ସୂଚନା ଅନୁସାରେ ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ବିଏମସି ଅଫିସ ଘେରାଉ କରିଥିଲେ ଆନ୍ଦୋଳନକାରୀ। ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ।
ଦରମା ୧୫ ହଜାରକୁ ବୃଦ୍ଧି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ସଫେଇ କର୍ମଚାରୀ। ଫେବ୍ରୁଆରୀ ୨୪ରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିଲେ। ଫେବ୍ରୁଆରୀ ୨୯ରେ ବିଏମସି ସହ ସେମାନଙ୍କର ଆଲୋଚନା ହୋଇଥିଲେବି କିଛି ସୁଫଳ ମିଳିନଥିଲା।
ଏ ନେଇ ଗତକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହରରୁ ଅଳିଆ ନ ଉଠାଇବାକୁ ନିଷ୍ପତ୍ତି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ। ଫଳରେ ରାଜଧାନୀର ୫୩ଟି ୱାର୍ଡରେ ଗଦା ହୋଇ ରହିଛି କୁଢ କୁଢ ଅଳିଆ ଆବର୍ଜନା।
]]>ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁଲାଙ୍ଗେଙ୍କ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ କୁଲାଙ୍ଗେଙ୍କ ସ୍ଥାନରେ ୨୦୦୫ ବ୍ୟାଚର ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ବିଏମ୍ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଆଉ କୁଲାଙ୍ଗେ ମାସେ ପାଇଁ ଛୁଟିରେ ଯାଇଛନ୍ତି। ଛୁଟିରୁ ଫେରିବା ପରେ ତାଙ୍କୁ ନିଯୁକ୍ତି ଦେବେ ସରକାର। ତେବେ କୁଲାଙ୍ଗେଙ୍କ ବଦଳି ପଛରେ କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ବିବାଦ ରହିଥିବା କୁହାଯାଉଛି। ଗତକାଲି ଏ ସମ୍ପର୍କିତ ଘୋଷଣା କରିଥିଲେ କୁଲାଙ୍ଗେ।
ଗତକାଲିର କର୍ପୋରେସନ୍ ବୈଠକକୁ ବିଜେପି କର୍ପୋରେଟରମାନେ କକ୍ଷତ୍ୟାଗ କରିଥିବାବେଳେ କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ପ୍ରସ୍ତାବ ପାରିତ ହୋଇଥିଲା। ତେବେ ଏ ଭତ୍ତା ବୃଦ୍ଧି ପ୍ରସ୍ତାବ ପ୍ରଥମେ ନଗର ଉନ୍ନୟନ ବିଭାଗ, ତାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇ ଅନୁମୋଦନ ଲାଭ କରିବା ପରେ ଘୋଷଣା ହେବା କଥା। ତେଣୁ କାଳେ କମିଶନର ନିଜେ ଘୋଷଣା କରିଦେଇ ନିଜ ପ୍ରତି ସମସ୍ୟା ଟାଣି ଆଣିଲେ । ଯଦିଓ ବିଜେଡି କର୍ପୋରେଟର ଅଲଗା କଥା କହୁଛନ୍ତି।
ବିଏମ୍ସି କମିଶନର ପଦବୀରେ ସତେ ଯେମିତି ଏବେ ଖଣ୍ଡା ଝୁଲୁଛି। କାରଣ କମିଶନର ଦାୟିତ୍ୱ ନେଉଥିବା ଅଫିସର ବିବାଦରେ ପଡି ହଠାତ୍ ବଦଳୁଛନ୍ତି। ପୂର୍ବରୁ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମଧ୍ୟ ବିବାଦୀୟ ପରିସ୍ଥିତିରେ ବଦଳି କରାଯାଇଥିଲା। ଆଉ ଏବେ କୁଲାଙ୍ଗେ। ଯେହେତୁ ଭୁବନେଶ୍ୱର ରାଜ୍ୟର ରାଜନୈତିକ କେନ୍ଦ୍ର ସ୍ଥଳୀ, ଏଠି ଅଫିସରଙ୍କ ଉପରେ ଚାପ ବି ଅଧିକ। ରାଜନୈତିକ ପସା ପାଲିରେ ଗୋଟି ଚାଳନା ଭୁଲ୍ ହୋଇଗଲେ ଜନ ପ୍ରତିନିଧିମାନେ ସିଧାସଳଖ ବିଦ୍ରୋହ ବି କରନ୍ତି। ସେମିତିରେ ଅଫିସର ରାଜୁତିକୁ ନେଇ ସରକାର ଅଡୁଆରେ ଅଛନ୍ତି। ନିର୍ବାଚନ ପୂର୍ବରୁ ହୁଏତ କୁଲାଙ୍ଗେଙ୍କ ଏହି ଘୋଷଣା ବିରୋଧୀଙ୍କ ଅଫିସର୍ ରାଜ୍ ଅଭିଯୋଗକୁ ଅଧିକ ଖୋରାକ୍ ଯୋଗାଇଛି। ତେବେ ପୂର୍ବତନ ପ୍ରଶାସକଙ୍କ ମତ ହେଉଛି, ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ଘୋଷଣା ଅଫିସରମାନେ କରିପାରିବେ ନାହିଁ। କୁଲାଙ୍ଗେ କର୍ପୋରେଟରଙ୍କ ଭତ୍ତା ବୃଦ୍ଧିଘୋଷଣା କରି ସୀମା ଡେଇଁଛନ୍ତି।
ଏଠି ପ୍ରଶ୍ନ ଜଣକ ପରେ ଜଣେ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ କାହିଁକି ବିବାଦୀୟ ପରିସ୍ଥିତିରେ ବଦଳି ହେଉଛି। ସରକାରଙ୍କ ଏହି ଅଫିସର୍ ବଦଳି ଫଣ୍ଡା ପ୍ରକୃତରେ ସରକାରଙ୍କ ଛବି ସୁଧାରିବାକୁ ନା ଏହା ପଛରେ ଆଉ କିଛି କାରଣ ରହିଛି। ଏସବୁ ଭିତରେ ନୂଆ
ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଆଜି ଦାୟିତ୍ୱ ନେଇଛନ୍ତି। ବିଏମ୍ସି ଅଫିସ୍ ଆଜି ଛୁଟି ସତ୍ତ୍ୱେ ସେ ସମସ୍ତ ଜୋନାଲ୍ ଡେପୁଟି କମିଶନରଙ୍କ ସହ ଆଲୋଚନା ବି କରିଛନ୍ତି।
ନିଜେ ନିଜେ ନିଷ୍ପତ୍ତି ଘୋଷଣା କରିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଲା କି ? ବିଏମ୍ସି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ପାଇଁ ସେ ଘୋଷଣା କରିଥିଲେ । କର୍ପୋରେସନର ବୈଠକରେ ଯୋଗ ଦେଲେ କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା, ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ ୨୫ ହଜାର ଟଙ୍କା ଭତ୍ତା ଦେବାକୁ ସେ ଘୋଷଣା କରିଥିଲେ । ମିଡିଆ ସାମ୍ନାକୁ ଆସି ନିଜେ ଏହା ଘୋଷଣା କରିଥିଲେ କୁଲାଙ୍ଗେ । ଏକବିଂଶ ସାଧାରଣ ପରିଷଦ ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲ।
ପରେ କିନ୍ତୁ ଡେପୁଟି କମିଶନର ସ୍ପଷ୍ଟୀକରଣ ଦେଇଥିଲେ, ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯାଇନାହିଁ। ବିଏମ୍ସିର ବିବୃତିରେ ତ୍ରୁଟି ଥିଲା । ଭତ୍ତା ବୃଦ୍ଧି ପାଇଁ ବିଏମ୍ସି ତରଫରୁ ରାଜ୍ୟ ସରକାରଙ୍କୁ କେବଳ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଅନୁମୋଦନ କଲେ, ତାହା ଲାଗୁ ହେବ । ଏହାର ପର ଦିନ ହିଁ ବିଜୟ ଅମୃତା କୁଲାଙ୍ଗେକୁ ବିଏମ୍ସି କମିଶନର ପଦରୁ ଅବ୍ୟାହତି ଦିଆଯାଇଛି। ସେ ମାସେ ଛୁଟିରେ ଯାଇଛନ୍ତି । ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ପଦରେ ନିଯୁକ୍ତ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ବିଏମ୍ସି କମିଶନର ପଦରେ ନିଯୁକ୍ତି କରାଯାଇଛି । ଚର୍ଚ୍ଚା ହେଉଛି, ଗତକାଲିର ଘଟଣା ଆଜିର ନିଯୁକ୍ତି ସହିତ କିଛି ସଂପର୍କ ନାହିଁ ତ ?
