ଗତକାଲି ରେଡ ବେଳେ ଏକ ବ୍ଲୁ ରଙ୍ଗର ଅଡ଼ି କ୍ୟୁଥ୍ରୀ କାରକୁ ଜବତ କରାଯାଇଛି I ତେବେ OD02CH2809 ନମ୍ବର ରେଜିଷ୍ଟେସନ ଥିବା ଏହି କାରର ମାଲିକ ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି I ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରେ ଗତକାଲି ରେଡ୍ ବେଳେ ଏହି ଗାଡ଼ି ଜବତ ହୋଇଛି I
ସେହିପରି ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ପ୍ରାୟ ୭୦୦ ଗ୍ରାମ ସୁନା ଜବତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରୁ ମୋଟ ୩୦ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଥିବା ଇଡି ସୂଚନା ଦେଇଛି I ଏଟି ଚିଟଫଣ୍ଡ ମାମଲାରେ ଗତକାଲି ଭୁବନେଶ୍ୱରର ଖବରକାଗଜ କାଗଜ ମାଲିକ ବିକାଶ ସ୍ୱାଇଁ, ବିଲଡର ସାଗର ରାୟଙ୍କ ଘର ଓ ଅଫିସ୍ ସମେତ ଏକାଧିକ ଲୋକଙ୍କ ଘରେ ହୋଇଥିଲା ରେଡ ।
ଭୁବନେଶ୍ୱରରେ ୬ ଟି ସ୍ଥାନରେ ଇଡି ରେଡି କରିଥିବା ବେଳେ ଗଞ୍ଜାମ ଓ ଛତ୍ରପୁରରେ ୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା ।
]]>ପୂର୍ବରୁ ଡିସେମ୍ବର ୨୩ ତାରିଖରେ ଦେଢ଼ କୋଟି ଟଙ୍କା ଡିଜିଟାଲ ଚିଟଫଣ୍ଡ ସ୍କାମରେ ଜଣେ ଦୋଷୀକୁ ସଜ୍ଜା ମିଳିଥିଲା । ଡିଜିଟାଲ ରିଭ୍ୟୁଲୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନସ୍ କୁମାରକୁ ୭ ବର୍ଷ ଜେଲ ଦଣ୍ଡ ସହ ତିନି ଲକ୍ଷ ୩୩ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବାଲେଶ୍ୱର ଓପିଆଇଡି କୋର୍ଟ ଏହି ରାୟ ଶୁଣାଇବା ସହ ଫାଇନ ନଦେଲେ ଅନାଦେୟ ଆଉ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ।
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ’ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା । ଜାମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଅର୍ଥ ହଡପ କରିଥିଲା ।
ଏହା ହେଉଛି ଓଡିଶାର ପ୍ରଥମ ଡିଜିଟାଲ ଟିଟପଣ୍ଡ ଠକେଇ, ଯେଉଁଥିରେ ଦଣ୍ଡ ବିଧାନ ହୋଇଛି । ମହାରାଷ୍ଟ୍ର, ବିହାର, ୟୁପି, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡିଶା, ଛତିଶଗଡ ଜମାକାରୀଙ୍କୁ ଏହି ସଂସ୍ଥା ଚୁନ ଲଗାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା ।
]]>ଗତକାଲି ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ ସ୍ଥାବର ଓ ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ। କର୍ପସ୍ ଫଣ୍ଡ ଆଉ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଇ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାର ହେଲାଣି ବିଜେଡି । ହେଲେ ଏବେ ବି ଶତ ପ୍ରତିଶତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଛନ୍ତି ସରକାର। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ। କହିଛି, ଓଡ଼ିଶା ପ୍ରୋଟେକ୍ସନ ଅଫ୍ ଡିପୋଜିଟର୍ସ ଆକ୍ଟ ୨୦୧୧ ଅନୁସାରେ ସରକାର, କଂପାନୀମାନଙ୍କର ସଂପତ୍ତି ବ୍ୟାଜାପ୍ତି କରି ଜମାକାରୀଙ୍କ ଟଙ୍କା ଫେରାଇ ପାରିବେ। ନିୟମ ଥିଲେ ବି ସରକାର ଚୁପ୍ କାହିଁକି ବୋଲି ମଂଚ ପ୍ରଶ୍ନ କରିଛି ।
