ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଓ ମୋଟା ଥିଲେ। ଆଲାମ କଲେଜରେ ମଧ୍ୟ ତାଙ୍କ ସାଙ୍ଗମାନେ ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ଥଟ୍ଟା କରୁଥିଲେ।
୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍ ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ଏହା ପରେ ସେ ସୁପରହିଟ୍ ହରର୍ ଫିଲ 'ରାଜ୍' (୨୦୦୨) ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶା ଏହି ଧାରାର ଅନେକ ଚଳଚ୍ଚିତ୍ର କରିଥିଲେ। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।
(ବିପାଶା ଓ ଡିନୋ ମୋରିଆ)
ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା, ପରେ ସେ ଜନ୍ ଆବ୍ରାହମ୍ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ।
ଯେତେବେଳେ ବିପାଶା ସୁପର୍ମଡେଲ୍ ପ୍ରତିଯୋଗିତାରେ ଜିତିଥିଲେ ସେତେବେଳେ ସେ ଏକ ପୋଷ୍ଟରେ କହିଥିଲେ। ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ। ମୋର ପ୍ରତିଭା କେହି ଦେଖିଲେ ନାହିଁ। ଏପରିକି ମୋ ଘରେ ମୋର ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲ। ମୋର କଳା ରଙ୍ଗ ହେତୁ ମୋତେ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ବିବେଚନା କରାଯାଉଥିଲା।
ମୁମ୍ବାଇର ପୋଶ ଅଞ୍ଚଳରେ ବିପାଶାଙ୍କର କୋଟି କୋଟି ଟଙ୍କାର ଦୁଇଟି ଘର ଅଛି। ଏଠାରେ ସେ ତାଙ୍କ ସ୍ୱାମୀ କରଣଙ୍କ ସହିତ ରୁହନ୍ତି। ବିପାଶାଙ୍କ ପାଖରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀର ବିଜ୍ଞାପନ ଅଛି। ସେ ଏସବୁ ମାଧ୍ୟମରେ ରୋଜଗାର ଜାରି ରଖିଛନ୍ତି। ଚଳଚ୍ଚିତ୍ରଠାରୁ ଦୂରରେ ଥିବା ବିପାଶାଙ୍କୁ ଅନେକ ସମୟରେ କରଣ ସିଂହ ଗ୍ରୋଭରଙ୍କ ସହ ଛୁଟିକାଟୁଥିବା ଦେଖିବାକୁ ମିଳିଥାଏ।
ଫଟୋଗୁଡ଼ିକରେ, ଏହା ଦେଖିବାକୁ ମିଳେ ଯେ ବିପାଶା ବସୁ ଏକ ଓଭର ସାଇଜ୍ ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ ଗୋଟିଏ ବଟନ୍ ଲଗାଯାଇଛି। ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି। ଫଟୋରେ ଦେଖାଯାଉଛି ଯେ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ବେବି ବମ୍ପ୍ରେ ହାତ ରଖିଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ କରଣ ବିପାଶାଙ୍କ ବେବି ବମ୍ପ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ଏହି ସମୟରେ ବିପାଶାଙ୍କ ମୁହଁରେ ଏକ ଲମ୍ବା ହସ ଦେଖିବାକୁ ମିଳୁଛି।
ଏହି ଫଟୋଗୁଡିକ ଶେୟାର କରି ବିପାଶା ଏକ ସୁନ୍ଦର ଏବଂ ଲମ୍ବା ନୋଟ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, “ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନର ଦର୍ଶନରେ ଆଉ ଏକ ଅନନ୍ୟ ଛାୟା ଯୋଡୁଛି। ଆମକୁ ପୂର୍ବ ଅପେକ୍ଷା ଆଉ ଟିକିଏ ଅଧିକ ସମ୍ପୂର୍ଣ୍ଣ ହେବାକୁ ପଡିବ। ଆମେ ଏହି ଜୀବନକୁ ବ୍ୟକ୍ତିଗତ ଭାବରେ ଆରମ୍ଭ କରିଥିଲୁ ଏବଂ ତା’ପରେ ଆମେ ପରସ୍ପରକୁ ଭେଟିଥିଲୁ ଏବଂ ସେବେଠାରୁ ଆମେ ଦୁଇଜଣ ଥିଲୁ।”
