• translate

Tag: Balasore

snake
ଅହିରାଜ ସାପ ଉଦ୍ଧାର 

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଧିନ ମିରିଗିଣି ଗାଁରୁ ଉଦ୍ଧାର ହୋଇଛି ୧୫ ଫୁଟ୍ ଲମ୍ବର ଅହିରାଜ ସାପ। ସେହି ଗାଁର ବାବୁଲି ବେହେରାଙ୍କ ବାଡ଼ିରେ ଏହି ସାପ ଦେଖିବାକୁ ମିଳିଥିଲା। ସାପକୁ କୌଶଳ କ୍ରମେ ଧରି ବନବିଭାଗକୁ ଖବର ଦେଇଥିଲେ ବାବୁଲି ବେହେରା। ମିରିଗିଣି ଗାଁରେ ବାବୁଲି ବେହେରାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ବନବିଭାଗ କର୍ତ୍ତୃପକ୍ଷ।

train line
ଅଳ୍ପକେ ବର୍ତ୍ତିଲା ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌

ବାଲେଶ୍ୱର: ଟ୍ରେନ୍ ଲାଇନରେ ଫାଟ। ଅଳ୍ପକେ ବର୍ତ୍ତିଲା ଖଡଗପୁରରୁ ପୁରୀ ଯାଉଥିବା ଫାଷ୍ଟ ପାସେଞ୍ଜର୍। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ କେଶପୁର ଗାଁ ନିକଟ ରେଳ ଧାରଣାରେ ଏହି ଫାଟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍‌ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା।  ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍‌ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀମାନେ […]

balasore
ଅମାନବୀୟ: ମହିଳାଙ୍କୁ ମାଡ଼ ମାରି ଭାଇରାଲ କଲେ ଭିଡ଼ିଓ

ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ […]

minor girl rape
ଚକୋଲେଟ୍‌ ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଜଣକ ପୀଡିତାଙ୍କ ପଡୋଶୀ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

train
ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌

ସୋର: ପୁଣି ବିନା ଇଞ୍ଜିନ୍‌ରେ ୨ କି.ମି ଗଡ଼ିଲା ଟ୍ରେନ୍‌। ଇଞ୍ଜିନ୍‌ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍।  ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା। ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା।  ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ […]

atm
ATMକୁ ତାଡ଼ି ନେଲେ ଦୁର୍ବୃତ୍ତ

ବାଲେଶ୍ୱର: ATMକୁ ତାଡ଼ି ନେଲେ ଦୁର୍ବୃତ୍ତ।  ବାଲେଶ୍ୱର ବାହନଗା ବଜାରରେ ଥିବା SBIର ଏକ ATMକୁ ଦୁର୍ବୃତ୍ତ ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଏଟିଏମ୍‌କୁ ଜଗିବା ପାଇଁ କୌଣସି ସୁରକ୍ଷା କର୍ମୀ ନଥିଲେ। ଫଳରେ ଏହା ଜାଣିପାରି ଦୁର୍ବୃତ୍ତମାନେ ଏମିତି କରିଥିବାର ସନ୍ଦେହ କରାଯାଉଛି। ATM ମେସିନ୍‌କୁ ତାଡ଼ି ନେଇ ରାସ୍ତାରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ। ହେଲେ ATMରୁ କେତେ ଟଙ୍କା ଲୁଟ୍ ହୋଇଛି ଜଣା […]

balasore
ଘରେ ପଶି ମହିଳାଙ୍କୁ ଆକ୍ରମଣ

ବାଲେଶ୍ୱର : ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ। ମହିଳା ଗୁରୁତର ଭାବେ ଆହତ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁରରେ ଏହି ଘଟଣା ଘଟିଛି। ଆହତ ହୋଇଥିବା ମହିଳା ଜଣକ ହେଲେ ରଂଜିତା ବେହେରା। ରଂଜିତାଙ୍କ ସ୍ୱାମୀ ପୁରୁଷୋତ୍ତମ ଓ ପୁଅ ଚେନ୍ନାଇରେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ରଂଜିତାକୁ ଭୁଜାଲିରେ ହାଣିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି।  ଆଜି ସକାଳେ କିଛି ଲୋକ […]

balasore
ବାଲେଶ୍ୱରରେ ଡବଲ୍ ମର୍ଡ଼ର୍: ପୋଲିସର ଛାନଭିନ୍ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ‌ଆରମ୍ଭ କରିଛି।  ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା। ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା […]

raPE-1
ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କଲେ ଅଭିଯୁକ୍ତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]