କେଉଁମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ ରହିଛି, ଆସନ୍ତୁ ସେହି ବିଷୟରେ ଜାଣିବା
ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ରାଜ୍ୟ ସରକାର ସୁନିଶ୍ଚିତ କରିଛନ୍ତି।କରୋନାରେ ଆକ୍ରାନ୍ତ ହୋଇଥିବା ଏହି ଅଗ୍ନିଶମ କର୍ମଚାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅଗ୍ନିଶମ ଡିଜି।
ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉ କି, କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
]]>ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଛି।
]]>ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପଯର୍ୟନ୍ତ ଏକ ଗ୍ୟାପ୍ ରହୁଛି । ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ବୋଲି ଡିଏମ୍ଇଟି କହିଛନ୍ତି । ଅନ୍ୟପଟେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ର ଯାହା ତଥ୍ୟ ଦରକାର ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ତୃତୀୟ ଲହର ଆସୁ କି ନ ଆସୁ, ଏଥିଲାଗି ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଏ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ସ୍ଥିତି ଉପରେ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହରର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପ୍ରାଥମିକ ଲକ୍ଷ୍ୟ। ତେବେ ଫୋକସ ରହିବ ଶିଶୁମାନଙ୍କ ଚିକିତ୍ସା ଉପରେ।
ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ। ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି, ମୃତ୍ୟୁ ସଂଖ୍ୟା ଏମିତି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସୂଚନାଥାଉ କି, ରାଜ୍ୟରେ କୋଭିଡ ସଂକ୍ରମଣ ଆଶାଜନକ ଭାବେ କମୁ ନ ଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇଜଣିଆ କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କୋଲକାତାସ୍ଥିତ ଅଲ୍ ଇଣ୍ଡିଆ ଇଷ୍ଟିଚ୍ୟୁଟ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ୍ ହେଲ୍ଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ରଙ୍କୁ ନେଇ ଗଠିତ ଟିମ୍ ଆଜି ଅପରାହ୍ନରେ ସରକାରୀ ଓ ଘରୋଇ ହସ୍ପିଟାଲ ହସ୍ପିଟାଲ ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମ୍।
ଏଥିସହ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ । ଆସନ୍ତାକାଲି ଏହି ଟିମ୍ ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବେ । ଓଡିଶାରେ କେନ୍ଦ୍ରୀୟ ଟିମ୍ ୭ ଦିନ ରହିବା ପରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ସହ ବୈଠକ କରି ରିପୋର୍ଟ ଦେବ ଏହି ଟିମ୍ । ରାଜ୍ୟରେ ସଂକ୍ରମଣ ହାର କାହିଁକି ସ୍ଥିର ରହୁଛି, ମୃତ୍ୟୁ ସଂଖ୍ୟା କାହିଁକି କମୁନାହିଁ ଏନେଇ ଅନୁଧ୍ୟାନ କରିବା ସହ ଟ୍ରିଟମେଣ୍ଟ, ଟ୍ରେସିଂ ଓ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ଅନୁଧ୍ୟାନ କରିବେ।
]]>