ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍ ଗଣତି।
Bihar Election News in Odia
ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଏହିସବୁ ଘୋଷଣା କରିଛନ୍ତି....
- ନିର୍ବାଚନର ଶେଷ ଦିନ କ୍ୱାରେଣ୍ଟିନ୍ରେ ଥିବା କରୋନା ଆକ୍ରାନ୍ତ ମେଡିକାଲ୍ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମତଦାନ କେନ୍ଦ୍ରରେ ମତଦାନ କରିପାରିବେ।
- ଭୋଟ୍ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି: ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ। ପୂର୍ବରୁ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ୍ ଗ୍ରହଣ ହେଉଥିଲା। ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଏହି ନିୟମ ଲାଗୁ ହେବ ନାହିଁ।
- ପ୍ରାର୍ଥୀମାନେ ଅନ୍ଲାଇନ୍ ପ୍ରାର୍ଥିପତ୍ର ଓ ସତ୍ୟପାଠ ଦାଖଲ କରିବେ।
- ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାର କରାଯାଇ ପାରିବ।
- ଘରକୁ ଘର ବୁଲି ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ରହିପାରିବେ।
- ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନାନୁଯାୟୀ ଦଣ୍ଡ ମିଳିବ। ସେହିପରି ଫେକ୍ ନ୍ୟୁଜ୍, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି।
- ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।
ସୂଚନାଥାଉ କି, ନଭେମ୍ବର ୨୯ରେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।
Also Read In English
]]>