ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓମିକ୍ରନ୍ ଯୋଗୁଁ ଆମେ ଏକ ବିପଜ୍ଜନକ ସ୍ଥତିରେ ରହିଛେ । ଏଥିରୁ ରକ୍ଷା ପାଇବା ପାଇଁ ଉଭୟ ମାସ୍କ ଓ ଭ୍ୟାକ୍ସିନ୍ ଜରୁରୀ । ତେଣୁ ମୁହଁରୁ ମାସ୍କ ନଖୋଲିବା ଲାଗି WHO ଚେତାବନୀ ଦେଇଛନ୍ତି ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ।
ଅନ୍ୟପଟେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ ଟିକା ନେଇସାରିଛନ୍ତି । ଜଣେ କୋଭିଡ୍ ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ଅନ୍ୟଜଣେ ଟିକା ନେଇନାହାନ୍ତି । ସେହିପରି ଚିହ୍ନଟ ହୋଇଥିବା ଶିଶୁଟି ଟିକାକରଣ ପାଇଁ ଯୋଗ୍ୟ ହୋଇନାହିଁ । ଚିହ୍ନଟ ହୋଇଥିବା ୪ ଜଣଙ୍କ ଭିତରେ କୌଣସି ଲକ୍ଷଣ ଥିବା ବେଳେ ତିନିଜଣଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି ।
କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ବର୍ତ୍ତମାନ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପ୍ରେସ୍ କନଫରେନ୍ସ କରି କହିଛି ଯେ, ଏପର୍ଯ୍ୟନ୍ତ ୫୯ଟି ଦେଶରେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ବ୍ୟାପି ସାରିଛି। ଅନ୍ୟପକ୍ଷରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ମହାରାଷ୍ଟ୍ରରେ ଆଉ ୭ ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଏବେ ୩୨ରେ ପହଞ୍ଚି ଯାଇଛି ।
ଆଜି ଗୁଜରାଟରୁ ୨ ଜଣଙ୍କ ଭିତରେ ଓମିକ୍ରନ ଚିହ୍ନଟ ହୋଇଛି । ପୂର୍ବରୁ ଗୁଜରାଟର ଜାମନଗରରୁ ଜଣେ ଜିମ୍ବାୱେ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ ।
]]>ସେହିଭଳି କ୍ୱାରେଣ୍ଟିନ ସେଣ୍ଟରରୁ ୨୫୮ ଏବଂ ଲୋକାଲ କେସ୍ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭, ମୟୂରଭଞ୍ଜରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।ସେହିପରି ୩ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ସୁନ୍ଦରଗଡ଼, ଜଗତସିଂହପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହା ପରେ ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୨୮୫କୁ ବୃଦ୍ଧି ପାଇଛି । ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ହୋଇଛି ।
]]>ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।
ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ। ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୮୬ ପଜିଟିଭ୍ ବାହାରିଛନ୍ତି। ସେହିପରି ଆଉ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୮୨ରେ ପହଞ୍ଚିଛି।
]]>ସେହିପରି ଦିନକରେ ୭ ଆକ୍ରାନ୍ତଙ୍କ ବି ଜୀବନ ନେଇଛି କରୋନା, ଯାହା ମଧ୍ୟରେ କେବଳ ଖୋର୍ଦ୍ଧାରୁ ୫ ଜଣ ଅଛନ୍ତି। ଯଦିଓ ଜିଲ୍ଲାଓ୍ୱାରୀ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହି ସାରିଛି, ତେବେ ପାର୍ବଣ ବେଳେ ଅଯଥା ଭିଡ଼ ନକରିବାକୁ ଓ କରୋନା ଗାଇଡଲାଇନ୍ସ ଠିକ୍ ଭାବେ ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଣେ ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହୋଇଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି। କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ଆଦୌ ନାହିଁ। ସାମାଜିକ ଦୂରତ୍ୱ ତ ଜମାରୁ ନାହିଁ କହିଲେ ଚଳେ। ତେଣେ ପୁନର୍ବାର କାୟା ବଢ଼ାଉଥିବା ସଂକ୍ରମଣରେ ଲଗାମ୍ ଦେବାକୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସାରିଛନ୍ତି।
ରାଜ୍ୟ ସରକାର ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ତେଣୁ ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୂର୍ବରୁ ପୋଲିସ କମିଶନର ଅପିଲ୍ କରିସାରିଥିବାବେଳେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଡିସିପି ପ୍ରତୀକ ସିଂ
