ଏପଟେ ଗତକାଲି ରାତିରୁ ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି । ତେବେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶଙ୍କ ସପକ୍ଷରେ କେତେ ରହିଛି ଭୋଟ, ଆସନ୍ତୁ ଜାଣିବା ।
ନିକଟରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନୀତୀଶ । ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ୟଙ୍କୁ ମିଶାଇଲେ ୧୨୮ ରହିଛି । ଏଥିରୁ ବିଜେପିରୁ ୭୮, ଜେଡିୟୁର ୪୫ ସଦସ୍ୟ, HAM(S)ର ୪ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ସେପଟେ ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ରହିଛନ୍ତି ।
ଜାନୁଆରୀ ୨୮ ତାରିଖ ଦିନ ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ।
ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ସେମାନେ ହେଲେ- JDUର ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର, BJPର ପ୍ରେମ କୁମାର, ହିନ୍ଦୁସ୍ତାନ ଆବାମ୍ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏବଂ ନିର୍ଦ୍ଦଳୀୟ ବିଧାୟକ ସୁମିତ କୁମାର ସିଂ ।
]]>ଦର୍ଶକବନ୍ଧୁ ଏ ଚର୍ଚ୍ଚାଟି ନୀତୀଶଙ୍କ ପାଇଁ ନୁହେଁ ବରଂ ତାଙ୍କ ପୂର୍ବ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ପାଇଁ। ତେଜସ୍ୱୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ-ରାବେରୀଙ୍କ ସୁପୁତ୍ର । ଯାହାଙ୍କୁ ମାତ୍ର ୩୨ ବର୍ଷ ବୟସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା । ହେଲେ ୯ ନଭେମ୍ବର ୧୯୮୯ରେ ଜନ୍ମଗ୍ରହଣ କରିଥିବା ତେଜସ୍ୱୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଛନ୍ତି ? ତେଜସ୍ୱୀ ମାତ୍ର ୯ମ କ୍ଲାସ ଯାଏଁ ପାଠ ପଢିଛନ୍ତି। କ୍ରିକେଟରେ ମନୋନିବେଶ କରିବାରୁ ତାଙ୍କ ପାଠ ସମାପ୍ତ ହୋଇପାରି ନାହିଁ।
ଯାହାକୁ ନେଇ କିଛି ମିମ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ନୀତିଶ ଓ ତେଜସ୍ୱୀଙ୍କ ଫଟେୋ ରହିଛି। ଆଉ ଲେଖା ହୋଇଛି, ବେଟେ ତୁମ ଯାହାଁ ତମ ପଢେ ହୋ…ହମ ଉତନି ବାର ଶପଥ ଲେ ଚୁକେ ହୈ..।
କଥାଟା କେହି ଥଟ୍ଟାରେ ଲେଖିଥାଇ ପାରନ୍ତି। କିନ୍ତୁ ଏହା ମିଛି ବି ନୁହେଁ। ଏହି କଥାକୁ ନେଇ ଅନେକ ଥର ପ୍ରଶ୍ନ ବି ଉଠିଛି। ଯାହାକୁ ସୁନ୍ଦର ଉତ୍ତରଟିଏ ଦେଇ ବିରୋଧିଙ୍କ ମୁହଁ ବନ୍ଦ କରିଛନ୍ତି ତେଜସ୍ୱୀ । ଆଉ କହିଛନ୍ତି, ମୋ ବାପା ଆଉ ମା’ ଉଭୟ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଚାହିଁଥିଲେ ଫର୍ଜି ସାର୍ଟିଫିକେଟ ଯୋଗାଡ କରି ପାରିଥାନ୍ତି। ହେଲେ ସେମିତି କରିନି। କାରଣ ମୁଁ ପାଠପଢାର ଗୁରୁତ୍ୱ ବୁଝିଛି।
]]>ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା। ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା। ଖାଲି ଏତିକି ନୁହେଁ, ଆଜି ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ସେମାନେ ହେଲେ- JDUର ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର, BJPର ପ୍ରେମ କୁମାର, HAM ମୁଖ୍ୟ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏବଂ ନିର୍ଦ୍ଦଳୀୟ ବିଧାୟକ ସୁମିତ କୁମାର ସିଂ।
ଗତ କିଛି ଦିନର କଳ୍ପନାଜଳ୍ପନାକୁ ସତ କରି, ଆଜି ଦିନ ୧୧ଟା ୨୦ରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଥିଲେ ନୀତୀଶ କୁମାର। ପୁଣି ୧୨ଟା ୪୦ରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନୀତୀଶ। ଗଣମାଧ୍ୟମକୁ କହିଥିଲେ- ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି।
କ୍ଷମତାରେ ରହିବାର କଳାରେ ମାହିର୍ ୭୨ ବର୍ଷୀୟ ନୀତୀଶ କୁମାର । ତାଙ୍କ ଦଳ ଥରୁଟିଏ ବି ସଂଖ୍ୟା ଗରିଷ୍ଠତା ହାସଲ କରିନି। ହେଲେ ସେ ବିହାରରେ ସବୁଠୁ ଲମ୍ବା ଅବଧି ପାଇଁ ରହିଥିବା ମୁଖ୍ୟମନ୍ତ୍ରୀ । ୨୦୦୫ରୁ ୨୦୧୪ ଏବଂ ୯ ମାସର ବ୍ୟବଧାନ ପରେ ପୁଣି ୨୦୧୫ରୁ ଏବେ ଯାଏଁ । ମୋଟ ୯ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେଣି ନୀତୀଶ । ଟ୍ରାକ୍ ରେକର୍ଡକୁ ଦେଖିଲେ, ୧୭ ବର୍ଷ NDAରେ ରହିବା ପରେ ୨୦୧୩ରେ ତାକୁ ବାଏ ବାଏ କରିଥିଲେ ନୀତୀଶ କୁମାର । ଲାଲୁଙ୍କ RJD ଓ କଂଗ୍ରେସ ସହ ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ । ତେବେ ୨୦୧୭ରେ ହଠାତ ପୁଣି NDAକୁ ଏବଂ ୨୦୨୨ରେ ପୁଣି ମହାଗଠବନ୍ଧନକୁ ଡେଇଁଥିଲେ । ଆଉ ଆଜି ପୁଣି NDAର ହାତ ଧରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେଥିପାଇଁ ବୋଧେ ତାଙ୍କ ବାସଭବନ ଆଗରେ ହୋର୍ଡିଂ ଲାଗିଛି- ନୀତୀଶ ସବକେ ହେଁ।
ନୀତୀଶଙ୍କ ଆଜିର ପଲିଟିକାଲ୍ ୟୁ-ଟର୍ଣ୍ଣ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ୍। ପୁଣି ଥରେ ଦଳ କ୍ଷମତାକୁ ଫେରିଥିବାରୁ ଉତ୍ସାହିତ ନେତା ଓ କର୍ମୀ। ନୀତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଅନ୍ୟପଟେ RJDକୁ ଦୁଃସ୍ୱପ୍ନ ସତ ହୋଇଗଲା, ଲାଗିଛି ଶକ୍ତ ଧକ୍କା । ମାତ୍ର ଦେଢ଼ ବର୍ଷର କ୍ଷମତାଭୋଗ ପରେ, ଅଚାନକ ସରକାରରୁ ବିଦା ହେବାକୁ ପଡ଼ିଛି ଲାଲୁଙ୍କ ଦଳକୁ। ରାତାରାତି ଉପମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ତେଜସ୍ୱୀ ଯାଦବ କହିଛନ୍ତି- ଖେଲ୍ ଅଭି ବାକି ହୈ। ୨୦୨୪ରେ ଜେଡିୟୁର ଅନ୍ତ ଘଟିବ।
ନୀତୀଶ ମହାଗଠବନ୍ଧନ ସହ ସଂପର୍କ ଛିନ୍ନ କରି NDAରେ ମିଶିବା ପରେ, ‘ଇଣ୍ଡି’ ମେଣ୍ଟକୁ ଲାଗିଛି ବଡ଼ ଝଟକା। କାରଣ ନୀତୀଶ ଥିଲେ ଏହି ଗଠବନ୍ଧନର ଅନ୍ୟତମ ପ୍ରମୁଖ ଉଦ୍ୟୋକ୍ତା । ତାଙ୍କର ମୁଡ୍ ସ୍ୱିଙ୍ଗ୍, କେବଳ ‘ଇଣ୍ଡି’ ମେଣ୍ଟକୁ ଦୁର୍ବଳ କରିନି, ବରଂ ୨୦୨୪ ମହାଲଢ଼େଇ ପାଇଁ ମେଣ୍ଟର ମନୋବଳକୁ ଦୋହଲାଇ ଦେଇଥିବା କୁହାଯାଉଛି। କଂଗ୍ରେସ କ୍ଷୁବ୍ଧ ହୋଇ ନୀତୀଶ କୁମାରଙ୍କୁ କଟାକ୍ଷ କରିଛି। ନୀତୀଶଙ୍କ ଏହି ପଟ-ପରିବର୍ତ୍ତନ ୨୦୨୪ରେ ତାଙ୍କୁ ଏବଂ NDAକୁ କିଭଳି ଫାଇଦା ଦେଉଛି, ଏବେ ତା ଉପରେ ନଜର।
]]>
ସୂଚନା ଅନୁସାରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ ଆରଜେଡି ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନଡିଏରେ ସାମିଲ ହୋଇଛନ୍ତି। ଇସ୍ତଫା ପରେ ରାଜ୍ୟପାଳଙ୍କୁ ଭେଟି NDAର ସମର୍ଥନ ପତ୍ର ଦେବା ସହ ନୂଆ ସରକାର ଗଠନ ପାଇଁ ମଧ୍ୟ ଆଜି ଦାବି ଜଣାଇଥିଲେ ନୀତୀଶ । ଦାବି ପତ୍ରରେ ୧୨୮ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଜଣାଇଥିଲେ।
]]>#ନୀତୀଶ_ପୁଣି_ମୁଖ୍ୟମନ୍ତ୍ରୀ
— ଓଟିଭି (@otvkhabar) January 28, 2024
ବିହାରରେ ପୁଣି ଥରେ ନୀତୀଶ ସରକାର। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। #BiharPolitics #NitishKumar #NDA #OTV pic.twitter.com/kqPSBxZkf7
ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି HAMରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଆଜି ଶପଥ ନେବେ। ସେହିପରି ନୀତୀଶଙ୍କ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବିଧାୟକ ଦଳ ନେତା ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ଆଜି ସେ ଇସ୍ତଫା ଦେଇଥିଲେ। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ RJD ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ନୂଆ ମେଣ୍ଟ ଆଡ଼କୁ ବଢ଼ିବା ନେଇ ଇସାରା ଦେଇଛନ୍ତି ନୀତୀଶ।
ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟାରେ ନୀତୀଶ କହିଛନ୍ତି, ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି। ନୂଆ ମେଣ୍ଟ ସମ୍ପର୍କରେ ଦଳର ନେତାଙ୍କ ସହ ଆଲୋଚନା ହେବ। ସବୁ ନିଷ୍ପତ୍ତି ହେବା ପରେ ସରକାର ଗଢ଼ିବା ନେଇ ବାଟ ଫିଟିବ ବୋଲି ସେ କହିଛନ୍ତି।
]]>ସେପଟେ ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଦଳି କରିଛନ୍ତି ।
ସେହିପରି ଗତକାଲି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକାକୀ ଯୋଗ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବଙ୍କୁ ଉତ୍ସବରେ ଦେଖିବାକୁ ମିଳି ନ ଥିଲା। ତେଣୁ ଆରଜେଡି ଓ ଜନତା ଦଳ ୟୁନାଇଟେଡ୍ ମଧ୍ୟରେ ଫାଟ ବଢୁଥିବା ଚର୍ଚ୍ଚା ହେଉଛି । ସେପଟେ ଆସନ୍ତକାଲି ବିହାରରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପହଞ୍ଚିବ । ଏହାର ପ୍ରସ୍ତୁତି ପାଇଁ ବିହାର କଂଗ୍ରେସ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।
