ଆଜି ଦିଲ୍ଲୀ ସ୍ଥିତ ହଜଖାସ୍ ଜଗନ୍ନାଥ ମନ୍ଦିରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବୈଜୟନ୍ତ ଆହୁରି କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଯେଉଁ ପରିବର୍ତ୍ତନ ହୋଇଛି ଆମେ ଅନୁଭବ କରିଛୁ। ସମସ୍ୟା ହେଲେ ଆମେ ଅନ୍ୟ ଦେଶକୁ ସାହାଯ୍ୟ ମାଗୁଥିଲୁ। ଏବେ ଅନ୍ୟ ଦେଶ ଆମର ସାହାଯ୍ୟ ନେଉଛନ୍ତି। ୮୦ କୋଟି ଲୋକଙ୍କୁ ମାଗଣା ରାସନ ଏବଂ ଆବାସ ଯୋଜନାରେ ଲକ୍ଷ ଲକ୍ଷ ପକ୍କା ଘର ମିଳୁଛି। କିଏ ପୋଷ୍ଟର ମାରି ବାହାବା ନେଲେ କଣ ହେବ, ଲୋକେ କଣ ଜାଣିନାହାନ୍ତି କି ବୋଲି ବୈଜୟନ୍ତ କହିଛନ୍ତି।
ଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ବୈଜୟନ୍ତ। ଏହାପରେ ମନ୍ଦିର ପରିସରରେ ୧୭ଟି ଓଡ଼ିଆ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା।
]]>Over a decade, Bharat has witnessed immense transformation, setting the stage for a historic third victory for the BJP / NDA Government under the visionary leadership of PM @narendramodi
— Baijayant Jay Panda (Modi Ka Parivar) (@PandaJay) March 24, 2024
My sincere gratitude to Hon' PM, @BJP4India National President @JPNadda, HM @AmitShah, & the…
ସେହିପରି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ତା ସହ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ନତ ମସ୍ତକ ହୋଇ ଧନ୍ୟବାଦ ଜଣାଇଛନ୍ତି। ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ ଧର୍ମେନ୍ଦ୍ର ସପରିବାର ଶ୍ରୀମନ୍ଦିରକୁ ଯାଇଛନ୍ତି। ତାଙ୍କ ସହ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବି ସାମିଲ ଥିଲେ। ବେଶ୍ କିଛି ସମୟ ମହାପ୍ରଭୁଙ୍କ ପାଖରେ ବିତାଇଛନ୍ତି ସମସ୍ତେ। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ପକ୍ଷରୁର ସ୍ୱାଗତ ଜଣାଯାଇଥିଲା।
ମୋଟ ୨୧ ଆସନରୁ ୧୮ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଯାହା ଚର୍ଚ୍ଚା ହେଉଥିଲା ସେଭଳି ସମ୍ବଲପୁରରୁ ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଣି ଥରେ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିଭଳି କେନ୍ଦ୍ରାପଡ଼ାରୁ ଆଉ ଥରେ ଦଳ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି।
ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦୁଝର ଅନନ୍ତ ନାୟକ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ଭଦ୍ରକ ଅଭିମନ୍ୟୁ ସେଠୀ, ଢେଙ୍କାନାଳ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କୋରାପୁଟରୁ କାଳେରାମ ମାଝୀ ଏବଂ ମୟୂରଭଞ୍ଜରୁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି ଦଳ। ପ୍ରଥମ ପର୍ଯ୍ୟାୟରେ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ କନ୍ଧମାଳ, ଯାଜପୁର ଏବଂ କଟକ ଆସନ ବାକି ରହିଛି। ଏପର୍ଯ୍ୟାୟରେ ୪ ମହିଳାଙ୍କୁ ଯୋଦ୍ଧା କରିଛି ଦଳ।
]]>ଅନ୍ୟପକ୍ଷରେ ଭୁବନେଶ୍ୱରରୁ ପୁଣି ଥରେ ରିପିଟ୍ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ୨୦୧୯ରେ ମଧ୍ୟ ଭୁବନେଶ୍ୱର ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ପୁରୀରୁ ପ୍ରାର୍ଥୀ ହେବେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ତାଙ୍କୁ ମଧ୍ୟ ୨୦୧୯ରେ ପୁରୀରେ ପ୍ରାର୍ଥୀ କରିଥିଲା ବିଜେପି। ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କିଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟରୁ ବିଜେପି ପ୍ରାର୍ଥୀ ହେବେ କାଳେରାମ ମାଝୀ ।
ତେବେ ସବୁଠାରୁ ଗୁରୁତ୍ୱପୂଣ୍ଣଆ କଥା ହେଉଛି ଓଡ଼ିଶାର ମୋଟ ୨୧ ଆସନରୁ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଆଉ ୩ ଆସନ ପାଇଁ ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ । କଟକ, ଯାଜପୁର ଓ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।
ସେହିପରି ଆଜି ଘୋଷଣା ହୋଇଥିବା ୧୮ଟି ଲୋକସଭା ଆସନରୁ ୬ଟି ଆସନରେ ପ୍ରାର୍ଥୀ ବଦଳା ଯାଇଛି। କଳାହାଣ୍ଡି, ସମ୍ବଲପୁର, ବରଗଡ଼, ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ବଦଳିଲେ। ସେହିପରି ମୟୂରଭଞ୍ଜ ଓ କୋରାପୁଟ ଆସନ ପାଇଁ ବି ବଦଳିଲେ ପ୍ରାର୍ଥୀ।
]]>ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଦାମ ରାଉତ ମୋର ପରମବନ୍ଧୁ ଥିଲେ। ଛାତ୍ର ରାଜନୀତିରୁ ସେ ମୋର ବନ୍ଧୁ ଥିଲେ। ସାଙ୍ଗ ହୋଇ ଆମେ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛୁ। ଆମେ ଦୁଇ ଥିଲୁ ଧୋତି ପିନ୍ଧା ନେତା। ତାଙ୍କ ବୟସ ୮୩ ମୋ ବୟସ ବି ୮୩। ଯୁଆଡ଼େ ଯାଉଥିଲୁ ମିଶିକି ଯାଉଥିଲୁ। ବେଳେ ବେଳେ କେହି କେହି ତାଙ୍କୁ ପ୍ରଫୁଲ୍ଲ ଭାଇ, ମତେ ଦାମ ଭାଇ ଡ଼ାକି ଦେଉଥିଲେ। ଆଜି ମୋ ଭାଇ ଚାଲିଗଲା। ଆମ ରାଜନୈତିକ ସମ୍ପର୍କ, ପରିବାର ସମ୍ପର୍କ ସବୁ ଛିନଛତ୍ର ହୋଇଗଲା। କୋହ ଭରା କଣ୍ଠରେ ପ୍ରଫୁଲ୍ଲ ଘଡେ଼ଇ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି।
ଦାମ ରାଉତ ମୋର ପରମବନ୍ଧୁ ଥିଲେ। ଛାତ୍ର ରାଜନୀତିରୁ ସେ ମୋର ବନ୍ଧୁ ଥିଲେ। ତାଙ୍କ ବୟସ ୮୩ ମୋ ବୟସ ବି ୮୩। ଆମେ ଦୁଇ ଥିଲୁ ଧୋତି ପିନ୍ଧା ନେତା: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ#PrafullaGahdei #DamodaraRout #RIP #OTV pic.twitter.com/FORe7CVl9I
— ଓଟିଭି (@otvkhabar) March 22, 2024
ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆଦି ଶୋକ ପ୍ରକାଶ କରିଛନ୍ତି।
ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ‘ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରିୟ ବନ୍ଧୁ ଏବଂ ବହୁବର୍ଷର ପୂର୍ବତନ ସହଯୋଗୀଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ ଘଟିଛି। ଦିବଙ୍ଗତ ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି’।
ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ!
