ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୪୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 11,956 ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୪୦୭ ଜଣ ସୁସ୍ଥ ହୋଇଥିବାବେଳେ ୪,୪୭୬ ଜଣ ଚିକିତ୍ସାଧୀନ ଅଛନ୍ତି।
]]>ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍ଡାଉନ୍ କଟକଣା ଲାଗୁ ହେବ। ସଟ୍ଡାଉନ୍ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ, ଗର୍ଭବତୀ ଓ ୧୦ବର୍ଷରୁ କମ୍ ବୟସର ଶିଶୁମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଛି। ରାଉରକେଲା ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଶଟ୍ଡାଉନ୍ କରିବାକୁ ନିଷ୍ପତ୍ତି ହୋଇଛି।
]]>ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆ କରି ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟିନ୍ରେ ଥିଲେ। ସେମାନେ ସମସ୍ତେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ।
ସେହିପରି ବାକି ୬ ଜଣ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ଏହି ୬ ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଥିବାବେଳେ ବାକି ୫ଜଣ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର କର୍ମଚାରୀ।
ଆହୁରି ମଧ୍ୟ ପଢ଼ନ୍ତୁ:କଟକ ସହର ସଟ୍ଡାଉନ୍
]]>
ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଲୋକାଲ୍ କଣ୍ଟାକ୍ଟସ୍ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍ପୋର୍ଟ ଅଫିସ୍ ଅଞ୍ଚଳରୁ ୪, ଲକ୍ଷ୍ମୀବଜାର ବସ୍ତି(ଶିରିପୁର)ରୁ ଜଣେ, ଅଶୋକ ନଗର ଅଞ୍ଚଳରୁ ଜଣେ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ଜଣେ, ଏକ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ହୋମ୍ କ୍ୱାରେଣ୍ଟିନ୍ କେସ୍ ମଧ୍ୟରେ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ଜଣେ ରେଲ୍ୱେ ଷ୍ଟାଫ୍ ଅଛନ୍ତି।
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବାବେଳେ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ:ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ
]]>
ଚିହ୍ନଟ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏ, ଜଗତସିଂହପୁରରୁ ୪ଜଣ, କଟକରୁ ୧୫ଜଣ, ବରଗଡ଼ ଓ ମାଲକାନଗିରିରୁ ୨ଜଣ ଲେଖାଏ, ଭଦ୍ରକରୁ ୫ଜଣ, ଯାଜପୁରରୁ ୩ଜଣ, ରାୟଗଡ଼ାରୁ ୫ଜଣ, କେନ୍ଦୁଝରରୁ ୧୮ଜଣ, ଗଞ୍ଜାମରୁ ୫୭ଜଣ, କେନ୍ଦ୍ରାପଡ଼ାରୁ ୫ଜଣ ଓ ମୟୂରଭଞ୍ଜରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀର ଆଉ ୧୮ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଛି।
ଆହୁରି ପଢ଼ନ୍ତୁ:ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍
]]>
ଆପୋଲ ହସ୍ପିଟାଲ୍ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା।
ଭୁବନେଶ୍ୱରରେ ଏଯାବତ୍ ୧୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
]]>ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, ନୟାଗଡ଼ ଓ ବାଲେଶ୍ୱରରୁ ୧୩ଜଣ ଲେଖାଏ, କଟକରୁ ୨୦, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏ, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ଗଞ୍ଜାମରୁ ୩୨, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୦ ଓ ସମ୍ବଲପୁରରୁ ୫ଜଣ ଆକ୍ରାନ୍ତ ଅଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ
]]>ଆହୁରି ପଢ଼ନ୍ତୁ: ରାଜ୍ୟରେ ଆଉ 143 କରୋନା ଆକ୍ରାନ୍ତ ଚିହ୍ନଟ
କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସୁରତ୍ ଲିଙ୍କ୍ ଥିବା ଜଣାଯାଇଛି। ତାଙ୍କ ପରିବାରରୁ ଜଣ ସୁରତ୍ ଯାଇଥିଲେ। ଏହି ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମନଗରର ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧ। ସେ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ।
ସୂଚନାଥାଉ କି, ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ ୨ ଟି ଲୋକାଲ ଥିବା ଜଣାଯାଇଛି।
ଏମାନଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ ୩ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨ଜଣ, ଗଜପତିରୁ ୭ଜଣ, କନ୍ଧମାଳରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ, ଗଞ୍ଜାମ ଓ ପୁରୀରୁ ୩ଜଣ ଲେଖାଏ, ମୟୂରଭଞ୍ଜରୁ ୯ଜଣ, ସମ୍ବଲପୁରରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ODRAF/ NDRF/Fire Servicesର ୫୪ ଜଣ ଅଛନ୍ତି।
]]>