସାରେ, ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତୀ ସୋରେନ, ଗତରାତି ପ୍ରାୟ ୧୦ଟା ବେଳେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ବାହାରିଥିଲେ। ଉଦୟପୁର ଗାଁର ଏକ ଦୋକାନ ଖୋଲା ଥିବାରୁ ଜୁଆ ଖେଳ ଚାଲିଥିବା ସନ୍ଦେହରେ ତାକୁ ବନ୍ଦ କରିବାକୁ କହିଥିଲେ ସେ। ଏହି ସମୟରେ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଦୋକାନ ଘରେ ଭର୍ତ୍ତି କରିଦେଇଥିଲେ। ଥାନାର ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ, ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି।
ଏହି ଖବର ପାଇ ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେପଟେ ଏହି ଘଟଣାରେ ମେରାଇନ ପୋଲିସ ୨୦ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ, ଜଳେଶ୍ୱରରୁ ମଧ୍ୟ ଏକ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ମୁତୟନ କରାଯାଇଛି। ଉଦୟପୁର ଗାଁ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ଗାଁ ଛାଡ଼ି ଭୟରେ ପଳାଇଥିବା ସୂଚନା ମିଳିଛି।
]]>ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ। ପୋଲିସର କହିବାନୁଯାୟୀ ୨୭ ବର୍ଷୀୟ ପାରସ ନିଜ ଯୁବତୀ ବନ୍ଧୁଙ୍କୁ ସପ୍ତାହେ ଧରି ଦୁଷ୍କର୍ମ କରିଛନ୍ତି। ପାରସ ଦକ୍ଷିଣ ଦିଲ୍ଲୀର ନେବ ସରାଇ ଅଞ୍ଚଳରେ ରହୁଥିଲେ। ସେ ତିନି-ଚାରି ମାସ ହେବ ପଶ୍ଚିମବଙ୍ଗ ଡାର୍ଜିଲିଂରେ ରହୁଥିବା ଯୁବତୀଙ୍କ ସହ ବନ୍ଧୁତା କରିଥିଲେ।
ଚାକିରି ଖୋଜିଦେବା ଆଶା ଦେଇ ପାରସ ଯୁବତୀଙ୍କୁ ଦିଲ୍ଲୀ ଡ଼ାକିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୪ ମାସ ହେବ ବନ୍ଧୁତା ଆରମ୍ଭ ହୋଇଥିବା ବେଳେ ମାସେ ହେବ ଭଡ଼ା ଘର ନେଇ ସେମାନେ ଏକାଠି ରହୁଥିଲେ। ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତା’ପରେ ପାରସ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ଦିନ ରାତି ପିଟୁଥିଲେ। ଏମିତିକି ତାଙ୍କ ଉପରେ ଗରମ ଡ଼ାଲି ମଧ୍ୟ ଢାଳୁଥିବାର ଅଭିଯୋଗ ହୋଇଛି।
ପୀଡ଼ିତା ଜଣକ ଫୋନ ଯୋଗେ ପୋଲିସକୁ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବତୀଙ୍କ ଦେହରେ ୨୦ରୁ ଉର୍ଦ୍ଧ୍ୱ ଜାଗାରେ କ୍ଷତ ସ୍ଥାନ ରହିଥିଲା। ଯୁବତୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ। ଏହାପରେ ଅଭିଯୁକ୍ତ ପାରସଙ୍କୁ ଗିରଫ କରିଥିଲା ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ FIR ଫାଇଲ୍ କରି ଧାରା ୩୨୩, ୩୭୬ ଆଧାରରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲୁ ରହିଥିବା ପୋଲିସ ସୂଚନା ମଧ୍ୟ ଦେଇଛି।
]]>ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି। ନାବାଳିକାଙ୍କ ବୟସ ୧୭ ବର୍ଷ। ଘଟଣା ଦିନ ନାବାଳିକାଙ୍କ ମାଆ ଓ ସଞ୍ଜୁଙ୍କ ଘର ଲୋକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେବଳ ସଞ୍ଜୁ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଥିଲେ। ସଞ୍ଜୁ ନିଜ ମୋବାଇଲ୍ରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ପାଖରେ ଶୋଇଥିବା ସାନ ଉଉଣୀଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ପୀଡ଼ିତା ଘରେ ଏ ବିଷୟରେ କହିଦେବ, ସେହି ଡରରେ ସଞ୍ଜୁ ତାଙ୍କୁ ହତ୍ୟା ବି କରିଥିଲା।
ମୃତକଙ୍କ ଘର ଲୋକ ସଞ୍ଜୁ ନାଁରେ ଏତଲା ଦେବା ପରେ ପୋଲିସ ସଞ୍ଜୁକୁ ଗିରଫ କରି ପଚରାଉଚରା କରିଥିଲା। ପୋଲିସ ଆଗରେ ସବୁ ସତ ସତ ମାନି ନେଇଥିଲା ସଞ୍ଜୁ। ପୋଲିସ ସଞ୍ଜୁର ମୋବାଇଲ ଜବତ କରିବା ପରେ ସେଥିରେ ଅଶ୍ଲୀଳ ଭିଡିଓ ଥିବା ଦେଖିବାକୁ ପାଇଥିଲା। ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ବି ରୁଜୁ କରିବା ସହ ଜେଲ୍ ପଠାଇଛି।
ବର୍ତ୍ତମାନ ସମୟରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ପ୍ରେମିକାକୁ ହତ୍ୟା କରି ଖଣ୍ତ ଖଣ୍ତ କରି ଫ୍ରିଜ୍ରେ ରଖୁଛି ପ୍ରେମିକ ତ କେତେବେଳେ ପ୍ରେମିକାକୁ ଜଳନ୍ତା ନିଆଁରେ ଜାଳି ଦେଉଛି।
]]>ସୂଚନାନୁଯାୟୀ ଜାନୁଆରୀ ୩୦ରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଯେତେବେଳେ ମହିଳା ଜଣକ ରୁମ୍ରେ ଏକ ପେନ୍ ପାଇଥିଲେ। ଯେଉଁଥିରେ ନାଲି ଆଲୁଅ ଜଳୁଥିବାର ଦେଖିବାକୁ ପାଇଥିଲେ। ତାଙ୍କୁ ସେହି ପେନ୍ ଉପରେ ସନ୍ଦେହ ହେବା ପରେ ସେ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଥିଲେ। ସ୍ୱାମୀ ସେହି ସନ୍ଦେହଜନକ ପେନ୍କୁ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ ପେନ୍ରେ କେରର୍ଡିଂ ଡିଭାଇସ୍ ଲାଗିଛି। ଯାହାକି ରୁମ୍ରେ ଘଟୁଥିବା ପ୍ରତିଟି ଘଟଣାକୁ ରେକର୍ଡ କରୁଛି।
ଦମ୍ପତି ଜଣକ ଏନେଇ ପୋଲିସରେ ଅଭିଯୋଗ କଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ ଯେ ଘର ମାଲିକଙ୍କ ପୁଅ ସେହି ରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିଲେ। ଅଭିଯୁକ୍ତ ଜଣକ ଡାକ୍ତରୀ ଛାତ୍ର, ତାଙ୍କ ନାମ ଇବ୍ରାହିମ୍। ଦମ୍ପତି ଜଣକ ସେହି ବିଲ୍ଡିଂରେ ରହିବା ପୂର୍ବରୁ ଅଭିଯୁକ୍ତ ଜଣକ ପେନ୍ରେ ସ୍ପାଏ କ୍ୟାମେରା ଫିଟ୍ କରିଥିଲେ। ଯାହାକି ମହିଳାଙ୍କ ଅଶ୍ଲୀଳ ଭିଡିଓ କେରର୍ଡ କରୁଥିଲା।
ପୋଲିସ ଇବ୍ରାହିମ୍ଙ୍କୁ ଗିରଫ କରିବା ସହ ତାଙ୍କୁ ପଚାରାଉଚାରା ଜାରି ରଖିଛି। ସୂଚନା ମୁତାବକ ଦମ୍ପତି ଜଣକ କିଛିଦିନ ହେବ ସେହି ବିଲ୍ଡିଂରେ ଭଡ଼ା ରହୁଥିଲେ। ମହିଳା ଜଣକ ଦିନେ ରୁମ୍ ସଫା କରିବା ବେଳେ ଅଚାନକ ତାଙ୍କ ଆଖିରେ ସନ୍ଦେହଜନକ ପେନ୍ ପଡିଥିଲା। ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
]]>କର୍ଣ୍ଣାଟକର ଚିକାବାଲାପୁରରୁ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ଛାତ୍ରୀ ଜଣକ ସୋସିଆଲ ୱେଲ୍ଫେୟାର ବିଭାଗର ହଷ୍ଟେଲ୍ରେ ରହୁଥିଲେ । ସେ ବାରମ୍ବାର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ଏବଂ ସ୍କୁଲ ଆଉ ହଷ୍ଟେଲରେ ଆବ୍ସେଣ୍ଟ ରହୁଥିଲେ । ଅନ୍ୟପଟେ ଗତବର୍ଷ ଅଗଷ୍ଟରେ ତାଙ୍କର ମେଡିକାଲ ଚେକ୍ଅପ୍ ମଧ୍ୟ କରାଯାଇଥିଲା । କିନ୍ତୁ ସେଥିରେ ସେ ଗର୍ଭବତୀ ଥିବା ନେଇ କୌଣସି ସୂଚନା ନଥିଲା ।
ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ହଷ୍ଟେଲକୁ ଆସିଥିଲେ । ପ୍ରାୟ ବର୍ଷେ ହେବ ଏଠାରେ ସେ ରହୁଛନ୍ତି । ତାଙ୍କର ଜଣେ ଦଶମ ଶ୍ରେଣୀ ପୁଅ ସହ ସମ୍ପର୍କ ଥିବା ନେଇ ସାଙ୍ଗ ସାଥିଙ୍କଠାରୁ ଜଣାପଡ଼ିଛି। ଉଭୟ ସମାନ ସ୍କୁଲରେ ପାଠ ପଢ଼ୁଥିଲେ । କିନ୍ତୁ ଏବେ ଉକ୍ତ ଛାତ୍ର ଜଣକ ଟ୍ରାନ୍ସଫର ସାର୍ଟିଫିକେଟ୍ ନେଇ ବ୍ୟାଙ୍ଗଲୋରକୁ ଚାଲିଯାଇଛନ୍ତି ।
ସୋସିଆଲ ୱେଲଫେୟାର ବିଭାଗର ଜଏଣ୍ଟ ଡାଇରେକ୍ଟର ଟୁମ୍କୁର କହିଛନ୍ତି, ଛାତ୍ରୀ ଜଣକ ଦୀର୍ଘ ଦିନ ହେବ ସ୍କୁଲ ଆସୁନଥିଲେ । ତାଙ୍କ ଘର ବାଗେପାଲି ସହରରେ । ଯେତେବେଳେ ତାଙ୍କ ପେଟ କାଟୁଥିବା ନେଇ ସେ କହିଥିଲେ, ଆଉ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା ସେବେଳେଳ ସେ ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା। ଆମେ ଏଠାରେ ପୁରା ଘଟଣାର ତଦନ୍ତ କରୁଛୁ । ଖୁବ୍ଶୀଘ୍ର ସରକାରଙ୍କ ପାଖରେ ଏନେଇ ଏକ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ।
]]>ନୂଆ କରି ମାଆ ହୋଇଥିବା ପ୍ରସୂତୀ ଜଣକ ହେଲେ ଡଲି ମଲ୍ଲିକ । ତାଙ୍କ ଘର ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ଘାଟକୁଳରେ । ସେ କେନ୍ଦ୍ରାପଡ଼ା ଆଳି କେତୁଆପାଳ ନାଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ରେ ବାହା ହୋଇଥିଲେ । ଗତ ୧ ତାରିଖରେ ପ୍ରସବ ପାଇଁ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୁଅଟେ ହୋଇଛି ।
ଆଗରୁ ପାରିବାରିକ କଳହ ଥିବାରୁ ସ୍ୱାମୀ ଓ ପରିବାର ଉଭୟ ମାଆ ପୁଅଙ୍କୁ ହସପିଟାଲରେ ଛାଡ଼ି ପଳାଇଛନ୍ତି । ପୋଲିସକୁ ଖବର ଦିଆଯିବା ପରେ ଉଭୟ ମାଆ ପୁଅଙ୍କୁ ୱାନଷ୍ଟପ୍ ସେଣ୍ଟରକୁ ହସ୍ତାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ଡଲି କହିଛନ୍ତି, ମୋ ପୁଅ ଜନ୍ମ ହେବା ପରେ ମୋ ସ୍ୱାମୀ ମୋ ପାଖରେ ଥିଲେ । ପରେ ତାଙ୍କ ମାଉସୀ ଫୋନ୍ କରି ମୋ ସ୍ୱାମୀକୁ ତାଙ୍କ ଘରକୁ ଡାକିଥିଲେ । ସେ ମାଉସୀ ଘରକୁ ଯିବା ପରେ ମୋତେ ନେବାକୁ ମେଡିକାଲ ଆସୁନାହାନ୍ତି । ମୁଁ ଫୋନ୍ କଲା ବେଳକୁ ସେ ଆଉ ଏକ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି । ମୋତେ ନେବା ପାଇଁ ମୋ ଶାଶୁ ଘର ଲୋକ ବି ଆସୁନାହାନ୍ତି। ମୋତେ ନ୍ୟାୟ ଦରକାର ।
]]>ଘଟଣାର ଅଭିଯୁକ୍ତ ଯୁବକ ଜଟଣୀ ବାଛେରା ଅଞ୍ଚଳର ଏସ.କେ.କୁତୁବୁଦ୍ଦିନ ବୋଲି କୁହାଯାଉଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଓ ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଛି ।
