କିନ୍ତୁ ଆବଶ୍ୟକ ଗାଡ଼ି ନ ଥିବାରୁ ଛାତ୍ରଛାତ୍ରୀମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ। ଶେଷରେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ଏଥିଯୋଗୁଁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ବହୁ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି । କିନ୍ତୁ କଲେଜର ପ୍ରିନ୍ସିପାଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
]]>
ଫଳକ ପଡ଼ି ଛାତ୍ର ମୃତ । ଭଦ୍ରକ ଧୁଷୁରୀରେ ଅଘଟଣ । ରାସ୍ତା କାମରେ ଲାଗିଥିବା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ#Accident pic.twitter.com/TlOWmDaCuu
— ଓଟିଭି (@otvkhabar) October 4, 2023
ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
]]>
ଏ ହେଉଛି ଜଣେ ରିକ୍ସା ବାଲାର ନିତିଦିନର କଥା । ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ ହେଉ । ଆଜିକାଲି ଆଉ ଶୁଭୁନାହିଁ ରିକ୍ସା ବାଲାର ଡାକ । କିଏ ଓଲା ଉବେରରେ ଗଲାଣି ତ ଆଉ କିଏ ପ୍ରାଇଭେଟ୍ ଟ୍ୟାକ୍ସିରେ । ନହେଲେ ପର୍ସନାଲ ଗାଡିରେ । ଆଜିକା ମର୍ଡନ ଯୁଗରେ ରିକ୍ସାରେ ଯିବାକୁ କେହି ଆଉ ଇଚ୍ଛା କରୁନାହାନ୍ତି । ହେଲେ ଥରେ ଚିନ୍ତା କରନ୍ତୁ ତ...ଯିଏ ପିଲାଟି ଦିନରୁ ରିକ୍ସା ଚଳାଇ ପରିବାର ପୋଷୁଛି ତା’ର ଅବସ୍ଥା କଣ ହେଉଥିବ?
ଏବେ ଆଉ ଶୁଭୁ ନାହିଁ -- କ୍ରିଂ କ୍ରିଂ କ୍ରିଂ…। ରିକ୍ସା…ରିକ୍ସା…ଶବ୍ଦ । ହେଲେ ଭଦ୍ରକର ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଆଜି ବି କିଛି ଲୋକ ରିକ୍ସା ଚଳାଉଛନ୍ତି । ଅବଶ୍ୟ ଆଗ ପରି ରୋଜଗାର ହେଉନି ହେଲେ ସୀମିତ ରୋଜଗାରରେ ଆଜି ବି ସେମାନେ ପରିବାର ଚଳାଉଛନ୍ତି । ପିଲାଛୁଆଙ୍କୁ ମଣିଷ କରୁଛନ୍ତି ।
ଭଦ୍ରକର ସେକ ମୁର୍ତଜା । ଘର ଭଦ୍ରକ ପୁରୁଣା ବଜାର ଅଂଚଳରେ । ବୟସ ୬୦ ଛୁଇଁଲାଣି । ମୁର୍ତଜା ୧୫ ବର୍ଷ ବେଳଠୁ ରିକ୍ସା ଚଳାଉଛନ୍ତି । ରିକ୍ସାରୁ ଯେତିକି ରୋଜଗାର ହେଉଥିଲା ସେତିକିରେ ପୂରା ପରିବାର ମୁହଁରେ ଦାନା ଦେବା ସହିତ ପିଲାଛୁଆଙ୍କୁ ମଣିଷ କରିଛନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ତାଙ୍କ ରିକ୍ସାରେ ସେ ବର ନେଇ ଯାଇଛନ୍ତି । କିନ୍ତୁ ଆଜି ସେ ସମୟ ଆଉ ନାହିଁ । ଦିନକୁ ଗୋଟିଏ ଯୋଡିଏ ଭଡା ପାଇବା ବି କଷ୍ଟ ହୋଇପଡୁଛି ।
