ପରେ ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା । ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା । ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ୪ ଜଣ ଆତତାୟୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛି ।
ହଲରେ ଲାଗିଥିବା ନିଆଁକୁ ହେଲିକପ୍ଟର ମାଧ୍ୟମରେ ଆୟତ୍ତକୁ ଅଣାଯାଇଛି । ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଥିବା ବେଳେ ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।
ସେପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ କେଉଁ କାରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଏପରି କାର୍ଯ୍ୟ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ଏହି ଆକ୍ରମଣକୁ ନେଇ ପୂରା ଋଷବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଏହି ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି । ତେବେ ୟୁକ୍ରେନ ଯୁଦ୍ଧ ସହ ଏହି ଆକ୍ରମଣର କୌଣସି ସୂଚନା ଅଛି କି ନାହିଁ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।
]]>କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା । ଗତ କିଛିଦିନ ହେବ ବଢ଼ି ଚାଲିଛି ବନ କର୍ମଚାରୀଙ୍କ ଉପରେ ଆକ୍ରମଣ । କୁଲଡିହା ଅଭୟାରଣ୍ୟରେ ଶିକାରୀ ଗୁଳିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି । ଗୁରୁତର ୨ ବନ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ ।
ଅନ୍ୟପଟେ କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲଭି ରିଡ଼ଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ।
ସେମାନେ ଦେଖିଥିଲେ ଯେ, ନିଷିଦ୍ଧାଞ୍ଚଳରେ ୧୫ ରୁ ୨୦ ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିଲେ । ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରଲରଗୁଡ଼ିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଆକ୍ରମଣ କରିଥିଲେ । ଏହି ଘଟଣା ପରେ ବନବିଭାଗ ତରଫରୁ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ।
]]>ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀ କୁମାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ନାଁ ରଙ୍ଗସ୍ୱାମୀ । ଯେତେବେଳେ ରଙ୍ଗସ୍ୱାମୀ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରୁଥିଲେ, କେହି କେହି ଏହି ଘଟଣାର ମଧ୍ୟ ଭିଡିଓ କରୁଥିଲେ। ଭିଡିଓରେ ରଙ୍ଗସ୍ୱାମୀ ବ୍ୟସ୍ତ ବହୁଳ ରାସ୍ତାରେ ଅବସ୍ଥିତ ଏକ ଛୋଟ ଦୋକାନରେ ତାଙ୍କ ପତ୍ନୀଙ୍କୁ ଦାଆରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ଏବଂ ତାଙ୍କ ପୋଷାକରେ ମଧ୍ୟ ରକ୍ତର ଛିଟା ଲାଗିଥିଲା ।
ଘଟଣା ସମୟରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ବ୍ୟତୀତ ଅନ୍ୟ କେହି ଦେଖା ଦେଇନଥିଲେ । ଲୋକମାନେ ଚିତ୍କାର କରୁଥିଲେ ଓ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ରଙ୍ଗସ୍ୱାମୀଙ୍କୁ ଅଟକାଇବାକୁ କେହି ସକ୍ଷମ ହୋଇନଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରଙ୍ଗସ୍ୱାମୀଙ୍କୁ ଗିରଫ କରିଥିଲା ଓ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଘଟଣାରେ ରଙ୍ଗସ୍ୱାମୀଙ୍କ ଗୁରୁତର ଆହତ ଶାଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି ।
]]>ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା । ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି । ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି । ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ ।
INS ବିଶାଖାପଟନମକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ଅଗ୍ନି ନିର୍ବାପକ ଉପକରଣ ସହ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିବା ନୌସେନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଟ୍ୟାଙ୍କରରେ ୨୨ ଜଣ ଭାରତୀୟଙ୍କ ସମେତ ଜଣେ ବାଂଲାଦେଶ କର୍ମଚାରୀ ମଧ୍ୟ ଅଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି ।
]]>ସୁଂଧାଶୁଙ୍କ ବିରୋଧରେ କୃଷି ଦୂର୍ନୀତି ନେଇ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ତନ୍ମୟ ମହାନ୍ତି । ଏଥିପାଇଁ ସେ ଆକ୍ରୋଶମୂଳକ ଭାବେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏନେଇ ରେମୁଣା ବିଧାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ବେଳେ ସେ ପ୍ରଶ୍ନକୁ ଏଡ଼ାଇ ଦେଇ ଚାଲି ଯାଇଥିଲେ।
]]>
ସମସ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମେଡିକାଲରେ ଟାଉନ ଥାନା ପୋଲିସ ଓ ଫୁଲବାଣୀ SDPO ପହଞ୍ଚି ତଦନ୍ତ କରୁଛନ୍ତି । ଏସିଡରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଚନ୍ଦ୍ର ମହାନ୍ତି, ସୁରଜ ମହାନ୍ତି ଓ ରାକେଶ ମିଶ୍ର । ଏସିଡ ମାଡ଼ କରିଥିବା ଅଭିଯୁକ୍ତ ହେଲେ ହେଲେ ପ୍ରମୋଦ ସାହୁ ।
ସୂଚନା ଅନୁସାରେ ସୁରଜ ଓ ରାକେଶ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା । ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ।
