• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19 Patients

Covid-19 Cases
୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଚିହ୍ନଟ।ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦କୁ ବୃଦ୍ଧି ପାଇଛି। 

corona
ସହାୟତା ଅପେକ୍ଷାରେ ଶହ ଶହ କୁନି ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ମୀରା ଅପା

ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହୋଇନଥିବା ସମୟରେ ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀଗୃହରୁ ବାହାରି ପିଲାମାନଙ୍କୁ ଭିନ୍ନ ଉପାୟରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ ଏବଂ ପାଠ ପଢ଼ାଇ ତିଆରି କରିଛନ୍ତି ବଡ଼ ବଡ଼ ଅଫିସର । ପିଲାଏ ସହଜରେ ପାଠ ମନେ ରଖିବା ପାଇଁ ଲେଖିଛନ୍ତି ଅନେକ ଗପ, ଗୀତ, ପହେଲି ଓ ଧନ୍ଦା । ହେଲେ ଆଜି ସେ ଅସହାୟ ହୋଇ ପଡ଼ି ରହିଛନ୍ତି ।