]]>ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ବିଜେପି ୱେଟ ଆଣ୍ଡ ୱାଚ୍ ନୀତିରେ ରହିଛି। କାରଣ ବାରମ୍ବାର ଧୋକା ଖୋଇଥିବା ବିଜେପି ସରକାର ଗଢିବାକୁ ସେତେଟା ଆଗ୍ରହୀ ନାହିଁ। ଏଭଳି ସ୍ଥିତିରେ ନିତିଶ ବିଧାନସଭା ଭାଙ୍ଗି ଦେଇ ସାଧାରଣ ନିର୍ବାଚନ ସହ ବିହାରରେ ବି ନିର୍ବାଚନ କରାଇବାକୁ ସୁପାରିଶ କରିପାରନ୍ତି।
ଇଣ୍ଡି ମେଣ୍ଟରେ ସମନ୍ୱୟ ଓ ତତ୍ପରତାର ଅଭାବ ଏବଂ ଆସନ ବଣ୍ଟନ ଲାଗି ଆଜି ଯାଏ ବୁଝାମଣା ନ ହେବା ନିତିଶଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ସମାଜବାଦୀ ପାର୍ଟି ମଖ୍ୟ ଅଖିଳେଶ ଯାଦବ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମମତା ଓ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ତେଣୁ ନୀତୀଶ ଯଦି ବିଜେପି ଶିବିରକୁ ଚାଲି ଯାଆନ୍ତି ତେବେ ଇଣ୍ଡି ମେଣ୍ଟର ଭବିଷ୍ୟତ ଅନ୍ଧାରକୁ ଚାଲିଯିବା ନିଶ୍ଚିତ।
ତେବେ ନିଜ କ୍ୟାରିୟରରେ କେତେ ଥର ପଟ ପରିବର୍ତ୍ତନ କଲେଣି ନୀତୀଶ। ୧୭ ବର୍ଷ ଧରି ଏନଡିଏରେ ରହିବା ପରେ ୨୦୧୩ରେ ମେଣ୍ଟକୁ ବାୟ ବାୟ କହିଥିଲେ ନୀତୀଶ। ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ କରିବା ପ୍ରତିବାଦରେ ମେଣ୍ଟ ଛାଡ଼ିଥିଲେ ନୀତୀଶ । ନିଜ ପରମ ଶତ୍ରୁ ଲାଲୁପ୍ରସାଦ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ। ତେବେ ୨୦୧୭ରେ ହଠାତ୍ ମହାଗଠବନ୍ଧନ ଛାଡି ବିଜେପି ଶିବିରକୁ ଡେଇଁଥିଲେ। ୨୦୧୯ ଲୋକସଭା, ୨୦୨୦ ବିଧାନସଭା ନିର୍ବାଚନ ବି ବିଜେପି ସହ ମିଶି ଲଢିଥିଲେ। ତେବେ ୨୦୨୨ରେ ପୁଣି ବଦଳିଥିଲା ନୀତୀଶଙ୍କ ମୁଡ୍। ବିଜେପିକୁ ଛାଡି ପୁଣି ମହାଗଠବନ୍ଧନରେ ସାମିଲ ହୋଇଥିଲେ ନୀତୀଶ। ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନୀତୀଶ ଯଦି ପଟ ପରିବର୍ତ୍ତନ କରନ୍ତି ତେବେ ଇଣ୍ଡି ମେଣ୍ଟର ଭବିଷ୍ୟତ କ’ଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।
]]>
ତେବେ କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ। ସାଧାରଣ ନିର୍ବାଚନ ସମୟରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆରଜେଡି କହିଛନ୍ତି, କିଛି ଦିନ ହେଲାଣି ବିହାରରେ ଏକ ଦ୍ୱନ୍ଦ୍ୱ ଲାଗି ରହିଛି। ମେଣ୍ଟର ମୁଖିଆ ନୀତିଶ କୁମାର ସ୍ପଷ୍ଟ କରିବା ଉଚିତ, ଘଟଣା କ’ଣ । ଅନିଶ୍ଚିତତା ଦୂର କରିବା ଉଚିଚ୍ ବୋଲି ଆରଜେଡି କହିଛି।
ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରଠୁ ଅନେକ ଚର୍ଚ୍ଚା ଲାଗି ରହିଛି। ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡ଼ିଥିବାର ଏକ ଫଟୋ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଥିବାବେଳେ ଏନଡିଏକୁ ନୀତିଶ ଫେରିବା ଏକ ପ୍ରକାଶ ନିଶ୍ଚିତ ବୋଲି ବି କୁହାଯାଉଛି।
]]>ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡ଼ିଥିବାର ଏକ ଫଟୋ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଥିବାବେଳେ ଏନଡିଏକୁ ନୀତିଶ ଫେରିବା ଏକ ପ୍ରକାଶ ନିଶ୍ଚିତ ବୋଲି ବି କୁହାଯାଉଛି।
]]>#ଘଡ଼ିକେ_ଘୋଡ଼ା_ଛୁଟୁଛି_ବିହାର_ରାଜନୀତିରେ
— ଓଟିଭି (@otvkhabar) January 26, 2024
ଏନଡିଏକୁ ଫେରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ? କାରଣ ଘଡ଼ିକେ ଘୋଡ଼ା ଛୁଟୁଛି ବିହାର ରାଜନୀତିରେ। ଜେଡିୟୁ-ଆରଜେଡିର ମିଳିତ ସରକାରରେ ଲାଗି ରହିଛି ହଲଚଲ୍। #Bihar #NitishKumar #JDU #RJD #NDA #OTV pic.twitter.com/B24CY41kr8
ସୂଚନା ଅନୁସାରେ, ସାଇବର ଅପରାଧୀଙ୍କ ବିରୋଧରେ ନୱାଡା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୮ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୯ଟି ମୋବାଇଲ୍ ଏବଂ ଗୋଟିଏ ପ୍ରିଣ୍ଟର୍ ଜବତ କରିଛି।
ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତ ଅଲ ଇଣ୍ଡିଆ ପ୍ରେଗନାଣ୍ଟ ଜବ୍ (All India pregnant job) ନାମରେ ଟଙ୍କା ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲେ। ଏହି ଗ୍ରୁପ୍ ଲୋକଙ୍କୁ ତାଙ୍କ ଜାଲରେ ଫସାଇବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଥିଲେ। ସାଇବର ଠକ ପୁରୁଷମାନଙ୍କୁ ପ୍ରଥମେ ତାଙ୍କ ମାୟାଜାଲରେ ଫସାଇଥାନ୍ତି। ଏହାପରେ ସେମାନଙ୍କଠୁ ପଞ୍ଜିକରଣ ନାମରେ ଟଙ୍କା ଲୁଟି ନେଉଥିଲେ।
ଏହି ସାଇବର ଠକମାନେ ପୁରୁଷଙ୍କୁ କହିଥିଲେ ଯେ, ଏହି ସେବାରେ ଯେଉଁ ମହିଳାଙ୍କର ସନ୍ତାନପ୍ରାପ୍ତି ହେଉନାହିଁ ସେମାନଙ୍କୁ ଗର୍ଭବତୀ କରିବାକୁ ପଡ଼ିବ। ଏଥିପାଇଁ ବହୁତ ପରିମାଣର ଅର୍ଥ ମିଳିବ ବୋଲି ଲୋଭ ଦେଖାଇଥିଲେ। ଏହି ପରି ଭାବରେ ପୁରୁଷମାନଙ୍କୁ ଫସାଇବା ପରେ ରେଜିଷ୍ଟ୍ରେସନ୍ ନାମରେ ୭୯୯ ଟଙ୍କା ନେଉଥିଲେ। ଏହାପରେ ପୁରୁଷମାନଙ୍କଠୁ ସିକ୍ୟୁରିଟି ଟଙ୍କା ବାବଦରେ ୫ ରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦାବି କରିଥିଲେ।
ପୋଲିସ୍ ସୂଚନା ଅନୁସାରେ, ଏହି ଠକମାନେ ପୁରୁଷମାନଙ୍କୁ କହିଥିଲେ ଯେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ପୋଲିସ ଗିରଫ କରିଥିବା ଆଠ ଜଣଙ୍କଠାରୁ ବହୁ ମହିଳା ଓ ପୁରୁଷଙ୍କ ଫଟୋ ଜବତ କରିଛି। ଏହା ସହ ଏହି ଗ୍ୟାଙ୍ଗର ମୁଖ୍ୟକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍।
]]>#WATCH | A truck carrying a train coach met with an accident reportedly due to brake failure on Ulta Pul in Bhagalpur, Bihar. No injuries or casualties were reported.
— ANI (@ANI) December 31, 2023
More details are awaited. pic.twitter.com/FKcEXi3VKt
ସହର ମଝିରେ ଏଭଳି ଘଟଣା ଯେତେ ଆଶ୍ଚର୍ଯ୍ୟ କରିଥିଲା ସେତେ କୌତୁହଳ ସୃଷ୍ଟି କରିଥିଲା। ବେଶ୍ କିଛି ସମୟ ଯାଏଁ ଏହା ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଟ୍ରେନ୍ ବଗିକୁ ସେଠୁ ବାହାର କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। କିଛି ଦିନ ତଳେ ବିହାର ମୋତିହାରୀରେ ବି ଏକ ବିମାନର ଭଗ୍ନାବେଶ ନେବା ବେଳେ ବ୍ରିଜରେ ଏହା ଅଟକି ଯାଇଥିଲା ।
ସ୍କ୍ରାପ୍ ବିମାନଟି ଓଭର ବ୍ରିଜ୍ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍ ବିମାନଟିକୁ ଓଭର ବ୍ରିଜ୍ ତଳୁ ବାହାର କରାଯାଇଥିଲା।
#WATCH | A scrapped aeroplane being transported by a truck got stuck in the middle of the road under Piprakothi bridge in Bihar's Motihari, earlier today.
— ANI (@ANI) December 29, 2023
The plane was being taken to Assam from Mumbai. pic.twitter.com/bSoCNHooIF
ତେବେ ଏହା ପୂର୍ବରୁ ଠିକ୍ ଏହି ଘଟଣା ଦେଖିବାକୁ ମିଳିଥିଲା ହାଇଦ୍ରାବାଦରେ। ୨୦୨୨ ନଭେମ୍ବରରେ ହାଇଦ୍ରାବାଦର ଜଣେ ହୋଟେଲ ମାଲିକ ଏକ ପୁରୁଣା ବିମାନ ନିଲାମୀ ସମୟରେ କିଣିଥିଲେ। ଏହି ବିମାନକୁ ଏକ ଟ୍ରଲରରେ କୋଚିରୁ ହାଇଦ୍ରାବାଦ ଆଣିବା ସମୟରେ ଏକ ଅଣ୍ଡରପାସ୍ରେ ଫସିଯାଇଥିଲା। ଯାହାର ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା।
]]>ଫଟୋରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଜଣେ ଛାତ୍ରୀଙ୍କ ହାତରୁ ଚମାଡ଼ା ଛାଡ଼ିଯାଇଛି । ଆଉ ତାହା କେବଳ ଗରମ ତେଲ ପଡ଼ିବା ଯୋଗୁଁ । ତେବେ କୁନି କୁନି ଛାତ୍ରୀଙ୍କୁ ସ୍କୁଲରେ ଏଭଳି ନିଷ୍ଠୁର ନିର୍ଯାତନା ଦେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଆଉ ଏହି ଘଟଣା ପାଇଁ ଯିଏ ବି ଦାୟୀ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ତେବେ ଫଟୋ ଭାଇରାଲ ହେବା ପରେ ବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।
ତେବେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ କହିବାନୁଯାୟୀ, ‘ସ୍କୁଲ ଶିକ୍ଷକଙ୍କ ଅଭିଯୋଗ ତାଙ୍କ ଉପସ୍ଥିତିରେ ଛାତ୍ରୀମାନେ ବାହାରେ ସୌଚ କରିଥିଲେ । ଏହାସହ ମଧ୍ୟାହ୍ନ ଭୋଜନ ରୋଷେଇ ଘରେ ପଶି ଗରମ ତେଲରେ ଖେଳିଥିଲେ । ଯାହାଫଳରେ ସେମାନଙ୍କ ହାତରୁ ଛାଲ ଉତୁରି ଯାଇଛି ।’
ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ବିଦ୍ୟାଳୟର ଶିକ୍ଷକମାନଙ୍କ ସାମ୍ନାରେ ଘଟିଥିଲା । ସମସ୍ତ ୨୫ ପିଲାଙ୍କ ହାତରେ ଗରମ ତେଲ ଢ଼ାଳିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ।
ସୌଚାଳୟ ବାହାରେ କିଏ ସୌଚ ହେଉଛି, ଏହି ଘଟଣାରେ ପିଲାଙ୍କଠାରୁ ସତ ବାହାର କରିବା ଉଦେଶ୍ୟରେ ଏଭଳି ନିର୍ଦେଶ ଦିଆଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କାରଣ ବାରମ୍ବାର କେହି ଜଣେ ସୌଚଳାୟ ବାହାରେ ସୌଚ କରି ପରିବେଶକୁ ଦୂଷିତ କରୁଛି । ଏଥିପାଇଁ ଛାତ୍ରୀମାନଙ୍କୁ ଦାୟୀ କରାଯାଇଛି ।
]]>ଏହି ଘଟଣାଟି ନଭେମ୍ବର ୨୯ ର । ନିକଟରେ BPSC ବିହାରରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ଗୌତମ ମଧ୍ୟ ନୂଆ କରି ଶିକ୍ଷକ ଚାକିରି ପାଇଥିଲେ। ଘଟଣା ଦିନ ଗୌତମ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରଯାଇଥିଲା। ୫/୬ ଜଣ ଲୋକ ଏକ ସ୍କର୍ପିଓରେ ସ୍କୁଲ ନିକଟରେ ପହଞ୍ଚିଥିଲେ। ତା’ ପରେ ସେମାନେ ଗୌତମଙ୍କୁ ମାଡ଼ ମାରିବା ସହ କିଡ୍ନାପ୍ କରି ନେଇଯାଇଥିଲେ।
ଏହି ଅପହରଣ ସମ୍ପର୍କରେ ସ୍କୁଲ ପ୍ରିନ୍ସପାଲ ପୋଲିସ ଏବଂ ଗୌତମଙ୍କ ପରିବାରକୁ ସୂଚନା ଦେଇଥିଲେ। ତେବେ ଏହି ମାମଲାରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା କି ଗୌତମଙ୍କୁ କିଡ୍ନାପ୍ କରି ତାଙ୍କୁ ଜୋର ଜବରଦସ୍ତ ବିବାହ କରାଇଥିଲେ। ପଚରାଉଚରା ବେଳେ ଶିକ୍ଷକ ଜଣକ ପୋଲିସକୁ କହିଥିଲେ କି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଜୋର ଜବରଦସ୍ତ ଏହି ବିବାହ କରାଇଥିଲେ। ଏହି ଘଟଣାରେ ପୋଲିସ ଝିଅର ଦାଦାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
]]>ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଦିଆଯାଇଥିବା ୧୦ ପ୍ରତିଶତ ସଂରକ୍ଷଣକୁ ନୂଆ ବିଲ୍ରେ ସାମିଲ କରାଯାଇ ନାହିଁ । ଏହାର ଅର୍ଥ ଏହାକୁ ମିଶାଇଲେ ପୁରା ସଂରକ୍ଷଣ ୭୫ ପ୍ରତିଶତ ହେବ ।
ବିହାର ସରକାରଙ୍କ ଅନୁସାରେ ଜାତିଗତ ଲୋକସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି । କିିଛି ଦିନ ତଳେ ପ୍ରକାଶିତ ଜାତିଗତ ଜନଗଣନା ଅନୁସାରେ ବିହାରର ୧୩ କୋଟି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩୬ ପ୍ରତିଶତ ହେଉଛି ଆର୍ଥିକ ଦୁର୍ବଳ ବର୍ଗର, ୨୭ ଦଶମିକ ୧ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ୧୯ ଦଶମିକ ୭ ପ୍ରତିଶତ ଏସସି ଓ ଏସଟି ହେଉଛନ୍ତି ୧ ଦଶମିକ ୭ ପ୍ରତିଶତ । ସାଧାରଣ ବର୍ଗ ହେଉଛନ୍ତି ୧୫ ଦଶମିକ ୫ ପ୍ରତିଶତ ।
]]>ଗତ ରାତିରେ ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଆସାମ ଗୌହାଟିର କାମାକ୍ଷା ଷ୍ଟେସନ୍ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
କେମିତି ଦୁର୍ଘଟଣା ଘଟିଲା ? କେଉଁ ପରିସ୍ଥିତିରେ ବଗି ଲାଇନ୍ଚ୍ୟୁତ ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଦୁର୍ଘଟଣା ପରେ ହେଲ୍ପ୍ଲାଇନ୍ ନମ୍ବର ଜାରି କରାଯାଇଛି। ପାଟନା- 9771449971, ଦାନାପୁର- 8905697493, କମର୍ସିଆଲ୍ କଣ୍ଟ୍ରୋଲ- 7759070004, ଆରା- 8306182542, ନୂଆଦିଲ୍ଲୀ- 01123341074, 9717631960, ଆନନ୍ଦ ବିହାର ଟର୍ମିନାଲ- 9717632791, କମର୍ସିଆଲ୍ କଣ୍ଟ୍ରୋଲ ଦିଲ୍ଲୀ ଡିଭିଜନ- 9717633779
]]>ସୂଚନା ଅନୁସାରେ ଆଜି ପ୍ରାୟ ପୂର୍ବାହ୍ନ ସମୟରେ ଏହି ଅଘଟଣ ଘଟିଛି । ପିଲାମାନେ ସ୍କୁଲ ଯାଉଥିବା ବେଳେ ମୁଜାଫରପୁର ଜିଲ୍ଲା ନିକଟ ବାଗମତି ନଦୀରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଏହାପରେ ସେଠାରେ ଥିବା ଲୋକମାନେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।
ହେଲେ ସେମାନଙ୍କ ମଧ୍ୟରୁ ୧୬ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲେ ବି ଅନ୍ୟମାନେ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍ । ଘଟଣା ପରେ ଏକ ପ୍ରକାରେ ଭୟଭିତ ହୋଇ ପଡିଛନ୍ତି ଅଞ୍ଚଳବାସୀ।
]]>ଶିଶୁର ଉଦ୍ଧାର ଲାଗି ସମନ୍ତରାଳ ଗାତ ଖୋଳାଯାଉଛି। ବୋରୱେଲରେ ଶିଶୁଟି ସୁରକ୍ଷିତ ଥିବା ସିଟିଟିଭି ଫୁଟେଜରୁ ଜଣାପଡିଛି। ବୋରୱେଲରେ କମ ଜଳ ଥିବା ବେଳେ ଶିଶୁକୁ ଜୀବନ୍ତ ଉଦ୍ଧାର ଲାଗି ଅକ୍ସିଜେନ ଦିଆଯାଉଛି। ଶିଶୁଟି ଜୀବନ୍ତ ଅଛି ଏବଂ ସେ ତଥା କହୁଥିବା ପ୍ରଶାସନ ସୂଚନା ଦେଇଛି। ଚାଷ ଲାଗି ଏହି ବୋରୱେଲଟି ଦୁଇ ଦିନ ପୂର୍ବେ ଖୋଳାଯାଇଥିବା ବେଳେ କୌଣସି ତାର ବାଡ଼ ଲାଗି ନଥିଲା। ପିଲାଟି ଖେଳୁଥିବା ବେଳେ ଆଜି ଏହି ବୋରୱେଲରେ ଖସି ପଡିଥିବା
ଜଣାପଡିଛି।
ସ୍ଥାନୀୟ ଲୋକମାନଙ୍କ କହିବା ମୁତାବକ, ଶିଶୁଟି ତା’ ମାଆଙ୍କ ପଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିଲା। ପିଲାଟି ହେଉଛି କୁଲ ଗାଁର ବାସିନ୍ଦା ଡୋମନ୍ ମାଝୀଙ୍କ ୩ବର୍ଷର ପୁଅ ଶିବମ୍ କୁମାର। ଗ୍ରାମବାସୀ କହିଛନ୍ତି ଯେ ବୋରୱେଲରେ ପଡିଥିବା ଶିଶୁର କାନ୍ଦିବାର ଶବ୍ଦ ଏବେ ଶୁଣାଯାଉଛି।
]]>ମହଙ୍ଗା ପଡିଲା ମୋମୋ ଚ୍ୟାଲେଞ୍ଜ । ବିହାରର ଗୋପାଳଗଞ୍ଜ ଜିଲ୍ଲାର ବିପିନ କୁମାର ପସୱନ୍ ଏକ ମୋବାଇଲ ରିପ୍ୟାରିଂ ଦୋକାନରେରେ କାମ କରୁଥିଲେ । ସବୁଦିନ ଭଳି ମଙ୍ଗଳବାର ମଧ୍ୟ ସମୟରେ ଦେକାନ ଯାଇଥିଲେ । କିଛି ସମୟ ପରେ ତାଙ୍କ ସାଙ୍ଗମାନେ ଦୋକାନକୁ ଆସିଥିଲେ । କଥା କଥାରେ ତାଙ୍କ ମଧ୍ୟରେ ଏକ ଚ୍ୟାଲେଞ୍ଜ ଲାଗିଲା । ଚ୍ୟାଲେଞ୍ଜ ଥିଲା ଯେ କିଏ ଅଧିକ ମୋମୋ ଖାଇ ପାରିବ । ବିପିନ ଚ୍ୟାଲେଞ୍ଜକୁ ସ୍ୱୀକାର ମଧ୍ୟ କରିଥିଲେ । କିଏ ଜାଣିଥିଲା ଏହି ଠଟ୍ଟା ମଜା ବିପିନଙ୍କ ପାଇଁ କାଳ ସାଜିବ ।
ବିପିନ ଚ୍ୟାଲେଞ୍ଜ ଜିତିବା ଆଳରେ ଏକାଥରକେ ୧୫୦ ମୋମୋ ଖାଇ ଦେଇଥିଲେ । ଏହାପରେ ତାଙ୍କୁ ଅସ୍ତବ୍ୟସ୍ତ ଲାଗିଲା । ସେ ହଲଚଲ୍ ହୋଇପାରିଲେ ନାହିଁ । ହଠାତ୍ ଅଚେତ୍ ହୋଇ ପଡ଼ିଲେ । ସାଙ୍ଗମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଲରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଅପରପକ୍ଷରେ ବିପିନଙ୍କ ବାପା ପୁଅର ମୃତ୍ୟୁକୁ ହତ୍ୟାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ବିପିନଙ୍କ ସାଙ୍ଗମାନେ ତାଙ୍କୁ ମୋମୋରେ ବିଷ ମିଶାଇ ଦେଇ ଦେଇଛନ୍ତି । ଯେଉଁଠି ପାଇଁ ତାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।
]]>ସୂଚନା ମୁତାବକ ଏହି ଭିଡିଓଟି ବିହାରର ଗୟା ସହର ଅଞ୍ଚଳର । ବିବାହ ପାଇଁ ଜଣେ ଯୁବକ ତାଙ୍କ ଚନ୍ଦାମୁଣ୍ଡକୁ ଲୁଚାଇବାକୁ ଯାଇ ଅନେକ ହରକତ ହୋଇଛନ୍ତି। ବିହାଘର ସମୟରେ ବରମୁଣ୍ଡରେ ଫୁଲ ଓ ଆକର୍ଷଣୀୟ ମୁକୁଟ ଦେଖିବାକୁ ମିଳିଥିଲା । ହେଲେ ବିବାହ ସମୟରେ ଅନେକ ସମୟ ଧରି ଫୁଲ ଓ ସୁସଜ୍ଜିତ ମୁକୁଟ ବର ପିନ୍ଧିଥିବାରୁ କନ୍ୟା ଘର ପକ୍ଷରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ବରର ମୁକୁଟ କାଢ଼ିବାକୁ କନ୍ୟା ଘର ପକ୍ଷରୁ ଦାବି କରାଯାଇଥିଲା । ଯାହାଫଳରେ ବର ଜଣକ ଚନ୍ଦା ରହିଥିବା ଜଣାପଡ଼ିଥିଲା । ଖାଲି ସେତିକି ନୁହେଁ, ବରର ପଗଡ଼ି ତଳେ ନକଲି କେଶ ମଧ୍ୟ ରହିଥିବା ଜାଣିବାକୁ ପାଇଥିଲେ କନ୍ୟା ଘର ପକ୍ଷ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଉତ୍ତେଜନା ।
ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏହି କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କିଛି ଲୋକ ବରକୁ ମାଡ଼ ମାରିବାକୁ ମଧ୍ୟ ପ୍ରୟାସ କରିଥିଲେ । ଖାଲି ସେତିକି ନୁହେଁ, ଗାଳି ଗୁଲଜ ମଧ୍ୟ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓରେ କନ୍ୟା ଘରପକ୍ଷ ବହୁତ୍ ଜୋରରେ ରାଗିଯାଇଥିବା ଦେଖିବାକୁ ମିଳୁଛି । ବରର ପ୍ରତାରଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବର ମଧ୍ୟ ଏଥିପାଇଁ କ୍ଷମା ମାଗିଥିବା ଜଣାପଡ଼ିଛି । ଖାଲି ଏତିକି ନୁହେଁ, ବ୍ୟକ୍ତି ଜଣଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଯାହା ପରବର୍ତ୍ତୀ ସମୟରେ ଜଣାପଡ଼ିଛି । ଲୋକମାନେ ଏହା ଜାଣିବା ପରେ ବରକୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଛନ୍ତି । ହେଲେ ଏନେଇ ଥାନାରେ ମାମଲା ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ ।
]]>When the poll was revealed, the bald groom was thrashed fiercely, the person had reached for second marriage by applying fake hair. The case is of Bajaura village under Dobhi police station. #Bihar #Viralvideo pic.twitter.com/QSPSeFrrF7
