ଜଷ୍ଟିସ ସୁରେଶ କୁମାର କୈଟ୍ ଏବଂ ନୀନା ବଂସଲ କୃଷ୍ଣାଙ୍କ ଖଣ୍ଡପୀଠ ଏକ ମାମଲାରେ ଶୁଣାଣି କରି ଏଭଳି ରୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ‘ପତ୍ନୀ ଶ୍ୱଶୁରଙ୍କ ଘରେ ରହିବାକୁ ଚାହୁଁନାହାନ୍ତି । ଘରର କାମ କାର୍ଯ୍ୟ କିଛି କରୁ ନାହାନ୍ତି । କାମ କରିବାକୁ କହିଲେ କଳି କରୁଛନ୍ତି । ଆଉ ଘର କାମ କରିବା ପାଇଁ କହିବାରୁ ସେ ଏହାକୁ କ୍ରୁରତା ବୋଲି ଦାର୍ଶାଉଛନ୍ତି । ଏମିତିକି ମୋ ବିରୋଧରେ କ୍ରିମିନାଲ କେସ୍ ମଧ୍ୟ କରିଛନ୍ତି ।’
‘ଖାଲି ସେତିକି ନୁହେଁ ଅନେକ ସମୟରେ ସେ ମୋତେ ମୋ ବାପା ମାଆଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରୁଛନ୍ତି । ମୋ ପତ୍ନୀ ମୋ ବାପା-ମାଙ୍କ ବିରୋଧରେ ମଧ୍ୟ କ୍ରିମିନାଲ କେସ୍ କରିଛନ୍ତି । ମୋ ବାପା – ମାଆ ତାଙ୍କ ଉପରେ ଅତ୍ୟାଚାର କରୁଥିବା ଦର୍ଶାଇ ସେ ଶ୍ୱଶୁର ଘର ଛାଡ଼ି ନିଜ ବାପ ଘରେ ରହୁଛନ୍ତି ।’
ତେବେ ୨୦୦୭ରେ ଉଭୟଙ୍କ ବିବାହ ହୋଇଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । କିନ୍ତୁ ୨୦୧୦ ପରଠାରୁ ପତ୍ନୀ ନିଜ ବାପ ଘରେ ରହି ଆସୁଛନ୍ତି । ଏହି ପୂରା ଘଟଣା ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ଘର କାମ କରିବାରେ କୌଣସି ପ୍ରକାର କ୍ରୁରତା ନାହିଁ । ଅନ୍ୟପଟେ ଜଣେ ବାପାଙ୍କୁ ତାର ପୁଅଠାରୁ ଅଲଗା ରଖିବାର ଅଧିକାର କାହା ପାଖରେ ନାହିଁ । ଏମିତିକ ପୁଅକୁ ପିତୃତ୍ୱ ସ୍ନେହରୁ କେହି ବଞ୍ଚିତ କରିପାରିବେ ନାହିଁ । ବିବାହ ପରେ ସ୍ୱାମୀଠାରୁ ଅଲଗା ରହିବା ଆମ ସଂସ୍କୃତିରେ ନାହିଁ ।
କୋର୍ଟ ଆହୁରି କହିଛନ୍ତି ଯେ, ସ୍ୱାମୀ ଅନେକ ଚେଷ୍ଟା କରିଛନ୍ତି ପତ୍ନୀଙ୍କୁ ନିଜ ପାଖରେ ରଖିବାକୁ । ସେ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିଥିଲେ । କିନ୍ତୁ ପତ୍ନୀ କିଛି ନା କିଛି ବାହାନା କରି ନିଜ ବାପ ରହୁଥିଲେ । ତେଣୁ ତାଙ୍କର ଜଏଣ୍ଟ ଫ୍ୟାମିଲିରେ ରହିବା ପାଇଁ କୌଣସି ପ୍ରକାର ଇଚ୍ଛା ନାହିଁ । ଶେଷରେ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଯେଉଁ ସବୁ ଅଭିଯୋଗ ଆଣିଥିଲେ ସେ ସବୁକୁ କୋର୍ଟ ଖାରଜ କରିଛନ୍ତି । ଏବଂ ସ୍ୱାମୀ ସ୍ତ୍ରୀଙ୍କ ଛାଡ଼ପତ୍ରକୁ ଆବେଦନକୁ ଗ୍ରହଣ କରିଛନ୍ତି ।
]]>ସମନ୍ ଆଇନତଃ କି ବେଆଇନ, ସେ କଥା ନୁହେଁ, ବରଂ କେଜରିୱାଲ ଜାଣିଶୁଣି ସମନକୁ ଅବମାନନା କରିବା ବେଆଇନ ବୋଲି କୋର୍ଟ ମାନିଥିବା କୁହାଯାଉଛି । ସେପଟେ ଆଜି ମଧ୍ୟ ଇଡିରେ ହାଜର ହୋଇ ନାହାନ୍ତି କେଜରିୱାଲ । ତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତିରେ ଷଷ୍ଠ ଥର ସମନ ହୋଇଥିଲା ।
