• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona News Today

police
୨୪ ଘଣ୍ଟାରେ ୯୧ ପୋଲିସ କର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ପୋଲିସ ନିଜର ପରିବାରକୁ ଛାଡି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କର ନିରନ୍ତର ସେବା କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରରେ କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଛନ୍ତି ପୋଲସ କର୍ମଚାରୀ। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ […]

corona-increse
୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ ଆକ୍ରାନ୍ତ ଚିହ୍ନଟ: ଖୋର୍ଧାରୁ ସର୍ବାଧିକ ୧୧୩୨ ଜଣ ପଜିଟିଭ୍‌

ରାଜ୍ୟରେ ଭୟଙ୍କର ସ୍ଥିତି। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୬୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ୧୧୩୨ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ

corona
ରାଜ୍ୟର କରୋନା ସ୍ଥିତି ସଙ୍ଗୀନ। ଟିକା ନେଲେ ବି କରୋନା ହେବ, ସେପଟେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍‌

କରୋନାକୁ ନେଇ ବିଗି଼ଡିଚାଲିଛି ସ୍ଥିତି। ୩ ଦିନ ଧରି ରାଜ୍ୟରେ ୩ ହଜାର ଟ୍ରେଣ୍ଡରେ ଥିବା ସଂକ୍ରମଣ ଆଜି ୪ ହଜାର ଡେଇଁଯାଇଛି। ଖାଲି ୪ ହଜାର ପାର୍ କରିନିି, ଦୈନିକ ସଂକ୍ରମଣ ସଂଖ୍ୟାରେ ଗତ ବର୍ଷ ସେପ୍ଟେମ୍ବର ପିକକୁ ବି ଟପିଯାଇଛି। ସପ୍ତାହାନ୍ତ ଲକଡାଉନ୍‌ ଓ ନାଇଟକର୍ଫ୍ୟୁ କଟଣା ସତ୍ତ୍ୱେ ମଧ୍ୟ ଏଭଳି ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି

corona
ରାଜ୍ୟରେ ବି କରୋନା ରୋଗୀଙ୍କୁ ମିଳୁନାହିଁ ବେଡ୍‌, ଚେୟାରରେ ବସି ଅକ୍ସିଜେନ୍‌ ନେଉଛନ୍ତି କରୋନା ସଂକ୍ରମିତ

ଭାଗ୍ୟରେ ଥିଲେ ବେଡ୍, ବେଡ୍ ନଥିଲେ ଚଟାଣ, ଚଟାଣରେ ଜାଗା ନଥିଲେ ଚେୟାର୍, ଆଉ ଚେୟାର୍ ବି ନଥିଲେ ନିଜ ଗାଡ଼ି। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତରେ ଓ ବାହାରେ ମର୍ମାହତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି।

night curfew 1
କରୋନା ସ୍ଥିତି ଅଣାୟତ୍ତ, ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।

Odisha-corona
ପୂର୍ବରୁ ଫଁ ଫଁ ହେଉଥିଲା, ଏବେ ଚୋଟ ମାରୁଛି। ରାଜ୍ୟରେ ସଙ୍ଗୀନ ହେଲାଣି କରୋନା ସ୍ଥିତି

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଛତିଶଗଡ ବର୍ଡରକୁ ଲାଗିଥିବା ଏସବୁ ଜିଲ୍ଲାର ପ୍ରବେଶ ପଥ ସିଲ୍ ହୋଇଛି। ରାସ୍ତା ଉପରେ ବାଉଁଶ ବାନ୍ଧି ସୀମା ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ

Corona
ରାଜ୍ୟରେ ଭୟଙ୍କର ହେଉଛି କରୋନା: ୨୪ ଘଣ୍ଟାରେ ୧୨୮୨ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଆହୁରି ବଢିଛି ସଂକ୍ରମଣ

Night Curfew
ବ୍ୟାପୁଛି କରୋନା: ଆଜିଠୁ ନୋଏଡାରେ ଲାଗୁ ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶରେ ବେକାଉ ହେଲାଣି କରୋନା। ଲଗାତାର ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଓ ସଟଡାଉନ ଆରମ୍ଭ ବି କଲେଣି। ଆଉ ଏହାରି ମଧ୍ୟରେ  ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡିଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ତେବେ […]

DELHI NIGHT CURFEW
ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।

caring of covid patient
ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ,  ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ […]

night curfew
ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି  କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଛତିଶଗଡ଼ ସୀମାର ୧୦ଟି ଜିଲ୍ଲାର ସହାରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ଅବଧି ବଢ଼ିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ […]

SBI
ପୁଣି ସିଲ୍‌ ହେଲା ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ପୁଣିଥରେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ୪ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି।  […]

KMGU-Doctors
ଟିକା ନେଇଥିବା ୪୦ ଡାକ୍ତରଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍‌ ଜେନେରାଲ୍‌(ଅବସରପ୍ରାପ୍ତ) ବିପିନ୍‌‌ ପୁରୀ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ସେ କରୋନାର ଦ୍ୱିତୀୟ ଟିକା ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ସମେତ ପାଖାପାଖି ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। […]

covid hospital
ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । […]

ନାକ ତଳକୁ ଖସି ଯାଇଥିଲା ମାସ୍କ : ପୁଅ ସାମ୍ନାରେ ବାପାଙ୍କୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍

ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ  ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । […]

corona testing
ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ । ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। […]

corona death
ଆଜି ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି। ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ […]

corona testing
ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧,୮୪୨

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ   ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ବିଶେଷକରି ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ […]

kumbhamela
କୁମ୍ଭ ମେଳାରୁ ଦୁଇ ଦିନରେ ବାହାରିଲେ ହଜାରେରୁ ଅଧିକ ପଜିଟିଭ୍

ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ […]

curfew
ଦିଲ୍ଲୀରେ ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ […]

corona
୮୧ ଦିନ ପରେ ଦେଶରେ ୧୦୦୦ରୁ କମ୍ ମୃତ୍ୟୁ : ଦିନକରେ ୪୬,୧୪୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବି କମୁଛି । କରୋନାର ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ତୃତୀୟ ଲହରୀ ଆଶଙ୍କା ଭୟ ସୃଷ୍ଟି କରୁଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୪୮…

corona 1
ତିନି ଦିନ ପରେ ୫୦ ହଜାର ତଳକୁ ଖସିଲା ସଂକ୍ରମିତ ସଂଖ୍ୟା : ୨୪ ଘଣ୍ଟାରେ ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଆଜି ୪୮ ହଜାର ୬୯୮ ପଜିଟିଭ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩କୁ ବୃଦ୍ଧି ଦେଶରେ ଆଜି ୧୧୮୩ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ…

death
ଆଜି ୪୭ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା : ଗତ ୨୪ ଘଣ୍ଟାରେ ୩୫୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଆଜି ୪୭ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରେ…

Covid
ଦେଶରେ ଖସୁଛି କରୋନା ହାର : ଦିନକରେ ୬୦,୭୫୩ ଆକ୍ରାନ୍ତ, ୧୬୪୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା…