ଦଣ୍ଡକା ଆରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ଜାରି କରିଥିବା ପ୍ରେସ ରିଲିଜ୍ରେ କହିଛନ୍ତି ଯେ ବିଜାପୁରରେ ହୋଇଥିବା ଏନକାଉଣ୍ଟରେ ଆମର ୪ ଜଣ ସାଥୀ ପ୍ରାଣ ହରାଇଛନ୍ତି। ଆମେ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁ। ଆମ ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି। ଆମେ ଜଣେ ଯବାନଙ୍କୁ ବନ୍ଧକ ରଖିଛୁ। ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ଯ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ ଯବାନଙ୍କୁ ଛାଡ଼ିବୁ କି ନାହିଁ, ତା’ର ବିଚାର କରିବୁ ବୋଲି ବିକଳ୍ପ ପ୍ରେସ ରିଲିଜ୍ରେ କହିଛନ୍ତି।
ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ତେବେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା ମିଳୁନଥିଲା। ତେବେ ଯବାନ ଜଣକ ମାଓବାଦୀଙ୍କ କବ୍ଜାରେ ଥିବା ପରିବାର ଲୋକ କହୁଥିଲେ। ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍।
ମାଓବାଦୀଙ୍କ କବ୍ଜାରେ ଛତିଶଗଡ଼ ବିଜାପୁରରେ ନିଖୋଜ ଯବାନ ଥାଇପାରନ୍ତି ବୋଲି ସିଆରପିଏଫ୍ ଅନୁମାନ କରିଥିଲା। ମାଓବାଦୀ ଯବାନଙ୍କୁ ଅପହରଣ କରିଥିବା ଖବରକୁ ଏଡ଼ାଇ ହେବନି ବୋଲି CRPF କହିଥିଲା।
]]>ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ମାନହାସ୍ଙ୍କ ପରିବାର ଲୋକେ ନିବେଦନ କରିଥିଲେ। ବର୍ତ୍ତମାନ ସମୟରେ ରାକେଶ ଟେମୁର ଥାନାରେ ପହଞ୍ଚିଥିବା ବେଳେ ତାଙ୍କର ମେଡିକାଲ ଯାଂଚ ହେଉଥିବା କୁହାଯାଉଛି। କିନ୍ତୁ ଏହାକୁ ବିଜାପୁର ଏସପି ଏହାକୁ ଖଣ୍ଡନ କରିଛନ୍ତି। ଏପଟେ ଯେଉଁ ସ୍ଥାନରେ ଏହି କାଣ୍ଡ ହୋଇଥିଲା ସେଠାକୁ ସାଧାରଣ ଲୋକ କିମ୍ବା ଗଣମାଧ୍ୟମକୁ ମଧ୍ୟ ଛଡ଼ାଯାଉନାହିଁ। କିନ୍ତୁ ଟେମୁରରେ ପୋଲିସ ବିଭାଗର ଉପରିସ୍ଥ କର୍ମଚାରୀମାନେ ପହଂଚିଛନ୍ତି। ତେଣୁ ରାକେଶଙ୍କ ମୁକୁଳିବା କଥାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ କିନ୍ତୁ ରାକେଶ୍ୱରଙ୍କୁ ଛଡ଼ାଯାଇପାରିଥାଏ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି।
ଏଠାରେ କହିରଖୁଛୁ ଯେ, ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଛନ୍ତି। ଗତ ଶନିବାର ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ପ୍ରଥମେ ୮ ଜଣ ଯବାନ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା କିନ୍ତୁ ପରେ ୨୨ ଜଣ ଯବାନ ସହିଦ୍ ହେବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଥିଲେ ବିଜାପୁର ଏସପି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମଧ୍ୟ ମିଳିଥିଲା ।
