ଏହି ଘଟଣା କଲୋରଡୋର St. Regis Aspen ରିସର୍ଟରେ ଘଟିଥିଲା। ଭିଡିଓରେ ଏକ ଭାଲୁ ସିକ୍ୟୁରିଟି ଗାର୍ଡଙ୍କୁ ଏକ ପଞ୍ଚ୍ ମାରୁଥିବା ଦେଖିବାକୁ ମିଳେ।
ରିପୋର୍ଟ ଅନୁଯାୟୀ, କଲରାଡୋ ପାର୍କ ଏବଂ ୱାଇଲ୍ଡ ଲାଇଫ୍ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛି ଯେ ହୋଟେଲରେ ଭାଲୁ ପଶିବାର ଖବର ପାଇବା ପରେ ଜଣେ ସୁରକ୍ଷାକର୍ମୀ ରୋଷେଇ ଘରକୁ ଯାଇ ଭାଲୁକୁ ସାମ୍ନା କରିଥିଲେ। ଏହି ସମୟରେ ଭାଲୁ ପଛ ଗୋଡରେ ଠିଆ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁ ସୁରକ୍ଷାକର୍ମୀଙ୍କୁ ଏମିତି ଏକ ପଞ୍ଚ୍ ମାରିଥିଲା ଯେ ସେ ଛିଟିକି ପଡିଥିଲେ।
ଭାଲୁର ଏହି ଆକ୍ରମଣରେ ସୁରକ୍ଷାକର୍ମୀ ଜଣଙ୍କର ସେମିତି କିଛି କ୍ଷତି ହୋଇନାହିଁ। ସେ ଭାଲୁର ଆକ୍ରମଣରୁ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏହା ପରେ ସେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଫୋନ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କ ପିଠିରେ ହୋଇଥିବା କ୍ଷତର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା।
This CCTV captures the moment a bear attacked a security guard in a hotel kitchen in Colorado.
— Sky News (@SkyNews) October 27, 2023
Colorado Parks and Wildlife said that the bear was euthanised following the attack.https://t.co/C3AamD1tuK pic.twitter.com/httNJFPDdo
ଯେତେବେଳେ ବନ୍ୟପ୍ରାଣୀ ଅଧିକାରୀମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ଭାଲୁକୁ ଖୋଜିବା ଆରମ୍ଭ କଲେ। ପରଦିନ ସକାଳେ ସେମାନେ ତା ବିଷୟରେ ଜାଣିବାକୁ ପାଇଲେ କିନ୍ତୁ ଜନସାଧାରଣଙ୍କ ସୁରକ୍ଷା କାରଣରୁ ସେମାନେ ତାକୁ ଧରିବାରେ ଏବଂ ଚେତାଶୂନ୍ୟ କରିବାରେ ବିଫଳ ହୋଇଥିଲେ।
ସେମାନେ ଶେଷରେ ପାର୍କରେ ଭାଲୁକୁ ଘେରାଉ କରିବାରେ ସଫଳ ହେଲେ। ପରେ ବନ୍ୟପ୍ରାଣୀ କର୍ମଚାରୀମାନେ ଭାଲୁକୁ ସେହି ସ୍ଥାନରୁ ଦୂରକୁ ନେଇଯାଇଥିଲେ ଏବଂ ଏହାକୁ ସିପିଡବ୍ଲ୍ୟୁ ନୀୟମ ଅନୁଯାୟୀ ଭାଲୁ ହତ୍ୟା କରାଯାଇଥିବା ଏଜେନ୍ସି କହିଛି।