ସେମିତି ଇମାମ ଖାନ୍...୭୦ ବର୍ଷ ହେଲାଣି । ୧୯୭୭ରୁ ରିକ୍ସା ଚଳାଉଛନ୍ତି । ଆଜି ବି ସକାଳୁ ସଂଜ ପର୍ଯ୍ୟନ୍ତ ବନ୍ତ ଛକରେ ରୋଜଗାର ପାଇଁ ଅପେକ୍ଷା କରନ୍ତି ହେଲେ ରିକ୍ସାରେ ବସିବାକୁ ଲୋକ ରାଜି ହେଉ ନାହାନ୍ତି । ମନଦୁଃଖରେ କୁହନ୍ତି, ଆଗରୁ ରିକ୍ସାରେ ବସିବାକୁ ଲୋକେ ଭିଡାଭିଡି ହୁଅନ୍ତି ହେଲେ ଏବେ କେହି ପଚାରୁନାହାନ୍ତି ।
ଖାଲି ଏମାନେ ନୁହନ୍ତି ସେକ ତୋଇଙ୍କର ବି ସମଦଶା । ଘର- ଭଦ୍ରକର ଗୁଜିଦରଡାରେ । ୪୦ ବର୍ଷ ହେଲାଣି ରିକ୍ସା ଚଳାଇ ପରିବାର ଚଳାଉଥିଲେ । ହେଲେ ଏବେ ଦିନକୁ ୫୦ ଟଙ୍କା ରୋଜଗାର ହେବା କଷ୍ଟକର ହେଲାଣି । ତେଣୁ ଏମିତି ସ୍ଥିତିରେ କେମିତି ପରିବାର ଚଳିବ ସେହି ଚିନ୍ତାରେ ପୂରା ପରିବାର ।
ଆମେ ପିଲାଦିନେ ରିକ୍ସାରେ ବସି ବୁଲିବା ପାଇଁ କେତେ ଅଳି କରନ୍ତି...ଝଗଡା ବି କରନ୍ତି । ହେଲେ ଏବେ ସମୟ ବଦଳିଯାଇଛି । ଏବେ ରିକ୍ସା ନୁହେଁ ବରଂ ଲକ୍ସଜ୍ୟୁରି କାର୍ରେ ବୁଲିବାକୁ ସମସ୍ତେ ଇଚ୍ଛା କରୁଛନ୍ତି । ଯେଉଁଥି ଲାଗି ରିକ୍ସା ଆଜି ହଜିଯିବାକୁ ବସିଲାଣି । କିନ୍ତୁ ଥରେ ଚିନ୍ତା କରନ୍ତୁତ...ଯିଏ ଆମକୁ ପିଲାଦିନରେ କେତେ ଆଡେ ବସି ବୁଲାଇଛି, ଆଜି ସିଏ ଚଳୁଥିବ କେମିତି?
]]>
ଶାଶୂ ତାଙ୍କର ଜଣେ ଶିକ୍ଷୟିତ୍ରୀ । ରାତି ପାହିଲେ ଶହଶହ ପିଲାଙ୍କୁ ଦେଉଛନ୍ତି ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ଭଲମନ୍ଦର କଥା କୁହନ୍ତି, ହେଲେ ତାଙ୍କରି ଘରେ ଏମିତି ସ୍ଥିତି କାହିଁକି ଉପୁଜିଲା ? ବୋହୂଙ୍କ ଅଭିଯୋଗ ଅନୁସାରେ, ବାହାଘରର ମାତ୍ର ୮ ଦିନ ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା । ସିଏ ପୁଣି ଉଭୟ ଶାରୀରିକ ଓ ମାନସିକ । ପ୍ରଥମେ ପ୍ରଥମେ ଏହାକୁ ସହିଯାଉଥିଲେ ବୋହୂ ମାମାଲି ହେଲେ ନିର୍ଯାତନା ବଢିବାରୁ ବାପଘରକୁ ପଳାଇଥିଲେ ମାମାଲି ।
ଅଭିଯୋଗ ଏତିକିରେ ସରିନି ବରଂ ସ୍ୱାମୀଙ୍କ ସହ ରହିବାକୁ ତାଙ୍କୁ ବାରଣ କରାଯାଇଥିଲା ବୋଲି ମାମାଲି କହିବା ସହିତ ଶାଶୁ ଜଣେ ଶିକ୍ଷୟିତ୍ରୀ ହୋଇଥିବା ପରେ ବି ଏମିତି ନିର୍ଯାତନା ଦେଇଥିବା ସେ କହିଛନ୍ତି । ବାହାଘର ପରେ ବୋହୂ ଶାଶୂଘରେ ରହିବାର କଥା, ହେଲେ ମାମାଲି ନିର୍ଯାତନା ସହିନପାରିବାରୁ ବାପ ଘରକୁ ଚାଲିଯାଇଛନ୍ତି । କିନ୍ତୁ ଏବେ ନିଜର ହକ୍ ଲାଗି ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି । ଏମିତି ଅଭାନନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ସାହାଡ଼ା ପଞ୍ଚାୟତ କଚେରୀ ସାହି ଗାଁରେ ।
ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହାରେ ପଗଡ ଗାଁର ଯୁଧିଷ୍ଠିର ଦାସ ମହାପାତ୍ର ନିଜ ଝିଅ ମାମାଲି ଦାସ ମହାପାତ୍ରଙ୍କୁ ନିଜର ପୈତୃକ ସମ୍ପତ୍ତିକୁ ବିକ୍ରି କରି ବେଶ୍ ଆଡମ୍ବରରେ ସହ ବାହା କରାଇଲେ । ହେଲେ ପରବର୍ତ୍ତୀ ସମୟରେ ଶାଶୂଘର ଅସଲ ଚେହେରା ଦେଖିବା ପରେ ବାପଘରକୁ ପଳାଇଥିଲେ ମାମାଲି । ଆଉ ଏହାରି ଭିତରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀ ସଂଗ୍ରାମ ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଛନ୍ତି । ବାସ୍ ଏହି କଥା ଜାଣି ଶାଶୁଘରକୁ ଯିବା ବେଳେ ତାଲା ପକାଇଦେଇଥିଲେ ଶାଶୂଘର ଲୋକ ।
ସବୁଠୁ ଆଶ୍ଚର୍ଯ୍ୟ କରିଥିଲା କ୍ୟାମେରା ସାମ୍ନାରେ ଯେତେବେଳେ ସଂଗ୍ରାମଙ୍କ ମାଆ କହିଥିଲେ ମୋ ପୁଅ ଜଣଙ୍କ ସହ ନୁହେଁ ବରଂ ୫ ଜଣଙ୍କ ସହ ସମ୍ପର୍କରେ ଅଛି , ତାହାକୁ ନେଇ ଚର୍ଚ୍ଚା ବଢିଛି । ବାସ୍ ଏମିତି କଥା ଶୁଣିବା ପରେ ମାମାଲି ଗେଟ୍ ମୁହଁରେ ପାଟି କରିବା ସହିତ ସ୍ଥିତି ଉତ୍ତେଜନପୂର୍ଣ୍ଣ ହୋଇଥିଲା । ଆଉ ଏମିତି ସ୍ଥିତିରେ ପୋଲିସ୍ ପହଞ୍ଚି ଶାଶୂଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ହେଲେ ସଂଗ୍ରାମ ଧରାଛୁଆଁ ଦେଉନଥିବା କୁହାଯାଇଛି । ତେବେ ଆସନ୍ତା ରବିବାର ଘଟଣାର ଫଇସଲା ହେବ ବୋଲି କୁହାଯାଉଛି ।
]]>
ସାରା ଦୁନିଆକୁ ଦେଖାଇ ଦେଇଛନ୍ତି, ତାଙ୍କ ହାତକୁ ବୈଶାଖୀ ଜମାବି ମାନୁନି । ସେ ଜନ୍ମିଛନ୍ତି ବୀରାଙ୍ଗନାଙ୍କ ଭଳି ତରବାରୀ ଧରିବାକୁ। ଯୁଦ୍ଧଭୂଇଁରେ ନୁହେଁ, ଫେନ୍ସିଂ ପିଷ୍ଟରେ ଦୁନିଆ ଜିତିବାକୁ। ଇଏ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।
]]>ସୂଚନା ଅନୁସାରେ, ସିଲନ୍ଦୀ ଗାଁର ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଗତକାଲି ରାତିରେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବାକୁ ଛେନାପଦୀ ମାର୍କେଟକୁ ଯାଉଥିଲେ । ବାଟରେ କେତେକ ବ୍ୟକ୍ତି ସେହି ସମୟରେ ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇ ହଠାତ ପାର୍ଥସାରଥୀଙ୍କ ଉପରକୁ ଏସିଡ ମାଡ଼ କରିଥିଲେ ।
ଜୀବନ ବିକଳରେ ଦୌଡ଼ି ସେ ଏକ ସ୍ଥାନରେ ଲୁଚି ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା । ଏସିଡ ମାଡ଼ରେ ସେ ଗୁରୁତର ହୋଇପଡିଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
]]>କଳି ସମାଧାନ ନାଁରେ ଭଦ୍ରକ ଟାଉନ ଥାନାରେ ନିର୍ଯାତନା ଦିଆଯିବାରୁ ହାବିଲଦାର ବୈକୁଣ୍ଠ ଦାସ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ଭଦ୍ରକରେ ପୋଲିସ କ୍ୱାର୍ଟରରେ ରହୁଥିବା ବୈକୁଣ୍ଠ ଓ ତାଙ୍କ ପଡ଼ୋଶୀଙ୍କ ପରିବାର ମଧ୍ୟରେ କଳି ଝଗଡ଼ାକୁ ନେଇ ଭଦ୍ରକ ଟାଉନ ଥାନାରେ ପୃଥକ ପୃଥକ ଏତଲା ଦିଯାଇଥିଲା । ହେଲେ ବୈକୁଣ୍ଠ ଓ ତାଙ୍କ ପୁଅକୁ ଥାନାରେ ନିର୍ଯାତନା ଦିଆଯିବାରୁ, ସେଥିରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।
