ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆସନ୍ତାକାଲି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
]]>#ଭୁବନେଶ୍ବରରେ_ପ୍ରଧାନ_ବିଚାରପତି
— ଓଟିଭି (@otvkhabar) May 5, 2023
ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ପହଞ୍ଚିଲେ । ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, କାଲି କଟକରେ କାର୍ଯ୍ୟକ୍ରମ#Bhubaneswar #OTV pic.twitter.com/A6pbfIpFoM
ମେ ୨ ତାରିଖ ସୁଦ୍ଧା କମ୍ ଯନ୍ତ୍ରଣାଦାୟକ ତଥା ଅମାନୁଷିକ ନହେଲା ଭଳି ବିକଳ୍ପ ମୃତ୍ୟୁ ଦଣ୍ଡ ପଦ୍ଧତି ଖୋଜିବାକୁ କହିଛନ୍ତି ବିଚାରପତି । କେନ୍ଦ୍ରର ତଥ୍ୟ ଦାଖଲ ପରେ ଏହା ଉପରେ ତର୍ଜମା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ଟୁ ବି ହ୍ୟାଙ୍ଗଡ ଟିଲ୍ ଡେଥ୍ ଅର୍ଥାତ୍ ମୃତ୍ୟୁ ହେଲା ଯାଏଁ ଫାଶି ଖୁଣ୍ଟରେ ଝୁଲାଯାଉ । ଦୋଷୀକୁ ମୃତ୍ୟୁ ଦଣ୍ଡ ସଜ୍ଜା ଶୁଣାଇବା ବେଳେ ବିଚାରପତି ଏଭଳି ନିର୍ଦ୍ଦେଶ ଦେଇଥାନ୍ତି । ତେବେ ଏହାକୁ କ୍ରୁର ଏବଂ ଅମାନବୀୟ ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଇନଜୀବୀ ରିଷି ମଲହୋତ୍ରା । ଆବେଦନରେ ଆଇନଜୀବୀ ଦର୍ଶାଇଛନ୍ତି ଯେ, ଫାଶିର ପୁରା ପ୍ରକ୍ରିୟା ବହୁତ ଲମ୍ବା । ମୃତ୍ୟୁ ନିଶ୍ଚିତ କରିବାକୁ ଫାଶିର ଅଧଘଣ୍ଟା ଯାଏଁ ଦୋଷୀକୁ ଝୁଲାଇ ରଖାଯାଇଥାଏ ।
ବିଶ୍ୱର ଅନେକ ଦେଶ ଫାଶି ଦଣ୍ଡକୁ ବନ୍ଦ କରିସାରିଛନ୍ତି । ଭାରତରେ ମଧ୍ୟ ଏହାକୁ ବନ୍ଦ କରାଯିବା ଉଚିତ । ଫାଶି ବଦଳରେ ରସାୟନିକ ଇଞ୍ଜେକସନ୍, ଗୁଳି କରିବା ଏବଂ ଇଲେକ୍ଟ୍ରିକ ଚେୟାରର ବ୍ୟବହାର କରିବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହି ବିକଳ୍ପ ଉପରେ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ବ୍ୟାପକ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିବାକୁ କହିଛନ୍ତି ।
ଫାଶି ଦଣ୍ଡର ବିକଳ୍ପ ପଦ୍ଧତି ନେଇ ୨୦୧୭ରେ ଆବେଦନ ହୋଇଥିଲା। ୨୦୧୮ରେ କେନ୍ଦ୍ର ସରକାର ଏହି ଅବେଦନ ଉପରେ ଜବାବ ଦାଖଲ କରି ଫାଶିକୁ ମୃତ୍ୟୁଦଣ୍ଡର ସବୁଠୁ ସଠିକ ପଦ୍ଧତି ଦର୍ଶାଇଥିଲେ । କହିଥିଲେ, ମୃତ୍ୟୁଦଣ୍ଡର ଅନ୍ୟ ପଦ୍ଧତି ଅପେକ୍ଷା ଫାଶି ଅଧିକ ବିଶ୍ୱାସଯୋଗ୍ୟ ଏବଂ କମ୍ ଯନ୍ତ୍ରଣାଦାୟକ । ଏବେ ଏହା ଉପରେ ପୁଣି ଆରମ୍ଭ ହୋଇଛି ବିତର୍କ ।