— Baijayant Jay Panda (Modi Ka Parivar) (@PandaJay) March 22, 2024
ବରିଷ୍ଠ ରାଜନେତା, ଓଡ଼ିଶା ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୀର୍ଘବର୍ଷର ବିଧାୟକ,ବିଜୁ ବାବୁଙ୍କ ଅନୁଗତ, ମୋର ବନ୍ଧୁ ଏବଂ ବହୁ ବର୍ଷର ପୂର୍ବତନ ସହଯୋଗୀ, ଡ଼ଃ ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ।
ଦିବଙ୍ଗତ ଆତ୍ମାର ସଦଗତି… pic.twitter.com/GCekqZVedu
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦାମୋଦର ରାଉତଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ। ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଉଛି।
]]>ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା…
— Naveen Patnaik (@Naveen_Odisha) March 22, 2024
ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା। ଆଜି ତାହା ଚୂଡ଼ାନ୍ତ କରିବାକୁ ଚନ୍ଦ୍ରବାବୁ ନାଇଡୁ, ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରେ ଆଲୋଚନା ହେଉଛି। କାଲି ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଭେଟିଥିଲେ।
ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏମାନେ ଏକାଠି ଲଢ଼ିବେ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ଲଢ଼ିବାକୁ ବିଜେପି ଇଚ୍ଛା ପ୍ରକାଶ କରିଛି।
ସେହିପରି ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବିଜେପି ଓ ଜେଏସ୍ପି ୩୦ଟି ବିଧାନସଭା ସିଟ୍ରେ ନିର୍ବାଚନ ଲଢ଼ିବାକୁ ସହମତି ଦେଇଛନ୍ତି। ଅନ୍ୟ ୧୪୫ଟି ଆସନରେ ଟିଡିପି ଏକା ନିର୍ବାଚନ ଲଢ଼ିବ।
]]>ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି।ବିଜୟୱାଡ଼ାରେ ପହଂଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ବୁଝାମଣା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି।
]]>ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ। ୟୁପିର ଅବଶିଷ୍ଟ ୨୮ଟି ଲୋକସଭା ଆସନ ଟିକେଟ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ।
୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏ ୪୦୦ ପାର୍ ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କୁ ୧୦୧ ଲୋକସଭା ଆସନର ଗୁରୁଦାୟିତ୍ୱ କେନ୍ଦ୍ର ନେତୃବୃନ୍ଦ ଦେଇଛନ୍ତି। ସେହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବୈଜୟନ୍ତ ମାରାଥନ୍ ବୈଠକ କରି ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜିର ବୈଠକରେ ଉତ୍ତରପ୍ରଦେଶରେ ଅବଶିଷ୍ଟ ୨୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯିବ। ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ଉପସ୍ଥିତ ରହିବେ।
]]>ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ଗଂଜାମରେ ଯେଉଁ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି ସେଥିରୁ ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ।
ପ୍ରଧାନମନ୍ତ୍ରୀ ଗ୍ରୀନ ସିଗନାଲ ପରେ ପୂରଣ ହୋଇଛି କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଅଢ଼େଇ ଦଶନ୍ଧିର ସ୍ୱପ୍ନ। ଉପକୂଳ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳ ଲାଇନକୁ ୧୯୯୫ ମସିହାରେ ମଞ୍ଜୁରୀ ମିଳିଥିଲା। ହେଲେ ୨୦୦୯ ପର୍ଯ୍ୟନ୍ତ ଫାଇଲ୍ ତଳେ ଚାପି ହୋଇ ରହିଥିଲା। ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ ପରେ ବୈଜୟନ୍ତ ପଣ୍ଡା ପ୍ରଥମେ ଏହାକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଥିଲେ। ଯାହାଦ୍ୱାରା ପ୍ରକଳ୍ପର କିଛି ଅଂଶକୁ ମଂଜୁରୀ ମିଳିବା ସହ ୨୦୧୩ରେ ଜମି ଅଧିଗ୍ରହଣ ଓ କାମ ଆଗେଇଲା।
୨୦୧୫ରେ ବୈଜୟନ୍ତ, ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିବା ପରେ ପ୍ରକଳ୍ପ ପାଇଁ ୨ଶହ କୋଟି ଟଙ୍କା ମଂଜୁର ହୋଇଥିଲା।। ଆଉ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧିତ୍ୱ ସରିବା ବେଳକୁ ପ୍ରକଳ୍ପର ୯୫ ପ୍ରତିଶତ କାମ ସରିଯାଇଥିଲା। ଆଜି ସେଇ ନୂଆ ଲାଇନରେ ପାରଦୀପ ଷ୍ଟେସନରୁ ବାହାରି ଯାଜପୁରର ହରିଦାସପୁର ଦେଇ କେନ୍ଦୁଝରକୁ ଗଡ଼ିଛି ନୂଆ ମେମୁ ଟ୍ରେନ୍। ଯାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି କେନ୍ଦ୍ରାପଡ଼ାବାସୀ।
]]>ଅନ୍ୟପଟେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାସହ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମାବେଶସ୍ଥଳ ବେଣାପୁର ପଡିଆକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।
ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସମାବେଶ ସ୍ଥଳର ଅନୁଧ୍ୟାନ କରିଛନ୍ତି। ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ କରାଯାଇଛି। ପରୀକ୍ଷାମୂଳକ ଭାବେ ବାୟୁସେନାର ଦୁଇଟି ହେଲିକପ୍ଟର ସେଠାରେ ଲ୍ୟାଣ୍ଡିଂ କରିଛି। ହେଲିପ୍ୟାଡ଼ ସହ ସଭାସ୍ଥଳ ତନଖି କରାଯାଇଛି ।
]]>ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥର ସାଧାରଣ ନିର୍ବାଚନରେ 'NDA ୪ଶହ ପାର' ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି । ବିଜେପି ଦଳୀୟ ଇତିହାସରେ ଜଣେ ନେତାଙ୍କୁ ଏତେ ଆସନ ଦାୟିତ୍ୱ ମିଳିବା ପ୍ରଥମ ଘଟଣା।
ଆଜି ବିଜେପିର ସିଇସି ବୈଠରେ ବିଭିନ୍ନ ରାଜ୍ୟର ନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହେବ । ପୂର୍ବରୁ ବୈଜୟନ୍ତ ମଣିପୁର ଦାୟିତ୍ୱରେ ଥିବାବେଳେ ଦଳକୁ ଭଲ ସଫଳତା ମିଳିଥିଲା । ସେହିପରି ବୈଜୟନ୍ତ ଆସାମ ଦାୟିତ୍ୱ ନେବା ପରେ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲା ବିଜେପି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିରନ୍ତର ଦାୟିତ୍ୱ ତୁଲାଉଥିବା ବୈଜୟନ୍ତ ପଣ୍ଡା ଏବେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ସେହିପରି ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଭଳି ଗୁରୁଦାୟିତ୍ୱ ଦେଇଛି ଦଳ ।
ସେପଟେ ଆଜି ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି ବା CEC ବୈଠକ ବସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏଥିରେ ସାମିଲ ହେବେ । ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍ଙ୍କ ନାଁ ଘୋଷଣା ହୋଇପାରେ । ଏଥିରେ ଓଡ଼ିଶାରୁ ୨ କି ୩ଟି ନାଁ ରହିପାରେ ।
]]>ସେପଟେ ଉତ୍ତର ପ୍ରଦେଶ ଗାଜିଆବାଦରେ ବିଜେପିର ପଶ୍ଚିମ କ୍ଷେତ୍ର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ତା କହିଥିଲେ, ମୋଦି ସରକାରଙ୍କ ପ୍ରଚେଷ୍ଟାରେ ନୂଆ ଭାରତ ଗଠନ ହୋଇଛି । ସାରା ବିଶ୍ୱରେ ବଢ଼ିଛି ଭାରତର ସମ୍ମାନ । ଦେଶ ଶକ୍ତିଶାଳୀ ହୋଇଛି ।
୭୦ ବର୍ଷରେ ଯାହା ହୋଇପାରିନଥିଲା, ଏବେ ତାହା ହୋଇଛି । ୭୦ ପ୍ରତିଶତ ଘରେ ପହଞ୍ଚିଛି ବିଶୁଦ୍ଧ ପିଇବା ପାଣି । ୫ଶହ ବର୍ଷର ବିବାଦର ସମାଧାନ ହୋଇ ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର । ବୁଥ ସ୍ତରରେ କାମ କରି ବିଜେପିର ସିଟ୍ ସଂଖ୍ୟା ୩୭୦ ଓ ଏନଡିଏର ଟାର୍ଗେଟ ୪୦୦ ସିଟ୍ ପୂରଣ କରିବାକୁ ବୈଜୟନ୍ତ ପଣ୍ଡା ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ ୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ପାଇଁ ବିଭିନ୍ନ କମିଟି ଘୋଷଣା କରିଥିଲା ବିଜେପି । ବିଜେପି କୋର୍ କମିଟିରେ ରହିଛନ୍ତି ୧୫ ସଦସ୍ୟଙ୍କ ସହ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ । କୋର୍ କମିଟିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମଙ୍କୁ ସାମିଲ କରାଯାଇଛି ।
ରାଜ୍ୟ ନିର୍ବାଚନ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ରହିଥିବାବେଳେ ଶୃଙ୍ଖଳା କମିଟିରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀଙ୍କ ସହ ୫ ଜଣ ସଦସ୍ୟ । ସେହିପରି ଫାଇନାନ୍ସ କମିଟିରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ରହିଛି ।
]]>ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଜ୍ଞାନ କୁମାରୀଙ୍କ ଦେହାନ୍ତକୁ ନେଇ ଦୁଃଖପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ୧୦ ଥର ବିଧାୟିକା ଭାବେ ପ୍ରତିନିଧିତ୍ବ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାଡ଼ିଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର… pic.twitter.com/O2A6al1fS6