ଏସମ୍ପର୍କରେ ନିବେଦିତାଙ୍କ ଭାଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୁକ୍ତ ବିରୋଧରେ ଏତଲା ଦାଏର କରିଛନ୍ତି । ତେବେ ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
]]>ମିଳିଥିବା ରିପୋର୍ଟ ଅନୁଯାୟୀ, ନାବାଳିକା ଜଣକ ବୟ ଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଭାଇଜାକ୍ । ବୁଲା ବୁଲି ସାରି ସେମାନେ ଏକ ଲଜ୍ରେ ରହିଥିଲେ । ସେଠାରେ ବୟ ଫ୍ରେଣ୍ଡ ପ୍ରଥମେ ତାଙ୍କ ସହ ଦୁର୍ବ୍ୟବହାର ବା ଦୁଷ୍କର୍ମ କରିଥିଲେ । ପରେ ବୟ ଫ୍ରେଣ୍ଡର ସାଙ୍ଗ ମଧ୍ୟ ନାବାଳିକାଙ୍କ ସହ ସେହି ଲଜ୍ରେ ଦୁଷ୍କର୍ମ କରିବାକୁ ପଛାଇନଥିଲେ । ଏହାପରେ ନାବାଳିକା ଜଣକ ଲଜ୍ରୁ ବାହାରି RK ବିଚ୍ ପର୍ଯ୍ୟନ୍ତ ଦୌଡ଼ିଯାଇଥିଲେ । ସେଠାରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
ହେଲେ ସେଠାରେ ଥିବା ଜଣେ ଫଟୋଗ୍ରାଫର ତାଙ୍କୁ ଏକା ଦେଖି ସାହାଯ୍ୟର ହାତ ବଢ଼ାଇଥିଲେ । କିନ୍ତୁ ଶେଷରେ ସେହି ଫଟୋ ଗ୍ରାଫର ଜଣକ ମଧ୍ୟ ନାବାଳିକାଙ୍କୁ ଲଜ୍କୁ ନେଇଥିଲେ । ଆଉ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ସେହି ଲଜ୍ରେ ରଖି ନାବାଳିକାଙ୍କୁ କରିଥିଲେ ଯୌନ ଶୋଷଣ । ପରେ ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ଏହି ଘଟଣା ଡିସେମ୍ବର ୧୭ ରୁ ୧୯ ତାରିଖ ମଧ୍ୟ ଘଟିଥିଲା । ହେଲେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ପରିବାର ଲୋକ ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ବିଶାଖାପାଟନମର ଏକ ପାଖ ଗାଁରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କ ଘର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି ।
ପୋଲିସ ସେମାନଙ୍କ ମଧ୍ୟରୁ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେମାନେ ଝାଡ଼ଖଣ୍ଡରେ ଲୁଚିଥିବା ଜଣାପଡ଼ିଛି ।
ପୋଲିସର କହିବାନୁଯାୟୀ, ଡିସେମ୍ବର ୧୮ ତାରିଖରେ ଫୋର୍ଥ ଟାଉନ୍ ଥାନାକୁ ନିଖୋଜ କମ୍ପ୍ଲେନ୍ ଆସିଲା । ନାବାଳିକାଙ୍କ ବାପା ଏହି ଏତଲା ଦେଇଥିଲେ । ବାପାଙ୍କ କହିବା କଥା ତାଙ୍ ଝିଅ, ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ୍ ଭାବେ ଘର କାମ କରେ । ସେ କିଛି ଦିନ ପାଇଁ ଛୁଟିରେ ବାହାରକୁ ଯାଇଛନ୍ତି । ତାଙ୍କ ଘର କଥା ସେ ବୁଝାବୁଝି କରେ । ହେଲେ ଏବେ ସେ କେଉଁ ଆଡ଼େ ନିଖୋଜ ହୋଇଛି ।
ତେବେ ପୋଲିସ ନାବାଳିକାକୁ ବିଶାଖାପାଟନମର ଏକ ପାଖ ଗାଁରୁ ଠାବ କରିଥିଲା । ହେଲେ ସେତେବେଳକୁ ନାବାଳିକା ଜଣକ ସଦ୍ମାରେ ଥିଲେ । କିଛି ଦିନ ଯିବା ପରେ ସେ ପୁରା ଘଟଣା ବଖାଣିଥିଲେ । ପୋଲିସ ପୁରା ଘଟଣା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗୁ କରାଯାଇଛି । ନାବାଳିକା ଜଣକ ମାତ୍ର ୯ ମାସ ହେବ ନିଜ ପରିବାର ସହ କଳାହାଣ୍ଡିରୁ ବିଶାଖାପଟନମ ଆସିଥିଲେ ।
]]>
ପାରାଦୀପ ଥାନା ଅଞ୍ଚଳର ଜଣେ ମହିଳା ପରିବାର ସହ ରହୁଥିଲେ । ବୁଧବାର ରାତିରେ କୌଣସି କଥାକୁ ନେଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସେ ଘର ଛାଡ଼ି ପଳାଇ ଯାଇଥିଲେ । ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ହେଲେ ମହିଳାଙ୍କୁ ପାଇନଥିଲେ । ସେପଟେ ମହିଳା ଜଣକ ଘର ଛାଡ଼ି ପଳାଇ ଯାଉଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ହାବୁଡ଼ରେ ପଡ଼ିଥିଲେ । ସେ ଓ ତାଙ୍କର ଦୁଇ ସାଥୀ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣୁଥିଲେ ।
ତେବେ ପାରାଦୀପ ଦୋଛକି ନିକଟରେ ଏକ ଘରେ ମହିଳାଙ୍କୁ ସେମାନେ ରାତି ସାରା ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ । ସେହି ରାତିରେ ମହିଳା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଆଜି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ତାଙ୍କ ସମ୍ପର୍କୀୟ ଓ ଦୁଇ ସାଥୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ।
]]>ଆମେରିକାର ଟ୍ରେଡ୍ସିଫ୍ଟ ସଫ୍ଟୱେୟାର କମ୍ପାନୀର ପୂର୍ବତନ CEO କ୍ରିଷ୍ଟିଆନ୍ ଲାଙ୍ଗ୍ ନିଜ ଏକ୍ଜିକ୍ୟୁଟିଭ୍ ସେକେଟ୍ରି ଜେନ୍ ଡୋଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଜେନ୍ଙ୍କୁ ‘ଯୌନଦାସୀ’ ଭାବେ ରଖିବା ପାଇଁ ଏକ କଣ୍ଟ୍ରାକ୍ଟ ସାଇନ୍ କରିବାକୁ ବାଧ୍ୟ କରିଥିଲେ ଲାଙ୍ଗ୍ । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଛି ।
ଜେନ୍ କହିଛନ୍ତି ଯେ ଲାଙ୍ଗ୍ ତାଙ୍କ ସହ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ଏହାଛଡ଼ା ବିଭିନ୍ନ ଉପାୟରେ ଶାରୀରିକ ଯନ୍ତ୍ରଣା ଦେବା ଏମିତିକି ତାଙ୍କ ଉପରେ ପରିସ୍ରା ମଧ୍ୟ କରୁଥିଲେ ।
ଜେନ୍ ଡୋଙ୍କ କହିବାନୁଯାୟୀ ଲାଙ୍ଗ୍ ତାଙ୍କୁ ନଅ ପେଜ୍ର ଏକ କଣ୍ଟ୍ରାକ୍ଟ ସାଇନ୍ କରିବାକୁ ବାଧ୍ୟ କରିଥିଲେ । ଯେଉଁଥିରେ ଲେଖାଯାଇଥିଲା କି ସବୁବେଳେ ମାଲିକଙ୍କ ସହ ସେକ୍ସ କରିବାକୁ ଉପଲବ୍ଧ ରହିବେ । ଯେତେବେଳେ ମାଲିକଙ୍କ ସେକ୍ସ ପାଇଁ ଇଚ୍ଛା ହେବ, ସେ ମନା କରିବେ ନାହିଁ । ମାଲିକ ଯେତେବେଳେ ଏକୁଟିଆ ଥିବେ, ସେ ତାଙ୍କ ଆଗରେ ପଚାରିବେ କି ମୁଁ ଆପଣଙ୍କର କି ସେବା କରିପାରିବି ।
କଣ୍ଟ୍ରାକ୍ଟରେ ଆହୁରି ଲେଖାଥିଲା ଯେ ଜେନ୍ ନିଜ ଶରୀରକୁ ମେଣ୍ଟେନ୍ କରିବା ସହ ଓଜନକୁ ୫୮ରୁ ୭୦ କେ.ଜି ମଧ୍ୟରେ ରଖିବେ । ଲାଙ୍ଗ୍ ଯେତେବେଳେ ଚାହିଁବେ ଜେନ୍ଙ୍କୁ ଯାହା ବି ଦଣ୍ତ ଦେବେ ସେଥିରେ ଜେନ୍ ପ୍ରଶ୍ନ ଉଠାଇପାରିବେ ନାହିଁ । ଏମିତିକି ଦଣ୍ତ ଦେବା ପାଇଁ କୌଣସି ସ୍ଥାନ ସମୟ ଓ ପରିସ୍ଥିତିକୁ ବି ସେ ଦେଖିବେ ନାହିଁ ।
ଜେନ୍ କହିଛନ୍ତି ଯେ ସେ ଏହି ଚୁକ୍ତି ସାଇନ୍ କରିବା ପାଇଁ ବାଧ୍ୟ ହେଲେ । କାହିଁକି ନା ସେ ଏହି ଚାକିରି ଛାଡ଼ିବାକୁ ଚାହୁଁନଥିଲେ । କାରଣ ସେ ତାଙ୍କ ଚାକିରିକୁ ଭାରି ଭଲ ପାଉଥିଲେ । ଟ୍ରେଡ୍ସିଫ୍ଟ ଭଳି ଏକ ବଡ଼ କମ୍ପାନୀର ଚାକିରିକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ।
କ୍ରିଷ୍ଟିଆନ୍ ଲାଙ୍ଗଙ୍କୁ ଏହି ବର୍ଷ କମ୍ପାନୀ ସିଇଓ ପଦରୁ ବହିଷ୍କୃତ କରିଛି । ତାଙ୍କ ନାଁରେ କମ୍ପାନୀର ଟଙ୍କା ହେର୍ଫେର୍, ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ପରେ ବହିଷ୍କୃତ କରାଗଲା । ଲାଙ୍ଗ୍ ଏହି ଅଭିଯୋଗକୁ ଏଡ଼ାଇବା ସହ ଜେନ୍ଙ୍କୁ ଏଭଳି କଣ୍ଟ୍ରାକ୍ଟ ଦେଇନଥିବା କହିଛନ୍ତି । ସେ କହିଛନ୍ତି, ତାଙ୍କ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା କିନ୍ତୁ ପରସ୍ପର ସହମ୍ମତିରେ । ଜେନ୍ କମ୍ପାନୀରେ ଚାକିରି ପାଇବା ପୂର୍ବରୁ ସେ ତାଙ୍କୁ ଡେଟ୍ କରୁଥିଲେ । ଜେନ୍ଙ୍କୁ ନିଜ ସେକ୍ରେଟାରୀ ଭାବରେ ନିଯୁକ୍ତି ଦେବା ତାଙ୍କର ବଡ଼ ଭୁଲ ବୋଲି ସେ କହିଛନ୍ତି ।
]]>ଗତ ପାଞ୍ଚ ତାରିଖ ସକାଳୁ ଶୋଇବା ଶେଯରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଚତୁର୍ଭୁଜ ସାହୁଙ୍କ ପତ୍ନୀ ସୁଚିତ୍ରା ସାହୁ ଓ ବୋହୂ ସରସ୍ଵତୀ ସାହୁ ଗୋଟିଏ ରୁମ୍ରେ ଶୋଇଥିଲେ । ମାତ୍ର ସକାକୁ ଶେଯରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାଶୂ ପଡିଥିବାର ବୋହୂ ଶ୍ୱଶୁରଙ୍କୁ କହିଥିଲେ । ଏକ ବିବାହ ଭୋଜିରେ ପୁଅ ଚାଲିଯାଇଥିବାରୁ ସୁଚିତ୍ରାଙ୍କ ଭାଇ ବାରଙ୍ଗ ଥାନାକୁ ଖବର ଦେଇ ଅଭିଯୋଗ କରିଥିଲେ ।
ଖବର ପାଇ ସଙ୍ଗେ ସଙ୍ଗେ ବାରଙ୍ଗ ପୋଲିସ ପହଞ୍ଚି ସାଇଣ୍ଟଫିକ ଟିମ୍ ଓ ସନ୍ଧାନି କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ହେଲେ ଗୋଟିଏ ରୁମ୍ରେ ଯେହେତୁ ଭିତର ପଟୁ କବାଟ ବନ୍ଦ କରି ଉଭୟେ ଶାଶୁ ଓ ବୋହୁ ଶୋଇଥିଲେ । ତେଣୁ ବାହାରୁ କେହି ଆସି ହତ୍ୟାକାଣ୍ଡ କରିପାରିବେ ନାହିଁ ବୋଲି ଆଶଙ୍କା କରାଯାଇଥିଲା । ବୋହୂର ଢିଲା ପୋଷାକ ପିନ୍ଧିବାକୁ ନେଇ ଶାଶୁ ଓ ବୋହୁ ମଧ୍ୟରେ ରାତିରେ ଗଣ୍ଡଗୋଳ ହୋଇଥିଲା । ବୋହୂ ରାଗରେ ଶାଶୂକୁ ଲୁହା ରଡ଼ରେ ପିଟି ପିଟି ମାରିଥିଲା ।
ପୋଲିସ ବିଭିନ୍ନ ଦିଗକୁ ତଦନ୍ତ କରି ଶେଷରେ ହତ୍ୟାକାରୀ ବୋହୂ ବୋଲି ପୋଲିସ ଚିହ୍ନଟ କରି ଗିରଫ କରିଥିଲେ ।
]]>NCRBର ସଦ୍ୟତମ ରିପୋର୍ଟରୁ ମିଳିଛି ଏ ଲୋମଟାଙ୍କୁରା ତଥ୍ୟ। ରିପୋର୍ଟ କହୁଛି, ୨୦୨୨ରେ ରାଜ୍ୟର ୫ ହଜାର ୮୭୫ ଜଣ ଅପହରଣର ଶିକାର ହୋଇଛନ୍ତି। ଅର୍ଥାତ ପ୍ରତି ଲକ୍ଷେ ଲୋକରୁ ପ୍ରାୟ ୧୩ ଜଣ ଅପହରଣର ଶିକାର ହେଉଛନ୍ତି । ୨୦୨୧ରେ ଓଡ଼ିଶାରେ ୫ ହଜାର ୬୨୫ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ, ୨୦୨୨ରେ ଏ ମାମଲା ସଂଖ୍ୟା ୪ ପ୍ରତିଶତ ବଢ଼ି ୫ ହଜାର ୮୫୪ରେ ପହଞ୍ଚିଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ଅପହୃତଙ୍କ ମଧ୍ୟରୁ ୫ ହଜାର ୬୨୭ ଜଣ ୧୮ ବର୍ଷରୁ କମ୍ ବୟସର। ଆଉ ସେମାନଙ୍କ ଭିତରୁ ୫ ହଜାର ୧୩୭ ଜଣ ନାବାଳିକା।
