ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡରୁ ଯେଉଁ ଯାତ୍ରୀ ଭାରତ ଆସିବେ ସେମାନଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ଏହିସବୁ ଦେଶରୁ ଯେଉଁ ଯାତ୍ରୀ ଭାରତ ଆସିବେ, ଯଦି ସେମାନଙ୍କ ପାଖରେ କରୋନାର ଲକ୍ଷଣ ଥାଏ ବା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରିବେ। ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ।
#ଚୀନ_ଜାପାନରୁ_ଆସିଲେ_ଟେଷ୍ଟ_ବାଧ୍ୟ
— ଓଟିଭି (@otvkhabar) December 24, 2022
କୋଭିଡ଼ କଟକଣା କଡ଼ାକଡ଼ି କଲେ କେନ୍ଦ୍ର ସରକାର । କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡରୁ ଆସିଲେ ଟେଷ୍ଟ ବାଧ୍ୟ । #COVID #OTV pic.twitter.com/XHiPlMiUp5
ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସରକାରଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା। ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଗହଳି ଏଡ଼ାଇବା, ଗହଳି ଜାଗାରେ ମାସ୍କ ପରିଧାନକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି।
]]>
ସଠିକ୍ ସମୟରେ ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସିକ୍ୟୁଏନ୍ସିଂ ବୃଦ୍ଧି କରିବାକୁ ବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିଲେ ବି ବିଶ୍ୱରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ହେବ ବୋଲି କୁହାଯାଇଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ, ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଦେଶରେ କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିବେ।
ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ୍କୁ ଠିକ୍ ସମୟରେ ଚିହ୍ନଟ କରିବାକୁ ହେଲେ, ଏଥିପାଇଁ ଜିନୋମ୍ ସିକ୍ୟୁଏନ୍ସିଂ ଜରୁରୀ। ରାଜ୍ୟ ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଇବେ। ଏହାସହ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।
ସୂଚନାଥାଉ କି, ଚୀନରେ ପୁଣି କୋଭିଡ୍ ବିସ୍ଫୋରଣ । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ୍ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି, ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା । କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏପରି ପରିସ୍ଥିତି ଯଦି ଚୀନରେ ଲାଗି ରୁହେ ତାହେଲେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଓ ସାରା ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହେବେ ।
]]>ସୋମବାର ଜୈନ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ୍ରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଆଜି ଦ୍ୱିତୀୟ ଥର ଟେଷ୍ଟରେ ଜୈନ୍ଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏବେ ସେ RGSSH ହସ୍ପିଟାଲ୍ରେ ଚିକିତ୍ସା ଜାରି ରଖିବେ ବୋଲି କୁହାଯାଉଛି।
ସବୁଠାରୁ ବଡ଼କଥା ହେଲା ଜୁନ୍ ୧୪ରେ ଗୃହମନ୍ତ୍ରାଳୟର ଏକ ବୈଠକରେ ଯୋଗ ଦେଇଥିଲେ ସତୈନ୍ଦ୍ର ଜୈନ୍। ଏହି ବୈଠକ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ଡାକିଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ରାଜ୍ୟପାଳ ଅନୀଲ ବୈଜଲ, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, ଦିଲ୍ଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେଭଙ୍କ ସହିତ ଅନ୍ୟ ଅଫିସର୍ମାନେ ଯୋଗ ଦେଇଥିଲେ।
ଆପ୍ ଅନ୍ୟ ଜଣେ ବିଧାୟକ ଆତିଶୀଙ୍କଠାରେ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଦକ୍ଷିଣ ଦିଲ୍ଲୀର କାଲକାଜି ସିଟ୍ରୁ ବିଧାୟକ ଅଛନ୍ତି ୩୯ ବର୍ଷୀୟା ଅତିଶୀ।
]]>
ଭାରତରେ କ୍ରମାଗତ ନବମ ଦିନରେ ୧୮ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବାର ନୂଆ ରେକର୍ଡ ମଧ୍ୟ କରିଛି। ସେହିପରି ଗୋଟିଏ ଦିନରେ ଦେଶରେ ୬୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୧୯,୨୬୮ରେ ପହଞ୍ଚିଯାଇଛି।
ଅପରପକ୍ଷରେ ଦେଶରେ ରିକଭରୀ ବା ସୁସ୍ଥ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଦେଶରେ ରିକଭରୀ ବା ସୁସ୍ଥ ରେଟ୍ ୬୦.୭୭ ପ୍ରତିଶତରେ ପହଞ୍ଚିଛି। ଏଥିସହ ଏହି ମହାମାରୀ ରୋଗରେ ଏପର୍ଯ୍ୟନ୍ତ ୪,୦୯,୦୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦେଶରେ ପଜିଟିଭ୍ ରେଟ୍ ମଧ୍ୟ ୯.୬୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଏବେ ୨,୪୪,୮୧୪ ସକ୍ରିୟ ମାମଲା ରହିଛି।
ଦେଶରେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ସର୍ବୋପରି ଆଗରେ ରହିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭୦୭୪ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୨୫୦୫, ତାମିଲନାଡୁରେ ୪୨୮୦, ଉତ୍ତର ପ୍ରଦେଶରେ ୭୫୭, ପଶ୍ଚିମବଙ୍ଗରେ ୭୪୩, ରାଜସ୍ଥାନରେ ୪୮୦, ପଞ୍ଜାବରେ ୧୭୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
]]>ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍ କରିଥିବାବେଳେ ବ୍ରାଜିଲ୍ରେ ୮ଲକ୍ଷ ପାର୍ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା।
ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଛି। ବ୍ରିଟେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାରରୁ ଅଧିକ ରହିଛି।
ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୦,୯୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୬ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଏବେ ଚିନ୍ତାଜନକ ବିଷୟ ପାଲଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଏଯାବତ୍ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୭,୧୯୫ଜଣ ସୁସ୍ଥ ହୋଇଥିବାବେଳେ ୧,୪୧,୮୪୨ଜଣ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୮,୪୯୮ଜଣଙ୍କ ମୃତ୍ୟୁ ଘଟିଛି।
]]>