— Naveen Patnaik (@Naveen_Odisha) February 10, 2024
ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁଜ୍ଞାନ କୁମାରୀ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ। ବାରମ୍ବାର ମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ସେ ଜଣେ ରୋଲ ମଡେଲ୍ ଥିଲେ। ସେ ମୋ ପାଇଁ ଜଣେ ଆଦର୍ଶ ଓ ମୋ ପ୍ରତି ତାଙ୍କର ସ୍ନେହ ଥିଲା। । ଖରାପ ସମୟରେ ସେ ମୋତେ ଉତ୍ସାହିତ କରିବା ସହ ଭରସା ଦେଉଥିଲେ ବୋଲି ଏକ୍ସରେ ଲେଖିଛନ୍ତି ବୈଜୟନ୍ତ ।
Rani Sugnana Devi was that rare person who was never tempted by power and pelf. She represented Khalikote and Kabisuryanagar for ten terms as an MLA in the Odisha Assembly to better her people’s lives, but repeatedly turned down offers of ministerships and more. Her people adored… pic.twitter.com/oKGTtkQ1Kn
— Baijayant Jay Panda (@PandaJay) February 10, 2024
ସେହିପରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି। ଏହାସହ ସୁଜ୍ଞାନ କୁମାରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା । ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ…
— Dharmendra Pradhan (@dpradhanbjp) February 10, 2024
ଆଜି ଭୁବନେଶ୍ୱର ଅଣାଯିବ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର । ସଂଧ୍ୟା ୫ଟାରେ ଚେନ୍ନାଇ ବିମାନ ବନ୍ଦରରୁ ଭୁବନେଶ୍ୱର ଆଣିବା କାର୍ଯ୍ୟକ୍ରମ ରହିଛି । ସୁଜ୍ଞାନ କୁମାରୀଙ୍କ ନିକଟତମ ସହଯୋଗୀ ତଥା ମର୍ଦ୍ଦରାଜ ପରିଷଦ ସଂପାଦକ ସୁଧାଂଶୁ ଶେଖର ସାହୁ ଏହି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପୁଅ, ଭାଇ, ଭଉଣୀ ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ଆଜି ରାତି ୭ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ । ଏହାପରେ ଖଲ୍ଲିକୋଟ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ । ତେବେ ସରକାରଙ୍କ ପକ୍ଷରୁ କଣ କାର୍ଯ୍ୟକ୍ରମ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
]]>
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବୈଜୟନ୍ତ କହିଛନ୍ତି, ୫୦୦ ବର୍ଷର ତ୍ୟାଗ ଓ ଆନ୍ଦୋଳନ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ହୋଇ ପାରିଛି। ସାରା ଦେଶରେ ଏହାକୁ ସ୍ୱାଗତ କରାଗଲା। ଏହା ହିଁ ନୂଆ ଭାରତର ଚେହେରା ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।
]]>୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଓଡ଼ିଶାରେ ବିଜେପିର ଇଲେକ୍ସନ ଇନଚାର୍ଜ ବନିଛନ୍ତି ବିଜୟ ପାଲ ସିଂ ତୋମାର୍। ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ତଥା ବିଜେପିର ପୂର୍ବତନ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ।
ଦୀର୍ଘଦିନ ଧରି ଓଡ଼ିଶା ବିଜେପି ସହପ୍ରଭାରୀ ଥିବା ବିଜୟ ପାଲ୍ ସିଂ ତୋମାରଙ୍କର, ତୃଣମୂଳ ସ୍ତରର ଦଳୀୟ ସଂଗଠନ ସହ ସୁସମ୍ପର୍କ ରହିଛି। ଏଥିସହ ୨୪ ରୋଡମ୍ୟାପ୍ ପ୍ରସ୍ତୁତି ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ପଦାଧିକାରୀ ବୈଠକ ଏବଂ ରାଉରକେଲାରେ ଅନୁଷ୍ଠିତ ଚିନ୍ତନ ଶିବିରରେ ମଧ୍ୟ ଦେଖିବାକୁ ମିଳିଥିଲା ତାଙ୍କର ସକ୍ରିୟ ଯୋଗଦାନ। ତେଣୁ ବିଜେପିର #39;ମିଶନ ଓଡ଼ିଶା'କୁ ସଫଳ କରିବା ପାଇଁ, ତାଙ୍କୁ ନିର୍ବାଚନୀ ମଙ୍ଗ ଧରାଇଛନ୍ତି ଦଳର କେନ୍ଦ୍ରୀୟ ନେତୃତ୍ବ। ଏଥିସହ ଇଲେକ୍ସନ କୋ-ଇନଚାର୍ଜ ଭାବେ ଛତିଶଗଡ଼ ବିଧାୟିକା ତଥା ରାଷ୍ଟ୍ରୀୟ ଉପସଭାପତି ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ମିଳିଛି। କୁହାଯାଉଛି, ପଶ୍ଚିମ ଓଡ଼ିଶାକୁ ଫୋକସ କରି ଲତାଙ୍କୁ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।
ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଦେଇଛି ଗୁରୁ ଦାୟିତ୍ୱ। ଉତ୍ତରପ୍ରଦେଶ ଇଲେକ୍ସନ ଇନଚାର୍ଜ ବନିଛନ୍ତି ବୈଜୟନ୍ତ। ଦେଶର ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ଉତ୍ତରପ୍ରଦେଶ, ଜାତୀୟ ରାଜନୀତିରେ ବହନ କରେ ନିର୍ଣ୍ଣାୟକ ଭୂମିକା। ସେଠାରେ ୨୦୧୪ ସାଧାରଣ ନିର୍ବାଚନରେ ଅମିତ ଶାହ ଏବଂ ୨୦୧୯ ନିର୍ବାଚନ ସମୟରେ ଜେ.ପି. ନଡ୍ଡା ତୁଲାଇଥିଲେ ପ୍ରଭାରୀ ଦାୟିତ୍ୱ। ତେବେ ଏଥର ୟୁପି ପାଇଁ ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତଙ୍କ ଉପରେ ଭରସା କରିଛି ଦଳ।
ବୈଜୟନ୍ତ ପଣ୍ଡା ଏବେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହ ଆସାମ ଓ ଦିଲ୍ଲୀର ପ୍ରଭାରୀ ଏବଂ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ ମଧ୍ୟ ରହିଛନ୍ତି। ତାଙ୍କର ନିର୍ବାଚନୀ ସୁପରିଚାଳନା ଆସାମରେ ବିଜେପିକୁ ପୁନର୍ବାର ଚଖାଇଥିଲା ବିଜୟର ସ୍ୱାଦ। ଏହା ପୂର୍ବରୁ ମଣିପୁରରେ ରାଜନୈତିକ ସଙ୍କଟ ବେଳେ ତାଙ୍କରି ଗୋଟି ଚାଳନା ଦଳକୁ କ୍ଷମତାରେ ବଜାୟ ରଖିପାରିଥିଲା। ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଗୁରୁଦାୟିତ୍ୱ ମିଳିବା ପରେ, ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମଧ୍ୟରେ ବର୍ତ୍ତମାନ ରାଜନୈତିକ ହଟଚମଟ ପାଇଁ ଚର୍ଚ୍ଚାରେ ଥିବା ବିହାର ପାଇଁ ବିଜେପି ଇଲେକ୍ସନ ଇନଚାର୍ଜ ବନିଛନ୍ତି ଦଳର ସାଧାରଣ ସଂପାଦକ ବିନୋଦ ତାୱଡ଼େ। ରାଜ୍ୟସଭା ସାଂସଦ ଦୀପକ ପ୍ରକାଶଙ୍କୁ ମିଳିଛି କୋ-ଇନଚାର୍ଜ ଦାୟିତ୍ୱ। ପଶ୍ଚିମବଙ୍ଗରେ ବିହାରର ପୂର୍ବତନ ମନ୍ତ୍ରୀ ମଙ୍ଗଲ ପାଣ୍ଡେ, ଝାଡ଼ଖଣ୍ଡରେ ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ବନିଛନ୍ତି ନିର୍ବାଚନ ପ୍ରଭାରୀ।
]]>ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଭଳି ସବୁଠାରୁ ବଡ଼ ରାଜ୍ୟର ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି । ବିଜୟପାଲ ସିଂ ତୋମାର -ପ୍ରଭାରୀ ଓ ଲତା ଉସେଣ୍ଡି ସହ-ପ୍ରଭାରୀ ଦାୟିତ୍ୱରେ ରହିବେ । ଆଣ୍ଡାମାନ ନିକୋବର ପାଇଁ ଶ୍ରୀ ୱାଇ ସତ୍ୟକୁମାରଙ୍କୁ ନିଯୁକ୍ତ କରିଛି ଦଳ ।
ସେହିପରି ଅରୁଣାଚଳ ପ୍ରଦେଶ ଶ୍ରୀ ଅଶୋକ ସିଂହଲ, ବିହାର ଶ୍ରୀ ବିନୋଦ ତାୱଡେ ଓ ଶ୍ରୀ ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ଚଣ୍ଡିଗଡ଼ରେ ଶ୍ରୀ ବିଜୟଭାଇ ରୂପାଣୀ । ଡାମନଡିଉ ପାଇଁ ଶ୍ରୀ ପୁରନେଶ ମୋଦି ଏବଂ ଦୁଷ୍ମନ୍ତ ପଟେଲଙ୍କୁ ଦାୟିତ୍ୱ ଦେଇଛି ଦଳ ।
ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି ।
ଝଡ଼ଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ଡା. ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡିଙ୍କ ଉପରେ ଦଳ ଦାୟିତ୍ୱ ଦେଇଛି । କେରଳ ପ୍ରକାଶ ଜାଭେଡକର, ଲଦାଖ ତରୁଣ ଚୁଘ୍, ଲାକ୍ଷାଦ୍ୱିପ ପାଇଁ ଅରବିନ୍ଦ ମେନନ୍, ମଧ୍ୟପ୍ରଦେଶ ପାଇଁ ଡା. ମହେନ୍ଦ୍ର ସିଂ ଓ ଶ୍ରୀ ସତୀଶ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି । ପୁଡ଼ୁଚେରୀ ନିର୍ମଳ କୁମାର ସୁରାଣା, ପଞ୍ଜାବ ବିଜୟଭାଇ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇଛି ଦଳ । ସେହିପରି ସିକିମ୍ ପାଇଁ ଡା. ଦିଲ୍ଲୀପ ଜୟସ୍ୱାଲ ଓ ତାମିଲ ନାଡ଼ୁପାଇଁ ଅରବିନ୍ଦ ମେନନ୍ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି ।
ଉତ୍ତରାଖଣ୍ଡ ପାଇଁ ବିଜେପି ଦୁଷ୍ମନ୍ତ କୁମାର ଗୌତମ ଓ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବିୟ ଓ ସୁଶ୍ରୀ ଆଶା ଲକଡାଙ୍କୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି ।
]]>୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ । ତେଣୁ ସେଦିନ ଆମେ ସମସ୍ତେ ନିଜେ ନିଜ ଘରେ ୫ଟି ଦୀପ ଲଗାଇବା ସହ ଭଜନକୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରିବାକୁ ନିବେଦନ କରିଛନ୍ତି ବୈଜୟନ୍ତ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାନୁଆରୀ ୨୨କୁ ଦୀପାବଳି ମନାଇବାକୁ ଅପିଲ କରିଥିଲେ । ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ଏହି ଖୁସି ଅବସରେ ସାରା ଦେଶରେ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ଏଥି ସହିତ ମୋଦି ଆହୁରି କହିଥିଲେ ଯେ, ଅଯୋଧ୍ୟା ନଗରୀ ଦୀପ ଆଲୋକରେ ଆଲୋକିତ ହେଉଥିବା ବେଳେ ସାରା ଦେଶ ବି ସେହି ଦିନ ଦୀପରେ ସଜେଇ ହେଉ । ଏହା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ ।
ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଥିଲେ ମୋଦି । ଆଉ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଜାନୁଆରୀ ୨୨ ତାରିଖରେ ଘରେ ଘରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
]]>ରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜାମାତାଙ୍କ ପାଇଁ ଉପହାର ପଠାଇଲେ ମିଥିଳାବାସୀ। ଭାରତୀୟ ପରଂପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର। ଆଗକୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଏହି ବିଧିରୁ ମୈଥିଳୀ ବା ମାତା ସୀତାଙ୍କ ବାପଘର ବାଦ୍ ଯିବ କିପରି ? ତେଣୁ ବିହାରର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବିଭିନ୍ନ ବହୁମୂଲ୍ୟ ଭାର। ଖୁବ୍ ଆଡ଼ମ୍ବର ସହକାରେ ନିଜ ଜ୍ୱାଇଁଙ୍କ ପାଇଁ ରୁପାର କଠଉ, ଅଳଙ୍କାର, ବାସନକୁସନ ଓ ଖାଦ୍ୟ ସାମଗ୍ରୀ ପଠାଇଛନ୍ତି ମିଥିଳାବାସୀ। ସୀତାମଢ଼ି ପୁନୌରା ଧାମରୁ ଏହିସବୁ ବହୁମୂଲ୍ୟ ଉପହାର ସହିତ ସୀତାକୁଣ୍ଡର ପବିତ୍ର ଜଳ ଓ ମାତା ସୀତାଙ୍କ ଜନ୍ମଭୂମିର ମାଟି ବି ଆସିଛି ଅଯୋଧ୍ୟାକୁ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ ସହର୍ଷ ଏହି ସବୁ ଉପହାର ଗ୍ରହଣ କହିଛନ୍ତି।
ଆଉ ସପ୍ତାହେ ପରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ତା ପୂର୍ବରୁ ସରିଆସିଲାଣି ସମସ୍ତ ପ୍ରସ୍ତୁତି। ରାମମନ୍ଦିରର ଶୋଭା ବଢ଼ାଇବ କାରୁକାର୍ଯ୍ୟପୂର୍ଣ୍ଣ କବାଟ । ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ନିୟୋଜିତ ଓଡ଼ିଆ ଇଞ୍ଜିନିୟର ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଏବେ କେବଳ ମନ୍ଦିର ସଫାସୁତୁରା ଏବଂ ସାଜସଜ୍ଜା ଚାଲିଛି । ୧୧ଟି ସୁନା କବାଟ ଲାଗିସାରିଲାଣି । ପ୍ରାଣପ୍ରତିଷ୍ଠା ପୂର୍ବରୁ ବାକିତକ କବାଟ ଲାଗିଯିବ ଏବଂ ସୁରକ୍ଷା ଦୃଷ୍ଟିରୁ ଠିକ୍ ଶେଷ ମୁହୂର୍ତ୍ତରେ ଗର୍ଭଗୃହ ସିଂହାସନ ଉପରେ ସୁନା ଛାଉଣୀ ହେବ। ଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇଯାଇଛି । ୧୬ ତାରିଖରୁ ଯଜ୍ଞ ଆରମ୍ଭ ହେବ। ସେପଟେ ଅଯୋଧ୍ୟା ଆସିବାକୁ ଥିବା ରାମଭକ୍ତଙ୍କ ପାଇଁ ଚଟାପଟ୍ ପ୍ରସାଦ ପ୍ରସ୍ତୁତ କରିବାକୁ ବିଭିନ୍ନ ମେସିନ୍ ବି ଆସି ସାରିଛି । ସେଗୁଡ଼ିକୁ ପୂଜା କରି ରାମକାର୍ଯ୍ୟ ପାଇଁ ଗ୍ରହଣ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଦେଶର ସବୁ ମନ୍ଦିରରେ ଆଳତୀ, ଭଜନ-କୀର୍ତ୍ତନ ଓ ପ୍ରସାଦ ବଣ୍ଟନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହାର ସପ୍ତାହେ ପୂର୍ବରୁ ଧର୍ମସ୍ଥଳୀ ଓ ତୀର୍ଥସ୍ଥାନଗୁଡ଼ିକରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ। ଗତ ଶୁକ୍ରବାର ନିଜେ ପ୍ରଧାନମନ୍ତ୍ରୀ ମୋଦି ବାଲଟି ଓ ପୋଛା ଧରି ନାସିକର କାଲାରାମ ମନ୍ଦିର ପ୍ରାଙ୍ଗଣ ସଫା କରିଥିଲେ । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀ କରୋଲବାଗ ସ୍ଥିତ ଗୁରୁ ରବିଦାସ ମନ୍ଦିରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରି ଏହି ଅଭିଯାନକୁ ଆଗେଇ ନେଇଛନ୍ତି। ଏପଟେ ବୌଦ୍ଧ ମହାନଦୀ ଆଳତି ଘାଟ ସହିତ ଐତିହାସିକ ଚନ୍ଦ୍ରଚୂଡ଼ ମନ୍ଦିର ପରିସରରେ ସାମୁହିକ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେପଟେ ବାଲେଶ୍ୱର ବାରବାଟି ନିକଟସ୍ଥ ଆଖଡ଼ାପଦା ରାଜବାଟି ଠାରେ ଘରେ ଘରେ ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟିବା ସହ ଝାଡ଼େଶ୍ୱର ମନ୍ଦିର ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାମଲାଲାଙ୍କୁ ମୂଳ ଆସ୍ଥାନକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ସାରା ଦେଶ । ମହାରାଷ୍ଟ୍ର ପୁଣେରେ ଏକାଠି ରାମରକ୍ଷା ସ୍ତୋତ୍ର ପାଠ କରିଛନ୍ତି ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ।
ମାଉଲ୍ ସିଙ୍ଗା ପଡିଆରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ ବୈଜୟନ୍ତ ପଣ୍ଡା । ବୌଦ୍ଧ ମହାନଦୀ ଆଳତି ଘାଟ ସହିତ ଐତିହାସିକ ଚନ୍ଦ୍ରଚୂଡ଼ ମନ୍ଦିର ପରିସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସମତେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।
ମହାନଦୀ ଆଳତି ଘାଟରେ ସଫେଇ ସହ ଚନ୍ଦ୍ରଚୁଡ ମନ୍ଦିର ଦୀର୍ଘ ଏକ ଘଣ୍ଟା ଧରି ସଫା କରିଥିଲେ ବୈଜୟନ୍ତ । ତେବେ ଆଗାମୀ ୨୨ତାରିଖ ଦିନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ସମସ୍ତ ସେହି ଦିନ ନିଜ ଘର ବାହାରେ ୫ଟି ଦୀପ ଏବଂ ହନୁମାନ ଚାଳିଶା ପାଠ କରିବାକୁ ଅନୁରୋଧ କରିଥିଲେ ।
]]>ସେହିପରି ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନରେ ଆଜି କନ୍ଧମାଳ ଜିଲ୍ଲାର ଯୁବକ ମାନେ ମଧ୍ୟ ଫୁଲବାଣୀ ଶନି ମନ୍ଦିରରେ ଦୀପ ଦାନ କରିଛନ୍ତି । ଯୁବ ନେତା ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ବହୁ ଯୁବକ ମନ୍ଦିରରେ ଏକତ୍ରିତ ହୋଇ ଶନିଦେବଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଏଥିସହିତ ସେମାନେ ବୈଜୟନ୍ତ ପଣ୍ଡାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
]]>ଉତ୍ତର ପୂର୍ବ ଦିଲ୍ଲୀର ନବୀନ ଶାହଦରାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ସ୍ଥାନୀୟ ସାଂସଦ ମନୋଜ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ। ଦଳୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିଟି ବୁଥ୍ରେ ପଦ୍ମ ଫୁଟାଇବା ପାଇଁ ପ୍ରତିଟି କାର୍ଯ୍ୟକର୍ତ୍ତା ଅଣ୍ଟା ଭିଡ଼ନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।
]]>ମିଳିଥିବା ସୂଚନା ଅନୁଯାୟୀ, ଏହି ୨୧ ଜଣଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧ ଜଣ, ଭଦ୍ରକର ୨ ଏବଂ ଢେଙ୍କାନାଳର ଜଣେ। ଅନ୍ୟ ୬ ଜଣ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ବିହାରର। ଅଧିକ ରୋଜଗାର ତଥା ମାସିକ ୫୦ ହଜାର ଟଙ୍କା ଦରମା ଆଶାରେ ଏମାନେ ଏଜେଣ୍ଟଙ୍କ ଜରିଆରେ ଗବୋନକୁ ଯାଇଥିଲେ।
ସେଠାରେ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶୀକାର ହେଉଥିବା ଅଭିଯୋଗ ଆଣିଥିଲେ ସଂପୃକ୍ତ ଶ୍ରମିକ ମାନେ। ଏ ସଂପର୍କରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ପରେ ସେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ସୁରକ୍ଷିତ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।....
]]>ମଧ୍ୟ ଆଫ୍ରିକାର ଗବୋନରେ ଫସିରହିଥିବା ୨୧ ଜଣ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସଂପୃକ୍ତ ଶ୍ରମିକ ମାନେ ଯେଭଳି ସୁରକ୍ଷିତ ଫେରିବେ, ସେଥିପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ ।..#India #Rescue pic.twitter.com/Os3fa6niRd
— ଓଟିଭି (@otvkhabar) November 18, 2023
ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆରେ ବୈଜୟନ୍ତ ଟ୍ୱିଟ୍କରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।
ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକାଉ ସମବେଦନା ଜଣାଇଛନ୍ତି ।
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ଗତ ୧ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଆଜି ଭୋର ୩ଟା ୨୫ରେ ବ୍ରେନଷ୍ଟ୍ରୋକରେ ତାଙ୍କର ଦେହାନ୍ତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପୁରୀରୁ କାଉନସିଲର୍ ଭାବେ ସେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ।
ସେ ପୁରୀ ପୌରପାଳିକାର ଅଧ୍ୟକ୍ଷ ଥିଲେ । ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ତା’ ପରଠାରୁ ଲଗାତାର ୫ ଥର ପୁରୀର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ବିଜେଡି ଟିକେଟରେ ବିଧାୟକ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେ ଆଇନ, ପଞ୍ଚାୟତିରାଜ, ରାଜସ୍ୱ ବିଭାଗର ମନ୍ତ୍ରୀ ରହିଥିଲେ । ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଥିଲେ । ଏହି ସମୟରେ ସେ ଗୃହ କାର୍ଯ୍ୟକୁ ସେ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରୁଥିଲେ । ସେ ଜଣେ ମେଳାପୀ, ଦୃଢ଼ ସଂଗଠକ ଓ ବେଶ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ।