୨୦୧୩ରେ ରାଜ୍ୟରେ ଚିଟ୍ଫଣ୍ଡ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଅଡୁଆରେ ପଡିଥିଲେ ସରକାର। ଶାସକ ଦଳର ଏକାଧିକ ବିଧାୟକ, ମନ୍ତ୍ରୀଙ୍କ ସଂପକ୍ତି ଅଭିଯୋଗ ଆସିଥିଲା। ହେଭିୱେଟ ନେତା ରବୀନ୍ଦ୍ର ଜେନା, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀପ୍ରସାଦ ମିଶ୍ର,ପ୍ରଣବ ବଳବନ୍ତରାୟ, ରାମଚନ୍ଦ୍ର ହାଁସଦା, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀଙ୍କ ଭଳି ନେତା ଚିଟଫଣ୍ଡରେ ସଂପୃକ୍ତି ନେଇ ଅଭିଯୋଗ ଆସିବା ସହ ସେତେବେଳେ ତମ୍ବିତୋଫାନ ଉଠିଥିଲା।
ଏବେ ପୁଣି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ହେଲେଣି ବିରୋଧୀ। ବିଜେପି କହିଛି ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଡିନାନ୍ସ ଆଣି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବ। ଏହା ସହ ଅଭିଯୁକ୍ତ ନେତାମାନଙ୍କୁ ଜେଲ୍ ପଠାଯିବ। ଅନ୍ୟପଟେ କଂଗ୍ରେସ କହିଛି ବିଜେଡିର ପ୍ରତିଶ୍ରୁତି ଖାଲି ଧୂଆଁବାଣ, ସରକାରକୁ ଆସିଲେ ଟଙ୍କା ଫେରାଇବ କଂଗ୍ରେସ। ଯାହାର ଜବାବ ରଖିଛି ବିଜେଡି।
ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ ଜମାକାରୀ ରହିଛନ୍ତି। ୨୦୧୩ ମସିହାରେ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ କମିଶନ ବସାଇଥିଲେ ସରକାର। ଏହା ଭିତରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ୪୫୦ରୁ ଅଧିକ ଚିଟଫଣ୍ଡ କଂପାନୀ ଦ୍ବାରା ଠକେଇ ହୋଇଥିବା ପାଖାପାଖି ୮ ଲକ୍ଷ ୮୬ ହଜାର ଆବେଦନ କମିଶନଙ୍କ ନିକଟକୁ ଆସିଥିଲା। ସେଥିରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ କମିଶନ। ହେଲେ ଏଯାଏଁ ମାତ୍ର ୨ ଲକ୍ଷ ୩୮ ହଜାର କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ ଟଙ୍କାରଖିଥିବା ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇପାରିଛନ୍ତି ରାଜ୍ୟ ସରକାର ।
]]>
ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।
ଚିଟଫଣ୍ଡ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ସ୍ଥିତି ହୁଲସ୍ତୁଲ ହୋଇଥିବାବେଳେ ସରକାର ତଦନ୍ତ ନେଇ କମିଶନ ଗଠନ କରିଥିଲେ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଲାଗି ସରକାର ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ତଦନ୍ତରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ତଦନ୍ତ କରୁଥିବା ମଦନ ମୋହନ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କମିଶନଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି ।