]]>#UPDATE | ANI reporter on the ground sees 14 bodies recovered from the site of Sukma Naxal attack in Chhattisgarh; details awaited https://t.co/M3t1Kq459v pic.twitter.com/BccPNOm4aD
— ANI (@ANI) April 4, 2021
]]>
ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଯାଇଥିବା ପୋଲିସ୍ କହିଛି। ଏମାନଙ୍କଠାରୁ କିଛି ସୂଚନା ପାଇବା ପାଇଁ ନେଇଛନ୍ତି ନା ଆହତ ସାଥୀ ମାଓବାଦୀଙ୍କ ଚିକିତ୍ସା ପାଇଁ ନେଇଛନ୍ତି ତାହା ଜଣାପଡ଼ିନାହିଁ। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରୁ ମେଡିସିନ୍ ନେବାକୁ ହୁଏତ ମାଓବାଦୀମାନେ ସେମାନଙ୍କୁ ନେଇ ଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ତିନି ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଏବେ ମାଓବାଦୀଙ୍କ କବ୍ଜାରେ ଥିବା ପୋଲିସ୍ ସ୍ପଷ୍ଟ କରିଛି। ହେଲେ ସେମାନଙ୍କୁ ଅପହରଣ କରାଯାଇଛି ନା ଡାକିକି ମାଓବାଦୀମାନେ ନେଇ ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ମାଓବାଦୀମାନେ ଅପହରଣ କରି ନେଇଥିବା ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ଗତକାଲି ଅପରାହ୍ଣରେ ଛାଡ଼ି ଦେଇଥିଲେ। ୫ ଦିନ ଲାଲ୍ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥ ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ।
ଗତ ୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ରାକେଶ୍ୱର ସିଂ ମାନହାସ୍ଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ରାକେଶ୍ୱରଙ୍କ ମୁକ୍ତି ପାଇଁ ମାଓବାଦୀ ମଧ୍ୟସ୍ଥି ଦେବାକୁ ମାଓବାଦୀମାନେ ସରକାରଙ୍କୁ କହିଥିଲେ। ଏହାସହ ବନ୍ଧକ ଥିବା ଅବସ୍ଥାରେ ରାକେଶ୍ୱରଙ୍କ ଏକ ଫଟୋ ବି ଜାରି କରିଥିଲେ। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥ ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଗତକାଲି ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ।
ଗତ ୩ ତାରିଖରେ ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ୫ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହଙ୍କୁ ଅପହରଣ କରି ନେଇଥିଲେ। ମାଓବାଦୀମାନେ ଗତକାଲି ରାକେଶ୍ୱରଙ୍କୁ ଛାଡ଼ିବା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ।
]]>ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାକେଶ୍ୱର। ସେପଟେ ରାକେଶ୍ୱର ସିଂଙ୍କୁ ମାଓବାଦୀମାନେ ମୁକ୍ତ କରିବା ପରେ ରାକେଶ୍ୱରଙ୍କ ପତ୍ନୀ କହିଥିଲେ, ‘ଆଜି ମୋ ଜୀବନର ସବୁଠୁ ଖୁସିର ଦିନ। ଏଥିପାଇଁ ମୁଁ ଭଗବାନ, କେନ୍ଦ୍ର, ଛତିଶଗଡ଼ ସରକାର, ଗଣାମାଧ୍ୟମ ଓ ସେନାବାହିନୀଙ୍କୁ ଧନ୍ୟବାଦ ଜଣାଉଛି।’