— Yauvani (@yauvani_1) July 12, 2023
ସୂଚନା ମୁତାବକ ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି । ଏହି ଘଟଣା ଅହିୟାପୁର ପୋଲିସ ଷ୍ଟେସନ ଅଧୀନ ପ୍ରଗତି ନାଗରର ବୋଲି ଜଣାପଡ଼ିଛି । ପରେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ଘଟଣାକୁ ନେଇ ମୃତ ମହିଳାଙ୍କ ଭାଇ ପ୍ରକାଶ କୁଞ୍ଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କ ଭଉଣୀ ୧୦ ବର୍ଷ ପୂର୍ବେ ହିମାଂଶୁଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସେ କୌଣସି କାମ କରୁନଥିଲେ । ଫଳରେ ତାଙ୍କ ବାପା ଏବଂ ଭାଇ ଘରର ଖର୍ଚ୍ଚ ବହନ କରୁଥିଲେ । ବିବାହ ପରେ ସେ ସେନାରେ ଚାକିରି ପାଇଥିଲେ । ତେଣୁ ରାଜସ୍ଥାନର ଯୋଦ୍ଧପୁରକୁ ଚାଲିଯାଇଥିଲେ ।
ବୁଧବାର ଦିନ ହିମାଂଶୁ ଛୁଟିରେ ଘରକୁ ଆସିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ହିମାଂଶୁ ଏପରି କାଣ୍ଡ ଘଟାଇଥିବା ସେ ପୋଲିସ ଆଗରେ କହିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କର ଏକ ଭଣଜା ରତିରେ ଏ ସମ୍ପର୍କରେ ତାଙ୍କ ଘରକୁ ଆସି କହିଥିଲେ । ଯାହା ଶୁଣିବା ପରେ ସେ ଭଉଣୀର ଘରକୁ ଦୌଡ଼ିଯାଇଥିଲେ । ହେଲେ କବାଟ ଖୋଲି ଦେଖିବାବେଳକୁ ତାଙ୍କ ଭଉଣୀ ଜଳିଯାଇଥିଲେ । ତାହା ସହ ତାଙ୍କ ଛୋଟ ପୁଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଅନ୍ୟପଟେ ତାଙ୍କ ଭିଣୋଇକୁ ନେଇ ସେ ଆହୁରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ହିମାଂଶୁ ପୂର୍ବରୁ ବାରମ୍ବାର ୧୦ ଲକ୍ଷ ଟଙ୍କା ଆଣିବାକୁ ତାଙ୍କ ଭଉଣୀକୁ କହିଥିଲେ । ଆଉ ଏଥିପାଇଁ ନିର୍ଯାତନା ମଧ୍ୟ ଦେଉଥିଲେ । ହିମାଂଶୁଙ୍କ ଆନ୍ୟ ଏକ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା । ତାଙ୍କୁ ବିବାହ କରିବାକୁ ହିଂମାଶୁ ଚାହୁଁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଯାହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି ।
]]>ଜଣେ ବିଇଡି ଛାତ୍ର ଘରର ଛାତ ଉପରେ ଛିଡ଼ା ହୋଇଥିଲେ । ସେ ଦେଖିଲେ ଘର ତଳେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଲାଗିଛି । ମାରପିଟ ଚାଲିଛି । ଠେଲା ପେଲା ବି ଚାଲିଛି । କିଛି ଲୋକ ବନ୍ଧୁକ ଧରି ମଧ୍ୟ ବୁଲୁଛନ୍ତି । ଆଉ କିଛି ଲୋକ ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଏହା ଦେଖି ସେ ଏହି ପୁରା ଘଟଣାର ଚିତ୍ର ଉତ୍ତୋଳନ ପାଇଁ ମୋବାଇଲ ବାହାର କରି ଭିଡିଓ ରେକର୍ଡିଂ କରୁଥିଲେ ।
ଅଚାନକ ଘର ତଳେ ଚାଲିଥିବା ଗଣ୍ଡଗୋଳରୁ କେହି ଜଣେ ବ୍ୟକ୍ତି ବନ୍ଧୁକ ମୁନ ଉପରକୁ କରି ଗୁଳି ଫୁଟାଇଥିଲେ । ଆଉ ସେହି ଗୁଳି ଆସି ସିଧା ସଳଖ ବାଜିଥିଲା, ଭିଡିଓ ରେକର୍ଡିଂ କରୁଥିବା ଛାତ୍ରଙ୍କ ଦେହରେ । ଆଉ ସେଇଠି ଟଳି ପଡ଼ିଥିଲେ ଛାତ୍ର । ବୁଧବାର ହୋଲି ଖେଳରେ ସମସ୍ତେ ମସଗୁଲ ଥିବା ବେଳେ ଏହି ଅଘଟଣ ଘଟିଛି । ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।
ମୃତ ବିଇଡି ଛାତ୍ରଙ୍କ ନାମ ଆଶିଷ କୁମାର ବୋଲି ଜଣାପଡ଼ିଛି । ସେ ଏବେ ବରାରି ଶିକ୍ଷକ ପ୍ରଶିକ୍ଷଣ ସ୍କୁଲର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଗୁଳି ବାଜିବା ପରେ ପାଖରେ ଥିବା ଲୋକ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଆଶିଷଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସମସ୍ତେ ଏହି ଭିଡିଓ ଦେଖି ଦୁଃଖ ପ୍ରକାଶ କରିବା ସହ ଉକ୍ତ ଦୁର୍ବୃତ୍ତମାନଙ୍କୁ ନିନ୍ଦା କରିଛନ୍ତି ।
ତେବେ ଏହି ଗଣ୍ଡଗୋଳରେ ସ୍ଥାନୀୟ କର୍ପୋରେଟର ବି ସାମିଲ ଥିଲେ । ଏନେଇ ଆଶିଷଙ୍କ ଭାଇ ନିଜେ ସୂଚନା ଦେଇଛନ୍ତି ।
]]>Disturbing Visual- होली पर बिहार के नवगछिया में दो गुटों के बीच हुई फ़ायरिंग में छत पर खड़े शख्स की मौत, पूरी वारदात का Live वीडियो देखिए. pic.twitter.com/aLd4YgZCG0
— Utkarsh Singh (@UtkarshSingh_) March 9, 2023
ଏହି ରେଳ ଲାଇନ୍ ଚୋରି ଘଟଣା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୁଇ ଜଣ RPF ଅଧିକାରୀଙ୍କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି । ଏକ ମାମଲା ମଧ୍ୟ ରୁଜୁ କରିଛି ବିଭାଗ । ଏହି ଘଟଣା ଘଟିଛି ଚଳିତ ବର୍ଷ ଜାନୁଆରୀ ୨୪ ତାରିଖରେ । ସମସ୍ତିପୁର ରେଳ ଡିଭିଜନ୍ ଅନ୍ତର୍ଗତ ଏହି ଘଟଣା ଘଟିଛି ।
ଏହି ଅଞ୍ଚଳରେ ଥିଲା ଲୋହାଟ ସୁଗାର ମିଲ । ଦୀର୍ଘ ଦିନ ଧରି ମିଲ ଅଚଳ ପଡ଼ିବା ପରେ ଏହାର ଯନ୍ତ୍ରାଂଶ ତଥା ସାମଗ୍ରୀ କବାଡ଼ିଆରେ ବିକ୍ରି ନେଇ ନିଷ୍ପତ୍ତି ହୋଇଥିଲା । ଆଉ ସେହି ମିଲ ଦେଇ ଯାଇଥିଲା ଉକ୍ତ ରେଳ ଲାଇନ୍ । ଏହି ରେଳ ଲାଇନ୍ ପଣ୍ଡାଉଲ ରେଳ ଷ୍ଟେସନ୍କୁ ସଂଯୋଗ କରୁଥିଲା । ଯାହାକି ଏବେ ଗାୟବ ହୋଇଯାଇଛି । ମିଲ୍ର ଯନ୍ତ୍ରାଂଶ ତଥା ସାମଗ୍ରୀ କବାଡ଼ିଆରେ ବିକ୍ରି ନିଷ୍ପତ୍ତି ପରେ ରେଳ ଲାଇନ୍କୁ ମଧ୍ୟ ସେହିଭଳି ବିନା ଟେଣ୍ଡରେ କେହି ବିକ୍ରି କରିଥିବା ଅନୁମାନ କରାଯାଉଛି । ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ତେବେ ପୂର୍ବରୁ ମଧ୍ୟ ବିହାରରେ ଏମିତି ଘଟଣା ସାମ୍ନାକୁ ଆସିଥିଲା । ରାତାରାତି ଦୁଇ ଗାଁ ରାସ୍ତା ହୋଇଯାଇଥିଲା ଗାୟବ । କିଛି ଚୋର ପୋଲିସଠାରୁ ଲୁଚିବା ପାଇଁ ଏକ ଗାଁ ଭିତରେ ପଶିଥିଲେ । ଆଉ ସେହି ଗାଁରେ ପଶିବା ପରେ ଏହାର ରାସ୍ତାକୁ ବିଲ ସହ ମିଶାଇଦେଇଥିଲେ । ଯେମିତିକି ସାଧାରଣ ଲୋକଟିଏ ଜାଣିପାରିବ ନାହିଁ ଦିନେ ତାହା ରାସ୍ତା ଥିଲା ।
]]>କାରଣ ଜେଲ୍ରେ ଅପରାଧୀ ମାନଙ୍କୁ ଖାଇବା ଓ ରହିବାର ସୁବିଧାକୁ ନେଇ ଅନେକ ସମୟରେ ଅଭିଯୋଗ ହୁଏ। ହେଲେ ଆପଣ ଜାଣିଛନ୍ତି କି, ଜେଲ୍ ପରିବେଶ ଭିତରେ ବି ରେଷ୍ଟୁରାଣ୍ଟ ରହିଛି । ଏହା ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଆପଣଙ୍କୁ ଜେଲ୍ ପରିବେଶର ଅନୁଭବ ଆସିବ। କିନ୍ତୁ ଏଠି ଆପଣଙ୍କୁ ଗରମାଗରମ ମନପସନ୍ଦର ଖାଦ୍ୟ ମିଳିଥାଏ ।
ପାଟନାରେ ଏମିତି ଏକ ଜେଲ୍ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ଏମିତି ଖାଦ୍ୟ ମିଳିଥାଏ । ଏଥି ସହ ଅନେକ ଲୋକ ଏକାଠି ବସି ଖାଦ୍ୟ ଖାଇଥାଆନ୍ତି । ମୋଟ୍ ୮ଟି ଲକଅପ୍, ୨ଟି ସ୍ପେଶାଲ ଜୋନ୍ ଓ ଗୋଟିଏ ବଡ଼ ହଲ୍ର ବ୍ୟବସ୍ଥା ଏଠାରେ ରହିଛି । ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।
ଏହା ଭିତରକୁ ପଶିଲେ ଆପଣଙ୍କୁ ଜେଲ୍ ଭଳି ଲାଗିବ। ପାଟଣାର ସଗୁଡ଼ା ମୋଡ୍ରେ The Royal Jail Restro ରହିଛି । ଯାହାର ନିର୍ମାଣ ଶୈଳୀ ସମ୍ପର୍ଣ୍ଣ ଜେଲ୍ ପରି ଦେଖିବାକୁ ମିଳେ । ରେଷ୍ଟୁରାଣ୍ଟର ପ୍ରତ୍ୟେକ କୋଠରି ଲକଅପ୍ ପରି ରହିଛି ।
ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି । ଜେଲ୍ ସହିତ ଏଠାରେ ଫିଲ୍ମ ଥିଏଟର ମଧ୍ୟ ରହିଛି । ଯେଉଁଠାରେ ଏକାଠି ବସି ସିନେମା ଦେଖିହେବ ।
ସିନେମା ଦେଖିବାକୁ ହେଲେ ଦୁଇ ଘଣ୍ଟାକୁ ୧୦୦୦ ଟଙ୍କା ଦେବାକୁ ହେବ । ଏକା ଥରକେ ୭୦ ଜଣ ବସି ସିନେମା ଦେଖିପାରିବେ । ଏଥି ସହିତ ଭିଡ଼ ଅଧିକ ହେଲେ ୪୦ରୁ ୫୦ ଜଣ ଲୋକ ଖାଦ୍ୟ ଖାଇବା ପାଇଁ ୱେଟିଂ ହଲର ବ୍ୟବସ୍ଥା ମଧ୍ୟ ରହିଛି।
]]>ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପରୀକ୍ଷାର୍ଥୀ ବାଧ୍ୟ ହୋଇ ଫାଟକ ଡେଇଁ ପରୀକ୍ଷା କେନ୍ଦ୍ରକୁ ଯିବାର ନିଷ୍ପତ୍ତି ନେଲେ, କାରଣ ପରୀକ୍ଷା ସମୟ ପାଖେଇ ସାରିଥିବା ବେଳେ କେନ୍ଦ୍ରର ଫାଟକ ଖୋଲାଯାଇନଥିଲା । ତେଣୁ ଏଭଳି ନିଷ୍ପତ୍ତି ନେବାକୁ ସେମାନେ ବାଧ୍ୟ ହେଲେ । ଏହି ଫଟୋ ଏବେ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ରିପୋର୍ଟ ଅନୁସାରେ ଛାତ୍ରୀମାନେ ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷା ଦେବା ପାଇଁ କେନ୍ଦ୍ର ନିକଟରେ ପହଞ୍ଚିଥିଲେ । କିନ୍ତୁ କେନ୍ଦ୍ର ଭିତରକୁ ଯେଉଁ ଗେଟ୍ ଦେଇ ଯିବା କଥା ତାହା ତାଲା ପଡ଼ିଥିଲା । ଏହି ଫଟୋ ବିହାରସରିଫ୍ସ୍ଥିତ କେଏସ୍ଟି କଲେଜର ବୋଲି ଜଣାପଡ଼ିଛି । ଜଣେ କି ଦୁଇ ଜଣ ନୁହେଁ ଅନେକ ଛାତ୍ରୀ ଏଭଳି ବିପଦ ପୂର୍ଣ୍ଣ ଭାବେ ଲୁହା ଗେଟ୍ ଡେଇଁ ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ନଚେତ୍ ପରୀକ୍ଷା ମିସ୍ ହେବାର ସମ୍ଭାବନା ରହିଥିଲା ।
