ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଆସିପାରିବେ ପର୍ଯ୍ୟଟକ । ତା ଛଡ଼ା ରାତ୍ରିଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍ ବ୍ୟବସ୍ଥା ହୋଇଛି । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାକୁ ୩ ମାସ ପାଇଁ ବନ୍ଦ କରାଯାଇଥିଲା ।
ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି, ପଲିଥିନ୍ ମୁକ୍ତ ଅଞ୍ଚଳ ପାଇଁ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହାକୁ କାର୍ଯ୍ୟକାରୀ କରାଯିବ। ତା’ଛଡ଼ା କୋଭିଡ୍ ନିୟମ ମାନି ପର୍ଯ୍ୟଟକମାନେ ଆସିବେ ବୋଲି ଆଶା ରଖାଯାଇଛି । ଡାଙ୍ଗମାଳରେ ଏକ ନୂଆ କ୍ୟାଫେ ଖୋଲିଛି । ଏହା ସହିତ ବୋଟ୍ ଲାଇବ୍ରେରୀ ମଧ୍ୟ ତିଆରି ହୋଇଛି । ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରାଯାଉଛି ।
]]>ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି। ପ୍ରଜନନ ଋତୁରେ କୁମ୍ଭୀରମାନେ ଭିତରକନିକା ନିକଟ ନଦୀନାଳର ଉପରମୁଣ୍ଡକୁ ଉଠିଯାଇଥାନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଜନସେଚତନତା କରିବା ସହ ଡାଙ୍ଗମାଳ, ରାଜନଗର, ମହାକାଳପଡାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ କରାଯାଇଛି।
]]>ତେଣୁ ଏହି ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ।
ଗତବର୍ଷ ଗଣନା ଅନୁସାରେ, ଭିତର କନିକାରେ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିଲେ। କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ। ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଳି ଜଣାପଡ଼ିଛି।
]]>ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ।
ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ ୧୬୯୮ଟି କୁମ୍ଭୀର ଅଛନ୍ତି।
]]>