]]>ଏଥିସହିତ କୋର୍ଟ କହିଛନ୍ତି ଇଲେକ୍ସନ କମିଶନଙ୍କ ଏକ ସ୍ୱାଧୀନ ସଚିବାଳୟ ରହିବ । ଆଇନ ପ୍ରସ୍ତୁତ କ୍ଷମତା, ନିଜ ବଜେଟ ନିଜେ କରିବା କ୍ଷମତା ରହିବ । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କେ.ଏମ. ଜୋଶେଫଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି ।
ଗଣତନ୍ତ୍ରରେ ନିର୍ବାଚନରେ ସ୍ୱଚ୍ଛତା ରହିବା ନିହାତି ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନିର୍ବାଚନ କମିଶନ ନିଜ ବଜେଟ ପ୍ରସ୍ତୁତ କରିବା ପାଇଁ ସିଧା କନସୋଲିଡେଟେଡ ଫଣ୍ଡ ଅଫ ଇଣ୍ଡିଆରୁ ପୁଞ୍ଜି ନେବେ । ଏଥିପାଇଁ ଆଉ ପିଏମଓ କି ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡ଼ିବ ନାହିଁ ।
]]>ପରବର୍ତ୍ତୀ ପ୍ରଧାନ ବିଚାରପତି କାହାକୁ କରାଯିବ ତାଙ୍କ ନାମକୁ ସୁପାରିସ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଏହାପରେ ଜଷ୍ଟିସ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ନାମକୁ ଗତ କିଛିଦିନ ତଳେ ସୁପାରିସ କରିଥିଲେ। ଜଷ୍ଟିସ ୟୁୟୁ ଲଳିତ ଆସନ୍ତା ନଭେମ୍ବର ୮ରେ ଅବସର ନେବେ। ତାଙ୍କ ସ୍ଥାନରେ ଅର୍ଥାତ ପ୍ରଧାନ ବିଚାରପତି ଭାବେ ଆସନ୍ତା ୯ ତାରିଖରେ ଦାୟିତ୍ୱ ନେବେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼।
ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ଆସନ୍ତା ୨୦୨୪ ନଭେମ୍ବର ୧୦ରେ ସେ କାର୍ଯ୍ୟରୁ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ପୂରା ନାଁ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୁଡ଼। ୧୯୫୯ ନଭେମ୍ବର ୧୧ ତାରିଖରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ।
ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ LLB କରିବା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ LLM ଓ ପରେ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ବିଚାରପତି ଭାବେ ଦାୟିିତ୍ୱ ସମ୍ଭାଳିଛନ୍ତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ଼। ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡ଼ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୁଡ଼ଙ୍କ ପୁଅ। ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୁଡ଼ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଭାବେ ଦାୟିତ୍ୱରେ ରହିଥିଲେ।
]]>