ହାବିଲଦାର ବୈକୁଣ୍ଠଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
]]>ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାଷଠି ଗାଁର ବିପିନ ବେହେରା । ବିପିନଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ଲୋକମାନେ ଜାମୁଝାଡି-ବାସୁଦେବପୁର ରାସ୍ତା ଅବରୋଧ କରିଛନ୍ତି ।
#ଦୁର୍ଘଟଣା_ପରେ_ଉତ୍ତେଜନା
— ଓଟିଭି (@otvkhabar) March 28, 2022
•ବାସୁଦେବପୁର ପଟାପୋଲ ନିକଟରେ ଦୁର୍ଘଟଣା; ବାଇକ୍ ଆରୋହୀ ମୃତ
•ନିର୍ମାଣାଧୀନ ପୋଲରେ ପିଟି ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ
•କ୍ଷତିପୂରଣ ଦାବିରେ ଟାୟାର ଜାଳି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ#Bhadrak #Odisha #OTV pic.twitter.com/lF4P3XoCnq
ସୂଚନା ଅନୁସାରେ, ଗତ କିଛି ଦିନ ଧରି ପଟାପୋଲ ନିକଟରେ ନିର୍ମାଣକାମ ଚାଲୁ ରହିଥିଲେ ମଧ୍ୟ ସେଠାରେ ଡାଇଭର୍ସନ ପାଇଁ କୌଣସି ସୂଚନା ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
]]>କେଉଁଠି ମଣ୍ଡିରେ ଧାନ ବିକ୍ରି ହୋଇପାରୁନି ତ୍ ପୁଣି କେଉଁଠି ବିକ୍ରି ହେଲା ପରେ ପ୍ରାପ୍ୟ ମିଳୁନି । ଯାହା ଏବେ ଚାଷୀଙ୍କ ସମେତ ଯୋଗାଣ ବିଭାଗର ଚିନ୍ତା ବଢ଼ାଇଛି । ଜିଲ୍ଲାର ୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ବାକି ରହିଛି । ଏସବୁ କେବେ ଉଠିବ ତାକୁ ନେଇ ଅନେଇ ଚାଷୀ ବସିଛନ୍ତି ।
ଥାକ ଥାକ ହୋଇ ଥୁଆ ହୋଇଛି ଧାନ ବସ୍ତା । ବର୍ଷ ଯାକ ଯାହା ଅମଳ କରିବାକୁ ଦିନ ରାତି ଏକ କରିଥିଲା ଚାଷୀ । ଏବେ ସେସବୁ ବିକ୍ରି ହୋଇପାରୁନି କି ମଣ୍ଡିରୁ ଉଠି ପାରୁନି । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଧାନ ରଖି ଅପେକ୍ଷା କରି ରହିଛନ୍ତି ଚାଷୀ ।
ଗତ ଜାନୁଆରୀ ମାସରୁ ଚାଷୀ ଧାନ ଧରି ଆସିଥିଲେ, ଟୋକନ୍ ବି ଥିଲା ହେଲେ କାରଣ ଟାର୍ଗେଟ ପୂରଣ କରାଯାଇଥିବା କହି ବହୁ ଚାଷୀଙ୍କ ଧାନ ଉଠି ପାରିନି । ଫଳରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଏବେ ବାକି ରହିଛି । ଏତେ ପରିମାଣର ଧାନ ବାକି ରହିଥିବା ଜାଣି ପୁଣି ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନକୁ ଯୋଗାଣ ନିଗମ ଜଣାଇଛି ।