]]>ଅବସାଦ ହେତୁ ଏମିତି ଫୋନ୍ କଲ୍ କରିଦେଇଥିବା ଅଭିଯୁକ୍ତ ମାନିଛି। ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ମଧ୍ୟ ସେ କହିଛି। ଆଗକୁ କେବେ ଏପରି କରିବି ନାହିଁ ବୋଲି ଲିଖିତ ଭାବେ ପୋଲିସ୍କୁ କଥା ଦେଇଛି ସମ୍ପୃକ୍ତ ବ୍ୟକ୍ତି। ଏହାସହ କ୍ଷମାପ୍ରାର୍ଥନା ମଧ୍ୟ କରିଛି।
ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ,ସତ ସ୍ପଷ୍ଟ ହେବା ପରେ ଉକ୍ତ ବ୍ୟକ୍ତି ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନେବାକୁ ଦିଲ୍ଲୀ ପୋଲିସକୁ ଅନୁରୋଧ କରାଯାଇଛି ଏବଂ ତାକୁ ଛାଡ଼ି ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ବ୍ୟକ୍ତି ଜଣକ ଯେପରି ଆଉ କୌଣସି ହଇରାଣ ନ ହେବ,ସେଥିପାଇଁ ତା ନାଁ ମଧ୍ୟ ଗୋପନ ରଖାଯାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ବୈଜୟନ୍ତ ପଣ୍ଡାଙ୍କ ଅଫିସ୍କୁ ଏକ ଫୋନ୍ କଲ୍ ଆସିଥିଲା। ନବ ଦାସଙ୍କ ଭଳି ସେ ସମାନ ଦଶା ଭୋଗିବେ କହିଥିଲା ଅଜଣା କଲର୍। ଧମକପୂର୍ଣ୍ଣ କଲ୍ ପରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ତଦନ୍ତ କରି କଲ୍ଟି ବେଙ୍ଗାଲୁରୁରୁ ଆସିଥିବା ଜାଣିପାରିଥିଲା। ଏହାପରେ ପୋଲିସ ଟିମ୍ ବେଙ୍ଗାଲୁରୁ ଯାଇ ଅଭିଯୁକ୍ତକୁ ଧରିଥିଲା।
]]>ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ, ସ୍ୱଚ୍ଛତା ପାଇଁ ଆଜି ୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା। ଦିନ ୧୦ଟାରୁ ୧୧ଟା ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଆସନ୍ତାକାଲି ପାଳନ ହେବ ଗାନ୍ଧି ଜୟନ୍ତୀ । ଏହାର ପୂର୍ବଦିନ ଅର୍ଥାତ୍ ଅକ୍ଟୋବର ୧ ଦିନ ୧୦ଟାରୁ ୧୧ଟା ଘଣ୍ଟାଏ ପାଇଁ ସମସ୍ତେ ସମୟ ବାହାର କରି ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସାଧାରଣ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ହେବ ବୋଲି କହିଥିଲେ ।
ଏହି ଉପଲକ୍ଷେ ଆଜି ପ୍ରତ୍ୟେକ ସହର, ଗ୍ରାମ ପଂଚାୟତ, ବେସାମରିକ ବିମାନ ଚଳାଚଳ, ରେଲୱେ ଆଦିରେ ବି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହେଉଛି। ଏଥିପାଇଁ ଆଜି ସହର ଓ ଗ୍ରାମାଞ୍ଚଳର ୬ ଲକ୍ଷ ୪୦ହଜାରରୁ ଅଧିକ ସ୍ଥାନରେ ଶ୍ରମଦାନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।
]]>ନାଁ ନେଇ ବି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବୈଜୟନ୍ତ । ଜଣେ ନେତାଙ୍କୁ ଆଣିଲେ, ତାଙ୍କୁ ପଦ ପଦବୀ ଦେଇ ମୁଣ୍ଡରେ ବସାଇଥିଲୋ ହଠାତ୍ କହିଲେ ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ରହିଛି । ତାଙ୍କ ନାଁରେ ଆସିଥିବା ଅଭିଯୋଗ କଣ ପୂର୍ବରୁ ଜଣାନଥିଲା କି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲୁଟ୍ ହେଉଛି, ଦୂର୍ନୀତି ବଢ଼ି ଚାଲିଛି । ଏସବୁ ଲୋକେ ଜାଣିବା ଉଚିତ ବୋଲି ଦୋହରାଇଛନ୍ତି ବୈଜୟନ୍ତ । ସେପଟେ ତାଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି ।
]]>ଧମକ କଲ୍ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି । ଏହା ସତ କି ପ୍ରାଙ୍କ୍ କଲ୍ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି ।
]]>ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ କୈଳାସ ବିଜୟବର୍ଗୀୟ, ଅରୁଣ ସିଂ ଏବଂ ତରୁଣ ଚୁଗଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି ।
୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି । ୮ ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ହୋଇଥିବା ବେଳେ ୧୩ ଜଣ ରାଷ୍ଟ୍ରୀୟ ସଚିବ ହୋଇଛନ୍ତି । ଏହା ସହିତ ଜଣେ ଲେଖାଏ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।
]]>ଦେଶ ଏବଂ ଓଡ଼ିଶା ପାଇଁ ବଂଶୀଧରଙ୍କ ଅବଦାନ, ନିଯୁକ୍ତି ସୁଯୋଗ ଓ ଉପାନ୍ତରେ ରହୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲେ । ବଂଶୀଧରଙ୍କ ବିକାଶର ବାର୍ତ୍ତା ଦେଶକୁ ନୂଆ ଦିଶା ଦେଖାଇଥିବା ସେ ମତ ଦେଇଛନ୍ତି । ୨୦୧୮ ଆଜିର ଦିନରେ ଡକ୍ଟର ବଂଶୀଧର ପଣ୍ଡାଙ୍କ ପରଲୋକ ହୋଇଥିଲା।
]]>ସେ କହିଛନ୍ତି ଯେ ୨୩ ବର୍ଷ ହେଲା କୁଶାସନ ଚାଲିଛି, ଲୋକେ ଉତ୍ତେଜିତ ଅଛନ୍ତି। ଭାରତବର୍ଷରେ ଦେଖିଲେ ଏଠି ଅପହରଣ, ଗଣଦୁଷ୍କର୍ମ, ହତ୍ୟା ବଢ଼ିଛି। ଦଶନ୍ଧି ଭିତରେ ରାଜ୍ୟରେ ହଜାରେ ପ୍ରତିଶତ ଅପରାଧ ବଢ଼ିଛି। ମମିତା ମେହେର ସହ ମନ୍ତ୍ରୀ, ନାବାଳକ ସମର୍ଥକୁ ହତ୍ୟା କରାଯାଇଛି।
ସେ ଆହୁରି କହିଛନ୍ତି ଯେ ଏହା ଏକମାତ୍ର ଜିଲ୍ଲା ଯେଉଁଠି ଗୋଟିଏ ବି ସରକାରୀ କଲେଜ ନାହିଁ। ଏଠାରେ ବହୁତ କଂପାନୀ, କିନ୍ତୁ ସ୍ଥାନୀୟ ଯୁବକଯୁବତୀଙ୍କୁ ଚାକିରି ମିଳୁନି। ଶହେରୁ ଊର୍ଦ୍ଧ୍ବ ଡାକ୍ତର ପଦବୀ ଖାଲି, ଥାନାରେ ବର୍ଷ ବର୍ଷ ଧରି ବଦଳି ହେଉନି। ଦୁର୍ନୀତିରେ ଲିପ୍ତ, ଶାସକ ଦଳ ସହ ମିଶିକି ଅଛନ୍ତି, ଥାନାରେ ନ୍ୟାୟ ମିଳୁନି।
ଆବାସକୁ ନେଇ ସେ କହିଛନ୍ତି ଯେ କୋଠାଘର ଥିବା ଲୋକଙ୍କୁ ୫/୫ଟା ଆବାସ ମିଳୁଛି। ପଶ୍ଚିମ ଓଡ଼ିଶାରେ ଯାହାର ଆବଶ୍ୟକ ସେମାନଙ୍କୁ ଆବାସ ମିଳୁନି। ମନ୍ତ୍ରୀଙ୍କ ହତ୍ୟା ପଛର ଷଡ଼ଯନ୍ତ୍ର ଓ ଶାସକ ଦଳର ଭୂମିକା କଣ ଲୋକେ ଜାଣିଛନ୍ତି। ଲୋକେ ପରିବର୍ତ୍ତନ ପାଇଁ ମନ ସ୍ଥିର କରି ସାରିଲେଣି ବୋଲି ବୈଜୟନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।
]]>#୨୩_ବର୍ଷ_ହେଲା_କୁଶାସନ_ଚାଲିଛି: ବୈଜୟନ୍ତ
— ଓଟିଭି (@otvkhabar) May 2, 2023
ଝାରସୁଗୁଡ଼ାରେ ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ୍ । ଏଠି ମାଫିଆ ସରକାର ଚାଲିଛି କହିଲେ ବୈଜୟନ୍ତ ପଣ୍ଡା' । ୨୩ ବର୍ଷ ହେଲା କୁଶାସନ ଚାଲିଛି, ଲୋକେ ଉତ୍ତେଜିତ ଅଛନ୍ତି' ।#BaijayantPanda #OTV pic.twitter.com/2VViYUnJvZ
ଓଡ଼ିଶାରେ ଅପରାଧ ବଢ଼ି ବଢ଼ି ଚାଲିଛି । ଦୁଷ୍କର୍ମ, ହତ୍ୟା, ଦୁର୍ନୀତିରେ ଖୋଦ୍ ସରକାରୀ ଦଳର ନେତା ସାମିଲ । ଓଡ଼ିଶାରେ ଅପରାଧ ଗତ ୧୦ ବର୍ଷ ଭିତରେ ବଢ଼ିଛି । ଝାରସୁଗୁଡ଼ାରେ ଖୋଦ୍ ସରକାରୀ ଦଳ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି । ସାଧାରଣ ଲୋକଙ୍କ କଥା କହିଲେ ନସରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ଅନେକ ଯୋଜନା ରାଜ୍ୟରେ ଲାଗୁ ନକରି ଲୁଟ୍ କରାଯାଉଛି । ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩% ଜଳସେଚନ କରିବେ । କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ଜବାବ ଦିଅନ୍ତୁ ।
ଝାରସୁଗୁଡ଼ାରେ ଡାକ୍ତର ନାହାନ୍ତି, ପାନୀୟ ଜଳ ମିଳୁନି, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି । ଲୋକେ ବୁଝି ସାରିଲେଣି । ୨୦୨୪ରେ ପୁଣି ମୋଦି ସରକାର କେନ୍ଦ୍ରର ନେତୃତ୍ୱ ନେବେ, ଆଉ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର’ । ପରିବର୍ତ୍ତନ ଝାରସୁଗୁଡ଼ାରୁ ଆରମ୍ଭ ହେବ ବୋଲି କହିଛନ୍ତି ବୈଜୟନ୍ତ ।
ଆଜି ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଲଇକେରା ଓ କୋଲାବିରା ବ୍ଲକରେ ମାରାଥନ୍ ପ୍ରଚାର କରୁଛନ୍ତି । ଲୋକଙ୍କ ସହ ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସାଧାରଣ ସଭା ସହ ଡୋର ଟୁ ଡୋର କ୍ୟାମ୍ପେନ୍ କରିଛନ୍ତି । ସେପଟେ ବୈଜୟନ୍ତଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ସେପଟେ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ । ବିଜେପି ଅଭିଯୋଗ କରିଛି, ବିଜେଡ଼ି ହିଂସା କରି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଗତକାଲି ଝାରସୁଗୁଡ଼ା ମଙ୍ଗଳାବଜାର ଠାରେ ବିଜେଡ଼ି କର୍ମୀମାନେ ବିଜେପି ପ୍ରଚାର ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ ବିଜେପି କର୍ମୀଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରିଛନ୍ତି ।
ଏନେଇ ସ୍ଥାନୀୟ ଏସପି ଓ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ FIR ଦିଆଯିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠନ ହୋଇନି। ତେଣୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି ପ୍ରତନିଧି ଦଳ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।...