ପ୍ରଧାନ ବିଚାରପତି ଏନବି ରମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏହି ପଦବୀ ପାଇଁ ୯ ବିଚାରପତିଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ ବିଭି ନାଗରତ୍ନାଙ୍କ ନାଁ ମଧ୍ୟ କଲେଜିୟମ ସୁପାରିଶ କରିଥିଲେ। ଏହି ତାଲିକାରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବେଲା ତ୍ରିବେଦୀ ଦୁଇ ମହିଳା ଅଛନ୍ତି ଯେଉଁମାନେ କି ବିଚାରପତି ଅଛନ୍ତି। ଏଠି କହିରଖିବୁ, ଭାରତରେ ମହିଳା ପ୍ରଧାନ ବିଚାରପତି ନିଯୁକ୍ତି ଦାବି ବହୁତ ପୂର୍ବରୁ ଉଠିଥିଲା।
ଅନ୍ୟପକ୍ଷେ ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତି ଥିବା ଏଏସ ବୋବଡେ କହିଛନ୍ତି, ‘ଭାରତ ଜଣେ ମହିଳା ପ୍ରଧାନ ବିଚାରପତି ପାଇବାର ସମୟ ଆସିଯାଇଛି।’
ସୂଚନାଥାଉ କି, ଜଷ୍ଟିସ ନାଗରତ୍ନା ଆସନ୍ତା ୨୦୨୭ ମସିହାରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି। ସେହିପରି କଲେଜିୟମ୍ ସୁପାରିଶ କରିଥିବା ଅନ୍ୟ ଦୁଇ ମହିଳା ବିଚାରପତି ଜଷ୍ଟିସ ହିମା କୋହଲି ଏବେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଜଷ୍ଟିସ ବେଲା ତ୍ରିବେଦୀ ଗୁଜରାଟ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଏହି ୩ ମହିଳାଙ୍କ ସହ ୯ ଜଣ ବିଚାରପତିଙ୍କ ନାମକୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପାରିଶ କରିଛନ୍ତି । କଲେଜିୟମ୍ ସୁପାରିଶ କରିଥିବା ଅନ୍ୟ ୫ ଜଣ ବିଚାରପତି ହେଲେ ଜଷ୍ଟିସ ଅଭୟ ଶ୍ରୀନିବାସ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେକେ ମାହେଶ୍ୱରୀ, ଜଷ୍ଟିସ ସିଟି ରବିକୁମାର ଏବଂ ଜଷ୍ଟିସ ଏମ୍ଏମ୍ ସୁନ୍ଦରେଶ। ସେହିପରି ବରିଷ୍ଟ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ ପିଏସ୍ ନରସିଂହାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି ।
]]>ସଂସଦରେ ଏମିତି ଆଇନ୍ ପାରିତ ହେଉଛି ଯେଉଁଥିରେ ବହୁତ ଦୁର୍ବଳତା ରହୁଛି। କେଉଁ ଉଦ୍ଦେଶ୍ୟରେ ଏଭଳି ଆଇନ୍ ତିଆରି ହେଉଛି ତାହା ସେ ଜାଣିପାରୁନଥିବା କହି ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ସଂସଦର ଉଭୟ ଗୃହ ଓକିଲରେ ଭର୍ତ୍ତି ରହୁଥିଲେ।
ହେଲେ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗୃହରେ ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ଅଭାବ ରହିଲେ, ଆଇନରେ ସ୍ପଷ୍ଟତାର ଅଭାବ ରହିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମନ୍ନା।