ଏହି ସମୟରେ ସ୍ଥାନୀୟ ଲୋକ ମାନେ ଅଭିଯୁକ୍ତ ପ୍ରମୋଦ ସାହୁକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରମୋଦ ସାହୁକୁ ଧରିବା ସହିତ ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ସେ କେଉଁ କାରଣ ପାଇଁ ଏସିଡ ଆକ୍ରମଣ କରିଛି, ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।
]]>ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକ ଜଣକ ସ୍ଥାନୀୟ ଭୀମପୁର ଅଞ୍ଚଳର ଶିବା ଓରଫ୍ ମଦନ ମହାରଣା ବୋଲି ଜଣାପଡ଼ିଛି । ତାଙ୍କ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ ଲାଗିଛି । ଆହତ ୨ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମଦନଙ୍କ ସ୍ଥିତି ଅତି ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
]]>ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
]]>ଗୁଳିବିନିମୟରେ ୫ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଅପରେସନ୍ । ଗତ ମାସରେ ମଧ୍ୟ ର.ଜୌରୀରେ ସେନାକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା । ଏଥିରେ ଦୁଇ କ୍ୟାପଟେନଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାସ୍ ଖୋଲା ଥିବାରୁ ଆତଙ୍କବାଦୀ କାର୍ଯ୍ୟ କଳାପ ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।
କିଛି ଦିନ ପରେ ପାସ୍ ବନ୍ଦ ହୋଇଗଲେ ଏହା କମ ହୋଇଯିବ ବୋଲି ସୂଚନା ମିଳିଛି । ପୁଞ୍ଚ, ରଜୌରୀ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବାରୁ ଆତଙ୍କବାଦୀଙ୍କୁ ଆକ୍ରମଣ କରିବା ସହଜ ହେଉଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଡ଼ିର ସ୍ପିଡ କମ ରୁହେ । ଏଣୁ ସେସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।
]]>ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରି ପାରିନାହିଁ । ଅଭିଯୁକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର ରୋଡ୍ ଡେଭଲପମେଣ୍ଟ କର୍ପୋରସନର MD ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ୍ ।
ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବ ଯୁବତୀ ପ୍ରିୟା ସିଂ, ସୋସିଆଲ ମିଡିଆରେ ଏଭଳି ଏହି ବର୍ବର କାଣ୍ଡ ସମ୍ପର୍କରେ ପୋଷ୍ଟ କରି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି । ଜଣେ ସୋସିାଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ଜଣାଶୁଣା ପ୍ରିୟାଙ୍କ କହିବା ଅନୁଯାୟୀ, ଅଶ୍ୱଜିତଙ୍କ ସହ ତାଙ୍କ ଦୀର୍ଘ ୫ ବର୍ଷ ଧରି ସମ୍ପର୍କ ଥିଲା । ଅଶ୍ୱଜିତ ବିବାହିତ ଥିଲେ । ହେଲେ ପତ୍ନୀଙ୍କଠାରୁ ସେ ଅଲଗା ରହୁଥିବା କହିଥିଲେ । ଏକ ପାର୍ଟି ପାଇଁ ଅଶ୍ୱଜିତ ତାଙ୍କୁ ଫୋନ୍ କରିବାରୁ ଗତ ସୋମବାର ରାତିରେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ତାଙ୍କ ପତ୍ନୀଙ୍କ ସହ ଥିଲେ ଏବଂ ତାଙ୍କ ପ୍ରତି ଅଜବ ଆଚରଣ କରିଥିଲେ ।
ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଶ୍ୱଜିତ ତାଙ୍କୁ ମାରପିଟ କରିଥିଲେ । ସେ କାରରୁ ନିଜ ଜିନିଷ ନେଇ ଚାଲିଯିବାକୁ ବାହାରିଥିଲେ । ହେଲେ ଗାଡି ଚଢାଇ ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ ବୋଲି ପ୍ରିୟା କହିଛନ୍ତି । ଏହାପରେ ଡ୍ରାଇଭର ତାଙ୍କ ଉପରେ କାର୍ ଚଢ଼ାଇଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ପ୍ରିୟା କହିଛନ୍ତି ।
ଏହି ଘଟଣାରେ ପ୍ରିୟାଙ୍କ ଡାହଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବାମପଟେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ହସ୍ପିଟାଲ ବେଡରେ ସେ ଏବେ ଅକଥନୀୟ ଯନ୍ତ୍ରଣା ପାଉଥିବା କହିଛନ୍ତି ୨୬ ବର୍ଷୀୟ ପ୍ରିୟା । ଥାନାରେ ସେ ମାମଲା ରୁଜୁ କରିଥିବାବେଳେ ପୋଲିସ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ।
ତେବେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ପରେ ପୋଲିସ୍ ଅଭିଯୁକ୍ତ ଅଶ୍ୱଜିତଙ୍କ ସମେତ ତାଙ୍କ ସାଙ୍ଗ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ମାମଲାରେ ପଚରାଉଚରା ଚାଲିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି । ସେପଟେ ପ୍ରିୟାଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗକୁ ଅଶ୍ବଜିତ ପୋଲିସ ଆଗରେ ଖଣ୍ଡନ କରିଥିବା ସୂଚନା ମିଳିଛି ।
]]>ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ । ୬ ଜଣ ଯାକ ସଂସଦ ଭବନ ଭିତରକୁ ଯିବାକୁ ଚାହୁଁଥିଲେ । ହେଲେ ୨ ଜଣଙ୍କୁ ପାସ୍ ମିଳିଥିଲା । ତେବେ କୌଣସି ଆତଙ୍କୀ ସଂଗଠନ ସହ ସେମାନଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି ।
ସେପଟେ ଅଭିଯୁକ୍ତ ସାଗର ଶର୍ମାଙ୍କୁ ଭିଜିଟର୍ସ ପାସ୍ ଦେଇଥିବା ମହିଶୂର୍ ସାଂସଦ ପ୍ରତାପ ସିହ୍ମା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି । ସାଗରଙ୍କ ବାପା ତାଙ୍କ ନିର୍ବାଚନମଣ୍ଡଳୀ ବାସିନ୍ଦା ଏବଂ ତାଙ୍କ ଅନୁରୋଧ କ୍ରମେ ସେ ସାଗରଙ୍କୁ ପାସ୍ ଦେଇଥିଲେ ବୋଲି କହିଛନ୍ତି । ତେଣେ ଆଜିର ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ।
]]>
ସନ୍ଦେହ ଓ ରାଗରେ ସ୍ୱାମୀ ଛୁରାମାଡ଼ କରିଥିବା ତଦନ୍ତ ପରେ ପୋଲିସ କହିଛି । ୨୦୧୮ରେ ବାହା ଘର ହୋଇଥିଲା ଓ ସେମାନଙ୍କର ୫ ବର୍ଷର ପୁଅ ଅଛି । କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ ।
#ସନ୍ଦେହରୁ_ପତ୍ନୀକୁ_ଛୁରାମାଡ଼ !
