ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । ଅଧ୍ୟୟନରେ ସାମିଲ ଥିବା ଜଣେ ବରିଷ୍ଠ ବୈଜ୍ଞାନିକ ଇକୋନୋମିକ୍ସ ଟାଇମ୍ସକୁ କହିଛନ୍ତି, “ଏପର୍ଯ୍ୟନ୍ତ ଆକଳନରୁ ଜଣାପଡିଛି ଡେଲଟା ଭାରିଏଣ୍ଟ୍ ଆଲଫା ଅପେକ୍ଷା ୪୦-୫୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ସଂକ୍ରମିତ କରୁଛି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।
ଡେଲଟା ଭାରିଆଣ୍ଟ ଅଧିକାଂଶ ମୃତ୍ୟୁର କାରଣ ଅଟେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆକଳନରେ ସୂଚନା ନାହିଁ କହିଛନ୍ତି ଶୀର୍ଷ ବୈଜ୍ଞାନିକ । ଡେଲଟା ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସଂକ୍ରମଣର ସଂଖ୍ୟା ଅଧିକ। ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି ହେବା, ହସ୍ପିଟାଲରେ ଭର୍ତ୍ତି ନହେବା କିମ୍ବା ଅମ୍ଳଜାନ ଉପଲବ୍ଧତା ଅଭାବ ଭାଇରସ୍ ବ୍ୟାପିବାର କାରଣ ହୋଇପାରେ ବୋଲି କୁହାଯାଇଛି ।
ସେପଟେ ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଥମି ନଥିବା ବେଳେ କରୋନାର ତୃତୀୟ ଲହରୀ ନେଇ ଚେତାବନୀ ଦିଆଯାଇଛି । ଦେଶରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଠାରୁ ଅଧିକ ଭୟଙ୍କର ହେବ ବୋଲି ଏସବିଆଇ ରିପୋର୍ଟରେ କୁହାଯାଇଛି । ତୃତୀୟ ଲହରୀର ତାଣ୍ଡବ ୯୮ ଦିନ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆକଳନ କରାଯାଇଛି । ଦେଶରେ କୋଭିଡର ତୃତୀୟ ଲହରୀର ପ୍ରଭାବ ୯୭ ଦିନ ଅର୍ଥାତ୍ ତିନି ମାସରୁ ଅଧିକ ସମୟ ଧରି ରହିପାରେ । ଏସବିଆଇର ପାଞ୍ଚ ପୃଷ୍ଠାର ରିପୋର୍ଟରେ ତୃତୀୟ ଲହରୀ ବିଷୟରେ ଅନେକ ଆକଳନ କରାଯାଇଛି । ଦେଶ ଆଜି ଠାରୁ ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ରହିଲେ ଅମ୍ଳଜାନ, ଭେଣ୍ଟିଲେଟର ଆବଶ୍ୟକ କରୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ, ନହେଲେ ସ୍ଥିତି ଭୟଙ୍କର ହେବ ।
]]>B.1.617 ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ଏହାକୁ ତିନୋଟି ଭାରିଏଣ୍ଟରେ ଯଥା : B.1.617.1, B.1.617.2 ଏବଂ B.1.617.3ରେ ବିଭକ୍ତ କରାଯାଇଛି । ମଙ୍ଗଳବାର ପ୍ରକାଶିକ କୋଭିଡ୍ ୧୯ ସାପ୍ତାହିକ ମହାମାରୀ ଅପଡେଟରେ ଡବ୍ଲୁଏଚଓ କହିଛି, ସମସ୍ତ ଭାରିଏଣ୍ଟକୁ ନେଇ ଅନୁଧ୍ୟାନ କରାଯାଇଥିଲା । ତଥ୍ୟ ଅନୁସାରେ ଏବେ ସାରା ବିଶ୍ୱ ପାଇଁ B.1.617.2 ଭାରିଏଣ୍ଟ୍ ଚିନ୍ତା ବଢ଼ାଇଛି ।
ଜୀବନ ପାଇଁ ସବୁଠାରୁ ବଡ ବିପଦ B.1.617.2
B.1.617.2 ଭାରିଏଣ୍ଟ ପାଇଁ ଅଧିକ ମୃତ୍ୟୁ ହେଉଥିବା ସୂଚନା ମିଳିଛି । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି । ଏହି କାରଣରୁ ଅନେକ ଦେଶରେ ସଂକ୍ରମଣର ବୃଦ୍ଧି ଘଟୁଥିବା ଜଣାପଡ଼ିଛି । ଏହି ଭାରିଏଣ୍ଟ ଉପରେ ନଜର ରଖିବା ଓ ଏହା ଉପରେ ଅଧ୍ୟୟନ କରିବାକୁ ପ୍ରାଥମିକତା ଦେଉଛି ଡବ୍ଲୁଏଚଓ ।
ସେପଟେ ସୋମବାର ଅଦୃଶ୍ୟ ଭାଇରସର ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲ୍ଟା’ । । ଗ୍ରୀକ୍ ଆଲଫାବେଟ୍ ବ୍ୟବହାର କରି କରୋନା ଭାଇରସର ନାମକରଣ କରାଯାଇଛି । ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2 G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି । ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।
ବ୍ରିଟେନରେ ୨୦୨୦ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଏଣ୍ଟର ନାମ ଆଲଫା ରଖାଯାଇଥିବା ବେଳେ ସାଉଥ୍ ଆଫ୍ରିକାରେ ମିଳିଥିବା ଭାରିଏଣ୍ଟକୁ ବିଟା କୁହାଯାଉଛି । ସେହିପରି ବ୍ରାଜିଲରେ ଗତ ବର୍ଷ ନଭେମ୍ବର ମାସରେ ଯେଉ ଷ୍ଟ୍ରେନ୍ ମିଳିଥିଲା ତାହାର ନାମ ଦିଆଯାଇଛି ଗାମା ଓ ୟୁଏସରେ ମିଳଥିବା ଷ୍ଟ୍ରେନର ନାମର ରଖାଗଲା ଏପ୍ସିପ୍ଲାନ୍ । ଅନ୍ୟପଟେ ଫିଲିପାଇନ୍ସରେ ଚଳିତ ବର୍ଷ ଜାନୁୟାରୀରେ ଚିହ୍ନଟ ହୋଇଥିବା ଷ୍ଟ୍ରେନର ନାମ ଥିଟା ରଖାଯାଇଛି ।
]]>