]]>ଟ୍ୱିଟରେ ବୈଜୟନ୍ତ, ଶେନ୍ଦୁକୁ ସିନ୍ଧୁ ନଗର, କୁଆନଝୁ ସହରକୁ ନ୍ୟୁ କାଞ୍ଚିପୂରମ, ଗାଂସୁ ଅଂଚଳରେ ଥିବା ମୋଗାଓ ଗୁମ୍ପାକୁ ଅଜନ୍ତା ଇଷ୍ଟ ଏବଂ ଜିନଜିଆଙ୍ଗ ପ୍ରୋଭିନ୍ସକୁ ଗନ୍ଧର୍ବ ପ୍ରଦେଶ ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିଛି ଦିନ ତଳେ ଅରୁଣାଚଳ ପ୍ରଦେଶର ୧୧ଟି ଅଂଚଳକୁ ପୁନଃ ନାମକରଣ କରିଥିଲା ଚୀନ୍ । ଭାରତ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଥିଲା ।
]]>ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା । ଆଉ ସମ୍ବର୍ଦ୍ଧନା ମଂଚରୁ ସିଧାସଳଖ ନବୀନ ସରକାରଙ୍କୁ ନିଶାନା କରିଛନ୍ତି ନୂଆ ସଭାପତି ମନମୋହନ ସାମଲ । କହିଛନ୍ତି, ଆଗାମୀ ନିର୍ବାଚନ ଐତିହାସିକ ହେବ। ସାଧାରଣ ଲୋକେ ତାତି କି ଅଛନ୍ତି ।
ଆଉ ଲୋକେ ଯେତେବେଳେ ତାତିବେ, ସେମାନଙ୍କୁ କେହି ରୋକି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ୨ ହଜାର ମସିହାରେ ଆମେ କଂଗ୍ରେସକୁ ହଟାଇଥିଲୁ, ଏବେ ବିଜେଡିକୁ କ୍ଷମତାରୁ ହଟାବାକୁ ଶପଥ ନେଇଛୁ । ନବୀନ କେବଳ ପ୍ରସଙ୍ଗ ଏଡ଼ାଇବାର ଶିଖିଛନ୍ତି ବୋଲି ସମାଲୋଚନା କରିବା ସହିତ ରାଜ୍ୟରେ ପଲିଟିକାଲ୍ ସିଷ୍ଟମ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ, ମନ୍ତ୍ରୀମାନଙ୍କ ପାଖକୁ ଆଉ ଫାଇଲ୍ ଯାଉନାହିଁ ବୋଲି କହିଥିଲେ ।
ରାଜ୍ୟରେ ଯେତେବେଳେ ବି ନିର୍ବାଚନ ହେବ ଆମେ ପ୍ରସ୍ତୁତ ଅଛୁ । ଆଜିଠାରୁ ଆମେ ଶୋଇବୁ ନାହିଁ, କି କାହାକୁ ଶୋଇବାକୁ ଦେବୁନାହିଁ ବୋଲି କହିଛନ୍ତି ମନମୋହନ । କେବଳ ମନମୋହନ ନୁହନ୍ତି, ସଭାମଂଚରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ତମାମ ତୁଙ୍ଗନେତା । ବିଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଆଜିଠୁ ଶାସକ ଦଳକୁ ନୋଟିସ୍ ଦିଆଗଲା ।
ମନମୋହନ ସାମଲଙ୍କ ନେତୃତ୍ୱରେ ସରକାରକୁ ବରଖାସ୍ତ କରିବା ପାଇଁ ବାଟ ତିଆରି ହେଲା । ଏଥରେ ରାଜ୍ୟରେ ବିଜେପି ସରକାର କରିବା ସୁନିଶ୍ଚିତ । ସେହିଭଳି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ବିଜେଡି ସରକାରକୁ ବିଦା କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ସାଂସଦ ଜୁଏଲ୍ ଓରାମ୍ କହିଛନ୍ତି କଂଗ୍ରେସର ଅତ୍ୟାଚାର ପାଇଁ ବିଜେଡିକୁ ଆଣିଥିଲୁ । ହେଲେ ଏବେ ବିଜେଡି କଂଗ୍ରେସକୁ ବଳି ଗଲାଣି । ତେଣୁ ବିଜେପି ଏଠି ବିକଳ୍ପ ସରକାର ଗଢିବ ।
କୁହାଯାଉଛି କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନିଲ ବଂଶଲ ଦାୟିତ୍ୱ ନେବା ପରେ ଦୁଇ ଆଗ୍ରେସିଭ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଥିବାବେଳେ ମନମୋହନ ସାମଲଙ୍କୁ ଧରାଯାଇଛି ଦଳର ମଙ୍ଗ । ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ବିଜେଡିକୁ କେତେଦୂର ଚ୍ୟାଲେଞ୍ଜ ଦେଇପାରୁଛି ତା ଉପରେ ନଜର ରହିବ ।
]]>ଆଜିର ଏହି ଉତ୍ସବରେ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ପାକ୍ଟର ଟ୍ରଷ୍ଟି ତଥା ୨୦୨୨ ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ୍ ବୈଜୟନ୍ତ ପଣ୍ଡାଙ୍କ ସହ ପୁରସ୍କାର ଜୁରି କମିଟିର ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।
]]>ଓ୍ୱିପ୍ରୋର ରିସଦ୍ ପ୍ରେମଜୀ,ଲୋକଗୀତ ଗାୟକ ପଦ୍ମଶ୍ରୀ ଅନଓ୍ୱାର ଖାନ୍, ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦେଶର ୭ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ସରସଂଘ ଚାଳକ ଡକ୍ଟର ମୋହନ ଭାଗବତ ।
ବୈଜୟନ୍ତ ସପରିବାରେ ଉତ୍ସବରେ ସାମିଲ ହେବା ସହ ଓଡ଼ିଶା ରୁ ଯାଇଥିବା ସ୍ୱୟଂସେବକଙ୍କ ସହ ମତ ବିନିମୟ କରିଥିଲେ । କୋଭିଡ୍ ମହାମାରୀକୁ ନେଇ ଦୁଇ ବର୍ଷ ବନ୍ଦ ରହିବା ପରେ ଆରଏସଏସ୍ ଏହାର ଶିକ୍ଷାବର୍ଗ ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଏପ୍ରିଲ ମାସରୁ ଆରମ୍ଭ କରିଥିଲା ।
ସଂଘର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି କାର୍ଯ୍ୟକର୍ତ୍ତା ପ୍ରସ୍ତୁତ କରିବା ଲାଗି ଏହି ପ୍ରଶିକ୍ଷଣ ଦିଆଯାଏ । ଏହା ଅନ୍ତର୍ଗତ ଶାରିରୀକ ଭାବେ ସୁସ୍ଥ ରହିବା ଲାଗି ଉଦ୍ଦିଷ୍ଟ ଯୋଗ ଓ ବ୍ୟାୟାମ ସହ ବୌଦ୍ଧିକ ବିକାଶ, ବିପର୍ଯ୍ୟୟ ବେଳେ ସେବା ଦାନ, ଗ୍ରାମୀଣ ବିକାଶ, ପାରମ୍ପରିକ କୃଷି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।
ସେହିପରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ସହ ଜ୍ଞାନ ପ୍ରଦାନ କରାଯାଏ। ଉତ୍ସର୍ଗୀକୃତ ସଦସ୍ୟ ପ୍ରଶିକ୍ଷଣ ପ୍ରାପ୍ତି ପରେ କ୍ୟାଡରର ମାନ୍ୟତା ପାଇବା ସହ ସଂଗଠନ ପରିଚାଳନା ଦାୟିତ୍ୱ ନେଇଥାଆନ୍ତି ।
]]>ଏହି ଅଞ୍ଚଳରେ ତାଙ୍କର ମାମୁଘର ସେ ପିଲାବେଳେ ଏଠାକୁ ନିୟମିତ ଆସୁଥିଲେ । ପିଲାବେଳେ ଏଠି ଯେଉଁ ସମସ୍ୟା ଦେଖିଥିଲେ ଆଜି ବି ସେହି ସମସ୍ୟା । ଚାଷୀଙ୍କ ପାଇଁ ନବୀନ ବାବୁ କଣ କରିଛନ୍ତି ବୋଲି ପଚାରିଛନ୍ତି ବୈଜୟନ୍ତ । ୨୨ ବର୍ଷ ତଳେ ନବୀନ କହିଥିଲେ ୩୩ ପ୍ରତିଶତ ଜମିକୁ ଜଳସେଚନ କରାଯିବ । ଏବେ ୨୨ ବର୍ଷ ପରେ କେତେ ଜମି ଜଳସେଚିତ ହୋଇଛି ବୋଲି ପଚାରିଛନ୍ତି ବୈଜୟନ୍ତ ।
ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ମୋଦି ସରକାର ପ୍ରଚୁର ଟଙ୍କା ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସର୍ଭେ କାମ କରିନାହାନ୍ତି କି ବିକାଶ ପାଇଁ ଉଦ୍ଦେଶ୍ୟ ନାହିଁ । ୩ ବର୍ଷ ତଳେ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା କରିଦେବେ । ପ୍ରତିଶ୍ରୁତି ରଖିଛନ୍ତି କି ବୋଲି ପଚାରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଏବେ ପରିବର୍ତ୍ତନ ଆରମ୍ଭ ହୋଇଗଲାଣି । ୨୨ ବର୍ଷର ଠକେଇ ସମୟ ସରିଆସିଲାଣି । କେନ୍ଦ୍ରୀୟ ଯୋଜନା ଅନୁଦାନରେ ଫଟୋ ଲଗାଇ କ୍ରେଡିଟ ନେଉଛି ରାଜ୍ୟ । ଉପକୂଳରେ ପରିବର୍ତ୍ତନ ଆରମ୍ଭ ହୋଇଛି, ପଶ୍ଚିମରେ ବି ପରିବର୍ତ୍ତନ ହେବ । ଧାମନଗରରେ ପରିବର୍ତ୍ତନ ହୋଇଛି, ପଦ୍ମପୁରରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ବୈଜୟନ୍ତ । ଧାମନଗରରେ ହାରିବା ପରେ ବିଜେଡି ଘାବରେଇ ହିଂସାକାଣ୍ଡ ଆରମ୍ଭ କଲାଣି ବୋଲି ସେ କହିଛନ୍ତି ।
]]>ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟ ତାଙ୍କ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଏଥିପାଇଁ ସବୁ ସାମ୍ବିଧାନିକ ବିଧି ବ୍ୟବସ୍ଥା, ନିୟମକାନୁନକୁ ଭଙ୍ଗ କରାଯାଇଥିଲା କିନ୍ତୁ ସେଥିରେ ସେମାନେ ସଫଳ ହୋଇ ନ ଥିଲେ ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସଂସ୍ଥା ଗଠନ ହୋଇଛି। ଏଡିଟରର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଓ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଭଳି ସଂସ୍ଥା ଗଠନ ହୋଇଥିଲେ ମଧ୍ୟ ସେମାନେ ନାଗରିକଙ୍କ ଅଧିକାର ପାଇଁ ସ୍ୱର ଉଠାଇଛନ୍ତି କି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି।
]]>ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରସରକାର ଶାସନ କ୍ଷମତା ଆସିବା ପରେ ଗରିବ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନା ସମ୍ପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଗସ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟଉନ୍ନୟନ, ହିତାଧିକାରୀ ତାଲିକା, ବଞ୍ଚିତ ହିତାଧିକାରୀ ସମ୍ପର୍କରେ ଅବଗତ ହେବା ସହିତ ଆଗାମୀ ଦିନରେ ଉକ୍ତ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଶାସନିକ ଅଧିକାରୀ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା।
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ପ୍ରଭାରୀ ଯତୀନ ମହାନ୍ତି, ଅଲେଖ ଜେନା, ଦୋଳଗୋବିନ୍ଦ ନାୟକ, ଭୁବନ ମୋହନ ଜେନା, ବିଷ୍ଣୁ ଦାସ ଓ ମାନସ ମହାନ୍ତିଙ୍କ ସମେତ ପ୍ରମୁଖ ନେତା ଓ କର୍ମୀ ଯୋଗଦେଇଛନ୍ତି।
ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଅଧିକ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କହିଛନ୍ତି- ଏଣିକି ପ୍ରତି ମାସରେ ଓଡ଼ିଶା ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ। ପ୍ରତି ମାସରେ ୨ଦିନିଆ ଗସ୍ତରେ ଆସି ବିଜେପି ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା କରିବା ସହ ମାର୍ଗଦର୍ଶନ କରିବେ, ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।
]]>
A very important revelation indeed. The excuses being given by Odisha’s governing party have been demolished.