]]>ଗତ କିଛିଦିନ ହେବ ନୂଆପଡା ଜିଲ୍ଲା କୋମନା ରେଂଜର ବିରୁନପଦର ଗାଁରେ ଭାଲୁ ମଣିଷର ଲଢେଇ ହୋଇଥିଲା । ଭାଲୁ ଆକ୍ରମଣରେ ୨ ଜଣଙ୍କ ପ୍ରାଣ ଯିବା ସହିତ ୪ ଜଣ ଗୁରୁତର ଆହତ ହୋଇ ବଂଚିବା ଲାଗି ସଂଗ୍ରାମ କରୁଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ଭାଲୁଠାରୁ ମଣିଷର ଜୀବନ ବଂଚାଇବାକୁ ଯାଇ ଭାଲୁକୁ ଠେଙ୍ଗାରେ ପିଟିଥିଲେ ଆଉ ଭାଲୁର ମୃତ୍ୟୁ ହୋଇଥିଲା । ଆଉ ମୃତ ଭାଲୁ ବନବିଭାଗ ଉଦ୍ଧାର କରିଥିଲା ।
ଭାଲୁ ମରିଯିବା ପରେ ଲୋକେ ଭାବିଥିଲେ ଆଉ ଭାଲୁ ନାହାନ୍ତି ବୋଲି ହେଲେ ପୁଣି ଗାଁ ପାଖରେ ଭାଲୁ ଦେଖିବା ପରେ ଲୋକମାନେ ଭୟଭୀତ ଅଛନ୍ତି । ଘରୁ ନବାହାରିବାକୁ ପରସ୍ପର ପରସ୍ପରକୁ କହୁଛନ୍ତି । ତେବେ ବନବିଭାଗ ଖବର ପାଇବା ପରେ ବିଜାଖମନ ଜଙ୍ଗଲର ୪ ପଟେ ଅନାବନା ଗଛ ସହ ବୁଦା କାଟିବା ଆରମ୍ଭ କରିଛି । ଏନଏଚ୍.୩୫୩ କଡରେ ତାର ଜାଲି ଲଗାଇବାକୁ ଯୋଜନା ବି କରାଯାଇଛି । ଏମିତିକି ଜଙ୍ଗଲ ତିନିପଟେ ସୋଲାର ଲାଇଟ୍ ଲଗାଇବାକୁ ଯୋଜନା ହେଉଥିବା ଜଣାପଡ଼ିଛି ।
ଏବେ ନୁହେଁ ଅନେକ ସମୟରେ ଆମେ ଦେଖିଛନ୍ତି ବନ୍ୟଜନ୍ତୁ ଓ ମଣିଷ ଭିତରେ ଲଢେଇ ହେଉଛି । କେତେବେଳେ ଜୀବଜନ୍ତୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର । ଆଉ ଏମିତି ସ୍ଥିତିରେ ବନବିଭାଗ କାହାକୁ କେତେ ସୁରକ୍ଷା ଦେଇପାରୁଛି ତାହା ସମୟ କହିବ ।
]]>
କୋମନା ମେଡିକାଲରେ ଚିକିତ୍ସା ପରେ ନୂଆପଡା ଜିଲ୍ଲା ମେଡିକାଲକୁ ପଠାଇ ଦିଆଯାଇଥିଲା । ନୂଆପଡାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି । ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସା କରାଯାଉଛି ।
ସୁରକ୍ଷା ଦାବିରେ କୋମନା ମେଡିକାଲ ସାମନାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଛି । ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।
]]>ସୂଚନା ଅନୁସାରେ ଆଜି ସକାଳେ ବିରୁନପଦର ଗାଁ ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରେ ଥିବା ଦାବରି ମୁଣ୍ତା ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଘନଶ୍ୟାମ ପଟେଲ ଓ ତାଙ୍କ ପୁଅ ଚଇତୁ ପଟେଲ । ସେତେବେଳେ ହଠାତ୍ ଏକ ଭାଲୁ ପ୍ରଥମେ ଘନଶ୍ୟାମଙ୍କୁ ଆକ୍ରମଣ କରି ଥିଲା । ଚଇତୁ ତାଙ୍କ ବାପାଙ୍କୁ ରକ୍ଷା କରିବାକୁ ପ୍ରୟାସ କଲା ବେଳେ ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।
