ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ ଗତ ରବିବାର ଦିନ ରାଜ୍ୟରେ ୨୪୯୭ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୬୭୬୬୫ ଥିବାବେଳେ ମୃତକଙ୍କ ସଂଖ୍ୟା ୨୨୮୬ ହୋଇଛି ।
ସେମାନଙ୍କ ମଧ୍ୟରୁ ୧୦୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ପଜିଟିଭ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୮ଜଣ ବରିଷ୍ଠ ଅଧିକାରୀ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୫୦୯ ଜଣ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।
]]>
ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି।
ସେହିପରି ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର। ସେ ଗଞ୍ଜାମରୁ ଫେରିଥିଲେ।
ଏଯାବତ୍ ଭୁବନେଶ୍ୱରରେ ୧୦୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
]]>ଯୁବା ବୟସର ପୁଅ ବୋହୁଙ୍କୁ ହରାଇ ବୃଦ୍ଧା ବାପ-ମାଆଙ୍କ ଆଖିରେ ବୋଲ ମାନୁନି ଲୁହ । ଦୁଃଖ ଏତେ ଯେ, ଯେତେ ବାହୁନିଲେ ବି ସରିବନି । ବର୍ଷେ ତଳେ କରୋନାର କହର ଭିତରେ ପତ୍ନୀଙ୍କୁ ହରାଇ ଜୀବନ ଯୁଦ୍ଧରେ ଏକା ହୋଇଯାଇଥିଲେ ଭଦ୍ରକ ତିହିଡ଼ି ବ୍ଲକ ନନ୍ଦପୁର ଗାଁର ମନୋଜ ନାଥ । ଆଉ ତାର ଠିକ୍ ବର୍ଷକ ପରେ ନିଜେ ବି ହାରିଗଲେ କରୋନା ଆଗରେ । ଦୈନିକ ଅଟୋ ଚଳାଇ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଉଥିଲେ ମନୋଜ । ହେଲେ ହଠାତ ଅକାଳରେ ଚାଲିଯିବା ପରେ ତାଙ୍କ ଅଭାବି ପରିବାରରେ ଘୋଟିଯାଇଛି ଅମା ଅନ୍ଧାର । ଘରେ କଁଅଳ ବୟସର ଦୁଇ ଝିଅ ଏବଂ ଅବୋଧ ପୁଅ । ଆଗକୁ ସେମାନେ କେମିତି ବଞ୍ଚିବେ ଆଉ ସେମାନଙ୍କ ଭବିଷ୍ୟତ କଣ ହେବ ? ତାକୁ ନେଇ ହଜାରେ ପ୍ରଶ୍ନ । ଏପଟେ ବୋହୁ ପରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମୁକ ପାଲଟି ଯାଇଛନ୍ତି ମନୋଜଙ୍କ ବୃଦ୍ଧ ବାପା-ମାଆ ।
ଆହୁରି ପଢନ୍ତୁ : ମଶାଣିରେ କୋଭିଡ୍ ମୃତକଙ୍କ ମୁହଁ ଦେଖାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ..!
ସେହିଭଳି ଆଉ ଏକ କାହାଣୀ ହେଉଛି କୁନି ଝିଅ ମିଷ୍ଠୀର । ବର୍ଷକର ନିଷ୍ପାପ ଶିଶୁ ମିଷ୍ଟୀ ଦୁନିଆ କଣ, ଜାଣିବା ପୂର୍ବରୁ ବଇରି ସାଜିଛି ଦଇବ । ବାପା -ମାଆ ଓ ଜେଜେମା ଜଣଙ୍କ ପରେ ଜଣେ ଚାଲିଯିବା ପରେ ସମାଜରେ ଏବେ ସେ ସଂପୂର୍ଣ୍ଣ ଏକୁଟିଆ । ବାପା ମଳୟ ବସନ୍ତ ଦେହୁରୀ ନାଲକୋର ଏକ ପ୍ଲାଣ୍ଟରେ କାମ କରୁଥିଲେ । ହେଲେ କରୋନାରେ କବଳିତ ହୋଇ ଗୋଟିଏ ଦିନରେ ଆଖି ବୁଜିଥିଲେ ମଳୟ ଓ ଜେଜେମା ମାଳତୀ । ଆଉ ତାପରେ ପରେ ଆରପାରିକୁ ଚାଲି ଯାଇଥିଲେ ମାଆ ସୌଦାମିନି । ଏବେ ମାମୁଁ ଘର ପାଲଟିଛି ମିଷ୍ଟୀର ଆଶ୍ରୟସ୍ଥଳ । ପ୍ରିୟ ପରିଜନଙ୍କୁ ନଦେଖି କେବଳ ଜୁଳୁ ଜୁଳୁ ହୋଇ ଚାହୁଁଛି ସିନା, ମହାମାରୀ ତା ପାଇଁ କିଭଳି ସର୍ବଗ୍ରାସୀ ହୋଇଛି, ସେ କଥା ତା କୁନି କୁନି ଓଠରେ କହିବାର ସାମର୍ଥ୍ୟ ଜୁଟାଇ ପାରୁନି ।