— Baijayant Jay Panda (@PandaJay) April 5, 2022
The state must now honour every Odia’s sentiment & stop its unauthorised destruction of the prohibited area surrounding the temple of Mahaprabhu Jagannath. https://t.co/oP7jjmwo69
ଗତକାଲି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ଚିଠି ସହ ଟ୍ୱିଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବୈଜୟନ୍ତ ପଣ୍ତା । ଏଏସ୍ଆଇ ଦେଇଥିବା ଚିଠି ଦେଖାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଥିଲେ କି ବେଆଇନ୍ କାମ କାହିଁକି ବନ୍ଦ କରାଯାଇ ନାହିଁ ବୋଲି ସେ ପ୍ରଶ୍ମ କରିଛନ୍ତି ।
ସାରା ରାଜ୍ୟରେ ଏବେ ଶ୍ରୀମନ୍ଦରକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦୁଇ ଦିନ ହେବ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣ ପ୍ରସ୍ଥଙ୍ଗ ଏବେ ଦିଲ୍ଲୀରେ ପହଞ୍ଚିଛି । ଆଉ ଏହାକୁ ନେଇ ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବେ ଆକ୍ସନ ମୋଡ୍ରେ ଥିବାର ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।
ଅପରାଜିତା ନିଜ ଟ୍ୱିଟ୍ ଯୋଗେ ପୁଣି ଥରେ ସରକାରଙ୍କ ମିଛ ବାହାନାକୁ ପଦାରେ ପକାଇବାକୁ ଚେଷ୍ଟା କରିଥିଲେ । ସେ କହିଛନ୍ତି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅନୁପାଳନ ହୋଇନାହିଁ । କାମ ବନ୍ଦ କରିବାକୁ ଗତ ଫେବ୍ରୁଆରୀ ୫ରୁ ASI ଚିଠି ଲେଖିଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏଁ କାମ ବନ୍ଦ କରିନାହାନ୍ତି ।
Archaeological Survey of India has issued letter to the concerned authorities of Puri for stopping work in the Prohibited area(100 metres)of Jagannath Temple,Puri.But work has not stopped by the State Govt till now.Illegal this is!
— Aparajita Sarangi, Member of Parliament (@AprajitaSarangi) April 4, 2022
Isn't it time for all of us to SAVE OUR TEMPLE? pic.twitter.com/ogRyx28FeD
ଅପରାଜିତା ASI ଚିଠିକୁ ନିଜ ଟ୍ୱିଟ୍ ସହ ଯୋଡ଼ି କାହିଁକି କାମ ବନ୍ଦ ହୋଇନି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଜଗନ୍ନାଥ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସ୍ୱାଗତ କରୁଛୁ । ଆଇନକୁ ଉଲ୍ଲଂଘନ କରି କିଛି କରା ନଯାଉ ବୋଲି ସେ ବାରମ୍ବାର କହୁଛନ୍ତି । ଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ । ଏହା ଆମ ସମସ୍ତଙ୍କ ଆସ୍ଥାର କେନ୍ଦ୍ର ଏବଂ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଅନ୍ୟପଟେ ପୂର୍ବରୁ ଅପରାଜିତା କହିଥିଲେ ଐତିହ୍ୟ ସ୍ଥଳର ନିଷିଦ୍ଧାଞ୍ଚଳରେ ନିର୍ମାଣ ହେଲେ ASI ଅନୁମତି ଲୋଡ଼ା । ୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ।
]]>ତେବେ ଏହାକୁ ନେଇ ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି । ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ‘ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୂଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ । କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ । ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି । ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।’
ଜଗନ୍ନାଥ ମହାପ୍ରଭୁଙ୍କ ରୋଷଘରେ ପଶି ଚୁଲା ଭାଙ୍ଗିଥିବା ଦୁର୍ବୁତ୍ତଙ୍କୁ ଏ ଜାତି କେବେବି କ୍ଷମା ଦେବନାହିଁ କିନ୍ତୁ ଏହାର ମାନେନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ ଯାହାକି ଆଜି ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ। ଏହିଭଳି କଳାପାହାଡ଼ ସଦୃଶ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ pic.twitter.com/82h66ak3U1
— Baijayant Jay Panda (@PandaJay) April 4, 2022
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । ଏମିତିକି ଏଯାଏଁ ପୋଲିସ ଦୁର୍ବୃତ୍ତଙ୍କ ଟେର ମଧ୍ୟ ପାଇନି । ଅନ୍ୟପକ୍ଷେ, ଭଙ୍ଗା ଚୂଲାରେ ହିଁ ଶ୍ରୀଜିଉଙ୍କ ଭୋଗ ରୋଷେଇ ହୋଇଥିବା କଥା କୁହାଯାଉଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ଅତିରିକ୍ତ ସୁରକ୍ଷା ପ୍ରଶାସକ ଘଟଣାର ଛାନଭିନ୍ କରୁଛନ୍ତି । ଘଟଣାକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ଅବହେଳାକୁ ଦାୟୀ କରିଛି ନିଯୋଗ । ତେବେ ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ଜୋର ଧରିଛି ।
ରୋଷଘରେ ଗୋଟିଏ କି ଦୁଇଟି ନୁହେଁ ଅନେକ ଚୂଲାକୁ ଭାଙ୍ଗି ଦିଆଯାଇଛି । ଯେଉଁଥିରେ ଶ୍ରୀମନ୍ଦିର ରୋଷ ଘରର କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଆଦି ଥିବା ବିଭିନ୍ନ ଚୂଲା ରହିଥିଲା । ଶ୍ରୀମନ୍ଦିର ଇତିହାସରେ କେବେ ଏଭଳି ଘଟଣା ଘଟି ନଥିଲା । ଏଘଟଣା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ ।
ତେବେ ପ୍ରଶାସନର କହିବା କଥା ଦୁଇ ଦିନ ଭିତରେ ପ୍ରକୃତ ଦୋଷୀକୁ ଧରାଯିବ । ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଶାସନ ପକ୍ଷରୁ ଏଭଳି ବୟାନ ଶୁଣିବା ପରେ ଲୋକଙ୍କ ମନରେ ସନ୍ଦେହ ବଢ଼ିଯାଇଛି । ସନ୍ଦେହ ବଢ଼ିବା ବି ସ୍ୱାଭାବିକ୍ । କାରଣ ଶ୍ରୀମନ୍ଦିରର ଚାରିଆଡ଼େ ଲାଗିଛି ସିସିଟିଭି । ଆଉ ଅଭିଯୁକ୍ତଙ୍କୁ ଧରିବାକୁ ହେଲେ ସିସିଟିଭି ଯାଞ୍ଚ ହିଁ ସବୁଠୁ ସହଜ ଉପାୟ । ହେଲେ ଘଟଣାକୁ ୨୪ ଘଶ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇନାହିଁ । ତେବେ କୁଆଡ଼େ ଗଲା ସିସିଟିଭି ଫୁଟେଜ୍ ? ଏହି ପ୍ରଶ୍ନ ମଧ୍ୟ ଏବେ ସମସ୍ତଙ୍କ ମନରେ ।
ପ୍ରଶାସନ ଅଭିଯୁକ୍ତଙ୍କୁ ଧରିବା ପାଇଁ କାହିଁକି ଦୁଇ ଦିନ ସମୟ ମାଗିଲା ? ଦୁଇ ଦିନ ଅର୍ଥାତ୍ ୪୮ ଘଣ୍ଟା । ଯାହାକି ଅଭିଯୁକ୍ତଙ୍କ ପାଇଁ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ସମୟ । ଏମିତିକି ଅଭିଯୁକ୍ତ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଫେରାର ହେବା ପାଇଁ ମଧ୍ୟ ଯଥେଷ୍ଟ । ତେବେ ପ୍ରଶାସନର ଏହି ଦୁଇ ଦିନ ସମୟ ଥିଓରୀ, ଅଭିଯୁକ୍ତଙ୍କୁ ଧରିବା ପାଇଁ ନାଁ ସେମାନଙ୍କୁ ଖସି ପଳାଇବା ପାଇଁ ସୁଯୋଗ ଦେଲା । ଏଭଳି ସନ୍ଦେହ ଏବେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ମନରେ ଘନିଭୂତ ହେଉଛି ।
