ଏହା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ । ଯାହାଦ୍ୱାରା ୩ଶହ ମିଟର ଯାଏଁ ଦୃଶ୍ୟମାନ ଦୂରତାରେ ବିମାନ ଅବତରଣ କରିପାରିବ । ଏବେ ୫ଶହ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି । କ୍ୟାଟ-୨ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୨ ଏକର ଜମି ବିମାନ ବନ୍ଦର ନାମରେ କରିଥିଲେ ବି ଜବରଦଖଲ ସମସ୍ୟାରୁ ହସ୍ତାନ୍ତର ହୋଇପାରିନି । ରାଜ୍ୟ ସରକାର ଶୀଘ୍ର ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଜମି ମିଳିଲେ ମେ’ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦର ହେବ କ୍ୟାଟ-୨ ଦୃଶ୍ୟମାନ ବିମାନ ବନ୍ଦର ।
]]>ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ଏହି ଷ୍ଟେଟ୍ ଅଫ୍ ଦି ଆର୍ଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମକୁ ଗତ ଦୁଇ ମାସ ହେଲା ଟେଷ୍ଟିଂ କରାଯାଇଥିଲା । ଆଜିଠାରୁ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟକ୍ଷମ ହୋଇଛି। ଦେଶରେ ପାଇଲଟ ପ୍ରକଳ୍ପ ଭାବେ ଏହି ନୂଆ ଏଟିସି ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯାଇଛି । ଆଗାମୀ ଦିନରେ ଦେଶର ଅନ୍ୟ ବଡ଼ ବିମାନ ବନ୍ଦଗୁଡ଼ିକରେ ସ୍ବଦେଶୀ ଅଟୋମେସନ୍ ଏଟିସି ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯିବ ।
ଭୁବନେଶ୍ୱର ବିମାନବନ୍ଦରରେ ୧୧ ମହଲା ବିଶିଷ୍ଟ ନୂଆ ଏଟିସି ଟାୱାର ରାଜଧାନୀର ଏକ ଆଇକନିକ ବିଲ୍ଡିଂ ପାଲଟିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।
]]>ସେହିପରି ଏହା ଗୌହାଟିରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ୱରର ବିମାନ ବନ୍ଦରରୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
]]>ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତେଣୁ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ ପାଇଲଟ୍।
#ଭୁବନେଶ୍ୱର_ଏୟାରପୋର୍ଟରେ_ବିମାନର_ଜରୁରୀ_ଅବତରଣ
— ଓଟିଭି (@otvkhabar) September 4, 2023
ଉଡ଼ାଣର କିଛି ସମୟ ପରେ ମଝି ଆକାଶରୁ ଫେରି ଆସିଲା ବିମାନ...#BhubaneswarAirport #FlightEmergencyLanding #Odisha pic.twitter.com/hJUWuyBdkk
ତେବେ ଏହାକୁ ପୁଣି ଉଡ଼ାଇବା ନେଇ DGCAକୁ ଅନୁମତି ମଗାଯାଇଛିା ଅନୁମତି ମିଳିଲେ ପୁଣି ଉଡ଼ାଣ ଭରିବା ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
]]>କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ । ପୁରୁଣା ଏଟିସିର ଉଚ୍ଚତା ୨୩. ୪୬ ମିଟର ଥିଲା ବେଳେ ନୂଆ ଏଟିସିର ଉଚ୍ଚତା ରହିଛି ୪୪.୨ ମିଟର ।