ତଦନ୍ତ କମିଶନ ୪ ଲକ୍ଷ ୯୭ ହଜାର ୮୪୪ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୧ଶହ ଜଣଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦିଆଯାଇଛି । ପ୍ରାୟ ୭ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ଜମା ଟଙ୍କା ଫେରସ୍ତ ନେଇ ଅପେକ୍ଷା କରି ରହିଛନ୍ତି ।
]]>ଅଳ୍ପ ଟଙ୍କା ବିନିଯୋଗ କରି ଆମେରିକୀୟ ଡଲାରରେ ଲକ୍ଷଲକ୍ଷ ଟଙ୍କା ରୋଜଗାରର ସ୍ୱପ୍ନ ଦେଖାଇ ଲୁଟିଛି କୋଟି କୋଟି ଟଙ୍କା । ରିଚାର୍ଡ ପର୍ସେଲ ନାମକ ବ୍ୟକ୍ତି ଆମେରିକାନ ଇଙ୍ଗ୍ଲିସରେ ଏକ ଭିଡିଓ ବାର୍ତ୍ତାରେ ସ୍କିମର ଲୋଭନୀୟ ଅଫର ବାବଦରେ କହି ଲୋକଙ୍କ ବିଶ୍ୱାସଭାଜନ ହେଉଥିଲା । କ୍ଲାଉଡ୍ ଫଟ୍ କଂପାନି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ସହ ୧୦ ବର୍ଷର ଚୁକ୍ତି ହୋଇଥିବା ନେଇ ଦେଖାଉଥିଲା ଫ୍ରଡ୍ ଡକ୍ୟୁମେଣ୍ଟ । ଏହା ଏକ କ୍ରିପ୍ଟୋ ମାଇନିଂ କଂପାନି କହି ଟଫଣ୍ଡର ବିରାଟ ସାମ୍ରାଜ୍ୟ ଚଳାଇଥିବା ଅଭିଯୋଗ ହୋଇଛି ।
#ଚିଟଫଣ୍ଡ_ଠକେଇର_ନୂଆ_ଫଣ୍ଡା
— ଓଟିଭି (@otvkhabar) April 7, 2023
ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି #କ୍ଲାଉଡ ଫଟ୍ । ସଂସ୍ଥାର #ବାଲେୱର ମୁଖ୍ୟଙ୍କୁ ବାନ୍ଧି ଇଓଡବ୍ଲୁର ତନାଘନା... ।#Chitfund pic.twitter.com/q6X9j2K3K4
କ୍ଲାଉଡ୍ ଫଟ୍ ଆପରେ ନୂଆ ସଦସ୍ୟ ଯୋଡିବାକୁ ବି ଦିଆଯାଉଥିଲା ଅଫର। ଯିଏ ନୂଆ ନିବେଶକାରୀ ଆଣୁଥିଲା ତାଙ୍କୁ ବୋନସ ଦେବାକୁ ବି ଲୋଭ ଦେଖାଯାଉଥିଲା । କିଛି ଶହ ଟଙ୍କା ନିବେଶ କରି ଆମେରିକୀୟ ଡଲାରରେ ଆୟର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଇଛି କଂପାନୀ। ଅଭିଯୋଗ ଆଧାରରେ ବାଲେଶ୍ୱର କ୍ଲାଉଡ ଫଟ୍ ମୁଖ୍ୟ ନିଲେଶ କରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ଏହାସହ ଅଭିଯୁକ୍ତ ନିଲେଶକୁ ୪ଦିନିଆ ରିମାଣ୍ଡରେ ନେଇ ଚଳାଇଛି ଖୋଳତାଡ଼ ।
ପୂର୍ବରୁ ଲୋନ ଆପର ଚାଇନା ଲିଙ୍କ୍, ଗେମିଂ ପଂଜି ଆପର ଦୁବାଇ ଲିଙ୍କ ପରେ ଏବେ କ୍ଲାଉଡ୍ ଫଟର ଆମେରିକା ଲିଙ୍କ୍ ତଦନ୍ତକାରୀ ସଂସ୍ଥାର ଚିନ୍ତା ବଢ଼ାଇଛି।....
]]>ସେହି ଜିଲ୍ଲାର ସଦାନନ୍ଦ ଦୋରାଙ୍କ ସ୍ଥିତି ବି ସମାନ । ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ସେ ପାଖାପାଖି ୩ ଲକ୍ଷ ଟଙ୍କା ଜମା କରିଥିଲେ । ଆଜି ଯାଏଁ ଟଙ୍କା ଫେରି ପାଇବାର ନାଁ ଗନ୍ଧ ନାହିଁ ।
ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ । ଗୋଟିଏ ପଟେ ମାମଲାର ଶୁଣାଣି ଚାଲିଛି, ଅନ୍ୟପଟେ ବେଧଡ଼କ ଚାଲିଛି ସଂସ୍ଥାର ଜମି ବିକ୍ରି । ସିବିଆଇ ଚଢାଉ ବେଳେ ଗୋଲଡେନ୍ ଲ୍ୟାଣ୍ଡର ୫୪ ଏକର ଜମି ସିଜ୍ କରାଯାଇଥିଲା । ହେଲେ ସାରା ରାଜ୍ୟ ରେ କମ୍ପାନୀର ୧୭ ଶହ ଏକରରୁ ଅଧିକ ଜମି ରହିଛି । ଜବତ ହୋଇନଥିବା ଜମିକୁ କମ୍ପାନୀ ନିର୍ଦ୍ଦେଶକ, ବିଲଡର୍ସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଗୋଟିଏ ପରେ ଗୋଟିଏ ବିକ୍ରି କରି ଚାଲିଥିବା ଅଭିଯୋଗ ହୋଇଛି ।