— ଓଟିଭି (@otvkhabar) November 21, 2023
ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ଛୁରାମାଡ଼ ଘଟଣା…ସନ୍ଦେହ ଓ ରାଗରେ ସ୍ୱାମୀ ଛୁରା ମାଡ଼ କରିଥିବା କହିଲା ପୋଲିସ୍..#Odisha #OTV #Crime pic.twitter.com/Zys5EdRJ6I
ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ । ଗତକାଲି ଅଭିଯୁକ୍ତ ସ୍ୱାମୀ ଅଫିସରେ ପହଞ୍ଚି ପତ୍ନୀଙ୍କୁ ଡାକି ଛୁରାମାଡ଼ କରିଥିଲେ । ବଡ଼ବାପାଙ୍କ ଶୁଦ୍ଧିକ୍ରିୟାକୁ ନଯିବାରୁ ରାଗରେ ଛୁରି ଭୁସିଥିବା ସେ କହିଛନ୍ତି ।
କୌଣସି କାରଣରୁ ପତ୍ନୀଙ୍କ ଉପରେ ଅଭିଯୁକ୍ତର ସନ୍ଦେହ ମଧ୍ୟ ରହିଥିଲା । ତେବେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
]]>ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ଆଉ ଜଣକୁ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଓୟୁଏଟି ଛକରେ ଏ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ପି ରାମକୃଷ୍ଣ ନାମକ ଯୁବକ ଓ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ଗୁରୁତର ହୋଇଛନ୍ତି ।
ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ଯୁବତୀଙ୍କୁ କମେଣ୍ଟମରାକୁ ନେଇ ଅନ୍ୟ ଗୋଟିଏ ଗୋଷ୍ଠୀ ରାମକୃଷ୍ଣଙ୍କ ଉପରେ ଆକ୍ରମଣ କରିବା ପାଇଁ ଛକି ରହିଥିଲେ । ଏହାର ସୁଯୋଗ ପାଇ ୬ରୁ ୮ ଯୁବକ ମାରଣାସ୍ତ୍ର ଧରି ଅତର୍କିତ ଭାବେ ଆକ୍ରମଣ କରିଥିଲେ ।
ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତରଙ୍କୁ ହସ୍ପିଟାଲ୍ ନେଇଥିଲା । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
]]>ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ବଡ଼ଗଡ଼ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।
#ହସ୍ପିଟାଲ୍_ଭିତରେ_ପଶି_ଡାକ୍ତରଙ୍କୁ_ପିଟିଲେ
— ଓଟିଭି (@otvkhabar) October 12, 2023
ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଆରମ୍ଭ କରି ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ...#Attack #Hospital #Odisha pic.twitter.com/BxRIsbQ5ua
ସୂଚନା ଅନୁସାରେ, ଆକ୍ରମଣକାରୀ ଯୁବକମାନେ ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ଆଣିଥିଲେ। ରୋଗୀର ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସମସ୍ୟା ଥିବାରୁ ଭଲ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ୍ ନେବାକୁ ଡାକ୍ତର କହିଥିଲେ।
ଏହାପରେ ସମ୍ପର୍କୀୟ ରାଜଧାନୀ ଭୁବନେଶ୍ୱରର ଏକ ବଡ଼ ହସ୍ପିଟାଲ୍କୁ ନେଇଥିଲେ। ତେବେ ସେଠାରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରୋଗୀଙ୍କ ସମ୍ପର୍କୀୟ ପ୍ରଥମେ ଆଣିଥିବା ହସ୍ପିଟାଲକୁ ଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଡାକ୍ତର ଗୁରୁତର ଆହତ ହୋଇଛନ୍ତି।
]]>ରାତି ସମୟରେ ଏହା ଅଧିକ କାମରେ ଲାଗେ । ରାସାୟନିକ ପଦାର୍ଥ ଦ୍ବାରା ହେଉଥିବା ଏହି ବିସ୍ଫୋରଣରେ ପାଖାପାଖି ୮୧୫ ଡିଗ୍ରୀର ଉତ୍ତାପ ସୃଷ୍ଟି ହୋଇଥାଏ, ଯାହା ସବୁ କିଛି ଜାଳିପୋଡ଼ି ଛାରଖାର କରିଦେଇଥାଏ । ଧଳା ଫସଫରସ ବିସ୍ଫୋରଣ ଦ୍ବାରା ଚର୍ମ ପୋଡାଜଳା ସହ ଲୋକେ ବିକଳାଙ୍ଗ ହେବାର ନଜିର ମଧ୍ୟ ରହିଛି । ଅଧିକ କ୍ଷତିକାରକ ହୋଇଥିବାରୁ ଏହାର ବ୍ୟବହାରକୁ ବର୍ତ୍ତମାନ ପର୍ଯ୍ୟାୟରେ ନିଷିଦ୍ଧ କରା ଯାଇଛି ।
ତେବେ ପ୍ରଥମ ଥର ୧୮୦୦ ମସିହାରେ ଆୟର୍ଲାଣ୍ତ ଓ ବ୍ରିଟିଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ଧଳା ଫସଫରସର ବ୍ୟବହାର ହୋଇଥିଲା । ଏଥିରେ ଅତ୍ୟଧିକ ପରିମାଣର ଧୂଆଁ ତଥା ରାସାୟନିକ ପଦାର୍ଥ ଥିବାରୁ ୧୯୭୨ ରେ ମିଳିତ ଜାତିସଙ୍ଘ ଦ୍ବାରା ଏହାକୁ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଅଣା ଯାଇଥିଲା । ପରେ ସହମତି ଭିତ୍ତିରେ ୧୯୮୦ ମସିହାରେ ଏହାକୁ ବ୍ୟାନ କରାଗଲା ।