୧୧ ମହଲା ବିଶିଷ୍ଟ ଭୁବନେଶ୍ୱର ବିମାନବନ୍ଦରର ଏହି ATC ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଏଟିସି ଟାୱାର । ଏଥିରେ ୩ଟି ସିଫ୍ଟରେ ୭୦ ଜଣ କର୍ମଚାରୀ କାମ କରିବେ । ଭାରତୀୟ ବିମାନବନ୍ଦର ପ୍ରାଧିକରଣ-AAI ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍- BEL ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି । ଟାୱାର ନିର୍ମାଣରେ ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା । ହାର୍ଡୱେର ଇନଷ୍ଟଲ ଲାଗି ଆଉ ୨୦ କୋଟି ଟଙ୍କା ଖଟାଇଛି ଭାରତ ଇଲେକ୍ଟ୍ରୋନିକ୍ସ ଲିମଟେଡ୍ ।
ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଏବେ ନୂଆ ଏଟିସିର ଦକ୍ଷତା ଓ ସ୍ଥିରତା ପରୀକ୍ଷା ଲାଗି ମାସେ ଯାଏଁ ଚାଲିବ ସମାନ୍ତରାଳ ପରିଚାଳନା । ଟ୍ରାଏଲ ରନ୍ ସଫଳ ହେଲେ, ସେପ୍ଟେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ନୂଆ ଏଟିସି ।
ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୂଆ ଏଟିସି ଟାୱାରରେ ୩ଟି ସ୍ତର ରହିଛି । ସଂପୂର୍ଣ୍ଣ ଉପର ସ୍ତର ଅର୍ଥାତ୍ ଏକାଦଶ ମହଲାରେ ରହିଛି କଣ୍ଟ୍ରୋଲ ଟାୱାର, ଯାହାକି ବିମାନବନ୍ଦରରୁ ବିମାନର ଉଡ଼ାଣ ଓ ଅବତରଣକୁ ନିୟନ୍ତ୍ରଣ କରିବ । ସେହିପରି ନବମ ମହଲାରେ ଥିବା ଦ୍ୱିତୀୟ ସ୍ତରରେ ରହିଛି ଆଣ୍ଟି ହାଇଜାକିଂ କଣ୍ଟ୍ରୋଲ ରୁମ୍ । ବିମାନ ହାଇଜାକ୍ ଭଳି ଜରୁରୀ ପରିସ୍ଥିତିରେ କାମ କରିବ ଏହି ରୁମ୍ । ଏଠାରେ NSG କଣ୍ଟ୍ରୋଲ ରୁମ୍, ନେଗୋସିଏସନ ରୁମ୍ ଆଦି ରହିଛି ।
ସେହିପରି ଦ୍ୱିତୀୟ ମହଲାରେ ରହିଛି ଏରିଆ ଆଣ୍ଡ ଆପ୍ରୋଚ କଣ୍ଟ୍ରୋଲ ରୁମ୍ । ବିମାନବନ୍ଦର ଛାଡ଼ିବା ପରେ ଏଠାରୁ ବିମାନ ସହ ଯୋଗାଯୋଗ କରାଯାଇଥାଏ। ତେବେ ନୂଆ ଏଟିସିରେ ଆଡଭାନ୍ସଡ ସରଫେସ୍ ମୁଭମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି । ଯାହାକି ଜିରୋ ଭିଜିବିଲିଟିରେ ମଧ୍ୟ ବିମାନକୁ ଟ୍ରାକ୍ କରିପାରିବ । ଏହାଦ୍ୱାରା ବିମାନ ପରିଚାଳନା ନିରପତ୍ତା ସୁଦୃଢ଼ ହେବାସହ ବିମାନ ପରିଚାଳନା ସହଜ ହେବ ।
]]>ପୁନର୍ଜନ୍ମ ପାଇବାକୁ ଯାଉଛି ବିଜୁଙ୍କ ଡାକୋଟା। ମାର୍ଚ୍ଚ ୫, ବିଜୁ ଜୟନ୍ତୀରୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ପ୍ରିୟ ବିମାନ । ପ୍ରାରମ୍ଭିକ ଭାବେ ଆଜି ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ ବା ବେଲିକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ନିର୍ମିତ ପେଡେଷ୍ଟ୍ରାଲ୍ରେ ଇନଷ୍ଟଲ୍ କରାଯାଇଛି ।
ବେଲିରେ ଡାକୋଟାର ମୁଖ୍ୟ ଅଂଶ ସହ ପ୍ରୋପେଲରର ଏକ ଅଂଶ ଓ ଦୁଇ ଚକା ରହିଛି । ଡାକୋଟାକୁ ତା’ର ଅରିଜିନାଲ ରଙ୍ଗ ଗ୍ରେ ସିଲ୍ଭର ଲାଇଟ୍ କଲର୍ ଦିଆଯାଇଛି । ଏପଟେ ଆସନ୍ତା ସୋମବାର ସୁଦ୍ଧା ଡାକୋଟାର ଫ୍ୟୁଜଲେସ୍ ଲାଗିବ । ୨୮ ତାରିଖ ସୁଦ୍ଧା ଇଞ୍ଜିନ୍ ଓ ୱିଙ୍ଗ୍ ଲଗାଯିବ। ଏହାପରେ ବାକିଥିବା ଡୋକୋରେଟିଭ୍ କାମ ସାରିବାକୁ ଯୋଜନା ରଖିଛି ଏଥିଲାଗି ନିୟୋଜିତ ହୋଇଥିବା ସଂସ୍ଥା ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର।
କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।
