ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଗତକାଲି ଅଚାନକ୍ କ୍ୟାପଟେନ୍ ପଦରୁ ଓହରିଥିଲେ ମହେନ୍ଦ୍ର ସିଂ ଧୋନି। ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ। ତେବେ ଏହାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଉଦଘାଟନୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର ଅକ୍ଷୟ କୁମାର ଓ ଟାଇଗର ସ୍ରଫ୍। ଏଆର ରେହମାନ ଓ ସିଙ୍ଗର ସୋନୁ ନିଗମ୍ ମଧ୍ୟ ଧମାଲ୍ କରିବେ।
CSK ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଋତୁରାଜ ଗାଏକ୍ୱାଡ (କ୍ୟାପ୍ଟେନ), ରଚିନ ରବିନ୍ଦ୍ର, ମୋଇନ ଅଲି, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ତୁଶାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ମହେଶ ଥିକଶାନା
RCB ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପ୍ଟେନ), ବିରାଟ କୋହଲି, କ୍ୟାମେରନ୍ ଗ୍ରୀନ୍, ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ମହିପାଲ ଲାମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), ସୁୟାଶ ପ୍ରଭୁଦେସାଇ, ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, କର୍ଣ ଶର୍ମା।
]]>ଗତ ୨ଟି ସିଜିନ୍ରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ପାଇଁ କ୍ୟାପ୍ଟେନସିପ୍ କରୁଥିଲେ। ଥରେ ଦଳ ପାଇଁ ଟ୍ରଫି ମଧ୍ୟ ଜିତିଛନ୍ତି। ତେବେ ଚଳିତ ସିଜିନ୍ରେ ତାଙ୍କୁ ମୁମ୍ବାଇ ପୁଣିଥରେ ଟ୍ରେଡ୍ ଜରିଆରେ କିଣିଥିଲା। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ଉପସ୍ଥିତ ଥିଲେ ଟିମ୍ର ହେଡ୍ କୋଚ ମାର୍କ ବାଉଚର୍ ଓ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ତ୍ୟା। ସମ୍ମିଳନୀରେ କୋଚ୍ ବାଉଚର୍ଙ୍କୁ ରୋହିତଙ୍କୁ କ୍ୟାପ୍ଟେନସିପ୍ରୁ ବାହାର କରିବା ନେଇ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ପ୍ରଶ୍ନ ପଚରାଯାଇଥିଲା। କିନ୍ତୁ ବାଉଚର୍ ପ୍ରଶ୍ନର ଉତ୍ତର ରଖିନଥିବା ବେଳେ ହାର୍ଦ୍ଦିକ କିନ୍ତୁ ପ୍ରଶ୍ନର ଉତ୍ତର ରଖିଛନ୍ତି।
ହାର୍ଦ୍ଦିକ ପ୍ରଶ୍ନର ଉତ୍ତ୍ର ରଖି କହିଛନ୍ତି, ‘ଚମତ୍କାର ହେଲା ଭଳି ଲାଗୁଛି। ମୋ କ୍ରିକେଟ ଯାତ୍ରା ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ଏହାକୁ ୧୦ ବର୍ଷ ବିତି ଗଲାଣି। ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇବି ବୋଲି କେବେ ଭାବି ନଥିଲି। ଏଥିପାଇଁ ମୁଁ ବହୁତ ଖୁସି। କ୍ୟାପ୍ଟେନସିପ୍ କରିବାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ରୋହିତ ଶର୍ମା ସେଠାରେ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ଯଦି ଦରକାର ପଡ଼ିଲା, ସେ ମୋତେ ସାହାଯ୍ୟ କରିବେ। ସମାନ ସମୟରେ ସେ ଭାରତର ଅଧିନାୟକ ଭାବେ ମୋତେ ଅନେକ ଥର ସହଯୋଗ କରିଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଅନେକ ସଫଳତା ପାଇଛି। ଏବେ ସେହି ସଫଳତାକୁ ମୁଁ ଆଗକୁ ନେବି। ସେ ଯାହା ଆରମ୍ଭ କରିଥିଲେ, ସେହି ରାସ୍ତାରେ ବଢ଼ିବି। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।’
Hardik Pandya talking about on Rohit Sharma.
— CricketMAN2 (@ImTanujSingh) March 18, 2024
- He said "Rohit Sharma will have his hand on my shoulder throughout my whole career". pic.twitter.com/NUmlR08Z2y
୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟା ପ୍ରଥମଥର ଖେଳିବାକୁ ସୁଯୋଗ ପାଇଥିଲେ। ମୁମ୍ବାଇରେ ଯୋଗ ଦେବା ପରେ ଦଳ ୪ ଥର ଚାମ୍ପିୟନ ହୋଇଛି। ୨୦୨୨ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ପ୍ରଥମ ସଂସ୍କରଣରେ ହିଁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟ୍ରଫି ଜିତିଥିଲା। ଗତବର୍ଷ ମଧ୍ୟ ଟିମ୍ ରନର୍ସ ଅପ୍ ହୋଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀରେ ହାର୍ଦ୍ଦିକ ଉତ୍ତର ରଖିଥିଲେ ମଧ୍ୟ କୋଚ୍ ଚୁପ୍ ରହିବା ନେଇ ପ୍ରଶ୍ନ ଉଠିଛି।
]]>ଟେଷ୍ଟ କ୍ୟାରିୟରରେ ୫୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବା ପରେ TNCA ପକ୍ଷରୁ ଅଶ୍ୱିନୀଙ୍କୁ ଉପହାର ଦିଆଯାଇଛି । ଏକ ମଞ୍ଚରେ ଅଶ୍ୱିନୀଙ୍କୁ ସମ୍ମାନିତ କରାଯିବ ସହ ତାଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ଉପହାର ଦିଆଯାଇଛି । ଏହାସହ ତାଙ୍କୁ ସଂସ୍ଥା ପକ୍ଷରୁ ଏକ କୋଟି ଟଙ୍କାର ଚେକ୍ ମଧ୍ୟ ଦିଆଯାଇଛି ।
A Night of Prestige: TNCA is proud to facilitate the Ashwin’s impeccable achievement for the national team!🥳#Tnca#TncaCricket pic.twitter.com/hgPHuFcN7i
— TNCA (@TNCACricket) March 16, 2024
ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଅଶ୍ୱିନୀ ଉତ୍ତମ ପ୍ରଦର୍ଶନ କରିବା ସହ ୫୦୦ ୱିକେଟ୍ ହାସଲ କରି ଏକ ରେକର୍ଡ କରିଛନ୍ତି । ଧର୍ମଶାଳାରେ ଖେଳାଯାଇଥିଲା ଏହି ଟେଷ୍ଟ ମ୍ୟାଚ୍ । ଏହା ଅଶ୍ୱିନୀଙ୍କ ୧୦୦ ତମ ମ୍ୟାଚ୍ ରହିଥିଲା ।
ତେବେ ଏହି ସବୁ ବିରଳ ରେକର୍ଡର ଅଧିକାରୀ ହେବା ଫଳରେ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଅଶ୍ୱିନୀଙ୍କୁ ୫୦୦ ସ୍ୱର୍ଣ୍ଣ ମୁଦ୍ରା ସହ ଏକ ସେନ୍ଗଲ ଓ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରସ୍ତୁତ କରି ତାଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଛି । ଏହା ସହ ଏକ କୋଟି ଟଙ୍କାର ଚେକ୍ ମଧ୍ୟ ଦିଆଯାଇଛି ।
]]>TNCA presented 500 Gold coins & a cheque of 1 crore to Ashwin for completing 500 wickets in Test cricket. 👏#CricketTwitter pic.twitter.com/HlFowBJUSg
— Prakash (@JeyVamos) March 16, 2024
ଚଳିତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସରୁ ବାଦ ପଡ଼ିଛନ୍ତି ଇଂଲଣ୍ତର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରୀ ବ୍ରୁକ୍। ପାରିବାରିକ କାରଣ ପାଇଁ ସେ ବାଦ ପଡ଼ିଥିବା ନେଇ ସୂଚନା ଦେଇଛନ୍ତି। ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ।
ହ୍ୟାରୀ ବ୍ରୁକଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଡେଭୋନ କନୱେ ଆହତ ସମସ୍ୟା ଯୋଗୁ ଆଇପିଏଲରୁ ବାଦ ପଡ଼ିଥିଲେ। ଏହା ଚେନ୍ନାଇ ପାଇଁ ଏକ ଶକ୍ତ ଝଟକା। ପୂର୍ବ ସିଜିନ୍ରେ ଚେନ୍ନାଇ ପାଇଁନ ସେ ସର୍ବାଧିକ ରନ୍ କରିଥିଲେ। ତେବେ କନୱେଙ୍କ ସ୍ଥାନରେ ରଚିନ୍ ରବିନ୍ଦ୍ର ଟିମ୍ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।
ସେହିପରି ଗୁଜରାଟ ଟାଇଟନ୍ସରେ ଏଥର ମହମ୍ମଦ ଶାମିଙ୍କୁ ଦେଖିବାକୁ ମିଳିବ ନାହିଁ। ଗୋଡ଼ରେ ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ ବୋଲି ସୂଚନା ମିଳିଛି।
କୋଲକାତା ନାଇଟ ରାଇଡର୍ସ(KKR)ର ଦୁଇ ଇଂଲିଶ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏଥର ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି।
ରାଜସ୍ଥାନ ରୟାଲ୍ସର ପ୍ରମୁଖ ବୋଲର୍ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ। ରଣଜୀ ଟ୍ରଫି ଖେଳିବା ବେଳେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଫେବୃଆରୀ ମାସରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେ ନାହିଁ।
]]>ଦୁର୍ଘଟଣା ପରେ ସେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । ଏହି ସମୟରେ ତାଙ୍କ କଷ୍ଟକୁ ବର୍ଣ୍ଣନା କରିବାକୁ ଯାଇ ସେଠାକାର ଫିଜିଓ ଥେରାପିଷ୍ଟମାନେ କହିଛନ୍ତି; ଋଷଭ ଯେପରି ଭାବେ କଷ୍ଟ ସହି ପଡ଼ିଆକୁ ଓହ୍ଲାଇଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ । ପ୍ରବଳ କଷ୍ଟ ସହି ସେ କାନ୍ଦି ପକାଇଥିଲେ ।
ଗତ ଡିସେମ୍ବର ୨୦୨୨ ରେ ପନ୍ତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏନେଇ ଏନସିଏ ଫିଜିଓ ଥୁଲାସୀ ଯୁବରାଜ ପ୍ରାରମ୍ଭିକ ପର୍ଯ୍ୟାୟରେ ପନ୍ତ କିପରି କଷ୍ଟ ପାଇଥିଲେ, ତାହା ପ୍ରକାଶ କରିଛନ୍ତି । ଷ୍ଟ୍ରେଚରରେ ହସ୍ପିଟାଲକୁ ଯିବାବେଳେ, କୌଣସି ସ୍ଥାନରେ ପନ୍ତଙ୍କର ଗୋଡ଼ ବାଜି ଯାଇଥିଲା । ଏହା ହିଁ ଯଥେଷ୍ଟ ଥିଲା । ଯନ୍ତ୍ରଣାରେ ସେ ଏପରି ଚିତ୍କାର କରିଥିଲେ ଯେ କହିବା କଥା ନୁହେଁ । ପରେ ପରେ ସେ ଖୁବ ଜୋରରେ କାନ୍ଦିଥିଲେ ।
𝗧𝗵𝗲 𝗚𝗿𝗲𝗮𝘁𝗲𝘀𝘁 𝗖𝗼𝗺𝗲𝗯𝗮𝗰𝗸 𝗦𝘁𝗼𝗿𝘆
— BCCI (@BCCI) March 16, 2024
In Part 2 of the #MiracleMan, we bring you insights from @RishabhPant17's road to recovery, where determination and perseverance ultimately triumph.
From intense rehabilitation sessions, training regime, and nutrition - the… pic.twitter.com/83YZExqkIa
ଏପରି ଭୟଙ୍କର ଦୁର୍ଘଟଣାରୁ ପନ୍ତ ମୁକୁଳିବା କେବଳ ତାଙ୍କର ଆତ୍ମବିଶ୍ୱାସ ଓ ମାନସିକ ଶକ୍ତି ପାଇଁ ସମ୍ଭବ ହୋଇପାରିଛି ବୋଲି ଥେରାପିଷ୍ଟ କହିଥିଲେ । ପନ୍ତ ମାନସିକ ଭାବେ ଖୁବ ଶକ୍ତ ଥିଲେ । ତାଙ୍କର ଆତ୍ମବିଶ୍ୱାସ ହିଁ ତାଙ୍କୁ ପୁଣି ପଡ଼ିଆରେ ଛିଡ଼ା କରାଇଛି ବୋଲି କହିଛନ୍ତି ଥେରାପିଷ୍ଟ । ଦୁଇ ବର୍ଷ ମଧ୍ୟରେ ପୁଣି ଥରେ ସେ ଖେଳିବାକୁ ସଜ ହେବା ଆଶ୍ଚର୍ଯ୍ୟକର ବୋଲି ମତ ହେଇଛନ୍ତି ।
ଅନ୍ୟ ଜଣ ଏନସିଏର ଫିଜିଓ ଧନଞ୍ଜୟ କୌଶିକ କହିଛନ୍ତି ଯେ ଏହି ରିହାବ ପ୍ରୋସେସରେ ପନ୍ତ କେବଳ ପୁଷ୍ଟିକର ଖାଦ୍ୟ ହିଁ ଖାଇଥିଲେ । ଏଥିପାଇଁ ସେ ପ୍ରଶଂସାର ହକଦାର ବୋଲି କହିଛନ୍ତି । ଆଇପିଏଲ୍ ୨୦୨୪ ରେ ଫିଟ୍ ଘୋଷିତ ହେବା ପାଇଁ ପନ୍ତ ୧୪ ମାସ ଧରି ରିହାବ ପ୍ରୋସେସରେ ରହିଥିଲେ ।
]]>ତେବେ ନଜର ପକାନ୍ତୁ କଣ ଏହି ଷ୍ଟପ୍ କ୍ଲକ୍ ରୁଲ୍ ?
ଷ୍ଟପ୍ କ୍ଲକ୍ ରୁଲ୍ ଅନୁଯାୟୀ, ଫିଲ୍ଡିଂ ଟିମକୁ ଗୋଟିଏ ଓଭର ଶେଷ କରିବାର 60 ସେକେଣ୍ଡ ମଧ୍ୟରେ ଆରମ୍ଭ କରିବାକୁ ହେବ ନୂଆ ଓଭର । ଏକ ଇଲେକଟ୍ରୋନିକ୍ କ୍ଲକ୍ 60ରୁ ଶୂନ ଯାଏ ଚାଲିବ । ପଡ଼ିଆରେ ଏହି କାଉଣ୍ଟଡାଉନ୍ ଡିସପ୍ଲେ ହେବ । ଆଉ ଥାର୍ଡ ଅମ୍ପାୟର ଏହା ଉପରେ ନଜର ରଖିବେ । ନିର୍ଦ୍ଧାରିତ 60 ସେକେଣ୍ଡ ମଧ୍ୟରେ ଯଦି ଫିଲ୍ଡଂ ଟିମ ନୂଆ ଓଭରର ପ୍ରଥମ ବଲ୍ ବୋଲିଂ କରିବାକୁ ଅସମର୍ଥ ହୁଏ, ତେବେ ୱାର୍ଣ୍ଣିଂ ମିଳିବ ଦୁଇଥର । ତେବେ ମ୍ୟାଚ୍ ବେଳେ ବୋଲିଂ ଟିମ ଦ୍ୱାରା ଯଦି ବାରମ୍ବାର ନିୟମର ଉଲଂଘନ ହୁଏ, ପେନାଲିଟି 5 ରନ୍ ମିଳିବ ।
ତେବେ ମ୍ୟାଚର କିଛି ପରିସ୍ଥିତିରେ ଏହି ନିୟମ କୋହଳ କରିପାରନ୍ତି ଅମ୍ପାୟାର । ନୂଆ ବ୍ୟାଟର ପଡ଼ିଆକୁ ଆସୁଥିଲେ, କିମ୍ବା ଅଫିସିଆଲ ଡ୍ରିଂକ୍ସ ବ୍ରେକ୍ ହୋଇଥିଲେ କ୍ଳକ୍ ବନ୍ଦ ରହିବ । ଯଦି କ୍ଳକ୍ ଚାଲୁଥାଏ ଅଧାରୁ ଅମ୍ପାୟାରଙ୍କୁ ବନ୍ଦ କରିବାକୁ ହେବ । କୌଣସି ବ୍ୟାଟର କିମ୍ବା ଫିଲ୍ଡରଙ୍କୁ ପଡ଼ିଆରେ ଚିକିତ୍ସା ପାଇଁ ଅମ୍ପାୟର ଅନୁମତି ଦେଇଥିଲେ କିମ୍ବା ବୋଲିଂ ଟିମର ନିୟନ୍ତ୍ରଣ ବାହାରେ କିଛି କାରଣ ପାଇଁ ଖେଳ ବନ୍ଦ ଥିଲେ ଏହି ନିୟମ ଲାଗୁ ହେବ ନାହିଁ ।
ଡିସେମ୍ବର 2023ରେ ଷ୍ଟପ କ୍ଳକ୍ ନିୟମକୁ ଟ୍ରାଏଲ ବେସିସରେ ଲାଗୁ କରିଥିଲା ଆଇସିସି । ନୂଆ ନିୟମ ଲାଗୁ ହେଲେ ନିର୍ଦ୍ଧାରିତ ସମୟରେ ମ୍ୟାଚ ସାରିବା ସହଜ ହେବ ହେବ ବୋଲି ଅନୁଭବ କରିଛି ଆଇସିସି ।
]]>ତେବେ ଏହାରି ମଧ୍ୟରେ ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଆଗାମୀ ଆଇପିଏଲ ସିଜିନ୍ରେ ସେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଖେଳିପାରିବେ। ତେବେ ବିସିସିଆଇ ପକ୍ଷରୁ ପନ୍ଥ ଫିଟ୍ ଘୋଷଣା ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଆଶ୍ୱସ୍ତି ମିଳିଛି। ଦୁର୍ଘଟଣା ପରେ ୨୦୨୩ ଆଇପିଏଲ ସିଜିନ୍ ଖେଳିପାରିନଥିଲେ ପନ୍ଥ। ତେବେ ଚଳିତ ଆଇପିଏଲରେ ଋଷଭ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ଦେଖାଇବେ ବୋଲି ଆଶା କରାଯାଉଛି ।
🚨 𝗨𝗽𝗱𝗮𝘁𝗲 𝗼𝗻 𝗥𝗶𝘀𝗵𝗮𝗯𝗵 𝗣𝗮𝗻𝘁:
— BCCI (@BCCI) March 12, 2024
After undergoing an extensive 14-month rehab and recovery process, following a life-threatening road mishap on December 30th, 2022, @RishabhPant17 has now been declared fit as a wicket-keeper batter for the upcoming #TATA @IPL 2024…
ସୂଚନା ଅନୁସାରେ ୨୦୨୨ ଡିସେମ୍ବର ୩୦ରେ ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ଥ । ଦୁର୍ଘଟଣା ପରେ ସେ ପ୍ରାୟ ୧୪ ମାସ କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିଲେ। ଦୁର୍ଘଟଣାରୁ ସୁସ୍ଥ ହେବା ପରେ କ୍ରିକେଟ୍ ମଇଦାନକୁ ଫେରିବା ପାଇଁ କଠିନ୍ ପରିଶ୍ରମ କରୁଛନ୍ତି ଋଷଭ। ସେ ଏବେ ବେଙ୍ଗାଲୁରୁର ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ରହି ଅଭ୍ୟାସ ଜାରି ରଖିଛନ୍ତି । ବିସିସିଆଇର ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଥିଲେ। ତେବେ ଠିକ୍ ଆଇପିଏଲ ପୂର୍ବରୁ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଛି ବିସିସିଆଇ। ଅନ୍ୟପକ୍ଷରେ ଆହତ ଜନିତ ସମସ୍ୟା ଯୋଗୁଁ ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସାମି।
]]>୫ମ ଟେଷ୍ଟରେ ଇଂଲଣ୍ଡକୁ ଇନିଂସ ପରାଜୟ ଦେଲା ଭାରତ । ଧର୍ମଶାଳାରେ ଏକ ଇନିଂସ ଓ ୬୪ ରନ୍ରେ ଇଂଲଣ୍ଡ ପରାସ୍ତ ହୋଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୫ ରନରେ ଅଲ୍ଆଉଟ୍ । ଅଶ୍ୱିନ୍ଙ୍କୁ ୫, ବୁମ୍ରା ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି । ତେବେ ଏହା ମଧ୍ୟରେ ଉଭୟ ପଟରୁ ସ୍ଲେଜିଂ ମଧ୍ୟ ଚରମ ସୀମାରେ ପହଞ୍ଚିଛି ।
ଏନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡ଼ିଓ କ୍ଲିପଟି ଭାରତୀୟ କ୍ରିକେଟର ଶୁବମାନ ଗିଲ ଓ ଇଂଲଣ୍ତ କ୍ରିକେଟର ଜନି ବେୟାରଷ୍ଟୋଙ୍କ ମଧ୍ୟରେ ଥିଲା । ପରେ ପରେ ଏଥିରେ ସର୍ଫରାଜ ଖାନ ଏବଂ ଧ୍ରୁବ ଜୁରେଲ ମଧ୍ୟ ସାମିଲ ହୋଇଥିଲେ ।
ପ୍ରଥମେ ବେୟାରଷ୍ଟୋ ଗିଲଙ୍କୁ ପଚାରିଥିଲେ, ଥକିଯିବା ପରେ ଜିମିଙ୍କୁ କ’ଣ କହିଲ । ସେ ହିଁ ତୁମକୁ ବାହାରକୁ ଆଣିଲେ ନା । ଏହାର ଉତ୍ତରରେ ଗିଲ୍ କହିଥିଲେ - ତେବେ କ’ଣ ହୋଇଗଲା ସେଠୁ । ଶତକ କରିବା ପରେ କହିଛି । ତୁମେ କେତେ ଶହେ କରିଛ ବୋଲି ବେୟାରଷ୍ଟୋଙ୍କୁ ପଚାରିଥିଲେ ଗିଲ୍ । ପରେ ପରେ ସର୍ଫରାଜ କହିଥିଲେ ଥୋଡେ ସେ କ୍ୟା ରନ ବନା ଦିୟା, ଜ୍ୟାଦା ଉଛଲ ରହା ହୈ ।
Full sledging encounter between Gill & Bairstow:#INDvsENGTest #INDvsENG #ShubmanGill #JonnyBairstowpic.twitter.com/HjdkESr38z
— Ashu 🖤 (@Ashu_x18) March 9, 2024
ଗତକାଲି ଦ୍ୱିତୀୟ ଦିନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ଥିଲା । ସେ ନିଜର ଦ୍ୱାଦଶ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଫଳରେ ସେ ଇଂଲଣ୍ତ ବିପକ୍ଷ ଟେଷ୍ଟରେ ସର୍ବାଧିକ ଚାରି ଶତକ ମାରିବାରେ ସୁନୀଲ ଗାଭାସ୍କରଙ୍କର ରେକର୍ଡ ସହ ସମକକ୍ଷ ହୋଇଥିଲେ । ଅନ୍ୟପଟେ ଶୁବମାନ ଗିଲ ମଧ୍ୟ ଗତକାଲି ଶତକ ଅର୍ଜନ କରିଥିଲେ ।
ଦୁଇ ଯୁବ ତାରକା ସର୍ଫରାଜ ଖାନ ଓ ଦେବଦତ୍ତ ପାଡ଼ିକଲ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
]]>Gill, Jurel , Sarfu vs Bairstow🤣🍿#IndVsEng #ShubmanGill pic.twitter.com/W15OmjYNER
— h^ (@harshonx__) March 9, 2024
ଆପଣଙ୍କୁ କହି ରଖୁଛୁ ଯେ ପ୍ରଥମ ଇନିଂସରେ ଅଶ୍ୱିନ କେବଳ ଗୋଟିଏ ୱିକେଟ୍ ନେଇଥିଲେ, କିନ୍ତୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଲଗାତାର ଦୁଇଟି ବଲ୍ରେ ୨ଟି ୱିକେଟ୍ ନେଇ ଭାରତରେ ୩୫୧ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ବର୍ତ୍ତମାନ ଅଶ୍ୱିନ ଟେଷ୍ଟରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇପାରିଛନ୍ତି ।
ଉଲ୍ଲେଖଥାଉ କି, ତାଙ୍କ ଦେଶରେ ଅଧିକାଂଶ ୱିକେଟ୍ ନେଇଥିବା ରେକର୍ଡ ମୁରଲୀଧରନଙ୍କ ନାମରେ ରହିଛି । ଶ୍ରୀଲଙ୍କାର ମୁରଲୀଧରନ୍ ତାଙ୍କ ଦେଶରେ ଅର୍ଥାତ୍ ଶ୍ରୀଲଙ୍କାରେ ଟେଷ୍ଟ ଖେଳିବାବେଳେ ମୋଟ ୪୯୩ ୱିକେଟ୍ ନେଇଛନ୍ତି ।
Another day, another landmark! 🙌 🙌
— BCCI (@BCCI) February 25, 2024
With that Ben Duckett wicket, R Ashwin completed 3⃣5⃣0⃣ Test wickets in India 👍 👍
Follow the match ▶️ https://t.co/FUbQ3Mhpq9 #TeamIndia | #INDvENG | @IDFCFIRSTBank pic.twitter.com/2hHY2Ohq7p
୪୯୩ - ମୁରଲୀଧରନ୍ ( ଶ୍ରୀଲଙ୍କା )
୪୩୪ - ଜେମ୍ସ ଆଣ୍ଡରସନ ( ଇଂଲଣ୍ଡ )
୩୫୧- ଅଶ୍ୱିନ ( ଭାରତ )
୩୧୯-ସଚିନ ୱାର୍ନ ( ଅଷ୍ଟ୍ରେଲିଆ )
୨୬୧ - ଷ୍ଟେନ୍ ( ଦକ୍ଷିଣ ଆଫ୍ରିକା)
୨୨୯- କୋର୍ଟନି ୱାଲ୍ ( ୱେଷ୍ଟଇଣ୍ଡିଜ୍ )
୨୨୪- ଟିମ୍ ସାଉଥୀ, (ନ୍ୟୁଜିଲ୍ୟାଣ୍ଡ )
୧୬୮ - ଅବଦୁଲ କାଦିର ( ପାକିସ୍ତାନ )
ଏହା ସହିତ ଅଶ୍ୱିନ ଦ୍ୱିତୀୟ ଭାରତୀୟ ବୋଲର ଯିଏକି ଏସିଆରେ ୪୦୦ ୱିକେଟ୍ ନେଇଛନ୍ତି । ତାଙ୍କ ପୂର୍ବରୁ କୁମ୍ବଲେଙ୍କ ନାମରେ ଏହି ରେକର୍ଡ ରହିଛି । କୁମ୍ବଲେ ଏସିଆରେ ମୋଟ ୪୧୯ ୱିକେଟ୍ ନେଇଛନ୍ତି । ଏଥି ସହିତ ମୁରଲୀଧରନ୍ ଏସିଆର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ରହିଛନ୍ତି । ଏସିଆରେ ୬୧୯ ୱିକେଟ୍ ନେବାରେ ମୁରଲୀଧରନ୍ ସଫଳ ହୋଇଛନ୍ତି ।
]]>ସଚିନ ଏବେ କାଶ୍ମୀର ଗସ୍ତରେ ଅଛନ୍ତି । ଷ୍ଟାର୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶେଷରେ ଆମୀର ଲୋନେଙ୍କୁ ଭେଟିଥିଲେ, ଯିଏ କି କାଶ୍ମୀରରେ ତାଲିମ ନେଉଥିବା ଏକ ଭିଡିଓ ସହିତ ତେନ୍ଦୁଲକରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ କ୍ରିକେଟ୍ ବିଷୟରେ କଥା ହୋଇଥିଲେ । କାଶ୍ମୀରର ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଆଦର୍ଶକୁ ଭେଟିବା ପାଇଁ ନିଜର ଉତ୍ସାହଓ ଖୁସିକୁ ଲୁଚାଇ ପାରିନଥିଲେ । ତେନ୍ଦୁଲକର ଆମୀରଙ୍କୁ ପ୍ରଶଂସା କରି ତାଙ୍କୁ ଏହି ପିଢିର ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି କହିଥିଲେ । ସଚିନ୍ ତାଙ୍କର ଇଚ୍ଛା ଶକ୍ତି, ନିଷ୍ଠା ଏବଂ ଖେଳ ପ୍ରତି ଉତ୍ସାହକୁ ପ୍ରଶଂସା କରିଥିଲେ । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ ଆମୀର ଯେଉଁଠାରେ ପହଞ୍ଚିଛନ୍ତି କେବଳ ତାଙ୍କ କଠିନ ପରିଶ୍ରମ ଯୋଗୁଁ ପହଞ୍ଚି ପାରିଛନ୍ତି ।
ତେନ୍ଦୁଲକର ଆମୀରଙ୍କୁ ଏକ ବ୍ୟାଟ୍ ଉପହାର ଦେଇଥିଲେ ଯେଉଁଥିରେ ଲେଖିଅଛି - ‘ଆମୀର ହେଉଛନ୍ତି ପ୍ରକୃତ ହିରୋ । ସେ ପୁରା ଦେଶକୁ ପ୍ରେରଣା ଦେଉଛନ୍ତି ।’ ତାଙ୍କୁ ଭେଟି ବହୁତ ଖୁସି ଲାଗୁଛି ।
୩୪ ବର୍ଷୀୟ ଆମୀର ଜାମ୍ମୁ କାଶ୍ମୀରର ପାରା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି । ଏହି କ୍ରିକେଟ୍ର ଆଠ ବର୍ଷ ବୟସରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ଏକ ନିଆରା ଖେଳ ଶୈଳୀ ରହିଛି ଓ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ଆମୀର ୨୦୧୩ ଠାରୁ ବୃତ୍ତିଗତ ଭାବରେ କ୍ରିକେଟ୍ ଖେଳୁଛନ୍ତି । ଜଣେ ଶିକ୍ଷକ ତାଙ୍କ କ୍ରିକେଟ୍ ପ୍ରତିଭା ଜାଣିପାରିଥିଲେ କ୍ରିକେଟ୍ ଖେଳିବାକୁ ତାଙ୍କୁ ଉତ୍ସାହିତ କରିଥିଲେ । ଆଠ ବର୍ଷ ବୟସରେ ତାଙ୍କ ପିତାଙ୍କ ମିଲ୍ରେ ଦୁର୍ଘଟଣାରେ ଆମୀର ଦୁଇ ହାତ ହରାଇଥିଲେ ।
ଗତ ମାସରେ ଆମୀରଙ୍କ ବ୍ୟାଟିଂର ଭିଡିଓ ଦେଖିବା ପରେ ସଚିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭବିଷ୍ୟତରେ ସେ ନିଶ୍ଚିତ ଭାବରେ ଅମୀର ହୁସେନ୍ ଲୋନେଙ୍କୁ ଭେଟିବେ ବୋଲି କହିଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିବାରୁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । । ସେ କହିଥିଲେ, 'ଆମୀର ଅସମ୍ଭବକୁ ସମ୍ଭବ କରିଛନ୍ତି । ମୁଁ ଏଥିରେ ବହୁତ ପ୍ରଭାବିତ ହୋଇଛି ! ଏହା ଦର୍ଶାଉଛି ଯେ ଖେଳ ପାଇଁ ତାଙ୍କର କେତେ ଭଲପାଇବା ଓ ନିଷ୍ଠା ରହିଛି । ଆଶାକରେ ଦିନେ ମୁଁ ତାଙ୍କୁ ଭେଟିବି ଓ ତାଙ୍କ ନାମରେ ଏକ ଜର୍ସି ମଧ୍ୟ ଆଣିବି । ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରି ଆମୀର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।
]]>ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍ ପାଇବ ବାରବାଟୀ ଷ୍ଟାଡିୟମ। ଓସିଏ ସଂପାଦକଙ୍କ ସୂଚନା ଅନୁଯାୟୀ, ପୂରା ଷ୍ଟାଡିୟମକୁ ନୂଆ ରୂପରେ ନିର୍ମାଣ କରାଯିବ। ବାରବାଟୀ ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କଂପ୍ଲେକ୍ସ। ଯେଉଁଠି ରହିବ ଅତ୍ୟାଧୁନିକ ଜିମ୍, ସ୍ପା, ଟେବୁଲ୍ ଟେନିସ୍, ସୁଇମିଂପୁଲ୍, ଫାଇଭ ଷ୍ଟାର ହୋଟେଲ ଭଳି ରେଷ୍ଟୁରାଣ୍ଟ ସାଙ୍ଗକୁ ଆନ୍ତର୍ଜାତିକ ଷ୍ଟାଡିୟମ ଭଳି ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ। ବର୍ତ୍ତମାନ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୨ ହଜାର ଥିବାବେଳେ ତାହା ୬୦ ହଜାରକୁ ବଢ଼ାଯିବ। ବାରବାଟୀ ଷ୍ଟାଡିୟମକୁ କେବଳ କ୍ରିକେଟ ପାଇଁ ଉଦ୍ଦିଷ୍ଟ ରଖାଯିବାକୁ ଥିବାବେଳେ ଅନ୍ୟଖେଳଗୁଡିକ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ।
୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ତତ୍କାଳୀନ ଅଲିମ୍ପିକ ଆସୋସିଏସନ୍ ସଂପାଦକ ସ୍ୱର୍ଗତ ଭୈରବ ମହାନ୍ତି ସରକାରଙ୍କଠାରୁ ୯୯ ବର୍ଷିଆ ଲିଜରେ ଜମି ଆଣି ଷ୍ଟାଡିୟମର ନିର୍ମାଣ କରାଇଥିଲେ। ଏହାପରେ ଅଲିମ୍ପିକ୍ ଆସୋସିଏସନ୍ଠାରୁ ଓସିଏ ଲିଜରେ ଆଣି ଷ୍ଟାଡିୟମ୍ ପରିଚାଳନା କରୁଥିଲା। ହେଲେ ଗତବର୍ଷଠାରୁ ଓସିଏ ଲିଜ୍ ଅବଧି ସହ ରାଜ୍ୟ ସରକାରଙ୍କ ସହ ଅଲିମ୍ପିକ ଆସୋସିଏସନର ଲିଜ୍ ଅବଧି ବି ସରିଯାଇଛି। ଯାହା ଫଳରେ ବାରବାଟୀର ନିଜସ୍ୱ ଗ୍ରାଉଣ୍ଡ ନ ଥିବାରୁ ମ୍ୟାଚ୍ ଆସିବା ବନ୍ଦ ହେଇଯାଇଛି। ବିସିସିଆଇ ବି ଆର୍ଥିକ ସହାୟତା ବନ୍ଦ କରିଦେବାରୁ ବାରବାଟୀର ଉନ୍ନୟନ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ତେଣୁ ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାଡିୟମ୍ ନବକେଳବର କାମ ହାତକୁ ନିଆଯାଇଥିବା ଓସିଏ କହିଛି। ଏ ନେଇ ରାଜ୍ୟ ସରକାର ପୁଣି ଜମି ଲିଜରେ ଦେବେ। ତେବେ ବାରବାଟୀ ଷ୍ଟାଡିୟମ ସହ ଐତିହ୍ୟ ମଧ୍ୟ ଯୋଡି ହୋଇ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ନ ଭାଙ୍ଗି ଐତିହ୍ୟ ବଜାୟ ରଖିବାକୁ ମତପ୍ରକାଶ ପାଇଛି।
ବେଙ୍ଗଲରୁ ରଣଜୀ ଖେଳନ୍ତି ମନୋଜ ତିୱାରୀ। ବିହାର ବିପକ୍ଷ ଶେଷ ରଣଜୀ ମ୍ୟାଚ୍ରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ବେଳେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ତିୱାରୀ କହିଛନ୍ତି, ‘ଚେନ୍ନାଇରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ୧୦୪ ନଟଆଉଟ୍ ଥାଇ ମଧ୍ୟ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ଡ୍ରପ୍ କରାଗଲା। ମତେ ଯଦି କେବେ ସୁଯୋଗ ମିଳେ, ତେବେ ମୁଁ ଧୋନିଙ୍କୁ ଥରେ ପଚାରିବି, ମୁଁ ଶତକ ମାରିବା ସତ୍ତ୍ୱେ କାହିଁକି ଡ୍ରପ୍ କରାଗଲା। ମୁଖ୍ୟତଃ ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି, ରୋହିତ ଶର୍ମା ଓ ସୁରେଶ ରୈନା ଭଲ ପ୍ରଦର୍ଶନ କରିନଥିଲେ। ମୋର ଏବେ ହରେଇବାକୁ କିଛି ବି ନାହିଁ’।
ସେ ଆହୁରି କହିଛନ୍ତି, ‘ମୁଁ ଆଜି ଯାଏ ଟେଷ୍ଟ କ୍ୟାପ୍ ବି ପାଇନି। ଯେବେ କି ମୁଁ ୬୫ଟି ଫାଷ୍ଟ କ୍ଲାସ୍ କ୍ରିକେଟ୍ ଖେଳିସାରିଛି ଏବଂ ମୋର ଆଭରେଜ୍ ସ୍କୋର୍ ରହିଛି ୬୫। ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିବା ବେଳେ ଫ୍ରେଣ୍ତସିପ୍ ମ୍ୟାଚ୍ରେ ୧୩୦ ରନ୍ ଓ ଇଂଲଣ୍ତ ବିପକ୍ଷ ଫ୍ରେଣ୍ତସିପ୍ ମ୍ୟାଚ୍ରେ ୯୩ ରନ୍ କରିଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ଚୟନ କରିଥିଲେ। ଯେତେବେଳେ ମୋ ମନୋବଳ ଦୃଢ଼ ଥିଲା, ସେତେବେଳେ ମୋ ଭିତରର ଭଲ ଖେଳାଳିକୁ ବର୍ବାଦ କରିଦିଆଯାଇଛି। ଏହାପଛରେ କିଏ, ମୁଁ ତାଙ୍କ ନାଁ ନେବାକୁ ଚାହୁଁନି। ଏବେ ଠିକ୍ ସମୟ ନୁହେଁ ସବୁକଥା କହିବାର’।
]]>ରାଜକୋଟ୍ରେ ଟିମ୍ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର। ଏହି ସିରିଜ୍ରେ ଜୟସ୍ୱାଲଙ୍କ ଦ୍ୱିତୀୟ ଦ୍ୱିଶତକ। ଟେଷ୍ଟ ମ୍ୟାଚ୍କୁ ଟି-ଟ୍ୱେଣ୍ଟି ଅନ୍ଦାଜରେ ଖେଳିଛନ୍ତି ଟିମ୍ ଇଣ୍ତିଆର ଖେଳାଳି। ଇଂଲଣ୍ତ ବୋଲ୍ଙ୍କ ଉପରେ ଛକା, ଚୌକା ବର୍ଷା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍।
ଭାରତ ପ୍ରଥମ ଇନିଂସରେ ୪୩୫ ରନ୍ କରିଥିବା ବେଳେ ଜବାବରେ ଇଂଲଣ୍ତ ୩୧୯ ରନ୍ କରିଥିଲା। ପ୍ରଥମ ଇନିଂସରେ ରୋହିତ ଓ ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଜୟସ୍ୱାଲଙ୍କ ଦ୍ୱିଶତକ ଓ ଗିଲ୍ଙ୍କ ୯୧ ରନ୍ ଓ ସର୍ଫରାଜଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୩୦ ରନ୍ ସଂଗ୍ରହ କରିଛି। ୨୧୪ ରନ ନଟ୍ ଆଉଟ୍ ଅଛନ୍ତି ଯଶସ୍ୱୀ।
]]>2⃣0⃣0⃣ & more reasons to celebrate this! 👏 👏
— BCCI (@BCCI) February 18, 2024
What's yours❓ 🤔
Follow the match ▶️ https://t.co/FM0hVG5pje#TeamIndia | #INDvENG | @ybj_19 | @IDFCFIRSTBank pic.twitter.com/LPOEEASUAF
ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କଙ୍ଗାରୁ ଦଳ ୭ ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା । ୨୫୪ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ ଆରମ୍ଭରୁ ଖେଳି ପାରନଥିଲେ । ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ୧୭୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଭାରତୀୟ ଦଳ । ଏହା ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି ।
ଭାରତ ବିପକ୍ଷ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଥିଲା । ଟୁର୍ନାମେଣ୍ଟରେ ଖେଳାଯାଇଥିବା ଫାଇନାଲ୍ର ଇତିହାସରେ ଏହା ହେଉଛି ସର୍ବାଧିକ ସ୍କୋର । ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ନାମରେ ଥିଲା ଏହି ରେକର୍ଡ଼ । ଇଂଲଣ୍ଡ ବିପକ୍ଷରେ ୨୪୧ ରନ୍ ସଂଗ୍ରହ କରିଥିଲା ନ୍ୟୁଜିଲ୍ୟାଣ୍ଡ ।
ଆଜି କଙ୍ଗାରୁ ଦଳ ପାଇଁ ହିରୋ ସାଜିଥିଲେ ହରଜସ୍ ସିଂ । ବିଶ୍ୱକପ ଫାଇନାଲରେ ସବୁଠାରୁ ବଡ଼ ଇନିଂସ ଖେଳିଥିଲେ ହରଜସ୍ ସିଂ । ସେ ୬୪ ବଲ୍ ଖେଳି ୫୫ ରନ୍ ସଂଗ୍ରହ କରିଥିଲେ ସେଥିରେ ୩ଟି ଚୌକା ଓ ୩ଟି ଛକା ସାମିଲି ରହିଛି । ଏହି ମ୍ୟାଚ୍ରେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବରେ ଅର୍ଦ୍ଧଶତକ କରିପାରିଥିଲେ । ଯାହାକି ଅଷ୍ଟ୍ରେଲିଆର ସ୍କୋରକୁ ୨୫୩ ରନରେ ନେବାରେ ତାଙ୍କର ଇନିଂସ ଗୁରୁତ୍ୱପୂର୍ଣ୍ଣ ଥିଲା । କ୍ୟାପଟେନ ହଗ୍ ୪୮ ରନ୍ ସଂଗ୍ରହ କରିଥିବାବେଳେ ଅଲିଭର ୪୬ ରନ୍ ସଂଗ୍ରହ କରିଥିଲେ ।
ସେହିପରି ହ୍ୟାରି ଡିକ୍ସନ ୪୨ରନ କରିଥିଲେ । ରିଆନ ହକ୍ସ ୨୦ ରନ କରିଥିଲେ । ଭାରତ ପକ୍ଷରୁ ରାଜ୍ ଲିମ୍ବାନି ୩ଟି ଓ୍ବିକେଟ ନେଇଥିବାବେଳେ ନମନ ତିଓ୍ବାରି ୨ ଓ୍ବିକେଟ ନେଇଥିଲେ । ସଉମି ପାଣ୍ଡେ ଓ ମୁସିର ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ତେବେ ପ୍ରଥମ ଦୁଇ ଟେଷ୍ଟ ପରେ ଏହାକୁ ନେଇ ଚିତ୍ର ଅନେକାଂଶରେ ସ୍ପଷ୍ଟ ହୋଇଛି। ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍?