ତେବେ ବର୍ତ୍ତମାନ ଗାଜାରେ ଇସ୍ରାଏଲ ଦ୍ବାରା ଏହି କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି ବୋଲି ଅଭିଯୋଗ ଆସିଛି । ଜନ ବହୁଳ ଗାଜାରେ ଏହାର ବ୍ୟବହାର ଦ୍ବାରା ବହୁ କ୍ଷତି ହେଉଥିବା ଅଭିଯୋଗ ଆସିଛି । ଲୋକେ ପୋକମାଛି ଭଳି ମରୁଛନ୍ତି। ଏହାର ବିସ୍ଫୋରଣ ପରେ ଏଭଳି କଳା ଧୂଆଁ ବାହାରେ ଯେ, ସଂପୃକ୍ତ ଅଞ୍ଚଳ ପୂରା ଅନ୍ଧାକାରାଚ୍ଛନ୍ନ ହୋଇଯାଏ।
ଗତ ୪ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ବହୁ ପରିମାଣରେ କ୍ଷତି ହୋଇଥିବା ବେଳେ ଇସ୍ରାଏଲ ମଧ୍ୟ ପାଲଟା ଜବାବ ଦେଉଛି । ତେବେ ଉଭୟ ପକ୍ଷର ଯୁଦ୍ଧରେ ସାଧାରଣ ଲୋକ ଯେ ପରିଣାମ ଭୋଗୁଛନ୍ତି ଏହା ନିସନ୍ଦେହ ।
]]>ଗଣ୍ଡଗୋଳରେ ଅପର ପକ୍ଷର ୨ ଜଣ ଆହତ ହୋଇ ଏବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତା ଓ ରାଜନୈତିକ କଳହ ଏହି ଗୋଷ୍ଠୀ ସଂଘର୍ଷର ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମିଥୁନ ଓ ଲିପୁ ବାଇକ୍ରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ୭ରୁ ୮ଜଣ ଯୁବକ ଆସି ଖଣ୍ଡାରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।
ମିଥୁନ ଓ ଲିପୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ, ଅଟକ ୪ ଜଣଙ୍କ ନିକଟରୁ ଗୋଟିଏ ମାଉଜର, ୨ଟି ମାଗାଜିନ, ୭ଟି ଗୁଳି ଓ ଖୋକା ଜବତ ହୋଇଛି।
]]>ଖେରୀ ଜିଲ୍ଲାରେ ବାଂସତାଲି ଗାଁର ବିକ୍ରମ କିଛି ବର୍ଷ ପୂର୍ବେ ମହମ୍ମଦବାଦ ଗାଁର ସୀମା ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ସମୟ କ୍ରମେ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ବିକ୍ରମଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା । ସୀମାଙ୍କୁ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ସେ ଏହାକୁ ବିରୋଧ କରିଥିଲେ । ଏହି କଥାକୁ ନେଇ ପ୍ରତିଦିନ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।
ପୀଡିତାଙ୍କ ପତ୍ନୀଙ୍କ ଅନୁଯାୟୀ, ଶନିବାର ରାତି ପ୍ରାୟ ୮ଟାରେ ବିକ୍ରମ ପ୍ରଥମେ ତାଙ୍କୁ ଖାଇବା ମାଗିଥିଲେ । ତାଙ୍କ ମନ ମୁତାକବ ସୀମା ରୋଷେଇ କରି ଖାଇବା ବାଢ଼ି ଦେଇଥିଲେ । ଏହା ପରେ ପୁଣି ସେହି ମହିଳାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ଆଉ ଏଥିପାଇଁ ବିକ୍ରମ ନିଜ କୁନି ଝିଅକୁ ମାଡ଼ ମାରି ରାଗ ଶୁଝାଇବାରେ ଲାଗିଥିଲା ।
ଏହା ଦେଖି ସୀମା ଦଉଡ଼ି ଆସିଥିଲେ । ଆଉ ବିକ୍ରମ୍ ଠାରୁ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଆହୁରି ରାଗି ଯାଇ ବିକ୍ରମ ଏକ ତୀକ୍ଷ୍ଣ ଅସ୍ତ୍ରରେ ସ୍ତ୍ରୀର ନାକ କାଟି ଦେଇଥିଲା । ତା’ପରେ କଟାନାକକୁ ପକେଟରେ ରଖି ସେଠାରୁ ଫେରାର ମାରିଥିଲା ।
ଲହୁଲୁହାଣ ଅବସ୍ଥାରେ ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୀମା । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ପରେ ପୋଲିସ ସୀମା ଦେବୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ।
ଏଥିସହ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ପରେ ଅଭିଯୁକ୍ତକୁ ଜେଲ ପଠାଇ ଦିଆଯାଇଛି ।
]]>ସୂଚନା ଅନୁସାରେ, ସାନ୍ତନୁ ପ୍ରଥମେ ପ୍ରୀତିଙ୍କ ସ୍କୁଟିକୁ ଅଟକାଇଥିଲେ। ଏହାପରେ ହାତରେ ଭୁଜାଲି ଧରି ତାଙ୍କୁ ଗୋଡ଼ାଇ ଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀ ଜଣକ ସାଲ୍ୱାର ପିନ୍ଧି ଥିବାବେଳେ କାନ୍ଧରେ ବ୍ୟାଗ ପକାଇଛନ୍ତି ଓ ମୁହଁକୁ କଭର୍ କରିଛନ୍ତି। ତାଙ୍କୁ ପିଛା କରି ଜଣେ ଯୁବକ ହାତରେ ଭୁଜାଲି ଧରି ତାଙ୍କୁ ରାସ୍ତା ମଝିରେ ଗୋଡ଼ାଉଛନ୍ତି। ଯୁବତୀଙ୍କ ପଛପଟୁ ସମ୍ପୃକ୍ତ ଯୁବକ ଆକ୍ରମଣ କରିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଉକ୍ତ ଯୁବତୀ ତତ୍କ୍ଷଣାତ ତଳୁ ଉଠି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
THIS IS HUGE: Thanks for your efforts, Pune residents - Set the example for Delhi Sakshi Case.