]]>BMC କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିୟମ ମାନି ସବୁ ଦଳର ପୋଷ୍ଟର ବ୍ୟାନର ହଟାଯିବା ସହିତ କାନ୍ଥବାଡ଼ରେ ମଧ୍ୟ ଯେଉଁ ସବୁ ସ୍ଲୋଗାନ ଲେଖାଯାଇଛି, ତାକୁ ଲିଭାଯିବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ ବିଏମସି କମିଶନର କହିଛନ୍ତି।
]]>ସୂଚନା ଅନୁସାରେ ଥଇଥାନ ଦାବିରେ ୧୦ରୁ ଅଧକ ଦିବ୍ୟାଙ୍ଗ ଛୋଟମୋଟ ବ୍ୟବସାୟୀ ୬ ଦିନ ଧରି ବିଏମସି ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଗତକାଲି ରାତି ପ୍ରାୟ ୮ଟା ବେଳେ ହଠାତ୍ ୨ଟି ଅଜଣା ଗାଡ଼ିରେ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଓ କିଛି ଅଧିକାରୀ ଆସି ସେମାନଙ୍କୁ ଜୋରଜବରଦସ୍ତ ଧକ୍କା ମାରି ଓ ଘୋଷାଡ଼ି ନେଇ ଧାରଣାରୁ ହଟାଇ ଦେଇଥିଲେ।
ଏମିତିକି ସେତେବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଅଧିକାରୀଙ୍କୁ ଏହାର କାରଣ ସହ ପରିଚୟ ମାଗିଥିଲେ ବି କେହି କିଛି କହିନଥିଲେ। ତେଣେ ଗତକାଲି ଧାରଣାସ୍ଥଳରୁ ଉଠାଇ ନିଆଯାଇଥିବା ଦିବ୍ୟାଙ୍ଗଙ୍କର ପତ୍ତା ମିଳୁନଥିବାରୁ ସେମାନଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି। ଆଜି ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।
ନିଖୋଜ ଥିବା ଦିବ୍ୟାଙ୍ଗମାନେ ମାର୍କେଟ୍ ବିଲଡିଂ ପରିସରରେ ଛୋଟମୋଟ ବ୍ୟବସାୟ କରି ବଞ୍ଚୁଥିଲେ। ହେଲେ ସେମାନଙ୍କୁ ଅନ୍ୟତ୍ର ଭେଣ୍ଡିଂ ଜୋନ୍ ଯୋଗାଇବାର ଲିଖିତ ପ୍ରତିଶ୍ରୁତି ଦେଇ ୨୦୧୯ ମସିହାରେ ଉଠାଇଥିଲା ବିଏମସି। କିନ୍ତୁ ତାହା ଅଦ୍ୟାବଧି ପାଳନ ନହେବାରୁ ଶେଷରେ ୬ଦିନ ଧରି ବିଏମସି ଅଫିସ୍ ଆଗରେ ଧାରଣା ଦେଇଥିଲେ ଦିବ୍ୟାଙ୍ଗ। ତେବେ ଧାରଣାସ୍ଥଳରୁ କାଲି ସେମାନଙ୍କୁ ଜୋର ଜବରଦସ୍ତ ହଟାଇ ନିଆଯିବା ପରଠୁ ଆଉ କୌଣସି ଖୋଜଖବର ମିଳୁନଥିବାରୁ ଚିନ୍ତା ବଢ଼ିଛି।
]]>ବିଏମସି ଅଫିସ ଆଗରୁ ଧାରଣାରତ ଦିବ୍ୟାଙ୍ଗଙ୍କୁ ଉଠାଇଲା କିଏ ? କାଲି ଧାରଣାରୁ ହଟାଇ ନିଆଯିବା ପରଠୁ ଆଉ ମିଳୁନି ପତ୍ତା । ଦିବ୍ୟାଙ୍ଗଙ୍କ ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାରଲୋକେ ।#BMCOffice pic.twitter.com/i34zXRMJ5D
— ଓଟିଭି (@otvkhabar) January 31, 2024
ଯେଉଁ ଦୋକାନୀ ଏହାର ଖିଲାପ କରିବେ ସେମାନଙ୍କ ଉପରେ ଫାଇନ କଟାଯିବ ବୋଲି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ନିକଟରେ ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ । ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।
]]>ଏଥିପାଇଁ ‘ରାଜସ୍ୱ ରଥ ବୁଲାଇବାକୁ ବିଏମସି ଯୋଜନା ରଖିଛି। ଏପରିକି ସଫେଇ ଗାଡ଼ିରେ ମଧ୍ୟ ସଚେତନତା କରାଯିବାକୁ ଯୋଜନା ରହିଛି। BMCରେ ଥିବା ବାସଗୃହରେ ବ୍ୟବସାୟ କରୁଥିଲେ ପୁନଃ ଆକଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ବିଏମସି।
କେବଳ ସେତିକି ନୁହେଁ, ଟ୍ୟାକ୍ସ ଫାଙ୍କିଥିବା ବା ସମ୍ପତ୍ତିର ସଠିକ ଆକଳନ କରିନଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଅଧିକ ଟ୍ୟାକ୍ସ ବକେୟା ରଖିଥିବା ମାଲିକ ମାନଙ୍କୁ ନୋଟିସ ଦିଆଯିବା ସହ ଆବଶ୍ୟକ ହେଲେ ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବ ବିଏମସି।
ତେଣୁ ଅନଲାଇନରେ ଏବଂ ଅଫଲାଇନରେ ଟ୍ୟାକ୍ସ ପୈଠ କରିବାକୁ ବିଏମସି କହିଛି। ଏନେଇ ଆଜି ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
]]>ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର । ଡମଣାରୁ ଜୟଦେବ ବିହାର ରାସ୍ତା ହେଉ ଅବା ହେଉ ଜୟଦେବ ବିହାରରୁ ୧୨୦ ବାଟାଲିୟନ୍ । ଯେଉଁଠି ଦେଖିବ ବଡ଼ ବଡ଼ ହୋଡିଂ। ଖାଲି ରାସ୍ତାର ମେଡିଆନ୍ ନୁହେଁ ବରଂ ସହରର ପ୍ରତି ଗଳିକନ୍ଦିରେ ଛାଇ ଯାଇଛି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଥିବା ହୋର୍ଡିଂ । ବିଏମସିର ନୋ ହୋର୍ଡିଂ ଜୋନ୍ ନିୟମର ଖୋଲାଖୋଲି ଉଲଘଂନ ହେଉଥିଲେ ବି ହାତ ଉପରେ ହାତ ଦେଇ ବସିଛି ବିଏମସି । କଂଗ୍ରେସ ଓ ବିଜେପି ଏହାକୁ ଦାଦାଗିରି ବୋଲି କହିଥିବା ବେଳେ ବିଜେଡି କିନ୍ତୁ କହିଛି ନବବର୍ଷର ଶୁଭେଚ୍ଛା କିମ୍ବା ପର୍ବପର୍ବାଣୀରେ ହୋଡିଂ ଲଗାଇଲେ କିଛି ଭୁଲ ନାହିଁ ।
ବିଏମସି ଅଞ୍ଚଳରେ ଥିବା ୫୬୦ କିଲୋମିଟର ରାସ୍ତାର ମେଡିଆନ୍ ହେଉଛି ନୋ ହୋର୍ଡିଂ ଜୋନ୍। ଅର୍ଥାତ୍ ରାସ୍ତାର ମଝିରେ ବିଏମସିର ବିନା ଅନୁମତିରେ କୌଣସି ହୋର୍ଡିଂ କିମ୍ବା ଆଡର୍ଭଟାଇଜ୍ ଲଗାଯାଇପାରିବ ନାହିଁ । ଏୟାରପୋର୍ଟରୁ ଏଜି, ଏଜିରୁ ଲୋୟର ପିଏମଜି, ପାୱାର ହାଉସ୍ରୁ ଗଭର୍ଣ୍ଣର ହାଉସ, ସ୍ମାର୍ଟ ଜନପଥ, ଏକାମ୍ର ହେରିଟେଜ୍ ଅଞ୍ଚଳ ବି ନୋ ହୋଡିଂ ଜୋନରେ ଆସୁଛି । ହେଲେ ନୋ ହୋର୍ଡିଂ ଜୋନ୍ରେ ଶାସକ ଦଳର ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ବିଏମସି ନିରବ। କମିଶନର କହୁଛନ୍ତି ଆଗକୁ ନିର୍ବାଚନ ଆସୁଛି, ଏଣୁ ସମସ୍ତ ରାଜନୈତିକ ଦଳ ସହ ଏ ନେଇ ଆଲୋଚନା ହେବ। ଜାନୁଆରୀ ପ୍ରଥମ ସପ୍ତାହରେ ଏକ ବୈଠକ ଡକାଇ ହୋର୍ଡିଂକୁ ନେଇ ଏକ ଏସଓପି ଜାରୀ କରାଯିବ। ବିଏମସିର ନୋ ହୋଡିଂ ଜୋନର ଖୋଲାଖୋଲି ଉଲଂଘନ ହେଉଥିଲେ ବି ନିରବ ପ୍ରଶାସନ। ଶୁଭେଚ୍ଛା ଆଳରେ ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କିପରି ନ ହେବ ସେ ନେଇ ବିଏମସି ଜତ୍ନବାନ ହେବା ଆବଶ୍ୟକ ହୋଇପଡିଛି।
ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ଜାରି କରି ବିଏମସି କମିଶନର ଦର୍ଶାଇଛନ୍ତି ଯେ, ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର । ଅଧିକରୁ ଅଧିକ ୧୫ ମିନିଟ୍ ଯାଏଁ କୋହଳ କରାଯାଇପାରିବ । ଅର୍ଥାତ ସକାଳେ ସାଢ଼େ ୧୦ଟା ଯାଏଁ କୋହଳ
କରାଯିବ । ତାପୁଣି କୌଣସି ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ହେଲେ ହିଁ କୋହଳ କରାଯାଇପାରିବ ।
ଏସବୁ ବାଦ୍ ଯଦି କେହି ଅନ୍ୟ କୌଣସି କାରଣ ଦର୍ଶାଇ ବିଳମ୍ବରେ ଅଫିସ୍ ଆସିଲେ ତାଙ୍କ ପାଇଁ ତତକ୍ଷଣାତ୍ ABSENT କିମ୍ବା NO WORK NO PAY ନୀତି ଲାଗୁ ହେବ ବୋଲି କମିଶନର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି । କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସୁଛନ୍ତି ନା ନାହିଁ, ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ତଦାରଖ କରିବେ ବୋଲି ଦର୍ଶାଯାଇଛି ନିର୍ଦ୍ଦେଶନାମାରେ ।