BSEBର କହିବାନୁଯାୟୀ, ପରୀକ୍ଷା କେନ୍ଦ୍ରର ଫାଟକ ପରୀକ୍ଷା ଆରମ୍ଭର ୧୦ ମିନିଟ୍ ପୂର୍ବରୁ ବନ୍ଦ କରାଯାଇଥାଏ । ତାପରେ ଆଉ କୌଣସି ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । ଯେଉଁ ଛାତ୍ରୀମାନେ ଦ୍ୱିତୀୟ ସିଟିଂର ପରୀକ୍ଷା ଦେବା ପାଇଁ ଆସିବା କଥା ସେମାନେ ୧.୩୫ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାର ଆବଶ୍ୟକ ଥିଲା । କାରଣ ୧.୪୫ରେ ପରୀକ୍ଷା ଆରମ୍ଭ ହେବାର ଥିଲା । କିନ୍ତୁ ସେମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚିନଥିଲେ । ସମୟ ୧.୩୫ ପରେ କାହାକୁ ବି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ନାହିଁ ।
]]>ଆପଣ କେବେ ଶୁଣିଛନ୍ତି କି ଏକ ସମ୍ପୂର୍ଣ୍ଣ ରାସ୍ତା ଚୋରି ହେବାର? ରାସ୍ତା କଡ ବିଦ୍ୟୁତ ଖୁଣ୍ଟ, ଗଛ ଆଦି ଚୋରି ହେବା ଶୁଣିଥିବେ। ଏଥର କିନ୍ତୁ କିନ୍ତୁ ସମଗ୍ର ରାସ୍ତା ଚୋରି ହେବା ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିହାରର ବାଙ୍କା ଜିଲ୍ଲାର ରଜୌନ୍ ବ୍ଲକର ଖରୌନି ଗ୍ରାମରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି।
ଠିକ୍ ପାଞ୍ଚ ଦିନ ପୂର୍ବେ ଖରୌନି ଓ ଖଦମପୁରର ଦୁଇଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଲୋକମାନେ ବର୍ଷ ବର୍ଷ ଧରି ବ୍ୟବହାର କରୁଥିଲେ। ଦିନେ ସକାଳେ ଯେତେବେଳେ ଲୋକମାନେ ଦେଖିଲେ ସମଗ୍ର ରାସ୍ତା ଅଦୃଶ୍ୟ ହୋଇଯାଇଛି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ରାସ୍ତା ଜାଗାରେ ଫସଲ ହୋଇଥିବା ଦେଖିବାକୁ ମିଳିଲା। ପ୍ରଥମେ ଲୋକମାନେ ଭାବିଲେ ସେମାନେ ବାଟବଣା ହୋଇଯାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଖରୌନି ଗାଁର କିଛି ଗୁଣ୍ଡାଶ୍ରେଣୀୟ ଲୋକ୍ ଟ୍ରାକ୍ଟର ସାହାଯ୍ୟରେ ରାସ୍ତା ହଳ କରି ସେ ସ୍ଥାନରେ ଗହମ ଫସଲ ବୁଣି ଦେଇଥିଲେ। ଯେତେବେଳେ ଖଦମପୁର ଗାଁର ଲୋକମାନେ ଏହାକୁ ବିରୋଧ କଲେ, ଗୁଣ୍ଡାମାନେ ସେମାନଙ୍କୁ ମାଡ଼ ମାରିଲେ ଆଉ ଠେଙ୍ଗା ବାଡ଼ି ଦେଖେଇ ଧମକ ଦେଲେ।
ଏହି ଘଟଣା ଏବେ ଗାଁରେ ଆଲୋଡ଼ନ ସୃଷ୍ଟି କରିଛି। ରାସ୍ତା ଗାୟବ ହେତୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଦମପୁର ଗାଁର ଲୋକମାନେ ବର୍ତ୍ତମାନ ଫୁଟ୍ପାଥ୍ରେ ଯିବାକୁ ବାଧ୍ୟ ହୋଇଛନ୍ତି।
ଏହି ପ୍ରସଙ୍ଗରେ ଖଦମପୁର ଗାଁର ଅନେକ ଲୋକ ବୁଧବାର ଜୋନାଲ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇ ଅଧିକାରୀ ଗ୍ରାମବାସୀଙ୍କୁ କହିଛନ୍ତି ଯେ ଘଟଣାର ଅପରାଧୀଙ୍କୁ ଛଡା ଯିବ ନାହିଁ। ଗ୍ରାମବାସୀଙ୍କ ପାଇଁ ଖୁବ୍ ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
]]>ସେପଟେ ଇସ୍ତଫା ଦେବା ପରେ ସିଧା ଲାଲୁ ଯାଦବଙ୍କ ଘରେ ପହଞ୍ଚିଲେ ନୀତିଶ କୁମାର । ଆର୍ଜେଡି ନେତା ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଭେଟିବାକୁ ସେ ଆସିଥିବା ସୂଚନା ରହିଛି ।
Bihar | CM Nitish Kumar arrives at Raj Bhawan in Patna pic.twitter.com/yzpXAetZ5i
— ANI (@ANI) August 9, 2022
#WATCH | Nitish Kumar confirms that he has resigned as Bihar CM pic.twitter.com/Av04rUXojx
— ANI (@ANI) August 9, 2022
ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଆଉ ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଏବେ ନୂଆ ରୂପରେ ନୂଆ ମେଣ୍ଟ ଗଠନ ହେବ ବୋଲି ଜେଡିୟୁ ନେତା ଉପେନ୍ଦ୍ର କୁଶୱା ସୂଚନା ଦେଇଛନ୍ତି । ଏହାସହ ନୂଆ ମେଣ୍ଟକୁ ନେତୃତ୍ୱ ଦେବା ନେଇ ନୀତିଶ କୁମାରଙ୍କୁ କୁଶୱା ବଧାଇ ଜଣାଇଛନ୍ତି । ନୀତିଶ ଆଗକୁ ବଢନ୍ତୁ, ଦେଶ ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି ।
ବିଜେପି ହାତ ଛାଡ଼ି ପୁଣି ଆର୍ଜେଡିକୁ ନୀତିଶ ସାଥି କରିଛନ୍ତି । ଆର୍ଜେଡି, କଂଗ୍ରେସ ଓ ବାମଦଳକୁ ନେଇ ସରକାର ଗଢ଼ିବାକୁ ନୀତିଶ ସଜବାଜ ହେଉଛନ୍ତି ।ନୂଆ ସରକାର ଗଢ଼ିବା ନେଇ ଅପରାହ୍ଣ ୪ଟାରେ ରାଜ୍ୟପାଳଙ୍କୁ ନୀତିଶ କୁମାର ଭେଟିବେ ବୋଲି ସୂଚନା ମିଳିଛି । ଏନେଇ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ ।
ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି । ତେଜସ୍ୱୀ ଯାଦବ ଗୃହ ମନ୍ତ୍ରଣାଳୟ ମାଗୁଥିବା ଚର୍ଚ୍ଚା ହେଉଛି । ପରିସ୍ଥିତିକୁ ଦେଖି ବିଧାୟକଙ୍କୁ ଏକାଠି ରଖିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ଥିବା ୧୬ ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେବାକୁ ଅରାଜି ଥିବା ସୂଚନା ମିଳିଛି । ଇସ୍ତଫା ଦେବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି ।
ସୂଚନାଥାଉ କି, ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନ୍ଡିଏ ୧୨୭ଟି ଆସନରେ ବିଜୟୀ ହୋଇଥିଲା । ଜେଡିୟୁକୁ ୪୫ ଏବଂ ବିଜେପିକୁ ୭୭ଟି ସିଟ୍ ମିଳିଥିଲା । NDAର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା । କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା ।
]]>
#WATCH | Bihar: Fire broke out in the engine of a DMU train near Bhelwa railway station today. The train was going from Raxaul to Narkatiaganj. The cause of fire is yet to be ascertained. All passengers are safe, fire from the engine did not spread. Fire fighting ops are underway pic.twitter.com/2Hv6DwjJ8a
— ANI (@ANI) July 3, 2022
ଉକ୍ତ ଅଘଟଣର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଖବର ସରବରାହ ସଂସ୍ଥା ଏଏନ୍ଆଇ ଶେଆର କରିଛି । ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେନ୍ରେ ବ୍ୟାପକ ନିଆଁ ଲାଗିବା ସହ କଳାଧୂଆଁ ଉଠୁଛି । ଘଟଣାସ୍ଥଳରେ ଦେଖଣାହାରିମାନେ ଭିଡ ଜମାଇଥିବା ବେଳେ ଦମକଳ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।
ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଟ୍ରେନ୍ଟି ଭେଲୱା ଷ୍ଟେସନରେ ପହଞ୍ଚିବାକୁ ଯାଉଥିଲା। କିନ୍ତୁ ଇଂଜିନରେ ନିଆଁ ଲାଗିଯାଇଥିବା ଦେଖି ଟ୍ରେନ୍ଟି ଭେଲୱା ଷ୍ଟେସନ ପୂର୍ବରୁ ହିଁ ସିଗ୍ନାଲରେ ଅଟକି ଯାଇଥିଲା। ତେବେ ଇଞ୍ଜିନ୍ରେ ଲାଗି ଥିବା ଉକ୍ତ ନିଆଁ ଟ୍ରେନ୍ର ଅନ୍ୟ ବଗିଗୁଡ଼ିକୁ ବ୍ୟାପି ନାହିଁ। ଟ୍ରେନ୍ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଅନ୍ୟ ଟ୍ରେନ୍କୁ ସ୍ଥାନାନ୍ତର କରାଯାଇଛି।
]]>ଏବେ ଆପଣଙ୍କ ମନରେ ନିଶ୍ଚିତ ଭାବେ, ପୁରା ଘଟଣା ସମ୍ପର୍କରେ ଜାଣିବାକୁ କୌତୁହଳ ସୃଷ୍ଟି ହେଉଥିବ । ତେବେ ଘଟଣାଟି ହେଲା ଗୋଟିଏ ଚୋର ଜଣଙ୍କ ଘରେ ପଶି ଚୋରି କରିବାକୁ ଚେଷ୍ଟା କରୁଥିଲା । ହେଲେ ସେଠାରେ ଧନ ସମ୍ପତ୍ତି, ଟଙ୍କା, ସୁନା, ରୂପା, ଗହଣା ଆଦି ଚୋରି କରିବା ପୂର୍ବରୁ ତା ନଜରରେ ପଡ଼ିଗଲା ମଦ । ମଦ ଦେଖିବା ପରେ ସେ ଆଉ ନିଜକୁ ଆୟତ୍ତରେ ରଖିପାରି ନଥିଲା । ଲୋଭରେ ସମ୍ପୂର୍ଣ୍ଣ ମଦ ବୋତଲକୁ ପିଇ ସାରିଦେଲା । ଆଉ ଏହାପରେ ଚୋରର ଅବସ୍ଥା କ’ଣ ହୋଇଥିବ ତାହା ଆପଣ ସହଜରେ ବୁଝିପାରୁଥିବେ । ଚୋରଟି ଫୁଲ୍ ବୋତଲ ମଦ ପିଇସାରିବା ପରେ ନିଶାରେ ଆଉ ଚାଲିପାରିଲା ନାହିଁ । ସେ ଆଉ କାହା ଘରେ ପଶି ଚୋରି କରିବାକୁ ଆସିଥିବା କଥା ବି ଭୁଲିଗଲା । ପରେ ମଦ ନିଶାରେ ସେହିଠାରେ ହିଁ ଶୋଇପଡ଼ିଲା ।
ଯେତେବେଳେ ଉକ୍ତ ଘରେ ରହୁଥିବା ଲୋକ ଜାଣିବାକୁ ପାଇଲେ ଯେ, କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶିଛି । ସେତେବେଳେ ସେମାନେ ସ୍ଥାନୀୟ ପୋଲିସକୁ ଯୋଗାଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଅଟକ ରଖିଥିବା ବେଳେ ତାକୁ ପଚରାଉଚରା କରୁଛି । ଚୋରଠାରୁ ଏସବୁ କଥା ଶୁଣିବା ପରେ ପରିବାର ଲୋକ ଓ ପୋଲିସ ଆଶ୍ଚର୍ଯ୍ୟ ହୋଇପଡ଼ିଲା ।
ରଘୁନାଥପୁର ଗାଁର ଚନ୍ଦନ ଗୁପ୍ତାଙ୍କ ପରିବାର ରବିବାର ରାତିରେ ରାତ୍ରୀ ଭୋଜନ ସାରିବା ପରେ ନିଜ ନିଜ କୋଠରୀରେ ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରର ପାଚରୀ ଡେଇଁ ଚୋର ଘର ଭିତରକୁ ପ୍ରବେଶ କରିଥିଲା । ପରେ ଗୋଟିଏ ରୁମ୍ ଭିତରେ ପଶି ଆଲ୍ମାରୀ ଖୋଲି ଚୋରି କରିବାକୁ ଯାଉଥିବା ବେଳେ ସେ ଏକ ମଦ ବୋତଲ ଦେଖିଥିଲା । ଆଉ ମଦ ବୋତଲ ପାଇବା ପରେ ଚୋରର ଲୋଭ ବଢ଼ିଥିଲା । ସେ ସେଠାରେ ବସି ରାତି ସାରା ମଦ ପିଇ ପୁରା ବୋତଲ ଖାଲି କରିଦେଇଥିଲା । ଆଉ ତାପରେ ତାକୁ ପ୍ରବଳ ନିଶା ଧରିଥିଲା । ନିଶା ଚଢ଼ିବା ପରେ ଚୋର ସେଠାରେ ହିଁ ଶୋଇପଡ଼ିଲା ।