— ADV. ASHUTOSH J. DUBEY 🇮🇳 (@AdvAshutoshBJP) June 27, 2023
A Pune man attempted to kiII a female after an attack because of one-sided love, but locals intervened, caught the attacker, and saved the girl, Salute!🔥👏 pic.twitter.com/WO0W04cVr1
ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଯୁବକଙ୍କୁ କାବୁ କରିବା ସହ ପୋଲିସ୍କୁ ହସ୍ତାନ୍ତର କରିଥିଲେ। ପୋଲିସ୍ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କ ମା’ଙ୍କ କହିବା ଅନୁସାରେ, ଆକ୍ରମଣକାରୀ ଯୁବକ ତାଙ୍କ ଝିଅକୁ ହଇରାଣ କରୁଥିଲେ।
]]>ସୂଚନା ଅନୁସାରେ, ଯୁବକ ଜଣକ CRPFରେ କାର୍ଯ୍ୟରତ ଥିବାବେଳେ କନଷ୍ଟେବଲ୍ ଭାବେ ଛତିଶଗଡ଼ର ସୁକ୍ମାରେ ତାଙ୍କର ପୋଷ୍ଟିଂ ହୋଇଥିଲା। ଯୁବତୀଙ୍କ ଘର ଦରଭଙ୍ଗାରେ ଓ ଗତ ୪ ବର୍ଷ ହେବ ସେ ପାଟନାରେ ରହି ପଢ଼ୁଛନ୍ତି। ପୋଲିସ୍କୁ ଦେଇଥିବା ବୟାନରେ ଯବାନ କହିଛନ୍ତି, ଗତ ୩ ବର୍ଷ ହେବ ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିଥିଲା। ହେଲେ ଯବାନଙ୍କ ପରିବାର ଲୋକ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ ଓ ଜୁନ୍ ୨୩ରେ ତାଙ୍କର ବିବାହ ହୋଇଥାନ୍ତା। ହେଲେ ତା’ପୂର୍ବରୁ ତାଙ୍କ ସହ ଏଭଳି ଘଟଣା ଘଟିଛି।
ଶିଭହର୍ରେ ରହୁଥିବା ଜଣେ ଯୁବତୀଙ୍କ ସହ ଯବାନଙ୍କ ବିବାହ ସ୍ଥିର ହୋଇଥିଲା। ହେଲେ ଏହି କଥା ଯବାନଙ୍କ ଗର୍ଲଫ୍ରେଣ୍ଡ୍ ଜାଣିବା ପରେ ରାଗିବା ସହ ଆତ୍ମହତ୍ୟା ଧମକ ଦେଇଥିଲେ। ଫୋନ୍ କରି ଯୁବତୀ ଜଣକ ଯବାନଙ୍କୁ କହିଥିଲେ- ‘ଶୀଘ୍ର ଆସି ପହଞ୍ଚ, ନହେଲେ ଆତ୍ମହତ୍ୟା କରିଦେବି’। ଏହାପରେ CRPF ଯବାନ ଜୁନ୍ ୩ରେ ସୁକ୍ମାରୁ ପାଟନାରେ ପହଞ୍ଚିଥିଲେ। ଯୁବତୀ ଜଣକ ବାରମ୍ବାର ଚାପ ପକାଇବା ପରେ ଜୁନ୍ ୫ରେ ପାଟନା ସହରର କୋର୍ଟରେ ଉଭୟ ବାହା ହୋଇଥିଲେ। ବିବାହ ପରେ ଉଭୟ ଏକ ହୋଟେଲ୍କୁ ଯାଇଥିଲେ। ଘରେ ସ୍ଥିର କରିଥିବା ବିବାହକୁ ଭାଙ୍ଗି ଦେବା ଲାଗି ଯୁବତୀ ଜଣକ ଯବାନଙ୍କୁ କହିଥିଲେ। ହେଲେ ଏଥିରେ ସେ ରାଜି ହୋଇନଥିଲେ।
ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଯୁବତୀ ବ୍ୟାଗ୍ରୁ ଛୁରୀ ବାହାର କରି ବୟଫ୍ରେଣ୍ଡ୍ର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି।
]]>ତେବେ ଅଣଛାତ୍ରଙ୍କ ଛୁରାମାଡ଼ରେ ୩ ଛାତ୍ର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
]]>ସୂଚନା ଅନୁସାରେ, ଆଜି ସକାଳେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମେଶ୍ୱର ମନ୍ଦିର ପାଖରେ ଜଣେ ବ୍ୟକ୍ତି ଚା’ ପିଉଥିଲେ। ଏହି ସମୟରେ ୫ ଜଣ ଲୋକ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଗୋଡ଼େଇ ଗୋଡ଼ାଇ ତାଙ୍କୁ ହାଣିଥିଲେ। ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍ ରହିଥିଲେ। ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହ, ଗୋଡ଼, ପିଠି, ମୁଣ୍ଡରେ ଆଘାତ ଲାଗିଛି।
ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବାକୁ ପୋଲିସ୍ ସିସିଟିଭି ଯାଞ୍ଚ କରି ତନାଘନା ଚଳାଇଛି।
]]>ସୂଚନା ଅନୁସାରେ, ସାର୍ଥା ଗାଁର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ଏନେଇ ଥାନାରେ ସ୍ତ୍ରୀ ଅଭିଯୋଗ କରିଥିଲେ। ଆଉ ତା’ର ସମାଧାନ କରିବାକୁ ଯାଇଥିବା କନଷ୍ଟେବଲ ଅଜୟ ସିଂଙ୍କୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ, ଯିଏକି ନିଶାସକ୍ତ ଅବସ୍ଥାରେ ଥିଲେ କାଠ ଫାଳିଆରେ ଅଜୟଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।
ଫଳରେ ଘଟଣାସ୍ଥଳରେ ଅଜୟ ସିଂ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସିଂଲା ପୋଲିସ ଏହି ଘଟଣାରେ ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
]]>
-କଟୁରୀ ଧରି ୫ ଜଣ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ
— ଓଟିଭି (@otvkhabar) March 31, 2023
-ନୀଳଗିରି ଥାନା ଜାମ୍ବୁଡ଼ିସାହିରେ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ
-ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିଲେ
-SI, ASI ସମେତ ୫ ପୋଲିସ ଓ ଗ୍ରାମରକ୍ଷୀ ମେଡିକାଲରେ ଭର୍ତ୍ତି
-ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ କରି ଥାନାରେ ଅଟକ#Crime #Nilagiri pic.twitter.com/GuVyCMzeG4
]]>
୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
]]>#ପୁରୀରେ_ହଣାହଣି
— ଓଟିଭି (@otvkhabar) March 18, 2023
ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି ହୋଇ ୫ ଆହତ, ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି ହୋଇଥିବା ସୂଚନା ମିଳିଛି...#Attack #Puri #Odisha pic.twitter.com/J6xK4nbnNN
ସୂଚନାଥାଉ କି, ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁରେ ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଭଗିପୁର ଗାଁ ଲୋକେ ଆସିଥିବା ବେଳେ ବସିବାକୁ ନେଇ ଉଭୟ ଗାଁ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଲେ ଆଜି ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା।
ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍ ଆକ୍ରମଣର ଶିକାର ହୋଇଛି। ଟେକାପଥର ମାଡ଼ରେ ବାଙ୍କୀ ଥାନା ସବ୍ ଇନ୍ସପେକ୍ଟର ଆହତ ହୋଇଛନ୍ତି। ଉଭୟ ଗାଁ ଲୋକେ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।
]]>ସୂଚନା ମୁତାବକ ୨୬ ବର୍ଷୀୟ ମହିଳା କାଜଲ ନିଜ ସ୍ୱାମୀ ପ୍ରବିଣ କୁମାର ଓ ଶ୍ୱଶୁରଙ୍କ ସହ ଦିଲ୍ଲୀର ପ୍ରେମନଗରରେ ରହୁଥିଲେ। କାଜଲ ନିଜ ସ୍ୱାମୀକୁ ଆର୍ଥିକ ସହଯୋଗ କରିବା ପାଇଁ ଚାକିରି କରିବାକୁ ମନ ବଳାଇଥିବା ବେଳେ ତାଙ୍କ ଶ୍ୱଶୁର ଏହାକୁ ବିରୋଧ କରିଥିଲେ। ମଙ୍ଗଳବାର ଇଣ୍ଟରଭ୍ୟୁ ପାଇଁ ଯିବା ବେଳେ ଶ୍ୱଶୁର ତାଙ୍କ ଉପରେ ଇଟାରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ତରେ ୧୭ଟି ସ୍ଟିଚ୍ ମଧ୍ୟ ପଡ଼ିଛି।
ଭାଇରା ଭିଡିଓ ରେ ଦେଖିବାକୁ ମିଳିଛି ଯେ, ଦିଲ୍ଲୀର ପ୍ରେମନଗର ରାସ୍ତାରେ କାଜଲ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ବେଳେ ତାଙ୍କ ଶ୍ୱଶୁର ଇଟା ଧରି ତାଙ୍କ ପାଖକୁ ଆକ୍ରମଣ କରିବାକୁ ଆସିଥିଲେ। କାଜଲ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଶ୍ୱଶୁର ଏକାଧିକ ଥର ତାଙ୍କ ମୁଣ୍ତକୁ ଇଟାରେ ପ୍ରହାର କରିଥିଲେ । ଏହାପରେ ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିରହିଥିଲେ। ତାଙ୍କ ସ୍ୱାମୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ ।
କାଜଲଙ୍କ ପିତାମାତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଶ୍ୱଶୁର ନାଁରେ ଏକ ମାମଲା ଦାଏର କରିଛି । ଏହାର ପରବର୍ତ୍ତୀ ତଦନ୍ତ ଆରମ୍ଭ ହୋଇଯାଇଛି ।
]]>ଏତିକିରେ ଉତକ୍ଷିପ୍ତ ହୋଇ ପଡିଥିଲେ ପତ୍ନୀ ଈଶ୍ୱରୀ। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶେଷରେ ମୋବାଇଲ ଦେଇନଥିବା ସ୍ୱାମୀଙ୍କୁ ପାନେ ଦେବାର ସୁଯୋଗ ଉଣ୍ଡି ଶୋଇଥିବା ବେଳେ ପନିକିରେ ପତ୍ନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଗଣେଶ୍ୱର ସୁନା ଛତିଶଗଡ଼ ବିଳାସପୁରରେ ପାଷ୍ଟର ଭାବେ କାମ କରୁଥିଲେ। ସେଠାରେ ଧର୍ମ ପ୍ରଚାର କରୁ କରୁ ଈଶ୍ୱରୀ କୁମାରୀଙ୍କ ସହିତ ପ୍ରଥମେ ଦେଖାଚାହାଁ, ଆଉ ତା’ପରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। ଶେଷରେ ଦୁଇ ପରିବାରର ସହମତିରେ ହୋଇଥିଲା ବାହାଘର। ଉଭୟଙ୍କ ବିବାହକୁ ଇତିମଧ୍ୟରେ ୬ ବର୍ଷ ହୋଇଯାଇଛି। ପାଖରେ ୪ ବର୍ଷର ଝିଅଟିଏ ବି ଅଛି । ତେବେ ଗଣେଶ୍ୱରଙ୍କ କହିବା କଥା, ପିଲା ହେବା ପରଠୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା ଝଗଡ଼ା। ଅନେକ ସମୟରେ ସ୍ୱାମୀଙ୍କୁ ସନ୍ଦେହ ବି କରୁଥିଲେ ଈଶ୍ୱରୀ। ସ୍ଥିତି ଏମିତି ହେଲା ଯେ, ପାଷ୍ଟର କାମ ଛାଡ଼ି ବିଳାସପୁରରୁ ବଲାଙ୍ଗିର ଘରକୁ ଆସି ବନିଯାଇଥିଲେ ଶ୍ରମିକ ।
ଆକ୍ରମଣରେ ଗୁରୁତର ହୋଇ ଗଣେଶ୍ୱର ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ, ଫେରାର ଅଛନ୍ତି ଈଶ୍ୱରୀ । ତାଙ୍କ ନାଁରେ ପୁଇଁତଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରିଛି । ତେବେ ପ୍ରକୃତରେ ମୋବାଇଲ ପାଇଁ ଆକ୍ରମଣ ନା ଏହା ପଛରେ ରହିଛି ଅନ୍ୟ କୌଣସି କାରଣ, ସେନେଇ ଖୋଳତାଡ଼ କରୁଛି ପୁଇଁତଲା ପୋଲିସ । ତଦନ୍ତ ଚାଲିଥିବାରୁ ପୋଲିସ କିଛି କହିବାକୁ ମନା କରିଦେଇଥିବାବେଳେ ଈଶ୍ୱରୀଙ୍କ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରିନି ।
]]>
ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଘର ବାରଣ୍ଡାରେ ବସିଥିବାବେଳେ ସନ୍ତୋଷ ହଠାତ ଖଣ୍ଡାରେ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ହେଲେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଯାଇଥିଲେ କେ.ଲକ୍ଷ୍ମୀ ରେଡ୍ଡୀ । ଫଳରେ ସେ ଗୁରୁତର ହୋଇଛନ୍ତି ।
ଏହି ଘଟଣା ପରେ ଦମ୍ପତିଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ପୂର୍ବ ଶ୍ରତୁତାକୁ ନେଇ ହିଁ ଆକ୍ରମଣକରିଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିନି । ....
