ପୋଲିସର ସୂଚନା ଅନୁସାରେ କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ । ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ, PG ଛାତ୍ରଙ୍କୁ ମାଡ ମାରିଥିଲେ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ରପହଞ୍ଚି ଏହାର ପ୍ରତିବାଦ କରିଥିଲେ । ହସପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି।
]]>ସେପଟେ ଆଜି ବୁର୍ଲାକୁ ଡକାଇ ଚିନ୍ମୟୀଙ୍କ ପରିବାରକୁ ପଚରା ଉଚରା କରିଛି ପୋଲିସ । ଏଥିପାଇଁ ବୁର୍ଲା ହୀରାକୁଦ ଏସଡିପିଓଙ୍କ ଅଫିସରେ ପହଞ୍ଚିଥିଲେ ଚିନ୍ମୟୀଙ୍କ ବାପା, ମାଆ, ଭଉଣୀ ଓ ସଂପର୍କୀୟ । ତଦନ୍ତ ପ୍ରକ୍ରିୟାରେ ଅଧିକ କିଛି ସୂଚନା ହାସଲ ପାଇଁ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିବା, ଏସପି କହିଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏ ଭିସୁଟର କିଛି ଛାତ୍ରଙ୍କ ସହିତ ୩୦ରୁ ଅଧିକ ଲୋକଙ୍କୁ ପଚରା ଉଚରା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଢାବା ମାଲିକ ମଧ୍ୟ ଅଛନ୍ତି ।
ସୂଚନା ଅନୁସାରେ ଘଟଣା ଦିନ ବୁର୍ଲା ପିସି ବ୍ରିଜଠାରୁ ଅଳ୍ପ ଦୂରରେ ଥିବା ଏହି ଢାବାରେ ଖାଇଥିଲେ ଚିନ୍ମୟୀ ତାଙ୍କ ସାଙ୍ଗ ପ୍ରୀତିମନ ଦେ । ଢାବା ମାଲିକ ପାଖରୁ ପୋଲିସ କିଛି ସୂଚନା ପାଇଥିବା ଜଣାପଡ଼ିଛି । ଚିନ୍ମୟୀ ଓ ପ୍ରୀତିମନଙ୍କ କିଛି ବନ୍ଧୁ ଓ ଅନ୍ୟ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି ।
]]>ଫେବୃୟାରୀ ୨୮ ତାରିଖ, ସଂଧ୍ୟା ୬ଟା ୪୭ ମିନିଟ୍ । ସମାବର୍ତ୍ତନ ଉତ୍ସବ ପରେ ସଂଧ୍ୟାରେ ମା’ଙ୍କୁ ଏକ ହ୍ୱାଟ୍ସଆପ ମେସେଜ୍ କରିଥିଲେ ଚିନ୍ନୟୀ । ଏହାଥିଲା ମା’-ଝିଅଙ୍କ ମଧ୍ୟରେ ଶେଷ ହ୍ୱାଟ୍ସଆପ ଚାଟ୍ । ରାତି ୯ଟାରେ ଚିନ୍ମୟୀଙ୍କୁ ଯେତେବେଳେ କଲ୍ କରିଥିଲେ, ସେତିକିବେଳକୁ ଚିନ୍ମୟୀଙ୍କ ତଣ୍ଟି ଚିପା ସ୍ୱର ଶୁଭୁଥିଲା । ଯେତିକି ଥର କଲ୍ କରୁଥିଲେ, ସେତିକି ଥର ଅଜବ ଶୁଭୁଥିଲା ଚିନ୍ମୟଙ୍କର ସ୍ୱର । ତେଣୁ ବୁର୍ଲା ପାୱାରଚାନେଲ୍ ବ୍ରିଜ୍ ପାଖରେ ଷଡ଼ଯନ୍ତ୍ର ରଚି ହତ୍ୟା କରାଯାଇଛି ବୋଲି ଚିନ୍ମୟୀଙ୍କ ମା’ ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଏବଂ ଆଶଙ୍କାକୁ ଦୁଇ ଗୁଣ କରିଛି ଚିନ୍ମୟୀଙ୍କ ମୃତଦେହରେ ଥିବା ଦାଗ । ତାଙ୍କ ଗଳାରେ ରହିଛି କ୍ଷତଚିହ୍ନ ସହ ଦାଗ । ସେପଟେ ଶେଷ ସମୟ ଯାଏଁ ଚିନ୍ମୟୀ ସହ ସାଙ୍ଗରେ ଥିବା ସହପାଠୀ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଯୁଗ୍ମ ସଚିବ ଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଆଶଙ୍କା କରୁଛନ୍ତି ଚିନ୍ମୟୀଙ୍କ ବାପା ।
ଚିନ୍ମୟୀଙ୍କୁ ଯଦି ହତ୍ୟା କରାଗଲା ତେବେ କାହିଁକି ? କ’ଣ ଘଟିଲା ସମାବର୍ତ୍ତନ ଉତ୍ସବ ପରେ ? ବସରେ ଭୁବନେଶ୍ୱର ଫେରିବାକୁ ଯୋଜନା ରଖିଥିବା ଚିନ୍ମୟୀ, ପ୍ରୀତିମାନଙ୍କ ସହ ଏତେ ରାତିରେ କାହିଁକି ଗଲେ ପାୱାରଚାନେଲ ବ୍ରିଜ୍ ପାଖକୁ ? ଯଦି ପାଣିକୁ ଡେଇଁ ଆତ୍ମହତ୍ୟା କଲେ ଚିନ୍ମୟୀ, ତେବେ କ୍ଷତ ଚିହ୍ନ ଥିବା ଗଳାରେ ଏଭଳି ଦାଗ କାହିଁକି ? ପ୍ରୀତିମାନଙ୍କ ପାଖରୁ ଚିନ୍ମୟୀଙ୍କ ମୋବାଇଲ୍ ମିଳିବା ପଛର ରହସ୍ୟ କ’ଣ ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଚିନ୍ମୟୀଙ୍କ ବ୍ୟାଗ ସହ ଲ୍ୟାପଟପ ଏବଂ କିଛି କାଗଜପତ୍ର ଜବତ କରିଛି ପୋଲିସ । ସହପାଠୀ ପ୍ରୀତିମାନଙ୍କ ସ୍କୁଲ ଶିକ୍ଷକ ତଥା ଜଣେ ପାରିବାରିକ ବନ୍ଧୁଙ୍କ ଏହି ଘରେ ଗତ ଅକଟୋବରରୁ ରହିଆସୁଥିଲେ ଚିନ୍ମୟୀ। ପ୍ରୀତିମାନଙ୍କ ମା’ କହିଛନ୍ତି, ଯାହା ବି ଘଟଣା ଘଟିଥାଉ, ସତ ସାମ୍ନାକୁ ଆସୁ।
ସେପଟେ ବୁର୍ଲା ଭୀମସାର ପକ୍ଷରୁ ଚିନ୍ମୟୀଙ୍କ ବ୍ୟବଛେଦ ରିପୋର୍ଟ ବୁର୍ଲା ପୋଲିସକୁ ପ୍ରଦାନ କରାଯାଇଛି। ତେବେ ରିପୋର୍ଟରେ କଣ ରହିଛି, ସେନେଇ ନା ପୋଲିସ ମୁହଁ ଖୋଲୁଛି ନା ରିପୋର୍ଟ ପ୍ରସ୍ତୁତ କରିଥିବା ବୁର୍ଲା ଭୀମସାର FMT ବିଭାଗ ସ୍ପଷ୍ଟ କରିଛି । ସେପଟେ ହତ୍ୟା ମାମଲା ରୁଜୁ ପରଠୁ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ସମେତ ଆଉ ଜଣଙ୍କୁ ବୁର୍ଲା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଏଥିପାଇଁ ୩ଟି ଟିମ ଗଠନ କରାଯାଇଛି ।
]]>
ରେଢାଖୋଲ ଅଞ୍ଚଳର ସିଦ୍ଧେଶ୍ଵର ପ୍ରଧାନ । ୨୦୧୬ ମସିହାରେ ହଠାତ୍ ତାଙ୍କର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ତାଙ୍କର ହିମୋଗ୍ଲୋବିନ ପରିମାଣ କମିଯାଇଛି । ରକ୍ତର ଆବଶ୍ୟକତା ରହିଛି । ଆଉ ସିଦ୍ଧେଶ୍ୱରଙ୍କ ପାଇଁ ମେଡିକାଲ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ଯୋଗାଡ଼ କରିଥିଲେ ପରିବାର ଲୋକ । ହେଲେ ସେମାନେ ଜାଣିନଥିଲେ ଏଇ ରକ୍ତ ତାଙ୍କ ପାଇଁ କାଳ ହେବ । ବିନା କୌଣସି ପରୀକ୍ଷା ନିରାକ୍ଷାରେ ସିଦ୍ଧେଶ୍ୱରଙ୍କୁ ଦିଆଯାଇଥିଲା HIV ସଂକ୍ରମିତ ରକ୍ତ । ଆଉ ସତ ଜାଣିବା ପରେ ପରିବାର ପାଦ ତଳୁ ଖସିଯାଇଥିଲା ମାଟି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଦ୍ଧେଶ୍ୱରଙ୍କୁ ଏଡ୍ସ ହୋଇସାରିଥିବା ଜାଣିବା ପରେ ପରିବାର ଲୋକଙ୍କୁ ନଜଣାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଏଡ୍ସର ମେଡିସିନ୍ ଖାଇବାକୁ ଦେଲେ । ହେଲେ ସତ ବେଶି ଦିନ ଲୁଚି ରହିନଥିଲା । ଏନେଇ ଓଟିଭି ମଧ୍ୟ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲା । ହେଲେ ସତ ମାନିବାକୁ ରାଜି ନଥିଲେ ମେଡିକାଲ କର୍ତ୍ତୃପକ୍ଷ । କିନ୍ତୁ ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ପାଇଁ ଏଡ୍ସ ରୋଗରେ ଘାଂଟି ହେଉଥିଲେ ସିଦ୍ଧେଶ୍ୱର । ଏମିତିକି ଘଟଣାରେ ଭୀମସାର ବ୍ଲଡ୍ବ୍ୟାଙ୍କର ଇନଚାର୍ଜ ଡାକ୍ତର ରାଜେନ୍ଦ୍ର ପଟ୍ଟନାୟକଙ୍କୁ ସସ୍ପେଣ୍ଡ କରାଯାଇଥିଲା ।
ସେହିପରି ବ୍ଲଡ୍ ବାଙ୍କରେ କାର୍ଯ୍ୟରତ ଜଣେ ଲାବ୍ରୋଟୋରୀ ଟେକ୍ନିସିଆନ୍ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । କିନ୍ତୁ ସିଦ୍ଧେଶ୍ୱରଙ୍କୁ କୌଣସି ଲାଭ ମିଳିନଥିଲା । ଘଟଣା ଘଟିବାର ୪ ବର୍ଷ ପରେ ଅର୍ଥାତ୍, ୨୦୨୨ ମସିହାରେ ସିଦ୍ଧେଶ୍ୱରଙ୍କୁ କ୍ଷତି ପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତାହା ପୁଣି ମାତ୍ର ୪ ଲକ୍ଷ ଟଙ୍କା । ଏନେଇ ଭୀମସାର ନିର୍ଦ୍ଦେଶକଙ୍କୁ ଚିଠି ଲେଖାଇ ଜଣାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନୂ ସଚିବ ରଶ୍ମି ମିଶ୍ର ।
ଏଠାରେ ପ୍ରଶ୍ନ ଉଠୁଛି, ରୋଗୀଙ୍କ ଜୀବନ ସହ ଖେଳ ଖେଳିବାର ୪ ବର୍ଷ ପରେ ମାତ୍ର ୪ ଲକ୍ଷ ଦେଇ ନିଜ ମୁଣ୍ଡରୁ କେମିତି ଦୋଷ ଖସାଇ ଦେବ ସ୍ୱାସ୍ଥ୍ୟ ବିଭାଗ ? ଯଦି ସିଦ୍ଧେଶ୍ୱରଙ୍କର କୌଣସି ଅସୁବିଧା ହେବ ତାହାଲେ ଦାୟୀ ରହିବ କିଏ ? ଏହା କେବଳ ସିଦ୍ଧେଶ୍ୱରଙ୍କ ସହ ହୋଇଛି ନା ଅନ୍ୟରୋଗୀଙ୍କ ସହ ବି ହୋଇଛି ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
(ରିପୋର୍ଟ- ସଂଜୟ ଜେନା,ସମ୍ବଲପୁର)