ଭାରତୀୟ ଟିମ୍ ହାଇଦରାବାଦ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୯୦ ରନ୍ର ପ୍ରଥମ ଇନିଂସ୍ ଅଗ୍ରଣୀ ସତ୍ତ୍ୱେ ୨୮ ରନ୍ରେ ମ୍ୟାଚ୍ ହାରିଯାଇଥିଲା। ଏହା ଏକ ଅପ୍ରତ୍ୟାଶିତ ପରାଜୟ ଥିଲା।
କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ବୋଲର୍ ବ୍ରେଣ୍ଡନ୍ ମ୍ୟାକୁଲମ୍ଙ୍କ ‘ବାଜ୍ବଲ୍’ ରଣନୀତିକୁ ବିଫଳ କରିଦେଇଥିଲେ। ଆୟୋଜକ ଟିମ୍ ୧୦୬ ରନ୍ରେ ମ୍ୟାଚ୍ ଜିତିଥିଲା ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ସମାନ ସ୍ଥିତିକୁ ଚାଲିଆସିଥିଲା।
ଏବେ ଆଉ ତିନିଟି ମ୍ୟାଚ୍ ବାକି ଅଛି। ଅନ୍ୟପଟେ, ଟିମ୍ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଓ ‘ବାଜ୍ବଲ୍’ର ଦୃଢ଼ ଦମନ ଇଂଲଣ୍ଡ ଶିବିରରେ ଚିନ୍ତା ବଢ଼ାଇ ଦେଇଛି।
ଭାରତୀୟ ବୋଲର୍ମାନେ ଅବଶ୍ୟ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତିକୁ ଫଳପ୍ରଦ ହେବାକୁ ଦେଇ ନ ଥିଲେ, କିନ୍ତୁ ଦ୍ୱିତୀୟ ଇନିଂସ୍ରେ ସେମାନଙ୍କୁ ସଫଳତା ମିଳି ନ ଥିଲା। ବିଶେଷକରି ଓଲି ପୋପ୍ଙ୍କ ରଣନୀତି ରଣନୀତି ଅନ୍ତର୍ଗତ ଅଣ-ପାରମ୍ପରିକ ଶୈଳୀର ବ୍ୟାଟିଂ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା।
ପ୍ରଥମ ଇନିଂସ୍ରେ ୨୫୦ ରନ୍ କରିପାରି ନ ଥିବା ଟିମ୍ ଦ୍ୱିତୀୟ ଇନିଂସ୍ରେ ୪୨୦ ରନ୍ କରିଥିଲା, ଅଥଚ ପ୍ରଥମ ଇନିଂସ୍ରେ ୪୩୬ ରନ୍ କରିଥିବା ଟିମ୍ ଇଣ୍ଡିଆ ୨୦୨ ରନ୍ରେ ସୀମିତ ରହିଥିଲା।
ପୋପ୍ଙ୍କ ଇନିଂସ୍ରେ ସ୍ୱିପ୍, ରିଭର୍ସ ସ୍ୱିପ୍ ଓ ରିଭର୍ସ ସ୍କୁପ୍ ସଟ୍ ଦେଖିବାକୁ ମିଳିଥିଲା। ତାଙ୍କ ବ୍ୟାଟିଂ ଆଗରେ ଭାରତୀୟ ସ୍ପିନର୍ - ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ସତେ ଯେମିତି ନିଷ୍ପ୍ରଭ ଜଣାପଡ଼ୁଥିଲେ।
ଖୋଦ୍ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ମ୍ୟାଚ୍ ଶେଷରେ ସ୍ୱୀକାର କରିଥିଲେ ଯେ ସିରିଜ୍ରେ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟଙ୍କୁ ‘ବାଜ୍ବଲ୍’ର ମୁକାବିଲା କରିବାକୁ ହେବ। ତାଙ୍କ କହିବାନୁଯାୟୀ ଗୁଣାତ୍ମକ ସ୍ପିନର୍ଙ୍କ ଆଗରେ କେହି ଏଭଳି ନିରନ୍ତର ଭାବେ ଅଣ-ପାରମ୍ପରିକ ସଟ୍ ଖେଳିବା ସେ ପୂର୍ବରୁ କେବେ ଦେଖି ନ ଥିଲେ।
ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ଚେତାବନୀ ଦେଇ କହିଥିଲେ ଯେ ହାଇଦରାବାଦ ଟେଷ୍ଟରେ ପରାଜୟ ଭାରତୀୟ ଟିମ୍ ପାଇଁ ସତର୍କଘଣ୍ଟି ହେବା ଆବଶ୍ୟକ, କାରଣ ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି ଧିମା ପିଚ୍ରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ।
ହୁସେନ୍ ‘ସ୍କାଏ ସ୍ପୋର୍ଟ୍ସ’ ପାଇଁ ନିଜ ସ୍ତମ୍ଭରେ ଲେଖିଥିଲେ ଯେ ପ୍ରଥମ ଇନିଂସ୍ରେ ଇଂଲଣ୍ଡ ୧୯୦ ରନ୍ରେ ପଛରେ ରହିଥିଲା। କିନ୍ତୁ ଏତେ ଦକ୍ଷ ସ୍ପିନର୍ଙ୍କ ଆଗରେ ଓଲୀ ପୋପ୍ ଏକ ସ୍ମରଣୀୟ ଇନିଂସ୍ ଖେଳିଥିଲେ।
ତେବେ ବିଶାଖାପାଟଣା ଠାରେ ଆୟୋଜିତ ଦ୍ୱିତୀୟ ଟେଷ୍ଟରେ ଦୃଶ୍ୟପଟ ଭିନ୍ନ ଥିଲା। ଇଂଲଣ୍ଡ ଟିମ୍ ଆକ୍ରମଣାତ୍ମକ ଶୈଳୀରେ ୩୯୯ ରନ୍ ବିଜୟଲକ୍ଷ୍ୟର ପିଛା କରିଥିଲେ ବି ବହୁ ଦୂରରେ ରହିଯାଇଥିଲା, ଅଥଚ ଟିମ୍ ପାଖରେ ପାଖାପାଖି ଦେଢ଼ ଦିନର ସମୟ ଥିଲା। ସେଠାରେ ‘ବାଜ୍ବଲ୍’ ଫ୍ଲପ୍ ହୋଇଥିଲା।
ଭାରତୀୟ ଟିମ୍ ପ୍ରଥମ ଇନିଂସ୍ରେ ୩୯୬ ରନ୍ କରିଥିଲା, ଜବାବରେ ଇଂଲଣ୍ଡ ଟିମ୍ ୨୫୩ ରନ୍ କରି ୧୪୩ ରନ୍ ପଛରେ ରହିଥିଲା। ଦ୍ୱିତୀୟ ଇନିଂସ୍ରେ ରୋହିତ ଶର୍ମାଙ୍କ ଟିମ୍ ୨୫୫ ରନ୍ରେ ସୀମିତ ରହିଥିବା ବେଳେ ବେନ୍ ଷ୍ଟୋକ୍ସଙ୍କ ଟିମ୍ ୨୯୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ନା ପୋପ୍ କିଛି କରିପାରିଥିଲେ ନା ଅଧିନାୟକ ଷ୍ଟୋକ୍ସ। ମ୍ୟାଚ୍ରେ ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରା ସର୍ବାଧିକ ୯ ୱିକେଟ୍ ନେଇଥିବା ବେଳେ ତିନି ସ୍ପିନର୍ ମୋଟ୍ ୯ ୱିକେଟ୍ ପାଇଥିଲେ।
୨୦୨୨ ମସିହା କଥା। ସେତେବେଳେ ଜୋ’ ରୁଟ୍ଙ୍କ ଅଧିନାୟକତ୍ୱ ପ୍ରଶ୍ନଘେରକୁ ଚାଲିଆସିଥିଲା। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ଟିମ୍ ପୂର୍ବ ୧୭ ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତିପାରିଥିଲା। ସେ ବ୍ୟାଟିଂରେ ମଧ୍ୟ ବିଶେଷ ଯୋଗଦାନ ଦେଇପାରି ନ ଥିଲେ। ଏହି କାରଣରୁ ରୁଟ୍ ଅଧିନାୟକତ୍ୱ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ।
ଏହାପରେ ଇଂଲଣ୍ଡ ଟିମ୍ର ନୂଆ ଅଧିନାୟକ ହେଲେ ବେନ୍ ଷ୍ଟୋକ୍ସ। ଏହା ସହିତ ଇଂଲଣ୍ଡ ଟିମ୍ରେ ଏଭଳି ଜଣେ ଗୁରୁଙ୍କ ପ୍ରବେଶ ହେଲା, ଯିଏ ଟିମ୍ର ଦିଶା ଓ ଦଶା ବଦଳାଇ ଦେଇଥିଲେ। ସେ ଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ବ୍ରେଣ୍ଡନ୍ ମ୍ୟାକୁଲମ୍।
ଇଏସ୍ପିଏସନ୍ କ୍ରିକ୍ଇନ୍ଫୋ ୟୁକେର ସମ୍ପାଦକ ଆଣ୍ଡ୍ର୍ୟୁ ମିଲର୍ ୨୦୨୨ ଇଂଲିଶ୍ କ୍ରିକେଟ୍ ସିଜନ୍ ସମୟରେ ‘ବାଜ୍ବଲ୍’ର ନାମକରଣ କରିଥିଲେ, ଯାହା ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ କ୍ରିକେଟ୍ ଟିମ୍ର ଖେଳ ଶୈଳୀକୁ ଦର୍ଶାଉଥିଲା। ୨୦୨୨ ମେ’ରେ ମ୍ୟାକୁଲମ୍ ଟେଷ୍ଟ ଟିମ୍ର ମୁଖ୍ୟ କୋଚ୍ ଓ ଷ୍ଟୋକ୍ସ ଅଧିନାୟକ ନିଯୁକ୍ତ ହେବା ପରେ ଏହି ଖେଳ ଶୈଳୀ ବିକଶିତ ହୋଇଥିଲା।
କୁହାଯାଏ, ‘ବାଜ୍ବଲ୍’ ରଣନୀତି ଅନୁଯାୟୀ ଖେଳିବା ବେଳେ ସକାରାତ୍ମକ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଇଥାଏ। କ୍ଷିପ୍ର ରନ୍ ହାର ଟିମ୍କୁ ଆଗୁଆ ଇନିଂସ୍ ସମାପ୍ତି ଘୋଷଣା କରିବା ଓ ଫଳାଫଳ ପାଇଁ ପ୍ରୟାସ କରିବାର ଅନୁମତି ଦେଇଥାଏ।
ମ୍ୟାକୁଲମ୍ଙ୍କ କ୍ଷିପ୍ର ମସ୍ତିଷ୍କ ଓ ଷ୍ଟୋକ୍ସଙ୍କ କ୍ରିକେଟ୍ କୌଶଳ ବଳରେ ଇଂଲଣ୍ଡ ଟିମ୍ ଏଭଳି ପଥରେ ଚାଲିଲା, ଯାହା ଲକ୍ଷ୍ୟସ୍ଥଳରେ ଯାଇ ଅଟକୁଥିଲା। ସେଠାରେ ସାଧାରଣତଃ ଡ୍ର’ର ସ୍ଥାନ ନ ଥିଲା।
ଇଂଲଣ୍ଡ ଟେଷ୍ଟ ଟିମ୍ର କୋଚ୍ ହେବା ପୂର୍ବରୁ ମ୍ୟାକୁଲମ୍ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ର ଅଧିନାୟକ ମଧ୍ୟ ଥିଲେ। ତାଙ୍କ ନେତୃତ୍ୱରେ କିୱି ଟିମ୍ ୨୦୧୫ ଦିନିକିଆ ବିଶ୍ୱକପ୍ର ଫାଇନାଲ୍ରେ ସ୍ଥାନ ପାଇଥିଲା। ସେ ସବୁବେଳେ ଧୂଆଁଦାର ବ୍ୟାଟିଂ ପାଇଁ ଖ୍ୟାତ ଥିଲେ।
ସୀମିତ ଓଭର୍ ହେଉ ବା ଟେଷ୍ଟ, ମ୍ୟାକୁଲମ୍ ପଡ଼ିଆକୁ ଆସୁ ଆସୁ ରନ୍ ବର୍ଷା ଆରମ୍ଭ କରିଦେଉଥିଲେ। ତାଙ୍କ ତୁଣୀରରେ ସବୁ ତୀର ଥିଲା, ଯାହା ବିରୋଧୀ ଟିମ୍କୁ ଧରାଶାୟୀ କରିପାରିବ। ସେ ନିଜ ଦମ୍ରେ ଟିମ୍କୁ ଅନେକ ମ୍ୟାଚ୍ ଜିତାଇଥିଲେ। ‘ବାଜ୍’ ତାଙ୍କ ଡାକ ନାଁ।
ଏହି ପୂର୍ବତନ ବ୍ୟାଟର୍ ତାଙ୍କ ସମୟରେ ଯେଉଁଭଳି ଖେଳୁଥିଲେ, ସେହି ମନ୍ତ୍ର (ବାଜ୍ବଲ୍) ଇଂଲଣ୍ଡ ଟେଷ୍ଟ ଟିମ୍କୁ ଶିଖାଇଥିଲେ। ଟିମ୍ ନିଜ ବ୍ୟାଟିଂ ପ୍ରଦର୍ଶନରେ ଆକ୍ରମଣାତ୍ମକତା ଦେଖାଇ ଟେଷ୍ଟ କ୍ରିକେଟ୍ର ସଂଜ୍ଞା ବଦଳାଇ ଦେଇଥିଲା। ପିଚ୍ ଯେଉଁଭଳି ହେଉ ପଛେ, ଦ୍ରୁତ ଗତିରେ ସ୍କୋର୍ କରି ବିପକ୍ଷ ଦଳର ମନୋବଳ ଭାଙ୍ଗିବା ‘ବାଜ୍ବଲ୍’ର ମୁଖ୍ୟ ଉଦ୍ଦେଶ୍ୟ।
ମ୍ୟାକୁଲମ୍-ଷ୍ଟୋକ୍ସ ଯୁଗରେ ଇଂଲଣ୍ଡ ଟିମ୍ ୨୧ ଟେଷ୍ଟ ଖେଳି ୧୪ ମ୍ୟାଚ୍ ଜିତିଥିବା ବେଳେ ୬ ମ୍ୟାଚ୍ରେ ପରାଜିତ ହୋଇଛି। କେବଳ ଗୋଟିଏ ମ୍ୟାଚ୍ ଡ୍ର’ ରହିଛି।
ଦ୍ୱିତୀୟ ମ୍ୟାଚ୍ ହାରିବା ସତ୍ତ୍ୱେ ଇଂଲଣ୍ଡ ଟିମ୍ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ରେ ‘ବାଜ୍ବଲ୍’ ରଣନୀତି ଜାରି ରଖିବାକୁ ପ୍ରୟାସ କରିବ, କାରଣ ଏହି ରଣନୀତି ଟିମ୍କୁ ଅଧିକ ସଫଳତା ଦେଇଛି। ଆଗକୁ ଟିମ୍ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିପାରେ। ତେଣୁ ଟିମ୍ ଇଣ୍ଡିଆ ସତର୍କ ରହିବା ଜରୁରୀ। ‘ବାଜ୍ବଲ୍’ ଚାଲେଞ୍ଜ୍ ଶେଷ ହୋଇ ନାହିଁ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>କୌଣସି ଭୁଲ ନିଷ୍ପତ୍ତି ହେଉ ବା କଥା କଟାକଟିକୁ ନେଇ କ୍ରିକେଟ୍ ମ୍ୟାଚ୍ରେ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଦେଖିଥିବେ, କିନ୍ତୁ ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ସମଗ୍ର କ୍ରିକେଟ୍ ଜଗତକୁ ଚକିତ କରିଛି । ଏହି ମାମଲା ରାଜସ୍ଥାନର, ଯେଉଁଠାରେ ଜଣେ ସାଙ୍ଗ ପିଲାମାନଙ୍କ ମଧ୍ୟରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ୍ରେ ପରାଜୟର କଷ୍ଟକୁ ସହି ନ ପାରି ନିଜ ସାଙ୍ଗକୁ ହତ୍ୟା କରିଛନ୍ତି । ଏହା କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛି ।
ଏହି ହତ୍ୟା ରାଜସ୍ଥାନର ଝାଲାୱାର ଜିଲ୍ଲାର ଭବାନୀ ମଣ୍ଡି ଅଞ୍ଚଳରେ ଘଟିଛି । ଏଠାରେ ମଙ୍ଗଳବାର ଖେଳାଯାଇଥିବା ଏକ କ୍ରିକେଟ୍ ମ୍ୟାଚ୍ରେ ହାରିଥିବା ଦଳର ଜଣେ ପିଲା ହତ୍ୟା କରିଛି । ରାଜସ୍ଥାନ ଟେକ୍ସଟାଇଲ୍ ମିଲ୍ସ ଲେବର କଲୋନୀରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ୨୪ ବର୍ଷୀୟ ମୁକେଶ (ମୁକେଶ ମୀନା) ପ୍ରକାଶଙ୍କୁ ( ୧୫ ) ହତ୍ୟା କରିଛି ।
ପ୍ରକାଶ ସାହୁ ତାଙ୍କ ଦଳର ବିଜୟ ଉତ୍ସବ ପାଳନ କରୁଥିଲେ, କିନ୍ତୁ ବିପକ୍ଷ ଦଳରେ ଥିବା ତାଙ୍କ ବନ୍ଧୁ ମୁକେଶ ଏହାକୁ ସହ୍ୟ କରିପାରିନଥିଲେ ଏବଂ ପଡ଼ିଆରେ ରାଗିଯାଇ ପ୍ରକାଶଙ୍କ ମୁଣ୍ତକୁ ବ୍ୟାଟ୍ରେ ପିଟିଥିଲେ । ପ୍ରକାଶଙ୍କ ମୁଣ୍ତରେ ଗଭୀର ଭାବରେ ଆଘାତ ଲାଗିଥିଲା । ପ୍ରକାଶ ଏତେ ଗୁରୁତର ଭାବରେ ଆହତ ହୋଇଥିଲେ ଯେ ତାଙ୍କୁ ବଞ୍ଚାଇବା ମଧ୍ୟ କଷ୍ଟସାଧ୍ୟ ମନେ ହେଉଥିଲା ଏବଂ ଯେତେବେଳେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେତେବେଳେ ସେଠାରୁ କୋଟାକୁ ରେଫର୍ କରାଯାଇଥିଲା ଏବଂ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ ।
ଆଇପିସିର ଧାରା ୩୦୨ (ହତ୍ୟା) ଅନୁଯାୟୀ ମୁକେଶ ମୀନାଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୋଲିସ କହିଛି ଯେ ପ୍ରକାଶ ଓ ମୁକେଶ ବନ୍ଧୁ ଥିଲେ । ପ୍ରକାଶ ଭବାନୀ ମଣ୍ଡି ସିନିୟର ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ । ଏହି ଘଟଣା ପରେ ତାଙ୍କ ଘର ନିକଟରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
]]>ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୪୫ ରନର ଟାର୍ଗେଟ ଦେଇଥିଲା। ଯାହାର ପିଛା କରିଥିବା ଭାରତୀୟ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଧୂଆଧାଁର ବ୍ୟାଟିଂ କରି ସାମ୍ନାକୁ ଆସିଛନ୍ତି ଆଉ ଜଣେ ସଚିନ୍।
ଟିମ୍ ର ସଚିନ୍ ଧସଙ୍କ ଧୂଆଁଧାର ୯୬ ରନ୍ ସାରା ବିଶ୍ୱର କ୍ରୀଡ଼ା ପ୍ରେମୀଙ୍କ ନଜର ଆକର୍ଷିତ କରିଛି। ଆଜିର ମ୍ୟାଚ୍ ଜିତି ପ୍ରଥମ ଟିମ୍ ଭାବେ ବିଶ୍ୱକପ୍ ରେ ପ୍ରବେଶ କରିଛି ଅଣ୍ଡର-୧୯ ଟିମ୍ ଇଣ୍ଡିଆ।
]]>U-19 ଫାଇନାଲରେ ଭାରତ। ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ରେ ବାଜି ମାରିଛି ଟିମ୍ ଇଣ୍ଡିଆ। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। #Cricket #India #Under19 pic.twitter.com/Ij80Qj1yOh
— ଓଟିଭି (@otvkhabar) February 6, 2024
