ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ BSKY ଯୋଜନା ପ୍ରସଙ୍ଗରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ଏବଂ ଅପରାଧକୁ ନେଇ ରାଜନୀତି କରିବା କଥା ନୁହଁ ବୋଲି ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ରାୟ ଆସିଥିଲା । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ହୋଇଥିଲା । ନୟାଗଡ଼ ଯଦୁପୁର ଅଞ୍ଚଳରୁ ୨୦୨୦ ଜୁଲାଇ ୧୪ ତାରିଖରେ ଜଣେ ୫ବର୍ଷୀୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ଏଇ ରାୟ ଶୁଣାଇଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ।
କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଓ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଚିଲଡ୍ରେନ୍ସ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁଦାଲାକୁ ସେକ୍ସନ୍ ୬ ପୋକ୍ସୋ ଆକ୍ଟ ଓ ଆଇପିସିର ଧାରା ୩୦୨, ୨୦୧, ୩୭୬, ୩୬୩ରେ ୨୦ ବର୍ଷ ସଶ୍ରମ କାରାଦାଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି ।
]]>ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ । JMMର ପୁରୁଖା ନେତା ଭାବେ ସେ ଜଣାଶୁଣା । ଏହା ସହ ଝାଡ଼ଖଣ୍ଡର ବାଘ କହିଲେ ତାଙ୍କୁ ବୁଝାଯାଏ । ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି ।
୩ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ସରାୟକେଲା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଏହା ପରେ ଜେଏମଏମରେ ସାମିଲ ହୋଇ ୨୦୦୯ ମସିହାରେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ଏହି ସମୟରେ ବିଜେପିର ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିଥିଲା । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଥିଲେ ।
ଏହାପରେ ୨୦୧୪ପର୍ଯ୍ୟନ୍ତ ଖାଦ୍ୟ ଓ ବେସାମରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ଓ ୨୦୧୯ମସିହାରେ ଚମ୍ପାଇ ସୋରେନ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ଏକ ଚାଷୀ ପରିବାରରୁ ଆସିଥିବା ଚମ୍ପଇ ସୋରେନଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ଏହା ସହ ପତ୍ନୀ ମାନକୋ ସୋରେନ ଓ ୪ ପୁଅ ଏବଂ ୩ ଝିଅ ତାଙ୍କର ରହିଛନ୍ତି ।
୬ ଶହ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେଇଥିଲେ । ଏହା ପରେ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ କଳ୍ପନା ବିଧାୟକ ନ ଥିବାରୁ ଅଡୁଆ ଲାଗି ରହିବା ସହ ବିରୋଧୀଙ୍କ ପରିବାରବାଦ ରାଜନୀତିକୁ ଏଡାଇବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋହର ବାଜିଥିଲା ।
]]>ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରୀୟ ନେତୃତ୍ୱ ୩ ପର୍ଯ୍ୟବେକ୍ଷକ ଭାବେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣ ଓ ବିଜେପି ସଂପାଦକ ଆଶା ଲାକ୍ରାଙ୍କୁ ନିଯୁକ୍ତ କରିଛନ୍ତି । ୩ ଜଣ ପର୍ଯ୍ୟବେକ୍ଷକ ରାଜଧାନୀ ଭୋପାଳରେ ପହଞ୍ଚି ବିଧାନସଭା ଦଳ ସହ ଅପରାହ୍ନରେ ଏକ ବୈଠକ କରିବେ ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।
ତେବେ ରାଜ୍ୟରେ ବିଜେପିର ବିଜୟରେ ମୋଦି ଫ୍ୟାକ୍ଟର ସହ ଶିବରାଜ ସରକାରଙ୍କ 'ଲାଡଲି ବହନା ଯୋଜନା' ମଧ୍ୟ ଶ୍ରେୟ ନେଇଛି । ଏହା ବ୍ୟତୀତ ବିଜେପିର ବିଜୟରେ ଶିବରାଜ ସିଂଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏପରି ସ୍ଥିତିରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
