• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Vaccine Update

vaccaine
କାହିଁକି ସବୁ ବର୍ଗର ଲୋକଙ୍କୁ ଦିଆଯାଉନି କରୋନା ଟିକା; କହିଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି […]

corona
ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ। ଏନେଇ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ।ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ […]

vaccanation
ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

vaccination
ଡୋରଷ୍ଟେପ୍ ଟିକାକରଣକୁ ନା, ସରକାର କହିଲେ ଏଭଳି କିଛି ନିୟମ ନାହିଁ

ଭୁବନେଶ୍ୱର: ଡ୍ରାଇଭ୍ ଇନ ଓ ଡୋରଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କଲେ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ACS ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । କହିଛନ୍ତି ଡୋରଷ୍ଟେପ୍ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କିଛି ବି ଉଲ୍ଲେଖ ନାହିଁ । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ । ଡୋରଷ୍ଟେପରେ ଟିକାକରଣ ବ୍ୟବସ୍ଥା ଦ୍ୱାରା ଅଧିକ ଟିକା ଅପଚୟ ହେବାର ମଧ୍ୟ ସମ୍ଭାବନା […]

teachers
ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି

corona
ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ...

ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଆଉ ଆଜି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

bmc-comissioner
କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆଜି ସେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ଜଣାଯାଇଛି। ଟିକା ନେବା ପରେ ସେ କହିଛନ୍ତି, ଏବେ ସେ ପୁରା ସୁସ୍ଥ ଅଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ।

corona
ପଞ୍ଜୀକରଣ କରି ଟିକା ନନେଲେ କଟିବ ଦରମା?

ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା ବିଭାଗ ଚେତାବନୀ ଦେଇଛି

vaccine
ସ୍ୱଦେଶୀ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ-ପ୍ରଧାନମନ୍ତ୍ରୀ

ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି

Imran Khan
ଆତଙ୍କୀଙ୍କ ପାଇଁ ଚିନ୍ତାରେ ଇମ୍ରାନ୍ ଖାନ୍ : ଟିକା ଲୁଟି ନେବା ଭୟରେ ଶୋଇ ପାରୁନାହାନ୍ତି

ନୂଆଦିଲ୍ଲୀ: କରୋନା ଟିକା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଦ ହେଉନି। ଦେଶରେ ଟିକାକରଣର ଚାଲିଥିବା ବେଳେ ଶାନ୍ତିରେ ଶୋଇପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆତଙ୍କର ଭୂସ୍ୱର୍ଗ କହୁଥିବା ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଭୟରେ ଜଡ଼ସଡ଼ ହେଉଛନ୍ତି। ଋଣରେ ମୁଣ୍ଡରୁ ତଳିପା ଯାଏ ବୁଡ଼ିଥିବା ପାକିସ୍ତାନ ପାଖରେ କରୋନା ମୁକାବିକଲା ପାଇଁ ଫୁଟି କଉଡ଼ି ଟିଏ ନାହିଁ। ଏପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆତଙ୍କବାଦୀ ମାନେ ବନ୍ଧୁକ ମୁନରେ ଟିକା ଲୁଟି ନେବାର […]

corona-tika
ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା

ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ […]

bbsr-vaccine
କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ, ସଫେଇ କର୍ମଚାରୀ ବିରଞ୍ଚି ନାଏକଙ୍କୁ ଦିଆଗଲା ପ୍ରଥମ ଟିକା

ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର […]

vaccination at ayodhya
କୋଭିଡ ଟିକା ନେବା ପରେ ୮ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୮ ଜଣ ମହିଳା ଆରକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶନିବାର ସକାଳୁ ଖରାପ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୮ ମହିଳା କନ୍‌ଷ୍ଟେବଲ୍‌ଙ୍କୁ ଶ୍ରୀରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍‌ ଏମାନଙ୍କ ଉପରେ ନଜର ରଖିଛନ୍ତି। ଏହି ମହିଳା କନ୍‌ଷ୍ଟେବଲ୍‌ମାନେ ଶୁକ୍ରବାର ଜିଲ୍ଲାରେ ହୋଇଥିବା କୋଭିଡ-୧୯ […]

OFFice-tika
ନିଜ ଅଫିସରେ ଭାକ୍ସିନ ନେବେ କରୋନା ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସ୍‌ରେ ଦିଆଯିବ କରୋନା ଟିକା । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏହି ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍‌। ୧ମ ଫେଜ୍‌ରେ  ଗୃହ ଓ ନଗର ଉନ୍ନୟନ କର୍ମଚାରୀଙ୍କୁ ଟିକା ଦିଆଯିବ। ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଟିକା ଦିଆଯିବ। ୬ରୁ ଟିକାକରଣ ଆରମ୍ଭ ହେବ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଟିକାକରଣ ପାଇଁ […]

Modi
ଦ୍ୱିତୀୟ ଫେଜରେ କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ:  ଦ୍ୱିତୀୟ ଫେଜ୍‌ରେ କୋଭିଡ୍ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଟିକାକରଣ ପାଇଁ ତାଙ୍କ ପାଳି ପଡ଼ିପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏମିତିକି ୫୦ ବର୍ଷରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଟିକା ନେଇପାରନ୍ତି । ପୂର୍ବରୁ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ କୋଭିଡ୍ ଟିକାକରଣ କରାଯିବ। ତେଣୁ ଏହି […]

vaccine]
କୋଭିସିଲ୍‌ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର: ଗତକାଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍‌ଡ ପହଞ୍ଚିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ। କମ୍ପାନୀ ପକ୍ଷରୁ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ୍ ଓ ICMR ଦ୍ୱାରା ପ୍ରସ୍ତୁତ ଟିକା ପହଞ୍ଚିବା ପରେ କରୋନା ମୁକାବିଲା ପାଇଁ ଆଶାର କିରଣ ଦେଖା ଦେଇଛି।  ତେବେ କୋଭିସିଲ୍‌ଡ ୩୦ଟି ଜିଲ୍ଲାକୁ ପଠାଯିବ। କିନ୍ତୁ ଭୁବନେଶ୍ୱର ମହାନଗରରେ କୋଭାକ୍ସିନ ଦିଆଯିବ ବୋଲି କୁହାଯାଇଛି। ପ୍ରାୟ […]

Corona Vaccine Update
ଋଷର ଘୋଷଣା-ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା  ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ […]

Corona Vaccine Update
Corona Vaccine Update: କରୋନାକୁ ମାତ୍‌ ଦେବ ଆମେରିକାର ନାଜାଲ ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଥିବାବେଳେ ଆମେରିକାର ନାଜାଲ ଭ୍ୟାକସିନକୁ (Nasal Vaccine)  ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ପରୀକ୍ଷା ପରେ ଏହା ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଥିବା ସେଣ୍ଟ୍ ଲୁଇସ୍ ସ୍ଥିତ ଓ୍ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଗବେଷକ ମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଏହା ମାଙ୍କଡ଼ ଜାତୀୟ ଜୀବ […]

Vaccine-Village
ଟିକା ଟେନ୍‌ସନ୍‌: ଅନେକ ଗାଁ ଲୋକେ ସିଧା ସିଧା ମନା କରୁଛନ୍ତି, ଆମେ ଟିକା ନେବୁ ନାହିଁ

କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ

vaccine
୧୯୨୯କୁ ଫୋନ କଲେ ଟିକାକରଣରେ ମିଳିବ ବଡ଼ ସୁବିଧା

ସୁବିଧାରେ ହେବ ସିନିଅର ସିଟିଜେନଙ୍କ କରୋନା ଟେଷ୍ଟ ଏବଂ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଏଥିଲାଗି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।