ରିପୋର୍ଟ: ଦେବାଶିଷ ମହାନ୍ତି, ହରିହର ଚାନ୍ଦ
]]>ସେହିପରି ଦିନକରେ ୭ ଆକ୍ରାନ୍ତଙ୍କ ବି ଜୀବନ ନେଇଛି କରୋନା, ଯାହା ମଧ୍ୟରେ କେବଳ ଖୋର୍ଦ୍ଧାରୁ ୫ ଜଣ ଅଛନ୍ତି। ଯଦିଓ ଜିଲ୍ଲାଓ୍ୱାରୀ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହି ସାରିଛି, ତେବେ ପାର୍ବଣ ବେଳେ ଅଯଥା ଭିଡ଼ ନକରିବାକୁ ଓ କରୋନା ଗାଇଡଲାଇନ୍ସ ଠିକ୍ ଭାବେ ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଣେ ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହୋଇଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି। କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ଆଦୌ ନାହିଁ। ସାମାଜିକ ଦୂରତ୍ୱ ତ ଜମାରୁ ନାହିଁ କହିଲେ ଚଳେ। ତେଣେ ପୁନର୍ବାର କାୟା ବଢ଼ାଉଥିବା ସଂକ୍ରମଣରେ ଲଗାମ୍ ଦେବାକୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସାରିଛନ୍ତି।
ରାଜ୍ୟ ସରକାର ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ତେଣୁ ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୂର୍ବରୁ ପୋଲିସ କମିଶନର ଅପିଲ୍ କରିସାରିଥିବାବେଳେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଡିସିପି ପ୍ରତୀକ ସିଂ
ରିପୋର୍ଟ: ଦେବାଶିଷ ମହାନ୍ତି, ହରିହର ଚାନ୍ଦ
]]>ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨କୁ ବୃଦ୍ଧି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୨୨୭କୁ ବୃଦ୍ଧି ହୋଇଛି ।
।
୫୯୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୧୧ଜଣ, ବରଗଡ଼ରୁ ୧ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗିର ୧ ଜଣ, କଟକରୁ ୮୪ ଜଣ, ଦେବଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୧୪ ଜଣ, କଳାହାଣ୍ଡିରୁ ୫ ଜଣ , କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୯୦ଜଣ, କୋରାପୁଟରୁ ୧ଜଣ, ମୟୁରଭଞ୍ଜରୁ ୨୭ଜଣ, ନୟାଗଡ଼ରୁ ୪ଜଣ, ପୁରୀରୁ ୨୩ଜଣ, ସମ୍ବଲପୁରରୁ ୯ ଜଣ, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟପୁଲରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୩୬୬୯୧୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ମୋଟ୍ ୧୦୨୯୪୧୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୭୫ ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୧୬୧୬୫ ଜଣ । ସେହିପରି ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ୫୫୭ ଜଣ ।
]]>ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୪ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୧୬୯ ଜଣ ।
ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୧୬୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ଜଣେ ମହିଳାଙ୍କ ସମେତ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୨୨୦କୁ ବୃଦ୍ଧି ଘଟିଛି ।
୪୦୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୧୬ଜଣ, ବରଗଡ଼ରୁ ୧ଜଣ, ଭଦ୍ରକରୁ ୨ ଜଣ, କଟକରୁ ୬୩ଜଣ, ଦେବଗଡ଼ରୁ ୨ଜଣ, ଜଗତସିଂହପୁରରୁ ୧୮ଜଣ, ଯାଜପୁରରୁ ୧୭ଜଣ, କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୬୭ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ୧ଜଣ, ମୟୁରଭଞ୍ଜରୁ ୨୬ଜଣ, ନୟାଗଡ଼ରୁ ୫ଜଣ, ପୁରୀରୁ ୧୯ଜଣ, ସମ୍ବଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୨ଜଣ ଓ ଷ୍ଟେଟପୁଲରୁ ୩୯ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୨୩୬୯୪୫ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ମୋଟ୍ ୧୦୨୮୩୩୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୭୫ ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୨୮୩୬୬ ଜଣ । ସେହିପରି ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ୬୦୬ ଜଣ ।
]]>ଏଥିସହ ଆସନ୍ତା ଅକ୍ଟୋବର ପୂର୍ବରୁ ଯୁବ ବର୍ଗଙ୍କୁ ଅତିକମ୍ରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଭାର୍ଗବ । କେରଳ, ମହାରାଷ୍ଟ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଏବେ ବି ୪୨ରୁ ଅଧିକ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହୁଛି । ତେଣୁ ଆଗକୁ ପାର୍ବଣ ସମୟରେ ଏଥିପ୍ରତି ସଜାଗ ରହିବା ଜରୁରୀ । ତେବେ ପାର୍ବଣରେ ସାମିଲ ହେବାକୁ ଥିଲେ ଡବଲ ଡୋଜ୍ କରୋନା ଟିକା ନେବା ଜରୁରୀ ବୋଲି କେନ୍ଦ୍ରରୁ ଏ ସମ୍ପର୍କିତ କୌଣସି ପ୍ରକାର ନିର୍ଦ୍ଦେଶନାମା ରାଜ୍ୟକୁ ଆସିନଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ କହିଛନ୍ତି-ଟିକାକରଣ ସହ ଏବେ ସେରୋ ସର୍ଭେ ଚାଲିଛି । ଅଦ୍ୟାବଧି ରାଜ୍ୟରେ କେତେ ଟୀକା ଦିଆଯାଇଛି, ତାର ଅନୁଧ୍ୟାନ କରି ସରକାର ଖୁବଶୀଘ୍ର ମେଳା ଗାଇଡଲାଇନ୍ ସ୍ଥିର କରିବେ ବୋଲି ଜଣାପଡ଼ିଛି ।
ସେପଟେ ଗତ କିଛି ଦିନ ଧରି ଦେଶରେ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେବା ପରେ, ଏବେ ପୁଣି ୫୦ ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ୪୫ ହଜାର ୩୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୬ଜଣଙ୍କ ମୃତ୍ୟୁ ଘଟିଛି । ଯାହା ମଧ୍ୟରୁ କେବଳ କେରଳରୁ ନୂଆ ପଜିଟିଭ୍ ସଂଖ୍ୟା, ୩୨ ହଜାରରୁ ଅଧିକ ଥିବାବେଳେ ୧୮୮ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି । ଏପଟେ ରାଜ୍ୟରେ ବି ଦୈନିକ ସଂକ୍ରମଣ ୪ ଦିନ ଧରି ୮ଶହ ତଳେ ରହିବା ପରେ ଆଜି ପୁଣି ୮୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ପ୍ରାୟ ମାସେ ପାଖାପାଖି ଦୈନିକ ୬୦ ପାର୍ ମହାମାରୀ ମୃତ୍ୟୁରେ ୨ ଦିନ ତଳେ ହଠାତ୍ ଲାଗିଛି ବଡ଼ ବ୍ରେକ୍ । ସ୍ୱାସ୍ଥ୍ୟ ବିଭାଗର ସେପ୍ଟେମ୍ବର ୨ ତଥ୍ୟ ଅନୁସାରେ ୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜିର ତଥ୍ୟରେ ୭ଜଣଙ୍କ ପ୍ରାଣ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁ ୮ହଜାର ୩୫ ଛୁଇଁଛି । ଏସମ୍ପର୍କରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ମହାମାରୀ ପିକରେ ଥିଲାବେଳେ ଅଡିଟ୍ ହୋଇପାରି ନଥିଲା । ତେଣୁ ସେଗୁଡିକର ଅଡିଟ୍ ସରିବା ପରେ ଯାହା ତଥ୍ୟ ଆସୁଛି ଦିଆଯାଉଛି ।
ଏଣେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ବଢୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି କହିଛନ୍ତି । ଟିକାକରଣ ହୋଇନଥିବାରୁ ଶିଶୁ ମାନେ ଅଧିକ ସଂକ୍ରମିତ ହେବେ । ତୃତୀୟ ଲହର ଏବେବି ଆକଳନ ସ୍ତରରେ ରିହଛି । ତଥାପି ଆମକୁ ପ୍ରସ୍ତୁତ ରହିବାକୁ ପଡିବ ।
]]>ଚିହ୍ନଟ ନୂଆ ୫୭୦ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୮୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ସେହିପରି କରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଯଦିଓ ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ତେବେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟି ନ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ମହିଳାଙ୍କ ଘର ବାଲେଶ୍ୱର ଜିଲ୍ଲାରେ।
ଅନ୍ୟପକ୍ଷରେ ରାଜ୍ୟରେ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୯୦ଜଣ ଚିକିତ୍ସାଧୀନ ଥିବାବେଳେ ୫,୯୩୪ଜଣ ସୁସ୍ଥ ହୋଇଛନ୍ତି। ୩୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ଚିହ୍ନଟ ନୂଆ ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ଜଣ ଲେଖାଏ, ରାୟଗଡ଼ାରୁ ୧୬, ଗଞ୍ଜାମରୁ ୫୮, ଯାଜପୁର ଓ ନୟାଗଡ଼ରୁ ୩ଜଣ ଲେଖାଏ, ମାଲାକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ଗଜପତିରୁ ୧୬, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏ, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨ଜଣ ଆକ୍ରାନ୍ତ ରହିଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୦୩ଜଣ ଚିକିତ୍ସାଧୀନ ଥିବାବେଳେ ୪,୪୨୨ଜଣ ସୁସ୍ଥ ହୋଇଛନ୍ତି। ୧୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି।