ତେବେ ୨୦୨୨ ଶେଷ ସୁଦ୍ଧା ଅପହରଣ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧୩ ଜଣ ଉଦ୍ଧାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ରାଜ୍ୟରେ ବାସ୍ତବ ଅପହରଣ ମାମଲା ଆହୁରି ଅଧିକ। ପୋଲିସ ଉପରେ ଲୋକଙ୍କ ଭରସା ନ ଥିବାରୁ ବହୁ ଅପହରଣ ମାମଲା ରୁଜୁ ବି ହେଉନି।
କେବଳ ଅପହରଣ ନୁହେଁ, ନିଖୋଜରେ ବି ଦୁର୍ନାମ ଅର୍ଜୁଛି ଓଡ଼ିଶା। ୨୦୨୨ରେ ରାଜ୍ୟରେ ୧୮ ହଜାର ୫୮୭ ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଅର୍ଥାତ୍ ପ୍ରତିଦିନ ରାଜ୍ୟରୁ ହାରାହାରି ୫୧ ଜଣ ନିଖୋଜ ହେଉଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଅର୍ଥାତ୍ ୧୪ ହଜାର ୭୦ ଜଣ ମହିଳା। ତା ଭିତରୁ ୭ ହଜାର ୫୬୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍। ଅର୍ଥାତ ୮୮ ପ୍ରତିଶତ ନାବାଳିକା।
ପରିତାପର ବିଷୟ ହେଉଛି, ୨୦୨୨ ପୂର୍ବରୁ ନିଖୋଜ ହୋଇ ଉଦ୍ଧାର ହୋଇ ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩ ହଜାର ୧୭୨ ଥିଲା ବେଳେ ୨୦୨୨ ସୁଦ୍ଧା ଉଦ୍ଧାର ହୋଇ ନ ଥିବା ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ୩୪ ହଜାର ୧୮୬କୁ ବୃଦ୍ଧି ଘଟିଛି। ସାମାଜିକ କର୍ମୀଙ୍କ ମତରେ, ଅଧିକାଂଶ କ୍ଷେତ୍ରରେ ନିଖୋଜ ଶିଶୁ ଓ ମହିଳାଙ୍କୁ ଦଲାଲମାନେ ଭିକ୍ଷାବୃତ୍ତି, ବେଶ୍ୟାବୃତ୍ତି ଓ ଅନ୍ୟ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେଣୁ ନିଖୋଜ ମାମଲାଗୁଡ଼ିକୁ ଗୁରୁତର ଅପରାଧ ଭାବେ ବିବେଚନା କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।
]]>ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ । ରିପୋର୍ଟ କହୁଛି- ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ଓ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି । ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା, ଦେଶରେ ୪ ନମ୍ବର ସ୍ଥାନରେ ଥିବାବେଳେ ମହିଳା ବିରୋଧୀ ଅପରାଧରେ ସାମାନ୍ୟ ହ୍ରାସ ପାଇ ସପ୍ତମ ସ୍ଥାନକୁ ଖସିଛି ।
୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିଲା, ହେଲେ ୨୦୨୨ରେ ସେ ସଂଖ୍ୟା ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି । ଚଳିତବର୍ଷ ୭,୩୨୭ଟି ଅସଦାଚରଣ, ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ଢେର ବଢ଼ିଛି । ୨୦୨୧ରେ ୭, ୮୯୯ ଶିଶୁ ବିରୋଧୀ ଅପରାଧ ଥିଲାବେଳେ ୨୦୨୨ରେ ଏହା ୮,୨୪୦କୁ ବଢ଼ିଛି । ସେମିତି ୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ସଂଖ୍ୟା ୩୧, ୩୫୨ ଥିଲା, ହେଲେ ୨୦୨୨ରେ ଏ ସଂଖ୍ୟା ୨୩, ୬୪୮କୁ ଖସିଛି ।
ଓଡ଼ିଶାରେ ନର ହତ୍ୟା ହାର କିନ୍ତୁ ଚିନ୍ତାଜନକ । NCRB ରିପୋର୍ଟ କହୁଛି ପ୍ରତି ୧ ଲକ୍ଷ ଲୋକରେ ବର୍ଷକୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । ୨୦୨୨ରେ ରୁଜୁ ୧,୩୭୯ଟି ହତ୍ୟା ମାମଲାରେ ୧, ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ତା’ଭିତରୁ କେବଳ ଯୌତୁକ ଜନିତ ୨୬୩ଟି ମାମଲା ରହିଛି । ଅନେକ ହତ୍ୟା ମାମଲାରେ ପେଷାଦାର ଅପରାଧୀଙ୍କ ଅପେକ୍ଷା ସାଧାରଣ ଲୋକଙ୍କ ବେଶୀ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ବଢ଼ିଛି ଚିନ୍ତା ।
ସାମାନ୍ୟ ଘଟଣାରେ ବି ହେଉଛି ପ୍ରାଣଘାତୀ ଆକ୍ରମଣ । ସଦ୍ୟ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁରରେ । ଗତ ସପ୍ତାହରେ ମୈଦଲପୁର ଥାନା ଗୁଜମାପଦର ଗାଁରେ ପତ୍ନୀସହ କଳହରୁ ନିଜର ୨ବର୍ଷର ଶିଶୁପୁତ୍ରକୁ ଛୁରି ଭୁସି ନିର୍ଦ୍ଦୟ ବାପା ହତ୍ୟା କରିଥିଲା ବାପା । ପ୍ରତିବାଦ କରିବାରୁ ପଡ଼ୋଶୀ ବୃଦ୍ଧାଙ୍କୁ ବି ହତ୍ୟା କରିବାକୁ ପଛାଇନଥିଲା ଅଭିଯୁକ୍ତ । ତେବେ ଏଠି ପ୍ରଶ୍ନ- କାହିଁକି ବୃଦ୍ଧି ପାଉଛି ଏଭଳି ଭୟଙ୍କର ଟ୍ରେଣ୍ଡ ? ସାମାନ୍ୟ ଘଟଣାରେ କାହିଁକି ଉଗ୍ର ହୋଇଯାଉଛି ମଣିଷ ? ଶିଶୁ ଅଧିକାର କର୍ମୀ କହିଛନ୍ତି ଏଥି ପାଇଁ ଲୋଡ଼ା କେବଳ ମାନସିକତାରେ ପରିବର୍ତ୍ତନ ।
ତେବେ ଅତି ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି ଦେଶରେ ହୁ ହୁ ବର୍ଦ୍ଧିତ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ । ଗତବର୍ଷ ତୁଳନାରେ ସାଇବର ଅପରାଧ ୨୪.୪%, ଅର୍ଥନୈତିକ ୧୧.୧ % ଓ ଦୁର୍ନୀତି ୧୦.୫% ବଢ଼ିଛି । ସାଇବର ଠକ ନୂଆ ନୂଆ ଢଙ୍ଗରେ ସାଧାରଣ ଲୋକଙ୍କୁ ଶିକାର କରୁଥିବାରୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ ।
]]>୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ । ଯୁବତୀଙ୍କ ବନ୍ଧୁ ଅଭିଯୁକ୍ତର ହ୍ୱାଟ୍ସଆପ୍ ଷ୍ଟୋରୀରେ ବନ୍ଧୁଙ୍କ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ ହୋଟେଲ୍ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ପୋଲିସର ସୂଚନାନୁଯାୟୀ ଯୁବତୀ ଜଣକ ତିନିଦିନ ହେବ କଲେଜ ଯାଉନଥିଲେ । ତାଙ୍କର ଜଣେ ବନ୍ଧୁ ଏନେଇ ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲେ ଯେ ଯୁବତୀଙ୍କ ପ୍ରେମିକ ଆସିକ୍ ତାଙ୍କୁ ଦେଖା କରିବା ପାଇଁ ଚେନ୍ନାଇ ଆସିଛନ୍ତି । ସେମାନେ ଦୁହେଁ ହୋଟେଲର ଏକ ରୁମ୍ ବୁକ୍ କରି ଏକାସାଙ୍ଗେ ରହୁଛନ୍ତି । ହଠାତ୍ ବନ୍ଧୁ ଜଣକ ପ୍ରେମିକର ହ୍ୱାଟ୍ସଆପ୍ ଷ୍ଟୋରୀରେ ଯୁବତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।
ପୋଲିସ ହୋଟେଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଅଭିଯୁକ୍ତ ଆସିକ୍କୁ ଗିରଫ କରିଥିଲା । ଅଭିଯୁକ୍ତକୁ ପଚତରାଉଚରା କରିବା ପରେ ସେ ସବୁ ସତ ମାନି ନେଇଥିଲା । ଅଭିଯୁକ୍ତ କହିଥିଲା ଯେ ତାଙ୍କ ପ୍ରେମିକା ତାଙ୍କୁ ଅନ୍ୟ ଏକ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କ ଭିତରେ ପାଟିଟୁଣ୍ତ ହୋଇଥିଲା । ଶେଷରେ ସେ ନିଜ ଟି-ସାର୍ଟରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସ ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଯୁବତୀ ଜଣକ ଗର୍ଭବତୀ ଥିଲେ । କିଛିଦିନ ପୂର୍ବେ ସେ ନିଜ ଗର୍ଭପାତ କରାଇଥିଲେ ।
]]>ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ । ଏୟାରଫିଲଡ ଥାନାର କେଳା ବସ୍ତି । ଏଠି ଏକ ୪ ବର୍ଷର କୋମଳମତି ଶିଶୁକୁ ଦୁଷ୍କର୍ମ କରିବା ପରେ ତଣ୍ଟି କାଟି ହତ୍ୟା କରିଛି ସଂପର୍କୀୟ ଦାଦା । ନିଶାରେ ବୁଡ଼ି ରହୁଥିବା ଅଭିଯୁକ୍ତ ଘନିଆ ଦାସ ଯେ ଏମିତି କୁକର୍ମ କରିବ କେହି ବିଶ୍ୱାସ କରି ପାରୁନାହାନ୍ତି । ନିଶା ନିବାରଣ କେନ୍ଦ୍ରରୁ ଫେରିବା ପରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଘନିଆ । ଘଟଣାସ୍ଥଳରୁ ରକ୍ତ ଭିଜା ଡ୍ରେସ ଓ ଛୁରି ଜବତ କରି ଅଭିଯୁକ୍ତକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ଏୟାରଫିଲଡ ପୋଲିସ । ଘନିଆକୁ ଫାଶିଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସେପଟେ ମଦ ପିଇବା ପାଇଁ ଚାଖଣା ନ ଦେବାରୁ ଜଣେ ୩୫ ବର୍ଷିୟା ମହିଳାଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି ଦୁର୍ବୃର୍ତ୍ତ । ଚନ୍ଦକା ଥାନା ଗୋଠପାଟଣା ଛକରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ସସ୍ମିତା ବେହେରା ନାମକ ଜଣେ ମହିଳା ଏଠାରେ ଏକ ଜଳଖିଆ ଦୋକାନ କରିଥିଲେ । ରବିବାର ରାତିରେ କେତେକ ନିଶାଡି ମଦ ପିଉଥିବା ବେଳେ ଚାଖଣା ପାଇଁ ମାଛ ମୁଣ୍ଡ ଫ୍ରାଏ କରିବାକୁ କହିଥିଲେ । ସସ୍ମିତା ଏଥିରେ ରାଜି ନହେବାରୁ ତାଙ୍କୁ ଛୁରି ଭୁଷି ହତ୍ୟା କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି ରହସ୍ୟ ଥିବା ସନ୍ଦେହ କରୁଛି ପୋଲିସ ।
ଅନ୍ୟପଟେ ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରୁ ଆସିଛି ନବବଧୂକୁ ହତ୍ୟା ଅଭିଯୋଗ । ୨ ବର୍ଷ ତଳେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ପ୍ରିୟଙ୍କା ମିଶ୍ର ଏଠାକାରା ସୁରଜଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ପ୍ରିୟଙ୍କାଙ୍କୁ ତାଙ୍କ ଶାଶୁଘର ଲୋକେ ୫ ଲକ୍ଷ ଟଙ୍କା ଓ ଗୋଟିଏ ପ୍ଳଟ୍ ଦେବା ପାଇଁ ଚାପ ପକାଯାଉଥିବା ପ୍ରିୟଙ୍କାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏପିରିକି ସୁରଜଙ୍କର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସଂପର୍କ ରହିଥିବା ନେଇ ଅଭିଯୋଗ ବି ଆସିଛି । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ସୂରଜଙ୍କୁ ପୋଲିସ୍ ଗିରଫ କରି ତନାଘନା ଚଳାଇଛି ।
