ସେଇ ବ୍ଲାକ ସ୍ୟାଡୋ ଡିଜାଇନ୍..ଖଣି..ଆକ୍ସନ ଆକ୍ସନ ଆଉ ଆକ୍ସନ । ସାମ୍ନାକୁ ଆସିଛି ପାନ ଇଣ୍ଡିଆର ଆଉ ଏକ ବହୁ ପ୍ରତିକ୍ଷିତ ଫିଲ୍ମ ସାଲାରର ଟିଜର । କମବ୍ୟାକ୍ କରିବେ ବାହୁବଳୀ ଷ୍ଟାର୍ ପ୍ରଭାସ । ନିଜ ପୁରୁଣା ଅନ୍ଦାଜ, ଯାହା ଦର୍ଶକଙ୍କ ପସନ୍ଦ ସେହିଭଳି ଅବତାରକୁ ଫେରିଛନ୍ତି ଡାଲିଂ ଷ୍ଟାର । ଟିଜରରେ ଫିଲ୍ମର ଝଲକ ଏତେ ପ୍ରଭାବିତ କରିଛି କି ସାରା ବିଶ୍ୱର ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି ସାଲାର୍ ।
କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି । ୪ ଶହ କୋଟିରୁ ଅଧିକ ବଜେଟରେ ତିଆରି ହୋଇଥିବା ଫିଲ୍ମ ଭାରତ ସମେତ ମିଡଲ୍ ଇଷ୍ଟ, ଆଫ୍ରିକାରେ ସୁଟିଂ ହୋଇଛି । ତେଣୁ ଅନୁମାନ ହେଉଛି କେଜିଏଫରେ ରକି ଭାଇଙ୍କ ଟେରିଟୋରୀ ସହ ଏହାର ରହିଛି ବଡ଼ ସଂଯୋଗ । କେଜିଏଫ-ସଲାରକୁ ମିଶାଇ ଏକ ବଡ଼ ଫିଲ୍ମ ୟୁନିଭର୍ସ ବନାଇବା ଯୋଜନା ରହିଛି । ପ୍ରଭାସଙ୍କ ସହ ପୃଥିବୀରାଜ୍ ସୁକୁମାର ବି ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବେ ।
]]>ସୂଚନା ମୁତାବକ ଏହି ଚଳଚ୍ଚିତ୍ର ସହିତ, ବୈଜୟନ୍ତୀ ମୁଭିଜ୍ର ୫୦ ବର୍ଷ ମଧ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି, ଏହାକୁ ନେଇ ବହୁତ ଉତ୍ସାହ ରହିଛି। ମେଗାଷ୍ଟାର ଅମିତାଭ, ପ୍ରଭାସ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମକରିବେ। ଅମିତାଭ-ଦୀପିକା ପୂର୍ବରୁ ପିକୁ ଫିଲ୍ମରେ ଏକାଠି କାମ କରିଥିଲେ, କିନ୍ତୁ ପ୍ରଭାସଙ୍କ ସହ ଏହା ପ୍ରଥମ ହେବ। ପ୍ରକାଶଥାଉ ଯେ ଏହାପୂର୍ବରୁ ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ଜାତୀୟ ପୁରସ୍କାର ପାଇଥିବା 'ସାବିତ୍ରୀ' ଚଳଚ୍ଚିତ୍ରର ପ୍ରଡକ୍ସନ୍ ପରେ ଲାଇମ୍ଲାଇଟ୍ରେ ଆସିଥିଲେ। ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀ ସାବିତ୍ରୀଙ୍କ ବାୟୋପିକ୍ ଥିଲା।
ଏହି ସମୟରେ ପାଇଥିବା ନୂତନ ଟାଇଟଲ୍ ପାଇଁ ପ୍ରଭାସ ମଧ୍ୟ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ 'ଟପ୍ ଟେନ୍ ମୋଷ୍ଟ୍ ହ୍ୟାଣ୍ଡ୍ସମ୍ ଏସିଆନ୍ ମ୍ୟାନ୍ ୨୦୨୧' ର ତାଲିକା ପ୍ରକାଶ ପାଇଲା, ଯେଉଁଥିରେ ବାହୁବଲୀ ଅଭିନେତା ପ୍ରଭାସ ସମସ୍ତଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ପ୍ରଭାସ ଏସିଆର ମୋଷ୍ଟ୍ ହ୍ୟାଣ୍ଡ୍ସମ୍ ମ୍ୟାନ୍ ଟାଇଟଲ୍ ପାଇ ଦେଶର ନାମ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ପରେ ତାଙ୍କ ଫ୍ୟାନ୍ ଏବଂ ଫଲୋର୍ସ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛନ୍ତି। ଏହି ତାଲିକାରେ ପ୍ରଭାସ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଏବଂ ଦକ୍ଷିଣ କୋରିଆର କିମ୍ ହ୍ୟୁନ-ଜଙ୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଟିଭି ସିରିଏଲ୍ 'ମଧୁବାଲା' ଖ୍ୟାତି ଅଭିନେତା ଭିଭିଆନ୍ ଡିସେନା ମଧ୍ୟ ଟପ୍ ଟେନ୍ ମୋଷ୍ଟ୍ ହ୍ୟାଣ୍ଡ୍ସମ୍ ଏସିଆନ୍ ମ୍ୟାନ୍ ତାଲିକାରେ ଅଛନ୍ତି।
]]>