ବିମାନର ନଷ୍ଟ ହୋଇଯାଇଥିବା ଅଂଶକୁ ମରାମତି କରାଯାଇଛି । ଏପଟେ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଲିଜରେ ନିଆଯାଇଥିବା ୧.୧ ଏକର ପରିମିତ ସ୍ଥାନ ବି ସଜେଇ ହେଉଛି । ଡାକୋଟା ଛିଡ଼ା ହେବାକୁ ଥିବା ପେଡେଷ୍ଟ୍ରାଲ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ଶକ ଗ୍ୟାଲେରୀ ନିର୍ମାଣ କାମ ବି ଶେଷ ପର୍ଯ୍ୟାୟରେ ।
ମାର୍ବଲ ଓ ଟାଇଲ କାମ ଚାଲୁ ରହିଛି । ଆଗକୁ ପେଡେଷ୍ଟ୍ରାଲ ଚତୁଃପାର୍ଶ୍ୱରେ ଲାଇଟ୍ ଲଗାଯିବ । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଯିବ । ଡାକୋଟା ସହ ବିଜୁ ବାବୁଙ୍କ ବହୁ ସ୍ମୃତି ସହ ଓଡ଼ିଶାର ଐତିହ୍ୟ ଯୋଡ଼ି ହୋଇଥିବାରୁ ଏହାର ପୁର୍ନଜନ୍ମକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ ।
ଅନ୍ୟପଟେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ଶିଳ୍ପାୟନ ପାଇଁ ବି ଆସିବ ଏମ୍ଏସ୍ଏମ୍ଇ ନୀତି । ରାଜ୍ୟ କ୍ୟାବନେଟ୍ ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏମ୍ଏସ୍ଏମ୍ଇ ପାଇଁ ନୂଆ ନୀତି ଆସିବ । ସେହିଭଳି ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପ୍ରତି ୭ମ ବେତନ କମିଶନ ଲାଗୁ ହେବ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ, ମଦ୍ରାସା ଶିକ୍ଷକ ପାଇବେ ମୋଟା ଦରମା । ଏହାଦ୍ୱାରା ମୋଟ ୨୬ ହଜାର ୧୬୪ ଶିକ୍ଷକ ଏବଂ କର୍ମଚାରୀ ଉପକୃତ ହେବେ । ୧୦୦% ଅନୁଦାନ ପାଉଥିବା ଶିକ୍ଷକ, କର୍ମଚାରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୨୮୦ କୋଟି ଖର୍ଚ୍ଚ କରିବେ ।
ସୂଚନା ଅନୁସାରେ, ଏକ କାର୍ରେ ୪ ଜଣ ଯୁବକ ଯାତ୍ରା କରୁଥିବା ସମୟରେ ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଜୁ ପଟ୍ଟନାୟକ ଛକ ଆଡ଼କୁ ଆସୁଥିବା ଦ୍ରୁତ ଗତିରେ ଏହି କାର୍ଟି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ୩୦ ଫୁଟ ଉପରକୁ ଉଠି ଗଛରେ ପିଟି ହୋଇଥିଲା। ତା’ପରେ ଏୟାରପୋର୍ଟ ପାଚେରି ଭାଙ୍ଗି ଭିତରକୁ ପଶିଥିଲା। ସୌଭାଗ୍ୟବଶତଃ, ଗାଡ଼ିରେ ଥିବା ୪ ଜଣ ଯୁବକ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
#ହାଇ_ସିକ୍ୟୁରିଟି_ଜୋନ୍ରେ_ଛାତିଥରା_ଦୁର୍ଘଟଣା#ଡିଭାଇଡରରେ_ପିଟି_ହୋଇ_୨୦_ଫୁଟ_ଉପରକୁ_ଉଠିଲା_କାର୍
— ଓଟିଭି (@otvkhabar) September 13, 2022
ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି...#Accident #BhubaneswarAirport #Bhubaneswar #Odisha pic.twitter.com/mtM9ABuqHi
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ଗାଡ଼ିର ବିଭିନ୍ନ ପାର୍ଟସ ସବୁ ପଡ଼ିଥିବା ବେଳେ ଏକ ଗଛ ଭାଙ୍ଗି ଯାଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୋଲିସ୍ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇଛି।
ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର ଏୟାରପୋର୍ଟ ଭଳି ହାଇ ସିକ୍ୟୁରିଟି ଜୋନ୍ରେ କେମିତି ଏଭଳି ଦୁର୍ଘଟଣା ଘଟିଲା ? ମଦ୍ୟ ପାନ କରି ଯୁବକମାନେ ଗାଡ଼ି ଚଳାଉଥିଲେ କି ? ସବୁଠାରୁ ବଡ଼ କଥା, ଯେଉଁ ସ୍ଥାନରେ ଏହ ଦୁର୍ଘଟଣା ଘଟିଛି ତାହା ନବୀନ ନିବାସଠୁ ୧୦୦ ମିଟର ଓ ଏୟାରପୋର୍ଟ ଥାନାଠୁ ମଧ୍ୟ ୧୦୦ ମିଟର ଦୂର। ତେଣୁ ଏଭଳି ସ୍ଥଳେ କିପରି ଯୁବକମାନେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ? ଏହାସହ କମିଶନରେଟ୍ ପୋଲିସ୍ର ରାତି ପାଟ୍ରୋଲିଂ ଓ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
]]>ସୂଚନା ଅନୁସାରେ, ଅସୁସ୍ଥତା ଯୋଗୁ ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ଗତ ୧୦ ଦିନ ପୂର୍ବେ SCB ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। କିଡ୍ନୀ ଜନିତ ସମସ୍ୟା ଓ ଉଚ୍ଚ ରକ୍ତ ଚାପ ଯୋଗୁ ICUରେ ତାଙ୍କର ଚିକିତ୍ସା ଚାଲିଥିଲା।
ତେବେ ଅଧିକ ଚିକିତ୍ସା ପାଇଁ ଆଜି ସକାଳେ ଗ୍ରୀନ୍ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ହେବ। ଇନ୍ଦ୍ରମଣି ପାଣିଙ୍କ ଘର ଢେଙ୍କାନାଳ।
]]>
ରିପୋର୍ଟ ନେଗେଟିଭ୍ ଥିଲେ ବି ୭ ଦିନ କ୍ୱାରେଣ୍ଟିନ୍ରେ ରହିବେ। ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ କହିଛନ୍ତି, ଏବେ ସୁଦ୍ଧା ୨ ଦିନର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିଛି।
‘ଯେଉଁମାନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ଘରକୁ ଛଡ଼ାଯାଉଛି। ତେବେ ସେମାନେ ୭ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ। ଯଦି ରିପୋର୍ଟ ପଜିଟିଭ୍ ଆସେ ସେ ଅନୁଯାୟୀ ଚିକିତ୍ସା କରାଯିବ। ଯଦି ରିପୋର୍ଟ ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍ ଆଇସୋଲେସନ୍ରେ ରହିବାକୁ କୁହାଯିବ। ଯାହାର ରିପୋର୍ଟ ପଜିଟିଭ୍ ଆସିବ ତାଙ୍କ ନମୁନାର ଜେନୋମ୍ ସିକ୍ୟୁଏନ୍ସିଂ କରାଯିବ’ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ବିଦେଶରୁ ଆସୁଥିବା ବ୍ୟକ୍ତି କରୋନା ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ RT-PCR ଟେଷ୍ଟ କରାଯିବ। ସମ୍ପୃକ୍ତ ଯାତ୍ରୀ କେଉଁଠୁ ଆସିଲେ ? କୁଆଡ଼େ ଯିବେ ? କେଉଁଠି ରହିବେ ? ସେନେଇ ଯାତ୍ରୀ ଜଣକ ସେଲ୍ଫ୍ ଡିକ୍ଲାରେସନ୍ ଦେବେ। ଏହାଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨୬ ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍।
]]>ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହା ଉଭୟ ଓଡ଼ିଶା ଓ ରାଜସ୍ଥାନର ଅର୍ଥନୀତିକୁ ମଜବୁତ୍ କରିବାରେ ସହାୟକ ହେବ। ସେହିପରି ରାଜଧାନୀ ଭୁବନେଶ୍ୱରରୁ ଗୋଆକୁ ମଧ୍ୟ ଉଡ଼ିବ ବିମାନ। ସପ୍ତାହର ସବୁ ଦିନ ଗୋଆକୁ ବିମାନ ଯାତ୍ରା ସୁବିଧା ମିଳିବ।