ଉକ୍ତ ପରିବାରର କହିବାନୁଯାୟୀ, ତାଙ୍କ ଘରୁ କୌଣସି ଜିନିଷ ଚୋରି ହୋଇନାହିଁ । ଗିରଫ ହୋଇଥିବା ଚୋରର ପରିଚୟ ମଧ୍ୟ ମିଳିଛି । ସେ ବିହାରର କିତାପୁର ଜିଲ୍ଲା ଭୋଜପୁର ଅଞ୍ଚଳର ଦୀପକ ଶାହା ବୋଲି ଜଣାପଡିଛି ।
]]>ଏହି ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍ ଭଳି ସୁପର ପାୱାର । ଆଖି ପିଛୁଳାକେ ଚଢ଼ିଯାଉଛନ୍ତି କାନ୍ଥରେ । ଆଉ ତାହା ପୁଣି ବିନା କୌଣସି ସାହାରାରେ । ମନରେ ଟିକେ ବି ଡର ନାହିଁ କି ଭୟ ବି ନାହିଁ । ଖସିପଡ଼ିବାର ଆଶଙ୍କା ବି ନାହିଁ । ଆଉ ଗର୍ବର ସହ କହୁଛନ୍ତି କାନ୍ଥ ଯଦି ଆଉ ଟିକେ ଉଚ୍ଚ ହୋଇଥାନ୍ତା ତେବେ ଆମେ ଆହୁରି ଉପରକୁ ଚଢ଼ିନ୍ତୁ । ଏହି ଦୁଇ କୁନି ସ୍ପାଇଡର ଗାର୍ଲଙ୍କର କୌଣସି କଷ୍ଟ୍ୟୁମ୍ ବି ନାହିଁ । ଏମାନେ ପିଲା ଦିନୁ ବାପା ମାଆଙ୍କଠାରୁ ଲୁଚି କାନ୍ଥ ଚଢ଼ିବାକୁ ସାହସ କରିଥିଲେ । ଆଉ ଏବେ ପୁରା ଏକ୍ସପର୍ଟ । ଏହି ଦୁଇ ଭଉଣୀ ହେଲେ ବିହାରର ରାଜଧାନୀ ପାଟନା ଅଞ୍ଚଳର ।
ପାଟନା ଦାନାପୁରର ଦୁଇ ଭଉଣୀ ଅକ୍ଷୀତା ଗୁପ୍ତା ଓ କୃପିତ୍ତା ଗୁପ୍ତାଙ୍କ ନିକଟରେ ରହିଛି ଏଭଳି ସୁପର ପାୱାର । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା । ଅକ୍ଷୀତାଙ୍କ ବୟସ ମାତ୍ର ୧୧ ବର୍ଷ ହୋଇଥିବା ବେଳେ, କୃପିତ୍ତାଙ୍କ ବୟସ ୯ ବର୍ଷ ।
ଅକ୍ଷୀତାଙ୍କ ଆଶା, ସେ ବଡ଼ ହେଲେ ମାଉଣ୍ଟେନ୍ କ୍ଲାଇମ୍ବର ହେବେ । ତାଙ୍କୁ ଯଦି ତାଲିମ ଦିଆଯାଏ ତେବେ ସେ ନିଶ୍ଚୟ ପାହଡ଼ ଚଢ଼ିବେ । ହେଲେ କୃପିତ୍ତାଙ୍କର ଆଶା ସେ ବଡ଼ ହେଲେ ଆଙ୍କରିଂ କରିବେ। ତାଙ୍କୁ ଆଙ୍କରିଂ କରିବାରେ ଖୁସି ଲାଗେ । ବଡ଼ ଭଉଣୀକୁ ଦେଖି ସେ କାନ୍ଥ ଚଢ଼ିବା ଶିଖିଛନ୍ତି । ବାପା ମାଆଙ୍କ କହିବାନୁଯାୟୀ, ବଡ଼ ଝିଅ ଅକ୍ଷୀତା ଜନ୍ମରୁ ହିଁ ଭିନ୍ନ ଧରଣର । କୁନି ବୟସରୁ କାନ୍ଥ ଚଢ଼ିବାକୁ ସେ ଚେଷ୍ଟା କରିଛି ।
]]>ଦୋରନ୍ଦା ଟ୍ରେଜେରିରୁ ବେଆଇନ୍ ଭାବେ ୧୩୯ କୋଟି ୩୫ ଲକ୍ଷ ଟଙ୍କା ଉଠାଣ ଅଭିଯୋଗରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଜି ଶୁଣାଣି ବେଳେ ସେ କୋର୍ଟରେ ଉପସ୍ଥିତ ଥିଲେ। ଲାଲୁ ଯାଦବଙ୍କ ସମେତ ଅନ୍ୟ ୭୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୂଚନାଥାଉ କି, ୯୫୦ କୋଟି ଟଙ୍କାର ଚାରା ଦୁର୍ନୀତିର ଅନ୍ୟ ୪ଟି ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବେଆଇନ୍ ଭାବେ ସେ ଚାଇବସା ଟ୍ରେଜେରିରୁ ୩୭ କୋଟି ୭୦ ଲକ୍ଷ ଟଙ୍କା, ୩୩ କୋଟି ୧୩ ଲକ୍ଷ ଟଙ୍କା, ଦେଓଧର ଟ୍ରେଜେରିରୁ ୮୯ କୋଟି ୨୭ ଲକ୍ଷ ଓ ଡୁମକା ଟ୍ରେଜେରିରୁ ୩ କୋଟି ୭୬ ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ୨୦୧୭ ଡିସେମ୍ବରରୁ ସେ ଜେଲ୍ରେ ଥିଲେ। ଗତ ଏପ୍ରିଲରେ ତାଙ୍କୁ ଜାମିନ ମିଳିଥିଲା।
]]>ଦୈନନ୍ଦିନ ଜୀବନରେ ଏବେ ବିଭିନ୍ନ କାମକୁ ଅନ୍ଲାଇନ୍ ମାଧ୍ୟମରେ କରାଯାଉଛି । ପାନ ଦୋକାନୀ ଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସବୁଠାରେ ଅନ୍ଲାଇନ୍ ପେମେଣ୍ଟର ବ୍ୟବସ୍ଥା ହେଲାଣି । ହେଲେ କେବେ ଭାବିଛନ୍ତି ଆପଣଙ୍କ ପାଖକୁ ଭିକ ମାଗୁଥିବା ବ୍ୟକ୍ତି ବି ହୋଇପାରେ ଡିଜିଟାଲ୍ ।ବିହାରରେ ଏଭଳି ଭିନ୍ନ ଘଟଣା ଦେଖିବାକୁ ମିଳିଛି ।
ପ୍ରାୟ ଦୁଇ ଦଶଦ୍ଧି ଧରି ବିହାର ଜଣେ ଭିକାରୀ ବିତେୟାର ରାଜୁ ପଟେଲ ଷ୍ଟେସନରେ ବୁଲି ବୁଲି ଭିକ ମାଗୁଛନ୍ତି । ହେଲେ କରୋନା ତାଙ୍କ ଜୀବନଧାରାକୁ ବଦଳାଇ ଦେଲା । କଟକଣା ଯୋଗୁଁ ଷ୍ଟେସନ୍ରେ ରହିବାକୁ ମିଳିଲାନି । ଆଉ ଯେବେ ଷ୍ଟେସନ୍ ଖୋଲିଲା ସେତେବେଳେ ଖୁଚୁରା ନଥିବା କହି ବହୁ ଲୋକେ ଭିକ ଦେଲେନି । ଶେଷରେ ଡିଜିଟାଲ୍ ଇଣ୍ଡିଆ ସ୍ଲୋଗାନକୁ ଆପଣାଇ ରାଜୁ ପଟେଲ ନିଜର ଏକ ଆକାଉଣ୍ଟ ଖୋଲିଲେ । QR CODE ୱାଲା ପ୍ଲେଟ୍କୁ ବେକରେ ଝୁଲାଇ ଭିକ ମାଗିବା ଆରମ୍ଭ କରିଦେଲେ । ଫଳରେ ପୂର୍ବ ଅପେକ୍ଷା ଏବେ ତାଙ୍କୁ ଅଧିକ ଭିକ୍ଷ ମିଳୁଛି । କାରଣ ଲୋକମାନେ QR CODE ସିଧା ରାଜୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଉଛନ୍ତି । ଏହି ଡିଜିଟାଲ୍ ଭିକାରୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯାହାଙ୍କ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
]]>ଭିଡିଓ ଯାଞ୍ଚ ପରେ ଜଣାପଡ଼ିଥିଲା, ଭିଡିଓରେ ନଜର ଆସିଥିବା ଯୁବତୀ ଜଣକ ଗୋରୌଲ ଥାନା ଅନ୍ତର୍ଗତ ମଲିକାପୁରା ଅଞ୍ଚଳର ବୋଲି ଜଣାପଡ଼ିଛି। ଝିଅକୁ ଅପହରଣ କରାଯାଇଥିବା ନେଇ ସମ୍ପୃକ୍ତ ଯୁବତୀଙ୍କ ବାପା କିଛିଦିନ ପୂର୍ବେ ଗୋରୌଲ ଥାନାରେ FIR ରୁଜୁ କରିଥିଲେ।
FIR ରୁଜୁ ପରେ ସମ୍ପୃକ୍ତ ଯୁବତୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ପ୍ରଥମେ GOT MARRIED... ଲେଖି ଷ୍ଟାଟସ୍ ଦେଇଥିଲେ। ଏହାପରେ ଭିଡିଓ ଓ ଫଟୋ ଛାଡ଼ି ନିଜକୁ ସାବାଳିକା କହିବା ସହ ବାପା ଟେନ୍ସନ୍ ଦେଉଥିବା ଅଭିଯୋଗ ଆଣିଥିଲେ। ଅପହରଣ ନେଇ FIR ରୁଜୁ ପରେ ଯୁବତୀ ଜଣକ ପୋଲିସ୍ର ସହାୟତା ଲୋଡ଼ିଛନ୍ତି। ତାଙ୍କୁ କେହି ଅପହରଣ କରି ନାହାନ୍ତି କି ସେ ଅପହରଣ ହୋଇ ନାହାନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଯୁବତୀ କହିଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଯୁବତୀଙ୍କ ସହ ଜଣେ ଯୁବକ ନଜର ଆସିଛନ୍ତି। ସେ ତାଙ୍କ ନିଜ ଇଚ୍ଛାନୁସାରେ ବିବାହ କରିବା ସହ ବହୁତ ଖୁସି ଅଛନ୍ତି ବୋଲି ଯୁବତୀ କହିଛନ୍ତି। ନିଜ ମନ ପସନ୍ଦର ପୁଅକୁ ସେ ବାହା ହୋଇଛନ୍ତି। ତେଣୁ ତାଙ୍କୁ ଅଯଥାରେ ଟେନ୍ସନ୍ ଦିଅନ୍ତୁ ନାହିଁ ବୋଲି ଯୁବତୀ ପରିବାର ଲୋକଙ୍କୁ ଗୁହାରି କରିଛନ୍ତି।
ଭିଡିଓ ଭାଇରାଲ୍ ପରେ ଯୁବତୀ ଜଣକ କେଉଁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି। ତେବେ ଭାଇରାଲ୍ ଭିଡିଓରେ ଯୁବତୀ ଜଣକ ବଖାଣି ଥିବା କଥାର କେତେ ସତ୍ୟତା ଅଛି ସେନେଇ ପୋଲିସ୍ ତଦନ୍ତ ପରେ ଜଣାପଡ଼ିବ।
]]>ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ବହୁ ସଂଖ୍ୟକ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିପାରିନଥିଲେ। ବିକ୍ଷୋଭକାରୀମାନେ ଅନେକ ଜିନିଷ ଭଙ୍ଗାରୁଜା କରିବା ସହ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାସହ ଅନେକ ଟ୍ରେନ୍କୁ ଟାର୍ଗେଟ୍ କରି ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ପୋଲିସ୍ ଟ୍ରାକ୍ କ୍ଲିୟର କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।
ଜେହନାବାଦ ଟାଉନରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ରେଲ୍ୱେ ଟ୍ରାକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିବା ସହ ସରକାର ବିରୋଧି ସ୍ଲୋଗାନ ଦେଇଥିଲେ। ସୀତାମାରହିରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍ ଫାଙ୍କାରେ ଗୁଳି ଚଳାଇଥିଲା। ପାଟନା, ନୱାଡା, ମୁଜାଫରପୁର, ବକ୍ସର ଓ ଭୋଜପୁରରେ ମଧ୍ୟ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନେଇ ରେଲ୍ୱେ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ବିକ୍ଷୋଭକାରୀଙ୍କ ଅଭିଯୋଗ, ଚୂଡ଼ାନ୍ତ ଚୟନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଅନିୟମିତତା ହୋଇଛି। ଯେଉଁମାନେ RRB-NTPC ପାଇଁ କମ୍ପ୍ୟୁଟର ଆଧାରିତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇ ପାସ୍ ହୋଇଥିଲେ, ସେମାନେ ପରୀକ୍ଷାରେ ଅନିୟମିତତା କରିଛନ୍ତି। ୨୦୧୯ରେ ପ୍ରକାଶ ପାଇଥିବା RRB ବିଜ୍ଞପ୍ତିରେ କେବଳ ଗୋଟିଏ ପରୀକ୍ଷା ହେବାନେଇ ଉଲ୍ଲେଖ କରାଯାଇଥିଲା। ଆଉ ଏବେ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।
ଏହି ପ୍ରସଙ୍ଗ ସେତେବେଳେ ତେଜି ଥିଲା, ଯେତେବେଳେ ଜାନୁଆରୀ ୧୫ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହି ସମୟରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା।
ଅନ୍ୟପକ୍ଷେ, ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ପରେ ରେଲ୍ୱେ NTPC ଓ Level 1 ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଭିନ୍ନ ରେଳ ନିଯୁକ୍ତି ବୋର୍ଡ (ଆରଆରବି) ଅଧୀନରେ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଯେଉଁମାନେ ପରୀକ୍ଷାରେ ଫେଲ୍ ହୋଇଛନ୍ତି ସେମାନଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏହା ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।
]]>Railway constitutes High Power Committee to look into Concerns of Candidates over NTPC CBT-1 Result.