ତେବେ ଉଭୟ ଦଳର ସମାନ ସ୍କୋର ହୋଇଯିବାରୁ ସୁପର ଓଭର ଖେଳା ଯାଇଥିଲା । ପ୍ରଥମ ସୁପର ଓଭରରେ କିନ୍ତୁ ଏକ ବିତର୍କ ମୁଣ୍ତ ଟେକିଛି । ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।
ଶେଷ ବଲରୁ ମାତ୍ର ଗୋଟିଏ ରନ ସଂଗ୍ରହ ହେବାରୁ ଦ୍ୱିତୀୟ ସୁପର ଓଭର ହୋଇଥିଲା । ଏଣୁ ରୋହିତ ପୁଣି ବ୍ୟାଟିଂ ପାଇଁ ପଡ଼ିଆକୁ ଫେରିଥିଲେ । ତେବେ ସେ ସମୟରେ ରୋହିତ ପୁଣି ଥରେ ବ୍ୟାଟିଂ ପାଇଁ ଆସିବା ଠିକ କି ଭୁଲ ସେ ଉପରେ ବିତର୍କ ସୃଷ୍ଟି ହୋଇଥିଲା ।
ପୁରୁଷ ଟି-୨୦ ପାଇଁ ଆଇସିସିର ନିୟମ ଅନୁଯାୟୀ, ପୂର୍ବ ସୁପର ଓଭରରେ ଆଉଟ ହୋଇଥିଲେ ଦ୍ୱିତୀୟ ସୁପର ଓଭରରେ ଖେଳିପାରିବେନି । ଅନ୍ୟପଟେ ରୋହିତ ଦ୍ୱିତୀୟ ସୁପର ଓଭରରେ ଖେଳିବାକୁ ଆସିଥିଲେ । ଏଣୁ ଏହା ଆଉ ଏକ ବିତର୍କର ସୃଷ୍ଟି କରିଥିଲା ।
ତେବେ ଅମ୍ପାୟାରମାନେ ରୋହିତ ରିଟାୟାର୍ଡ ହର୍ଟ କି ରିଟାୟାର୍ଡ ଆଉଟ .. ସେନେଇ କୌଣସି ସ୍ପଷ୍ଟୀକରଣ ଦେଇ ନ ଥିବାରୁ ଏପରି ବିବାଦ ଉପୁଜିଛି । ଯଦି ରୋହିତଙ୍କ ରିଟାୟାର୍ଡ ଆଉଟ ହୋଇ ଥାଆନ୍ତେ, ତେବେ ସେ ପରିବର୍ତ୍ତୀ ସୁପର ଓଭରରେ ବ୍ୟାଟିଂ କରିବା କଥା ନୁହେଁ । ଅନ୍ୟପଟେ ରିଟାୟାର୍ଡ ହର୍ଟ ହୋଇଥିଲେ, ପରବର୍ତ୍ତୀ ଓଭରରେ ବ୍ୟାଟିଂ କରିପାରିବେ । କିନ୍ତୁ ଅମ୍ପାୟାର କୌଣସି ସ୍ପଷ୍ଟୀକରଣ ଦେଇନଥିବାରୁ ରୋହିତଙ୍କୁ ରିଟାୟାର୍ଡ ହର୍ଟ ବୋଲି ବିବେଚନା କରାଯାଇଥିଲା ।
ଗୋଟିଏ ମ୍ୟାଚରେ ତିନି ତିନି ଥର ବ୍ୟାଟିଂ ପାଇଁ ଆସିଥିଲେ ରୋହିତ ଶର୍ମା । ଏନେଇ ସେ ସାମ୍ୱାଦିକ ସମ୍ମିଳନୀରେ ମଧ୍ୟ ମତବ୍ୟକ୍ତ କରିଥିଲେ । ଭାଗିଦାରୀ ତିଆରି କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଏଣୁ ରିଙ୍କୁ ଓ ମୁଁ ତାହା କରିଥିଲୁ । ଚାପ ଥିଲା ଏବଂ ଲମ୍ବା ବ୍ୟାଟିଂର ଆବଶ୍ୟକତା ଥିଲା । ମ୍ୟାଚ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ରୋହିତ ଶର୍ମା ।
]]>ଏହା ସହ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଦେଖିବାକୁ ମିଳିପାରେ । ଶେଷ ମ୍ୟାଚରେ ସଞ୍ଜୁ ସାମସନ, କୁଲଦୀପ ଯାଦବଙ୍କୁ ଖେଳାଇ ପାରନ୍ତି ରୋହିତ ଶର୍ମା । ଆଜିର ମ୍ୟାଚରେ ରବି ବିଷ୍ଣୋଇ ଓ ୱାସିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦିଆ ଯାଇପାରେ । ସେହିପରି ମୁକେଶ କୁମାର କିମ୍ବା ଆଭେସ ଖାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।
ଏହାବାଦ ଭାରତୀୟ ବ୍ୟାଟିଂ ଲାଇନଅପ ଭଲ ରହିଛି । ତେବେ ଅଧିନାୟକ ଭାବେ ରୋହିତ ଶର୍ମା ଦୁଇଟି ପାଳିରେ ଖାତା ଖୋଲିପାରି ନାହାଁନ୍ତି ।ଏହା ହିଁ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଅନ୍ୟପଟେ ଅଫଗାନିସ୍ତାନ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି । ଭାରତୀୟ ବ୍ୟାଟିଂ ଲାଇନ ଅପକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି ବିପକ୍ଷ ଦଳର ବୋଲର ।
ତେବେ ଆଜିର ମ୍ୟାଚରେ ସମ୍ମାନ ବଞ୍ଚାଇବାକୁ ହେଲେ ମହମ୍ମଦ ନବି ଓ ମୁଜିବ ଉର୍ ରେହମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଦ୍ୱିତୀୟ ମ୍ୟାଚରେ ଅଫଗାନ ବ୍ୟାଟର ଯଦିଓ ଭଲ ପ୍ରଦର୍ଶନ ଦେଇଥିଲେ, ତଥାପି ଆଜିର ମ୍ୟାଚ ଜିତିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ ଦେବାକୁ ପଡ଼ିବ ।
ଚିନ୍ନାସ୍ୱାମୀରେ ରନର ବର୍ଷା ଦେଖିବାକୁ ମିଳିପାରେ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରାହାରି ଦେଢ଼ ଶହ ରନ କରିଥାଏ । ତେବେ ଟସ ଜିତିଥିବା ଦଳ ବ୍ୟାଟିଂ ଆମନ୍ତ୍ରଣ ଦେଇପାରେ ବୋଲି ଆକଳନ କରାଯାଉଛି । ଏହି ମ୍ୟାଚ ସିରିଜର ଶେଷ ମ୍ୟାଚ ହୋଇଥିବାରୁ ଓ ଆଗରୁ ସିରିଜି ଜିତି ସାରିଥିବାରୁ ଭାରତୀୟ ଦଳରେ ଆଜି କିଛି ପରୀକ୍ଷା ନିରୀକ୍ଷା କରାଯାଇପାରେ । ଅନ୍ୟପଟେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଏହା ହେଉଛି ଭାରତର ଶେଷ ମ୍ୟାଚ।
]]>ଆଜି ଏକ ବଡ ମୁକାବିଲାରେ ସିଡନୀ ସିକ୍ସରକୁ ଭେଟିବ ସିଡନୀ ଥଣ୍ଡର । ଆଉ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଲାଗି ୱାର୍ଣ୍ଣରଙ୍କୁ ଟିମରେ ସାମିଲ କରାଯାଇଥିଲା । ତେବେ ୱାର୍ଣ୍ଣର ନିଜ ଭାଇ ବାହାଘର ଲାଗି ସିଡନୀଠାରୁ ୨୫୦ କିଲୋମିଟର ଦୂର ହଣ୍ଟର ଭ୍ୟାଲିକୁ ଯାଇଥିଲେ ।
ଏଣୁ ଖେଳିବା ଲାଗି ସେ ମ୍ୟାଚର ଠିକ୍ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିଥିଲେ । ୱାର୍ଣ୍ଣର ଚଳିତ ବିଗ ବାସ୍ ଲିଗରେ ସିଡନୀ ଥଣ୍ଡର ପକ୍ଷରୁ ୩ଟି ମ୍ୟାଚ ଖେଳିବେ । ଅନ୍ୟପଟେ ଟେଷ୍ଟ ଓ ଦିନିକିଆରୁ ନିକଟରେ ଅବସର ଘୋଷଣା କରିଛନ୍ତି ୱାର୍ଣ୍ଣର । ପୂର୍ବରୁ ଟେଷ୍ଟ ଛାଡ଼ିଥିବା ବେଳେ ନୂଆବର୍ଷରେ ଦିନିକିଆ ଛାଡ଼ିଛନ୍ତି ୱାର୍ଣ୍ଣର ।
ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ ଡେଭିଡ୍ ୱାର୍ଣ୍ଣର। ବିଗ୍ ବାସ୍ ଲିଗ୍ ଖେଳିବା ପାଇଁ ହେଲିକପ୍ଟରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡକୁ ଆସିଲେ ୱାର୍ଣ୍ଣର।#BigBash #DavidWarner #OTV pic.twitter.com/DwStnzgRDC
— ଓଟିଭି (@otvkhabar) January 12, 2024
ପରିବାରକୁ ଅଧିକ ସମୟ ଦେବାକୁ ୱାର୍ଣ୍ଣର ଦିନିକିଆ କ୍ରିକେଟକୁ ବାଏ ବାଏ କହିଥିଲେ । ତେବେ ଆଗାମୀ ଚାମ୍ପିୟନ୍ସ ଟ୍ରଫି ପାଇଁ ଯଦି ଓପନରଙ୍କ ଆବଶ୍ୟକତା ପଡେ ତେବେ ସେ ପୁଣିଥରେ କ୍ରିକେଟ ପଡିଆକୁ ଫେରିବେ ବୋଲି କହିଥିଲେ । ୨୦୨୫ରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।
ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟର ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ । ୱାର୍ଣ୍ଣର ୧୬୧ ଦିନିକିଆ ମ୍ୟାଚରୁ ୬୯୩୨ ରନ୍ କରିଥିବା ବେଳେ ୧୧୧ଟି ଟେଷ୍ଟ ମ୍ୟାଚରେ ୮୬୯୫ ରନ୍ କରିଛନ୍ତି । ୨୦୦୯ରେ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ପଦାର୍ପଣ କରିଥିଲେ ଡେଭିଡ ୱାର୍ଣ୍ଣର ।
]]>ଆଜି ଦ୍ବିତୀୟ ଦିନରେ ୬୨ ରନ୍ ୩ ୱିକେଟରୁ ଦ୍ବିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଘରୋଇ ଦଳ । ବ୍ୟାଟିଂ କରି ୭୯ ରନର ଟାର୍ଗେଟ ଦେଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ୫୫ ରନ କରିଥିବା ଦକ୍ଷିଣ ଆଫ୍ରିକା, ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରି ୧୭୬ ରନ୍ କରିଥିଲା । ଫଳରେ ଭାରତ ସାମ୍ନାରେ ୭୯ ରନର ବିଜୟ ଲକ୍ଷ୍ୟ ରହିଥିଲା ।
ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରିଥିବା ବେଳେ, ଦ୍ବିତୀୟ ଇନିଂସରେ ୩ ୱିକେଟରେ ହରାଇ ୮୦ ରନ୍ କରି ଦେଇଥିଲା । ଏହି ବିଜୟ ସହ ଭାରତ ସିରିଜ ମଧ୍ୟ ବରାବର କରି ନେଇଛି ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୫୫ ରନ୍ ରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରିଥିଲା । ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ଘରୋଇ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରି ଦେଇଥିଲେ । ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା ।
]]>ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ଘରୋଇ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରି ଦେଇଥିଲେ । ମାତ୍ର ୫୫ ରନରେ ଅଲଆଉଟ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା । ପରେ ପରେ ଭାରତ ଭଲ ଆରମ୍ଭ କରିଥିଲା । ଭାରତ ତରଫରୁ ରୋହିତ ଶର୍ମା, ଶୁବମାନ ଗିଲ ଯଥାକ୍ରମେ ୩୯ ଓ ୩୬ ରନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେବଳ କୋହଲି ୪୬ ରନ କରି ପାରିଥିଲେ । ଏହା ପରେ ତାସ ପତା ଭୁସୁଡ଼ିଲା ଭଳି ଭୁସୁଡ଼ି ଯାଇଥିଲା ଭାରତର ବ୍ୟାଟିଂ ଲାଇନଅପ । ଅନ୍ୟ କୌଣସି ବ୍ୟାଟର ଗୋଟେ ମଧ୍ୟ ରନ କରି ପାରିନଥିଲେ । ଫଳରେ ଅଲୋଡ଼ା ରେକର୍ଡ କରିଥିଲା ଭାରତ । ୧୪୭ ବର୍ଷର ଇତିହାସରେ ମାତ୍ର ୧୧ ବଲରେ ବିନା କୌଣସି ରନରେ ୬ ଟି ୱିକେଟ ହରାଇଥିଲା ଭାରତୀୟ ଦଳ । ଅତି ଆଶ୍ଚର୍ଯ୍ୟଜନକ ଭାବରେ ଭାରତର ବ୍ୟାଟିଂ ସମାପ୍ତ ହୋଇ ଯାଇଥିଲା ।
ଗୋଟେ ସମୟରେ ୩ ୱିକେଟରେ ୧୦୫ରନ କରି ଭଲ ସ୍ଥିତିରେ ଥିବା ଭାରତ ମାତ୍ର ୧୫୩ ରନରେ ଅଲଆଉଟ ହୋଇ ଯାଇଥିଲା । ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ସ୍କୋରରେ ୫ କିମ୍ବା ଏହାଠାରୁ ଅଧିକ ୱିକେଟ ପତନ ହେବାରେ ଏହା ପ୍ରଥମ ଘଟଣା । ଭାରତର ମାତ୍ର ଜଣେ ବ୍ୟାଟର ଖାତା ଖୋଲିପାରି ନଥିଲେ ।
]]>ଏହା ପୂର୍ବରୁ ସେ ୨୦୧୨ରେ ୨୧୮୬ ରନ୍, ୨୦୧୪ରେ ୨୨୮୬ ରନ୍, ୨୦୧୬ରେ ୨୫୯୫ ରନ୍, ୨୦୧୭ରେ ୨୮୧୮ ରନ୍, ୨୦୧୮ରେ ୨୭୩୫ ରନ୍ ଏବଂ ୨୦୧୯ରେ ୨୪୫୫ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରି ପାରିନାହାନ୍ତି ।
ଅନ୍ୟପଟେ ଫାଷ୍ଟ ବୋଲରଙ୍କ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଗୋଟେ ଇଂନିସ ଓ ୩୨ ରନରେ ଭାରତକୁ ପରାଜିତ କରିଛି । ଫଳରେ ପ୍ରଥମ ଟେଷ୍ଟ ମ୍ୟାଚରେ ଜିତି ଦକ୍ଷିଣ ଆଫ୍ରିକା ସିରିଜରେ ଅଗ୍ରଣୀ ରହିଛି । ୫ ଦିନ ବ୍ୟାପୀ ଖେଳା ଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାତର ଏହି ଲଜ୍ୟାଜନକ ପରାଜୟ ଭୋଗିଛି ।
ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକାର ବ୍ୟାଟର ଡିନ ଏଲଗାରଙ୍କ ୧୮୫ ରନ ବଳରେ ୧୬୩ ରନ କରି ଅଗ୍ରଣୀ ରହିଥିଲା । ଦ୍ୱିତୀୟ ଇଂନିସରେ ଭାରତ ମାତ୍ର ୧୩୧ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂନିସ ପରାଜୟ ଭୋଗିଥିଲା ଟିମ ଇଣ୍ତିଆ ।
]]>ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଟ୍ରେଡିଂ ଜରିଆରେ ନିଜ ଟିମ୍ରେ ସାମିଲ କରିଛି। ଏହି ଅଲ୍ରାଉଣ୍ଡର୍ ଅବଶ୍ୟ ପୂର୍ବରୁ ଆଇପିଏଲ୍ରେ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ସେ ପୂର୍ବ ଦୁଇ ସିଜନ୍ରେ ଗୁଜରାଟ ଟାଇଟନ୍ସର ସଫଳ ନେତୃତ୍ୱ ନେଇଥିଲେ।
ହାର୍ଦ୍ଦିକ ଏବେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ନିୟମିତ ଅଧିନାୟକ ହେବେ। ତାଙ୍କ ପୂର୍ବରୁ ରୋହିତ, ରିକି ପଣ୍ଟିଂ, ହରଭଜନ ସିଂହ ଓ ସଚିନ ତେନ୍ଦୁଲକର ଟିମ୍ର ନେତୃତ୍ୱ ନେଇସାରିଛନ୍ତି।
ତେବେ ଟିମ୍ର ଅଧିନାୟକ ପରିବର୍ତ୍ତନ ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବହୁ ପ୍ରଶଂସକ ଅନ୍ଫଲୋ କରିଦେଇଛନ୍ତି। ରୋହିତ ଟିମ୍ର ଅଧିନାୟକ ଥିବା ବେଳେ ଇନ୍ଷ୍ଟାଗ୍ରାମ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଏକ କୋଟି ୪୦ ଲକ୍ଷରୁ ଅଧିକ ଫଲୋଅର୍ ଥିଲେ, କିନ୍ତୁ ଏବେ ଏହା ଏକ କୋଟି ୨୮ ଲକ୍ଷକୁ ଖସିଆସିଛି।
ଏହା ସହ ଆଇପିଏଲ୍ରେ ରୋହିତଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଶ୍ନ ଉଠିଛି ଯେ ଆଇପିଏଲ୍ରେ ଆଗକୁ କ’ଣ କରିବେ ରୋହିତ? ଲିଗ୍ରେ ତାଙ୍କ ସମୟ କ’ଣ ସରିଆସିଲାଣି?