]]>ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ। ଗତ ଶନିବାର ଏ ଅମାନୁଷିକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାରୁଆଁ ଅଞ୍ଚଳରେ। ପୋଲିସ୍ ସୂଚନା ଅନୁସାରେ- ଭୁବନରେ ଏକ ମେସ୍ରେ ରହି ପାଠ ପଢୁଥିଲେ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା। ଦଶହରା ଛୁଟି ଥିବାରୁ ସେ ସ୍ୱାମୀଙ୍କ ସହ ଭୁବନରୁ ଘରକୁ ବାଇକରେ ଫେରୁଥିଲେ।
ରାତି ପ୍ରାୟ ୮ଟା। ଭୁବନ-ସୁକିନ୍ଦା ରାସ୍ତାର ବାରୁଆଁରେ ହଠାତ୍ ସେମାନଙ୍କୁ ଅଟକାଇଥିଲେ ୫ ଦୁର୍ବୁତ୍ତ। ପ୍ରଥମେ ସ୍ୱାମୀଙ୍କୁ ଡରାଇ ଧମକାଇ ନିସ୍ତୁକ ମାଡ଼ ମାରିଲେ। ପରେ ମହିଳାଙ୍କୁ ପାଖ କାଜୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରି ଉଭାନ୍ ହୋଇଗଲେ। ରବିବାର ମହିଳା ଜଣକ ଭୁବନ ଥାନାରେ ଲିଖିତ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ପୋଲିସ୍ ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇବା ସହିତ ୨ ଜଣଙ୍କୁ ଥାନାକୁ ଉଠାଇ ଆଣିଛି। ବାକି ତିନିଜଣଙ୍କୁ ଖୋଜୁଛି। ଢେଙ୍କାନାଳ ଏସପି କହିଛନ୍ତି-ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ଖୁବଶୀଘ୍ର ସମସ୍ତେ ବନ୍ଧା ହେବେ।
ପୀଡ଼ିତା ମହିଳା ପଡ଼ୋଶୀ ଯାଜପୁର ଜିଲ୍ଲାର। ତାଙ୍କୁ କିମ୍ବା ତାଙ୍କ ସ୍ୱାମୀଙ୍କୁ ଦୁର୍ବୃର୍ତ୍ତମାନେ ଆଗରୁ ଜାଣିଥିଲେ କି ? ପୂର୍ବରୁ ସେମାନଙ୍କ ସହ ଅନ୍ୟ କିଛି ଶତ୍ରୁତା ଥିଲା ନା ହଠାତ୍ ଏଭଳି ଅମାନୁଷିକ କାଣ୍ଡ ଘଟାଇଲେ? କାଲି ସେତିକି ନୁହେଁ ଦଂପତିଙ୍କ ଠାରୁ ମୋବାଇଲ ଓ ଟଙ୍କା ମଧ୍ୟ ଦୃର୍ବୃତ୍ତ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ବାନ୍ଧି ଉଚିତ୍। ଦଣ୍ଡଦେବାକୁ ପୀଡ଼ିତା ଦାବି କରିଥିବାବେଳେ, ସ୍ଥାନୀୟ ଲୋକେ ଏଭଳି ଅମାନବୀୟ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି।
ଏବେ ଅପେକ୍ଷା କେତେଶୀଘ୍ର ଗଣଦୁଷ୍କର୍ମକାରୀଙ୍କୁ ଧରି ପୁରା ଘଟଣା ଉପରୁ ରହସ୍ୟ ଉଠାଇବାରେ ସମର୍ଥ ହେଉଛି ଭୁବନ ପୋଲିସ୍।
]]>ରାଉରକେଲା ଉଦିତନଗର ଥାନାର ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ମଧ୍ୟ କିଛିଦିନ ତଳେ ଦେଖିବାକୁ ମିଳିଥିଲା । RMC ଛକ ନିକଟ ରିଂ ରୋଡରେ ସଡ଼କ ଦୁର୍ଘଟଣାସ୍ଥଳରେ ASI ପହଞ୍ଚିଥିବା ବେଳେ କେମିତି ପାଟିତୁଣ୍ଡ ହୋଇଥିଲା ତା’ର ଭିଡ଼ିଓ ସାମ୍ନାକୁ ଆସିଥିଲା । ସେ ଜଣେ ମହିଳାଙ୍କ ହାତ ଧରିଥିବାବେଳେ ତାଙ୍କୁ ଛଡ଼ାଇବା ପାଇଁ ଆଉ କିଛି ବ୍ୟକ୍ତି ଉଦ୍ୟମ କରୁଥିଲେ । କେବଳ ଉଦ୍ୟମ ନୁହଁ, ଟଣାଓଟରା ବି ଜାରି ରହିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବସ୍ ଏବଂ କାର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । କାର୍ ମାଲିକଙ୍କ ସଂପର୍କିୟ ପହଞ୍ଚି ବସର କାଚ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ ମହିଳା ASI ଆଲିଶା ଲୁଗୁନ୍ । ଆଉ ଜଣଙ୍କୁ ଧରିବା ପରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ ।
ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଥିଲେ ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦିତନଗର ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
]]>ସୂଚନାନୁଯାୟୀ ପ୍ରାଚୀ ନାମକ ଜଣେ ଯୁବତୀଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଛନ୍ତି ତାଙ୍କ ପ୍ରେମିକ ଗୌରବ ପାଲ୍ । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣତୁ ତିକ୍ତତା ବଢ଼ିବାରୁ ଦୁହେଁ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଏମିତିକି ପ୍ରାଚୀ ତାଙ୍କୁ ଫୋନ୍ରୁ ବ୍ଲକ୍ ମଧ୍ୟ କରିଥିଲେ । ପ୍ରାଚୀ ଏକ ଇଣ୍ଟରଭ୍ୟୁକୁ ଯିବା ସମୟରେ ଗୌରବଙ୍କ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କ ମଧ୍ୟରେ ଖୁବ ଜୋର୍ରେ ଝଗଡ଼ା ଲାଗିଲା । ଗୌରବ ରାଗିଯାଇ ପ୍ରାଚୀଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ ।
ଏହାପରେ ପ୍ରାଚୀ ଏକ କ୍ୟାବ୍ ବୁକ୍ କରି ସେଠାରୁ ଚାଲି ଯାଉଥିଲେ । ଠିକ୍ ସେହି ସମୟରେ ଗୌରବ ପ୍ରାଚୀଙ୍କୁ ଛୁରାମାଡ଼ କରିଥିଲେ । ଥରେ କି ଦୁଇ ଥର ନୁହେଁ ବରଂ ୧୩ ଥର ଛୁରାମାଡ଼ କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଲୋକ ଥିବାରୁ ଗୌରବଙ୍କୁ ଲୋକେ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଗୌରବଙ୍କୁ ନେଇ ପଚରାଉଚରା ଜାରି ରଖିଛି ।
ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତ ସେପ୍ଟେମ୍ବର ୧୦ ତାରିଖରେ ପ୍ରାଚୀ ଗୌରବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଗୌରବ ତାଙ୍କୁ ହଇରାଣ କରୁଥିବା ନେଇ ସେ ପୋଲିସ ଆଗରେ ଅଭିଯୋଗ କରିଥିଲେ । ପ୍ରାଚୀଙ୍କ ଦାଦା କହିଛନ୍ତି ଯେ, ଗୌରବ ଦୁଇବର୍ଷ ହେବ ପ୍ରାଚୀଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ।
]]>ମିଳିଥିବା ସୂଚନା ଅନୁଯାୟୀ, ବସ୍ ଏବଂ କାର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । କାର୍ ମାଲିକଙ୍କ ସଂପର୍କିୟ ପହଞ୍ଚି ବସର କାଚ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ ମହିଳା ASI ଆଲିଶା ଲୁଗୁନ୍ । ଆଉ ଜଣଙ୍କୁ ଧରିବା ପରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଛନ୍ତି ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦିତନଗର ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ASIଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ଲାଗିରହିଥିବା ଉତ୍ତେଜନା ଭିତରେ ହିଁ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ଆଲିଶାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।
]]>ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ କୋଳିମାଟି ସୁବୁନି ମୁଣ୍ଡାକୁ ହତ୍ୟା କରିଛି ସ୍ୱାମୀ ସନା ମୁଣ୍ଡା । ସୂଚନାନୁଯାୟୀ କୋଳିମାଟି ପଞ୍ଚାୟତ କାଦୁଅବାହାଳୀ ଗ୍ରାମର ସନା ମୁଣ୍ଡା ନିଜ ସ୍ତ୍ରୀ କୁ ଗୁରୁବାର ସନ୍ଧ୍ୟା ୫ ଘଟିକା ସମୟରେ ଏକ ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଛି ।
ସକାଳୁ ମୃତକ ସୁବୁନି ମୁଣ୍ଡାଙ୍କ ଝିଅ ମାଆକୁ ଡାକିବା ବେଳକୁ ମାଆ ନ ଉଠିବାରୁ ବଡଭାଇ ରମେଶ ମୁଣ୍ଡାଙ୍କୁ ଖବର ଦେଇଥିଲେ । ରମେଶ ଦେଖିଲା ବେଳକୁ ମାଆ ଆଉ ଏ ଦୁନିଆରେ ନାହିଁ । ସଙ୍ଗେ ସଙ୍ଗେ ସେ ତାର ପରିବାର ଲୋକଙ୍କୁ ଡାକି ଜଣାଇଥିଲା । ପରିବାର ଲୋକେ ମଧ୍ୟ ଦେଖିଲା ବେଳେ ସୁବୁନି ମୁଣ୍ଡା ମରି ଶୋଇଛି ।
ଏନେଇ ଗ୍ରାମବାସୀ ଘସିପୁରା ଥାନାକୁ ଖବର ଦେବା ପରେ ମୃତ ସୁବୁନି ମୁଣ୍ଡା ଶବକୁ ଜବଦ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି । ସନା ମୁଣ୍ଡାକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ମୃତ ସୁବୁନି ମୁଣ୍ଡା ଙ୍କର ତିନୋଟି ଝିଅ ଓ ତିନୋଟି ପୁଅ ଏବେ ସମ୍ପୁର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି।
]]>ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା । ଯାହାକୁ ସାତଜନ୍ମ ପର୍ଯ୍ୟନ୍ତ ସୁରକ୍ଷା ଦେବ ବୋଲି ପ୍ରତିଶୃତି ଦେଇଥିଲା ଶେଷରେ ତାକୁ ହିଁ ମରଣ ମୁହଁକୁ ଠେଲିଦେଲା । ସୂଚନାନୁଯାୟୀ ମଧ୍ୟପ୍ରଦେଶ ନିମୁଚ୍ ଅଞ୍ଚଳର ରାକେଶ କିର୍ ନିଜ ସ୍ତ୍ରୀକୁ ଯୌତୁକ ପାଇଁ କୂଅରେ ଟାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟର କଥା ହେଲା ରାକେଶ ଏହାର ଏକ ଭିଡିଓ କରି ସ୍ତ୍ରୀ ଉଷାଙ୍କ ସମ୍ପର୍କୀୟଙ୍କୁ ପଠାଇ ଧମକ ମଧ୍ୟ ଦେଇଥିଲା । କହିଥିଲା ଯେ ଯଦି ୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ଉଷାଙ୍କୁ ଜୀବନରୁ ମାରିଦେବେ ।
ଉଷାଙ୍କ ସମ୍ପର୍କୀୟ ରାକେଶଙ୍କ ଗାଁର କିଛି ଲୋକଙ୍କୁ ଯୋଗାଯୋଗ କରିବା ସାଙ୍ଗକୁ ଉଷାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଉଷାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଏନେଇ ଅବଗତ କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା ।
]]>ଏନେଇ ଗୁଜରାଟର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଗୋଆ ପୋଲିସ୍। ଗୁଜରାଟର ଏହି ବ୍ୟକ୍ତି ଜଣଙ୍କ ଉତ୍ତର ଗୋଆର ଆସଓନୋରା ଗାଁରେ ଥିବା ଗୋଟିଏ ହୋଟେଲ ଭିତରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।