ସେପଟେ ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି । ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।
କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନ୍ରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ କେସ୍ ଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି । ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।
]]>କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନ୍ରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ କେସ୍ ଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି । ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।
ସୂଚନାରୁ ପ୍ରକାଶ, ସ୍ମାର୍ଟ ସିଟିରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର । ହେଲେ ସ୍ୱଚ୍ଛତା ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି ରାଜଧାନୀବାସୀ । ମଲା କୁକୁରକୁ ରାସ୍ତା ପାର୍ଶ୍ୱକୁ ଫିଙ୍ଗି ଦେଉଛନ୍ତି । ଆଉ କିଛି ଲୋକ ଗୋରୁ ଓ ଗାଈଙ୍କୁ ଛାଡ଼ି ଦେଉଛନ୍ତି । ଯାହାଫଳରେ ଗୋରୁମାନେ ରାସ୍ତାରେ ଶୋଉଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏଥିରେ କେତେବେଳେ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେକେଳେ ଗୋରୁ ଗାଈଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଏମ୍ସି ବୁଲା ଗୋରୁଙ୍କୁ ଉଠାଇ ନେବା ପାଇଁ ସତର୍କ ସୂଚନା ଜାରି କରିଛି ।
]]>BMC କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି । କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମ୍ସି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି ।
]]>Team BMC imposed penalty of
— BMC (@bmcbbsr) December 11, 2023
Rs 50,000(each) & FIR filed against these 3 agencies for affixing massive (To-let) posters across the city walls, poles, etc.#BhubaneswarFirst pic.twitter.com/r3eBXd3MSp
ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆନ୍ତଃବିଭାଗୀୟ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି ବିଏମସି । କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ରାସ୍ତାରେ କେବୁଲ ବିଛାଇବା, ଖୁଣ୍ଟି ପୋତିବା, ଗ୍ୟାସ୍ ପାଇପ ଲାଇନ୍, ସ୍ୱରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବା ପୂର୍ବରୁ ବିଏମସିରୁ ଅନୁମତି ନେବାକୁ ପଡିବ।
ଏଥିରେ ଖିଲାପ କଲେ, ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏତରା ଦାୟର କରାଯିବ ବୋଲି ବୈଠକରେ କହିଛନ୍ତି ବିଏମସି କମିଶନର। ବୈଠକରେ ୱାଟକୋ, ଗ୍ରୀଡ୍କୋ, ଗେଲ, ପୂର୍ତ୍ତ ବିଭାଗ ଭଳି ବିଭାଗ ଉପସ୍ଥିତ ଥିଲେ।
]]>BMC ଅଞ୍ଚଳରେ ବିନା ଅନୁମତିରେ ରାସ୍ତା ଖୋଳିଲେ ଦିଆଯିବ ଏତଲା....ରାସ୍ତା ଖୋଳିଲେ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା...BMCର ଆନ୍ତଃ ବିଭାଗୀୟ ବୈଠକରେ ଏ ନେଇ ନିଷ୍ପତ୍ତି ଗ୍ରହଣ..#BMC #Odisha #OTV pic.twitter.com/lhrRRR8YZo
— ଓଟିଭି (@otvkhabar) November 30, 2023
ତେବେ ଚଳିତବର୍ଷ ନଭେମ୍ବର ମାସ ସରିବାକୁ ବସିଥିବା ବେଳେ, ଏବେବି ହୋଲ୍ଡିଂ ଟିକସ ଆଦାୟ ଆଶାନୁରୂପ ହୋଇପାରିନାହିଁ। ମେ ମାସରୁ ବିଏମସି କମିଶନର ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବାକୁ ୱାର୍ଡ ଅଫିସରଙ୍କୁ ତାଗିଦ କରିବା ସହ ପ୍ରତି ଜୋନ୍ରୁ ୨ ଶହ କୋଟି ଟଙ୍କା ଲେଖାଏଁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସୂଚନା ମିଳିଛି। ୩ଟି ଜୋନ୍ରୁ ୬ଶହ କୋଟି ଟଙ୍କା ଆଦାୟ ଲାଗି ଟାର୍ଗେଟ ଥିଲା।
ତେବେ ଗତକାଲି କର୍ପୋରେସନ୍ ବୈଠକରେ ମିଳିଥିବା ମାସିକ ରାଜସ୍ୱ ଆଦାୟରେ ହୋଲ୍ଡିଂ ଆଦାୟ ୨ କୋଟି ଟପୁନଥିବା ନଜରକୁ ଆସିଛି। ଅକ୍ଟୋବର ମାସରେ ଆଦାୟ ହୋଇଛି ମାତ୍ର ୧ କୋଟି ୮୫ ଲକ୍ଷ ୯୭ହଜାର ୭୬୧ ଟଙ୍କା। ଏହାକୁ ନେଇ ବିଏମସିର ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ କହିଛନ୍ତି ଯେ, ୱାର୍ଡ ଅଫିସର ବା ଟ୍ୟାକ୍ସ କଲେକ୍ଟର ମାନଙ୍କୁ ବିଏମସି ଏବେ ପରିମଳ ଓ ସ୍ୱଚ୍ଛତା କାମରେ ବ୍ୟବହାର କରୁଛି ।
ଯାହାର ସିଧାସଳଖ ପ୍ରଭାବ ଟ୍ୟାକ୍ସ ଆଦାୟ ଉପରେ ପଡ଼ୁଛି। ସେପଟେ ବିଏମସି ମେୟର ମଧ୍ୟ କହିଛନ୍ତି ଯେ, ହୋଲ୍ଡିଂ ଟ୍ୟାକ୍ସ ସମେତ ବିଏମ୍ସିର ସମସ୍ତ ଆୟ କିପରି ବଢ଼ିବ ସେଥିପାଇଁ ଚେଷ୍ଟା କରାଯାଉଛି।
]]>ତେଣୁ ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।
ପୂର୍ବରୁ ରାଜଧାନୀରେ ଅଳିଆ ପଡ଼ିରହିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେପି ପ୍ରତିବାଦ ଜଣାଇଥିଲା । ଗତ ୧୪ ତାରିଖରେ ଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ବିଜେପି ।
ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ଯାଏଁ ଯାଇଥିଲା । ସେଠାରେ ବିଏମସି ଅଫିସ ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ।
ସେପଟେ ବିଜେପିର ଏହି ପ୍ରତିବାଦକୁ ସମାଲୋଚନା କରିଥିଲେ ବିଏମସି ମେୟର । ସେ କହିଥିଲେ, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି । ଅଳିଆ ପ୍ରକ୍ରିୟାକରଣ ଜୋରସୋରରେ ଚାଲୁଛି ।
୨ ମାସ ମଧ୍ୟରେ ସବୁ ଅଳିଆ ଖାଲି ହୋଇଯିବ । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି ବୋଲି ମେୟର ସୁଲୋଚନା ଦାସ କହିଥିଲେ ।ହେଲେ ବର୍ତ୍ତମାନ ବିଏମ୍ସି ମେୟର ଏଣିକି ଅଳିଆ ଅଲଗା ଅଲଗା ନଦେଲେ ବିଏମ୍ସି ନେବ ନାହିଁ ବୋଲି ସୂଚନା ଦେଇଛନ୍ତି ।