ଟି-୨୦ ଆନ୍ତର୍ଜାତିକରେ ମଧ୍ୟ ରୋହିତଙ୍କୁ ନେଇ ସମାନ ପ୍ରଶ୍ନ ଉଙ୍କି ମାରିଛି। ତେବେ ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରେ ସେ ୨୦୨୪ ବିଶ୍ୱକପ୍ ଯାଏଁ ଖେଳିପାରନ୍ତି ଏବଂ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଟିମ୍ର ନେତୃତ୍ୱ ବି ନେଇପାରନ୍ତି।
ସେଥିରେ ସେ ସଫଳ ହେବେ କି ବିଫଳ ହେବେ, ତାହା ଭିନ୍ନ କଥା; ହେଲେ ନିଜ କ୍ୟାରିଅର୍କୁ ବଞ୍ଚାଇବାକୁ ହେଲେ ଆଗକୁ ଏହି ୩୬ବର୍ଷୀୟ ଖେଳାଳିଙ୍କୁ ଏହି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ। ବୟସ ବଢ଼ିଲେ ସବୁ ଫର୍ମାଟ୍ରେ ଖେଳ ଜାରି ରଖିବା ସହଜ ନୁହେଁ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ୍ କରୁଛି।
ଟି-୨୦ ଆନ୍ତର୍ଜାତିକରେ ବି ଅଧିନାୟକ ଭାବେ ହାର୍ଦ୍ଦିକ ତାଙ୍କର ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରନ୍ତି। ୨୦୨୨ ଟି-୨୦ ବିଶ୍ୱକପ୍ ପରଠାରୁ ରୋହିତ କ୍ଷୁଦ୍ରତମ ଫର୍ମାଟ୍ରେ ଖେଳୁ ନ ଥିବା ବେଳେ ବିଭିନ୍ନ ସମୟରେ ହାର୍ଦ୍ଦିକ ଟିମ୍ର ନେତୃତ୍ୱ ନେଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ:
ଆଇପିଏଲ୍ରେ ରୋହିତ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଛନ୍ତି। ୨୦୧୩ ସିଜନ୍ ଅଧାରୁ ରୋହିତ ଟିମ୍ର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ବର୍ଷ ସେ ଟିମ୍କୁ ପ୍ରଥମ ଥର ଚାମ୍ପିଅନ୍ କରାଇଥିଲେ।
ଏହାପରେ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ ସିଜନ୍ରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ମୁକୁଟ ଜିତିଥିଲା। ଏହି ସମୟରେ ସେ ୧୫୮ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ। ସେଥିମଧ୍ୟରୁ ଟିମ୍ ୮୭ ମ୍ୟାଚ୍ ଜିତିଥିବା ବେଳେ ୬୭ ମ୍ୟାଚ୍ ହାରିଥିଲା।
ଆଇପିଏଲ୍ରେ ରୋହିତ ମୁମ୍ବାଇ ପକ୍ଷରୁ କେବଳ ଅଧିନାୟକ ଭାବରେ ନୁହେଁ, ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ପକ୍ଷରୁ ୩୧ ଆଭରେଜ୍ରେ ୫୨୩୦ ରନ୍ କରିଛନ୍ତି। ଏଥିରେ ୪୦ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୦ ରହିଛି।
କାହିଁକି ହାର୍ଦ୍ଦିକଙ୍କୁ ମିଳିଲା ନେତୃତ୍ୱ:
ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯିବା ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକ ବିରୋଧ କରୁଥିଲେହେଁ କେତେକ କ୍ରିକେଟ୍ ବିଶ୍ଳେଷକ ଏହା ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବାନୁଯାୟୀ ରୋହିତଙ୍କୁ ଏବେ ୩୬ ବର୍ଷ ବୟସ ଯେତେବେଳେକି ହାର୍ଦ୍ଦିକଙ୍କୁ ୩୦ ବର୍ଷ। ରୋହିତ କ୍ଲାନ୍ତ ଜଣାପଡ଼ୁଛନ୍ତି। ଟିମ୍ର ହିତ ଦୃଷ୍ଟିରୁ ନୂଆ ବିଚାରର ଆବଶ୍ୟକତା ଅଛି।
ବିଶ୍ଳେଷକମାନଙ୍କ ମତରେ ରୋହିତ ଜଣେ ଚମକପ୍ରଦ ଅଧିନାୟକ, ଯିଏ ଆଇପିଏଲ୍ରେ ମୁମ୍ବାଇକୁ ପାଞ୍ଚ ଥର ଟ୍ରଫି ଜିତାଇଛନ୍ତି। କିନ୍ତୁ ଆଇପିଏଲ୍ର ପୂର୍ବ କିଛି ସିଜନ୍ରେ ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପଟେ, ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସର ଅଭ୍ୟୁଦୟ ହୋଇଛି।
ହାର୍ଦ୍ଦିକ ବହୁତ କମ୍ ସମୟ ମଧ୍ୟରେ ଗୁଜରାଟ ଟାଇଟନ୍ସ ଭଳି ନୂଆ ଟିମ୍କୁ ଶିଖରରେ ପହଞ୍ଚାଇଥିଲେ। ସେ ଗୁଜରାଟ ଟିମ୍କୁ ତା’ର ପଦାର୍ପଣ ସିଜନ୍ (୨୦୨୨)ରେ ଚାମ୍ପିଅନ୍ କରାଇଥିଲେ। ଏହା ପର ସିଜନ୍ରେ ଟିମ୍ ରନର୍ସଅପ୍ ହୋଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ମୁମ୍ବାଇ ଖାସ୍ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍ ଶେଷ ଥର ୨୦୨୦ରେ ଚାମ୍ପିଅନ୍ ହୋଇଥିଲା। ଏହି ସମୟରେ ରୋହିତଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଆଶାନୁରୂପ ହୋଇପାରି ନ ଥିଲା।
ରୋହିତ ୨୦୨୨ରେ ୧୪ ମ୍ୟାଚ୍ ଖେଳି ୧୯.୧୪ ଆଭରେଜ୍ରେ ୨୬୮, ୨୦୨୩ରେ ୧୬ ମ୍ୟାଚ୍ ଖେଳି ୨୦.୭୫ ଆଭରେଜ୍ରେ ୩୩୨ ରନ୍ କରିଥିଲେ। ଏହି ସିଜନ୍ରେ ସେ ମାତ୍ର ଦୁଇ ଅର୍ଦ୍ଧଶତକ ଲଗାଇଥିଲେ।
ମୋଟାମୋଟି ଭାବେ କହିବାକୁ ଗଲେ, ଟିମ୍ରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଲାଣି ବୋଲି ଫ୍ରାଞ୍ଚାଇଜୀ ଅନୁଭବ କରୁଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିମ୍ ପ୍ରସ୍ତୁତ କରାଯାଉଛି, ଯେଉଁଠି ଅତୀତର ଟ୍ରାକ୍ ରେକର୍ଡ ଇତିହାସ ମାତ୍ର।
ରୋହିତଙ୍କ କ୍ୟାରିଅର୍ ଅନ୍ତିମ ସୋପାନରେ ପହଞ୍ଚିଲାଣି। କାର୍ଯ୍ୟଭାର ହ୍ରାସ ଓ କ୍ୟାରିଅର୍କୁ ଦୀର୍ଘସ୍ଥାୟୀ କରିବା ପାଇଁ ତାଙ୍କୁ ଆଗକୁ ଟି-୨୦ ଭଳି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ, ତାହା ଆଇପିଏଲ୍ ହେଉ ବା ଟି-୨୦ ଆନ୍ତର୍ଜାତିକ। ସବୁବେଳେ ଶୀର୍ଷ ସ୍ତରର ପ୍ରଦର୍ଶନ କରିବା ସମ୍ଭବ ନୁହେଁ। ଖୋଦ ରୋହିତ ଏ କଥା ଜାଣନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବି ଏହା ଅନୁଭବ କରିପାରୁଛି।
ଏବେ ଆଇପିଏଲ୍ରେ ରୋହିତଙ୍କ ଆଗରେ ତିନି ବିକଳ୍ପ ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ ଟିମ୍ ପକ୍ଷରୁ ଖେଳିପାରିବେ, ଯେଉଁଠି ତାଙ୍କୁ ଅଧିନାୟକତ୍ୱ ବି ମିଳିଯାଇପାରେ। ଅନ୍ୟଥା ସେ ମୁମ୍ବାଇ ଇଣ୍ଡିଆନ୍ସରେ ଆଉ କିଛି ବର୍ଷ ବିତାଇ ଭବିଷ୍ୟତରେ ଟିମ୍ର ମେଣ୍ଟର୍ ଦାୟିତ୍ୱ ପାଇପାରନ୍ତି। ତୃତୀୟ ତଥା ଶେଷ ବିକଳ୍ପ ହେଉଛି, ସେ ବୟସାଧିକ୍ୟ ଜନିତ କାରଣ ଓ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତି ନିଜ ପ୍ରତିବଦ୍ଧତାକୁ ଦର୍ଶାଇ ଏହି ଲିଗ୍ ଛାଡ଼ିପାରନ୍ତି।
ଚର୍ଚ୍ଚା ତ ଅନେକ ହେଉଛି, ହେଲେ କୌଣସି ଗୋଟିଏ ବିକଳ୍ପ ବାଛିବା ରୋହିତଙ୍କ ପାଇଁ ଏତେ ସହଜ ନୁହେଁ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଭାରତ ପ୍ରଥମ ମ୍ୟାଚକୁ ୨୦୦ ବଲ ବାକି ଥାଇ ୮ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଘରୋଇ ଦଳ ସମାନ ଢଙ୍ଗରେ ଜିତିଥିଲା । ଏଣୁ ସିରିଜ ବରାବର ସ୍ଥିତିକୁ ଚାଲି ଆସିଥିଲା । ଆଜିର ମ୍ୟାଚ ଜିତି ସିରିଜ କବ୍ଜା କରିବାକୁ ଚାହିଁବେ ଉଭୟ ଦଳ । ଭାରତ ଯଦି ସିରିଜ ଜିତେ, ତେବେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ଦ୍ୱିତୀୟ ଦିନିକିଆ ସିରିଜ ବିଜୟ ହେବ ।
ଜିତିବା ପାଇଁ ଉଭୟ ଓପନରଙ୍କୁ ଭଲ ଆରମ୍ଭ କରିବାକୁ ପଡ଼ିବ । ଅଭିଜ୍ଞଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ଖେଳାଳିମାନେ ଚମକ ଦେଖାଇ ପାରି ନାହାନ୍ତି । ପ୍ରଥମ ଦିନିକିଆରେ ଅର୍ଶଦୀପ, ଆଭେସଙ୍କ ସମେତ ଅନ୍ୟ ବୋଲରମାନେ ଦମଦାର ପ୍ରଦର୍ଶନ ଦେଇଥିଲେ । ଆଜି ମଧ୍ୟ ସେପରି ପ୍ରଦର୍ଶନ ଦେବାକୁ ପଡ଼ିବ ।
ଭାରତୀୟଙ୍କୁ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ହେବ । ଅନ୍ୟପଟେ ଘରୋଇ ପରିବେଶରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ରହିଛି । ଘରୋଇ ପରିବେଶର ଫାଇଦା ଉଠାଇବାକୁ ପ୍ରୟାସ କରିବ ଦଳ । ଅନ୍ୟପଟେ ପିଚ ବ୍ୟାଟରଙ୍କୁ ସୁହାଇବ ବୋଲି ସୂଚନା ।
ଗତ ମ୍ୟାଚ ଗୁଡ଼ିକରେ ଦକ୍ଷିଣ ଆଫ୍ରିକା ବୋଲରମାନେ ଘାତକ ସାବ୍ୟସ୍ତ ହୋଇଥିଲେ । ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଏହି ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା ।
]]>ଅନ୍ୟପଟେ ଆଜିର ମ୍ୟାଚ୍ ହାତଛଡ଼ା କଲେ ଦକ୍ଷିଣ ଆଫ୍ରିକା ସିରିଜ ହାରିବ । ଏଥିଲାଗି ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ବ ରଖୁଛି । ପୂର୍ବରୁ ଟି-ଟ୍ବେଣ୍ଟି ସିରିଜ ବରାବର ହୋଇଥିବା ବେଳେ ଦିନିକିଆ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ । ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା ।
ମାତ୍ର ୧୬ ଓଭରରେ ମ୍ୟାଚ୍ ଶେଷ କରିବା ସହ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ଭାରତ ପ୍ରଥମ ଦିନିକିଆ କବଜା କରିଥିଲା । ଯୁବ ଦଳ ନେଇ ଖେଳୁଥିବା ଦକ୍ଷିଣ ଆଫ୍ରିକା ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ତେବେ ଦଳରେ କୌଣସି ପରିବର୍ତ୍ତନର କମ ସମ୍ଭାବନା ରହିଛି । ପ୍ରଥମ ମ୍ୟାଚରେ ବ୍ୟାଟିଂ ବିଫଳତା ହିଁ ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା ।
ଆଜିର ମ୍ୟାଚରେ ନିଜର ଏହି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଘରୋଇ ଦଳ । ଖେଳାଳିମାନେ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ ଦେଲେ ଭାରତ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିବେ । ପିଚ ଉଭୟ ସ୍ପିନ ଓ ପେସକୁ ସୁହାଇବ ବୋଲି ଜଣା ପଡ଼ିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି ଉଭୟ ଦଳ ।
]]>ପୂର୍ବରୁ ଆଇପିଏଲ ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆରେ ସାମିଲ ହେଲେ ଫ୍ରାଞ୍ଚାଇଜମାନେ ପ୍ରଥମେ କେବଳ ମ୍ୟାଚ ଫିସ ହିଁ ଦେଉଥିଲେ । ଏବେ ଯଦି କୌଣସି ଆଇପିଏଲ ଅନକ୍ୟାପ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କୁ ଅଧିକ ଦରମା ମିଳିବ । ଅର୍ଥାତ ପୂର୍ବରୁ କୌଣସି ଅନକ୍ୟାପ ଖେଳାଳି ଆଇପିଏଲ ବିଡିଂରେ ଯେତିକି ମୂଲ୍ୟରେ କିଣାଯାଇଥିବେ ସେହି ଅନୁସାରେ ହିଁ ତିନି ବର୍ଷ ଯାଏଁ ଦରମା ମିଳୁଥିଲା ।
ଏବେ ନୂଆ ନିୟମ ଅନୁସାରେ ପ୍ରଥମ ବର୍ଷରୁ ଦ୍ବିତୀୟ ବର୍ଷ ମଧ୍ୟରେ ଯଦି କୌଣସି ଅନକ୍ୟାପ ଖେଳାଳି ଟିମ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି ତେବେ ଆଇପିଏଲରେ ତାଙ୍କୁ ସେହି ଅନୁସାରେ ଦରମା ମିଳିବ । ତିନି ବର୍ଷଯାକ ଏହି ଦରମା ନିୟମିତ ଭାବେ ସମୀକ୍ଷା କରି ବୃଦ୍ଧି କରାଯିବ ।
ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୩୩୩ ସର୍ଟଲିଷ୍ଟେଡ ଖେଳାଳି । ଯେଉଁଥିରେ ୨୧୪ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ୩୩୩ ଖେଳାଳିରୁ ୧୧୬ କ୍ୟାପଡ ଓ ୨୧୫ ଅନକ୍ୟାପଡ ଖେଳାଳି ବିଡିଂରେ ସାମିଲ ହୋଇଛନ୍ତି । ସେହିପରି ୧୧୯ ବିଦେଶୀ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ଥିବାବେଳେ ଇଂଲଣ୍ଡରୁ ସର୍ବାଧିକ ୨୫ ଖେଳାଳି ଅଛନ୍ତି ।
]]>ଆଇପିଏଲ୍ ନିଲାମ ଡିସେମ୍ବର ୧୯ରେ ଦୁବାଇର କୋକାକୋଲା ଏରିନାରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ। ନିଲାମରେ ସର୍ବାଧିକ ବେସ୍ ପ୍ରାଇସ୍ ହେଉଛି ୨ କୋଟି ଟଙ୍କା। ଏହି ବ୍ରାକେଟ୍ରେ ଅଷ୍ଟ୍ରେଲିଆର ବିଶ୍ୱ ଚାମ୍ପିଅନ୍ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଟ୍ରାଭିସ୍ ହେଡ୍ଙ୍କ ସମେତ ୨୩ ଖେଳାଳି ଅଛନ୍ତି। ଦ୍ୱିତୀୟ ସର୍ବୋଚ୍ଚ ବେସ୍ ପ୍ରାଇସ୍ ହେଉଛି ୧.୫ କୋଟି ଟଙ୍କା ଯେଉଁଥିରେ ୧୩ ଖେଳାଳିଙ୍କ ନାମ ରହିଛି।
ଭାରତର ତିନିଜଣ ଖେଳାଳିଙ୍କୁ ଆଇପିଏଲର ଆଗାମୀ ସିଜନ ପାଇଁ ପ୍ଲେୟାର ନିଲାମର ସର୍ବାଧିକ ବେସ୍ ପ୍ରାଇସ୍ ସହିତ ବ୍ରାକେଟ୍ରେ ସାମିଲ୍ କରାଯାଇଛି। ଏହି ତାଲିକାରେ ଦ୍ରୁତ ବୋଲର ହର୍ଷଲ ପଟେଲ, ଉମେଶ ଯାଦବ ଏବଂ ଅଲ୍ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ନାମ ରହିଛି। ଟ୍ରାଭିସ୍ ହେଡ୍ ବ୍ୟତୀତ ବିଦେଶୀ ଖେଳାଳିଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ଜୋସ୍ ଇଂଗ୍ଲିସ୍, ଜୋସ୍ ହେଜେଲ୍ଉଡ୍ ଏବଂ ସୀନ୍ ଆବଟ ମଧ୍ୟ ଏହି ବ୍ରାକେଟ୍ରେ ଅଛନ୍ତି।
ସେହିପରି ଦକ୍ଷିଣ ଆଫ୍ରିକାର ରାଇଲି ରୁଷୋଙ୍କ ବ୍ୟତୀତ ରସି ଭାନ୍ ଡର୍ ଡୁସେନ୍, ଜେରାଲ୍ଡ କୋଏତ୍ଜୀ, ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍, ଆଫଗାନିସ୍ତାନର ମୁଜିବ ଉର୍ ରହମାନ ଏବଂ ବାଂଲାଦେଶର ମୁସ୍ତାଫିଜୁର ରହମାନ ମଧ୍ୟ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ ଅଛନ୍ତି। ଇଂଲଣ୍ଡର ହ୍ୟାରି ବ୍ରୁକ୍ କ୍ରିସ୍ ୱାକ୍ସ, ଜେମ୍ସ ଭିନ୍ସ, ଜାମି ଓଭରଟନ୍, ଆଦିଲ ରସିଦ, ଡେଭିଡ ୱିଲି ଏବଂ ବେନ୍ ଡକେଟ ମଧ୍ୟ ଏହି ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି।
ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍ରେ ୬ଟି ଜାଗା ଖାଲି ଅଛି, ସେଥିମଧ୍ୟରୁ ୩ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ଦିଲ୍ଲୀ କ୍ୟାପିଟାଲ୍ ପାଇଁ ୯ ଖେଳାଳି ଆବଶ୍ୟକ, ସେଥିମଧ୍ୟରୁ ୪ ଟି ବିଦେଶୀଙ୍କ ପାଇଁ। ଗୁଜୁରାଟ ଟାଇଟନ୍ସ ନିଲାମରେ ୮ ଖେଳାଳିଙ୍କୁ କିଣି ପାରେ ଯେଉଁଥିରୁ ୨ ଜଣ ବିଦେଶୀ ରହିବେ।
ସେହିପରି କେକେଆର୍ ପାଖରେ ୧୨ ଖେଳାଳିଙ୍କ ପାଇଁ ଜାଗା ଖାଲି ଥିବାବେଲେ ସେଥିମଧ୍ୟରୁ ୪ ଜଣ ବିଦେଶୀଙ୍କ ପାଇଁ। ଲକ୍ଷ୍ନୌ ସୁପରଜଏଣ୍ଟସ୍ ଟିମ୍ ୨ଜଣ ବିଦେଶୀଙ୍କୁ ମିଶାଇ ୬ ଖେଳାଳି କିଣିବ। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ୮ ଖେଳାଳି ଦରକାର। ପଞ୍ଜାବ କିଙ୍ଗ୍ସ, ଆରସିବି, ରାଜସ୍ଥାନ ଏବଂ ହାଇଦ୍ରାବାଦଙ୍କ ପାଇଁ ଯଥାକ୍ରମେ ୮, ୬, ୮ ଓ ୬ ଖେଳାଳି ଆବଶ୍ୟକ।
]]>ସେହିମାନଙ୍କ ଉପରେ ସମସ୍ତ ଟିମ୍ର ନଜର ରହେ। ସେହି ଦୃଷ୍ଟିକୋଣରୁ ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଆମେ ଆପଣଙ୍କୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ କହିବୁ ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିବା ପରେ ନିଲାମ ପାଇଁ ସେମାନଙ୍କର ସ୍ଥିତିକୁ ଦୃଢ କରିଛନ୍ତି।
ଯୁବ ଖେଳାଳି ରଚିନ୍ ରବିନ୍ଦ୍ର ତାଙ୍କର ପ୍ରଥମ ବିଶ୍ୱକପ୍ରେ ଏକ ବଡ଼ ପ୍ରଭାବ ପକାଇ ନ୍ୟୁଜିଲ୍ୟାଣ୍ଡ ପାଇଁ ସର୍ବାଧିକ ସ୍କୋର କରିଥିଲେ। ଇନିଂସ ଆରମ୍ଭର ତିନି ନମ୍ବରରେ ସେ ମଧ୍ୟ ଖେଳିପାରିବେ। ରବିନ୍ଦ୍ର ମଧ୍ୟ ଏକ ବାମହାତୀ ସ୍ପିନର। ସେ ବଲ୍କୁ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଙ୍କ୍ ଠାରୁ ଦୂରକୁ ନେଇଯାଇ ପାରିବେ। ତାଙ୍କର ଏହି ଦକ୍ଷତାକୁ ଗୁରୁତ୍ୱ ଦିଆଯାଇପାରେ। ବିଶ୍ୱକପ୍ର ୧୦ଟି ମ୍ୟାଚ୍ରେ ରବିନ୍ଦ୍ର ୫୭୮ ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ରେଟ୍ ୬୪.୨୨ ଥିଲା।
ଏଥର ସମସ୍ତଙ୍କ ଆଖି ବିଶ୍ୱକପ୍ ସେମିଫାଇନାଲ୍ ତଥା ଫାଇନାଲ୍ର ହିରୋ ଟ୍ରାଭିସ୍ ହେଡ୍ଙ୍କ ଉପରେ ମଧ୍ୟ ରହିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ କଠିନ ପରିସ୍ଥିତିରେ ଅଷ୍ଟ୍ରେଲିଆର ଏହି ଉଦୀୟମାନ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ସେ ଭାରତ ବିପକ୍ଷ ଫାଇନାଲରେ ଶତକ ହାସଲ କରି ଦଳକୁ ବିଜୟରେ ପହଞ୍ଚାଇଥିଲେ। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ବିଶ୍ୱକପ୍ର ଅନେକ ମ୍ୟାଚ୍ରେ ଖେଳିପାରି ନ ଥିଲେ। ସେ ୬ଟି ବିଶ୍ୱକପ ମ୍ୟାଚ୍ରେ ୩୨୯ ରନ୍ ସଂଗ୍ରହ କରିଥିଲେ। ସେ ଜଣେ ଉତ୍କୃଷ୍ଟ ପାର୍ଟ ଟାଇମ୍ ସ୍ପିନର ମଧ୍ୟ।
ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ଡେରେଲ୍ ମିଚେଲ୍ ପ୍ରମାଣ କରି ଦେଇଛନ୍ତି ଯେ ସେ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ପିଚ୍ ଉପରେ ମଧ୍ୟ ଚମତ୍କାର କରିପାରିବେ। ମଧ୍ୟକ୍ରମରେ ବ୍ୟାଟ୍ସମ୍ୟାନ୍ ମିଚେଲ୍ କେବଳ ଦ୍ରୁତ ବୋଲରଙ୍କୁ ମାତ୍ ଦିଅନ୍ତି ନାହିଁ ବରଂ ସ୍ପିନରଙ୍କ ବିପକ୍ଷରେ ଜବରଦସ୍ତ ଆକ୍ରମଣ ମଧ୍ୟ କରନ୍ତି। ନ୍ୟୁଜିଲ୍ୟାଣ୍ଡ୍କୁ ସେମିଫାଇନାଲକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ମିଚେଲ୍ ବିଶ୍ୱକପ୍ର ୧୦ଟି ମ୍ୟାଚ୍ରେ ହାରାହାରି ୬୯.୦୦ ଏବଂ ଷ୍ଟ୍ରାଇକ୍ ହାର ୧୧୧.୦୬ରେ ୫୫୨ ରନ୍ କରିଥିଲେ। ସେ ବୋଲିଂରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି।
ବିଶ୍ୱକପ୍ରେ ଶ୍ରୀଲଙ୍କା ଆକ୍ରମଣର ନେତୃତ୍ୱ ନେଇଥିଲେ ଦିଲଶାନ ମଦୁଶଙ୍କା। ମାତ୍ର ୨୩ ବର୍ଷ ବୟସରେ, ମଦୁଶଙ୍କାଙ୍କ ନାମରେ ୩୧ ଟି ODI ଏବଂ ୧୨ ଟି-20 ୱିକେଟ୍ ରହିଛି। ସେ ନିଜର ଗତି ପରିବର୍ତ୍ତନ କରିବାରେ ବିଶେଷ ପ୍ରଭାବଶାଳୀ। ଜଣେ ଯୁବ ଦ୍ରୁତ ବୋଲର ଖୋଜୁଥିବା ଟିମ୍ ପାଇଁ ମଦୁଶଙ୍କା ଏକ ଆକର୍ଷଣୀୟ ବିକଳ୍ପ ହେବେ। ଅନେକ ଟିମ୍ ତାଙ୍କ ପାଇଁ ଟେଣ୍ଡର କରିପାରନ୍ତି। ସେ ବିଶ୍ୱକପ୍ର ନଅ ମ୍ୟାଚ୍ରେ ୨୧ ୱିକେଟ୍ ନେଇଥିଲେ।
ଆଫଗାନିସ୍ତାନର ଆଜମତୁଲ୍ଲାହ ଓମରଜଇ ବିଶ୍ୱକପ ସମୟରେ ପ୍ରଭାବ ବିସ୍ତାର କରିଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୬ଟି ODI ଇନିଂସରେ ତାଙ୍କର ବ୍ୟାଟିଂ ହାରାହାରି ହେଉଛି ୪୪.୫୪। ଏଥିସହ ସେ ୫.୬୮ ହାରରେ ୧୩ ଟି ୱିକେଟ୍ ନେଇଛନ୍ତି। ମଧ୍ୟକ୍ରମରେ ବ୍ୟାଟିଂ କରିବା ସହିତ ସେ ନୂଆ ଏବଂ ପୁରୁଣା ବଲ ସହିତ ବୋଲିଂ ମଧ୍ୟ କରିପାରନ୍ତି। ସେ ବିଶ୍ୱକପ୍ର ନଅ ମ୍ୟାଚ୍ରେ ୩୫୩ ରନ୍ କରିଥିଲେ। ସେ ମଧ୍ୟ ସାତଟି ୱିକେଟ୍ ନେଇଥିଲେ।
]]>ଅଶ୍ୱିନ ଏହି ଭିଡିଓ ମାଧ୍ୟମରେ ଖେଳାଳିଙ୍କ ମୂଲ୍ୟ ସୀମା ସ୍ଥିର କରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଭାରତୀୟ ସ୍ପିନର କହିଛନ୍ତି ଯେ ଏଥର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କାର ବର୍ଷା ହେବ ଏବଂ ଫ୍ରାଞ୍ଚାଇଜ୍ ଏହି ଦୁଇ ଖେଳାଳିଙ୍କୁ କିଣିବାକୁ ଖୁବ ଜୋର ଲଗାଇବେ। ଅଶ୍ୱିନଙ୍କ ଅନୁଯାୟୀ ଷ୍ଟାର୍କ ଏବଂ କମିନ୍ସ ନିଲାମରେ ୧୪ କୋଟିରୁ ଅଧିକ ଟଙ୍କା ପାଇବାକୁ ଯାଉଛନ୍ତି।
ଏହା ବ୍ୟତୀତ ଭାରତୀୟ ସ୍ପିନର କ୍ରିକେଟରେ ଶାହରୁଖ ଖାନଙ୍କୁ ନେଇ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି ଏବଂ ନିଲାମରେ ଶାହରୁଖଙ୍କ ଉପରେ ୧୦ରୁ ୧୪ କୋଟି ଟଙ୍କାର ନିଲାମ ଲଗାଯାଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଏଥିସହିତ ଅଶ୍ୱିନ୍ ଆଇପିଏଲ୍ ୨୦୨୧ର ପର୍ପଲ୍ କ୍ୟାପ୍ ବିଜେତା ହର୍ଷଲ ପଟେଲଙ୍କ ମୂଲ୍ୟ ୭ରୁ ୧୦ କୋଟିରେ ସ୍ଥିର କରିଛନ୍ତି। ଏହା ବ୍ୟତୀତ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ନିଲାମରେ ୪ରୁ ୭ କୋଟି ଟଙ୍କା ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହା ବ୍ୟତୀତ ଏହି ଭାରତୀୟ ସ୍ପିନର ବିଶ୍ୱକପ ୨୦୨୩ ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ ଜିତିଥିବା ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ନିଲାମରେ ହେଡ୍ ୨ ରୁ ୪ କୋଟି ଟଙ୍କା ପାଇବେ ବୋଲି ଆଶା କରିଛନ୍ତି।
ଦୁବାଇରେ ଆୟୋଜିତ ହେବାକୁ ଥିବା ଏହି ନିଲାମରେ ସମୁଦାୟ ୩୩୩ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯିବ, ଯେଉଁଥିରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ, ହର୍ଷଲ ପଟେଲ ଏବଂ ଶାର୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାର ସର୍ବୋଚ୍ଚ ମୂଲ୍ୟ ବର୍ଗରେ ସ୍ଥାନିତ କରାଯାଇଛି। ଦୁଇ ବର୍ଷ ପୂର୍ବେ ହର୍ଷଲଙ୍କୁ ଆଇପିଏଲରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେତେବେଳେ ନିଲାମରେ ତାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣା ଯାଇଥିଲା।
ଏହି ନିଲାମରେ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ମୋଟ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି। ଏହି ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କ ଆଖି ନ୍ୟୁଜିଲ୍ୟାଣ୍ଡର ରଚିନ୍ ରବିନ୍ଦ୍ରଙ୍କ ଉପରେ ମଧ୍ୟ ରହିବ। ରବିନ୍ଦ୍ରଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା। ଏଥି ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ମଧ୍ୟରେ ଫାଷ୍ଟ୍ ବୋଲର ଗେରାଲ୍ଡ କୋଏତ୍ଜୀ ଏବଂ ବ୍ୟାଟ୍ସମ୍ୟାନ୍ ରାସି ୱାନ୍ ଡେର୍ ଡୁସେନ୍ ଫ୍ରାଞ୍ଚାଇଜ୍ର ଦୃଷ୍ଟି ଆକର୍ଷଣ କରିପାରନ୍ତି।
]]>ସେପଟେ ୭ ନମ୍ବର ଜର୍ସି ପାଇଁ ଅନୁରୋଧ ନ କରିବାକୁ ବର୍ତ୍ତମାନର ଯୁବ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ସାଧାରଣତଃ ଭାରତ ପାଇଁ ଡେବ୍ୟୁ କରିବା ପରେ ଭାରତୀୟ କ୍ରିକେଟରଙ୍କୁ ନିଜ ପସନ୍ଦର ଜର୍ସି ନମ୍ବର ବାଛିବା ଲାଗି ଅନୁମତି ଦିଆଯାଇଥାଏ । ଆଇସିସି ନିୟମ ଅନୁସାରେ, ଖେଳାଳିମାନେ ୧ରୁ ୧୦୦ ଭିତରେ ଯେ କୌଣସି ନମ୍ବର ବାଛିପାରିବେ ।
ନିଜର ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରେ ଧୋନୀ ୭ ନମ୍ବର ଜର୍ସି ପିନ୍ଧି କ୍ରିକେଟ ଖେଳୁଥିଲେ । ଧୋନୀ ଶେଷ ଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ୨୦୨୦ ଅଗଷ୍ଟ ୧୫ ତାରିଖ ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଥିଲେ । ସେବେଠାରୁ ଭାରତୀୟ କ୍ରିକେଟ ଟିମର କୌଣସି ଖେଳାଳିଙ୍କୁ ୭ ନମ୍ବର ଜର୍ସିରେ ଦେଖିବାକୁ ମିଳୁନାହିଁ । ପୂର୍ବରୁ ୨୦୧୭ରେ ବିସିସିଆଇ ପକ୍ଷରୁ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ରିଟାୟାର୍ଡ ଘୋଷଣା କରାଯାଇଥିଲା ।
ଲେଜେଣ୍ତ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି ବୋର୍ଡ ଅଫ୍ କ୍ରିକେଟ୍ କଣ୍ଟ୍ରୋଲ ଇଣ୍ତିଆ(BCCI) । ଧୋନି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି, ଯାହାଙ୍କର ଜର୍ସି ନଂ ୭ କୁ ଔପଚାରିକ ଭାବେ ଅବସର ଦେଇଛି BCCI । ଆଗାମୀ ଦିନରେ କୌଣସି କ୍ରିକେଟର୍ ଏହି ନଂ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ।
ପ୍ରଥମଥର ପାଇଁ କ୍ରିକେଟ୍ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର୍ଙ୍କ ଜର୍ସି ନଂ ୧୦ କୁ ଅବସର ଦିଆଯାଇଥିଲା । ଏହାପରେ ଭାରତୀୟ କ୍ରିକେଟ୍ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI । ଧୋନିଙ୍କ ଭାରତୀୟ କ୍ରିକେଟ୍ରେ ଅତୁଳନୀୟ ଅବଦାନକୁ ଦୃଷ୍ଟିରେ ରଖି BCCI ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
କ୍ରିକେଟ୍ ଜଗତର ସବୁଠୁ ସଫଳତମ ଅଧିନାୟକ ଭାବେ ଧୋନି ବେଶ୍ ପରିଚିତ । ସେ ଭାରତକୁ ୨୦୦୭ ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୧୧ ରେ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ରେ ଚାମ୍ପିଆନ୍ସ ଟ୍ରଫି ଜିତାଇଥିଲେ । ICC ର ସମସ୍ତ ଟ୍ରଫି ଜିତିଥିବା ସେ ଏକମାତ୍ର ଭାରତୀୟ ଅଧିନାୟକ ।
ବିସିସିଆଇର ଏହି ନିଷ୍ପତ୍ତି ପରେ ଆଗକୁ କୌଣସି ବି ପୁରୁଣା କିମ୍ବା ନୂଆ ଖେଳାଳି 7 ନଂ ଥିବା ଜର୍ସି ପିନ୍ଧିପାରିବେ ନାହିଁ । ପୂର୍ବରୁ ଓପନର୍ ଶୁବମନ ଗିଲ୍ 7 ନଂ ଲେଖାଥିବା ଜର୍ସି ପିନ୍ଧୁଥିଲେ । କିନ୍ତୁ ପରେ ସେ ଏଥିରେ ପରିବର୍ତ୍ତନ କରି 77 କରିଥିଲେ । ସେହିପରି ଶାର୍ଦ୍ଦୁଲ ଠାକୁର ମଧ୍ୟ ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସି ପିନ୍ଧୁଥିଲେ । କିନ୍ତୁ ବିସିସିଆଇର ନିଷ୍ପତ୍ତି କ୍ରମେ ସେ ମଧ୍ୟ ଜର୍ସି ସଂଖ୍ୟାରେ ପରିବର୍ତ୍ତନ କରିଥିଲେ ।
]]>ନିକଟରେ ଭାରତୀୟ କ୍ରିକେଟର ସୁପର ଷ୍ଟାର୍ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ପନ୍ଦର ବର୍ଷ ପୂରଣ କରିଛନ୍ତି । ଏହାକୁ ମନେ ରଖିବା ପାଇଁ ବିରାଟଙ୍କର ଜଣେ ପ୍ରଶଂସକ ତାଙ୍କୁ ଉପହାର ଦେବା ପାଇଁ ହୀରାର ଏକ ବ୍ୟାଟ ତିଆରି କରିଛନ୍ତି । ରେକର୍ଡପୂର୍ଣ୍ଣ ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ମନେ ରଖିବା ପାଇଁ ଏପରି ବିଶେଷ ଉପହାରଟି ତିଆରି କରିଛନ୍ତି ଗୁଜୁରାଟର ହୀରା ବ୍ୟବସାୟୀ ଉତ୍ପଲ ମିସ୍ତ୍ରୀ ।
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ଥିଲା । ଅଗ୍ରଣୀ ହୀରା ଟେକ୍ନୋଲୋଜି ବିଶେଷଜ୍ଞ ଉତ୍ପଲ ମିସ୍ତ୍ରୀ କହିଛନ୍ତି ଯେ, କୋହଲିଙ୍କ ପାଇଁ ସେ ଲ୍ୟାବ ତିଆରି ହୀରା ଚାହୁଁ ନଥିଲେ । ଏଣୁ ସେ ପ୍ରାକୃତିକ ହୀରା ମଗାଇଥିଲେ ।
ନିଜେ ବ୍ୟବସାୟୀ ଉତ୍ପଳ ମିସ୍ତ୍ରୀ ହୀରା ପ୍ରଯୁକ୍ତିର ଅନ୍ୟତମ ବିଶେଷଜ୍ଞ । ସେ ଲେକ୍ସସ୍ ସଫ୍ଟମାକ୍ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ତାଙ୍କ ଭାଇ ଜାନକ ମିଷ୍ଟ୍ରି ଏବଂ କମଲ ମିଷ୍ଟ୍ରି ସେହି କମ୍ପାନୀର ସିଇଓ । ମାତ୍ର ୨୨ ବର୍ଷ ବୟସରେ ସେ ହୀରା ବ୍ୟବସାୟରେ ଯୋଗ ଦେଇଥିଲେ । ସେ ସର୍ଦ୍ଦାର ବଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (SVNIT) ରୁ ଇଞ୍ଜିନିୟରିଂ ପାସ କରିବା ସହ ଏବଂ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି ।
]]>ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ ସିଂ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ । ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଆକାଶଛୁଆଁ ଛକା ମାରି ଏବେ ଚର୍ଚ୍ଚାରେ ରିଙ୍କୁ । ଲଗାତାର ଦୁଇଟି ଛକା ମାରି ଷ୍ଟାଡିୟମ ପ୍ରେସ୍ ବକ୍ସର କାଚ ଭାଙ୍ଗିଦେଇଛନ୍ତି ରିଙ୍କୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
#AidenMarkram brought himself on in the penultimate over, and #RinkuSingh made him pay with back-to-back maximums 🔥
— Star Sports (@StarSportsIndia) December 12, 2023
Rinku has brought his A-game to South Africa!
Tune-in to the 2nd #SAvIND T20I
LIVE NOW | Star Sports Network#Cricket pic.twitter.com/HiibVjyuZH
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ୨ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲ୍ ଖାତା ଖୋଲିପାରିନଥିଲେ । ତେବେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ବର୍ମା ଆଉଟ ହେବା ପରେ ଆସିଥିବା ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ ।
ରିଙ୍କୁ ଅପରାଜିତ ୬୮ ରନ କରିଥିବାବେଳେ ସୂର୍ଯ୍ୟକୁମାର ୫୬ ରନ କରିଥିଲେ । ରବୀନ୍ଦ୍ର ଜାଦେଜା ୧୯ ରନ କରିଥିଲେ । ତେବେ ୧୯.୩ ଓଭରରେ ବର୍ଷା ହେବାରୁ ଖେଳ ଅଟକି ଯାଇଥିଲା । ସେତେବେଳେ ରିଙ୍କୁ ୬୮ ରନ ଓ ମହମ୍ମଦ ସିରାଜ ୦ ରନ କରି କ୍ରିଜରେ ଥିଲେ ।
]]>ଚଳିତ ବର୍ଷ ଗୁଗୁଲ୍ ଟ୍ରେଣ୍ଡସ୍ ୨୦୨୩ରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟ୍ ଖେଳାଳିଙ୍କ ମଧ୍ୟରେ ଟିମ୍ ଇଣ୍ଡିଆର ଯୁବ ଓପନର୍ ଶୁଭମନ ଗିଲ୍ ଶୀର୍ଷରେ ଅଛନ୍ତି। ଗିଲ୍ଙ୍କ ପରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଯୁବ ଅଲ୍ରାଉଣ୍ଡର ରଚିନ୍ ରବିନ୍ଦ୍ର, ଯିଏ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ନିଜ ବ୍ୟାଟ୍ ସହିତ ହଇଚଇ ସୃଷ୍ଟି କରିଥିଲେ।
ଗୁଗୁଲ୍ ବିଭିନ୍ନ ବର୍ଗର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ବିଭିନ୍ନ ଜିନିଷ ଉପରେ କୁହାଯାଇଛି। କ୍ରୀଡା ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ଅନେକ ବଡ ବଡ ଟୁର୍ନାମେଣ୍ଟ ଆୟୋଜିତ ହୋଇଛି ଯେଉଁଥିରେ ODI ବିଶ୍ୱକପ୍, ଏସିଆ କପ୍, ଏସୀୟ ଗେମ୍ସ ଏବଂ ମହିଳା ଆଇପିଏଲ୍ (WPL) ରହିଛି।
ଏସବୁ ସତ୍ତ୍ୱେ ଚଳିତ ବର୍ଷ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଅପେକ୍ଷା ଅଧିକ ଲୋକ ଆଇପିଏଲ୍କୁ ଖୋଜିଛନ୍ତି। ଚଳିତ ବର୍ଷ ଭାରତର ୧୦ଟି ସର୍ଚ୍ଚ ଖେଳାଳିଙ୍କ ମଧ୍ୟରେ ଗିଲ୍ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ଗିଲ୍ଙ୍କ ପାଇଁ ଏକ ଉତ୍ତମ ବର୍ଷ ହୋଇଛି। ସେ କ୍ରିକେଟ୍ର ତିନୋଟି ଫର୍ମାଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
୨୦୨୩ ମସିହାରେ ODIରେ ଶୁଭମନ ଗିଲ୍ ସର୍ବାଧିକ ରନ୍ କରିଛନ୍ତି। ସେ ଚଳିତ ବର୍ଷ ତାଙ୍କର ପ୍ରଥମ ଦିନିକିଆ ବିଶ୍ୱକପ୍ ଖେଳିଥିଲେ। ଚଳିତ ବର୍ଷ ODI କ୍ରିକେଟ୍ରେ ଗିଲ୍ ୪୧ ଛକା ମାରିଥିଲେ। ଚଳିତ ବର୍ଷ ଭାରତୀୟ ୱାଣ୍ଡେରେ ସର୍ବାଧିକ ଛକା ମାରିବାରେ ରୋହିତ ଶର୍ମାଙ୍କ ପରେ ଗିଲ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ରୋହିତ ୬୭ଟି ଛକା ମାରିଥିଲେ। ODI ବିଶ୍ୱକପ ପରେ ଗିଲ୍ ଦକ୍ଷିଣ ଆଫ୍ରିକାରେ ଟି-20 ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବିଶ୍ୱକପ ପରେ ତାଙ୍କୁ ବିରତି ଦିଆଯାଇଥିଲା।
ଅନ୍ୟପକ୍ଷରେ, ଆଇସିସି ବିଶ୍ୱକପ ୨୦୨୩ରେ ବାମହାତୀ ବ୍ୟାଟ୍ସମ୍ୟାନ୍ ରଚିନ୍ ରବିନ୍ଦ୍ର ମଧ୍ୟ ତାଙ୍କ ବ୍ୟାଟିଂ କମାଲ ଦେଖେଇଛନ୍ତି। ବିଶ୍ୱକପରେ ଇଶ୍ ସୋଡି ଆହତ ହେବା ପରେ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ଟିମ୍ରେ ସ୍ଥାନ ପାଇଥିଲେ। ସେ ବିଶ୍ୱକପ୍ର ୧୦ଟି ମ୍ୟାଚ୍ରେ ୫୭୮ ରନ୍ ସଂଗ୍ରହ କରିଥିଲେ। ରଚିନ୍ ହେଉଛନ୍ତି ଜଣେ ମୂଳ ଭାରତୀୟ କ୍ରିକେଟର। ରଚିନ୍ଙ୍କ ବାପା ବାଙ୍ଗାଲୋରର। ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ନାମର ପ୍ରଥମ ଶବ୍ଦକୁ ମିଶ୍ରଣ କରି ଏହି ଉଦୀୟମାନ କ୍ରିକେଟରଙ୍କ ନାମ ରଖାଯାଇଛି।
]]>ଧୋନୀ ଭାରତୀୟ କ୍ରିକେଟର ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ତାଙ୍କର ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍ ମାନେ ସବୁ ଯାଗାରେ ଥାନ୍ତି । ସେମିତି ଏକ ଫ୍ୟାନ୍ ଷ୍ଟୋରୀ ଏବେ ପୁଣି ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ଏୟାର ହଷ୍ଟେସ୍ ଫ୍ୟାନ୍ଙ୍କ ସହ ଧୋନୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ସୋସିଆଲ ମିଡିଆରେ ଖୁବ୍ ଲାଇକ୍ କମେଣ୍ଟ ମଧ୍ୟ ମିଳିଥିଲା ।