କେଜରିୱାଲ କହିଛନ୍ତି, ଏବେ ମାମଲା କୋର୍ଟରେ ଅଛି । କୋର୍ଟଙ୍କ ରାୟ ଆସିବା ପରେ କୌଣସି ନିଷ୍ପତ୍ତି ନିଆଯିବ । ଅନ୍ୟପଟେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଫେବ୍ରୁଆରୀ ୧୭ରେ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରି ଫେବ୍ରୁଆରୀ ୧୯ରେ ପଚରାଉଚରା ପାଇଁ ଡାକିଥିଲା ।
ଏହାପୂର୍ବରୁ ନଭେମ୍ବର ୨, ଡିସେମ୍ବର ୨୧, ଜାନୁଆରୀ ୩, ଜାନୁଆରୀ ୧୭ ଓ ଫେବ୍ରୁଆରୀ ୨ରେ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା ଇଡି । ତେବେ ପାଞ୍ଚ ଥର ସମନ ପଠାଇବା ପରେ ହଜାର ନହେବାରୁ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଫେବ୍ରୁଆରୀ ୧୪ରେ କୋର୍ଟ ପକ୍ଷରୁ କେଜ୍ରିୱାଲଙ୍କୁ ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।
ତେବେ ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ଓ ବିଶ୍ୱାସ ପ୍ରସ୍ତାବ ହେତୁ କେଜ୍ରିୱାଲ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ କରିବାକୁ କହିଛନ୍ତି । ସେଦିନ କେଜ୍ରିୱାଲ କୋର୍ଟରେ ହାଜର ହେବେ। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଇଡି ଖୁବଶୀଘ୍ର ଅରବିନ୍ଦ୍ର କେଜ୍ରିୱାଲଙ୍କୁ ସପ୍ତମ ସମନ ପଠାଇପାରେ ।
]]>ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର ଦୁଃଖକୁ ଗିରଫ କରାଯାଇଥିଲା । ଏହା ସହ ଚୋରୀ ସୁନା ଗହଣାକୁ କିଣିଥିବା ଦୋକାନୀ ରମାକାନ୍ତ ସାହୁଙ୍କୁ ମଧ୍ୟ ଗିରଫ କରିଛି ସବରଙ୍ଗ ପୋଲିସ ।
ଚୋରି ହୋଇଥିବା ସୁନା ଗହଣା , ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଦିନରେ ଭିକ ମାଗିବା ବାହାନାରେ ଘର ଗୁଡିକର ସ୍ଥିତି ଦେଖୁଥିଲେ ଆଉ ରାତିରେ ସେହି ଘରକୁ ଟାର୍ଗେଟ କରି ଚୋରି କରୁଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।
ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଭଦ୍ରକ ଏସଡିପିଓ କହିଛନ୍ତି।
]]>
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ଖରାରେ ସିଝିବ ସାରା ଓଡ଼ିଶା । ୧୮ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ୧୩ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।
ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳରେ ତାପମାତ୍ରା ୩୯.୭ ରେକର୍ଡ କରାଯାଇଥିଲା । ସେହିପରି ବୌଦ୍ଧ ଓ ଟିଟଲାଗଡ଼ରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା ।