]]>ଆଜିର ସମାବେଶରେ ଯୋଗଦେଇ ଦିଲ୍ଲୀ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେଜରିଓ୍ୱାଲଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଦେଶ ଓ ପଂଜାବ ଥରେ ବିଭାଜନ ହୋଇଛି। ଆଉ ଥରେ ବିଭାଜନ ସହିତ କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନକୁ ପୂରଣ ହେବାକୁ ଦିଆଯିବ ନାହିଁ। କେଜରିଓ୍ୱାଲଙ୍କ ମଦନୀତିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ବୈଜୟନ୍ତ ପଣ୍ଡା।
ଆଗରୁ କେଜରିଓ୍ୱାଲଙ୍କ ଘନିଷ୍ଠ ଥିବା ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ କିଛି ଦିନ ତଳେ କହିଥିଲେ ଯେ, ଅଲଗା ପଂଜାବ ଦେଶର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ କେଜରିଓ୍ୱାଲଙ୍କର ଅଛି। ଏହାକୁ ପ୍ରସଙ୍ଗ କରି ଦିଲ୍ଲୀ ବିଜେପି ଆଜି ବିରାଟ ସମାବେଶ କରିଥିଲା।
]]>କିଛି ସପ୍ତାହ ପୂର୍ବରୁ ହିଁ ଜେନେରାଲ ବିପିନ୍ ରାୱତଙ୍କ ସହ ଆଲୋଚନା ହୋଇଥିଲା । ସେ ଜଣେ ଅତି ସରଳ ତଥା ନିର୍ଭିକ ବ୍ୟକ୍ତି ଥିଲେ । ଅତି ମେଳାପୀ, ଖୁବ ଭଦ୍ର ଥିଲା ବ୍ୟବହାର । କଥାରେ ଥିଲା ଅଦ୍ଭୁତ ତେଜ ଆଉ ସ୍ପଷ୍ଟୋକ୍ତି । ନିଜର ଏନସିସି କ୍ୟାରିୟର୍ ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ ଆଉ କିଛି ପରାମର୍ଶ ଦେଇଥିଲେ । ବହୁତ ସରଳ ପରାମର୍ଶ ଦେଇଥିଲେ, ଯାହାକୁ କାମରେ ଲଗେଇ ହେବ ।
ତେବେ ଜଣେ ହେଲିକପ୍ଟର ପାଇଲଟ୍ ହିସାବରେ ଏପରି ଖବର ଶୁଣିଲେ ଖୁବ ଦୁଃଖ ଲାଗେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ମୁଁ ନିଜେ ୩୦ ବର୍ଷ ହେଲିକପ୍ଟର ଉଡ଼ାଇଛି । ହେଲିକପ୍ଟର କ୍ରାସ୍ ପଛରେ କିଛି ନା କିଛି କାରଣ ଥାଏ । ତେବେ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଡିଏସ୍ଙ୍କ ହେଲିକପ୍ଟର ସାଧାରଣ ନଥିଲା । ଗୁରୁତ୍ୱପୂର୍ଣ୍ଣ ମିସନରେ ଭିଆଇପିଙ୍କ ଉଡ଼ାଣ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ତେବେ ଏଥିପାଇଁ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନା କାରଣରେ କାହାକୁ ଦୋଷ ଦେବା ଠିକ ନୁହେଁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଗତକାଲି ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହ ପତ୍ନୀ ମଧୁଲିକା ରାୱତଙ୍କ ବି ମୃତ୍ୟୁ ହୋଇଛି । ଉଭୟଙ୍କ ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲିକପ୍ଟରରେ ଥିବା କେବଳ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।
]]>ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି। ତେଣୁ ଆଶା କରୁଛି ଏହା ଉପରେ ନିଶ୍ଚୟ ଆକ୍ସନ ନିଆଯିବ ବୋଲି ବୈଜୟନ୍ତ କହିଛନ୍ତି ।
ମମିତା ରାଜନୀତି ପ୍ରସଙ୍ଗ ନେଇ ଗତକାଲି ଟ୍ୱିଟ୍ ଯୋଗେ ବୈଜୟନ୍ତ ଲେଖିଛନ୍ତି ଯେ, ଜଣେ ମହିଳାଙ୍କୁ ହତ୍ୟା କରାଗଲା, ଯୁବତୀମାନଙ୍କୁ ଶୋଷଣ କରାଯାଇଥିବାର ଅଭିଯୋଗ ରହିଛି। ଏହାକୁ ନେଇ ରାଜ୍ୟରେ ନିଆଁ ଜଳୁଛି, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ମନ୍ତ୍ରୀଙ୍କୁ ବାଦ ଦେବାକୁ ମନା କରୁଛନ୍ତି। ଏସବୁ ପଢ଼ି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ।
]]>ମମିତା ହତ୍ୟା ମାମଲାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରେସମିଟ୍ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଏହାସହ ସେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ମମିତାଙ୍କ ମୋବାଇଲ୍, ଲାପଟପ୍, ପେନ୍ ଡ୍ରାଇଭରୁ ଖୋଳତାଡ଼ କରାଯାଉ। ପୋଲିସ ମନଗଢ଼ା କାହାଣୀ କହି ଘଟଣାକୁ ବାଟବଣା କରୁଛି ବୋଲି ସେ କହିଛନ୍ତି।
ପ୍ରକାଶଥାଉକି, ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ? କାହା ଚାପରେ କାର୍ଯ୍ୟାନୁଷ୍ଠାନ ହେଉନି, ତାକୁ ନେଇ ଉଠିଛି ପ୍ରଶ୍ନ। ଦିବ୍ୟଶଙ୍କର ଏକ କ୍ଷମତାଶାଳୀ କୋଟେରୀରେ ଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଚର୍ଚ୍ଚା ହେଉଛି।
]]>କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।
ବୈଠକ ପରେ ବୈଜୟନ୍ତ କହିଥିଲେ ଯେ, କରୋନା ଟିକାକରଣରେ ଭାରତ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଖୁବ ଶୀଘ୍ର ୧୦୦ କୋଟି ଟିକାକରଣ ମାଇଲଷ୍ଟୋନ ପୂରଣ ହେବାକୁ ଯାଉଛି। ଅନ୍ୟାନ୍ୟ ଦେଶ ଭାରତର ଟିକାକରଣ ପ୍ରକ୍ରିୟାକୁ ପ୍ରଶଂସା କରୁଛନ୍ତି। ଅତୀତରେ ବିରୋଧୀ ସମାଲୋଚନା କରୁଥିଲେ, ମାତ୍ର IMF ପ୍ରଶଂସା କରିଛି ବୋଲି କହିଛନ୍ତି ବୈଜୟନ୍ତ। ଆଗକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶ ଓ ରପ୍ତାନୀ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି ବୋଲି ସେ କହିଛନ୍ତି।
]]>ସେବା ଓ ସମର୍ପଣ ଦିଗରେ ମଧ୍ୟ ଏହାର କାର୍ଯ୍ୟ ଉଲ୍ଲେଖନୀୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଆସାମ ବିଜେପି ସଭାପତି ଭାବେଶ କାଲିଟା, ସହ-ପ୍ରଭାରୀ ପବନ ଶର୍ମା, ସଂଗଠନ ମହମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା, ଉତ୍ତର-ପୂର୍ବାଂଚଳ ସଂଗଠନ ମହାମନ୍ତ୍ରୀ ଅଜୟ ଜମୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହାପୂର୍ବରୁ ମଙ୍ଗଳବାର ଶ୍ରୀଯୁକ୍ତ ପଣ୍ଡା ଗୌହାଟୀ ପହଞ୍ଚିବା ପରେ ଦେଶବ୍ୟାପି ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଅମ୍ବିକାଗିରି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଆମର ଘର” ବୃଦ୍ଧାଶ୍ରମ ଯାଇ ଫଳ ବଂଟନ ଭଳି ସେବା କାର୍ଯ୍ୟ କରିଥିଲେ। ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଥିଲେ। ସେହିପରି ଏହି ଅଭିଯାନ ଅଧୀନରେ ସେ ଚାରାରୋପଣ ମଧ୍ୟ କରିଥିଲେ। ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।
]]>ସୂଚନା ଅନୁସାରେ, ଜଳପ୍ରକଳ୍ପକୁ ନେଇ ଜୋରସୋରରେ ଆନ୍ଦୋଳନ ହେଉଛି। କେନ୍ଦ୍ରାପଡ଼ା ଭାରିଗଦା ଭଙ୍ଗାରୁଜା ଘଟଣାରେ ୨୪ ଜଣଙ୍କୁ ୧୩ ଅଗଷ୍ଟରେ ଗିରଫ କରିଥିଲା ପୋଲିସ୍। ନିଜେ କେନ୍ଦ୍ରାପଡ଼ା ଏସ୍ପି ଏହି ସୂଚନା ଦେଇଥିଲେ। ପୋଲିସ ଉପସ୍ଥିତିରେ ତିନି ଚାରି ମଧ୍ୟରେ ପୁଣି ପ୍ରକଳ୍ପ କାମ ହେବ ବୋଲି ସେ ସୂଚନା ଦେଇଥିଲେ। ଭାରିଗଦାରେ ଥିବା ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଅଗଷ୍ଟ ୧୨ରେ ଜୋରସୋରରେ ହଙ୍ଗାମା କରିଥିଲେ। ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଏହାପରେ ରାତିରେ କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ବାରମ୍ବାର ବୈଠକ କରିଥିଲେ। ପରେ ଆଳି ଓ ରାଜକନିକା ବ୍ଲକର ବିଭିନ୍ନ ଗାଁରେ ପଶି ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବାର ସୂଚନା ମିଳିଥିଲା।
ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ପୂର୍ବେ ଏଥିପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ଯାହାକୁ ନେଇ ସ୍ଥାନୀୟ ଲୋକ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଛନ୍ତି।
]]>