ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬୦ ହଜାର ୪୯୧ ଜଣ ବ୍ୟକ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ୫୨ ହଜାର ୬୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୧୬୯୫ ଟପିଛି। ସେହିଭଳି ଗୁଜରାଟରେ ୮୮୮ ଜଣ ମଧ୍ୟପ୍ରଦେଶ ୩୦୦, ପଶ୍ଚିମବଙ୍ଗରେ ୨୭୮ ଜଣଙ୍କର ଜୀବନ ନେଇ ସାରିଲାଣି କରୋନା। ଦିଲ୍ଲୀରେ ୨୭୬, ରାଜସ୍ଥାନରେ ୧୬୭, ଉତ୍ତରପ୍ରଦେଶରେ ୧୬୫ ଜଣ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଯାଇଛି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>ଚିହ୍ନଟ ନୂଆ ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଯାଜପୁରରୁ ୮ଜଣ ଲେଖାଏ, ନବରଙ୍ଗପୁର ଓ ମୟୂରଭଞ୍ଜରୁ ୩ଜଣ, ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ, ପୁରୀରୁ ୭ଜଣ, କଟକରୁ ୨୦ଜଣ, ଝାରସୁଗୁଡ଼ା ଓ ବଲାଙ୍ଗିରରୁ ୨ଜଣ, ବାଲେଶ୍ୱରରୁ ୨୧ଜଣ, ଗଜପତିରୁ ୨୮ଜଣ, ସୁନ୍ଦରଗଡ଼ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଆଉ ୧୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୧୯ଜଣ ଚିକିତ୍ସାଧୀନ ଥିବାବେଳେ ୩,୧୪୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ମହାରାଷ୍ଟ୍ରରେ ସର୍ବାଧିକ ୫୪ ହଜାର ୭୫୮ ଆକ୍ରାନ୍ତ ଥିବାବେଳେ ୧୭୯୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ସେଇଭଳି ଗୁଜରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ପଶ୍ଚିମବଙ୍ଗରେ ୨୮୩, ଦିଲ୍ଲୀରେ ୨୮୮, ରାଜସ୍ଥାନ ୧୭୦ ଏବଂ ଉତ୍ତରପ୍ରଦେଶରେ ୧୭୦ ଜଣଙ୍କର ମୃତ୍ୟୁ ହେଲାଣି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଗକୁ ଯେ ବିପଦ ବଢୁଛି ଏକଥା ଏହି ସଂଖ୍ୟାରୁ ସ୍ପଷ୍ଟ ହେଉଛି। କାରଣ ମାତ୍ର ୧୦ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଦିନରେ ୧ ଲକ୍ଷରୁ ଦେଢ ଲକ୍ଷରେ ପହଞ୍ଚି ସାରିଲାଣି। ଭାରତରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଜାନୁଆରୀ ୩୦ ତାରିଖରେ। ଫେବୃଆରୀରେ ଏହାର ସଂକ୍ରମଣ ବହୁତ କମ୍ ଥିଲା। ହେଲେ ଏପ୍ରିଲ ୩୦ ତାରିଖକୁ ଏହାର ସଂଖ୍ୟା ୩୪,୮୬୬ରେ ପହଞ୍ଚି ଯାଇଥିଲା। ମେ’ ମାସରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୨୭ ଦିନରେ ୧,୧୬୯୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏକ ଆକାଳନରୁ ଜଣାଯାଇଛି, ମାତ୍ର ୧୨ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଏକ ଲକ୍ଷରେ ପହଞ୍ଚିଛି। ପରବର୍ତ୍ତୀ ୧୦ ଦିନରୁ କମ୍ ସମୟ ଭିତରେ ୫୦ ହଜାର ବୃଦ୍ଧି ପାଇଲା। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>