]]>ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ଡ୍ୟାନ୍ସ ବାର୍ ବାହାରେ ଥିବା ସିକ୍ୟୁରିଟି ପୋଷ୍ଟରେ ପାଟିତୁଣ୍ଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାସହ ଡ୍ୟାନ୍ସ ବାର୍ରେ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଇନ୍କୁ ହାତକୁ ନେଇ ଦୁର୍ବୃତ୍ତମାନେ ଆତଙ୍କରାଜ ଖେଳାଇ ଥିଲେ।
ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ କ୍ଲବରେ ବ୍ୟାପକ ଭଙ୍ଗାରୁଜା । ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ଼ ଚଳାଉଛି ପୋଲିସ । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବସ୍ ମଧ୍ୟ ଅଟକ । #Bhubaneswar #OTV pic.twitter.com/d8sXZx8pSj
— ଓଟିଭି (@otvkhabar) January 9, 2023
ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ କଡ଼ା ପହରା ଚାଲି ଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ପୋଲିସ୍ ୩୪ ଜଣଙ୍କୁ ଗିରଫ କରି ଖୋଳତାଡ଼ ଚଳାଇଛି। ଏହାସହ ଏକ ବସ୍ ମଧ୍ୟ ଜବତ କରାଯାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ଜଣେ ମହିଳା ପୋଲିସ୍ଙ୍କୁ ଗୋଡ଼ାଇଥିଲେ। ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧ଟାରେ ଭୁବନେଶ୍ୱର ମହିଳା ଥାନାର ସବ୍ ଇନସ୍ପେକ୍ଟର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ପାର୍ଶ୍ୱ ରାସ୍ତା ଦେଇ ରିଜର୍ଭ ଅଫିସ ସ୍ଥିତ କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ରିଜର୍ଭ ଅଫିସ ପଟୁ ଏକ ଇନୋଭା କାର ତାଙ୍କୁ ପିଛା କରିଥିଲା। ତେବେ ସେ ପୋଲିସ ୟୁନିଫର୍ମରେ ଥିବା ଦେଖି ତାଙ୍କୁ କାରରେ ଥିବା ୩ ଅଭିଯୁକ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହିତ ରାସ୍ତାରେ ୟୁଟର୍ଣ୍ଣ ମାରି ପିଛା କରିଥିଲେ।
]]>CCTVରେ କଏଦ ହୋଇଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ବାଇକ୍ରେ ଆସି ହଠାତ୍ ଏକ ଅଟୋ ପାଖରେ ଗାଡ଼ି ଅଟକାଇ ରହୁଛନ୍ତି। ଅଟୋ ଭିତରୁ ଜଣେ ଯୁବତୀ ବାହାରି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ବ୍ୟକ୍ତି ଜଣକ ତାଙ୍କ ପାଖକୁ ଯାଇ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହାର ମାତ୍ର କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତି ହେଲ୍ମେଟ୍ରେ ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲେ।
#WATCH | Haryana: CCTV footage of a man named Kamal hitting a woman with his helmet after she refused to ride on his bike. pic.twitter.com/Az3MWRKKWo
— ANI (@ANI) January 6, 2023
ନିଜକୁ ବଞ୍ଚାଇବାକୁ ଯାଇ ଯୁବତୀ ଜଣକ ହାତରେ ଧରିଥିବା ପର୍ସରେ ଉକ୍ତ ବ୍ୟକ୍ତିକୁ ପିଟିଥିଲେ। ହେଲେ ବ୍ୟକ୍ତି ଜଣକ ହେଲ୍ମେଟ୍ରେ ତାଙ୍କୁ ସେମିତି ମାଡ଼ ମାରି ଚାଲିଥିଲେ। ରାସ୍ତା ଉପରେ ଏସବୁ ଦୃଶ୍ୟ ଦେଖି କିଛି ଲୋକ ଦୌଡ଼ି ଆସି ଯୁବତୀଙ୍କୁ ବଞ୍ଚାଇ ଥିଲେ ଓ ଉକ୍ତ ବ୍ୟକ୍ତିଙ୍କୁ ଠେଲାପେଲା କରିଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ପୋଲିସ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ହରିୟାଣାର ଯମୁନାନଗରରେ ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଥିଲା। ୪ ଜଣ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିଲେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଘଟରାସ୍ଥଳରୁ ଫେରାର ହୋଇଯାଇଥିଲେ।
]]>ସୂଚନା ଅନୁସାରେ, ୨୨ ବର୍ଷୀୟ ସୁଖ୍ବିନ୍ଦର ଓ ସମ୍ପୃକ୍ତ ଯୁବତୀ ୫ ବର୍ଷ ଯାଏ ରିଲେସନଶିପ୍ରେ ଥିଲେ। ଯୁବତୀ ଜଣକ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରୀ। ସୁଖ୍ବିନ୍ଦରଙ୍କ ସହ ଝଗଡ଼ା ହେବାପରେ ଯୁବତୀ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଆଉ ଏଥିରେ ରାଗି ଯାଇଥିଲା ସୁଖ୍ବିନ୍ଦର। ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ସେ ପ୍ଲାନ୍ କରିଥିଲା।