କେନ୍ଦ୍ର ଆଇନ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସଂସଦରେ ଗୁଣାତ୍ମକ ବିତର୍କର ଅଭାବ ରହିଛି ବୋଲି ମାନ୍ୟବର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଛନ୍ତି। ଏହାକୁ ନେଇ ସେ ଗଭୀର ଚିନ୍ତିତ ବୋଲି କହିଛନ୍ତି। ଏହାର ଅର୍ଥ ମୁଁ ବୁଝିପାରୁଛି। ମୁଁ ଯେତେବେଳେ ସଂସଦରେ ପ୍ରଥମେ ପ୍ରବେଶ କରିଥିଲି ସେତେବେଳେ ଅନେକ କଥା ଶିଖିଥିଲି। ହେଲେ ଏବେର ଯୁବ ସାଂସଦଙ୍କୁ ବିତର୍କରେ ଭାଗ ନେବାକୁ ରୋକି ଦିଆଯାଉଛି।
କଂଗ୍ରେସ ଏବଂ ଏହାର ବରିଷ୍ଠ ନେତାଙ୍କୁ କଡ଼ା ଜବାବ ଦେବାକୁ ଯାଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେଉଁ ସ୍ଥିତି ଉପୁଜିଲା ଏହାର ମାନସିକତାକୁ ଦର୍ଶାଉଛି। କିଛି ଲୋକ ଭାବନ୍ତି ଦେଶକୁ ଶାସନ କରିବା ପାଇଁ ସେମାନଙ୍କର ଏବଂ ରାଜବଂଶର ଅଧିକାର ଅଛି। କିନ୍ତୁ ଭାରତର ଲୋକମାନେ ଜ୍ଞାନୀ। ବର୍ତ୍ତମାନ ସେହି ଲୋକମାନଙ୍କୁ ଭାରତର ସେବା କରିବାକୁ ଅନୁମତି ଦିଆଯିବ ଯେଉଁମାନଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି ଦେଶ ତଥା ମାନବଜାତିର ସେବା।
]]>ଅତୀତ ଦିନକୁ ତୁଳନା କରି ମୁଖ୍ୟ ବିଚାରପତି କହିଛନ୍ତି, ପୂର୍ବରୁ ସଂସଦର ଉଭୟ ଗୃହରେ ଓକିଲମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ବର୍ତ୍ତମାନର ସ୍ଥିତି ନିରାଶାଜନକ ଏବଂ ସଂସଦର ଉଭୟ ଗୃହରେ ପର୍ଯ୍ୟାପ୍ତ ବିତର୍କ ହେଉନାହିଁ । ଅନ୍ୟପଟେ ନ୍ୟାୟିକ କାର୍ଯ୍ୟ ବ୍ୟତୀତ ଜନସେବାରେ ସହଯୋଗ କରିବାକୁ ସେ ଓକିଲମାନଙ୍କୁ କହିଛନ୍ତି ।
“ବର୍ତ୍ତମାନ ଆଇନ ଉପରେ କୌଣସି ସ୍ପଷ୍ଟତା ନାହିଁ । ଆଇନର ଉଦ୍ଦେଶ୍ୟ ବିଷୟରେ କେହି ଅବଗତ ନାହାନ୍ତି । ଲୋକଙ୍କ ଉଦ୍ଦେଶ୍ୟରେ ହୋଇଥିବା ବେଳେ ଆଇନ୍ ନଜାଣିବା ଲୋକଙ୍କ ପାଇଁ ଏକ ବଡ଼ କ୍ଷତି । ଗୃହରେ ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନରହିଲେ, ଏପରି ଘଟେ । ସ୍ୱାଧୀନତା ସଂଗ୍ରାମୀଙ୍କୁ ଦୃଷ୍ଟିରେ ରଖିଲେ ଜାଣିପାରିବେ ସେମାନଙ୍କ ମଧ୍ୟରୁ ଅନେକ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ । ଲୋକସଭା ଏବଂ ରାଜ୍ୟସଭାର ପୂର୍ବତନ ସଦସ୍ୟମାନେ ଅଧିକାଂଶ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ ।