ସେହିପରି ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା । ରାଜଧାନୀ ଭୁବନେଶ୍ୱରରେ ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜ୍ୟରେ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରକୁ ଯାଇପାରେ । ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
]]>ସେହିପରି ସୁମିତଙ୍କ ପରିବାର ପକ୍ଷରୁ ଦାଏର ହୋଇଛି ଛାଡ଼ପତ୍ର ମାମଲା। ଉଭୟଙ୍କ ଏହି ଟଣାଓଟରା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ନିମ୍ନ କୋର୍ଟରେ ମାମଲା ଅଗ୍ରାହ୍ୟ ହେବା ପରେ ତପସ୍ୱିନୀ ଜିଲ୍ଲା କୋର୍ଟକୁ ଯାଇଛନ୍ତି। ା ତେଣୁ ଆଜି କୋର୍ଟ କଣ ରାୟ ଦେଉଛନ୍ତି ତା ଉପରେ ନଜର ରହିଛି।
ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି। ପ୍ରଥମେ ଯେତେବେଳେ କୋର୍ଟ ରାୟ ଦେଇଥିଲେ ଯେ ଆମେ ଏକାଠି ୭ ଦିନ ରହିବୁ। କିନ୍ତୁ ପରେ ସେହି ରାୟକୁ କୋର୍ଟ ଦୋହରାଇଥିଲେ। କିନ୍ତୁ ସେହି ଅର୍ଡରୁ ସୁମିତ ମାନି ନଥିଲେ।
ସେ ଆହୁରି କହିଛନ୍ତି ଯେ ମୁଁ ଛାତିକୁ ପଥର କରିଦେଇଛି। ଲୋକ ଭଲ କୁହନ୍ତୁ କିମ୍ବା ଖରାପ କୁହନ୍ତୁ, ମୁଁ ତାହାକୁ ଗ୍ରହଣ କରିବି। ଯଦି ଲୋକ କଣ କହୁଛନ୍ତି, ମୁଁ ଯଦି ଦେଖିଥାନ୍ତି ବୋଧହୁଏ ଆଜି ମୁଁ ଏଠି ନଥାନ୍ତି। ଉଭୟଙ୍କ ସହମତିରେ ଆମେ ଲଭ ମ୍ୟାରେଜ ଓ ରେଜିଷ୍ଟ୍ରି ମ୍ୟାରେଜ କରିଥିଲୁ। କିନ୍ତୁ ଶାଶୂ ଘର ଲୋକେ ନିର୍ଯାତନା ଦେଇଚାଲିଲେ। ମୋ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୁଁ ଏଠି ବସିଛି। ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି। କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।
]]>
ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।
ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍ସି/ଏସ୍ଟି ସ୍ୱତନ୍ତ୍ର କୋର୍ଟରେ ଜାମିନ ପାଇଁ ଆବେଦନ କରିବେ।
ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାରଧର, ଗାଳି ଫଜିଲ କି ଧମକାଇବା ଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ପୁରୀର ତତ୍କାଳୀନ ଏସ୍ପିଙ୍କୁ ଠେଲାପେଲା, ବେଗୁନିଆର ତତ୍କାଳୀନ ମହିଳା ବିଡିଓଙ୍କୁ ମାଡ଼ ମାରିବା, ଭୁବନେଶ୍ୱର ବାସଭବନ ନିକଟରେ ଜଣେ ହୋଟେଲ ମାଲିକଙ୍କୁ ଧମକାଇବା ଓ ବୌଦ୍ଧ ମନମୁଣ୍ଡାରେ କଳା ପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ଗୋଇଠା ମାରିବା ଭଳି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ହେଲେ ଏ ସବୁ ଘଟଣାରେ ମାଫ୍ ପାଇଯାଉଥିବା ଜଗଦେବଙ୍କୁ କିନ୍ତୁ ଏହି ଘଟଣା ମହଙ୍ଗା ପଡ଼ିଥିଲା।
]]>ସଲମାନ ମେ ୨୫ରୁ ଜୁଲାଇ ୧୦ ପର୍ଯ୍ୟନ୍ତ କାନାଡା, ନେପାଳ ଓ ଆମେରିକା ଗସ୍ତରେ ଯିବେ।
]]>