ପୂର୍ବ ପ୍ରସ୍ତୁତି ମୁତାବକ, ରାକେଶ୍ୱରଙ୍କୁ ଆଣିବା ପାଇଁ ଟେକେଲଗୁଡ଼ା ଜଙ୍ଗଲକୁ ୧୧ ଜଣିଆ ଟିମ୍ ଯାଇଥିଲେ। ଟିମ୍ରେ ଛତିଶଗଡ଼ ବିଜାପୁର ଗୁନମାନ ସଂଘର ସଭାପତି ପଦ୍ମଶ୍ରୀ ଧର୍ମପାଲ୍ ସଇନି, ଚେଲ୍ଲାମ୍ ବୋରୈୟାଙ୍କ ସମେତ ୪ ଜଣ ସମାଜସେବୀ ଥିଲେ। ସେହିପରି ୭ ଜଣ ସ୍ଥାନୀୟ ସାମ୍ବାଦିକ ବି ଏହି ଟିମ୍ରେ ଥିଲେ। ସେଠାରେ ମାଓ ଦମନ ଅଭିଯାନ ବନ୍ଦ କରିବା ସହ ଏକାଧିକ ସର୍ତ୍ତ ରଖି ରାକେଶ୍ୱର ସିଂଙ୍କୁ ମାଓବାଦୀ ଏହି ଟିମ୍ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ଟେକେଲଗୁଡ଼ା ଜଙ୍ଗଲରୁ ପ୍ରାୟ ୧୦ କିଲୋମିଟର ଦୂର ବିଜାପୁର ଅନ୍ତର୍ଗତ ତରେମ୍ ଥାନାକୁ ରାକେଶ୍ୱରଙ୍କୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଏକ ଆମ୍ବୁଲାନ୍ସରେ ରାକେଶ୍ୱରଙ୍କୁ ବାସାଗୁଡ଼ା କ୍ୟାମ୍ପକୁ ନିଆଯାଇଥିଲା।
https://youtu.be/K5f9IksFnpY
ଗତ ୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ରାକେଶ୍ୱର ସିଂ ମାନହାସ୍ଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ଛତିଶଗଡ଼ ବିଜାପୁରଠାରୁ ୭୦ କିଲୋମିଟର ଦୂର ଜଙ୍ଗଲି ଗାଁ ଟେକଲଗୁଡା ନିକଟରେ ୩ ତାରିଖ ଦିନ ଯବାନଙ୍କୁ ମାଓବାଦୀମାନେ ଘେରି ଯାଇଥିଲେ। ୫ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାର ୨ ଦିନ ପରେ ଏକ ପ୍ରେସ୍ ରିଲିଜ ଜାରି ରାକେଶ୍ୱରଙ୍କ ମୁକ୍ତି ପାଇଁ ମାଓବାଦୀ ମଧ୍ୟସ୍ଥି ଦେବାକୁ ମାଓବାଦୀମାନେ ସରକାରଙ୍କୁ କହିଥିଲେ। ଏହାସହ ବନ୍ଧକ ଥିବା ଅବସ୍ଥାରେ ରାକେଶ୍ୱରଙ୍କ ଏକ ଫଟୋ ବି ଜାରି କରିଥିଲେ। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା।
]]>ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ମାନହାସ୍ଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।
ରାକେଶ୍ୱର ସିଂଙ୍କୁ ମାଓବାଦୀମାନେ ବନ୍ଧକ ରଖିଥିବା ଘଟଣାକୁ ନେଇ ପତ୍ନୀ ମିନୁ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ଛୁଟିର ଦିନକ ପରେ ଯଦି କେହି ଯବାନ ରିପୋର୍ଟ ନକରନ୍ତି, ତା’ହେଲେ ଆକ୍ସନ ନିଆଯାଏ। ଡ୍ୟୁଟିରେ ଥାଇ ଜଣେ ଯବାନ ୩ ତାରିଖରୁ ନିଖୋଜ ହେଲେଣି, ହେଲେ ,ଏଯାଏ ଆକ୍ସନ ନାହିଁ। ସରକାର ତୁରନ୍ତ ମଧ୍ୟସ୍ଥ ଦିଅନ୍ତୁ, ଯଦ୍ୱାରା ରାକେଶ୍ୱରଙ୍କ ମୁକ୍ତି ସମ୍ଭବ ହେବ।
ଅନ୍ୟପକ୍ଷରେ, ରାକେଶ୍ୱରଙ୍କୁ ସେମାନେ ବନ୍ଧକ ରଖିଛନ୍ତି ବୋଲି ମାଓ ନେତା ବିକଳ୍ପ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ଲାଲ୍ବାହିନୀ ପକ୍ଷରୁ ମୁଖପାତ୍ର ବିକଳ୍ପ ଫୋନ୍ କରି ଏନେଇ ସୂଚନା ଦେଇଥିଲେ।
ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।