ବାପପୁଅ ଚିତ୍କାର କରିବାରୁ ଗାଁ ଲୋକ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଚଇତୁଙ୍କୁ ବଞ୍ଚାଇ ଦେଲେ। କିନ୍ତୁ ଘନଶ୍ୟାମ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ୩୫୩ ନମ୍ବର ଏନ୍ଏଚ୍ ଅବରୋଧ କରିଛନ୍ତି ।
]]>କିଛି ନା କିଛି ବିପଜ୍ଜନକ ଏବଂ ବିରଳ ଜିନିଷକୁ କ୍ୟାପ୍ଚର୍ କରିବା ନେଇ, ଲୋକମାନେ ହିଂସ୍ର ପଶୁମାନଙ୍କୁ ମଧ୍ୟ ଖାତିର କରୁ ନାହାନ୍ତି। ଏହି କାରଣରୁ ସେମାନେ ସହଜରେ ସେମାନଙ୍କ ଶିକାର ହେବା ଅନୁମାନ କରାଯାଏ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବରୀ ସେଲ୍ଫି ନେବା ଚକ୍କରରେ ହିଂସ୍ର ପ୍ରାଣୀମାନଙ୍କ ଏତେ ନିକଟତର ହୋଇଗଲେ ଆଉ ଟିକିଏ ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ।
ଇନଷ୍ଟାଗ୍ରାମ ଆକାଉଣ୍ଟ _hasret_kokulum_ରେ ଏହି ଭିଡିଓ ଶେୟାର ହୋଇଛି। ପିଞ୍ଜରା ଭିତରେ କିଛି ଭୟଙ୍କର ପଶୁ ଅଛନ୍ତି। ଏହି ସମୟରେ ଜଣେ ଯୁବତୀ ସେଲ୍ଫି ନେଉଥିଲେ। ଅଚାନକ ସେ ପିଞ୍ଜରା ପାଖକୁ ଚାଲିଯାଇଥିଲେ। ଏହି ସମୟରେ ଏକ ଭାଲୁ ତା’ର ପଞ୍ଝା ବାହାର କରି ଯୁବତୀଙ୍କୁ ଧରି ପକେଇଲା।
ଭାଗ୍ୟ ଭଲ ସେଠାରେ ଜଣେ ବ୍ୟକ୍ତି ଥିଲେ ଆଉ ସେ ତୁରନ୍ତ ଭାଲୁର ଶିକାରରୁ ତାଙ୍କୁ ରକ୍ଷା କରିଥିଲେ। ଭିଡିଓଟିକୁ ୭୪ ହଜାରରୁ ଅଧିକ ଲାଇକ୍ କରିଛନ୍ତି।
ଭାଇରାଲ ଭିଡିଓରେ ଯୁବତୀ ଜଣଙ୍କ ପିଞ୍ଜରା ଭିତରେ ଥିବା ଦୁଇଟି ଭୟଙ୍କର ପଶୁଙ୍କ ମଧ୍ୟରେ ବସି ସେଲ୍ଫି ନେଉଥିଲେ। ସେ ନିଜ କ୍ୟାମେରାରେ ଭାଲୁ ଏବଂ ବାଘଙ୍କ ସହିତ ନିଜକୁ କ୍ୟାପ୍ଚର୍ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କ ମୁହଁର ହସ ଫିକା ପଡିଗଲା ଯେତେବେଳେ ସେ ଅନୁଭବ କଲେ ଯେ କେହି ତାଙ୍କୁ ପଛରୁ ଟାଣି ନେଉଛି।
ସେଲ୍ଫି ସମୟରେ ସେ ପିଞ୍ଜରାରେ ଏତେ ପାଖରେ ପହଞ୍ଚିଗଲେ ଯେ ଏକ ଭାଲୁ ତା’ର ପଞ୍ଝା ବାହାର କରି ତାଙ୍କ ପୋଷାକକୁ ଧରି ନିଜ ଆଡକୁ ଟାଣିବାକୁ ଲାଗିଲା। ଏହା ପରେ ଯୁବତୀଙ୍କ ଅବସ୍ଥା ପୂରା ବିଗିଡି ଯାଇଥିଲା।