]]>ସେପଟେ ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି । ଅଳିଆ ପ୍ରକ୍ରିୟାକରଣ ଜୋରସୋରରେ ଚାଲୁଛି । ୨ ମାସ ମଧ୍ୟରେ ସବୁ ଅଳିଆ ଖାଲି ହୋଇଯିବ । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।
]]>ଅଭିଯୋଗ ଅନୁସାରେ ଓଡ଼ିଶାରେ ଚାଲିଛି ୫୦ ପ୍ରତିଶତ ପିସି କାରବାର। ଏଠାରେ କେନ୍ଦ୍ରୀୟ ଯୋଜନାର ଲୁଟ୍ ହେଉଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଲାଞ୍ଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏସବୁ ପ୍ରଶ୍ନ କରି ବିକ୍ଷୋଭ କରୁଛି ବିଜେପି ।
]]>#ବିଏମସି_ଅଫିସ_ଆଗରେ_ଅଳିଆ_ଢାଳିଲା_ବିଜେପି
— ଓଟିଭି (@otvkhabar) November 14, 2023
ବିଏମସି ଅଫିସ ଆଗରେ ବିଜେପିର ଅଭିନବ ପ୍ରତିବାଦ । ବିଏମସି ଅଫିସ ଆଗରେ ଅଳିଆ ଢାଳିଲା ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର, ପିସି ପ୍ରତିବାଦରେ ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ । #Odisha #BJP #BMC #OTV pic.twitter.com/YLXfK0X6Fa
ବେପାରୀ ମାନେ ଏଣେତେଣେ ବସି ବ୍ୟବସାୟ କରିପାରିବେ ନାହିଁ । ବାଣ ଦୋକାନ ପାଇଁ ୨୧ ଟି ସ୍ଥାନକୁ ଚିହ୍ନଟ କରା ଯାଇଛି । ବାଣ ବେପାର ସମୟରେ କୌଣସି ଅଘଟଣ ନିମନ୍ତେ ଆବଶ୍ୟକ ପାଣି, ବାଲି ଓ ଡଷ୍ଟବିନ ମହଜୁଦ ରଖିବେ । ଜନବସତି ଠାରୁ ଦୂରରେ ସ୍ଥାନ ଦିଆଯାଇଛି, ସେଠାରେ ବ୍ୟବସାୟ କରିବେ l ବ୍ୟବସାୟ ସହ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିବା ମେୟର ସୂଚନା ଦେଇଛନ୍ତି ।
ସୁରକ୍ଷା ପାଇଁ ବ୍ୟବସାୟୀ ମାନେ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ରଖିବାକୁ କୁହା ଯାଇଛି । ଏହା ସହ ଜଏଣ୍ଟ ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି l ଟିମରେ ବିଏମସି, ପ୍ରଦୂଷଣ ବୋର୍ଡ ଓ ପୋଲିସ ଅଧିକାରୀ ମିଳିତ ଭାବେ ରହିବେ l ବିଏମସି ଅଞ୍ଚଳରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଖାଦ୍ୟର ଗୁଣବତ୍ତା ମାନ ବଜାୟ ରଖିବାକୁ କୁହା ଯାଇଛି ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟକୋ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦି ବିଭାଗକୁ ସମନ୍ୱୟ ରକ୍ଷା କରି ନାଗରିକଙ୍କ ସୁରକ୍ଷା ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଅନ୍ୟପଟେ ଦୀପାବଳିରେ କିପରି ବାଣ ଫୁଟାଇବେ ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବାକୁ କହିଛି ଅଗ୍ନିଶମ ବିଭାଗ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି ।
ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବାକୁ ମନା କରା ଯାଇଛି । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି । କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକିବେ । ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ବିକିବେନି । ଅଗ୍ନି ନିର୍ବାପକ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।
]]>ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ । ସୈନିକ ସ୍କୁଲ ଆଖପାଖ ଅଞ୍ଚଳରେ ଆବର୍ଜନାକୁ ନେଇ ସମସ୍ୟା ଏବଂ ଏହାର ନିରାକରଣ ପାଇଁ ଲଗାତାର ଉଦ୍ୟମ କରାଯାଉଥିବା କହିଛନ୍ତି କମିଶନର। କିନ୍ତୁ ଲୋକେ ଅଳିଆ ପୃଥକ ପୃଥକ୍ ଦେଉନଥିବାରୁ ପରିଚାଳନାରେ ଅସୁବିଧା ହେଉଥିବା ଦର୍ଶାଇଛନ୍ତି। ତେବେ ୬ ରୁ ୭ ମାସ ଭିତରେ ଟିଟିଏସର ସବୁ ଅଳିଆ ସଫା ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।
ସେପଟେ ଅଳିଆ ସଂଗ୍ରହ ଏବଂ ବିଏମସିର କାର୍ଯ୍ୟାନୁଷ୍ଠାନ ତାଗିଦ୍କୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା। କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆହୁରି ସଚେତନ କରାଇବା ଏବଂ ଅଳିଆ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଲୋକେ ଦାବି କରିଛନ୍ତି। ରାଜଧାନୀବାସୀଙ୍କ ସହ ଏକମତ ବିଜେପି। ସୈନିକ ସ୍କୁଲ ଟିଟିଏସରେ ଅଳିଆ ସମସ୍ୟା ଓ ଏହାର ଦୁର୍ଗନ୍ଧରେ ଅତିଷ୍ଠ ହୋଇଥିବା ଲୋକଙ୍କ ସପକ୍ଷରେ ବାହାରିଛି ବିଜେପି। ବିଏମସିର ବେପରୁଆ ମନୋଭାବରୁ ଲୋକେ ସମସ୍ୟା ଭୋଗୁଥିବା ଅଭିଯୋଗ ଆଣି ସୈନିକ ସ୍କୁଲ ଛକ ନିକଟରେ ବିଜେପି ନେତା ପ୍ରତିବାଦ କରିଛନ୍ତି।
୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହେବା ସହ ଅଳିଆ ପାହାଡ଼ ହଟିଯିବ ବୋଲି କହିଛନ୍ତି କମିଶନର୍ । ଅର୍ଥାତ ଏଭଳି ପରିସ୍ଥିତି ଆହୁରୀ କିଛି ମାସ ଯାଏଁ ରହିବ । ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣି । ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଲୋକଙ୍କୁ କମିଶନରଙ୍କ ଏଭଳି ଅପିଲ୍ କୁ ନେଇ ଅନେକ ଚର୍ଚ୍ଚା ହେଉଛି ।
ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସୈନିକ ସ୍କୁଲ ଛକରେ ଆଜି ଧାରଣାକୁ ଓହ୍ଲାଇଛି ଦଳ । ବିଏମସିର ବେପରୁଆ ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ଓ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛି ଦଳ । ଏନେଇ ଆଜି ବିଜେପିର ବହୁ ସଂଖ୍ୟାରେ ନେତା ଓ କର୍ମୀ ଏକାଠି ହୋଇ ଗଣଧାରଣାକୁ ଓହ୍ଲାଇଛନ୍ତି ।
]]>ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ । ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖିବାକୁ କହିଛି ବିଏମସି । ପୂଜା ପୂର୍ବରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନକରନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନେଇଛି ବିଏମସି । ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଂଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି । ପ୍ରତ୍ୟେକ କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି ।
କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି ପାଇଁ ପଠାନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