‘ଭୁବନେଶ୍ୱରରରୁ ରାଜସ୍ଥାନ ଜୟପୁରକୁ ବିମାନ ସେବା ଆରମ୍ଭ ନେଇ ସରକାର ଅନୁମୋଦନ ଦେଇଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଏହା ଏକ ଖୁସି ଖବର। ୩ ଦିନ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ ଓ ଗୋଆକୁ ପ୍ରତ୍ୟେକ ଦିନ ବିମାନ ଉଡ଼ିବ’ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ନନ୍ ଉଡାନ ଯୋଜନାରେ ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଭାଇଜାଗକୁ ବିମାନ ଉଡ଼ିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଥିବା ନେଇ ଚଳିତ ବର୍ଷ ଅଗଷ୍ଟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଥିଲେ।
]]>ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ? ଆନ୍ତର୍ଜାତିକ ଉଡାନ୍ ସ୍କିମ୍ରେ ସାମିଲ ହେବାକୁ ନିକଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ମହଲରେ ଚାଲିଛି ଏମିତି ଚର୍ଚ୍ଚା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇ, ଆବୁଧାବି, ବ୍ୟାଙ୍କକ୍, କ୍ୱାଲାଲୁମ୍ପୁର, କଲମ୍ବୋ, ସିଙ୍ଗାପୁର ଓ କାଠମାଣ୍ଡୁୃକୁ ବିମାନ ଚଳାଇପାରିବେ । ତେବେ ଏଥିଲାଗି ରାଜ୍ୟ ସରକାରଙ୍କୁ ଶତ ପ୍ରତିଶତ ଭିଜିଏଫ୍ ଯୋଗାଇବାକୁ ହେବ । ଏନେଇ ରାଜ୍ୟ ସରକାର ସହମତି ଦେଲେ, ଏସବୁ ରୁଟ୍ରେ ବିମାନ ଚଳାଚଳ ଉଦ୍ଦେଶ୍ୟରେ ବିମାନ ସଂସ୍ଥାଙ୍କ ଲାଗି ବିଡ୍ ଖୋଲାଯିବ।
ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍କନାଭ ବେହେରା କହିଛନ୍ତି ଯେ, କିଛି ଦିନ ତଳେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଆସିଛି । ଏଥିରେ କେନ୍ଦ୍ର ପକ୍ଷରୁ ବିଭିନ୍ନ ସର୍ତ୍ତ ରଖାଯାଇଛି । ସରକାର ଏ ସମ୍ପର୍କରେ ଆଲୋଚନା ପରେ ଆବଶ୍ୟକତା ଆଧାରରେ ଉପଯୁକ୍ତ ନିଷ୍ପତ୍ତି ନେବେ।
ଏପଟେ ଓଡ଼ିଶାରୁ ବିଦେଶକୁ ଆନ୍ତର୍ଜାତିକ ଉଡାଣ ଲାଗି ରହିଥିବା ସୁଯୋଗକୁ କେନ୍ଦ୍ର ସରକାର ଚିହ୍ନଟ କରିଥିବାରୁ ଟୁର୍ ଅପରେଟର ଓ ହୋଟେଲ ଶିଳ୍ପରେ ଭରିଛି ଉତ୍ସାହ। ନିଶ୍ଚିତ ଭାବେ ଓଡ଼ିଶା ସରକାର ଏହାକୁ ଗ୍ରହଣ କରିବେ। ତେବେ କେଉଁ ସବୁ ରୁଟ୍ରେ ଭିଜିଏଫ୍ ଦେଲେ ଫାଇଦା ମିଳିବ, ତାହାକୁ ସରକାରଙ୍କୁ ବିଚାର କରି ପଦକ୍ଷେପ ନେବା ଉଚିତ ।ସିଙ୍ଗାପୁର ଓ ଦୁବାଇ ଭଳି ରୁଟ୍ରେ ବିମାନ ଚଳାଚଳ କଲେ ଓଡ଼ିଶାକୁ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ।
FLIGHT_DESTINATION_PKG_SK
ଆଗକୁ ସ୍ବାଧୀନତା ଦିବସ ଥିବାରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭିଜିଟର୍ସ ପାସ୍ରେ ବିମାନବନ୍ଦର ଟର୍ମିନାଲକୁ ପ୍ରବେଶ ନିଷିଦ୍ଧି ରହିଛି। ଆସନ୍ତା କିଛି ଦିନ ଯାଏ ଟର୍ମିନାଲକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି । SOPକୁ କଡାକଡି ଭାବେ ପାଳନ କରାଯାଉଛି ବିମାନବନ୍ଦର ସୁରକ୍ଷାରେ ଥିବା ସିଆଇଏସ୍ଏଫ୍ ଏବଂ କମିଶନରେଟ ପୋଲିସର ଟିମ୍ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଚଳପ୍ରଚଳ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।