ପ୍ରଧାନ ବିଚାରପତି କହିଛନ୍ତି, ବର୍ତ୍ତମାନ ଗୃହର ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ, ଯାହା ଅତି ଦୁଃଖଦ । ଅତୀତରେ ସଂସଦର ବିତର୍କ ଅତ୍ୟନ୍ତ ଗଠନମୂଳକ ଥିଲା । ମୁଁ ଆର୍ଥିକ ବିଲ୍ ଉପରେ ବିତର୍କ ଦେଖିଛି ଏବଂ ସେଠାରେ ବହୁତ ଗଠନମୂଳକ ମନ୍ତବ୍ୟ ଥିଲା । ଓକିଲମାନେ ତର୍କ କରୁଥିଲେ ଏବଂ ସେମାନଙ୍କ ସହିତ ଆଲୋଚନା କରାଯାଉଥିଲା । ସେମାନଙ୍କୁ ଆଇନଗତ ଦିଗ ବିଷୟରେ ସ୍ପଷ୍ଟତା ମିଳୁଥିଲା । କେବଳ ଆଇନ୍ ସେବାରେ ଜଡ଼ିତ ନରହିବ ଦେଶ ସେବାରେ ମଧ୍ୟ ଜ୍ଞାନକୁ ବ୍ୟବହାର କରିବାକୁ ଆଇନଜୀବୀ ମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ।
ନୀତି ଏବଂ ସଫଳତାର ସମୀକ୍ଷା କରିବାର ଏହା ହେଉଛି ସମୟ। କୌଣସି ଦେଶର ଇତିହାସରେ ୭୫ ବର୍ଷ କମ୍ ସମୟ ନୁହେଁ । ଯେତେବେଳେ ଆମେ ସ୍କୁଲ ଯାଉଥିଲୁ, ଆମକୁ ଗୁଡ଼ ଏବଂ ଏକ ଛୋଟ ପତାକା ମିଳିଥାଏ । ଆଜି ଆମ ପାଖରେ ବହୁତ କିଛି ଅଛି, କିନ୍ତୁ ଆମେ ଖୁସି ନୁହଁ । ଆମର ସନ୍ତୁଷ୍ଟର ସ୍ତର ବହୁତ ତଳକୁ ଖସିସାରିଛି ।
]]>ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ । ଆଡଭୋକେଟ୍ କପିଲ ସିବଲ ମଧ୍ୟ କୋର୍ଟର ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିଥିଲେ । ପ୍ରଧାନ ବିଚାରପତି ସମସ୍ତ ଆବେଦନକାରୀ ଏବଂ ଓକିଲଙ୍କୁ କୋର୍ଟ ଉପରେ ବିଶ୍ୱାସ ରଖିବାକୁ କହିଛନ୍ତି । ଯଦି କୌଣସି ମାମଲାକୁ ବୁଝିବା ପାଇଁ ପ୍ରଶ୍ନ କରୁଛନ୍ତି, ତେବେ ଏହାର ଭୁଲ ବ୍ୟାଖ୍ୟା କରନ୍ତୁ ନାହିଁ । ଏହା ଏକ ଗମ୍ଭୀର ପ୍ରସଙ୍ଗ, ତେଣୁ ଏହାକୁ ଗମ୍ଭୀରତାର ସହ ନିଆଯିବା ଆବଶ୍ୟକ ।
ସୂଚନାଯୋଗ୍ୟ ପେଗାସସ୍ ମାମଲାକୁ ସଂନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ହଙ୍ଗାମା ସୃଷ୍ଟି ହୋଇଥିଲା । ଆଉ ଏହା ପରେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପେଗାସସ୍ ମାମଲାରେ ପ୍ରାୟ ନଅଟି ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଘଟଣାର ତଦନ୍ତ ପାଇଁ ଏକ ଆବେଦନ କରାଯାଇଛି । ଇସ୍ରାଏଲର ସ୍ପାଇୱେୟାର ପେଗାସସ୍ ବ୍ୟବହାର କରାଯାଇ ସରକାର ବଡ଼ ବଡ଼ ହସ୍ତୀଙ୍କ ସମ୍ପର୍କରେ ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ ହୋଇଥିଲା । ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅନେକ ବଡ଼ ବଡ଼ ନେତାଙ୍କ ସମେତ ଦେଶର ଅନେକ ସେଲିବ୍ରିଟିଙ୍କ ନାମ ସାମିଲ ରହିଛି । ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଦଳ କ୍ରମାଗତ ଏହି ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରୁଥିଲେ । ତେବେ ସରକାର ସଂସଦରେ କହିଛନ୍ତି ସେମାନଙ୍କ ପକ୍ଷରୁ ଏଭଳି ଗୁପ୍ତଚର କାର୍ଯ୍ୟ କରାଯାଇ ନାହିଁ ।
]]>