ସରକାରୀ ତଥ୍ୟ କହୁଛି କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟରେ ଏଯାଏଁ ୩୫ ଶିଶୁ ଅନାଥ ହୋଇଛନ୍ତି । କିଏ ବାପା, କିଏ ମାଆ ତ ଆଉ କିଏ ଉଭୟ ବାପା ଓ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ଏପଟେ ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ଗ୍ରୀନ ପ୍ୟାସେଜ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ତା’ସହ କରୋନାରେ ଅନାଥ ଶିଶୁଙ୍କ ଲାଳନପାଳନ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭତ୍ତା ବ୍ୟବସ୍ଥା ବି କରିଛନ୍ତି । ତେବେ ଏମାନଙ୍କ ମୁଣ୍ଡରୁ ସବୁଦିନ ଲାଗି ବାପା-ମାଆଙ୍କ ହାତ ଉଠିଯାଇଥିବା ବେଳେ ସରକାରୀ ସହାୟତା ଏମାନଙ୍କ ଭବିଷ୍ୟତକୁ କେତେ ସୁରକ୍ଷିତ କରିବ ତାହା ହିଁ ବଡ଼ ପ୍ରଶ୍ନ ।
]]>କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଟୀକାକରଣରେ ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି ।୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି । ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ତାହା ବ୍ୟବହାର କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଅନ୍ୟପକ୍ଷେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା । ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି ।
ବଲାଙ୍ଗିର ଜିଲ୍ଲାରେ ଆଜିଠୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ବଲାଙ୍ଗିର ସହରର ୪ଟି ସ୍ଥାନରେ ୧୦ଟି ଟିକାଦାନ କେନ୍ଦ୍ରରେ ଭାକ୍ସିନ୍ ଦିଆଯାଉଛି । ସେହିପରି ଆଜିଠୁୁ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ଅଞ୍ଚଳରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ପୌରାଂଚଳର ୮ଟି ସ୍ଥାନରେ ପ୍ରଦାନ କରାଯାଉଛି ଟିକେ। ତେବେ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଅନ ଲାଇନ୍ରେ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିବାକୁ କୁହାଯାଇଛି।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜିଠୁ ପୁଣି ଥରେ ତ୍ୱରାନ୍ୱିତ ହୋଇଛି ଦ୍ୱୀତୀୟ ଡୋଜ୍ ଟିକାକରଣ ପ୍ରକ୍ରିୟା। ରାଜଧାନୀରେ ମେ’ ୩ରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ ହୋଇଥିବା ଯୁବ ବର୍ଗଙ୍କୁ ଡ୍ୟୁ ଡେଟ୍ ମୁତାବକ ଆଜିଠୁ ଦ୍ୱୀତୀୟ ଡୋଜ୍ ଦିଆଯାଉଛି । ତେବେ ବିଏମସି ପକ୍ଷରୁ ଏହାକୁ ସରଳିକରଣ କରି ବିନା ସ୍ଲଟ୍ ବୁକିଂରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ସେହି ସାର୍ଟିଫିକେଟ ଦେଖାଇ ସମାନ ଟିକାଦାନ କେନ୍ଦ୍ରରେ ର୍ନିଦ୍ଧାରିତ ତାରିଖରେ ଟିକା ଦିଆଯାଉଛି ।
