ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। ଫଳରେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି ଭିତରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବାହାରକୁ ଯାଇ ପାରିବେ ନାହିଁ। ମେଡିକାଲ୍ ଟିମ୍କୁ ସହଯୋଗ କରିବା ଲାଗି କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ଙ୍କୁ ପରାମର୍ଶ ଦିଆଯାଇଛି।
ଗତକାଲି ରାଜ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗାଇଡ୍ଲାଇନ୍ ଜାରି କରିଛି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।
ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ସାରା ରାଜ୍ୟରେ ପୋଲିସ୍ର ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି ସବୁଠି କଡ଼ା ଚେକିଂ।
ଅନ୍ୟପକ୍ଷେ, ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।
ନାଇଟ୍ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ । ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି ଡିଏମ୍ଇଟି କହିଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାରଠୁ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।
]]>ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଲୋକାଲ୍ କଣ୍ଟାକ୍ଟସ୍ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍ପୋର୍ଟ ଅଫିସ୍ ଅଞ୍ଚଳରୁ ୪, ଲକ୍ଷ୍ମୀବଜାର ବସ୍ତି(ଶିରିପୁର)ରୁ ଜଣେ, ଅଶୋକ ନଗର ଅଞ୍ଚଳରୁ ଜଣେ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ଜଣେ, ଏକ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ହୋମ୍ କ୍ୱାରେଣ୍ଟିନ୍ କେସ୍ ମଧ୍ୟରେ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ଜଣେ ରେଲ୍ୱେ ଷ୍ଟାଫ୍ ଅଛନ୍ତି।
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବାବେଳେ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ:ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ
]]>
ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାର ଶୈଳବାଳା ଏନ୍କ୍ଲେଭ୍ ନିକଟରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ସବର ସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯଦୁପୁରରୁ ଜଣେ ଓ ୟୁନିଟ୍-୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍ କଣ୍ଟାକ୍ଟସ୍ କେସ୍ରେ ପଳାଶୁଣି କପିଳେଶ୍ୱର ବିହାରରୁ ଜଣେ ଓ ଏକ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଅଛନ୍ତି।
ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।
]]>ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବକ ଏୟାରପୋର୍ଟ ପାଖ ଭୀମପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁର ଅଞ୍ଚଳର।ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି।
ସେହିପରି ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର। ସେ ଗଞ୍ଜାମରୁ ଫେରିଥିଲେ।
ଏଯାବତ୍ ଭୁବନେଶ୍ୱରରେ ୧୦୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
]]>ଲୋକାଲ କଣ୍ଟାରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ହୋଇଥିବାବେଳେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଅଛନ୍ତି।
ଏଥିସହିତ ଏୟାରପୋର୍ଟ କଲୋନୀ, କୋଳଥିଆ PPL କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।
]]>Update on newly detected & cured #COVID19 cases in the last 24 hrs under the BMC area on 3rd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/P6YObKrzAj— BMC (@bmcbbsr) July 3, 2020