ଭଦ୍ରକ ଜିଲ୍ଲାରେ ଚାଷୀ ବହୁ ପୂର୍ବରୁ ଟୋକନ୍ ପାଇଛନ୍ତି । ଯାହାର ଅବଧି ଏବେ ଅବଧି ସରିବାକୁ ବସିଛି । ଯଦି ଏହାପୂର୍ବରୁ ଧାନ ସଂଗ୍ରହ ନହୁଏ ତେବେ ଆହୁରି ସମସ୍ୟା ବଢ଼ିବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ ବହୁ ଚାଷୀଙ୍କ ଧାନ ଖରାପ ଥିବା କହି ଫେରାଇ ବି ଦିଆଯାଇଥିବା ଅଭିଯୋଗ ହୋଇଛି । ତେଣୁ ଖରା, ବର୍ଷା, ଶୀତରେ ଧାନ ଯେତେ ବାହାରେ ରହିବ ସେତେ ସମସ୍ୟା ବଢ଼ିବ ।
ଅନ୍ୟପକ୍ଷେ, ବାକି ଥିବା ଚାଷୀଙ୍କ ଧାନ ଉଠାଇବା ପାଇଁ ପ୍ରଶାସନ ପୁଣି ବ୍ୟବସ୍ଥା କରୁଛି । ଟାର୍ଗେଟ ଆାସିଲେ ଏସବୁ ହେବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।
]]>ଗତକାଲି ଗାଁର ଗୋଷ୍ଠୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଆକ୍ରମଣ କରିଥିଲେ । ସଂଘବଦ୍ଧ ହୋଇ ଠେଙ୍ଗାବାଡ଼ି ଓ ମାରଣାସ୍ତ୍ର ଧରି ଜଣକ ଘରେ ପଶି ଆକ୍ରମଣ କରିଥିଲେ । ଘରେ ପଶି କିଛି ଲୋକଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ରକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।
ଘଟଣାରେ ୪ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହାସହ ୬ଟି ବାଇକ୍, ୩ଟି କମ୍ପୁଟର ସମେତ ଅନେକ କିଛି ନଷ୍ଟ ବି ହୋଇଛି । ଆସନ୍ତାକାଲି ଭଣ୍ଡାରିପୋଖରୀରେ ନିର୍ବାଚନ ଥିବା ବେଳେ ଏହି ଘଟଣା ରାଜନୀତିକୁ ସରଗରମ କରିଛି । ଘଟଣାକୁ ନେଇ ଅଭିଯୋଗ ହୋଇଥିବା ଗୋଷ୍ଠୀର ପ୍ରତିକ୍ରିୟା ମିଳିପାରିନି ।
]]>
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଏହି କୁଣ୍ଡ। କେହି କେହି ଏହାକୁ ସୀତା କୁଣ୍ଡ ବି କହୁଛନ୍ତି । ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା ।
ଲୋକ କଥା ଅଛି, ଯଦି ବିବାହ ସମୟରେ ବ୍ୟବହାର ହୋଇଥିବା ସମସ୍ତ ସାମଗ୍ରୀ ଏହି କୁଣ୍ଡରେ ଭସାଇ ଦିଆଯାଏ ତେବେ ବୈବାହିକ ଜୀବନ ବେଶ୍ ଖୁସିରେ କଟେ। ଏହାସହ ସନ୍ତାନ ପ୍ରାପ୍ତି ମଧ୍ୟ ହେବାର ବିଶ୍ୱାସ ରହିଛି। ଆଉ ଏହି କୁଣ୍ଡକୁ ଲାଗି ରହିଛି ବିରାଟ ରାମ ମନ୍ଦିର। କୁଣ୍ଡରେ ଗାଧୋଇବା ପରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରନ୍ତି ଭକ୍ତ।
ଏହି କୁଣ୍ଡ ଦେବର କୁଣ୍ଡ ନାମରେ ପ୍ରସିଦ୍ଧି ଲାଭ କରିଛି। ପ୍ରାକୃତିକ ଶୋଭା ବି ଅତିଆକର୍ଷଣୀୟ। କୁଣ୍ଡରେ କାଚକେନ୍ଦୁ ପରି ପାଣିକୁ ଦେଖିଲେ ଆପଣ ବି କହିବେ ପ୍ରଭୁଙ୍କର ଏହି କୁଣ୍ଡରେ ଅପାର କରୁଣା ରହିଛି।
ପୂଜକଙ୍କ କହିବା କଥା, ଏହି କୁଣ୍ଡରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଦୂର ହେବା ସହ ପାପ କ୍ଷୟ ହୁଏ। ତେଣୁ ଏହି କୁଣ୍ଡରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଛୁଟୁଛି ସୁଅ ।