ବ୍ୟକ୍ତି ଜଣକ ବନ୍ଧୁତା କରିବା ପରେ ମହିଳାଙ୍କ ଫୋନ୍ ନମ୍ବର ଆଣିଥିଲେ । ଆଉ ତାଙ୍କ ସହ ରୀତିମତ ଯୋଗାଯୋଗରେ ଥିଲେ । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଦୋସ୍ତି ସାମନ୍ୟ ନିବିଡ଼ ହୋଇଥିଲା । କିଛି ଦିନ ପରେ ଉଭୟ ଅଲଗା ଅଲଗା ଭାବେ ଗୋଆ ବୁଲିବାକୁ ଆସିଥିଲେ । ସେଠାରେ ବ୍ୟକ୍ତି ଜଣକ ମହିଳାଙ୍କୁ ନିଜେ ରହୁଥିବା ହୋଟେଲକୁ ଆସିବା ପାଇଁ କହିଥିଲେ । ମହିଳା ଜଣକ ପ୍ରଥମେ ହୋଟେଲ ଆସିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ବ୍ୟକ୍ତି ଜଣକ ରହୁଥିବା ହୋଟେଲରେ ପହଞ୍ଚିଥିଲେ ।
ସେଠାରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ନିଜେ ଥାନାରେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ଦୁଷ୍କର୍ମ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ବ୍ୟକ୍ତି ଜଣକ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ଏହି ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ଅଭିଯୁକ୍ତ ଜଣଙ୍କର ବୟସ ୪୭ ହେବ । ତାଙ୍କ ନାଁ ଲକ୍ଷ୍ମଣ ଶିୟାର । ଡେପୁଟି ଏସ୍ପି ଜିଭବା ଡାଲଭି ଏନେଇ ପୁରା ସୂଚନା ଦେଇଥିଲେ ।
]]>୨୦୨୦ ଅକ୍ଟୋବର ୧ ତାରିଖରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପରମୋଦୟ ଖାକାଙ୍କ ଘରେ ରହୁଥିଲେ। ୨୦୨୦ ନଭେମ୍ବରରୁ ୨୦୨୧ ଫେବୃଆରୀ ମାସ ମଧ୍ୟରେ ପରମୋଦୟ ଖାକା ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ। ଏହା ଜଣାପଡ଼ିବା ପରେ ପରମୋଦୟଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ।
ଏହି ଘଟଣା ପୀଡ଼ିତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ସେ ସେହି କଥା ଗୁଡ଼ିକୁ ମନେ ପକାଇ ଡରି ଯାଉଛନ୍ତି ଓ ଅସ୍ୱାଭାବିକ ଆଚରଣ କରୁଛନ୍ତି।ସେଥିପାଇଁ ସପ୍ତାହେ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବାରମ୍ବାର କାଉନସେଲିଂ କରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ କହିଥିଲେ।
କୁତ୍ସିତ କାଣ୍ଡ ଘଟାଇବା ପରେ ପୋଲିସ୍ ଆଖିରେ ଧୂଳିଦେବାକୁ ଉଦ୍ୟମ କରିଥିଲେ ଅଫିସର । ଅଙ୍କଲ୍ ଡାକୁଥିବା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଗର୍ଭବତୀ କରିଥିବା ବିକୃତ ମାନସିକଧାରୀ ମଣିଷ ସପରିବାରେ ଖସିଯିବାକୁ ଉଦ୍ୟମ କରୁଥିଲା । ବର୍ତ୍ତମାନ ସେହି ସମୟର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ସୋମବାର ସକାଳ ୯.୩୫ରେ ଖସିଯିବାକୁ ଚେଷ୍ଟା କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ନୀଳ ରଙ୍ଗର ଏକ ସାର୍ଟ ପିନ୍ଧି ଏକ କାର ଚଳାଇ ଖସିଯିବାକୁ ଉଦ୍ୟମ କରୁଥିଲା । ଏବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରୁଛି ଦିଲ୍ଲୀ ପୋଲିସ।
କେବଳ ଏତିକି ନୁହେଁ ଆଇନ ଜାଲରୁ ରକ୍ଷା ପାଇବା ପାଇଁ ସେ ଆଗୁଆ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା । ଗିରଫଦାରୀକୁ ଏଡାଇବା ପାଇଁ ସେ କୋର୍ଟରେ ଜାମିନ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିଲା। ହେଲେ ଠିକ୍ ସମୟରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୦ରେ ଝିଅଟିକୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ଏହାର ଫାଇଦା ଉଠାଇ ଖାକା ଝିଅଟିକୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ। କିନ୍ତୁ ୨୦୨୦ ଅକ୍ଟୋବର ୩୧ରେ ସେ ପ୍ରଥମଥର ପାଇଁ ଝିଅଟିକୁ ଘର ଭିତରେ ଦୁଷ୍କର୍ମ କରିଥିଲେ। ଝିଅଟି ତାଙ୍କ ମା’ଙ୍କ ସହ ଖାକାଙ୍କ ବୁରାରୀ ଘରକୁ ଆସିଥିଲେ। ହେଲେ ବାପାଙ୍କ ମୃତ୍ୟୁର କିଛି ଦିନ ପରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ କହିଥିଲେ।
ବୁରାରୀରେ ୫ ମାସ ରହିବା ସମୟରେ ସେ ଆଉ ଥରେ ମଧ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ ଫେବୃଆରୀରେ ଏହି ଘଟଣା ଘଟିଥିଲା। ଏହାର ମାସକ ପରେ ଝିଅ ଝାରଖଣ୍ତରେ ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଖାକାଙ୍କ ଘରକୁ ଫେରି ନଥିଲେ। ସେ କହିଥିଲେ ଯେ ଖାକା ତାଙ୍କୁ ଚର୍ଚ୍ଚ ସହ ଘର ଭିତରେ ମଧ୍ୟ ବାରମ୍ବାର ଅସଦାଚରଣ କରୁଛନ୍ତି ।
ବର୍ତ୍ତମାନ ୧୭ ବର୍ଷରେ ପାଦ ଦେଇଥିବା ଝିଅଟି ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ବାପାଙ୍କ ମୃତ୍ୟୁ ପରେ ସେ ଅନେକ ଥର ପ୍ୟାନିକ ଆଟାକର ସମ୍ମୁଖୀନ ହୋଇଛନ୍ତି । ତେଣୁ ସେ ନବମ ଶ୍ରେଣୀରୁ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଏହାପରେ ସେ ଗୋଟିଏ ଓପନ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟରେ ନାଁ ଲେଖାଇଥିଲେ । ଛୋଟ ଝିଅଟି ବାପାଙ୍କ ମୃତ୍ୟୁ ଓ ଦୁଷ୍କର୍ମ ଭଳି ସାଂଘାତିକ ଘଟଣା ଯୋଗୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସମ୍ଭବତଃ ଏହି କାରଣରୁ ପରମୋଦୟଙ୍କ ସମ୍ପର୍କରେ କାହାକୁ କିଛି କହି ନଥିଲେ ବୋଲି ପୋଲିସ୍ ସନ୍ଦେହ କରୁଛି।
]]>ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଶରତଙ୍କୁ ଗିରଫ କରାଯାଇଛି । ଶରତଙ୍କ ଅଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା । ପିଇଟି ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ବି ଭାଇରାଲ ହୋଇଥିଲା । ଫୋନ୍ରେ ୭୦ ହଜାର ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ । ମାମଲା ରଫାଦଫା ପାଇଁ ପୋଲିସକୁ ଟଙ୍କା ଦେବାକୁ ବି କହିଥିଲେ । ଅଡିଓ ଭାଇରାଲ ପରେ ଶରତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି ।
ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ? ମାମଲା ପଛରେ ବିଜେଡି ଲିଙ୍କ୍ ଅଭିଯୋଗ ଥିବାରୁ ପୋଲିସ ହାତମାପି ଚାଖଣ୍ଡେ ଚାଲୁଛି କି ? ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ ଶରତ ନାୟକଙ୍କଠୁ ତଥ୍ୟ ଆଦାୟ କରିଥିଲା ।
ତେବେ ଅଡିଓ ପଛର ସତ କ’ଣ ? ମୃତ ଛାତ୍ରୀର ଶବବ୍ୟବଛେଦ ନକରି ତାକୁ ପୋଡ଼ିବା ସହ ପାଉଁଶକୁ ନଦୀରେ ଭସାଇଲା କିଏ ? କେଉଁ ପରିସ୍ଥିତିରେ ସଂପୃକ୍ତ ଛାତ୍ରୀ ପ୍ରାଣ ହରାଇଥିଲେ ? ପୋଲିସ ଓ ସାମ୍ବାଦିକ ଟଙ୍କା ମାଗୁଛନ୍ତି ବୋଲି କହିବା ପଛର କାରଣ କ’ଣ ? ଏଭଳି ଏକାଧିକ ସମ୍ଭାବ୍ୟ ପ୍ରଶ୍ନ ପଚାରି ପୋଲିସ ବୟାନ ରେକର୍ଡ କରିବା ପରେ ପ୍ରଥମର ଥର ଶରତଙ୍କୁ ଛାଡ଼ି ଦେଇଥିଲା ।
ସେପଟେ ପୂର୍ବରୁ କ୍ରୀଡ଼ା ଶିକ୍ଷକ ଅନୁପ ରାୟ ଓ ମା’ ବିଜୟଲକ୍ଷ୍ମୀଙ୍କୁ ପଚରାଉଚରା କରିଥିଲା ପୋଲିସ । କିଛି ଶିକ୍ଷକଙ୍କଠୁ ବି ପୋଲିସ ତଥ୍ୟ ନେଇଥିଲା । ବୟାନ ରେକର୍ଡ ଆଉ ଭେରିଫିକେସନ ଚାଲିଥିବା କଟକ ଅତିରିକ୍ତ ଏସପି ପୂର୍ବରୁ କହିଥିଲେ ।
ଏଭଳି ସ୍ଥିତିରେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଚର୍ଚ୍ଚାରେ ଥିବା ତତ୍କାଳୀନ ଟାଙ୍ଗି ଥାନା ଅଧିକାରୀ ତଥା ଏବେକାର ସାଲେପୁର ଏସଡିପିଓ ବିମଳ ବାରିକ ଏଥର ବି ଚର୍ଚ୍ଚାରେ। କାରଣ ଆଇଆଇସିଙ୍କ ସହ ଏସଡିପିଓ ଟଙ୍କା ମାଗୁଥିବା କଥା ରହିଛି ଶରତ ନାୟକଙ୍କ ଅଡ଼ିଓରେ । ତେବେ ଏ ଦିଗକୁ କାହିଁକି ଏଯାଏଁ ତଦନ୍ତ ପରିସରଭୁକ୍ତ କରିନି ପୋଲିସ ? ଛାତ୍ରୀ ମୃତ୍ୟୁ ପଛରେ ପୋଲିସ ଆଉ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ ଉଠୁଥିବାରୁ ଆଇନ ତା’ ବାଟରେ ଯିବ ତ ? କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି, ଯିଏ ବି ସଂପୃକ୍ତ ଥାଆନ୍ତୁ କାହାକୁ ଛଡ଼ାଯିବନି ।
]]>ଯିଏ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ନିଯୁକ୍ତ, ସେଭଳି ଜଣେ ସରକାରୀ କର୍ମଚାରୀ ଏଭଳି କାଣ୍ଡ ଭିଆଇବା ପରେ ଏହାକୁ ନେଇ ଦେଶବ୍ୟାପି କଂପନ ସୃଷ୍ଟି ହୋଇଛି । ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପୋଲିସ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ଖୋଳତାଡ଼ କରୁଛି ।
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ । ନାବାଳିକା ଝିଅଟିକୁ ମାସ ମାସ ଧରି ଦୁଷ୍କର୍ମ । ଆଉ ତା’ ପରେ ଔଷଧ ଖୁଆଇ ଗର୍ଭପାତ ଅଭିଯୋଗ । ଦିଲ୍ଲୀ ସରକାରଙ୍କ ସରକାରୀ ଅଧିକାରୀଙ୍କ ଦ୍ୱାରା ଘଟିଛି ସାଂଘାତିକ ଘଟଣା ।
ନାଁ ପ୍ରେମୋଦୟ ଖାଖା । ପଦବୀ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଡେପୁଟୀ ନିର୍ଦ୍ଦେଶକ । ବିଶ୍ୱାସ ଆଉ ଭରସାରେ ଯେଉଁ ବାପଛେଉଣ୍ଡ ଝିଅକୁ ଘରେ ଛାଡ଼ିଯାଇଥିଲେ ମା’, ସେହି ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ ପ୍ରେମୋଦୟ ଖାଖା । ଆଉ ତାହାରି ଭିତରେ ପତ୍ନୀଙ୍କ ସହାୟତାରେ ଔଷଧ ଖୁଆଇ ପ୍ରେମୋଦୟ ଖାଖା ନାବାଳିକାଟିର ଗର୍ଭପାତ କରାଇଥିବା ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପ୍ରେମୋଦୟ ଏବଂ ତାଙ୍କ ପତ୍ନୀଙ୍କୁ ଧରି ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ ।