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ୨୦୧୩ ଜୁଲାଇ ୯ରେ ସରକାର ବସାଇଥିଲେ ଜଷ୍ଟିସ ଆର.କେ ପାତ୍ର କମିଶନ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଥିଲା । ପରେ ୨୦୧୫ ଫେବ୍ରୁଆରୀ ୫ରେ ଆସିଲେ ଜଷ୍ଟିସ ମଦନ ମୋହନ ଦାସ କମିଶନ । ୪ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ କମିଶନଙ୍କ କାର୍ଯ୍ୟକାଳ ଥିଲା । ଏହା ମଧ୍ୟରେ ୮ ଲକ୍ଷ ୮୬ ହଜାର କ୍ଷୁଦ୍ର ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ । ସରକାର ବିଧାନସଭାରେ ଏହି ତଥ୍ୟ ରଖିଥିଲେ । କମିଶନଙ୍କ ୭ଟି ଅନ୍ତରୀଣ ରିପୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜମାକାରୀଙ୍କ ତଥ୍ୟ ମଧ୍ୟ ଦିଆଯାଇଥିଲା ।
୨୦୨୧ ଜାନୁଆରୀ ୩ ତାରିଖରେ ସରକାର opid.odisha.gov.in ନାଁରେ ଏକ ୱେବସାଇଟ୍ ଜାରି କରିଥିଲେ । ଏଥିରେ କ୍ଷତିଗ୍ରସ୍ତ ଜମାକାରୀ ସମସ୍ତ ଡକ୍ୟୁମେଂଟ୍ ଦାଖଲ କରି ଟଙ୍କା ଫେରସ୍ତ ପାଇପାରିବେ ବୋଲି କୁହାଯାଇଛି । ହେଲେ କେବେ ଟଙ୍କା ଫେରାଇବେ ? କେତେ ଜଣଙ୍କୁ ଫେରାଇବେ ? ତାହା ଏବେବି ଆଶଙ୍କାରେ । କାରଣ, ରାଜ୍ୟର ସବୁଠୁ ବଡ ଚିଟଫଣ୍ଡ ଠକେଇ କୁହାଯାଉଥିବା ରୋଜଭ୍ୟାଲିର ୩ ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ କମିଶନଙ୍କ ନିକଟରେ । ସେମାନଙ୍କ ମଧ୍ୟରୁ ମାତ୍ର ୪ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୪ କୋଟି ଟଙ୍କା ଫେରସ୍ତ କରିଛନ୍ତି ସରକାର । ଅନ୍ୟପଟେ କେବଳ ରୋଜଭ୍ୟାଲିର ୧୮୦ କୋଟି ଟଙ୍କାର ବ୍ୟାଙ୍କ ଜମାରାଶି ସରକାରଙ୍କ ତହବିଲକୁ ଯାଇଛି ।
ଚିଟଫଣ୍ଡ ଜମାକାରୀଙ୍କୁ ରାଜ୍ୟ ସରକାରଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ନେଇ ଘେରିଛନ୍ତି ବିରୋଧୀ । ସେପଟେ ପୁରା ମାମଲା କୋର୍ଟରେ ବିଚାରାଧିନ ଥିବା କହି ପ୍ରସଙ୍ଗକୁ ଏଡାଇ ଦେଇଛି ବିଜେଡି । ଏହାରି ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଏପର୍ଯ୍ୟନ୍ତ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ ।
]]>କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଖକୁ କେବେ ଫେରିବ ସେମାନଙ୍କ କଷ୍ଟଲବ୍ଧ ଜମାଟଙ୍କା ? ପାଖାପାଖି ଦଶନ୍ଧି ତଳର ଏ ମହାଠକେଇ ମାମଲାରେ ନିବେଶକଙ୍କୁ ଟଙ୍କା ଫେରାଇବା ଦିଗରେ ଏପର୍ଯ୍ୟନ୍ତ କି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ? କି ପଦକ୍ଷେପ ନେଇଛି ତଦନ୍ତକାରୀ ସଂସ୍ଥା ସିବିଆଇ ? ଏସବୁ ମର୍ମରେ ନୋଟିସ୍ କରି ଉଭୟ ରାଜ୍ୟ ସରକାର ଓ ସିବିଆଇ ଠାରୁ ଉତ୍ତର ଚାହିଁଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଏ ସଂକ୍ରାନ୍ତରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ଏମ୍ଆର୍ ଶାହା ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏନେଇ ନୋଟିସ୍ ଜାରି କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ଚିଟ୍ଫଣ୍ଡରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ତେବେ ୨୦୧୪ରେ ରାଜ୍ୟରୁ ଠକିଥିବା ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ତଦନ୍ତ ପାଇଁ ସିବିଆଇକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ୍ ଗଠନ କରିଥିଲେ । ବାରମ୍ବାର କାର୍ଯ୍ୟକାଳ ବଢ଼ାଯାଇ ଏବେ କମିଶନ୍ ବନ୍ଦ କରାଯାଇଛି । ଠକ ସଂସ୍ଥାଠାରୁ ବହୁ କୋଟି ଅର୍ଥ ମଧ୍ୟ ଆଦାୟ କରାଯାଇଛି । ତାସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏଯାବତ୍ ଟଙ୍କା ଫେରସ୍ତ ହୋଇନି । ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ନଥିବା ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ତେଣୁ ଏହା ଉପରେ ଟଙ୍କା ଫେରାଇବାକୁ କି କି ପଦକ୍ଷେପ ନିଆଯାଇଛି କୋର୍ଟ ଜାଣିବାକୁ ଚାହିଁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ଭୂଷଣ ।
ଚିଟ୍ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ହୁଲସ୍ତୁଲ ପରେ ଚାପରେ ପଡି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୧୦ରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ସରକାର । ଠକ ସଂସ୍ଥାଙ୍କ ସଂପତ୍ତି ନିଲାମ କରି ବି ଟଙ୍କା ଫେରାଇବାକୁ ବି କହିଥିଲେ । ତେବେ ଏପର୍ଯ୍ୟନ୍ତ କେତେ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି ସେ ହିସାବ କାହା ପାଖରେ ନାହିଁ । ଏପଟେ ଠକେଇର ଶିକାର ଜମାକାରୀ ବି ଆଶା ହରାଇଲେଣି ।
ଏଇ ଯେମିତି ବାଲେଶ୍ୱର ରେମୁଣାର ହରିଶଚନ୍ଦ୍ର ମାହାର୍ଣ୍ଣା ଫର୍ଣ୍ଣିଚର କାମ କରି ରଖିଥିବା ନିଜର ସଂଚିତ ସବୁ ସମ୍ବଳ ୨୦ ଲକ୍ଷ ଟଙ୍କାକୁ ସେ ଚିଟ୍ଫଣ୍ଡରେ ଲଗେଇ ଦେଇଥିଲେ । ସବୁ ବୁଡ଼ିଯିବା ପରେ ସେବେଠୁ ସେ ଖାଲି ସରକାରଙ୍କଠୁ ମଝିରେ ମଝିରେ ଖାଲି ପ୍ରତିଶ୍ରୁତି ଶୁଣୁଛନ୍ତି, କିନ୍ତୁ ଫଳ ଶୂନ୍ ।
ସେପଟେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ନଭେମ୍ବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି । ତେଣୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ଉପରେ ରାଜ୍ୟ ସରକାର ଓ ସିବିଆଇ କି ଉତ୍ତର ରଖୁଛନ୍ତି ଏବେ ତା ଉପରେ ନଜର ।
]]>ଜଣେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ? କାହିଁକି ଦିଆଯାଇପାରୁନି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ? କେଉଁଠି ରହିଲା ଭୁଲ୍ ? ଏଭଳି ନା ନା ପ୍ରଶ୍ନ ଭିତରେ ଚିଟ୍ଫଣ୍ଡ କେଳେଙ୍କାରୀଠୁ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ଯାଏଁ ଚିତ୍ର ଅସ୍ପଷ୍ଟ ।