]]>ନୂତନ କରି ରାଜନୀତିରେ ସସ୍ମିତା ବେହେରା ଘର ଛାଡି ଏବେ ରାଜନୀତିରେ ପ୍ରଥମ କରି ପାଦ ଥାପିଛନ୍ତି । ସ୍ୱାମୀ ଅଶୋକ ନାୟକ ଦୀର୍ଘଦିନ ହବେ ରାଜନୀତିରେ ଥିବା ସହ ଧାମନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ନିର୍ବାଚନରେ ଧାମନଗର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଘରେ ନିଜର ଦୁଇ ଝିଅ ଓ ଶ୍ୱଶୁରଙ୍କର ସେବା କରି ବାହାରି ପଡୁଛନ୍ତି ନିଜର ନିର୍ବାଚନୀ ପ୍ରଚାରରେ । ସେ ଏଥର ଧାମନଗର ବ୍ଲକର ରଇପୁର ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ହୋଇଛନ୍ତି ।
ସେହିପରି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ପତ୍ନୀ ମଧ୍ୟ ପ୍ରଥମ କରି ରାଜନୀତିରେ । ଏଥରେ ଭଦ୍ରକ ବ୍ଲକ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ତାଙ୍କ ଉଚ୍ଚ ଶିକ୍ଷିତା ପତ୍ନୀ ସସ୍ମିତା ପାଢୀ ମଧ୍ୟ ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସସ୍ମିତା ଇତିହାସ ବିଭାଗରେ ଏମଫିଲ ପାସ କରିବା ସହ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ସ୍ୱାମୀଙ୍କ ସହ ପାଦରେ ପାଦ ମିଶାଇ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେହିପରି କଳ୍ପନା ଜେନା ଦୀର୍ଘ ବର୍ଷ ହେବ ରାଜନୀତିରେ ପୁରୁଣା ମୁହଁ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ୨୮ ନଂ ଜୋନ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ସକାଳୁ ଉଠି ନିଜର ଘରର ସମସ୍ତ କାମ ଛାଡି ବାହାରି ପଡୁଛନ୍ତି ନିର୍ବାଚନ ପ୍ରଚାରରେ । ସଂଧ୍ୟା ନଇଁ ଆସିଲେ ଥକା ହୋଇପଡି ଥିଲେ ମଧ୍ୟ ସକାଳୁ ପୁଣି ବାହାରି ପଡୁଛନ୍ତି ନିର୍ବାଚନ ପ୍ରଚାରରେ ।
ସେହିପରି ତପସ୍ୱିନୀ ଜେନା ୨୪ ନଂ ଜୋନ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ସେ ରାଜନୀତିରେ ଦୀର୍ଘଦିନ ହେବ ଅଛନ୍ତି । ପୂର୍ବରୁ ସରପଞ୍ଚ ଥିଲେ । ଏବେ କିନ୍ତୁ ପୁର୍ନବାର କଂଗ୍ରେସରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି । ଭୋରୁ ଉଠି ନିଜର ହାଣ୍ଡିଶାଳ କାମ ସାରି ଚାଲି ଆସୁଛନ୍ତି ନିର୍ବାଚନ ପ୍ରଚାର ପାଇଁ । ରାଜନୀତିରେ ଦୀର୍ଘଦିନ ହେବ ସେ ଥିବାରୁ ହାଣ୍ଡିଶାଳ ଓ ରାଜନୀତି ମଧ୍ୟରେ ସମନ୍ୱୟ ରକ୍ଷା କରନ୍ତି ।
ଏଭଳି ପରିସ୍ଥିତିରେ ପଞ୍ଚାୟତ ରାଜନୀତିରେ ମହିଳା ମାନଙ୍କ ଅଧିକ ସଂଖ୍ୟାରେ ପ୍ରବେଶ ନିଶ୍ଚିତ ଭାବେ ଆଗାମୀ ଦିନରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ।
]]>