ସେମିତି ଏକ ଷ୍ଟୋରୀ ହେଲା, ଧୋନୀ ନିଜ ‘ଟି-ସାର୍ଟ’ରେ ଜଣେ ଫ୍ୟାନ୍ଙ୍କ ବାଇକ୍ ପୋଛିଲେ, ଆଉ ସେଥିରେ ନିଜର ଅଟୋଗ୍ରାଫ୍ ଦେଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଲାଇକ୍ କମେଣ୍ଟ ସତେ ଯେମିତି ବର୍ଷା ହେଉଛି । ଫ୍ୟାନ୍ସମାନେ ଧୋନୀଙ୍କ ଏଭଳି ସିମ୍ପ୍ଲିସିଟି ପାଇଁ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି । ତାଙ୍କର ନମ୍ରତା, ଉଦାରତା ଓ ସାଧାସିଧା ଜୀବନ ଯାପନ ଦେଖି ଫ୍ୟାନମାନେ ଖୁବ୍ ଖୁସି ହୋଇଛନ୍ତି ।
ଅନେକ କହିଛନ୍ତି, ଧୋନୀଙ୍କ ଏଭଳି ବ୍ୟକ୍ତିତ୍ୱ ହିଁ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ । ସେଥିପାଇଁ ତାଙ୍କୁ କ୍ୟାପ୍ଟେନ୍ କୁଲ କୁହାଯାଏ । ଧୋନୀଙ୍କ ଭଳି ଏତେ ନମ୍ର ଆଉ ଉଦାର, କୌଣସି ଖେଳାଳି ହୋଇପାରିବେ ନାହିଁ ବୋଲି କହିଛନ୍ତି ଫ୍ୟାନ୍ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍ କମେଣ୍ଟରେ ଲେଖିଛନ୍ତି ବାଇକ୍କୁ ନିଜ ଟି-ସାର୍ଟରେ ସଫା କରିଛନ୍ତି ମାହି ଭାଇ । ଏଥିରୁ ଜଣାପଡ଼ୁଛି ବାଇକ୍ ପ୍ରତି ତାଙ୍କର କେତେ ଗଭୀର ଭଲପାଇବା ରହିଛି ।
ଧୋନୀ ସେହି ବାଇକ୍ରେ ନିଜର ଦସ୍ତଖତ କରିବା ପରେ ତାକୁ ଷ୍ଟାର୍ଟ କରିଥିଲେ ଆଉ ଗାଡ଼ିର ଶବ୍ଦ ଶୁଣି ଖୁସି ହେବା ସହ ପ୍ରଶଂସା ବି କରିଥିଲେ । ମାତ୍ର ଦୁଇ ଦିନ ହେବ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏବେ ସୁଦ୍ଧା ଏହାକୁ ୧୪ ମିଲିଅନ୍ରୁ ଅଧିକ ଲୋକ ଦେଖିସାରିଲେଣି ।
]]>
ବିଶ୍ୱକପ ଫାଇନାଲ ପରାଜୟ ପରେ ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଟିମ ଇଣ୍ତିଆ । ତେବେ ଦଳରୁ ବାଦ ପଡ଼ିଥିବା ଶ୍ରେୟାସ ଆୟର ଫେରିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ସେ ଖେଳିବା ସମ୍ଭାବନା କମ୍ । ନିଜର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଓ ସ୍ପିନରଙ୍କ ମାଧ୍ୟମରେ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବ ଭାରତ ।
ପ୍ରଥମ ମ୍ୟାଚରେ ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଭାରତ ମ୍ୟାଚ ଜିତି ନେଇଥିଲା । ଭାରତର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ରିଙ୍କୁ ସିଂହଙ୍କ ଧୂଆଁଧାର ବ୍ୟାଟିଂ ବିପକ୍ଷ ଦଳର ନିଦ ହଜାଇ ଦେଇଛି । ବୋଲିଂ ବିଭାଗ ସାମାନ୍ୟ ସଂଘର୍ଷ ଯଦିଓ କରୁଛି, ତେବେ ପ୍ରସିଦ୍ଧ କ୍ରିଷ୍ଣା ଲୟକୁ ଫେରିବା ଦଳ ପାଇଁ ଆଶ୍ୱସ୍ତିକର ହୋଇଛି ।
ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚରେ ପରାଜିତ ହୋଇ ଥିବାରୁ ଆଜିର ମ୍ୟାଚ ଅଷ୍ଟ୍ରେଲିଆ ପାଇଁ କର ବା ମର ସଦୃଶ ହୋଇଛି । ଆଜିର ମ୍ୟାଚ ହାରିଲେ ଦଳ ସିରିଜ ପରାଜୟ ବରଣ କରିବ । ଆଉ ଜିତିବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ ଜରୁରୀ ହୋଇ ପଡ଼ିଛି ।
]]>ସେଦିନ ମ୍ୟାଚ ଦକ୍ଷିଣ ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ଚାଲିଥିଲା । ଦକ୍ଷିଣ ଅଷ୍ଟ୍ରେଲିଆ ପାଇଁ ବ୍ୟାଟିଂ କରୁଥିବା ବେଳେ ବଲ ଆସି ହ୍ୟୁଗ୍ସଙ୍କ ହେଲମେଟ ତଳେ ବାଜିଥିଲା । ସେତେ ପର୍ଯ୍ୟନ୍ତ ସେ ନିଜର ଅର୍ଧଶତକ ହାସଲ କରି ସାରିଥିଲେ । ୬୩ ରେ ବ୍ୟାଟିଂ କରୁଥିବା ବେଳେ ବାଉନ୍ସରର ସମ୍ମୁଖୀନ ହୋଇଥିଲେ ।
ବଲ ବାଜିବା ପରେ ମସ୍ତିଷ୍କ ଭିତରେ ପ୍ରବଳ ରକ୍ତସ୍ରାବ ହେବାରୁ ଅଚେତ ହୋଇ ଯାଇଥିଲେ ସେ । ନିଜର ୨୬ ତମ ଜନ୍ମଦିନର ମାତ୍ର ଏକ ସପ୍ତାହ ପୂର୍ବରୁ ଏ ଘଟଣା ଘଟିଥିଲା, ଯାହା ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରି ଦେଇଥିଲା । ସେଣ୍ଟ ଭିନ୍ସେଣ୍ଟ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
୨୦୦୯ ମସିହାରେ ଫିଲିପ୍ସ ମାତ୍ର ୨୦ ବର୍ଷ ବୟସରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ପ୍ରୋଟିସ୍ ବିପକ୍ଷ ସେହି ମ୍ୟାଚର ଦ୍ୱିତୀୟ ଇନିଂସରେ ହ୍ୟୁଜ୍ ୭୫ ର ଚମତ୍କାର ପାଳି ଖେଳିଥିଲେ । ପରେ ପରେ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ଲଗାଇବାର ସର୍ବ କନିଷ୍ଠ ଖେଳାଳି ହୋଇଥିଲେ ।
ତାଙ୍କର ଦିନିକିଆ ଡେବ୍ୟୁ ଜାନୁଆରୀ ୨୦୧୩ ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ହୋଇଥିଲା । ଆରୋନ ଫିଞ୍ଚଙ୍କ ସହ ଓପନର୍ ଭାବରେ ବ୍ୟାଟିଂ କରିବାକୁ ଆସିଥିବା ହ୍ୟୁଜ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲେ । ୧୧୨ କରିଥିବା ହ୍ୟୁଗ୍ସଙ୍କ ପାଇଁ ଅଷ୍ଟ୍ରେଲିଆ ୧୦୭ ରନ୍ ବିଜୟ ହାସଲ କରିପାରିଥିଲା ।
ପ୍ରଚଣ୍ତ ପ୍ରତିଭାର ଅଧିକାରୀ ଥିଲେ ଫିଲିପ୍ସ ହ୍ୟୁଗ୍ସ । ସେ ପ୍ରଥମ ଅଷ୍ଟ୍ରେଲୀୟ ଭାବେ ଲିଷ୍ଟ ଏ କ୍ରିକେଟରେ ଦ୍ୱିଶତକ ହାସଲ କରିଥିଲେ । ଅଷ୍ଚ୍ରେଲିଆ ଏ ତରଫରୁ ୨୪୩ ରନ କରିଥିଲେ । ମୋଟ ଉପରେ ସେ ଅଷ୍ଟ୍ରେଲିଆ ତରଫରୁ ୨୬ ଟେଷ୍ଟ, ୨୫ ଦିନିକିଆ ଓ ଗୋଟିଏ ଟି- ୨୦ ଖେଳିଥିଲେ ।
]]>ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଅମନ୍ତ୍ରଣ ଦେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଅଧିନାୟକଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ ଭାରତୀୟ ବ୍ୟାଟର୍ । ଦଳ ତରଫରୁ ଋତୁରାଜ ଗାଏକୱାଡ, ଇଷାନ କିଶନ ଓ ଜଶସ୍ୱୀ ଜୟସ୍ୱାଲ ଅର୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ନାଥନ ଏଲିସ ୩ ୱିକେଟ ନେଇଥିଲେ ।
୨୩୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅତିଥି ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୧ ରନ୍ କରିପାରିଛି । ଏପରିକି ବିପକ୍ଷ ଦଳର ମାଥ୍ୟୁ ୱେଡଙ୍କ ଲଢୁଆ ବ୍ୟାଟିଂ କାମକୁ ଆସିପାରି ନାହିଁ । ଭାରତୀୟ ବୋଲର୍ ପ୍ରସିଦ୍ଧ କୃଷ୍ଣ ଓ ରବି ବିଷ୍ଣୋଇ ୩-୩ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ, ମୁକେଶ କୁମାର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହି ବିଜୟର ସହିତ ଭାରତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ରହିଥିବା ବେଳେ ତୃତୀୟ ମୁକାବିଲା ଆସାମର ଗୁଆହାଟୀରେ ଆସନ୍ତା ୨୮ ତାରିଖରେ ଖେଳାଯିବ ।
]]>ତେବେ ଗିଲଙ୍କ ଠାରୁ କୋହଲି ୩୩ ପଏଣ୍ଟ ପଛରେ ରହିଛନ୍ତି । ଅନ୍ୟପଟେ ଦ୍ୱିତୀୟରେ ପାକିସ୍ତାନର ବାବର ଆଜମ ରହିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ଓପନର କ୍ୱିଣ୍ଟନ ଡି କକ୍ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ରହିଥିବା ବେଳେ ନ୍ୟୁଜିଲାଣ୍ତର ଡାରିଲ ମିଚେଲ ଷଷ୍ଠ ସ୍ଥାନରେ ରହିଛନ୍ତି ।
ସେହିପରି ବୋଲିଂରେ କେଶବ ମହାରାଜା ଓ ଅଲରାଉଣ୍ତରରେ ସାକିବ ଅଲ ହାସନ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବୋଲିଂ ମାନ୍ୟତାରେ ହାଜେଲଉଡ ୪ଟି ସ୍ଥାନର ଉନ୍ନତି ଘଟାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ମହମ୍ମଦ ସିରାଜ ତୃତୀୟକୁ ଖସିଥିବା ବେଳେ ଜଶପ୍ରୀତ ବୁମରା ଚତୁର୍ଥରେ ରହିଛନ୍ତି ।
ସେହିପରି ଅଲରାଉଣ୍ତର ତାଲିକାରେ ରବିନ୍ଦ୍ର ଜାଡେଜା ଦଶମ ସ୍ଥାନରେ ରହିଛନ୍ତି । ଏକମାତ୍ର ଭାରତୀୟ ଭାବେ ସେ ଟପ-୧୦ରେ ସ୍ଥାନ ପାଇଛନ୍ତି ।
]]>ଗତ ରବିବାରରେ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଦେଇଥିଲା ଅଷ୍ଟ୍ରେଲିଆ । ମନରୁ ସେ ଦୁଃଖ, କଷ୍ଟ ଲିଭି ନଥିବା ବେଳେ ପୁଣି ମଇଦାନରେ ଲଢ଼ିବାକୁ ପ୍ରସ୍ତୁତ ହେଲେଣି ଉଭୟ ଦଳ । ଭାରତୀୟ ଦଳରେ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଟିଟ୍ୱେଣ୍ଟି ବିଶ୍ୱକପ ପାଇଁ ଦଳ ଗଠନର ପ୍ରକ୍ରିୟା ବର୍ତ୍ତମାନଠାରୁ ଆରମ୍ଭ ହୋଇ ଯାଇଛି ।
୨୦୨୧ ପରଠାରୁ ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନବମ ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇବେ । ହାର୍ଦ୍ଦିକ ପାଣ୍ତ୍ୟା ଆହତ ଥିବାରୁ ସୂର୍ଯ୍ୟଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସୂର୍ଯ୍ୟଙ୍କ ତତ୍ୱାବଧାନରେ ଭାରତୀୟ ଯୁବା ଦଳ ନିଶ୍ଚିତ ଭଲ ପ୍ରଦର୍ଶନ ଦେବାକୁ ଚାହିଁବ ।
ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଅଧିନାୟକ ପରିବର୍ତ୍ତନ କରିଛି । ମାଥ୍ୟୁ ୱେଡଙ୍କୁ ନିଜର ଅଧିନାୟକ ଭାବେ ନିଯୁକ୍ତ ଦଳ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ ସ୍ମିଥ୍, ଟ୍ରାଭିସ ହେଡ, ସିନ ଆବୋଟ, ନାଥନ ଏଲିସ, ଟିମ ଡେଭିଡ ଆଦି ସାମିଲ ହୋଇଛନ୍ତି । ସେହିପରି ଭାରତୀୟ ଦଳରେ ଇଶାନ କିଷନ, ଯଶସ୍ୱୀ ଜୟସ୍ୱାଲ, ତିଳକ ବର୍ମା, ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଆଦି ସାମିଲ ହୋଇଛନ୍ତି । ଆଜିର ମ୍ୟାଚ ଜିତି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ ଉଭୟ ଦଳ ।
]]>ତାସ ପତ୍ତା ବଳି ଭୁସୁଡ଼ି ଯାଇଛି ଟିମ ଇଣ୍ତିଆର ବ୍ୟାଟିଂ ଲାଇନ ଅପ । ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତ, କଙ୍ଗାରୁ ଦଳ ସମ୍ମୁଖରେ ମାଟି କାମୁଡ଼ିଛି । ଟସ ହାରିବା ସହ ଭାରତର ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥିଲା । ତଥାପି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ ।
ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ । ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା ।
ଶ୍ରେୟାସ ଆୟର ଖରାପ ସଟ ଖେଳି ମାତ୍ର ୪ ରନରେ ପାଙିଲିୟନ ଫେରି ଯାଇଥିଲେ । କିନ୍ତୁ ଏହା ପରେ ଭାରତର ବ୍ୟାଟିଂ ଲାଇନ ଅପ୍ ଭୁସୁଡ଼ି ଯାଇଥିଲା । କେବଳ ରାହୁଲଙ୍କୁ ଛାଡ଼ ଅନ୍ୟ କୌମସି ବ୍ୟାଟର ଯୋଗଦାନ ଦେଇ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୯ ରନ, ସୂର୍ଯ୍ୟକୁମାର ଯାଦବ ୧୮ ରନ, ମହମ୍ମଦ ସାମି ୬ ରନ କରିଥିଲେ ।
ସେହିପରି ଜଶପ୍ରୀତ ବୁମରା ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୦ ରନରେ ରନ ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ମାତ୍ର ୯ ରନ କରିଥିଲେ ।
]]>ଆଜି ଉଭୟ ଦଳ ପାଇଁ ମହାମଞ୍ଚ ପ୍ରସ୍ତୁତ । ଯିଏ ଜିତିବ ସେ ହେବ ବିଶ୍ୱ ବିଜେତା । ମୋଟ ଉପରେ କହିବାକୁ ଗଲେ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ଲଗାତାର ୮ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉଚ୍ଚା ରହିଛି । ଭାରତ ୪ଥର ଫାଇନାଲକୁ ଯାଇଥିବା ବେଳେ ଅଷ୍ଚ୍ରେଲିଆ ୮ ଥର ଫାଇନାଲରେ ପ୍ରବେଶ କରିଛି ।
ବିଶ୍ୱକପର ଆୟୋଜନ ପାଇଁ ଅହମଦାବାଦରେ ଆୟୋଜନ ମଧ୍ୟ ଶେଷ ହୋଇଛି । ନାହିଁ ନଥିବା ଭିଡ଼କୁ ଲକ୍ଷ୍ୟ ରଖି ପୋଲିସ ଫୋର୍ସର ମୁତୟନ କରା ଯାଇଛି । ବିଶ୍ୱକପ୍ ପାଇଁ ଅହମ୍ମଦାବାଦରେ ଟ୍ରାଫିକ କଟକଣା ମଧ୍ୟ ରଖା ଯାଇଛି । ପ୍ରଶାସନ ପକ୍ଷରୁ ୨୩ଟି ପାର୍କିଂ ପ୍ଳଟର ବ୍ୟବସ୍ଥା କରା ଯାଇଛି । ୨୩ଟି ପାର୍କିଂ ପ୍ଲଟରୁ ୬ଟି ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ରଖା ଯାଇଛି ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦେଢ଼ ହଜାର ପୋଲିସ ମୁତୟନ ହୋଇଛନ୍ତି । ଆଜି ସକାଳୁ ନରେନ୍ଦ୍ର ମୋଦି ଷ୍ଟାଡିଅମ ବାହାରେ ଦର୍ଶକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଭାରତ-ଅଷ୍ଟ୍ରେଲିଆ ଗ୍ରାଣ୍ଡଫିନାଲେ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି । ଭାରତୀୟ ଟିମର ଜର୍ସି ପିନ୍ଧି ତ୍ରିରଙ୍ଗା ଧରି ପହଞ୍ଚିଛନ୍ତି ଷ୍ଟାଡିୟମର ପହଞ୍ଚି ଯାଇଛନ୍ତି ଦର୍ଶକ ।
ଅନ୍ୟପଟେ ବିଶ୍ୱ ଚାମ୍ପିୟନ ଦଳକୁ୩୩.୩୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିବ । ରନର୍ସ ଅପ ଦଳକୁ୧୬.୬୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ସେମି ଫାଇନାଲରେ ପରାସ୍ତ ହୋଇତିବା ନ୍ୟୁଜିଲାଣ୍ତ ଓ ଦକ୍ଷିଣ ଆଫ୍ରିକାକୁ୬.୬୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ବିଶ୍ୱକପ ଲିଗ ପର୍ଯାୟରୁ ବାଦ ପଡ଼ିଥିବା ପ୍ରତ୍ୟେକ ଦଳକୁ୮୩.୮୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଲିଗ ପର୍ଯ୍ୟାୟରେ ମୋଟ ୪୫ ଟି ମ୍ୟାଚ ଖେଳା ଯାଇଥିଲା ।
ସେହିପରି ବିଶ୍ୱକପ ପାଇଁ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରା ଯାଉଛି । ବିମାନ ଭଡ଼ା ୪୦ ହଜାର ପାର କରିଥିବାରୁ ରେଳ ଭଡ଼ା ଅପେକ୍ଷାକୃତ କମ ରହିଛି । ସ୍ୱତନ୍ତ୍ର ଟ୍ରେନ ଚାଲୁଥିବାରୁ ଦର୍ଶକଙ୍କୁ ଆଉ ହୋଟେଲ ବୁକ କରିବାକୁ ପଡ଼ିବ ନାହିଁ । ରାଜଧାନୀ ଦିଲ୍ଲୀରୁ ଗୋଟିଏ ଟ୍ରେନ ଅହମଦାବାଦକୁ ଚାଲୁଥିବା ବେଳେ ମୁମ୍ବାଇରୁ ୩ ଟି ଚାଲୁଛି । ମ୍ୟାଚ ଆରମ୍ଭର ଅଳ୍ପ ସମୟ ପୂର୍ବରୁ ଟ୍ରେନ ପହଞ୍ଚିବ ଏବଂ ରାତି ୨.୩୦ ରେ ଅହମ୍ମଦାବାଦରୁ ଛାଡ଼ିବ । ଏଣୁ ଦର୍ଶକଙ୍କୁ କୌଣସି ହୋଟେଲ ରୁମ ବୁକ କରିବାକୁ ପଡ଼ିବ ନାହିଁ ।
]]>ନ୍ୟୁଜିଲାଣ୍ଡ ବ୍ୟାଟର ମିଚେଲ ଓ ୱିଲିୟମସନଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ୭ ଟି ୱିକେଟ୍ ନେଇଥିବା ସାମିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଏଥିସହ ବିଶ୍ୱକପରେ ସାମିଙ୍କ ନାଁରେ ଦ୍ରୁତତମ ୫୦ ୱିକେଟ ରେକର୍ଡ ହୋଇଛି । ବିଶ୍ବକପରେ ମାତ୍ର ୧୭ଟି ଇନିଂସରେ ୫୦ ୱିକେଟ ସଫଳତା ପାଇଛନ୍ତି ସାମି ।
ଅନ୍ୟପଟେ ବିଶ୍ୱକପ୍ ଫାଇନାଲରେ ଭାରତ । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି । ୨୦୧୯ ବିଶ୍ୱକପ୍ ସେମି ପରାଜୟର ପ୍ରତିଶୋଧ ନେଇଛି ଭାରତ। ଗତକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି ।
ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକୀୟ ଇନିଂସ ଓ ଶୁବମନ ଗିଲଙ୍କ ଅପରାଜିତ ୮୦ ରନ ବଳରେ ଭାରତ ଏକ ବଡ଼ ସ୍କୋର ଛିଡ଼ା କରିଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ବିନିମୟରେ କରିଥିଲା ୩୯୭ ରନ୍ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ୍ କରିପାରିଥିଲା ।
ଏହି ବିଜୟ ସହ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ଧାରାକୁ ମଧ୍ୟ ଭାଙ୍ଗିଛି ଭାରତ । ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ଐତିହାସିକ ୫୦ ତମ ସେଞ୍ଚୁରୀ ମାରିଛନ୍ତି । ଏହି ଶତକ ସହ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିବାରେ ସଚିନ ଚେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ କାଟି ଦେଇଛନ୍ତି ।