]]>କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ ବିଟୁ କହି ଯାଇଥିଲା । ଗଲା ଯେ ଏପରି ଗଲା ଆଉ ଫେରିଲାନି । ଯେତେ ଜଙ୍ଗଲରେ ଥିଲେ ବି ମାଆ ମୁଁ ଭଲରେ ଅଛି ବୋଲି କହେ ।
ଏକ ମାତ୍ର ରୋଜଗାରିଅ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ମା’ । କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବାର । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ସହିଦ ହୋଇଥିବା ଓଡିଆ ଯବାନ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସୁବାସଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାର ବ୍ଲକର ଧନସରା ଗାଁରେ । ସାହସୀ ସୁବାସ ସହିଦ ହେବା ଜଣାପଡିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୁବାସ ପାଠପଢା ପରେ ୨୦୧୯ରେ ଡିଆରଜି ଯବାନ ଭାବେ ଯୋଗଦେଇଥିଲେ । ପ୍ରଥମେ ଏସ୍ଓପି ଭାବେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲେ । ବାସାଗୁଡାରେ ହୋଇଥିବା ନକ୍ସଲ ହମଲାରେ ବୀରତ୍ୱର ସହ ଲଢିବା ପରେ ତାଙ୍କୁ ଏସଟିଏଫରେ ନିଆଯାଇଥିଲା । ସେ ଅନେକ ନକ୍ସଲ ଅପରେସନରେ ସାମିଲ ହୋଇଛନ୍ତି । ଶେଷ ପର୍ଯ୍ୟନ୍ତ ଦୃଢତାର ସହ ସେ ନକ୍ସଲଙ୍କ ବିପକ୍ଷରେ ଲଢିଥିଲେ ବିଜାପୁରରେ ନକ୍ସଲଙ୍କ ସହ ମୁକାବିଲା କରିବା ପରେ ସେ ସହିଦ ହୋଇଥିଲେ ।
ସେପଟେ ସୁକମାରେ ମାଓବାଦୀଙ୍କ ସହ ଲଢି ସହିଦ ହୋଇଥିବା ବୀର ଯବାନ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବାସ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଦେଶ ମାତୃକା ସେବା ପାଇଁ ବୀର ଯବାନଙ୍କ ସୌର୍ଯ୍ୟ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ଅନ୍ୟପଟେ ବନ୍ଧକ ଥିବା ଜଣେ ଯବାନଙ୍କୁ ଛାଡ଼ିବାକୁ ମଧ୍ୟସ୍ଥ ମାଗିଛନ୍ତି ନକ୍ସଲ । ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ୱୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରନ୍ତୁ । ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ ଫେରାଇଦେବୁ । ସେ ପର୍ଯ୍ୟନ୍ତ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ ବୋଲି ବିକଳ୍ପ କହିଛନ୍ତି ।
ସୂଚନାଯୋଗ୍ୟ ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ତେବେ ଏହି ଆକ୍ରମଣରେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା ମିଳୁନଥିଲା। ତେବେ ଯବାନ ଜଣକ ମାଓବାଦୀଙ୍କ କବ୍ଜାରେ ଥିବା ପରିବାର ଲୋକ କହୁଥିଲେ। ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍ ।