ଭାଗ୍ୟ ଭଲ ସେଠାରେ ଥିବା ଜଣେ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଟାଣି ଆଣିଥିଲେ ଆଉ ସେ ଭାଲୁ ଶିକାରରୁ ବଞ୍ଚିଯାଇଥିଲେ। ଏପରି କ୍ରେଜ୍ ବେଳେବେଳେ ଜୀବନ ପ୍ରତି ବିପଦ ହୋଇପାରେ, ତେଣୁ କ୍ୟାମେରାରେ ସବୁକିଛି କ୍ୟାପ୍ଚର୍ ଚେଷ୍ଟାରୁ ବାହାରିଆସିବା ଭଲ।
]]>ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଦୁଲି ମଳିକ ଓ ଝିଅ ସର୍ପ ମଳିକ ଏବଂ ଗାଁର ଅନ୍ୟ ଦୁଇ ମହିଳା ଜର୍ଗୀସରୁ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଯାଇଥିଲେ । ସେହି ସମୟରେ ଏକ ଭାଲୁ ପ୍ରଥମେ ବଦୁଲିଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ଝିଅ ସମେତ ଅନ୍ୟ ଦୁଇ ମହିଳା ଜଣକ ଜୀବନ ବିକଳରେ ଗାଁଙ୍କୁ ଦୌଡ଼ି ଆସି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ସ୍ୱାମୀ ବାଞ୍ଚା ମଳିକଙ୍କ ସହ ଗାଁ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ଲାଗି ଯାଉଥିବା ସମୟରେ ସେହି ଭାଲୁ ତାଙ୍କ ମାନଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା ।
ଗାଁ ଲୋକେ ବହୁ କଷ୍ଟରେ ଭାଲୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ସହ ଆକ୍ରମଣ କରିଥିବା ଭାଲୁକୁ ମାରି ଦେଇଥିବା ଜଣାପଡିଛି । ଅନ୍ୟପଟେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ଲାଗି ବାଲିଗୁଡା ହସ୍ପିଟାଲରେ ରଖାଯାଇଛି । ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଜଣଙ୍କୁ ମାରିଦେବା ସହ ଅନ୍ୟ ଦୁଇ ଜଣଙ୍କୁ ଆହତ କରିବା ଘଟଣା ଏବେ ଅଂଚଳରେ ଛାଞ୍ଚଲ୍ୟ ଖେଳାଇଛି ।
]]>ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ୩ ଜଣଙ୍କୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ। ତେବେ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆଉ ୨ ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଜଙ୍ଗଲରୁ କାଠ ଆଣିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।