ସେହିପରି ମହମ୍ମଦ ଶାମି ନିଜ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୭ଟି ୱିକେଟ୍ ନେବା ସହ ଭାରତ ପକ୍ଷରୁ ବିଶ୍ବକପରେ ସର୍ବାଧିକ ୫୦ ୱିକେଟ୍ ହାସଲ କରି ରେକର୍ଡ କରିଛନ୍ତି ।
ମ୍ୟାଚ ପର ସମ୍ମିଳନୀରେ ବିରାଟ କହିଥିଲେ ଯେ, ଏ ସବୁ ମୋତେ ସ୍ୱପ୍ନ ପରି ଲାଗୁଛି । ଗ୍ୟାଲେରୀରେ ସଚିନ ଥିଲେ, ପତ୍ନୀ ଅନୁଷ୍କା ମଧ୍ୟ ଥିଲେ । ଏହାକୁ ବର୍ଣ୍ଣନା କରିବା କଷ୍ଟକର । ଏହା ସହ ଏତେ ମାତ୍ରାରେ ଦର୍ଶକଙ୍କ ସାମ୍ନାରେ ମୁଁ ଏହି ଶତକ ହାସଲ କରି ପାରିଛି । ଏହା ସବୁବେଳ ମୋ ପାଇଁ ସ୍ମରଣୀୟ ହୋଇ ରହିବ ।
୧୦୬ ବଲରେ ୮ଟି ଚୌକା ଓ ଗୋଟିଏ ଛକା ସହ ଶତକ କରି ରେକର୍ଡ ବୁକରେ ନିଜ ନାଁ ଲେଖିଛନ୍ତି କୋହଲି । ତେବେ ମ୍ୟାଚରେ ୧୧୭ ରନ କରିବା ପରେ ସେ ଆଉଟ୍ ହୋଇ ଯାଇଥିଲେ । କିନ୍ତୁ ଏହା ମଧ୍ୟରେ ସେ ଅନେକ ରେକର୍ଡ ଭାଙ୍ଗି ନିଜ ନାମରେ କରି ନେଇଥିଲେ ।
ବିରାଟ ୨୯୧ ମ୍ୟାଚରେ ୫୦ ତମ ଶତକ ମାରିଛନ୍ତି । ଖାଲି ଏହା ନୁହେଁ ବିରାଟ ଗୋଟିଏ ବିଶ୍ବକପରେ ସର୍ବାଧିକ ରନ କରି ସଚିନଙ୍କ ଆଉ ଏକ ରେକର୍ଡକୁ ନିଜ ନାଁରେ କରିଛନ୍ତି । ଚଳିତ ବିଶ୍ୱକପରେ ବିରାଟ ୩ଟି ଶତକ, ୫ଟି ଅର୍ଦ୍ଧଶତକ ସହ ୭୧୧ ରନ୍ କରି ଟପ୍ ସ୍କୋରର ହୋଇଛନ୍ତି । ପୂର୍ବରୁ ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକର ସର୍ବାଧିକ ୬୭୩ ରନ୍ ସଂଗ୍ରହ କରିଥିଲେ । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ।
ଏକଦା ସଚିନ କହିଥିଲେ ଯେ ତାଙ୍କ ରେକର୍ଡକୁ କେବଳ ବିରାଟ କୋହଲି କିମ୍ବା ରୋହିତ ଶର୍ମା ହିଁ ଭାଙ୍ଗି ପାରିବେ । ଆଉ ସତକୁ ସତ ବିରାଟ ତାଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିଲେ । ମାତ୍ର ବିରାଟ ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି ।
ଗତକାଲି୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ଦିନିକିଆରେ ୫୦ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି । ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି ।
ଏହି ଶତକ ହାସଲ ପରେ କୋହଲି ଦିନିକିଆରେ ତୃତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ସେ ୨୯୨ ଟି ମ୍ୟାଚ ଖେଳି ବର୍ତ୍ତମାନ ପର୍ଯ୍ୟନ୍ତ ୫୮. ୬୯ ହାରରେ ୧୩, ୭୯୪ ରନ ସ୍କୋର କରିଛନ୍ତି । ଏହି କ୍ରମରେ ସେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ମୋଟ ୧୮, ୪୨୬ ରନ କରି ସଚିନ ପ୍ରଥମ ସ୍ଥାନରେ ଥିବା ବେଳେ କୁମାର ସାଙ୍ଗାକାରା ୧୪, ୨୩୪ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
]]>ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ । ବୁମ୍ରା, ସିରାଜ, କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।
ମହମ୍ମସ ସାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି । ୭/୫୭ ସଫଳତା ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର । ଏହାକୁ ନେଇ ସୁଯୋଗକୁ ଅପେକ୍ଷା କରିଥିଲି କହିଲେ ଶ୍ରେଷ୍ଠ ଖେଳାଳି ସାମି । ଧଳା ବଲ୍ରେ ମୋତେ ବେଶି ମ୍ୟାଚ ଖେଳିବା ସୁଯୋଗ ମିଳି ନଥିଲା । ୟର୍କର ଓ ସ୍ଲୋ ବଲ୍ ଜରିଆରେ ସଫଳତା ଆଶା ଥିଲା ବୋଲି ସେ କହିଛନ୍ତି ।
ଖାଲି ସେତିକି ନୁହେଁ, ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱକପ ଆରମ୍ଭରୁ ଭାରତ ଅପରାଜେୟ ରହି ଆସିଛି, ଠିକ ସେପରି ବିରାଟ କୋହଲିଙ୍କ ଫର୍ମ ମଧ୍ୟ ବେଲଗାମ ଭାବେ ଆଗକୁ ମାଡ଼ି ଚାଲିଛି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ । ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି କୋହଲି । ଗଭୀର ଧୈର୍ଯ୍ୟ ସହ ଆତ୍ମପ୍ରତ୍ୟୟ ଭରା ଇନିଂସ ଖେଳିଛନ୍ତି କୋହଲି ।
ନିହାତି ଅବିଶ୍ୱନୀୟ, ଅପ୍ରତୀଦ୍ୱନ୍ଦୀ, କ୍ରିକେଟର ସମ୍ରାଟ । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ । ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି ରଚିଛନ୍ତି ଇତିହାସ । କ୍ରିକେଟର ଭଗବାନଙ୍କ ସାମ୍ନାରେ, ତାଙ୍କର ଘରେ, ତାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି କୋହଲି । ଏହା ସହ ପ୍ରମାଣ କରି ଦେଇଛନ୍ତି ସେ କାହିଁକି କ୍ରିକେଟର କିଙ୍ଗ ।
ସେପଟେ ଭାରତ ଫାଇନାଲକୁ ଉନ୍ନୀତ ହେବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି । ଗାଁଠୁ ସହର ସବୁଠି ବିଜୟ ଉତ୍ସବ ମନାଉଛନ୍ତି କ୍ରିକେଟ ପ୍ରେମୀ । ବାଣ ଫୁଟାଇ ଉତ୍ସବ ମନାଉଛନ୍ତି କ୍ରିକେଟପ୍ରେମୀ । କଟକ ଓ ଭୁବନେଶ୍ୱରରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଛି ।
ଭାରତର ଏହି ବିଜୟ ପରେ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚମକପ୍ରଦ ବିଜୟ ପରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଫାଇନାଲକୁ ଗଲା ବୋଲି ସେ କହିଛନ୍ତି ।
]]>ନିହାତି ଅବିଶ୍ୱନୀୟ, ଅପ୍ରତୀଦ୍ୱନ୍ଦୀ, କ୍ରିକେଟର ସମ୍ରାଟ । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ । ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି ରଚିଛନ୍ତି ଇତିହାସ । କ୍ରିକେଟର ଭଗବାନଙ୍କ ସାମ୍ନାରେ, ତାଙ୍କର ଘରେ, ତାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି କୋହଲି । ଏହା ସହ ପ୍ରମାଣ କରି ଦେଇଛନ୍ତି ସେ କାହିଁକି କ୍ରିକେଟର କିଙ୍ଗ ।
ନ୍ୟୁଜିଲାଣ୍ତ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ । ଅତ୍ୟନ୍ତ ଧୈର୍ଯ୍ୟର ସହ ସେ ଏହି ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ୯୨ ରନ କରିଥିବା ବେଳେ ସେ ଆହତ ଥିବା ପରି ଜଣା ପଡ଼ିଥିଲା । କିନ୍ତୁ ନଛୋଡ଼ବନ୍ଧା କୋହଲି ମ୍ୟାଚ ଛାଡ଼ି ଯାଇନଥିଲେ । ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରି ନେଇଥିଲେ ।
𝙈𝙊𝙉𝙐𝙈𝙀𝙉𝙏𝘼𝙇! 🫡🫡
— BCCI (@BCCI) November 15, 2023
Virat Kohli surpasses the legendary Sachin Tendulkar and now has the most centuries in Men's ODIs 👏👏#TeamIndia | #CWC23 | #MenInBlue | #INDvNZ | @imVkohli pic.twitter.com/230u7JAxcJ
ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ କୋହଲି । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ୫୦ତମ ଶତକ ହାସଲ କରିଛନ୍ତି । ଏହା ସହ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି ।
ଅନ୍ୟପଟେ ଶ୍ରେୟାସ ଆୟର ମଧ୍ୟ ଆଜି ଶତକ ହାସଲ କରି ନେଇଛନ୍ତି । ମାତ୍ର ସତୁରୀ ବଲରୁ ୧୦୫ ରନ ସ୍କୋର କରିଛନ୍ତି ସେ । ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ ୮୦ ରେ ନଟ ଆଉଟ ରହିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୪୭ କରିବା ସହ ରାହୁଲ ୩୯ କରିଥିଲେ । ଭାରତ ତରଫରୁ ନ୍ୟୁଜିଲାଣ୍ତକୁ ୩୯୮ ରନର ବିଶାଳ ଟାର୍ଗେଟ ଦିଆ ଯାଇଛି ।
]]>ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ । ୱାଙ୍ଖଡେ ଷ୍ଟାଡିୟମରେ ବଡ଼ ଧରଣର ଅଘଟଣର ଚେତାବନୀ ମିଳିଛି । ବନ୍ଧୁକ, ଗୁଳି ଓ ହ୍ୟାଣ୍ତ ଗ୍ରେନେଡ ସହ ମୁମ୍ବାଇ ପୋଲିସର X ଆକାଉଣ୍ଟକୁ ଟ୍ୟାଗ କରିଛି ସନ୍ଦିଗ୍ଧ ।
ତେବେ ଆକାଉଣ୍ଟର ପ୍ରକୃତ ସୋର୍ସ କେଉଁଠି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଏଭଳି ଧମକପୂର୍ଣ୍ଣ ଟ୍ୱିଟ ପାଇବା ପରେ ୱାଙ୍ଖଡେରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଛି । ଯେକୌଣସି ବଡ଼ ଅଘଟଣ ପାଇଁ ପୋଲିସ ପ୍ରସ୍ତୁତ ରହିଛି । ସୂଚନା ଯୋଗ୍ୟ ମ୍ୟାଚ ଅପରାହ୍ନ ଦୁଇଟାରେ ଆରମ୍ଭ ହେବ ।
ଏଥିପାଇଁ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ସଂଖ୍ୟା ଗଣିତରେ ନଜର ପକା ଯାଏ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସେମି ଫାଇନାଲରେ ତିନିଥର ବିଜୟ ଓ ଚାରି ଥର ପରାଜିତ ହୋଇଛି । ଗତ ବିଶ୍ୱକପରେ ନ୍ୟୁଜିଲାଣ୍ତ, ଭାରତକୁ ସେମିଫାଇନାଲରେ ହରାଇ ଦେଇଥିଲା । ଚଳିତ ଥର ଭାରତ ମଧୁର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି । ବ୍ୟାଟରଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ଶ୍ରେୟାସ ଆୟର, କେଏଲ ରାହୁଲ ସମସ୍ତେ ଭଲ ପ୍ରଦର୍ଶନ ଦେଇ ଆସିଛନ୍ତି । ସେହିପରି ବୋଲରଙ୍କ ମଧ୍ୟରେ ଜଶପ୍ରୀତ ବୁମରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟୀର ରହିଛି । ଏଣୁ ଆଜିର ମ୍ୟାଚ ପାଇଁ ଭାରତ ନିହାତି ଭାବରେ ପ୍ରମୁଖ ଦାବିଦାର ରୂପେ ଉଭା ହୋଇଛି ।
ତେବେ ନ୍ୟୁଜିଲାଣ୍ତକୁ ମଧ୍ୟ ଡାର୍କ ହର୍ସ କୁହାଯାଏ । ବିଶ୍ୱର ଯେକୌଣସି ଦଳକୁ ହରାଇବାର କ୍ଷମତା ନ୍ୟୁଜିଲାଣ୍ତ ପାଖରେ ରହିଛି । ଭାରତ ବିପକ୍ଷ ମ୍ୟାଚରେ ଦଳ ନିଜର ସବୁ ଶକ୍ତି ଲଗାଇ ଜିତିବାକୁ ଚେଷ୍ଟା କରିବ ବୋଲି ଅଧିନାୟକ କେନ ୱିଲିୟମସନ୍ କହି ସାରିଛନ୍ତି । ମୋଟ ଉପରେ ଯେଉଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବ, ସିଏ ଫାଇନାଲ ଖେଳିବ ।
]]>ନିଜର ନଅଟି ଯାକ ମ୍ୟାଚ ଜିତି, ମୋଟ ୧୮ ପଏଣ୍ଟ ସହ ଭାରତ ନିଜର ସେମି ଫାଇନାଲ ଅଭିଯାନ ଆରମ୍ଭ କରିବ । ନିଜର ଶେଷ ଲିଗ ମ୍ୟାଚରେ ଭାରତ ମୋଟ ୪୧୦ ର ଦଳଗତ ସ୍କୋର କରି ବିଶ୍ୱକପରେ ଦ୍ବିତୀୟ ସର୍ବବୃହତ ଦଳଗତ ସ୍କୋର କରିଥିଲା । ଏହି ମ୍ୟାଚ ସହ ଭାରତ ମଧ୍ୟ ଅନେକ ଗୁଡ଼ିଏ ରେକର୍ଡ ପ୍ରତିଷ୍ଠା କରିଛି ।
କେଏଲ ରାହୁଲ ବିଶ୍ୱକପ ଇତିହାସରେ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ ହୋଇଥିଲେ । ଦ୍ୱିତୀୟ ଭାରତୀୟ ୱିକେଟ ରକ୍ଷକ ବ୍ୟାଟର ଭାବେ ରାହୁଲ ବିଶ୍ୱକପରେ ଶତକ ଅର୍ଜନ କରିଛନ୍ତି । ଅନ୍ୟପଟେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଲଗାତାର ଦୁଇଟି ବିଶ୍ୱକପରେ ୫୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ୨୦୦୩ରେ ସୌରଭ ଗାଙ୍ଗୁଲି ସଂଗ୍ରହ କରିଥିବା ୪୬୫ ରନ ସର୍ବୋଚ୍ଚ ଥିଲା ।
ସେହିପରି ବିରାଟ କୋହଲି ମଧ୍ୟ ଚଳିତ ବିଶ୍ୱକପରେ ରେକର୍ଡ ପ୍ରତିଷ୍ଠା କରିବାରେ ପଛରେ ପଡ଼ି ଯାଇ ନାହାନ୍ତି । ବିଶ୍ୱକପରେ ସେ ସପ୍ତମ ଥର ୫୦ ରୁ ଅଧିକ ସ୍କୋର କରି ସେ ସଚିନ ତେନ୍ଦୁଲକର ଓ ସାକିବ ଅଲ ହାସନଙ୍କ ସମକ୍ଷକ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ, ବିଶ୍ୱକପରେ ପାଞ୍ଚଟି ଅର୍ଧଶତକ ଓ ୨ ଟି ଶତକ ମାରି ସାରିଛନ୍ତି । ଏହା ସହ କୋହଲି ଚଳିତ ବିଶ୍ୱକପରେ ସର୍ବୋଚ୍ଚ ସ୍କୋରର୍ ହେବାର ରେକର୍ଡ ମଧ୍ୟ ନିଜ ନାମରେ କରି ନେଇଛନ୍ତି । କୋହଲି ୯ ମ୍ୟାଚରେ ୯୯ ପ୍ରତିଶତ ହାରରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୯୪ ରନ କରିଛନ୍ତି ।
ଅନ୍ୟପଟେ ନେଦରଲାଣ୍ତ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ୯ ଜଣ ବୋଲିଂ କରିଥିଲେ । ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଶୁବମାନ ଗିଲ ମଧ୍ୟ ବୋଲିଂ କରିଥିଲେ । ଏହା ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମା ନିଜ ନିଜ ବିଶ୍ୱକପ ୱିକେଟ ମଧ୍ୟ ହାସଲ କରି ନେଇଥିଲେ ।
ନେଦରଲାଣ୍ତ ଅଧିନାୟକ ତଥା ୱିକେଟ କିପର ସ୍କଟ ଏଡୱାର୍ଡଙ୍କୁ ଆଉଟ କରିଥିଲେ ବିରାଟ । ଏହା ହେଉଛି ତାଙ୍କର ଦିନିକିଆରେ ପଞ୍ଚମ ୱିକେଟ । ପ୍ରଥମ ୱିକେଟ ଭାବରେ ସେ ଆଲଷ୍ଟାୟାର କୁକଙ୍କୁ ଆଉଟ କରିଥିଲେ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ବିଶ୍ୱକପ ୱିକେଟ ହାସଲ କରି ନେଇଥିଲେ । ସେ ଭାରତୀୟ ବଂଶୋଭବ ତେଜା ନିଦାମାନାରୁଙ୍କୁ ଆଉଟ କରିଥିଲେ ।
]]>ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ରେ ପାକିସ୍ତାନର ଖରାପ ପ୍ରଦର୍ଶନ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯାହା ‘ଔଷଧ ବିକଳରେ ତାଟିଆ କାମୁଡିବା’ ନୀତି ହୋଇଛି। ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।
ଇଣ୍ଟର୍ନେଟ୍ରେ ଅବଦୁଲ ରଜାକ୍ଙ୍କ ବିବୃତ୍ତିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି, ଉମର ଗୁଲ ଏବଂ ଅନ୍ୟମାନଙ୍କ ସହ ଏକ ଇଭେଣ୍ଟ୍ରେ ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଅବଦୁଲ ରଜାକ୍ ଭାରତୀୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ଏହି ବିବୃତ୍ତିକୁ ସମସ୍ତେ ସମାଲୋଚନା କରୁଛନ୍ତି। ଏହା ବ୍ୟତୀତ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରାଯାଉଛି।
ରଜାକ୍ କହିଛନ୍ତି, “ଯଦି ଆପଣମାନେ ଭାବିନିଅନ୍ତି ଯେ ମୁଁ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଏବଂ ତାଙ୍କଠାରୁ ଏକ ଭଲ (ଆଦର୍ଶ ଏବଂ ସଂଯମିଜ) ସନ୍ତାନ ଜନ୍ମ ହେବ, ତେବେ ତାହା କେବେ ହୋଇପାରିବ ନାହିଁ। ତେଣୁ ଆପଣମାନଙ୍କୁ ପ୍ରଥମେ ଆପଣଙ୍କ ଉଦ୍ଦେଶ୍ୟ ସ୍ଥିର କରିବାକୁ ପଡିବ, କେବଳ ସେତେବେଳେ ଟିମ୍ ଏବଂ ଏହାର ପ୍ରଦର୍ଶନ ଭଲ ହେବ।”
Shameful example given by Abdul Razzaq. #AbdulRazzaq #CWC23 pic.twitter.com/AOboOVHoQU
— Shaharyar Ejaz 🏏 (@SharyOfficial) November 13, 2023
ସୂଚନାଯୋଗ୍ୟ ଯେ ଆଇସିସି ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ କ୍ରିକେଟ୍ ଟିମ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନ ହାସଲ କରିଛି ଏବଂ ନଅ ମ୍ୟାଚ୍ ମଧ୍ୟରୁ ପାଞ୍ଚଟି ପରାଜୟ ସହ ଟୁର୍ନାମେଣ୍ଟର ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି। ବାବର ଆଜାମଙ୍କ ନେତୃତ୍ୱରେ ଟିମ୍କୁ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଦ୍ୱାରା ସାଙ୍ଘାତିକ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ବିଶ୍ୱକପରୁ ବାହାରିବା ମାତ୍ରେ ପାକିସ୍ତାନ କ୍ରିକେଟ୍ରେ ଉତ୍ତେଜନା ଦେଖାଦେଇଛି। ଟିମ୍ର ବୋଲିଂ ପ୍ରଶିକ୍ଷ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନେ ମର୍କେଲ ଇସ୍ତଫା ଦେଇଛନ୍ତି। ଜୁନ୍ ୨୦୨୩ରେ ମୋର୍ନେ ମର୍କେଲ ପାକିସ୍ତାନ କ୍ରିକେଟ୍ର ବୋଲିଂ କୋଚ୍ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୬ ମାସ ପାଇଁ ପାକିସ୍ତାନ ଟିମ୍ର ବୋଲିଂ କୋଚ୍ କରାଯାଇଥିଲା।
]]>