]]>ଏହା ପରେ ସେ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ଜଣାଶୁଣା ଆଦିବାସୀ ନେତା ଭାବେ ପରିଚିତ ୫୯ ବର୍ଷୀୟ ବିଷ୍ଣୁଦେଓଙ୍କ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତିରେ ଅଭିଜ୍ଞତା ରହିଛି । ଏବେ ଆସନ୍ତୁ ନଜର ପକାଇବା ସରପଞ୍ଚରୁ ସିଏମ୍ ହେବାକୁ ଯାଉଥିବା ବିଷ୍ଣୁଦେଓଙ୍କ ରାଜନୈତିକ ଯାତ୍ରା ଉପରେ ।
ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ । ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରି ଏବେ ରାଜ୍ୟ ଶାସନର ଡୋରି ଧରିବାକୁ ଯାଉଛନ୍ତି ବିଷ୍ଣୁଦେଓ । ୧୯୯୦ରେ ଅପ୍ରିତିଦ୍ୱନ୍ଦୀ ଭାବେ ସେ ବଗିୟା ଗ୍ରାମର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ।
ଏହାପରେ ୧୯୯୦ ଏବଂ ୧୯୯୩ରେ ଅବିଭକ୍ତ ମଧ୍ୟପ୍ରଦେଶର ଟପକରା ଆସନରୁ ଲଗାତର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୯୯ରେ ପ୍ରଥମ ଥର ରାୟଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହି ଆସନରୁ ବିଷ୍ଣୁଦେଓ ଲଗାତାର ୪ ଥର ସାଂସଦ ଭାବେ ନିର୍ବାଚିତ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ଇସ୍ପାତ ମନ୍ତ୍ରୀ ବି ରହିଥିଲେ ।
୨୦୦୬ରେ ବିଷ୍ଣୁଦେଓ ପ୍ରଥମ ଥର ଛତିଶଗଡ ରାଜ୍ୟ ବିଜେପି ସଭାପତି ହୋଇଥିଲେ । ଏହାପରେ ୨୦୨୦ରେ ପୁଣିଥରେ ପଦ୍ମ ଦଳର ରାଜ୍ୟ ମୁଖିଆ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ସେ ଓଡ଼ିଶା ସୀମାନ୍ତକୁ ଲାଗିଥିବା କୁଙ୍କୁରି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ଜଣେ ପ୍ରମୁଖ ଆଦିବାସୀ ଚେହେରା ବିଷ୍ଣୁଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଘନିଷ୍ଠ ଭାବେ ଜଣାଶୁଣା ।
RSS ସହ ମଧ୍ୟ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନରୁ ୫୪ଟିରେ ଜିତି ଚଳିତ ବିଧାନସଭା ନିର୍ବାଚନରେ କ୍ଷମତାକୁ ଫେରିଥିଲା ବିଜେପି । ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆଣିନଥିବା ବେଳେ ଶେଷରେ ବିଷ୍ଣୁଦେଓ ବାଜି ମାରିଛନ୍ତି ।
]]>ବସୁନ୍ଧରା ରାଜେ -
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବସୁନ୍ଧରା ରାଜେ ରାଜସ୍ଥାନ ରାଜଗାଦି ପାଇଁ ଜଣେ ପ୍ରମୁଖ ଦାବିଦାର । ପୂରା ରାଜସ୍ଥାନରେ ତାଙ୍କର ଦବଦବା ରହିଛି । ପାରମ୍ପରିକ ଆସନ ଝଲରାପାଟନରୁ ୫୩,୧୯୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବସୁନ୍ଧରା ରାଜେ ବିଜୟୀ ହୋଇଛନ୍ତି । ୨୦୦୩ରୁ ୨୦୦୮ ଏବଂ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଦୁଇଥର ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ତିନିଥର ରାଜ୍ୟସଭାକୁ ଏବଂ ପାଞ୍ଚ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । କେବଳ ଏତିକି ନୁହେଁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ।
ସାଂସଦ ମହନ୍ତ ବାଲକନାଥ-
ରାଜସ୍ଥାନର ତିଜାରା ଆସନରେ ଜିତିଥିବା ବାବା ବାଳକନାଥଙ୍କୁ ଆସିଛି ଦିଲ୍ଲୀରୁ ଡାକରା । ବାଲକନାଥଙ୍କୁ ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ବିବେଚନା କରାଯାଏ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ । ଏବେ ବାବା ବାଲକନାଥଙ୍କୁ ‘ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ’ ବୋଲି କୁହାଯାଉଛି । ଏନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍ ସିଟ୍ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।