]]>ନିଖୋଜ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରୀୟ ରିଜର୍ଭ ପୋଲିସର କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ। ମାନହାସଙ୍କ ଘର ହେଉଛି ଜମ୍ମୁ କାଶ୍ମୀରରେ । ଗତ ଶନିବାର ବସ୍ତର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ତିନିପଟୁ ଘେରି ଆମ୍ବୁସ୍ କରିଥିଲେ ମାଓବାଦୀ । ରାକେଶଙ୍କୁ ମାଓବାଦୀ ଅପହରଣ କରିନେବା ଘଟଣା ଜରା ପଡ଼ିବା ପରେ ତାଙ୍କର ୫ ବର୍ଷର ଝିଅ ପିତାଙ୍କୁ ଛାଡି ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏକ ଭିଡିଓ ଜାରି କରି କୁନି ଝିଅଟି କାନ୍ଦି କାନ୍ଦି ମାଓବାଦୀଙ୍କୁ ଆକୁଳ ବିନୟ ହୋଇ କହିଛି ‘ପ୍ଲିଜ, ମୋ, ପାପାଙ୍କୁ ଛାଡ଼ି ଦିଅ।’ କୁନି ଝିଅଟିର ଏହି କରୁଣ ଆବେଦନ ଶୁଣିଲେ ପଥର ହୃଦୟ ମଧ୍ୟ ବିଗଳିତ ହୋଇଯିବ।
ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମାଣ୍ଡୋଙ୍କ ପତ୍ନୀ ମୀନୁ ଜମ୍ମୁରେ ନିଜ ଘରେ ଥିବାବେଳେ ସେଠାରେ ମିଡିଆକୁ ସାକ୍ଷାତ ଦେଇ କହିଛନ୍ତି, ନ୍ୟୁଜ ଚାନେଲରୁ ଆମେ ଜାଣିବାକୁ ପାଇଲୁ ଯେ ସ୍ୱାମୀ ନିଖୋଜ ଅଛନ୍ତି। ସରକାର କିମ୍ବା ସିଆରପିଏଫ କେହି ବି ଆମକୁ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି। ’
ଏହା ପରେ ସେ ଜମ୍ମୁସ୍ଥିତ ସିଆରପିଏଫ ମୁଖ୍ୟାଳୟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ଏବେ କହି ପାରିବେ ନାହିଁ ବୋଲି କହିବା ସହ ସୂଚନା ମିଳିବା କ୍ଷଣି ତାଙ୍କୁ ଜଣାଇବେ ବୋଲି ଆଶ୍ୱାସନା ଦେଇଥିଲେ।
ବାପାଙ୍କ ନଖୋଜ ଖବର ବିଷୟରେ କୁନି ଝିଅଟି କେତେ ବୁଝିଛି ସେ ଜାଣେ। ତେବେ ସେ ଅନୁଭବ କରିପାରିଛି ତା’ ବାପା ବିପଦରେ ପଡ଼ିଛନ୍ତି। ପରିବାର ଲୋକଙ୍କ ବ୍ୟସ୍ତତା ଦେଖି କୁନି ଝିଅଟି ବାପାଙ୍କୁ ଝୁରୁଛି। ବିକଳ ହୋଇ କହୁଛି ‘ପ୍ଲିଜ, ମୋ ପାପାଙ୍କୁ ଛାଡ଼ିଦିଅ।‘ ଯବାନଙ୍କ ପତ୍ନୀ ମୀନୁ କହିଛନ୍ତି, ତାଙ୍କ ସ୍ୱାମୀ ଦେଶ ପାଇଁ ୧୦ ବର୍ଷ ଖଟିଲେ। ଏବେ ସରକାରଙ୍କ ପାଳି। ସରକାର ତାଙ୍କୁ ସୁରକ୍ଷିତ ଫେରାଇ ଆଣିବେ। ଏଥିସହିତ ମୀନୁ କହିଛନ୍ତି ସେ ଏ ପ୍ରସଙ୍ଗ ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ରରେ ଉଠାଇବା ପାଇଁ ଅପିଲ କରିବେ। ଏଥିସହିତ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅନୁରୋଧ କରିଛନ୍ତି।
ସୋମବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜଣେ କମାଣ୍ଡୋଙ୍କୁ ନକ୍ସଲ ଅପହରଣ କରି ନେଇଛନ୍ତି। ବସ୍ତର ଆଇଜି କହିଛନ୍ତି, ଯବାନଙ୍କ ତଲାସୀ ପାଇଁ ଏକ ଦଳ ଗଠନ କରାଯାଇଛି। ତେବେ ସୋଶାଲ ମିଡିଆରୁ ଜଣାପଡ଼ିଲା ଯେ, ତାଙ୍କୁ ମାଓବାଦୀ ଅପହରଣ କରି ନେଇଛନ୍ତି। ଏହି ସୂଚନା ସତ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।’
https://youtu.be/GwNJexQnhEs
]]>