]]>ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଚାଲିଛି । ଶିମିଳିପାଳ ଅଭୟାରଣ୍ୟର ୧୬ ରେଜ୍ର ୧୭୩ ଟି ସ୍ଥାନରେ ବାଘଗଣନା ଚାଲିଛି । ପ୍ରାକ୍ମୌସୁମୀ ବାଘଗଣନା କାର୍ୟ୍ୟରେ ୫ ଶହରୁ ଅଧିକ ବନକର୍ମଚାରୀ ସାମିଲ ହୋଇଛନ୍ତି । କେବଳ ଶିମିଳିପାଳ ଅଭୟାରଣ୍ୟରେ ୮ ଦିନଧରି ଗଣନାକାର୍ଯ୍ୟ ଚାଲିବ । ଗତ ୬ ତାରିଖରୁ ବାଘଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଶେଷ ହେବ ।
]]>
ଖାଲି ସମୟରେ ସମସ୍ତେ ନିଜର ପ୍ରିୟଜନଙ୍କ ସହ କେଉଁଠି ନା କେଉଁଠିକି ବୁକିବାକୁ ଯିବା ପାଇଁ ପସନ୍ଦ କରିଥାନ୍ତି। ଆମେରିକାର ଏକ ଦମ୍ପତି ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଏକାଠି ବିତାଇବା ପାଇଁ ନର୍ଥ କାରୋଲିନାର ‘ବ୍ଲୁ ରିଜ୍ ପାର୍କୱେ’ କୁ ଯାଇଥିଲେ। ସେମାନେ ତାଙ୍କ ସହ ନିଜ ପୋଷା କୁକୁରକୁ ମଧ୍ୟ ନେଇଥିଲେ। ପାର୍କରେ ବସିଥିବା ବେଳେ ହଠାତ୍ ଏକ ଭାଲୁଟି ତାଙ୍କ ଆଡକୁ ମାଡି ଆସିଲା, ଯାହାକୁ ଦେଖି ଦମ୍ପତି ଭୟବୀତ ହୋଇପଡିଲେ ଏବଂ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାୟନ କରିଥିଲେ। ପାର୍କର କର୍ମଚାରୀ ଭାଲୁକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ।
ପାର୍କ ନିୟମ ଅନୁଯାୟୀ ଲୋକମାନେ ନିଜର ପୋଷା କୁକୁରଙ୍କୁ ପାର୍କରେ ଏଣେ ତେଣେ ଛାଡି ପାରିବେନାହିଁ। କୁକୁରକୁ ରସି ସହ ବାନ୍ଧି ରଖିବା ଦରକାର। ତେବେ ଏହି ଦମ୍ପତି ଜଣକ ମଧ୍ୟ ନିୟମନୁଯାୟୀ ନିଜ କୁକୁରକୁ ରସିରେ ବାନ୍ଧି ରଖିଥିଲେ। ଭାଲୁକୁ ଦେଖିବା ମାତ୍ରେ ଦମ୍ପତି ନିଜ କୁକୁରର ରସି ଖୋଲି ଦେଇଥିଲେ। କୁକୁରଟି ରସି ଖୋଲିବା ପରେ ଭାଲୁ ଆଡକୁ ମାଡି ଯାଇଥିଲା। ଭାଲୁଟି ଦମ୍ପତିଙ୍କ ବହୁତ ପାଖକୁ ଆସି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା, କାରଣ କୁକୁରଟି ଭାଲୁ ଉପରକୁ ଆକ୍ରମଣ କରିଥିଲା। ସେହି ସମୟରେ ଦମ୍ପତି ଜଣକ ନିଜ କୁକୁରକୁ ନେଇ ଜୋରରେ ଦୌଡିବାକୁ ଲାଗିଲେ। ଭାଲୁର ଆକ୍ରମଣରେ ଦମ୍ପତି ଜଣକ ଆହତ ମଧ୍ୟ ହୋଇଥିଲେ। ତେବେ ପାର୍କରୁ ବାହାରି ସେ ତୁରନ୍ତ ଚିକିତ୍ସା ପାଇଂ ହସ୍ପିଟାଲ ଯାଇଥିଲେ।
ପାର୍କ କର୍ମଚାରୀଙ୍କ ଦ୍ୱାରା ଭାଲୁର ସନ୍ଧାନ ଚାଲିଛି। ଭାଲୁ ମିଳିବା ମାତ୍ରେ ତାକୁ ମାରି ଦିଆଯିବ, କାରଣ ପୁର୍ବରୁ ମଧ୍ୟ ଏକ ଭାଲୁ ଏକ ମହିଳା ଉପରେ ଆକ୍ରମଣ କରିଥିଲା। ସେ ସମୟରେ ସରକାରଙ୍କ ପକ୍ଷରୁ ନିୟମ ଲାଗୁ କରାଯାଇଥିଲା ଯେ ଏଭଳି ଘଟଣାରେ ଆକ୍ରମଣକାରୀ ପଶୁକୁ ମାରି ଦିଆଯିବ।
]]>