ସଭ୍ୟ ସମାଜକୁ ନିନ୍ଦିତ କଲା ଭଳି ଏହି ଜଘନ୍ୟ କାହାଣୀ ଆରମ୍ଭ ହୋଇଥିଲା ୨୦୨୦ରୁ । ସେତେବେଳେ ଏହି ନାବାଳିକାର ବୟସ ଥିଲା ମାତ୍ର ୧୪ ବର୍ଷ । ସେହି ସମୟରେ ଏକ ଚର୍ଚ୍ଚରେ ପ୍ରେମୋଦୟ ଖାଖାଙ୍କ ସହ ସଂପୃକ୍ତ ନାବାଳିକାଙ୍କ ବାପା, ମା’ଙ୍କ ପରିଚୟ ହୋଇଥିଲା । ସେହି ପରିଚୟରୁ ଉଭୟ ପରିବାର ମଧ୍ୟରେ ଘନିଷ୍ଠ ହେଲା ସଂପର୍କ ।
ଘଟଣାକ୍ରମେ ନାବାଳିକାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ଝିଅକୁ ନେଇ ଚିନ୍ତାରେ ଥିଲେ ମା’ । କିନ୍ତୁ ପାଠ ପଢ଼ିବ ଓ ଭଲରେ ରହିବ ବୋଲି ପ୍ରସ୍ତାବ ଦେବା ପରେ ସଂପୃକ୍ତ ନାବାଳିକାଙ୍କ ମା’ ହଁ ଭରି ପ୍ରେମୋଦୟଙ୍କ ଘରେ ଛାଡ଼ିଦେଇ ଆସିଥିଲେ । ଏହାର ୪ ମାସ ପରେ ସଂପୃକ୍ତ ନାବାଳିକା ପ୍ରତି ଲୋଲୁପ ଦୃଷ୍ଟି ପକାଇଥିଲେ ପ୍ରେମୋଦୟ । ଆଉ ୧୪ ବର୍ଷିୟା ଝିଅ ସହ କରିଚାଲିଥିଲେ ଦୁଷ୍କର୍ମ । ତାହାରି ଭିତରେ ଗର୍ଭପାତ ବି କରାଇଥିଲେ ।
ତେବେ ୨୦୨୧ ଜାନୁୟାରୀରେ ନାବାଳିକାଟି ମା’ପାଖକୁ ଆସିବା ପରେ ଧରାପଡ଼ିଯାଇଥିଲା ସବୁକିଛି । ଶାରିରୀକ ଏବଂ ମାନସିକ ଭାବେ ପ୍ରାୟତଃ ନିରବ ନିଶ୍ଚଳ ରହୁଥିବାରୁ ମେଡ଼ିକାଲ ନେଇ କାଉନସେଲିଂ କରାଇଥିଲେ ମା’ । ଆଉ କାଉନସେଲିଂ ପରେ ଖୋଲିଯାଇଥିଲା ପ୍ରେମୋଦୟଙ୍କ ପାପକର୍ମର ପେଡ଼ି । ଏବେ ପ୍ରେମୋଦୟଙ୍କୁ ଚାକିରୀରୁ ନିଲମ୍ବିତ କରାଯିବା ସହ ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଏହି ଘଟଣା ପରେ ସଂପକ୍ତ ନାବାଳିକା ଓ ତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା । ତେବେ ପୀଡିତାଙ୍କୁ ଭେଟିବା ପାଇଁ ଅନୁମତି ନଦେବାରୁ ଏଥିରେ କ୍ଷୁବ୍ଧ ହୋଇ ଧାରଣା ଦେଇଥିଲେ । ଗତ ନଭେମ୍ବରରେ ପ୍ରେମିକାକୁ ୩୫ ଖଣ୍ଡ କରିଥିବା ଲିଭ୍ ଇନ ପାର୍ଟନର ବର୍ବରକାଣ୍ଡକୁ ଦିଲ୍ଲୀବାସୀ ଭୁଲି ପାରିନଥିବାବେଳେ ଏବେ ଜଣେ ସରକାରୀ ବାବୁଙ୍କ ନୃଶଂସ କାଣ୍ଡ, ସଭ୍ୟ ସମାଜକୁ ଦୋହଲାଇଦେଇଛି ।
]]>ତେବେ ମହିଳାଙ୍କ ବାଥ୍ରୁମ୍ରେ କ୍ୟାମେରା ଲାଗିଥିବା କଥା ସେତେବେଳେ ସାମ୍ନାକୁ ଆସିଥିଲ ଯେତେବେଳେ ଉକ୍ତ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ସେହି ବ୍ୟାଙ୍କର ଜଣେ ସିନିଅର ଅଧିକାରୀ ଅଖିଳେଶ ସାଇନିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ମହିଳା କର୍ମଚାରୀ ନିଜ ଅଭିଯୋଗରେ ଦର୍ଶାଇଥିଲେ, ଗତ ସପ୍ତାହରେ ଯେତେବେଳେ ସେ ବାଥ୍ରୁମ୍କୁ ଯାଇଥିଲେ ସେ କାନ୍ଥରେ ଏକ ଛୋଟିଆ ଗର୍ତ୍ତ ହୋଇଥିବା ଦେଖିଥିଲେ । ଆଉ ସେହି ଗର୍ତ୍ତ କାହିଁକି ଓ କେମିତି ହେଲା ବୋଲି ଜାଣିବାକୁ ଚାହିଁଥିଲେ । ସେତେବେଳେ ସେ ସେହି ଗର୍ତ୍ତ ଭିତରୁ ଏକ ସ୍ପାଏ କ୍ୟାମେରା ପାଇଥିଲେ ।
ମହିଳା ଜଣକ ଆହୁରି କହିଛନ୍ତି ଯେ, କ୍ୟାମେରା ପାଇବା ପରେ ସେ ତୁରନ୍ତ ମ୍ୟାନେଜର ଦାୟିତ୍ୱରେ ଥିବା ଶ୍ରୀ ସାଇନିଙ୍କୁ ଏନେଇ ଅବଗତ କରାଇଥିଲେ । କାରଣ କିଛି ଦିନ ହେବ ବ୍ୟାଙ୍କ ମ୍ୟାନେଜର ଛୁଟିରେ ଅଛନ୍ତି । ତେଣୁ ତାଙ୍କର ସନ୍ଦେହ ହୋଇଥିଲା ମ୍ୟାନେଜର ଦାୟିତ୍ୱରେ ଥିବା ସିନିଅର ଅଧିକାରୀ ସାଇନିଙ୍କ ଉପରେ ।
ହେଲେ ଅଭିଯୋଗ ଶୁଣି ଶ୍ରୀ ସାଇନି, ମହିଳା କର୍ମଚାରୀଙ୍କୁ ଚୁପ ରହିବା ପାଇଁ କହିଥିଲେ । ଏହାସହ ଥାନା ପର୍ଯ୍ୟନ୍ତ କଥା ନନେବାକୁ ବି ଅନୁରୋଧ କରିଥିଲେ । ଖାଲି ସେତିକି ନୁହେଁ ସେ ଉକ୍ତ ମହିଳା କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ମହିଳା ଜଣକ କିଛି ଶୁଣିନଥିଲେ ।
ସେ ଅନ୍ୟ ବ୍ରାଞ୍ଚର ଦୁଇ ଜଣ ସିନିଅର ଅଧିକାରୀଙ୍କୁ ସେଠାକୁ ଡକାଇଥିଲେ । ସେମାନେ ଆସିବା ପରେ ପୁଣା ଘଟଣା ଶୁଣିଥିଲେ । ଏହାସହ ସ୍ପାଏ କ୍ୟାମେରା ଓ ଏହାର ମେମୋରି କାର୍ଡକୁ ନଷ୍ଟ କରିଥିଲେ । ପରେ ଘଟଣା ରଫା ଦଫା କରିଥିଲେ । ହେଲେ ସେତେବେଳେ ମହିଳା ଜଣକ କିଛି ସମୟ ପାଇଁ ବୁଝିଯାଇଥିଲେ । ଆଉ ଚୁପ୍ ରହିବେ ବୋଲି ଭାବିଥିଲେ । କିନ୍ତୁ କିଛିଦିନ ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ, ଶ୍ରୀ ସାଇନି ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି । ମହିଳାଙ୍କ ବାଥ୍ରୁମ୍ରେ କ୍ୟାମେରା ଲଗାଇବା ତାଙ୍କର ଅଭ୍ୟାସ ।
ଏହି ସବୁ କଥା ଜାଣିବା ପରେ ମହିଳା କର୍ମଚାରୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ସହ ଶ୍ରୀ ସାଇନିଙ୍କ ବିରୋଧରେ ଏତଲା ଦେଇଥିଲେ । ପୋଲିସର କହିବାନୁଯାୟୀ ଅଭିଯୁକ୍ତ ଏବେ ଛୁଟିରେ ଅଛି, ସେ ବ୍ୟାଙ୍କରେ ଜଏନ କରିବା ମାତ୍ରେ ତାଙ୍କୁ ଗିରଫ କରାଯିବ ।
]]>ସମୟ ଯେତେ ବଢ଼ୁଛି ଏମାନଙ୍କ ଉପରେ ସନ୍ଦେହ ଅଧିକ ଘନିଭୂତ ହେବାରେ ଲାଗିଛି। ଆଉ ଏହାରି ଭିତରେ ପୋଲିସ୍ ହାତରେ ଲାଗିଛି କିଛି ଚାଞ୍ଚଲ୍ୟକର ତଥ୍ୟ। ଶୁଭଲକ୍ଷ୍ମୀଙ୍କ ଗୋଟିଏ ଫୋନର କଲ୍ ଡିଟେଲ୍ ରେକର୍ଡ-CDRର ଯାଞ୍ଚ ବେଳେ ମିଳିଛି ଏକ ଭିଡିଓର ସୁରାକ୍। କୁହାଯାଉଛି, ଶୁଭଲକ୍ଷ୍ମୀଙ୍କ ଏକ MMSକୁ ନେଇ ତାଙ୍କୁ ମିଳୁଥିଲା ଧମକ । ବାରମ୍ବାର ଫୋନରେ କିଛି ନିର୍ଦ୍ଦିଷ୍ଟ ନମ୍ବରରୁ ବ୍ଲାକମେଲ୍ କରାଯାଉଥିଲା । ହ୍ୱାଟସଆପ୍ ମେସେଞ୍ଜର ଚାଟ୍ କୁ ଯାଞ୍ଚ କରିବା ପରେ ଆହୁରି ଅନେକ ତଥ୍ୟ ପୋଲିସ୍ ହାତରେ ଲାଗିଛି। ଫୋନରେ ଶୁଭଲକ୍ଷ୍ମୀଙ୍କ ଚାଟ୍ ଥିବା ବେଳେ ଆରପଟର ମେସେଜ୍ ଡିଲିଟ୍ କରାଯାଇଛି, ତେଣୁ ଏନେଇ ସନ୍ଦେହ ଅଧିକ ବଢ଼ିଛି।
ଏବେ ସ୍କାନରରେ ସମ୍ପର୍କିୟ ମାମୁ ରାଜେନ୍ଦ୍ର ପାଢ଼ୀ, ଦୁଇ ପୁରୁଷ ବନ୍ଧୁ ଅନୀଲ ଓ ସଞ୍ଜୟ ଏବଂ ଭିଡିଓରେ ଥିବା ବ୍ୟକ୍ତି। ଗତ ଦୁଇ ବର୍ଷ ଧରି ସମ୍ପର୍କିୟ ମାମୁ ରାଜେନ୍ଦ୍ରଙ୍କ ପାଖରେ ରହୁଥିଲେ ଶୁଭଲକ୍ଷ୍ମୀ। ତାଙ୍କୁ ବାରରେ ସେ ହିଁ ନିୟୋଜିତ କରିଥିଲେ ବୋଲି କହିଛନ୍ତି ରାଜେନ୍ଦ୍ର। ହେଲେ ହଠାତ୍ ଏମିତି କଣ ହେଲା କି ଗତ ତିନି ମାସ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ଶୁଭଲକ୍ଷ୍ମୀ ? ଭିଡିଓ ବିଷୟରେ ଜାଣିଥିଲେ କି ରାଜେନ୍ଦ୍ର ? ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ନିଜ ଆଡୁ ମାମଲା ରୁଜୁ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଭଲକ୍ଷ୍ମୀଙ୍କ ଆଉ ଏକ ମୋବାଇଲକୁ ବି ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛିା ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇବ।
]]>ମୃତଦେହଟି ଉପରେ ଏକ ବଡ଼ ପଥର ଲଦି ଦିଆଯାଇଥିବାବେଳେ କେହି ତାଙ୍କୁ ହତ୍ୟା କରି ଏହି ନାଳରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କିଛିଦିନ ତଳେ ସଂଗୀତା ଘରୁ ୬ ଭରି ସୁନା, ୨୨ ହଜାର ଟଙ୍କା ନେଇ ବାହାରିଯାଇଥିଲେ।
ସିନ୍ଦୁରପୁର ଗାଁର ଜଣେ ଯୁବକଙ୍କ ସହ ସଂପର୍କ ଥିବାରୁ ସେହି ଯୁବକ ହିଁ ତାଙ୍କୁ ହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଂଚି ତଦନ୍ତ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ପଥର, ମୋବାଇଲ୍ ଓ ଚପଲ ଆଦି ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ।
#ଗଞ୍ଜାମ:
— ଓଟିଭି (@otvkhabar) August 8, 2023
ନାଳରୁ ମିଳିଲା ଯୁବତୀଙ୍କ ଗଳିତ ମୃତଦେହ..ମୃତଦେହ ଉପରେ ପଥର ଲଦା ହୋଇଥିବା ଅବସ୍ଥାରେ ଠାବ ହୋଇଛି..#Ganjam #Deadbody #Odisha #OTV pic.twitter.com/NFnWAHEFjx
ଅନ୍ୟପଟେ ମହାନଦୀରେ ଭାସି ଆସୁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ମହିଳା ଜଣଙ୍କ ଭାସି ଭାସି ଆସୁଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ପାରିବାରିକ ବିବାଦରୁ ମହିଳାଜଣଙ୍କ ଆଜି ସକାଳେ ଭୁତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଡେଇଁ ପଡିଥିବା ଉଦ୍ଧାର କାରୀ ଟିମ୍ ସୂଚନା ଦେଇଛନ୍ତି । ମହିଳା ଜଣଙ୍କ ୫ କିଲୋମିଟର ଭାସି ଭାସି ଆସି ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ଲାଗିଥିଲେ ।
]]>ବିଜୟ ଏବଂ ପୁଷ୍ପାଙ୍କ ବିବାହକୁ ୨୩ ବର୍ଷ ପୁରିଲାଣି । ହେଲେ ପ୍ରତ୍ୟେକ ଦିନ ଘରେ ଝଗଡ଼ା ମାର୍ପିଟ୍ ଯୋଗୁଁ ଉଭୟ ଦୀର୍ଘ ଦିନ ହେବ ଅଲଗା ରହି ଆସୁଛନ୍ତି । ବିଜୟ ନିଜ ପୁଅକୁ ଧରି ଅନ୍ୟ ଏକ ଘରେ ରହୁଛନ୍ତି ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୁଷ୍ପା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ ଦାଖଲ କଲେ । ପୁଷ୍ପାଙ୍କ ଅଭିଯୋଗ ଅନୁସାରେ ୨୮ ଜୁଲାଇ ସନ୍ଧ୍ୟା ପ୍ରାୟ ୪ଟା ସମୟରେ ବିଜୟ କୁମାର ତାଙ୍କ ଭଡ଼ା ଘରକୁ ଆସିଥିଲେ । ସେଠାରେ ତାଙ୍କ ସହ ଯୁକ୍ତି ତର୍କ ଆରମ୍ଭ କରିଥିଲେ । ଯୁକ୍ତିତର୍କ ଭିତରେ ଅତ୍ୟଧିକ ରାଗିଯାଇ ପୁଷ୍ପାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ ବିଜୟ । ଏମିତିକି ତାକୁ ଚୋବାଇ ଛିଣ୍ଡେଇ ଦେବାକୁ ଚେଷ୍ଟା କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ବିଜୟଙ୍କୁ ଗିରଫ କରିଥିଲା । ପରେ କୋର୍ଟ ତାଙ୍କୁ ବେଲ୍ ଅନୁମତି ଦେଇଛନ୍ତି ।
]]>ତେବେ ପୁରା ଘଟଣାଟି ହେଲା...
ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଅଧିକ ଯୌତୁକ ଦାବି କରି ମାରପିଟ୍ କରୁଥିଲା । ଖାଲି ସ୍ୱାମୀ ନୁହେଁ ଶ୍ୱଶୁର ଘର ଲୋକ ସମସ୍ତେ ମିଶି ବୋହୂକୁ ନିର୍ଯାତନା ଦେଉଥିଲେ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ପୀଡ଼ିତା । ତାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୨୦ରେ ତାଙ୍କର ବିବାହ ହୋଇଥିଲା । ତାଙ୍କ ବାପାଙ୍କର ସାମର୍ଥ୍ୟଠାରୁ କାହିଁ କେତେ ଗୁଣରେ ଅଧିକ ଯୌତୁକ ସେ ଆଣିଥିଲେ । ହେଲେ ସେତିକିରେ ଶ୍ୱଶୁର ଘର ଲୋକଙ୍କ ମନ ବୁଝିନଥିଲା । ତାଙ୍କୁ ଆହୁରି ଦୁଇ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଏମିତିକି ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ।
ନିର୍ଯାତନାର ପରିମାଣ ତଥା ଡାଉରୀ ଲୋଭ ଏତେ ମାତ୍ରାରେ ଥିଲା ଯେ ପେଟରେ ଛୁଆ ଥିବା ବେଳେ ବି କାହାରିକୁ ଟିକେ ଦୟା ଲାଗିନଥିଲା । ଗର୍ଭବତୀ ସମୟରେ ବି ମହିଳାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ ଶ୍ୱଶୁର ଘର ଲୋକ । ଫଳରେ ସ୍ୱାମୀଙ୍କ ମାଡ଼ରେ ମହିଳାଙ୍କ ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଇଥିଲା । କଥା ସେତିକିରେ ସରି ନାହିଁ, ଯୌତୁକ ଆଣିବାକୁ ମହିଳା ରାଜି ନହେବାରୁ ତାଙ୍କ ସ୍ୱାମୀ ରାସ୍ତା ମଝିରେ ଦେଇଥିଲେ ତିନ୍ ତଲାକ୍ । ଏହା ପରେ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରମାଣ ମିଳିଲେ ପୁରା ପରିବାରକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
]]>ଆପଣ ଏଘଟଣା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ । କାରଣ ପୁଣେରେ ଏଭଳି ଏକ ଘଟଣା ଘଟିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ ମଧ୍ୟ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।
ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ବୟସ ୪୭ ହେବ । ସେ ପ୍ରଥମେ ଟଙ୍କା ମାଗିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ଘରକୁ ଆସିଥିଲେ । କିନ୍ତୁ ଧାର ନେଇଥିବା ବ୍ୟକ୍ତି ଜଣଙ୍କ ଏବେ ଟଙ୍କା ଦେଇପାରିବେ ନାହିଁ କହିବା ସହ କାକୁତି ମିନତି ହୋଇ ଆଉ କିଛି ସମୟ ମାଗିଥିଲେ । କିନ୍ତୁ ଟଙ୍କା ଧାର ଦେଇଥିବା ବ୍ୟକ୍ତି କିଛି ଶୁଣିନଥିଲେ । ସତେ ଯେମିତି ସେ ନିର୍ଦୟ ହୋଇପଡ଼ିଥିଲେ । କାରଣ ତାଙ୍କ ନଜର କିଛି ଭିନ୍ନ ଦିଗରେ ଥିଲା । ତାଙ୍କ ନଜର ଥିଲା ଟଙ୍କା ଧାର ନେଇଥିବା ବ୍ୟକ୍ତିଙ୍କ ପତ୍ନୀ ଉପରେ ।
ତେଣୁ ଟଙ୍କା ଫେରି ପାଇନଥିବାରୁ ରାଗରେ ଏକ ଭୁଜାଲି ବାହାର କରି ସେ ଉକ୍ତ ବ୍ୟକ୍ତିଙ୍କ ବେକରେ ଲଗାଇଥିଲେ । ଆଉ ନାନା ଧମକ ଦେଇଥିଲେ । ଶେଷରେ ସ୍ୱାମୀର ଆଖି ଆଗରେ ତାଙ୍କ ପତ୍ନୀଙ୍କ ସହ ସେ ଦୁଷ୍କର୍ମ କରିଥିଲେ ।
ତେବେ ଏହି ଘଟଣାରେ ଏକ ଛୋଟିଆ ଟ୍ୱିଷ୍ଟ ରହିଛି । ସେତେବେଳେ ଭୟରେ ବ୍ୟକ୍ତି ଜଣ ନିଜ ପତ୍ନୀଙ୍କ ସହ ହେଉଥିବା ଦୁଷ୍କର୍ମକୁ ବିରୋଧ କରିପାରିନଥିଲେ । ହେଲେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କଲା ବେଳେ ପୁରା ଘଟଣାର ଭିଡିଓ ରେକର୍ଡ କରିଥିଲେ । ନିଜ ମୋବାଇଲ କ୍ୟାମେରାରେ ସବୁ କିଛି ସେ ରେକର୍ଡ କରିନେଇଥିଲେ । ପରେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ତେବେ ପୋଲିସର କହିବାନୁଯାୟୀ ଏହି ଘଟଣାରେ ଆହୁରି ଅନେକ କିଛି ପର୍ଦ୍ଦାଫାସ୍ ହେବାକୁ ବାକି ରହିଛି । କାରଣ ପୁରା ଘଟଣାକୁ ଦେଖିଲେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ତେଣୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
]]>ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ମଣିପୁର ହିଂସାକାଣ୍ଡରେ କଳା ଫର୍ଦ୍ଦ ଯୋଡ଼ିଛି ମହିଳାଙ୍କୁ ଯୌନ ନିର୍ଯାତନା ଘଟଣା । ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର ।
ଇମ୍ଫାଲରେ ଶହ ଶହ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ତେଣେ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି ମୃତ୍ୟୁ ଦଣ୍ଡ ଦେବା ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।
ମଣିପୁର ଲଜ୍ଜାକୁ ନେଇ ସଂସଦ ହୁଲସ୍ତୁଲ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ, ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହ ବାହାରେ ପ୍ରତିକ୍ରିୟା ରଖୁଥିବା ବେଳେ ଗୃହ ଭିତରେ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ତେବେ ସରକାର ସଂସଦର ଉଭୟ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ସଂସଦକୁ ଚଳାଇ ନଦେବାକୁ ଉଦ୍ୟମ କରୁଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ମଣିପୁର ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ମଣିପୁରରେ ଯାହା ଘଟିଛି, ତାହା କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏହି ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ତେବେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂଙ୍କ ସହ ଆଲୋଚନା କରିଛନ୍ତି ।
ସେପଟେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମଣିପୁରର ଭିଡିଓ ଅତ୍ୟନ୍ତ ବିଚଳିତ କଲାଭଳି । ଏହା ଗ୍ରହଣୀୟ ନୁହେଁ। ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଯଦି ସରକାର କିଛି କରିବେନି, ତା ହେଲେ ଆମେ ପଦକ୍ଷେପ ନେବୁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମଣିପୁର ଘଟଣା ସାମ୍ବିଧାନିକ ବ୍ୟବସ୍ଥାର ଚରମ ବିଫଳତା ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ । ମାମଲାର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହିତ, ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
]]>ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ପରିବାର ଲୋକ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ପୋଲିସ ଅଧିକାରୀ ବାବୁ ଲାଲଙ୍କ କହିବାନୁଯାୟୀ, ମୋହନପୁରା ତୋଦାଭିମ୍ ଅଞ୍ଚଳରେ କିଛିଦିନ ତଳେ ଜଣେ ଯୁବତୀଙ୍କ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ପରେ ଯୁବତୀଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଥିଲା । ବିଜେପି ନେତ୍ରୀ ମିନାଙ୍କ ଦାବି ଯେ, ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି ଏବଂ ଏହାପରେ ତାଙ୍କୁ ଏସିଡ୍ ପକାଇ ହତ୍ୟା କରାଯାଇଛି ।
]]>ରାଗିଯାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଚଳାନ୍ତା ଟ୍ରେନ୍ରୁ ବାହାରକୁ ଠେଲି ଦେଇଥିଲେ । ଏହି ଘଟଣା ଗୁଜୁରାଟର ଗ୍ୱାଲିଅର ଦେଇ ଯାଉଥିବା ଏକ ଟ୍ରେନ୍ର ଜେନେରାଲ କମ୍ପାଟମେଣ୍ଟରେ ଘଟିଥିଲା । ଜଙ୍ଗଲ ରାସ୍ତା ଦେଇ ଟ୍ରେନ୍ ଯାଉଥିବା ବେଳେ ଦୁବୃର୍ତ୍ତମାନେ ମହିଳାଙ୍କୁ ବିବସ୍ତ୍ର କରି ଟ୍ରେନ୍ ବାହାରକୁ ଫିଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କ ସହ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ ବି ମାଡ଼ ମାରି ଟ୍ରେନ୍ ବାହାରକୁ ଠେଲି ଦେଇଥିଲେ ଦୁର୍ବୃତ୍ତ ।
ଟ୍ରେନ୍ରୁ ପଡ଼ିବା ପରେ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ଉଭୟ ଭୟଙ୍କର ଭାବେ କ୍ଷତାକ୍ତ ହୋଇଥିଲେ । ମହିଳାଙ୍କ ସହ ଥିବା ଯୁବକ ଜଣକ ଚିରା ଫଟା କପଡ଼ାରେ ମହିଳାଙ୍କ ଉଲଗ୍ନ ଦେହକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ ଉଠାଇ ଜଙ୍ଗଲ ଭିତରେ ପାଖାପାଖି ୫ କିଲୋମିଟର ଚାଲି ଚାଲି ଯାଇଥିଲେ । ଏହାରି ଭିତରେ ଉଭୟ ବର୍ଷା ମାଡ଼ ବି ଖାଇଥିଲେ ।
ଜଙ୍ଗଲରୁ ବାହାରିବା ପରେ ପ୍ରାୟ ଦୁଇଟି ଗାଁ ଅତିକ୍ରମ କରିଥିଲେ । ହେଲେ କେହିବି ସେମାନଙ୍କୁ ସହଯୋଗ କରିନଥିଲେ । କିନ୍ତୁ ତୃତୀୟ ଗାଁରେ ପହଞ୍ଚିବା ପରେ ବୃଦ୍ଧ ଦମ୍ପତି ତାଙ୍କୁ ଘରକୁ ନେଇଥିଲେ । ମହିଳାଙ୍କୁ ଶାଢ଼ି ପିନ୍ଧିବାକୁ ମଧ୍ୟ ଦେଇଥିଲେ । ଏହାସହ ମହିଳାଙ୍କ କ୍ଷତ ଶରୀରରେ ମଲମ ମଧ୍ୟ ମାରିଥିଲେ । ଶେଷରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାର ବ୍ୟବସ୍ଥା ବି କରିଥିଲେ ।