— Ministry of Railways (@RailMinIndia) January 26, 2022
Candidates may submit their Grievances to Committee till 16th February, 2022https://t.co/6zNKijDA7q pic.twitter.com/7gAmAOUhFY
ସୂଚନା ଅନୁସାରେ, ବକ୍ସର ସ୍ଥିତ ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ସାଧାରଣତନ୍ତ୍ର ଦିବସ ଅବସରରେ ସ୍କୁଲ୍ରେ ଜାତୀୟ ପତାକା ଉତ୍ତୋଳନ ବେଳେ ସ୍କୁଲ୍ ଛାତ୍ରମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ବକ୍ସର ସଦର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଛାତ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପତାକା ଉତ୍ତୋଳନ ପାଇଁ ଛାତ୍ରମାନେ ସ୍କୁଲ୍ରେ ପହଞ୍ଚି ଥିଲେ। ଏହି ସମୟରେ ପତାକା ଲାଗିଥିବା ଖମ୍ବ(ପାଇପ୍)ରେ କରେଣ୍ଟ୍ ଚାର୍ଜ ହୋଇଯାଇଥିଲା। ଫଳରେ ଛାତ୍ରମାନେ ଏହା ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଆହତ ଛାତ୍ରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଜଣେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଛାତ୍ରଙ୍କ ଚିକିତ୍ସା ଚାଲିଛି।
ଘଟଣାକୁ ନେଇ ବକ୍ସର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। କେଉଁ ପରିସ୍ଥିତି ପାଇପ୍ରେ କରେଣ୍ଟ ଚାର୍ଜ ହେଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି।
]]>ସୂଚନା ଅନୁସାରେ, ମଧେପୁରାର ଜଣେ ବୃଦ୍ଧ ୧୧ ଥର କରୋନା ଟିକା ନେଇ ନିଜକୁ କରୋନା କବଳରୁ ସୁରକ୍ଷିତ ରଖିଥିବା ଜଣାପଡ଼ିଛି। ଏହାସହ ଭ୍ୟାକ୍ସିନ୍କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ ସେ କହିଛନ୍ତି। ୧୧ଥର କରୋନା ଟିକା ନେଇ ୮୪ ବର୍ଷୀୟ ଏହି ବୃଦ୍ଧଙ୍କ ଦାବି ପରେ ବିହାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳଙ୍କ କହିବା ଅନୁସାରେ, ସେ ୧୧ଥର କରୋନା ଟିକା ନେଇ ସାରିଛନ୍ତି। ଟିକା ନେବା ଯୋଗୁ ଅନେକ ରୋଗଦାଉରୁରୁ ରକ୍ଷା ପାଇଛନ୍ତି। ୧୨ଥର ଲାଗି କରୋନା ଟିକା ନେବା ପାଇଁ ଯେତେବେଳେ ସେ ଚୌସା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ, ସେହି ସମୟରେ ଭ୍ୟାକ୍ସିନ୍ ଉପଲ୍ଲବ୍ଧ ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ୧୧ଥର କରୋନା ଟିକା ନେବା ପରେ ମଧ୍ୟ ବ୍ରହ୍ମାଦେବଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ।
କେଉଁ କେଉଁ ଦିନ ସେ କରୋନା ଟିକା ନେଇଥିଲେ ଏହାର ସମ୍ପୂର୍ଣ୍ଣ ତଥ୍ୟ ତାଙ୍କ ପାଖରେ ଥିବା ବ୍ରହ୍ମାଦେବ କହିଛନ୍ତି। ୨୦୨୧ ମସିହା ଫେବୃଆରୀ ୧୩ରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏହାପରେ ମାର୍ଚ୍ଚ ୧୩, ମେ’ ୧୯, ଜୁନ୍ ୧୬,ଜୁଲାଇ ୨୪, ଅଗଷ୍ଟ ୩୧, ସେପ୍ଟେମ୍ବର ୧୧, ସେପ୍ଟେମ୍ବର ୨୨, ସେପ୍ଟେମ୍ବର ୨୪ରେ କରୋନା ଟିକା ନେଇଥିଲେ। ୧୦ମ ଥର ଲାଗି ଖଗଡିଆରେ କରୋନା ଟିକା ନେଇଥିଲେ। ୨୦୨୧ ମସିହା ଡିସେମ୍ବର ୩୦ରେ ସେ ୧୧ଥର ପାଇଁ ଭାଗଲପୁରର କହଲଗାଁରେ କରୋନା ଟିକା ନେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମାଦେବ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେଇଥିଲେ ସେହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୋଟିସ୍ ପଠାଯାଇ ଜବାବ ମଗାଯାଇଛି।
]]>
Bihar: "87 doctors of Nalanda Medical College and Hospital in Patna have tested positive for COVID-19. All of them are either asymptomatic or have mild symptoms and are in isolation on the hospital campus," Patna DM Chandrashekhar Singh said on Sunday
— ANI (@ANI) January 3, 2022
ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଜୁନିଅର ଡାକ୍ତର, ଇଣ୍ଟର୍ଣ୍ଣ ଓ ପିଜି ଛାତ୍ର ଅଛନ୍ତି। ପଜିଟିଭ୍ ଚିହ୍ନଟ ସମସ୍ତ ଡାକ୍ତର ଲକ୍ଷଣ ବିହୀନ କିମ୍ବା କିଛି ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି। ସମସ୍ତଙ୍କୁ ହସ୍ପିଟାଲ୍ କ୍ୟାମ୍ପସରେ ସଂଗରୋଧରେ ରଖା ଯାଇଛି ବୋଲି ପାଟନା ଡିଏମ୍(District Magistrate) ଚନ୍ଦ୍ରଶେଖର ସିଂ କହିଛନ୍ତି। ଏକାସଙ୍ଗେ ଏତେ ସଂଖ୍ୟକ ଡାକ୍ତର ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।
ସୂଚନାଥାଉ କି, ଗତ ସପ୍ତାହରେ ବିହାରରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଡାକ୍ତର ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
]]>ବିହାର ଗୟା ଜିଲ୍ଲା ଲହଟୁଆ ଅଞ୍ଚଳର ପଛୁଆ ଗାଁ କୋଠଲିଆ ବିକାଶର ରଥ ଏଠି ପହଞ୍ଚିବା ତ ଦୂରର କଥା, ଚାଷ ପାଇଁ ପାଣି ବି ପହଞ୍ଚୁନଥିଲା। ଜଳକ୍ଳିଷ୍ଟ ଇଲାକାରେ ଲୋକମାନେ କେବଳ ବର୍ଷାଜଳ ଉପରେ ନିର୍ଭର କରି ଅଳ୍ପ କିଛି ଚାଷ କରୁଥିଲେ। ହେଲେ ସେମାନଙ୍କ ପାଇଁ ଭଗିରଥ ସାଜିଲେ ଲୌଙ୍ଗି ଭୂଇୟାଁ। ବିନା କାହାର ସହଯୋଗରେ, ଏକାକି ଖୋଳିଦେଲେ ୩ କିଲୋମିଟର ଦୀର୍ଘ କେନାଲ୍ ଟିଏ। ପାହାଡ଼ ତଳ ନଦୀରୁ ଗାଁ ପୋଖରୀ ଯାଏଁ ପାଣି ଆଣିବାକୁ ତାଙ୍କୁ ଲାଗିଗଲା ୩୦ ବର୍ଷ।
୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା। ଏବେବି ନିଇତି ସକାଳ ହେଲେ କୋଡ଼ି କୋଦାଳ ଧରି ବାହାରି ଯାଉଛନ୍ତି ନିଜ କର୍ମସ୍ଥଳକୁ। ନିଜ ଯୌବନକୁ ଜଳାଞ୍ଜଳି ଦେଇ ଗୋଟିଏ ୩ କିଲୋମିଟର ଲମ୍ବ କେନାଲ୍ ଖୋଳିବା କାମ ସେ ସମ୍ପୂର୍ଣ୍ଣ କରିବା ପରେ, ସେ ପରିଣତ ବୟସରେ ବି ଆଉ ଏକ କେନାଲ୍ ଖୋଳିବାର ସ୍ୱପ୍ନ ଦେଖୁଛନ୍ତି ଖାଲି ଦେଖୁନାହାନ୍ତି, କାମ ବି ଆରମ୍ଭ କରିସାରିଛନ୍ତି।
ଦଶରଥ ମାଂଝୀ, ବିହାରର ଆଉ ଜଣେ ଚର୍ଚ୍ଚିତ ଓ ପ୍ରଶଂସିତ ବ୍ୟକ୍ତିତ୍ୱ। ବିହାର ଗେହଲୌରର ଦଶରଥ ନିଜ ହାତରେ ଖୋଳିପକାଇଥିଲେ ବିରାଟ ପାହାଡ଼। ଯାହାକି ତାଙ୍କୁ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ପରିଚିତ କରାଇଥିଲା ମାଉଣ୍ଟେନ୍ ମ୍ୟାନ୍ ଭାବେ। ବର୍ଷ ବର୍ଷ ଧରି ରକ୍ତକୁ ଝାଳ କରି ସେ ବୁହାଇ ଦେଇଥିଲେ। ତାଙ୍କ ସଂଘର୍ଷ ଓ ସାଧନାର କାହାଣୀକୁ ନେଇ ବଲିଉଡ୍ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି।
ତେବେ ସେହି ବିହାର ଗୟାର ଲୌଙ୍ଗି ଭୂଇଆଁଙ୍କ କଥା ପ୍ରଚାର ହେବା ପରେ, ତାଙ୍କୁ ଅନେକେ କେନାଲ୍ ମ୍ୟାନ୍ ଓ ଦ୍ୱିତୀୟ ଦଶରଥ ମାଂଝୀ ବୋଲି ମଧ୍ୟ କହୁଛନ୍ତି। ଗତବର୍ଷ ପ୍ରଥମ କେନାଲ୍ ଖୋଳିବା ବେଳେ, ଲୌଙ୍ଗି କହିଥିଲେ ଯେ, ସେ ଜୀବନରେ ଆଉ କିଛି ଚାହାନ୍ତିନି, କେବଳ ଗୋଟିଏ ଟ୍ରାକ୍ଟର ବ୍ୟତୀତ। ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ପରେ ନିଜେ ଟୁଇଟ୍ କରି ତାଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ରାକ୍ଟର ପାଇ ବେଶ୍ ଲୌଙ୍ଗି ଖୁସି ହୋଇଥିଲେ।
]]>ଝଞ୍ଝାରପୁର କୋର୍ଟ ADJ ଅଭିନାଶ କୁମାର ଅଭିଯୁକ୍ତ ଲଲନ କୁମାର ସାଫିଙ୍କ ଜାମିନ ମଞ୍ଜୁର କରିଛନ୍ତି। ତେବେ ଅଭିଯୁକ୍ତ ପୀଡିତାଙ୍କ ସହ ସମସ୍ତ ମହିଳାଙ୍କ ଲୁଗା ୬ ମାସ ପାଇଁ ବିନା ମୂଲ୍ୟରେ ସଫା କରିବା ସହ ଆଇରନ କରି ଦେବେ ବୋଲି କୋର୍ଟ କହିଛନ୍ତି। ୨୦ ବର୍ଷ ବୟସ୍କ ଅଭିଯୁକ୍ତ ଜଣେ ଧୀବର। ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ତାଙ୍କୁ ଗତ ଏପ୍ରିଲରେ ଗିରଫ କରିଥିଲା। ତାଙ୍କ ଓକିଲ ଯୁକ୍ତି ବାଢିଛନ୍ତି, ଅଭିଯୁକ୍ତ ୨୦ ବର୍ଷର ହୋଇଥିବାରୁ ତାଙ୍କୁ କ୍ଷମା ଦିଆଯାଉ। ଅଭିଯୁକ୍ତଙ୍କର ଲୁଗା ସଫ କୌଳିକ ବୃତ୍ତି ହୋଇଥିବାରୁ ସେ କୋର୍ଟ ଦେଇଥିବା ଆଦେଶ ମାନିବେ ଏବଂ ଲୋକଙ୍କର ସେବା କରିବେ। ଏହା ପରେ କୋର୍ଟ ତାଙ୍କର ଜାମିନ ମଞ୍ଜୁର କରିଛନ୍ତି।
କୋର୍ଟ ଅଭିଯୁକ୍ତଙ୍କୁ ଲୁଗା ସଫା ଓ ଆଇରନ କରିବା ଦଣ୍ଡ ଦେବା ସହ ୧୦ ହଜାର ଲେଖାଏ ୨ଟି ସିକ୍ୟୁରିଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ମାସ ପରେ ଅଭିଯୁକ୍ତଙ୍କୁ ଗାଁ ସରପଞ୍ଚ କିମ୍ବା କୌଣସି ସରକାରୀ ଅଫିସରଙ୍କ ପକ୍ଷରୁ ମାଗଣା ସେବା କରିବା ନେଇ ଏକ ସାର୍ଟିଫିକେଟ ଦେବେ।
ଏଠି କହିରଖିବୁ, ଝାଞ୍ଝରପୁର ADJ ଅଭିନାଶ କୁମାର ଏକାଧିକବାର ଏପରି ଅଭିନବ ରାୟ ଶୁଣାଇ ଚର୍ଚ୍ଚାକୁ ଆସିଛନ୍ତି। ଅଗଷ୍ଟ ୨୦୨୧ରେ ଏକ ରାୟ ଶୁଣାଇ ଜଣେ ଶିକ୍ଷକଙ୍କୁ ଗାଁରେ ମାଗଣା ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କରୋନା ଲକ୍ ଡାଉନ ସମୟରେ ସ୍କୁଲ ଖୋଲିଥିବା ନେଇ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
ପାଟନାର ସଞ୍ଜୀବ କୁମାରଙ୍କ ସ୍ତ୍ରୀ ଗତ ପାଞ୍ଚ ବର୍ଷ ଧରି ତାଙ୍କ ଶ୍ୱଶୁର ଘରେ ଅଛନ୍ତି, ଘରକୁ ଫେରୁନି । ସ୍ତ୍ରୀର ଫେରିବା ବାଟକୁ ଅପେକ୍ଷା କରି କରି ସ୍ୱାମୀ ଆଖିରୁ ପାଣି ମରିଗଲାଣି । ସେପଟେ ସ୍ତ୍ରୀକୁ ଭେଟିବାକୁ ମଧ୍ୟ ଦେନାହାଁନ୍ତି ଶ୍ୱଶୁର ଘରେ ଲୋକ । ଶେଷରେ କିଡନୀ ବିକ୍ରି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । କିଡନୀ ବିକ୍ରି କଲା ପରେ ଯେଉଁ ଟଙ୍କା ପାଇବେ, ସେହି ଟଙ୍କା ଶ୍ୱଶୁର ଘର ଲୋକଙ୍କୁ ଦେଇ ସ୍ତ୍ରୀଙ୍କୁ ଫେରାଇ ଆଣିବେ ବୋଲି ମନସ୍ଥ କରିଛନ୍ତି । ତେବେ ଏହା ପରେ ବି ସମାଧାନ ନହେଲେ ଆତ୍ମହତ୍ୟା କରିଦେବେ ବୋଲି ଯୁବକ ଜଣକ ଚେତାବନୀ ଦେଇଛନ୍ତି ।