ଦିୟା କୁମାରୀ -
ଜୟପୁର ରାଜ ପରିବାରର ଦିୟା କୁମାରୀଙ୍କୁ ବସୁନ୍ଧରା ରାଜେଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବହୁମତରେ ବାଜିମାତ କରିଛନ୍ତି । ରାଜସ୍ଥାନର ବିଦ୍ୟାଧର ନଗରରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ଏହି ଆସନରୁ କଂଗ୍ରେସର ଭେଟେରାନ ନେତା ସୀତାରାମ ଅଗ୍ରୱାଲଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା । ତେବେ ଦଳର ଆସ୍ଥାକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଦିୟା କୁମାରୀ । ୧,୫୮,୫୧୬ ଖଣ୍ଡ ଭୋଟ ପାଇ ଆସନ ହାତେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ -
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜସ୍ଥାନର ଦିଗ୍ଗଜ ନେତା ମାନଙ୍କ ମଧ୍ୟରୁ ଜଣେ । ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମଧ୍ୟ ଶୁଣିବା ପାଇଁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନରେ ଶେଖାୱତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ପରାସ୍ତ କରି ନିଜର ପତିଆରା ପ୍ରତିର୍ଶନ କରିଥିଲେ । ନିକଟରେ ହୋଇଥିବା NDTV-CSDS Lokniti survey ସର୍ଭେ ଅନୁସାରେ ଗଜେନ୍ଦ୍ର ସିଂ ଶେଖାୱ ବସୁନ୍ଧରା ରାଜେ ଏବଂ ବାବା ବାଲକନାଥଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲୋକଙ୍କ ତୃତୀୟ ଶ୍ରେଷ୍ଠ ପସନ୍ଦ ବୋଲି କୁହାଯାଉଛି ।
ଖିରୋଦି ଲାଲ ମିନା -
ଡାକ୍ତର ସାହେବ ତଥା ବାବା ଭାବରେ ଜଣାଶୁଣା ଖିରୋଦି ଲାଲ ମିନା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ପୂର୍ବାଞ୍ଚଳ ରାଜସ୍ଥାନରେ ଦଳର ପ୍ରଦର୍ଶନକୁ ଦେଖିଲେ ବରିଷ୍ଠ ନେତା ଖିରୋଦି ଲାଲ ମିନାଙ୍କ ଦବଦବା ସ୍ପଷ୍ଟ ବାରି ହେଉଛି ।
]]>Mann sahab nu lakh lakh vadhaiyan! pic.twitter.com/vDBQiytLsE
— Raghav Chadha (@raghav_chadha) July 7, 2022
କିଏ ଗୁରପ୍ରିତ୍ କୌର୍ ?
ଗୁରପ୍ରିତ୍ କୌର୍ ହରିଆଣାର ପେହୱା ଅଞ୍ଚଳର ଏକ ଚାଷୀ ପରିବାରର ହୋଇଥିବା ଜଣାପଡିଛି । ପରିବାରର ୩ ଭଉଣୀଙ୍କ ମଧ୍ୟରେ ସେ ସାନ ଭଉଣୀ ହୋଇଥିବାବେଳେ ତାଙ୍କର ୨ ଜଣ ବଡ଼ ଭଉଣୀ ବିଦେଶରେ ଅଛନ୍ତି । ବର୍ତ୍ତମାନ୍ ଗୁର୍ପ୍ରିତ୍ ଫିଜିଓଥେରାପିଷ୍ଟ୍ ଭାବେ କାର୍ଯ୍ୟରତ। ୪୮ ବର୍ଷୀୟ ମାନ୍ ଦେଢ଼ ବର୍ଷ ତଳେ ୩୦ ବର୍ଷିୟ ଗୁରପ୍ରିତ୍ କୌର୍ ସହ ଭେଟିଥିଲେ । ଗୁରପ୍ରିତ୍ ହରିୟାଣାର ଏକ ପ୍ରାଇଭେଟ୍ କଲେଜ୍ରେ ନିଜ MBBS ପାଠପଢ଼ା ସାରିଥିଲେ । ରାଜନୈତିକ ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯାହା ପରେ ଉଭୟ ଜନ୍ମଜନ୍ମର ସାଥୀ ହୋଇଥିବାର ନିଷ୍ପତ୍ତି ନେଇଥିଲେ । ଏବଂ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ବିବାହ ପୂର୍ବରୁ ଗୁରପ୍ରିତ୍ କୌର୍ ନିଜ ଟ୍ୱିଟର ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଦେଖନ୍ତୁ ସେହି ଫଟୋ :-
ANI ରୋପୋର୍ଟ ଅନୁସାରେ, ବିବାହ ନେଇ ଗୁର୍ପ୍ରିତଙ୍କ ପଡୋଶୀ କହିଛନ୍ତି ଯେ, ‘ଗୁରପ୍ରିତ୍ ମୁଖ୍ୟମନ୍ତ୍ରୀଙ୍କୁ ବାହା ହେଉଛନ୍ତି ବୋଲି ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାଁ ଗୋପି ବୋଲି ଆମେ ଜାଣିଥିଲୁ । ହେଲେ ଆଜି ସକାଳେ ଆମେ ଜାଣିବାକୁ ପାଇଲୁ ଯେ, ଗୁରପ୍ରିତ୍ ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିବେ ’ ।
ଆପ୍ନେତାଙ୍କ କହିବା ଅନୁସାରେ, ମାନ୍ଙ୍କ ପରିବାର ସଦସ୍ୟଙ୍କ ସମେତ କିଛି ଅତିଥିଙ୍କ ଉପସ୍ଥିତିରେ ଶିଖ୍ ରୀତିନୀତିରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି ।
]]>