ଯଦି ଦେଖିବା କୌଣସି କବାଡ଼ିଖାନା କି ଡମ୍ପିଂୟାର୍ଡ ଠାରୁ ବଳକା ନୁହେଁ ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ । ଏଠାରେ ଲୋକମାନେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପାଇବା ପାଇଁ ଆବେଦନ କରିଥିବା ସବୁ କାଗଜପତ୍ର ଏମିତି ପଡ଼ିଛି ଯେ, ତାହା କବାଡ଼ି ଖାନା ଭଳି ଦେଖାଯାଉଛି । ଏମିତିକି ଏଥିରେ ଉଈ ଲାଗିସାରିଲାଣି । ଏହା ସବୁ ଚିଟ୍ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସ୍ୱପ୍ନ ଆଉ ବିଶ୍ୱାସର ସତ୍ୟପାଠ । ହେଲେ ତଦନ୍ତ କମିଶନରେ ତାଲା ଝୁଲିବା ପରଠୁ ଖତ ଖାଉଛି ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ କାଗଜ ।
୨୦୧୩ରେ ଗଠିତ କମିଶନ ବନ୍ଦ ହୋଇଗଲା ୨୦୨୦ ଜୁଲାଇରେ । ସେହିବର୍ଷ ଫେବୃଆରୀ ୪ରେ କମିଶନଙ୍କ କାର୍ଯ୍ୟକାଳ ସରିଥିଲେ ବି ସରକାର ଆଉ କାର୍ଯ୍ୟକାଳ ବଢ଼ାଇଲେନି । କମିଶନ ଓ ତାଙ୍କ କର୍ମଚାରୀଙ୍କ ବେତନ ବାବଦକୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୬ ଲକ୍ଷ ୮୮ ହଜାର ଟଙ୍କା । କମିଶନଙ୍କ ଠାରୁ ନ୍ୟାୟ ପାଇବା ଆଶାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୧୫ ଲକ୍ଷ ଜମାକାରୀ ଦାଖଲ କରିଥିଲେ ସତ୍ୟପାଠ । ପ୍ରଥମ ପର୍ଯ୍ୟାୟରେ ଦାଖଲ ୮ ଲକ୍ଷ ୮୬ ହଜାର ସତ୍ୟପାଠର ଶୁଣାଣି କରି କମିଶନ ୭ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦେଇଥିଲେ । ଯେଉଁଥିରେ କମିଶନ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କ ସହ ୪୫୦ଟି ଠକ ସଂସ୍ଥାକୁ ଚିହ୍ନଟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷରୁ ଅଧିକ ସତ୍ୟପାଠ ଉପରେ କାମ ଆରମ୍ଭ ବେଳକୁ ବନ୍ଦ ହୋଇଗଲା କମିଶନ । ଫଳରେ ଏବେ କେମିତି ମିଳିବ ଜମା ଟଙ୍କା, ତାକୁ ନେଇ ଆଶା ଛାଡ଼ିଥିବା ଜମାକାରୀ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ସରକାରଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
କମିଶନ ଚିହ୍ନଟ କରିଥିବା ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ମାତ୍ର ୨୫ଶହଙ୍କୁ ଜମାଟଙ୍କା ଫେରସ୍ତ କରାଯାଇଥିଲା । ତେବେ କେତୋଟି ଚିଟଫଣ୍ଡ ସଂସ୍ଥାଠାରୁ କେତେ ସମ୍ପତ୍ତି ଆଟାଚ୍ ହେଲା, କେତେ ବିକ୍ରି ହେଲା, ସେସବୁର କୌଣସି ହିସାବ କିତାବ ମିଳୁନି । ଖାଲି ସେତିକି ନୁହେଁ, ଅର୍ଥନୈତିକ ଅପରାଧ ଶାଖା, ସିବିଆଇ, ଜିଲ୍ଲା ପୋଲିସ ପକ୍ଷରୁ ମାମଲାର ଫାଇନାଲ୍ ଚାର୍ଜସିଟ୍ ବି ଦାଖଲ ହୋଇନି । ଏଭଳି ବିଳମ୍ବିତ ପ୍ରକ୍ରିୟା ଯୋଗୁ ସତ୍ୟପାଠ ଦାଖଲ କରିଥିବା ୧୫ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କେବେ ମିଳିବ ଟଙ୍କା ? କୁଆଡ଼େ ଗଲା ୩ ଶହ କୋଟିର କର୍ପସ ପାଣ୍ଠି ? ଅନ୍ଧାରରେ ସମସ୍ତେ ଥିବାବେଳେ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।
]]>ଠିକ୍ ଏମିତି ଏକ ଠକ ସଂସ୍ଥା ଏବେ ଓଡ଼ିଶାରେ ସକ୍ରିୟ ହୋଇଛି । ଲୋକଙ୍କୁ ପ୍ରଥମେ ଅନ୍ଲାଇନ୍ରେ ଲୋ-ଇନ୍ଭେଷ୍ଟ କରିବାର ଲୋଭ ଦେଖାଉଛି, ଆଉ ଭଲ ପ୍ରଫିଟ୍ ବି ଦେଉଛି । ତାପରେ, ଯେତେବେଳେ ଲୋକଙ୍କ ଲୋଭ ବଢ଼ୁଛି ଆଉ ଅଧିକରୁ ଅଧିକ ଟଙ୍କା ଜମା କରୁଛନ୍ତି ସେତେବେଳେ ଇଣ୍ଟରନେଟ୍ରୁ ୱବ୍ସାଇଟ୍ ଉଭାନ୍ ହୋଇଯାଉଛି ।
ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରୁ । ୱେବ୍ସାଇଟ୍ରେ ଲୋକଙ୍କୁ ଲୋଭନୀୟ ସ୍କିମ୍ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଛି ଏକ ଠକ ସଂସ୍ଥା । ପ୍ରଥମେ ଲୋକେ ୩୦୦୦, ୬୦୦୦, ୧୫୦୦୦ ଏବଂ ୪୦୦୦୦ ଟଙ୍କା ଜମା କଲେ । ତାଙ୍କୁ ମାସ ଶେଷରେ ମୋଟା ଅଙ୍କର ସୁଧ ବି ମିଳୁଥିଲା । ଏଥିରେ କରଞ୍ଜିଆ ଅଞ୍ଚଳର କିଛି ଲୋକେ ପ୍ରଭାବିତ ହୋଇ ଅଧିକରୁ ଅଧିକ ଟଙ୍କା ଜମା କରିବାକୁ ଲାଗିଲେ । ଏମିତିକି ଲକ୍ଷ ଲକ୍ଷ ଟଙ୍କା ଏଥିରେ କରିବାକୁ ପଛାଇଲେ ନାହିଁ । କିଛି ଦିନ ପର୍ଯ୍ୟନ୍ତ ଭଲ ସୁଧ ବି ପାଇଲେ । ଘରେ ବସି ଭଲ ଦି ପଇସା ରୋଜଗାର ହେଉଥିବାରୁ ଲୋଭ ବି ବଢ଼ିବାକୁ ଲାଗିଲା ।
ତେବେ ଠକାମୀର ଶିକାର ହୋଇଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରେମ ପାଲ । ସେ ଜଣେ ଭଲ ବ୍ୟବସାୟୀ । ପ୍ରଥମେ ତାଙ୍କୁ ଏହି କମ୍ପାନୀ ପକ୍ଷରୁ ଲୋଭନୀୟ ସ୍କିମ୍ ଦିଆଯାଇଥିଲା । ସେଥିରେ ସେ ପ୍ରଭାବିତ ହୋଇ କିଛି ଟଙ୍କା ଜମା କରିଥିଲେ । କିଛି ଦିନ ସୁଧ ପାଇବା ପରେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଟଙ୍କା ଜମା କଲେ । ହେଲେ ଗତ ୧୪ ତାରିଖରୁ ଆଉ ୱେବସାଇଟ ଖଲୁନାହିଁ । କିମ୍ବା ମୋବାଇଲ୍ ଜରିଆରେ ତାଙ୍କୁ କୌଣସି ଟାସ୍କ ଆସୁ ନାହିଁ । ପୂର୍ବରୁ ପ୍ରତେକ ଦିନ କିଛି ଟାସ୍କ ଆସେ । ଆଉ ସେଥିରେ ଲାଇକ, ସେୟାର କଲେ ତାଙ୍କ ୱାଲେଟକୁ ଟଙ୍କା ମଧ୍ୟ କ୍ରେଡିଟ୍ ହୁଏ । ପ୍ରତେକ ଦିନ ଟଙ୍କା ଆସୁଥିଲା, ଆଉ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିହେଉଥିଲା । ଏଭଳି କିଛି ଦିନ ପର୍ଯ୍ୟନ୍ତ ବେଶ କିଛି ରୋଜଗାର କରିଥିଲେ ପ୍ରେମ୍ ପାଲ୍ ।
କେବଳ ପ୍ରେମ୍ ପାଲ୍ ନୁହଁନ୍ତି ଏପରି ଲୋଭନୀୟ ସ୍କିମରେ ବସବର୍ତ୍ତୀ ହୋଇ କରଞ୍ଜିଆର ଅନେକ ଲୋକ ୱେବସାଇଟରେ ଅନଲାଇନ ମାଧ୍ୟମରେ ନିଜର ID ଖୋଲିଥିଲେ । ଆଉ ସେମାନେ ଏବେ ଠକାମୀର ଶିକାର ହଇଛନ୍ତି । କାରଣ ଏବେ ୱେବ୍ସାଇଟ୍ ଖୋଲୁନି କି ଟଙ୍କା ଫେରସ୍ତ ଆସୁନି । ଏହି ଘଟଣାନେଇ କ୍ରାଇମବ୍ରାଞ୍ଚର ଦୃଷ୍ଟି ଆକର୍ଷଣ କରିଛନ୍ତି କ୍ଷତିଗ୍ରସ୍ତ ।
ତେବେ ଏଠି ଆମେ କହି ରଖୁଛୁ ଯେ, ବର୍ତ୍ତମାନ ସମୟରେ ଅନ୍ଲାଇନ୍ ପେମେଣ୍ଟର ବହୁଳ ବ୍ୟବହାର ହେଉଛି । ବିଶେଷ କରି ଅନ୍ଲାଇନ୍ରେ ସପିଂ ଅଧିକ ମାତ୍ରାରେ ହେଉଛି । ତେଣୁ ସାଇବର ଠକ ଏବେ ବେଶି ସକ୍ରିୟ ହୋଇଛନ୍ତି । ଆଉ ଏହାରି ଭିତରେ ସାଇବର ଠକଙ୍କ ନୂଆ ଫଣ୍ଡା ହେଲା ‘ଆପ୍ ଇନ୍ଷ୍ଟଲ କରନ୍ତୁ ଆଉ ଟାସ୍କ ପୁରଣ କରି ଘରେ ବସି ମାଲାମାଲ ହୁଅନ୍ତୁ ।’ ତେବେ ଏଭଳି କିଛି ଆପ୍ଠାରୁ ଦୁରେଇ ରହିବା ଭଲ ବୋଲି ସାଇବର ଏକ୍ସପର୍ଟମାନେ ମତ ରଖିଛନ୍ତି । କାରଣ ଅନାମ ଧେୟ ଆପ୍ ଦ୍ୱାରା ଆପଣ ଠକାମୀର ଶିକାର ହୋଇପାରନ୍ତି ।