ଖବରପାଇ ପୋଲିସ ପୀଡ଼ିତଙ୍କ ପଖରେ ପହଞ୍ଚିଥିବା ବେଳେ ଟିକିନିଖି କରି ସେମାନଙ୍କ ଅଭିଯୋଗ ଶୁଣିଛି । ଏହାସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ପଚରାଚରା ଜାରି ରଖିଛି । ଏମିତିକି ସିସିଟିଭି ଫୁଟେଜ୍ ଦେଖି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ପୋଲିସ ।
ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁର୍ବ୍ୟବହାର କରି ବିବସ୍ତ୍ର କରିବା ବେଳେ ଟ୍ରେନ୍ରେ ଥିବା ଅନ୍ୟ ଯାତ୍ରୀମାନେ, କେହି ବି ମହିଳାଙ୍କୁ ସାହାଯ୍ୟ କରିନଥିଲେ କିମ୍ବା ରକ୍ଷା କରିନଥିଲେ । ଏନେଇ ଖୋଦ ମହିଳା ଜଣକ ପୋଲିସ ଆଗରେ ବୟାନ ରଖିଛନ୍ତି । ପୀଡ଼ିତ ମହିଳାଙ୍କ ବୟସ ୩୨ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସହ ଥିବା ଯୁବକ ଜଣକ ୨୨ ବର୍ଷର ବୋଲି ଜଣାପଡ଼ିଛି । ସେମାନେ ଏକ ପ୍ରାଇଭେଟ ଫାର୍ମରେ କାମ କରନ୍ତି । ସେମାନେ ତାଙ୍କର ରେଗୁଲାର ଟ୍ରେନ୍ ମିସ୍ କରିବା ପରେ ଗ୍ୱାଲିଅରରୁ ସୁରତ ଏକ୍ସପ୍ରେସ୍ରେ ରାତି ପ୍ରାୟ ୧୦ଟାରେ ଚଢ଼ିଥିଲେ ।
]]>୧୦ ବର୍ଷ ହେବ ସ୍ତ୍ରୀକୁ ଖାଦ୍ୟରେ ନିଶା ମିଶାଇ ଦେହ ବ୍ୟବସାୟ କରୁଥିଲେ ସ୍ୱାମୀ । ଥରେ ନୁହେଁ ଏକାଧିକ ଥର ଏଭଳି କାଣ୍ତ ଭିଆଇଛନ୍ତି ସ୍ୱାମୀ । ପ୍ରତିଦିନ ଭିନ୍ନ ଭିନ୍ନ ପୁରୁଷଙ୍କୁ ଡାକି ଘରେ ରଚାଇଥିଲେ କାଣ୍ତ । ଏହି ଘଟଣାରେ ଏଯାଏଁ ମୋଟ ୯୨ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଯେଉଁମାନଙ୍କ ମଧ୍ୟରୁ ୫୧ ଜଣ ୨୬ରୁ ୭୩ ବୟସର ବ୍ୟକ୍ତି ରହିଛନ୍ତି । ଅଭିଯୁକ୍ତ ସ୍ୱାମୀଙ୍କ ନାଁ ହେଉଛି ଡୋମିନିକ୍ୟୁ ।
ସୂଚନାନୁଯାୟୀ ଡୋମିନିକ୍ୟୁ ପ୍ରତିଦିନ ସ୍ତ୍ରୀଙ୍କୁ ଖାଇବାରେ ନିଶା ବଟିକା ମିଶାଇ ଦେଉଥିଲେ । ସ୍ତ୍ରୀ ବେହୋସ ହେବା ପରେ ଅଜଣା ବ୍ୟକ୍ତିଙ୍କୁ ଘରକୁ ଡାକି ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ସେହି ସମୟର ଅନେକ ଭିଡିଓ ରେକର୍ଡ କରି ପେନଡ୍ରାଇଭ୍ରେ ଲୁଚାଇ ରଖୁଥିଲେ । ପୋଲିସର କହିବାନୁଯାୟୀ ଡୋମିନିକ୍ୟୁ ଏଭଳି ଘଟଣା ୨୦୧୧ରୁ ୨୦୨୦ ମଧ୍ୟରେ ଘଟାଇଛନ୍ତି ।
ଡୋମିନିକ୍ୟୁ ତାଙ୍କ ସ୍ତ୍ରୀ ଫ୍ରାଙ୍କୋଇସ୍ଙ୍କୁ ୫୦ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛି । ସ୍ତ୍ରୀ ସହ ଘଟାଉଥିବା ଏଭଳି କାଣ୍ତକୁ ଧରା ପକାଇଦେଇଥିଲା ବେଆଇନ୍ ଆପ୍ । ଯେଉଁଥିରେ ଶାରିରୀକ ସମ୍ପର୍କ ନେଇ ଚାଟ୍ କରାଯାଏ । ସ୍ୱାମୀ ଏତେ ସଇତାନ ଥିଲେ ଯେ ଏଭଳି ଭୟାନକ କାଣ୍ତ ଘଟାଇଲା ବେଳେ କାଳେ ସ୍ତ୍ରୀ ନିଶାରୁ ଉଠିଯିବେ, ସେଥିପାଇଁ ଘରକୁ ଆସୁଥିବା ବ୍ୟକ୍ତିଙ୍କୁ ଗୁଟଖା ଓ ଅତର ବ୍ୟବହାର କରିବାକୁ ବାରଣ କରିଥିଲେ । ଏ ଘଟଣା ସମ୍ପର୍କରେ ଯେମିତି କେହି ଟେର୍ ନପାଇବେ, ସେଥିପାଇଁ ପାର୍କିଂ ଓ କପଡ଼ା ବଦଳିବା ଠିକଣା ବି ବଦଳାଇ ଦେଇଥିଲେ । ରୁମ୍ର ଲାଇଟ୍ ବି ବନ୍ଦ ରଖୁଥିଲେ ।
ଏ ପୂରା ଘଟଣା ଜାଣିବା ପରେ ମାନସିକ ସନ୍ତୁଳନ ହରାଇବା ସହ ତୁରନ୍ତ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି ସ୍ତ୍ରୀ ।
]]>ପୋଲିସର କହିବାନୁଯାୟୀ, ପ୍ରୀତି ଓ ତାଙ୍କ ମାଆ ପୁନମଙ୍କୁ ହତ୍ୟା କରିବା ପାଇଁ ପ୍ରି ପ୍ଲାନ୍ କରିଥିଲେ । ଏଥିପାଇଁ ସେ ମହମ୍ମଦ ନଗରରେ ରହୁଥିବା ତାନ୍ତ୍ରିକ ରାମନିବାସ ସହ ସାକ୍ଷାତ କରିଥିଲେ । ଦୁହେଁ ତାନ୍ତ୍ରିକକୁ ପୁନମ୍କୁ ଜୀବନରୁ ମାରିଦେବା ପାଇଁ ସୁପାରୀ ମଧ୍ୟ ଦେଇଥିଲେ । ଏଥିପାଇଁ ସେ ୧.୫ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପ୍ରୀତିଙ୍କ ମାଆ ୫ ହଜାର ଟଙ୍କା ଆଡଭାନ୍ସ ମଧ୍ୟ ଦେଇଥିଲେ ।
ପ୍ରୀତି ତାନ୍ତ୍ରିକକୁ କହିଥିଲେ ଯେ, ପୁନମ୍ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଚାହୁଁଛି । ପ୍ରୀତି ମଧ୍ୟ ପୁନମ୍ଙ୍କୁ ବିଶ୍ୱାସ ଦେଇଥିଲେ ଯେ, ତାନ୍ତ୍ରିକ ରାମନିବାସ ତାଙ୍କୁ ପୁଅ କରିଦେବେ । ଏହି ବିଶ୍ୱାସରେ ପୁନମ୍ ପ୍ରୀତିଙ୍କ ସହ ସେହି ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ତାନ୍ତ୍ରିକ ପୁନମ୍ଙ୍କୁ ଲିଙ୍ଗ ପରିବର୍ତ୍ତନ କରିଦେବା କହି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲା । ଝିଅରୁ ପୁଅ ହେବାକୁ ହେଲେ ନଦୀରେ ଆଖି ବନ୍ଦ କରି ଶୋଇବାକୁ ହେବ ବୋଲି ମଧ୍ୟ କହିଥିଲା । ପୁନମ୍ ତାନ୍ତ୍ରିକର କଥା ଶୁଣିବା କ୍ଷଣି ରାମନିବାସ କୁରାଢ଼ୀରେ ପୁନମ୍ଙ୍କ ଗଳାକୁ କାଟି ଦେଇଥିଲା । ଏହାପରେ ପୁନମ୍ଙ୍କ ଶରୀରକୁ ଏକ ବୁଦା ମୂଳରେ ଫିଙ୍ଗି ଦେଇଥିଲା ।
ଏପ୍ରିଲ ୧୮ ରୁ ପୁନମ୍ ଘରୁ ଯାଇଥିଲେ ଯେ ଆଉ ଫେରିଲେନି । ତାଙ୍କ ଭାଇ ଶେଷରେ ପୋଲିସରେ FIR ଦେଇଥିଲେ । ପୋଲିସ ତଦନ୍ତ ପରେ ଉଭୟ ପ୍ରୀତି ଓ ରାମନିବାସଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରୀତିଙ୍କ ମାଆ ଫେରାର ଥିବାରୁ ପୋଲିସ ଖୋଜାଖୋଜି କରୁଛି । ତାନ୍ତ୍ରିକ ଘରକୁ ଯାଇ ହତ୍ୟା କରିଥିବା କୁରାଢ଼ୀକୁ ମଧ୍ୟ ପୋଲିସ ଜବତ କରିଛି ।
]]>ହେଲେ କିଛି ଦିନ ହେବ, ପୋଲିସ ବାବୁଙ୍କ ହାବ ଭାବରେ ଟିକେ ପରିବର୍ତ୍ତନ ଦେଖିଥିଲେ ପତ୍ନୀ । ଯାହାଫଳରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା । ପରେ ସ୍ୱାମୀଙ୍କୁ ଏନେଇ ସେ ପ୍ରଶ୍ନ ମଧ୍ୟ କରିଥିଲେ । ହେଲେ ତାଙ୍କଠାରୁ କିଛି ବି ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ଏହାପରେ ସେ ଚୁପ୍ ହୋଇଯାଇଥିଲେ । ହେଲେ ମନରେ ସନ୍ଦେହ ଥିବାରୂ ସେ ସ୍ୱାମୀଙ୍କୁ ଗତି ବିଧି ଉପରେ ନଜର ରଖୁଥିଲେ ।
ଅଚାନକ ଗତକାଲି ରାତିରେ ପୋଲିସ ବାବୁ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିବା ବେଳେ ଚଢଉ କରିଥିଲେ ପତ୍ନୀ । ଟାଉନ୍ ପୋଲିସର ପିସିଆର ଭ୍ୟାନ୍ ଆସି ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲା। ତେବେ ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।
]]>
୨୦୨୧ ଫେବ୍ରୁଆରୀରେ ରାଜେଶଙ୍କ ନାଁରେ ଅଭିଯୋଗ ଆସିଥିଲା ଯେ, ଏକାଠି ଯିବା ବେଳେ ଗାଡ଼ି ଭିତରେ ସେ ମହିଳା ଆଇପିଏସ୍ଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହି ମାମଲାରେ ଚୁପ୍ ରହିବାକୁ ଉକ୍ତ IPSଙ୍କୁ ଚାପ ପକାଇଥିଲେ ତତ୍କାଳୀନ ଏସ୍ପି । ତେବେ ଏହି ଘଟଣା ପରେ ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।
]]>ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ୍ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ କିମ୍ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ। ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି । ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଯେ, ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ୨୦୧୯ରୁ କ୍ରମାଗତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଖାଲି ଏତିକି ନୁହେଁ ଗଣେଶ ପୂଜା ବେଳେ ତାଙ୍କ ଋତୁସ୍ରାବ ରକ୍ତକୁ ମଧ୍ୟ ଅଘୋରୀ ପୂଜା ପାଇଁ ୫୦ ହଜାର ଟଙ୍କାରେ ପରିବାର ଲୋକେ ବିକ୍ରି କରିଛନ୍ତି । ମହିଳା ଜଣକ ନିଜ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ସହ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।
ମହାରାଷ୍ଟ୍ର ମହିଳା ଆୟୋଗ ଏହି ଅପରାଧକୁ ଘୋର ନିନ୍ଦା କରିବା ସହ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରୁପାଲି ଚକନ୍କର କହିଛନ୍ତି ଯେ, “ଅଭିଯୁକ୍ତ ପୀଡ଼ିତାଙ୍କ ଋତୁସ୍ରାବକୁ ଆଘୋରୀ ପୂଜା ପାଇଁ ୫୦,୦୦୦ଟଙ୍କାରେ ବିକ୍ରି କରିଥିଲା । ଯାହାକି ଏକ ଲଜ୍ଜାଜନକ ଘଟଣା ଓ ଏହା ମାନବିକତାକୁ କ୍ଷୁର୍ଣ୍ଣ କରିଛି । ଏହି ଘଟଣା ଆଶ୍ଚର୍ଯ୍ୟଜନକ। କାହିଁକି ନା ପୁଣେ ଭଳି ପ୍ରଗତିଶୀଳ ସହରରେ ମହିଳାମାନେ ଏଭଳି ଅପରାଧର ଶିକାର ହେଉଛନ୍ତି ।
ଏବେ ପ୍ରଶ୍ନ ଉଠୁଛି ଯେ, ମହିଳାମାନଙ୍କୁ ଏଭଳି ଅପରାଧରୁ ରକ୍ଷା କରିବା ଏବଂ ସମାଜରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେତେ ସଂଘର୍ଷ ଆବଶ୍ୟକ । ମହାରାଷ୍ଟ୍ର ମହିଳା ଆୟୋଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୭ (ଅସ୍ୱାଭାବିକ ଅପରାଧ), ୩୫୪ (କ) (ଯୌନ ଉତ୍ପୀଡ଼ନ), ୪୯୮ (କ) (ମହିଳାଙ୍କ ପ୍ରତି ନିର୍ଦ୍ଦୟତା), ୫୦୪, ୩୨୩ ଅନୁଯାୟୀ ମାମଲା ଦାଏର ହୋଇଛି ।
ଏଠି ପ୍ରଶ୍ନ ଉଠୁଛି, ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକେ ଦିନକୁ ଦିନ କାହିଁକି ରାକ୍ଷସ ପାଲଟି ଯାଉଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରତି ସଚେତନ କରାଯାଉଥିଲେ ମଧ୍ୟ ସୁରକ୍ଷା ବଦଳରେ ଅପରାଧ ଘଟାଇଚାଲିଛନ୍ତି।
]]>