Update on newly detected & cured #COVID19 cases in the last 24 hrs under the BMC area on 2nd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/WIUC9NdZgy— BMC (@bmcbbsr) July 2, 2020
ହୋମ୍ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ପୁରୁଷ ଥିବାବେଳେ ୨ଜଣ ମହିଳା ଅଛନ୍ତି। ଟଙ୍କପାଣି ରୋଡ ଅଞ୍ଚଳରୁ ୫ଜଣ ହୋମ୍ କ୍ୱାରେଣ୍ଟନ୍ରୁ ଚିହ୍ନଟ ହୋଇଥିବାବେଳେ ନୂଆଗାଁ ଅଞ୍ଚଳରୁ ୨ଜଣ, ୟୁନିଟ୍-୧ରୁ ଜଣେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ୫ଲୋକାଲ କେସ୍ ମଧ୍ୟରୁ ଜଣେ ଖଣ୍ଡଗିରି ଶରଧାବାଲି ବସ୍ତିରୁ ୨୧ବର୍ଷୀୟ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗି ଅଞ୍ଚଳରୁ ଜଣେ ଯୁବକ, ସାଲିଆସାହିର ଜଣେ ରେଲୱେ ଷ୍ଟାଫ୍ ଓ ନୀଳାଦ୍ରୀ ବିହାରର ୫୭ବର୍ଷୀୟ ବ୍ୟକ୍ତି ଓ ନୀଳଚକ୍ର ନଗରର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
]]>ଅଧିକ କରୋନା ଖବର ପଢ଼ନ୍ତୁ
ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଲୋକାଲ୍ କଣ୍ଟାକ୍ଟସ୍ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍ପୋର୍ଟ ଅଫିସ୍ ଅଞ୍ଚଳରୁ ୪, ଲକ୍ଷ୍ମୀବଜାର ବସ୍ତି(ଶିରିପୁର)ରୁ ଜଣେ, ଅଶୋକ ନଗର ଅଞ୍ଚଳରୁ ଜଣେ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ଜଣେ, ଏକ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ସରକାରୀ ହସ୍ପିଟାଲ୍ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ହୋମ୍ କ୍ୱାରେଣ୍ଟିନ୍ କେସ୍ ମଧ୍ୟରେ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଓ ଜଣେ ରେଲ୍ୱେ ଷ୍ଟାଫ୍ ଅଛନ୍ତି।
ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବାବେଳେ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ:ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ
]]>
ଆପୋଲ ହସ୍ପିଟାଲ୍ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା।
ଭୁବନେଶ୍ୱରରେ ଏଯାବତ୍ ୧୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
]]>ଲୋକାଲ କଣ୍ଟାରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ହୋଇଥିବାବେଳେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଅଛନ୍ତି।
ଏଥିସହିତ ଏୟାରପୋର୍ଟ କଲୋନୀ, କୋଳଥିଆ PPL କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।
]]>Update on newly detected & cured #COVID19 cases in the last 24 hrs under the BMC area on 3rd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/P6YObKrzAj— BMC (@bmcbbsr) July 3, 2020
ସୂଚନାଥାଉ କି, ରାଜ୍ୟରେ ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, ନୟାଗଡ଼ ଓ ବାଲେଶ୍ୱରରୁ ୧୩ଜଣ ଲେଖାଏ, କଟକରୁ ୨୦, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏ, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ଗଞ୍ଜାମରୁ ୩୨, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୦ ଓ ସମ୍ବଲପୁରରୁ ୫ଜଣ ଆକ୍ରାନ୍ତ ଅଛନ୍ତି।
ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍ ମୁକାବିଲା କରି ଫେରିଥିବା ଏନ୍ଡିଆର୍ଏଫ୍ର ଆଉ ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ
]]>ଆହୁରି ପଢ଼ନ୍ତୁ: ରାଜ୍ୟରେ ଆଉ 143 କରୋନା ଆକ୍ରାନ୍ତ ଚିହ୍ନଟ
କରୋନାରେ ଆକ୍ରାନ୍ତ ହୋଇଥିବା ଆପୋଲୋ କର୍ମଚାରୀ ୨୫ ବର୍ଷର ଯୁବକ ଓ ସେ ପୂର୍ବରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସୁରତ୍ ଲିଙ୍କ୍ ଥିବା ଜଣାଯାଇଛି। ତାଙ୍କ ପରିବାରରୁ ଜଣ ସୁରତ୍ ଯାଇଥିଲେ। ଏହି ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମନଗରର ଜଣେ ୬୭ ବର୍ଷ ବୟସ୍କ ବୃଦ୍ଧ। ସେ ହୋମ କ୍ୱାରେଣ୍ଟାଇନ୍ରେ ଥିଲେ।
ସୂଚନାଥାଉ କି, ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ ୨ ଟି ଲୋକାଲ ଥିବା ଜଣାଯାଇଛି।
ଏମାନଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ ୩ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨ଜଣ, ଗଜପତିରୁ ୭ଜଣ, କନ୍ଧମାଳରୁ ୧୫ଜଣ, କଳାହାଣ୍ଡିରୁ ୨ଜଣ, ଗଞ୍ଜାମ ଓ ପୁରୀରୁ ୩ଜଣ ଲେଖାଏ, ମୟୂରଭଞ୍ଜରୁ ୯ଜଣ, ସମ୍ବଲପୁରରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ODRAF/ NDRF/Fire Servicesର ୫୪ ଜଣ ଅଛନ୍ତି।
]]>