ତେବେ କିଛି ବର୍ଷ ପୂର୍ବରୁ ଓଡ଼ିଶାକୁ ଚିଟ୍ଫଣ୍ଡ ହବ୍ କୁହାଯାଉଥିଲା । ଲୋକଙ୍କୁ ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛନ୍ତି ଚିଟ୍ଫଣ୍ଡ କମ୍ପାନୀମାନେ । ଅନେକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ଜୀବନର ସମସ୍ତ ଜମା ପୁଞ୍ଜି ଏଭଳି ଚିଟ୍ଫଣ୍ଡ କମ୍ପାନୀରେ ଜମା କରି ସର୍ବସ୍ୱାନ୍ତ ହୋଇଛନ୍ତି । ସେମାନଙ୍କ ଆଖିରୁ ଆଜି ବି ଲୁହ ସୁଖିନି । କିଏ ଜମି ବିକି ଟଙ୍କା ରଖିଥିଲା ତ, ଆଉ କିଏ ରିଟାର୍ଡମେଣ୍ଟ ପରେ ମିଳିଥିବା ସମସ୍ତ ମ୍ୟାଚୁରିଟି ଟଙ୍କାକୁ ଝିଅ ବାହାଘର ପାଇଁ ଜମା କରିଥିଲା । ହେଲେ ରାତା ରାତି କମ୍ପାନୀ ଗୁଡ଼ିକ ଉଭାନ୍ ହୋଇଗଲା । ତେଣୁ ଯେଉଁମାନେ ବି ଏଭଳି କିଛି କମ୍ପାନୀରେ ଟଙ୍କା ଜମା କରୁଛନ୍ତି, ସେମାନେ ଭଲ ଭାବେ ବୁଝିସୁଝି ଟଙ୍କା ଜମା କରନ୍ତୁ । କମ୍ପାନୀ ପ୍ରତି ସନ୍ଦେହ ହେଲେ ଟଙ୍କା ଜମା କରିବା ର୍ପୂବରୁ ତୁରନ୍ତ ପୋଲିସକୁ ଜଣାନ୍ତୁ ।
]]>ସେହିଭଳି ଗତ ଜୁଳାଇ ୨୯ ତାରିଖରେ ମଧ୍ୟ ଜଣେ ଚିଟ୍ଫଣ୍ଡ ଲୁଟେରାକୁ ଗିରଫ କରିଥିଲା ପୋଲିସ । ୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରିଥିଲା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ । ତାଙ୍କ ଘର ରାଜସ୍ଥାନର ବିକାନରରେ । ୨୦୧୦ରୁ ୨୦୧୩ ମଧ୍ୟରେ ସେ ଓଡିଶାରେ ଇଣ୍ଟର ଓସେନ ବିଦେଶ ଲିମିଟଡ ନାମରେ ଏକ କମ୍ପାନୀ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ ।
ଜମା ଅର୍ଥ ଦ୍ୱିଗୁଣିତ ହେବା ଲୋଭ ଦେଖାଇ ଲୋକଙ୍କଠାରୁ ବିଭିନ୍ନ ସ୍କିମରେ ଡିପୋଜିଟ୍ କରାଇଥିଲେ । ହେଲେ ମାଚ୍ୟୁରିଟି ପୂର୍ବରୁ କମ୍ପାନୀ ବନ୍ଦ କରି ୨୦୧୩ ମସିହାରୁ ଫେରାର ଥିଲେ । ତାଙ୍କ ବିରୁଦ୍ଧରେ ୨ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଥିବା EOW ସୂଚନା ଦେଇଥିଲା । ବରେଲିରୁ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିଲା ପୋଲିସ ।
ତେବେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଚିଟ୍ଫଣ୍ଡ ଠକେଇର ଶିକାର ହୋଇଛନ୍ତି । ସେମାନେ ନିଜର ଜୀବନର ସବୁ ସଞ୍ଚୟ ହରାଇଥିଲେ ବି ଏବେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ସେପଟେ ସରକାର ମଧ୍ୟ ଚୁପ୍ ବସିଛନ୍ତି କହିଲେ ଚଳେ । ଗରିବ ଓ ମଧ୍ୟବିତ ଲୋକମାନଙ୍କୁ ଟଙ୍କା ଦ୍ୱିଗୁଣା ହେବାର ଲୋଭ ଦେଖାଇ, ଲକ୍ଷ ଲକ୍ଷ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିଛନ୍ତି ଏହି ଚିଟ୍ଫଣ୍ଡ ଲୁଟେରା ମାନେ । ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରିବା ସହ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରି ନାହିଁ ।
ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ସବୁ କମିଟି ଗଠନ କରାଯାଇଥିଲା ତାହା ମଧ୍ୟ ଏବେ ଶିଥିଳ ପ୍ରାୟ ଜଣାପଡ଼ୁଛି । ତେବେ ଆଗକୁ ସେହି ଗରିବ କ୍ଷତିଗ୍ରସ୍ତଙ୍କ ଅବସ୍ଥା କ’ଣ ହେବ, ତାଙ୍କୁ ନ୍ୟାୟ ମିଳିବ କି ନାହିଁ ତାହା ସମୟ କହିବ ।
]]>