ସେହିପରି ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର। ସେ ଗଞ୍ଜାମରୁ ଫେରିଥିଲେ।
ଏଯାବତ୍ ଭୁବନେଶ୍ୱରରେ ୧୦୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
]]>ଚିହ୍ନଟ ନୂଆ ୨୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୧୩ଜଣ, ଖୋର୍ଦ୍ଧାରୁ ୧୯ଜଣ, ନୟାଗଡ଼ରୁ ୭ଜଣ, କଟକରୁ ୯୨ଜଣ, ଢେଙ୍କାନାଳରୁ ୭ଜଣ, ବାଲେଶ୍ୱରରୁ ୨ଜଣ, ଅନୁଗୁଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ, ଭଦ୍ରକରୁ ୫ଜଣ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ୧୫ଜଣ, ଗଞ୍ଜାମରୁ ୨୦ଜଣ, ପୁରୀରୁ ୧୫ଜଣ, ବଲାଙ୍ଗିରରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ମୟୂରଭଞ୍ଜରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୩୬ଜଣ ଚିକିତ୍ସାଧୀନ ଥିବାବେଳେ ୨,୪୭୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
]]>ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ୧୮ ଜିଲ୍ଲାର। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬, ନୂଆପଡ଼ାଅରୁ ୧୯, କେନ୍ଦ୍ରାପଡ଼ାରୁ ୧୩, ଯାଜପୁରରୁ ୧୦, ସୁନ୍ଦରଗଡ଼ରୁ ୮, ବଲାଙ୍ଗିରରୁ ୭, କଟକରୁ ୬, ପୁରୀରୁ ୫, ଜଗତସିଂହପୁର, ଗଜପତି, କେନ୍ଦୁଝରରୁ ୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱର ଓ ଢେଙ୍କାନାଳରୁ ୨ ଜଣ ଲେଖାଏଁ କରୋନ ରୋଗୀ ଚିହ୍ନଟ ହୋଇଥିବବେଳେ ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
]]>ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯୭ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧,୩୩୦ଜଣ ସୁସ୍ଥ ହୋଇଥିବାବେଳେ ୫,୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫୫ ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧,୯୩୭ ଜଣ ସୁସ୍ଥ ହୋଇଥିବାବେଳେ ୫,୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ଚିହ୍ନଟ ନୂଆ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୨୭ ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨,୪୫୨ ଜଣ ସୁସ୍ଥ ହୋଇଥିବାବେଳେ ୫,୫୩୩ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଛି।
]]>ଗଞ୍ଜାମରୁ ସର୍ବାଧିକ ୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଛି।
]]>ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ ପହଞ୍ଚିଛି।
]]>ଚିହ୍ନଟ ନୂଆ ୧,୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୦ ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି।
]]>ଚିହ୍ନଟ ନୂଆ୧,୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୮୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୯୪ରହିଛି।
ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଜଣ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦, ୬୭୨ରେ ପହଞ୍ଚିଛି।
]]>ଚିହ୍ନଟ ନୂଆ୧,୯୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୪୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୩୬ରହିଛି।
ଖୋର୍ଦ୍ଧାରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪, ୬୩୦ରେ ପହଞ୍ଚିଛି।
]]>