]]>୧୩୦ ଦିନ ପରେ ଶବ ସତ୍କାର। ବାହାନଗା ଟ୍ରେନ୍ ଟ୍ରାଜେଡିରେ ଅଚିହ୍ନା ହୋଇ ରହିଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ବିଏମସିକୁ ଶବ ହସ୍ତାନ୍ତର କରାଯିବା ପରେ ବିଏମସି ଶବ ଶତ୍କାର ପ୍ରକ୍ରିୟା ଆରମ୍ଭ କରିଛି।#Odisha #BahanagaTrainTragedy #BMC #AIIMS pic.twitter.com/6OWv8XjDVH
— ଓଟିଭି (@otvkhabar) October 10, 2023
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା । ତାସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ମ୍ୟାଚିଂ ସହାୟତା ନିଆଯାଇଥିଲା । ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ସମ୍ଭବ ହୋଇଥିଲା। ଏହାପରେ ମଧ୍ୟ ଆହୁରି ୨୮ଟି ମୃତଦେହ ଅଚିହ୍ନା ରହିଯାଇଥିଲା ।
]]>
#SOPରେ_ସତ୍କାର_ହେବ_୨୮_ମୃତଦେହ
— ଓଟିଭି (@otvkhabar) October 8, 2023
ଏସଓପିରେ ସତ୍କାର ହେବ ୨୮ ଅଜଣା ମୃତଦେହ । ୪ ମାସ ଧରି ଭୁବନେଶ୍ୱର AIIMSରେ ପଡ଼ି ରହିଥିବା ବାହାନଗା ଟ୍ରେନ୍ ଟ୍ରାଜେଡି ଡେଡବଡିକୁ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରିବାକୁ BMCର ପ୍ରସ୍ତୁତି । #Bhubaneswar #BMC #Odisha #OTV pic.twitter.com/e3Rw9uGHv8
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ଥିବା ମୃତଦେହକୁ ସାମୂହିକ ଅନ୍ତିମ ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମକୁ ଗ୍ରୀନ୍ ସିଗନାଲ୍ ଦେଇଛି ତଦନ୍ତକାରୀ ସଂସ୍ଥା ସିବିଆଇ।
ତେବେ ଏଥିପାଇଁ ଏକ ଏସଓପି ଜାରି କରିଛି ବିଏମସି। ମେୟରଙ୍କ ସୂଚନା ଅନୁସାରେ- ୨ଦିନ ଭିତରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ AIIMS କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିବା ପରେ ସେଗୁଡିକୁ ଶବବୁହା ଗାଡ଼ିରେ ଭରତପୁର ଓ ସତ୍ୟନଗର ଶ୍ମଶାନକୁ ନିଆଯିବ। ପୁରା ଭିଡିଓଗ୍ରାଫି ସହ ମୃତଦେହ ଗୁଡ଼ିକର ସଂସ୍କାର କରାଯିବ।
ଏଠି ପ୍ରଶ୍ନ ଏତେଦିନ ସଂରକ୍ଷିତ ରଖାଯିବା ପରେ କାହିଁକି ହେବ ଅଜଣା ମୃତଦେହ ଗୁଡ଼ିକର ଗଣ ସତ୍କାର ? ବିସ୍ତୃତ ଭାବେ ସୂଚନା ଦେଇ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି- ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା। ତାସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ମ୍ୟାଚିଂ ସହାୟତା ନିଆଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ସମ୍ଭବ ହୋଇଥିଲା। ତାସତ୍ତ୍ୱେ ଆହୁରି ୨୮ଟି ଡେଡ୍ ବଡି ଅଚିହ୍ନା ରହିଗଲା ।
]]>
#ଭରତପୁର_ସତ୍ୟନଗରରେ_ହେବ_ସଂସ୍କାର
— ଓଟିଭି (@otvkhabar) October 8, 2023
· ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର
· ୨୮ ମୃତଦେହର ସଂସ୍କାର ନେଇ ବିଏମ୍ସି ମେୟରଙ୍କ ସୂଚନା
· 'ଦିନେ ଦୁଇ ଦିନ ଭିତରେ ୨୮ ଅଚିହ୍ନା ମୃତଦେହର ସତ୍କାର ହେବ'
· 'CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ'#Odisha #TrainAccident pic.twitter.com/Otx0pQ2xWj
ଏବେ ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଭରତପୁର ଶ୍ମଶାନରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ମୁତୟନ କରାଯିବ। ଯାହା ଫଳରେ ଅତି ସୁବିଧାର ସହ ସଂସ୍କାର ହୋଇପାରିବ। ଡିଏନଏ ଟେଷ୍ଟ ପରେ ବି ଏମ୍ସ ଭୁବନେଶ୍ୱରରେ ଥିବା ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି।
]]>ସୂଚନା ଅନୁସାରେ ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଗତକାଲି ବିଏମସିର ଏକ ଟିମ୍ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
]]>କାୟା ବଢାଉଛି ରାଜଧାନୀ । ତା ସହ ବଢୁଛି ପରିଚାଳନାଗତ ଚ୍ୟାଲେଞ୍ଜ୍ । ତେଣୁ ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । BMCକୁ ଅଧିକ କାର୍ଯ୍ୟଦକ୍ଷ କରିବାକୁ ସୃଷ୍ଟି ହେବ ୪୧୬ ନୂଆ ପଦବୀ । ପରିମଳ, ସୌନ୍ଦର୍ଯ୍ୟକରଣ, ଅର୍ଥ, ଇଂଞ୍ଜିନିୟରିଂ, ଡ୍ରେନେଜ୍, ପ୍ରାଣୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗରେ ନୂଆ କର୍ମଚାରୀ ନିଯୁକ୍ତି ପାଇବେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହି ନୂଆ ପଦବୀ ମଧ୍ୟରେ ୩ ଜଣ ଅତିରିକ୍ତ କମିଶନର, ୬ ଜଣ ଜୋନାଲ କମିଶନର , ୧୩ ଜଣ ଡେପୁଟି କମିଶନର୍, ୧୩ ଜଣ ପରିମଳ ଆସିଷ୍ଟାଣ୍ଟ କମିଶନର୍ ପଦବୀ ରହିବ । ପୂର୍ବରୁ BMCକୁ ଉତ୍ତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୁର୍ବ ଭଳି ତିନିଟି ଜୋନରେ ବିଭକ୍ତ କରାଯାଇଥିଲା । ଉତ୍ତର ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ ୨୧ ଟି ଲେଖାଏଁ ୱାର୍ଡ ଏବଂ ଦକ୍ଷିଣ-ପୂର୍ବ ଜୋନରେ ୨୫ଟି ୱାର୍ଡ ରହିଥିଲା । ପ୍ରତ୍ୟେକ ଜୋନର ସମସ୍ୟା ଓ ନିରାକରଣ ପାଇଁ ଜଣେ ଲେଖାଏଁ ଜୋନାଲ ଡେପୁଟି କମିଶନର ବା ଜେଡିସିଙ୍କୁ ନିଯୁକ୍ତ କରାଯାଇଥିଲା । ଏବେ ଏହି ଜୋନ୍ ସଂଖ୍ୟା ୬କୁ ବୃଦ୍ଧି କରିବାକୁ ଯୋଜନା ହୋଇଛି ।
ନୂଆ କାର୍ଯ୍ୟାଳୟ ସହ ନୂଆ କର୍ମଚାରୀ ମିଳିଲା BMCକୁ । ହେଲେ ଏବେ ବି ମୌଳିକ ସମସ୍ୟାରେ ଖୁନ୍ଦି ହୋଇ ରହିଛି ସହର । ଫି ବର୍ଷ ବର୍ଷାଦିନେ ଜଳବନ୍ଦୀ ସମସ୍ୟାକୁ ନେଇ ଲୋକଙ୍କ ହନ୍ତସନ୍ତ ସୀମା ଟପୁଥିବା ବେଳେ ଡେଙ୍ଗୁ ବି ବଡ଼ ସମସ୍ୟା ପାଲଟିଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ସଂଖ୍ୟା ବଢିଥିଲେ ବି ବିଏମ୍ସି ଏହାର ମୁକବିଲାରେ ବିଫଳ ହୋଇଛି । ଅଳିଆ ଆବର୍ଜନା, ଡମ୍ପିଂୟାର୍ଡ, ଡ୍ରେନେଜ୍, ରାସ୍ତାଘାଟ, ଭଳି ପ୍ରମୁଖ ସମସ୍ୟ ଏବେ ବି ମୁଣ୍ଡ ଟେକି ରହିଛି । ଯାହାକୁ ନେଇ ତେଜିଛି ରାଜନୀତି ।
ବିରୋଧୀଙ୍କ ଅଭିଯୋଗ ଜଳବନ୍ଦୀ ସମସ୍ୟା ନେଇ ବିଏମ୍ସିର ମୁଖା ଖୋଲିଯିବା ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏ ଘୋଷଣା କରିଛନ୍ତି ସରକାର । ବିଜେଡି ଏହାର ଜବାବ ରଖିଛି । ବର୍ତ୍ତମାନ ବିଏମ୍ସିରେ ୬୭ଟି ୱାର୍ଡ ରହିଥିବା ବେଳେ ଖୁବଶୀଘ୍ର ଏ ସଂଖ୍ୟା ବି ବଢିବା ନେଇ ଆଶା କରାଯାଉଛି । ରାଜଧାନୀ ଉପକଣ୍ଠରେ ଥିବା ପ୍ରାୟ ୧୧ଟି ପଞ୍ଚାୟତ ବିଏମ୍ସି ଅଧିନକୁ ଆସିବା ନେଇ ବି ଯୋଜନା ରହିଛି ।