ସଞ୍ଜୀବଙ୍କ ହାତରେ ଅଛି ବଡ଼ ପୋଷ୍ଟର । ଆଉ ପୋଷ୍ଟରରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ସେ ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ କିଡନୀ ବିକ୍ରି କରିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ଶାଶୁ, ପତ୍ନୀ ଏବଂ ଶଳାଙ୍କ ବ୍ଲାକମେଲିଂ କାରଣରୁ ସେ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ।
ପୋଲିସ ଓ ପ୍ରଶାସନ ଶୁଣୁନଥିବା ଅଭିଯୋଗ
ସମସ୍ୟାର ସମାଧାନ ପାଇଁ ସଞ୍ଜୀବ ପୋଲିସ୍ ଓ ପ୍ରଶାସନ ପାଖରେ ଗୁହାରୀ କରୁଛନ୍ତି । ଶ୍ୱଶୁର ଘରଲୋକ ତାଙ୍କୁ ୫ ବର୍ଷ ହେଲାଣି ସ୍ତ୍ରୀ ସହିତ ଭେଟିବାକୁ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଯେତେବେଳେ ସ୍ତ୍ରୀଙ୍କୁ ଭେଟିବାକୁ ଯାଆନ୍ତି, ଶଶୁର ଘର ଲୋକମାନେ ତାଙ୍କୁ ମାଡ଼ ମାରି ବିଦା କରିଦିଅନ୍ତି । ଏହାସହ ସବୁବେଳେ ଟଙ୍କା ମଧ୍ୟ ଦାବି କରନ୍ତି । ଏପରିକି ପ୍ରଶାସନ ମଧ୍ୟ ସଞ୍ଜୀବଙ୍କୁ ସାହାଯ୍ୟ କରୁନାହାଁନ୍ତି, ଯେଉଁଥିପାଇଁ ସେ ସଂପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି । ଏପରି ସ୍ଥିତିରେ ସେ ବୁଝିପାରୁନାହାଁନ୍ତି କି କଣ କରିବେ ବୋଲି କହିଛନ୍ତି ।
]]>ଡାକ୍ତରମାନେ କହିଥିଲେ ଯେ ଏହା କରୋନାର ତୃତୀୟ ଲହର ନୁହେଁ। ପାଟଣାର PMCH ସମେତ ସମସ୍ତ ବଡ ବଡ଼ ଡାକ୍ତରଖାନାରେ ବେଡ଼୍ ପୂରା ହୋଇଛି ଯାହାକୁ ବିହାର ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ଆ ଉ ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ବିହାର ସରକାର । ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଯାଇ ସେଠାରେ ସ୍ଥିତିର ଆକଳନ କରି ଏକ ରିପୋର୍ଟ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।
ଏଥି ସହିତ ଭାଇରାଲ ଜ୍ୱର ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ଯେ ସମସ୍ତ ଜିଲ୍ଲା ଡାକ୍ତରଖାନା ପରିଦର୍ଶନରେ ଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିର ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି। ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି। କିନ୍ତୁ ଡାକ୍ତରମାନେ ଏହାକୁ ଭାଇରାଲ ଜ୍ୱର କହୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଏହାସହ ସମସ୍ତ ସରକାରୀ ଡାକ୍ତରଖାନାରେ ପିଲାମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ବ୍ୟକ୍ତିଗତ ଭାବରେ ସମଗ୍ର ବିଷୟ ଉପରେ ନଜର ରଖିଛି ଏବଂ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି।
ପାଟନାରେ ମଧ୍ୟ ଭାଇରାଲ ଜ୍ୱର ହେଉଥିବା ଖବର ମିଳିଛି। ପାଟଣାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଗୋଟିଏ ବି ବେଡ଼୍ ଏବେ ଖାଲି ନାହିଁ। ଏଥିସହିତ, ପାଟନାରେ ଥିବା ଅନେକ ଘରୋଇ ମେଡ଼ିକାଲର ବେଡ଼୍ ମଧ୍ୟ ଖାଲି ନାହିଁ। | ଡାକ୍ତରଙ୍କ କହିବାନୁସାରେ, ଏହି ଭାଇରାଲ୍ ଜ୍ୱର ହେଉଛି କରୋନାର ଏକ ପାର୍ଶ୍ୱ ପ୍ରତିକ୍ରିୟା, ଏବଂ ସେଥିପାଇଁ ପିଲାମାନେ ଥଣ୍ଡା, କାଶଠାରୁ ଆରମ୍ଭ କରି ଶ୍ୱାସ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁବଶୀଘ୍ର ପିଲାମାନେ ସୁସ୍ଥ ହୋଇଯିବେ।
]]>ବିଧାୟକ ଜଣକ ତାଙ୍କ ସ୍କର୍ପିଓ ଗାଡ଼ିରେ ପାଖାପାଖି ୫୧ ଲିଟର ଡିଜେଲ ପକାଇଥିଲେ, ଆଉ ପମ୍ପରେ ତେଲ ପକାଇବା ପରେ ଗଣି ଗଣି ଟଙ୍କା ଦେଇଥିଲେ ବିଧାୟକ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗାଡ଼ିଟି ମାତ୍ର ୫୦୦ ମିଟର ଯିବା ପରେ ବନ୍ଦ ହୋଇଯାଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କଲେ ବି ତାହା ଆଗକୁ ଗଡ଼ିନଥିଲା।
ତେବେ ଘଟଣାଟି ମେହେସି ପୋଲିସ ଷ୍ଟେସନ ଅନ୍ତର୍ଗତ ମା ବିଦାସାନୀ ପେଟ୍ରୋଲ ପମ୍ପରେ ଘଟିଥିବା ଜଣାପଡ଼ିଛି । ବିଧାୟକ ଜଣକ କୃଷି ବିଭାଗର ଏକ ବୈଠକରେ ଯୋଗ ଦେବା ଲାଗି ଯାଉଥିବା ସମୟରେ ତାଙ୍କ ସହ ଏମିତି ଘଟଣା ଘଟିଛି। କାହିଁକି ଗାଡ଼ି ଷ୍ଟାଟ୍ ହେଉନାହିଁ ବିଧାୟକ ଜଣକ ଜାଣିବା ପାଇଁ ଚାହିଁଥିଲେ। ଆଉ ଘଟଣା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କାରଣ ମେକାନିକ ଜଣକ କହିଥିଲେ ଯେ ଗାଡ଼ି ଟ୍ୟାଙ୍କିରେ ତେଲ ନାହିଁ କେବଳ ପାଣି ଅଛି। ଘଟଣା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ପରେ ବିଧାୟକ ଜଣକ ନିକଟସ୍ଥ ପୋଲିସ ଷ୍ଟେସନ୍ରେ FIR ମଧ୍ୟ ଦେଇଥିଲେ। ବିଧାୟକ ବିରେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ଅଭିଯୋଗ କ୍ରମେ ଚାକିଆ ଏସଡିଓ ଥାନାଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଗାଡ଼ି ଟାଙ୍କି ଯାଂଚ କରିବା ପାଇଁ କହିଥିଲେ। ଆଉ ଟାଙ୍କିରୁ ତେଲ ବଦଳରେ କେବଳ ପାଣି ବାହାରିଥିଲା। ତଦନ୍ତ ସରିବା ପରେ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଏମିତି ଘଟଣା କେମିତି ଘଟିଲା ଓ ଏଥିପାଇଁ କିଏ ଦାୟୀ ତାହାର ଜବାବ ଦେବା ପାଇଁ ନିର୍ଦ୍ଦେଶ ହୋଇଛି।
]]>ଲାଲଗଞ୍ଜ ରେଫରାଲ ହସପିଟାଲ ଏକ ସପ୍ତାହ ଧରି ପାଣିଘେରରେ ରହିଛି। ଏଥିପାଇଁ ସେଠାକାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।
ଏଭଳି ପରିସ୍ଥିତି ଦେଖିବାକୁ ମିଳିବ ବୋଲି ମମତା କଦାପି କଳ୍ପନା କରି ନଥିଲେ। ଏପରି ପରିସ୍ଥିତି ମଙ୍ଗଳବାର୍ ଗାଁର ଏକ ମହିଳା ପିଙ୍କି ଦେବୀଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ତା ପରଦିନ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଭଳି ପରିସ୍ଥିତି ଘଟିବା ପରେ ସରକାର ଏବଂ ମେଡିକାଲ୍ କର୍ତ୍ତୁପକ୍ଷ କେତେ ଦୂର ସଚେତନ ହେଉଛନ୍ତି ତାହା ଦେଖିବାକୁ ରହିଲା। ସରକାରଙ୍କ ଟିକେ ଅବହେଳା କାରଣରୁ ଦୁଇ ଦୁଇଟି ଗର୍ଭବତୀ ମହିଳାଙ୍କ ଜୀବନ ଯାଉ ଯାଉ ବଞ୍ଚିଗଲା।
]]>ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।
ସ୍ୱାମୀ ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପୂରା ବର୍ଣ୍ଣନା କରିଥିଲେ। ଆଉ ସାଙ୍ଗେ ସାଙ୍ଗେ ପୋଲିସ ମଧ୍ୟ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିବା ନେଇ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ତେଣୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୁଏ। କିନ୍ତୁ ସ୍ଥିତି ଏମିତି ହେବ ବୋଲି କେହି ଭାବିନଥିଲେ। ସେପଟେ ସ୍ତ୍ରୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
]]>ସେପଟେ, ଗୃହରେ ଥମିବାରେ ନା ନେଉନାହିଁ ପେଗାସସ୍ ଝଡ଼। ବିଶେଷ କରି ପେଗାସସ୍ ଗୁପ୍ତଚର ବିବାଦ ଏବଂ ଚାଷୀଙ୍କ ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ନାକେଦମ୍ କଲେଣି। ପ୍ରଥମେ ସୋମାନଙ୍କ ସହ ଆଲୋଚନା କରନ୍ତୁ ସରକାର ପରେ ଗୃହ ଶାନ୍ତିରେ ଚାଲିବ ବୋଲି ବିରୋଧୀମାନେ ନାରା ଦେଉଛନ୍ତି। ବିରୋଧୀ ଦଳର ପ୍ରବଳ ହୋହାଲ୍ଲା ପାଇଁ ସୁରୁଖୁରୁରେ ଚାଲିପାରୁନାହିଁ ଗୃହ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସଂସଦ ବାହାରେ ମଧ୍ୟ ବିରୋଧୀମାନେ ପ୍ରବଳ ହୋହାଲ୍ଲା କରୁଛନ୍ତି।
ତେବେ ପୂର୍ବରୁ ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ପେଗାସସ ସ୍ନୁପିଂକୁ ନେଇ ଜୁଲାଇ ୨୨ରେ ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ତୃଣମୂଳ କଂଗ୍ରେସର ସଦସ୍ୟମାନେ କାଗଜ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ । ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟମାନେ ନାରାବାଜି ଦେବା ସହ ବିବୃତି କାଗଜ ଚିରିକି ଫିଙ୍ଗିଥିଲେ । ଯାହାକୁ ନେଇ ପୂରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା।
]]>ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।
ଏହାସହ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ଉପରେ ଆମେ କଦାପି ଆପୋଷ ବୁଝାମଣା କରିପାରିବୁ ନାହିଁ। ଯଦି ଏହାକୁ ନେଇ କେହି ଦୁଃଖ ପ୍ରକାଶ କରନ୍ତି ତେବେ ଆମ୍ଭେମାନେ ସେମାନଙ୍କୁ କୌଣସି ସାହାଯ୍ୟ କରିପାରିବୁ ନାହିଁ। ସେପଟେ, ବିଧାୟକ ଗୋପାଳ ମଣ୍ଡଳ ମଧ୍ୟ ସମାନ ବିବୃତ୍ତି କିଛି ଦିନ ତଳେ ଦେଇଥିଲେ। ସେ କହିଥିଲେ ନୀତିଶଙ୍କୁ ଦେଶର ନେତା ବୋଲି ସାଧାରଣ ଲୋକ ଗ୍ରହଣ କରିବାକୁ ଲାଗିଲେଣି। ଏମିତିକି ନୀତିଶ ବିହାର ନୁହେଁ ବରଂ ଦିଲ୍ଲୀରେ ବସିବେ ବୋଲି ଗୋପାଳ କହିଥିଲେ।
ତେବେ ପୂର୍ବରୁ ଆରଜେଡି କହିଥିଲା ଯେ, ନୀତିଶ କୁମାର ଯଦି ଏନଡିଏରୁ ଅଲଗା ହୁଅନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ଆରଜେଡି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ। ଏହାସହ ନୀତିଶ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି ଆରଜେଡି କହିଥିଲା । ତେବେ ଆର୍ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି। ଆର୍ଜେଡିର ବରିଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଥିଲେ ଯେ, ନୀତୀଶ ଆର୍ଜେଡିର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି। ଆଉ ଆଜିର ଚର୍ଚ୍ଚାକୁ ନେଇ ଖୋଦ୍ ନୀତିଶ ମଧ୍ୟ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।
]]>