ଯୁବ ବର୍ଗଙ୍କୁ ଦୈନିକ ସକାଳ ୮ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ବିଏମସି ପକ୍ଷରୁ ଟୋକନ ଟିକାକରଣ କେନ୍ଦ୍ର ସମେତ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନ କେନ୍ଦ୍ରରେ ମଧ୍ୟ ଟିକାକରଣ କରାଯାଉଛି। ସେହିପରି ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କ୍ୟାମ୍ପ କରି ଟିକା ଦିଆଯାଉଛି॥
]]>କରୋନା ପ୍ରତି ସତର୍କ ରହିବା ସହ ଅବହେଳା ନକରି ସଠିକ୍ ସମୟରେ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ରାଉରକେଲାର ସାଧାରଣ ଗୃହିଣୀ ରାକ୍ଷୀ ଅଗ୍ରୱାଲ ଏ କଥା କହିଛନ୍ତି। ଯେଉଁ ସମୟରେ ଶିଶୁଟି ଜନ୍ମନେଇଥାନ୍ତା, ସେହି ସମୟରେ ରାକ୍ଷୀ ସଂକ୍ରମିତ ହୋଇଥିଲେ କରୋନାରେ। ଆଶ୍ଚର୍ଯ୍ୟ କଥା ହେଉଛି, ରାକ୍ଷୀ କରୋନା ପଜିଟିଭ୍ ସତ୍ତ୍ୱେ ନବଜାତ ସନ୍ତାନ ଥିଲା ନେଗେଟିଭ୍। ସେହି ସମୟରେ ସ୍ତନ୍ୟପାନ ତ ଦୂରର କଥା, ଛୁଇଁବାକୁ ବି ମନା କରିଦେଇଥିଲେ ଡାକ୍ତର। ତେଣେ ସାରା ପରିବାର ସଂକ୍ରମିତ ହୋଇସାରିଥିଲେ କରୋନାରେ। ସମସ୍ତଙ୍କ ମନରେ ଭୟ ମାଡ଼ିଆସୁଥିଲା। ତଥାପି ରୋଗକୁ ହରାଇବାର ଦୃଢ଼ ମନୋବଳ ଏବଂ ଧୈର୍ଯ୍ୟ ଶକ୍ତି କରୋନା ବିରୋଧୀ ଲଢ଼େଇରେ ସଫଳ ଆଣିଦେଲା ସମସ୍ତଙ୍କୁ। କେବଳ ଅଗ୍ରୱାଲ୍ ପରିବାର ନୁହଁନ୍ତି, ୮୫ ବର୍ଷ ବୟସରେ ବାଲୁରାମ ମିତ୍ତଲ ମଧ୍ୟ କରୋନାକୁ ପରାସ୍ତ କରିଛନ୍ତି ଦ୍ୱିତୀୟ ଲହର ସମୟରେ।
ପଢନ୍ତୁ: ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା
ଭୁବନେଶ୍ୱର ରସୁଲଗଡ଼ର ଚମ୍ପତି ପରିବାର। ଏମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଭିଡ଼ିହୋଇଗଲେ କରୋନାର କୋରଡକୁ। ସ୍ଥିତି ଏପରି ହେଲା ଯେ, ଏହି ଛୋଟ ପୁଅକୁ ଦୀର୍ଘ ଦିନ ଧରି ଅନ୍ୟତ୍ର ରଖିବାକୁ ପଡ଼ିଲା। ଗୋଟିଏ ପଟେ କରୋନାର ଭୟାବହତା, ଅନ୍ୟ ପଟେ ଅଲିଅଳ ଶିଶୁପୁତ୍ରଠୁ ଅଲଗା ରହିବା ବହୁତ କଷ୍ଟଦେଇଥିଲା ସମସ୍ତଙ୍କୁ। ବିକଳ୍ପ ବି ନଥିଲା। ତଥାପି, ଦୁଃଖ ଆଉ ଯନ୍ତ୍ରଣାକୁ ମନରେ ଚାପି ପରସ୍ପର, ପରସ୍ପରକୁ ଆଶ୍ୱାସନା ଦେବା ସହ କରୋନାକୁ ହରାଇବା ପାଇଁ ମନକୁ ଟାଣ କରିଥିଲେ। କିଛିଦିନ ପରେ କଠୋର ସମୟ ଅତିକ୍ରାନ୍ତ କରିବା ସହ ଜଣଙ୍କ ପରେ ଜଣେ ସୁସ୍ଥ ହେବାରେ ଲାଗିଲେ।
ମହାମାରୀ ଆସିଛି ସତ, କିନ୍ତୁ ସତର୍କ, ସାବଧାନତା ସହ କୋଭିଡ୍ ନିୟମ ଅନୁପାଳନ କଲେ ଯେକୌଣସି ବ୍ୟକ୍ତି ବର୍ତ୍ତମାନର କଠୋର ସମୟକୁ ଆରାମରେ ଅତିକ୍ରମ କରିପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
]]>