ପ୍ରଥମେ ୧୦ ଲକ୍ଷ କିଟ୍ ଦେଶର ୯୫ ପ୍ରତିଶତ ଅଞ୍ଚଳରେ କମ୍ପାନି ପକ୍ଷରୁ ପହଞ୍ଚାଇବା ବନ୍ଦୋବସ୍ତ କରାଯିବ। ଏହାପରେ ଆସନ୍ତା ସପ୍ତାହରେ ୭୦ ଲକ୍ଷ ଟେଷ୍ଟ କିଟ୍ ଯୋଗାଣ ନେଇ କମ୍ପାନି ଯୋଜନା ରଖିଛି।
କୋଭିସେଲ୍ଫ ଦ୍ୱାରା ଲୋକେ ନିଜେ ଘରେ କରୋନାର ଆଣ୍ଟିଜେନ୍ ଟେଷ୍ଟ କରିପାରିବେ। ଏହାଦ୍ୱାରା ଲ୍ୟାବ୍ ଉପରେ ଚାପ କମିବା ସହ ସଂକ୍ରମଣ ନେଇ ଥିବା ଆଶଙ୍କା ବି ହ୍ରାସ ପାଇବ।
ପଢନ୍ତୁ : ବିଏମସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଆଜିଠୁ ବାସହୀନଙ୍କୁ ମିଳିବ ଟିକା
ସୂଚନା ଥାଉ କି, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଦିନକୁ ଦିନ ସ୍ଥିତିରେ ସୁଧାର ଆସୁଛି। ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ନମୁନା ସଂଗ୍ରହ କରିବାର ୧୫ ମିନିଟ୍ ଭିତରେ ରେଜଲ୍ଟ ଆସିଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି । ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ । ମୃତ୍ୟୁ ହାରରେ ଜାତୀୟ ସ୍ତରଠାରୁ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି । କୋଭିଡ୍ ଆକ୍ରାନ୍ତଙ୍କ ଅନ୍ୟ ରୋଗ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ଦେଶରେ B1.617.2 ଭ୍ୟାରିଏଣ୍ଟର ଭୂତାଣୁ ଦେଖାଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି ।
ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮ । ସେହପରି ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଜୁନ ୨ ତାରିଖରେ ୮,୮୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜୁନ ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିଲେ। ସେହିପରି ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।
]]>