]]>ଫଳରେ ଏବେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ୨ଟି ସେମିଷ୍ଟର ପରୀକ୍ଷା ଦେବାକୁ ବିରୋଧ କରି ଏହି ଆନ୍ଦୋଳନ ଚଳାଇଛନ୍ତି । ତୃତୀୟ ବର୍ଷର ଛାତ୍ରଛାତ୍ରୀ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇ ସାରିଥିବାରୁ ପଞ୍ଚମ ସେମିଷ୍ଟାର ପରୀକ୍ଷାକୁ ବିରୋଧ କରୁଛନ୍ତି । ସେହିପରି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଚତୁର୍ଥ ସେମିଷ୍ଟର ପରୀକ୍ଷା ଦେଇ ସାରି ଥିବାରୁ ତୃତୀୟ ସେମିଷ୍ଟର ପରୀକ୍ଷାକୁ ବିରୋଧ କରୁଛନ୍ତି । ବିନା ପରୀକ୍ଷାରେ ଅପଗ୍ରେଡ୍ କରିଦିଆଯାଉ କିମ୍ବା ସେହି ସେମିଷ୍ଟରକୁ ଅନ୍ଲାଇନ ମୋଡ୍ରେ କରାଇବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
]]>ପୂର୍ବରୁ ବୁର୍ଲା ଭୀମସାର ମେଡିକାଲ କଲେଜରେ କିଛି କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମେଡିକାଲ ବିରୋଧରେ ଅଭିଯୋଗ କରିଥିଲେ । ପରିବାର ଲୋକେ କହିଥିଲେ କି ମେଡିକାଲରେ ଚିକିତ୍ସା ଅବହେଳାରୁ ସେମାନଙ୍କ ପରିଜନଙ୍କର ମୃତ୍ୟୁ ହୋଇଥିଲା । ଏନେଇ କୋର୍ଟ ତରଫରୁ ଜଣେ ଅବସର ପ୍ରାପ୍ତ ଜଷ୍ଟିଷଙ୍କୁ ଏହାର ତଦନ୍ତ କରିବାକୁ ଦାୟିତ୍ୱ ଦେଇଥିଲେ ହାଇକୋର୍ଟ । ଏବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ଷତିପୂରଣ ଦେବାକୁ କହିଛନ୍ତି ।
]]>ସୂଚନା ଅନୁସାରେ, ଉଭୟ ଶିଶୁ ଅସୁସ୍ଥତା ଯୋଗୁ ଚିକିତ୍ସା ପାଇଁ ଭୀମସାର୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା। ଭୀମସାର୍ କୋଭିଡ୍-୨ରେ ଉଭୟ ଶିଶୁଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ। ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ।
ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ, ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି। ଆବଶ୍ୟକ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ରହିଛି। ଅଧିକ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା ଲାଗି ରାଜ୍ୟସ୍ତରରେ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷେ, ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୭୫ ରହିଛି।
]]>