]]>ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି ।
ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।
ଏନେଇ ବିଏମସି କମିସନର୍ କହିଛନ୍ତି, ଭୁବନେଶ୍ୱରୁ ସବୁ ଦୃଷ୍ଟିରୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ସଫେଇକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଆମେ ସଫା ରହିଲେ ସହର ସୁନ୍ଦରତା ବଢ଼ିବ । ପ୍ରଥମେ ଏକ ଟିମ୍ ଲୋକଙ୍କୁ ସଚେତନ କରିବା ସହ ବୁଝାଇବ । ଆଉ ବୁଝାଇବା ପରେ ବି କେହି ନବୁଝିଲେ ଆକ୍ସନ ନିଆଯିବ ।
]]>ଯାତ୍ରାପାର୍ଟିର ପୋଷ୍ଟର ଗୋଟିଏ କାନ୍ଥରେ ଲଗାଯାଇଥିବା ବେଳେ ସଂପୃକ୍ତ ଘରୋଇ ଟିଭି ଚ୍ୟାନଲର କାର୍ଯ୍ୟକ୍ରମ ସମ୍ପର୍କିତ ପୋଷ୍ଟର ଏକ ମୋବାଇଲ ଟାୱାରରେ ଲଗାଯାଇଥିଲା। ଉଭୟ ପୋଷ୍ଟର୍ ବେଆଇନ୍ ଭାବେ ଲଗାଯିବା ସହ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଦର୍ଶାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଏନେଇ ସଂପୃକ୍ତ ଯାତ୍ରା ପାର୍ଟି କିମ୍ବା ସଂପୃକ୍ତ ଘରୋଇ ଟିଭି ଚାନେଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
]]>ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା । ସେହିପରି ସାପ୍ତାହିକ ଡ୍ରାଏ ଡେ ସମେତ ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି(BMC) ।
ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି । ଏଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି ।
]]>ଆସନ୍ତା ୧୫ ତାରିଖ ପରେ ବିଏମ୍ସି ଟିମ୍ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି । ବର୍ତ୍ତମାନ ସହରରେ ଘାସ ଓ ଅନାବନା ଗଛ କାଟିବା (ବୁଶ୍ କଟିଂ)କୁ କଡ଼ାକଡ଼ି କରିବା ପାଇଁ ସଂପୃକ୍ତ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍ କଟିଂ କରିନଥିବେ, ତାହା ବିଏମ୍ସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡ଼ିବ। ଏହାସହ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ୍ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ଏବଂ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବେ।
ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ରାଜଧାନୀରେ ୯୨୪ ସାମ୍ପଲ ଟେଷ୍ଟ ହେଇଥିବା ବେଳେ ୪୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
]]>୧୯ ଦିନର ଟଣାଓଟରା ପରେ ଖୋଲିଲା ମାର୍କେଟ୍ ବିଲଡିଂ । ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର। ହେଲେ ଆଜିର ସ୍ଥିତି ଟିକେ ଭିନ୍ନ ଥିଲା। ଅଧା ଦୋକାନ ଖୋଲିଥିଲା, ଅଧା ବନ୍ଦ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ରେଡିମେଡ୍ ଦୋକାନୀ ଆଜି ସଫା ସୁତୁରା କରି ଦୋକାନ ଖୋଲିଥିଲେ । ନିଜ ନିଜର ଦୋକାନ ସଜାଡି ଆରମ୍ଭ କରିଥିଲେ ବେପାର।
ସେପଟେ ମାର୍କେଟ ବିଲଡିଂରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ସମସ୍ୟାର ସମାଧାନ କରିଛି ବିଏମସି। କମିଶନରଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ୬ଜଣିଆ ଟିମ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛି BMC । ଏଣିକି ମାର୍କେଟ ବିଲ୍ଡିଂ ପରିସରରେ ଆଉ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ।
ମାର୍କେଟ୍ ବିଲଡିଂ ଅଂଚଳର ସୁରକ୍ଷା ବ୍ୟବସ୍ଥା, ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ, ସଫେଇ ଏବଂ ପରିଶ୍ରାଗାର ଭଳି ସମସ୍ତ ପ୍ରକାର ଦାୟିତ୍ୱ ଆଗାମୀ ୫ ବର୍ଷ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଅଧିନରେ ରହିବ। ସେପଟେ କିନ୍ତୁ ମାର୍କେଟ ବିଲ୍ଡିଂ ମଧ୍ୟରେ ବସିବା ଜିଦରେ ଅଟଳ ଅସ୍ଥାୟୀ ବ୍ୟବସାୟୀ।
]]>ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।
ଜୁଲାଇ ୧୭ ତାରିଖରୁ ବନ୍ଦ ରହିଛି ମାର୍କେଟ୍ ବିଲ୍ଡିଂ । ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ତେଜିଛି ଅସନ୍ତୋଷ । ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା । ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି ।
ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ବିଏମ୍ସି ସହ ଆଲୋଚନା ହୋଇଥିଲେ ମଧ୍ୟ ସେଭଳି ସୁଫଳ ମିଳିପାରିନାହିଁ । ହେଲେ ଆଜିଠୁ ମାର୍କେଟ୍ ବିଲ୍ଡିଂ ଖୋଲିଥିବା ବେଳେ ଶୋ’ ରୁମ୍ ଗୁଡ଼ିକ ଖୋଲାଯାଇନାହିଁ ।
]]>ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି (BMC) କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି । ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି ।
ଗୋଟିଏ ପଟେ ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ଜିଦରେ ସ୍ଥାୟୀ ବ୍ୟବସାୟୀମାନେ ଅଡ଼ି ବସିଥିବା ବେଳେ, ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବ ନାହିଁ ବୋଲି କହୁଛନ୍ତି ଉଠା ଦୋକାନୀ । ତେଣେ ବିଏମସି ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଥିବା ସୂଚନା ମିଳିଛି ।
]]>ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ମିଳିବ ଜବାବ। ନିୟମ ନମାନି ଯେମିତି କରିବ, ସେମିତି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ। ଗତକାଲି ଭୁବନେଶ୍ବର ମହାନଗର ନିଗମର ଏ ଅଜବ ନୀତିକୁ ନେଇ ପୁରା ରାଜଧାନୀରେ ଚର୍ଚ୍ଚା। ଭୁବନେଶ୍ବର କଳ୍ପନା ଛକ ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ କେମିତି ଅଳିଆ ଫିଙ୍ଗୁଛି ବିଏମସିର ଗାଡ଼ି। ଏ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ହୋଟେଲ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ନିଜ ହୋଟେଲରୁ ବାହାରିଥିବ ଆବର୍ଜନାକୁ ରାସ୍ତା ଫିଙ୍ଗି ଦେଇଥିବାରୁ ତାଙ୍କୁ ଏମିତି ଢଙ୍ଗରେ ଜବାବ ଦେଇଛି ବିଏମସି। ବାହାରୁ ଗୋଟିଏ ଟ୍ରାକ୍ଟର ବୋଝେଇ ଅଳିଆ ଆଣି ଖୋଦ୍ କମିଶନରଙ୍କ ଉପସ୍ଥିତିରେ ସିଧା ହୋଟେଲ ସାମ୍ନାରେ ଢାଳି ଦିଆଯାଇଥିଲା।
ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ। ତେବେ ବିଏମସିର ବିଏମସିର ଦୃଢ଼ ଯୁକ୍ତି ଯେ, ସହରରକୁ ଆବର୍ଜନାମୁକ୍ତ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଅଳିଆ ଉଠାଇବାକୁ ସଫା ନାଁରେ ଏକ ଆପ୍ ବି କାର୍ଯ୍ୟ କରୁଛି। ଏଥିରେ ଅନୁରୋଧ ଆସିବା ମାତ୍ରେ ଅଳିଆ ଉଠାଇବା ପାଇଁ ଗାଡ଼ି ପଠାଯାଉଛି। ଏହା ସତ୍ତ୍ବେ ଲୋକେ ସଚେତନ ହେଉନାହାନ୍ତି। ତେଣୁ ରାଜଧାନୀକୁ ସଫା ସୁତରା ରଖିବାକୁ ଲୋକେ ଯେଭଳି ସଚେତନ ହେବେ, ସେଥିପାଇଁ ଏହା ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ବୋଲି ଆଜି ଯୁକ୍ତି ରଖିଛନ୍ତି କମିଶନର। ତେବେ ଏ ନେଇ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ରାଜଧାନୀକୁ ସରସ ଓ ସୁନ୍ଦର କରିବାକୁ ବିଏମସିର ଏ ପଦକ୍ଷପ ହୁଏତ ଦୃଷ୍ଟାନ୍ତ ମୂଳକ ହୋଇଥାଇପାରେ। କିନ୍ତୁ ବାସ୍ତବରେ ଏ ନିୟମ କଣ ସମସ୍ତଙ୍କ ପାଇଁ ପ୍ରାଯୁଜ୍ୟ ହେବ ? କୌଣସି ପ୍ରତିଷ୍ଠିତ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଓ ଅନୁଷ୍ଠାନ ଏଭଳି କଲେ ସମାନ ଆଭିମୁଖ୍ୟ ଗ୍ରହଣ କରିବ ତ ବିଏମସି? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ।
]]>ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ସହରର ବିଭିଷ୍ଟ ବ୍ୟକ୍ତିତ୍ୱ । ସହିଦନଗର ସ୍ଥିତ ବାସଭବନରେ ଜଗନ୍ନାଥଙ୍କ ଶେଷ ଦର୍ଶନ କରିଛନ୍ତି ନିକଟ ସମ୍ପର୍କୀୟ ଓ ସାଧାରଣ ଜନତା । ୧୯୯୭ ମସିହା ଭୁବନେଶ୍ୱର ମ୍ୟୁନିସିପାଲଟିର ଶେଷ ଚେୟାରମ୍ୟାନ ଥିଲେ ଜଗନ୍ନାଥ । ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ । ଭୁବନେଶ୍ୱର ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।
କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ୧୯୩୯ ଜାନୁଆରି ୧୪ରେ ସେତେବେଳର କଟକ ଜିଲ୍ଲା କରତ ଶାସନରେ ଜନ୍ମ ହୋଇଥିଲେ ଜଗନ୍ନାଥ ମହାପାତ୍ର । ପେଶାରେ ଡାକ୍ତର ହୋଇଥିଲେ ମଧ୍ୟ ରାଜନୀତି ଓ ସମାଜସେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ୨୦୦୦ ମସିହାରେ ସେ ମ୍ୟୁନସିପାଲଟି ଚେୟାରମ୍ୟାନ ଥିବା ବେଳେ ଭୁବନେଶ୍ୱର ମ୍ୟୁନସିପାଲଟିରୁ ମହାନଗର ନିଗମ ହୋଇଥିଲା । ପରେ ସେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ନନ୍ ଇଲେକଟେଡ୍ ମେୟର ହୋଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ସେକ୍ରେଟାରି, ସହିଦନଗର ଦୁର୍ଗାପୂଜା କମିଟିର ପ୍ରତିଷ୍ଠା, ଭୁବନେଶ୍ୱର ଭସାଣ ଉତ୍ସବର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର ।
ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ହସପିଟାଲ, ପରେ ବିଏମସି କାର୍ଯ୍ୟାଳୟ, ସହିଦ ନଗର ପୂଜାମଣ୍ଡପ ନିଆଯାଉଛି । ଏହାପରେ ସତ୍ୟନଗର ମଶାଣିରେ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।
]]>
ମୃତକଙ୍କ ସଂପର୍କୀୟ ହସ୍ପିଟାଲରୁ ହସ୍ପିଟାଲ ନବୁଲିବାକୁ BMC ପକ୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ସଂପର୍କୀୟ ଚାହିଁଲେ ଭୁବନେଶ୍ୱରରେ କରିପାରିବେ ମୃତଦେହ ସଂସ୍କାର । BMC ୱେବସାଇଟ୍ ରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ । BMC କମିଶନର ବିଜୟ ଅମୃତ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।
ମୃତଦେହ ସମ୍ପର୍କରେ ଜାଣିବାକୁ ଯେଉଁସବୁ ଫୋନ୍ ଆସିବ, ତାର ସଠିକ୍ ସୂଚନା ଦେବାକୁ ୫ ଜଣ ପିଲା ନିଯୁକ୍ତି କରାଯାଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କିଛି ଅଫିସରକୁ ମଧ୍ୟ ନିଯୁକ୍ତି କରାଯାଇଛି। ମୃତକଙ୍କ ସମ୍ପର୍କରେ ଫଟୋ ଓ ସୂଚନା ୱେବସାଇଟରେ ଅପଲୋଡ୍ ହୋଇଛିା WWW.OSDMA.ORG, WWW.SRCODISHA.NIC.IN ଏବଂ WWW.BMC.GOV.IN ରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।
#ଏହି_ୱେବସାଇଟରେ_ରହିବ_ମୃତକଙ୍କ_ତଥ୍ୟ
— ଓଟିଭି (@otvkhabar) June 4, 2023
ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ସଂପର୍କୀୟ ମାନଙ୍କୁ ଭୁବନେଶ୍ୱର ଆଣି ଗୋଟିଏ ଜାଗାରେ ରଖାଯିବ। ସେମାନଙ୍କୁ ବିଭିନ୍ନ ମେଡ଼ିକାଲକୁ ନିଆଯିବ ଏବଂ ସେମାନେ ସେଇଠି ମୃତଦେହ ଚିହ୍ନଟ କରିବେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।#TrainAccident #TrainTragedy pic.twitter.com/kHXwoEJy9N
ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଶନିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।
]]>୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି । ଯଦି ଗାଡ଼ି ମାଲିକ ଗାଡ଼ି ନ ଉଠାନ୍ତି, ତେବେ ବିଏମ୍ସି ଉଠାଇ ନେଇ ସେହି ଅଞ୍ଚଳକୁ ଖାଲି କରିବ। ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ମଧ୍ୟ ଦିଆଯାଇଛି।
Defunct vehicles lying on the roads will be removed.
— BMC (@bmcbbsr) May 25, 2023
Notice has been pasted on the vehicles that within 7 days if the owners didn't take it to their pvt. place, then BMC will lift it & clear the area.#BhubaneswarFirst pic.twitter.com/HF4Ft47kNQ
ସୂଚନାଥାଉ କି, ଖାଲି ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଅନେକ ଅଚଳ ଗାଡ଼ି ପଡ଼ି ରହିଥିବା ଦେଖିବାକୁ ମିଳିଛି। ଖରା, ବର୍ଷାରେ ଗାଡ଼ି ସବୁ ସେମିତି ଖତ ଖାଉଛି। ନା ଗାଡ଼ି ମାଲିକ ରାସ୍ତାକଡ଼ରୁ ଏହିସବୁ ଗାଡ଼ିକୁ ହଟାଉଛନ୍ତି ନା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ ବିଏମ୍ସିର ଏଭଳି ପଦକ୍ଷେପକୁ କିଛି ଲୋକ ସ୍ୱାଗତ କରିଛନ୍ତି।