ଏଥିଲାଗି ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଏହି ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଗତ ୮ ତାରିଖ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଥିଲା । ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।
ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଏକ ଇମେଲ ପାଇଛି ଯେଉଁଥିରେ କୁହାଯାଇଛି ଯେ କରଣବୀର ସୁରି ଓରଫ ମୋହମ୍ମଦ ଜଲାଲ ଏବଂ ତାଙ୍କ ପତ୍ନୀ ଶୈଲି ଶାରା ଓରଫ୍ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଆସନ୍ତା ଏକରୁ ତିନି ଦିନ ମଧ୍ୟରେ ଉଭୟ ଆଇଜି ବିମାନ ବନ୍ଦରରେ ବୋମା ରଖିବାକୁ ଷଡଯନ୍ତ୍ର କରୁଛନ୍ତି। ଅଲ୍କାଏଦାର ଏହି ଧମକ ପରେ ସିଏସ୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇ ବିମାନବନ୍ଦରର ସୁରକ୍ଷାକୁ କଡାକଡି କରିଛନ୍ତି।
ଏହା ପୂର୍ବରୁ ୧୮ ଏପ୍ରିଲରେ ଦିଲ୍ଲୀ ବିମାନବନ୍ଦରରେ ଗୋଟିଏ ବିମାନକୁ ବୋମା ପକେଇ ଉଡ଼ାଇବା ଦେବାକୁ ଧମକ ମିଳିଥିଲା। ବାଙ୍ଗାଲୋରରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ଜଣେ ଯାତ୍ରୀଙ୍କୁ ସ୍ଲିପ୍ ମିଳିଥିଲା। ସ୍ଲିପ୍ରେ ଲେଖାଯାଇଥିଲା ଯେ ବିମାନରେ ଏକ ବୋମା ଅଛି ଏବଂ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବିସ୍ଫୋରଣ ହେବ। ଫଳରେ ବିମାନଟି ଦିଲ୍ଲୀରେ ପହଞ୍ଚିବା ମାତ୍ରେ ବୋମା ନିଷ୍କାସନକାରୀ ଦଳ ଏହାକୁ ଘେରି ରହିଥିଲେ ଏବଂ ଅନୁସନ୍ଧାନ ବେଳେ କିଛି ମିଳି ନ ଥିଲା।
]]>
ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା ମିଳିଛି। ବ୍ୟାଙ୍ଗକକ୍ରୁ ସୁନା ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଛାନ୍ଭିନ୍ ବେଳେ ଏହି ସୁନା ଉଦ୍ଧାର ହୋଇଛି।
୨ଦିନ ତଳେ ଅନୁରୂପ ଭାବେ ପ୍ରାୟ ୧୨୦୦ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ ହୋଇଥିଲା। ଭୁବନେଶ୍ୱର ବିମାନ ବନ୍ଦରକୁ ବାରମ୍ବାର ସୁନା ସ୍ମଗଲିଂ ପାଇଁ ଟାର୍ଗେଟ୍ କରାଯାଉଥିବାବେଳେ ଏନେଇ ଚିନ୍ତା ବଢ଼ିଛି।
ଗତ ପ୍ରାୟ ୫ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା।
]]>ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ବିପୁଳ ପରିମାଣର ସୁନା ବିସ୍କୁଟ ଜବତ ହୋଇଛି।
ସୂଚନାଥାଉ କି, ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
]]>ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା ବୋଲି ସୂଚନା ମିଳିଛି।
ତେବେ ବ୍ୟାଙ୍କକରୁ ଓଡ଼ିଶାକୁ ଏଭଳି ବହୁମୂଲ୍ୟ ସାମଗ୍ରୀ ଆସିବା ନୂଆ ନୁହେଁ। ଗତ ୬ ତାରିଖରେ ଜଣେ ଭାରତୀୟ ବଂଶୋଦ୍ଭଙ୍କଠାରୁ କଷ୍ଟମ୍ସ ଅଫିସର ୬ଶହ ଗ୍ରାମରୁ ଅଧିକ ଓଜନର ସୁନା ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷରୁ ଅଧିକ ଟଙ୍କା ହେବ।
ସେହିପରି ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ଚେନ୍ନାଇର ଜଣେ ସୁନା ଚୋରା ଚାଲାଣକାରୀ ଧରାପଡ଼ିଥିଲା।
]]>