କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗୁରୁବାର ସକାଳ ସୁଦ୍ଧା ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୧୦୫ ପହଞ୍ଚିଥିବା ବେଳେ ୧,୮୬,୫୧୪ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨,୭୧,୬୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଭାରତରେ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଦେଶର ମେଟ୍ରୋ ସିଟିଗୁଡ଼ିକରେ ହାଲ୍ ବହୁତ ଖରାପ ରହିଛି। ଅଧିକ ପ୍ରଭାବିତ ସହର ଭାବେ ଦିଲ୍ଲୀ ଗୁରବାର ସକାଳେ ମୁମ୍ବାଇକୁ ଟପିଯାଇଛି। ଗୁରୁବାର ଦିନ ଦିଲ୍ଲୀର କରୋନାଭାଇରସ୍ ମୁମ୍ବାଇକୁ ଅତିକ୍ରମ କରି ୭୦,୩୯୦ ରୁ ଅଧିକ ହୋଇଛି।
ପ୍ରକାଶ ଥାଉକି, ଆମେରିକା, ବ୍ରାଜିଲ୍ ଓ ଋଷିଆ ପରେ ଭାରତ ହେଉଛି ଚତୁର୍ଥ ସର୍ବାଧିକ କରୋନା ପ୍ରଭାବିତ ଦେଶ। ଜନ୍ ହୋପକିଂନସ ୟୁନିଭର୍ସିଟି ଅନୁସାରେ, ମୃତ୍ୟୁ ହାର ତୁଳନାରେ ଭାରତ ୮ ନମ୍ବର ସ୍ଥାନରେ ରହିଛି।
]]>ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