ବିପାଶା ବସୁ ଆହୁରି ଲେଖିଛନ୍ତି, “ମାତ୍ର ୨ଜଣ ପାଇଁ ଏତେ ପ୍ରେମ, ଆମକୁ ଦେଖିବା ଟିକେ ଅନୁଚିତ ଲାଗୁଥିଲା… ଏତେ ଶୀଘ୍ର, ଆମେ ଥରେ ଦୁଇ ଜଣ ଥିଲୁ, ଏବେ ୩ ହୋଇଯିବୁ। ଆମର ପ୍ରେମରୁ ପ୍ରକାଶିତ ଏକ ସୃଷ୍ଟି, ଆମ ପିଲା ଶୀଘ୍ର ଆମ ସହିତ ଯୋଡିହେବ ଏବଂ ଆମ ଖୁସିରେ ଯୋଗଦେବ।” ଏହା ଲେହି ସେ ହସିବା ଏବଂ ହାର୍ଟ ଇମୋଜୀ ଶେୟାର କରିଛନ୍ତି।
ଖାଲି ସେତିକି ନୁହେଁ ବିପାଶା ଆହୁରି ଲେଖିଛନ୍ତି, “ଆପଣମାନଙ୍କ ନିସର୍ତ୍ତ ପ୍ରେମ, ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ, ଯେମିତି ସେ ଅଛି ଏବଂ ସବୁଦିନ ଆମ ସହ ରହିବ। ଆମ ଜୀବନର ଏକ ଅଂଶ ହୋଇଥିବାରୁ ଏବଂ ଆମ ସହିତ ଆମର ଅନ୍ୟ ଏକ ସୁନ୍ଦର ଜୀବନକୁ ପ୍ରକାଶ କରିଥିବାରୁ ଧନ୍ୟବାଦ। ଦୁର୍ଗା ଦୁର୍ଗା।" ପ୍ରକାଶଥାଉ ଯେ ବିପାଶା-କରଣଙ୍କ ଏହି ଫଟୋସୁଟ୍ ଫଟୋଗ୍ରାଫର୍ ପ୍ରସାଦ ନାୟକଙ୍କ ଦ୍ୱାରା କରାଯାଇଛି।
ବିପାଶା ବସୁଙ୍କ ଏହି ପୋଷ୍ଟ୍ରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ମନ୍ତବ୍ୟ ଦେଉଛନ୍ତି। ମଲାଇକା ଅରୋରା, ରୁବିନା ଦିଲୈକ, ନୀଲମ କୋଠାରୀ, ସୋଫି ଚୌଧୁରୀ, ଆରତୀ ସିଂହଙ୍କ ଭଳି ତାରକାଙ୍କ ମନ୍ତବ୍ୟ ଏହି ପୋଷ୍ଟରେ ଆସିଛି। ଏହି ପୋଷ୍ଟ୍କୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ମିଳିଛି।
ଗୋଟିଏ ପଟେ କିଛି ଲୋକ ଅଭିନେତ୍ରୀଙ୍କ ଏହି ଫଟୋସୁଟ୍କୁ ଖୁବ୍ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ବିପାଶାଙ୍କ ପୋଷାକକୁ ପସନ୍ଦ କରୁ ନାହାନ୍ତି। ଏହି ପୋଷ୍ଟ୍ରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, ' ଏ କ’ଣ ପକେଇଦେଲେ ମାଡମ୍'। ସେହିପରି ଆଉ ଜଣେ ଲେଖିଛନ୍ତି, 'ପୋଷାକ ତ ପିନ୍ଧନ୍ତୁ'।
]]>ଖବର ଅନୁଯାୟୀ ବିପାଶା ବସୁ ଓ କରଣ ସିଂହ ଗ୍ରୋଭର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦମ୍ପତି ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନ ବିଷୟରେ ଘୋଷଣା କରିବେ। ସେମାନଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବାପାମାଆ ହେବା ପାଇଁ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି। ବିବାହର ୬ ବର୍ଷ ପରେ ବିପାଶା ମାଆ ହେବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ବିପାଶା ଏବଂ କରଣଙ୍କ ମୁହଁରୁ ଏହି ଭଲ ଖବର ଶୁଣିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଏପ୍ରିଲ୍ ୨୦୧୬ରେ ବିବାହ କରିଥିବା ଏହି ଦମ୍ପତି ଖୁସିରେ ୬ ବର୍ଷର ଦାମ୍ପତ୍ୟ ଜୀବନ ସମାପ୍ତ କରିଛନ୍ତି। ବିବାହ ବାର୍ଷିକୀରେ ବିପାଶା ବସୁ କରଣ ସିଂହ ଗ୍ରୋଭରଙ୍କ ପ୍ରତି ସୋସିଆଲ ମିଡିଆରେ ଏକ ସୁନ୍ଦର ନୋଟ୍ ଲେଖି ନିଜର ପ୍ରେମ ପ୍ରକାଶ କରିଥିଲେ।
ବିପାଶା ଲେଖିଥିଲେ ଯେ ମୋ ଚେହେରା ଓ ଆଖିରେ ସୁଖର କାରଣ ହେଉଛ ତୁମେ। ଯେଉଁ ଦିନ ଠାରୁ ମୁଁ ତୁମକୁ ଭେଟିଲି, ସେହିଦିନ ଠାରୁ ପ୍ରେମ ଦିନକୁ ଦିନ ବଢିବାରେ ଲାଗିଛି। ମୁଁ ତୁମକୁ ବହୁତ ଭଲ ପାଏ ଏବଂ ସବୁବେଳେ ଭଲି ପାଇବି।” କରଣ ମଧ୍ୟ ବିବାହର ୬ ବର୍ଷ ପୂରଣ ହୋଇଥିବାରୁ ତାଙ୍କ ପ୍ରିୟ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଉଭୟ ବିପାଶା ବସୁ ଏବଂ କରଣ ସିଂହ ଗ୍ରୋଭରଙ୍କୁ ଦୀର୍ଘ ଦିନ ଧରି ପରଦାରେ ଦେଖିବାକୁ ମିଳିନି। କରଣଙ୍କୁ ଶେଷ ଥର ପାଇଁ ଟିଭି ସିରିଏଲ 'କୁବୁଲ ୨.୦ରେ ଦେଖିବାକୁ ମିଳିଥିବା ବେଳେ ବିପାଶା ଫିଲ୍ମ 'ଡେଞ୍ଜର୍'ରେ ନଜର ଆସିଥିଲେ।
]]>