]]>ସହରରେ ବିଭିନ୍ନ ସମୟରେ ଅଳିଆ ପକାଇବା ସମସ୍ୟାକୁ ନେଇ ବିଏମସି ଚିନ୍ତାରେ ରହୁଥିଲା। ତେବେ ଗତ ଅଗଷ୍ଟ ୨୦୨ ରେ ନଗର ଉନ୍ନୟନ ବିଭାଗ ଅଧ୍ୟକ୍ଷତାରେ ବସିଥିବା ବୈଠକ ଅନୁସାରେ ଚଳିତ ମେ ୩୧ ସୁଦ୍ଧା ବିକଳ୍ପ ପନ୍ଥା ଆପଣେଇବା ସହ ଭୁଆଶୁଣୀକୁ ଅଳିଆ ବନ୍ଦ କରିବାକୁ କହିଥିଲା BMC । ଧାର୍ଯ୍ୟ ସମୟ ପୂର୍ବରୁ ପଞ୍ଚାୟତ ବାସୀଙ୍କ କଥା ରଖିଛି BMC ।
ଏବେ ପ୍ରଶ୍ନ ପ୍ରତ୍ୟେକ ଦିନ ସହରରୁ ବାହରୁଥିବା ୫୦୦ ଟନ୍ରୁ ଉର୍ଦ୍ଧ୍ୱ ଅଳିଆକୁ କିଭଳି ପରିଚାଳନା କରିବ ବିଏମସି ? ଯେଉଁଠି ଡମ୍ପିଂ ୟାର୍ଡ ମାତ୍ର ସପ୍ତାହେ ବନ୍ଦ ହେଲେ ସହର ଅଳିଆରେ ଭର୍ତ୍ତି ହେଉଥିଲା, ସେଠି ସବୁଦିନ ବନ୍ଦ ହେଲେ ସହର ଆବର୍ଜନାରେ ପୁରି ଯିବ ନାହିଁ ତ? ଏପଟେ BMCର କହିବା କଥା ଆବର୍ଜନା ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ବୈଜ୍ଞାନିକ ପଦ୍ଧତିରେ ଅଳିଆକୁ ପରିଚାଳନା କରି ଖତରେ ପରିଣତ କରିବାରେ ସଫଳତା ମିଳିଛି। ମଲ୍ଟି ଲେଭଲ୍ ପୃଥକୀକରଣ ରାସ୍ତା ବାହାର କରିଛି ବିଏମସି। ବିଏମସି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି କେତେ ଦୂର ସଫଳ ହେଉଛି ତାହା ଉପରେ ନଜର୍।
]]>୨୦୨୧ରେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆରମ୍ଭ କରିଥିବା ଇ-ପାର୍କିଂ ବ୍ୟବସ୍ଥା କଥା। ବାଣୀବିହାର ଛକରୁ ଶିଶୁଭବନ ଛକ ଯାଏଁ ପ୍ରାୟ ୮୦୦ ପାର୍କିଂ ଲଟରେ ଲାଗିଛି ହାଇଟେକ୍ ଜିପିଏସ୍। ଭୂମି ତଳେ ଲାଗିଥିବା ଏସବୁ ମେସିନ୍ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
]]>କେବଳ ସହିଦନଗର ନୁହେଁ, ମାର୍କେଟ ବିଲ୍ଡିଂ ନିକଟରେ ବି ରହିଛି ଆଉ ଏକ ବହୁତଳ ପ୍ରାସାଦ ବିଶିଷ୍ଟ ପାର୍କିଂସ୍ଥଳ । ହେଲେ ଏଠାରେ ଯେତିକି ମାତ୍ରାରେ ଗାଡି ପାର୍କିଂ କରାଯିବା କଥା ତାଠୁ ବହୁତ କମ୍ ରହୁଛି । କିନ୍ତୁ ରାସ୍ତାରେ ପୂର୍ବଭଳି ଲୋକେ ପାର୍କିଂ କରି ଚାଲିଯାଉଛନ୍ତି ସିନା ପାର୍କିଂସ୍ଥଳ ମାଡୁନାହାନ୍ତି। ପାର୍କିଂ ଫି ଘଣ୍ଟା ହିସାବରେ ଦୁଇ ଚକିଆ ଯାନକୁ ୧୦ ଟଙ୍କା ଏବଂ ଚାରି ଚକିଆ ଯାନ ପିଛା ୨୦ ଟଙ୍କା ଧାର୍ଯ୍ୟ କରିଛି ବିଏମସି। ଏହା ପରେ ଘଣ୍ଟା ପ୍ରତି ବାଇକ ପିଛା ୫ଟଙ୍କା ଏବଂ କାର ପିଛା ୨୦ ଟଙ୍କା ହିସାବରେ ମୂଲ୍ୟ ବଢିଚାଲିବ। ସାଧାରଣ ଲୋକେ ଏଥିରୁ ବର୍ତ୍ତିବାକୁ ବାହାରେ ବେଆଇନ ପାର୍କିଂ କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।
ଏପଟେ ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି। ମୁଖ୍ୟ ରାସ୍ତା କଡରେ ବେଆଇନ ପାର୍କିଂ ହେଉଥିବା ସ୍ଥାନରୁ ଗାଡିକୁ ହଟାଇବା ପାଇଁ ଟ୍ରାଫିକ ପୋଲିସ ସହାୟତା ନିଆଯାଉଛି। ଏଥିସହ ଯେଉଁମାନେ ରାସ୍ତାରେ ପାର୍କିଂ କରୁଛନ୍ତି, ଜରିମାନା ଆଦାୟ କରାଯାଉଥିବା କହିଛନ୍ତି ବିଏମସି କମିଶନର ।
]]>ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ। ଖାଲି ହୋର୍ଡିଂ ନୁହେଁ ଛାତ ଉପରେ ବସିଥିବା ମୋବାଇଲ୍ ଟୱାରକୁ ମଧ୍ୟ ହଟାଇବା ପାଇଁ ବିଏମ୍ସି ନିଷ୍ପତ୍ତି ନେଇଛି। ଏନେଇ ଏକ ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଏହି ଟିମ୍ ସହର ସାରା ବୁଲିବୁଲି ଛାତ ଉପରେ ଲାଗିଥିବା ବେଆଇନ୍ ହୋର୍ଡିଂ ସବୁ ଚିହ୍ନଟ କରିବ। ପରେ ଏହାକୁ ଘର ମାଲିକଙ୍କ ଜରିଆରେ କାଢି ଦିଆଯିବ। ବିଏମ୍ସିର ଏଭଳି ପଦକ୍ଷେପକୁ କର୍ପୋରେଟରମାନେ ସ୍ୱାଗତ କରିଛନ୍ତି।
ଖାଲି କର୍ପୋରେଟର ନୁହନ୍ତି ବିଏମ୍ସିର ଏଭଳି ନିଷ୍ପତ୍ତିକୁ ସାଧାରଣ ନାଗରିକ ମଧ୍ୟ ସ୍ୱାଗତ କରିଛନ୍ତି। ହେଲେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ବହୁବାର ଏଭଳି ନୋଟିସ୍ ଜାରି କରାଯାଇଛି। ହେଲେ କାର୍ଯ୍ୟକାରିତା ଶୂନ। କାରଣ ବହୁ ବଡ଼ବଡ଼ିଆ, ପ୍ରଭାବଶଳୀ ନେତା ଓ କର୍ପୋରେଟଙ୍କ ଛାତରେ ହିଁ ଲାଗିଛି ବେଆଇନ୍ ହୋର୍ଡିଂ। ଯେଉଁଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ତେଣୁ ରାଜଧାନୀକୁ ବେଆଇନ୍ ହୋର୍ଡିଂ ମୁକ୍ତ କରିବା ପାଇଁ ଯେତେବେଳେ ବି ନିଷ୍ପତ୍ତି ହେଉଛି ସେତେବେଳେ ଏଇମାନେ ହିଁ ବାଧକ ସାଜନ୍ତି। ଚାପ ପକାଇ ବିଏମ୍ସିର ନୋଟିସକୁ ବି ଚାପି ଦିଅନ୍ତି।
ଯଦି ବିଏମ୍ସି ଖାଲି ନୋଟିସରେ ସୀମିତ ନ ହୋଇ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବ ତା’ହେଲେ ସହର ବେଆଇନ୍ ହୋର୍ଡିଂ ଫ୍ରି ହୋଇପାରିବ ଆଇନଜୀବୀ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବିଏମ୍ସିର ଏହି ନିଷ୍ପତ୍ତି ସତରେ କାର୍ଯ୍ୟକାରୀ ହେଉଛି ନା ପୂର୍ବଭଳି ଖାଲି ନିୟମରେ ହିଁ ରହୁଛି।
]]>ଏସବୁ ବ୍ୟତୀତ ଜଣେ ୨ରୁ ଅଧିକ କୁକୁର ରଖିବା ଏବଂ କୁକୁରଙ୍କ ବୀମା ସଂପର୍କରେ ମଧ୍ୟ ଗାଇଡଲାଇନ ଆସିପାରେ। ତେବେ BMC ର ନୂଆ ବାଇ-ଲ କଥା ଶୁଣି ଚିନ୍ତାରେ କୁକୁର ମାଲିକ । କାରଣ କୁକୁରକୁ ସେ ଘର ପାଖ ଡ୍ରେନକଡ଼କୁ ନେଉଥିଲେ ମଳତ୍ୟାଗ କରାଇବା ପାଇଁ । ହେଲେ ଆଗକୁ କଣ କରିବେ, ତାକୁ ନେଇ ସେ ସନ୍ଦିହାନ ।
ତେଣେ ଯେଉଁ ପଶୁପ୍ରେମୀମାନେ ଗୋଟିଏ କି ଦୁଇଟି ନୁହେଁ, ବହୁ ସଂଖ୍ୟକ ବୁଲା କୁକୁରଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିଛନ୍ତି, ସେମାନଙ୍କ ପାଇଁ ପଞ୍ଜୀକରଣ ଫି ବୋଝ ଉପରେ ନଳିତା ବିଡ଼ା ହେବାକୁ ଯାଉଛି ବୋଲି କହିଛନ୍ତି ଜଣେ ପଶୁ ଅଧିକାର କର୍ମୀ । BMC ଏଭଳି ନିୟମ ଲାଗୁ କଲେ, କେହି ବୁଲା କୁକୁରଙ୍କୁ ରଖିବେନି ଓ ତା ଦ୍ବାରା କୁକୁର କାମୁଡ଼ା ସମସ୍ୟା ଆହୁରି ବଢ଼ିବ ବୋଲି ସେ ଆଶଙ୍କା କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ବୈଠକରେ ପ୍ରତିଦିନ ଶହେଟି ବୁଲା କୁକୁର ବନ୍ଧ୍ୟାକରଣ ଓ ମଞ୍ଚେଶ୍ବରରେ ନୂଆ ପଶୁ ଡାକ୍ତରଖାନା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ବରରୁ ଅତୁଲ୍ୟ ବାଉତ ଓ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ
]]>ଏହାଛଡ଼ା ଭୁବନେଶ୍ୱରରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣକୁ ତ୍ୱରାନିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ଦିନକୁ ୧୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଏଥିପାଇଁ ମଞ୍ଚେଶ୍ୱରରେ ଆଉ ଏକ ପଶୁ ଡାକ୍ତରଖାନା ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଛନ୍ତିା ଏନେଇ କର୍ପୋରେସନ ବୈଠକରେ ଚିଠା ବାଇ ଲ’-୨୦୨୩ ପାରିତ ହେବ।ବିଏମ୍ସିରେ ଚିଠା ପ୍ରସ୍ତାବକୁ କର୍ପୋରେଟରଙ୍କ ସହ ଆଲୋଚନା କରାଯାଇଛିା
]]>