ଖବର ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ଥିବାବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧୫ ଜଣ ସୁସ୍ଥହୋଇ ଥିବାବେଳେ ୧୩୮ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହା ପୂର୍ବରୁ ରାଜ୍ୟରେ ରଜ ପାଳନ ନେଇ କଟକଣା ଜାରି କରିବା ସହିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟ ସରକାର। ଏଥି ସହିତ ରଜ କିଣାବିକା ନେଇ ଗାଇଡଲାଇନ ମଧ୍ୟ ଜାରି କରିଥିଲେ। ଗୋଟିଏ ରଜପାଇଁ ଜୀବନକୁ ବିପନ୍ନ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ମୁଖପାତ୍ର ସୁବ୍ରତ ବାଗ୍ଚୀ।
ଏହାପୂର୍ବରୁ କେନ୍ଦୁଝର ପ୍ରଶାସନ ମଧ୍ୟ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜିଠାରୁ କଟକଣା ଲାଗୁ ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି
]]>