#WATCH | A 22-year-old youth namely Sukhvinder arrested for stabbing a girl in Adarsh Nagar area on Jan 2. Both were friends &due to some dispute, he stabbed her 3-4 times.The girl is admitted to a hospital&her condition is stable: Delhi Police
— ANI (@ANI) January 4, 2023
(CCTV visuals confirmed by police) pic.twitter.com/VLMvdmWGuH
ଯୋଜନା ମୁତାବକ, ସୋମବାର ଅପରାହ୍ଣରେ ସୁଖ୍ବିନ୍ଦର, ପ୍ରେମିକାକୁ ତାଙ୍କ ଘର ଦିଲ୍ଲୀର ଆଦର୍ଶ ନଗର ନିକଟକୁ ଡାକିଥିଲା। ଏହାପରେ ପ୍ରେମିକାକୁ ବାରମ୍ବାର ସେ ଛୁରୀରେ ଆକ୍ରମଣ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଛି। ଭିଡିଓରେ ଦେଖିବାକୁ ମିଳିଛି, ଉଭୟ ଲେନ୍ରେ ଚାଲି ଚାଲି କଥା ହୋଇ ଯାଉଛନ୍ତି। ଅଳ୍ପ ସମୟ ପରେ, ସୁଖ୍ବିନ୍ଦର ପ୍ରେମିକାକୁ ବାରମ୍ବାର ଛୁରୀ ଭୁସି ଥିଲା।
ଘଟଣା ପରେ ସୁଖ୍ବିନ୍ଦର ଅମ୍ବାଲାକୁ ପଳାଇ ଯାଇଥିଲା। ଦିଲ୍ଲୀ ଫେରୁଥିବା ବେଳେ ଗତକାଲି ପୋଲିସ୍ ତାକୁ ଗିରଫ କରିଥିଲା। ହତ୍ୟା ଉଦ୍ୟମ ନେଇ ସୁଖ୍ବିନ୍ଦର ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
]]>ମିଳିଥିବା ସୂଚନା ଅନୁସାରେ, ପୋଲିସ୍ SI ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍କୁ ଏକ ଇନୋଭା ଧକ୍କା ଦେବାକୁ ଚେଷ୍ଟା କରିଥିଲା।
ଏପରିକି ମହିଳା ପୋଲିସ୍ ଅଧିକାରୀଙ୍କୁ ଗୋଡ଼ାଇ ଥିଲେ ଦୁର୍ବୃତ୍ତ। ଶେଷରେ ନିଜର ସୁରକ୍ଷା ପାଇଁ ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ଯାଇଥିଲେ SI ଶୁଭଶ୍ରୀ। ହେଲେ ଏତିକିରେ ଥମି ନଥିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ। ପୋଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇଥିଲେ।
ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ପୋଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ। ଏବେ ଏହି ଘଟଣା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯେଉଁଠି ପୋଲିସ୍ ସୁରକ୍ଷିତ ନୁହେଁ, ସେଠି ଜଣେ ସାଧାରଣ ଲୋକ ନିଜକୁ କେମିତି ସୁରକ୍ଷିତ ମନେ କରିବେ ?
]]>ଅନ୍ୟପଟେ ଗତ ନଭେମ୍ବର ୨୪ରେ ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ହୋଇଥିଲା ଗୁଳି ବିନିମୟ । ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଜଙ୍ଗଲ ଭିତରେ ୫ ଜଣ ନକ୍ସଲ ଥିବା ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏଥିରେ ଦୁଇ ଜଣ ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଖସି ପଲାଇଥିବା ଜଣାପଡ଼ିଛି । ପରେ ଜଙ୍ଗଲରେ କୁମ୍ବିଂ ଅପରେସନ୍ କରାଯାଇଥିଲା, ଖସି ପଲାଇଥିବା ମାଓବାଦୀଙ୍କୁ ଧରିବାକୁ ଅପରେସନ୍ ଜାରି ରହିଥିଲା । ନିହତ ଦୁଇ ମାଓବାଦୀଙ୍କ ପରିଚୟ ମିଳିଛି । ଉଭୟଙ୍କ ଘର ଛତିଶଗଡ଼ । ସେମାନଙ୍କ ମୁଣ୍ଡ ପିଛା ୪ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେପଟେ ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଥିଲେ ପୋଲିସ୍ ଡିଜି ।
]]>ଅଭିଯୋଗ ଅନୁସାରେ, ଗୁରୁବାର ଅପରାହ୍ନରେ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ନିଜ କାର୍ଯ୍ୟାଳୟରେ ଥିବା ସମୟରେ ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁ ନାମକ ୩ ଜଣ ବ୍ୟକ୍ତି ଅଫିସ ମଧ୍ୟକୁ ଧସେଇ ପସି ବିଡିଓଙ୍କୁ ଗାଳି ଗୁଲଜ କରିଥିଲେ। ଏହାସହ ନିସ୍ତୁକ ମାଡ଼ ମାରିଥିଲେ। କୌଣସି ଏକ କାର୍ଯ୍ୟର କାର୍ଯ୍ୟାଦେଶ ଫାଇଲକୁ ନେଇ ୩ ଜଣ ମାଡ଼ ମାରିଥିବା ବିଡିଓ ଏତଲାରେ ଦର୍ଶାଇଛନ୍ତି। ପୋଲିସ ତଦନ୍ତ ପରେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।
ଏତଲା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଉମରକୋଟ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆକ୍ରମଣକାରୀଙ୍କୁ ଧରିବାକୁ ଟିମ୍ ଗଠନ କରାଯାଇଥିବା ଏସ୍ଡିପିଓ କହିଛନ୍ତି ।
]]>ପ୍ରଥମେ ପୂଜାରୀ ବେଶରେ ଜଣେ ବ୍ୟକ୍ତି ଆସି ଶେଷଗିରିଙ୍କ ଘର ଆଗରେ ଅପେକ୍ଷା କରିଥିଲା । ଅପେକ୍ଷା କରିଥିଲା ସଠିକ୍ ସମୟକୁ । ବାହାରେ ଜଣେ ପୂଜାରୀ ଛିଡ଼ା ହୋଇଥିବା ଦେଖି ଶେଷଗିରି ରାଓ ଦାନ ଦେବା ପାଇଁ ଆସିଥିଲେ । ଆଉ ସେହି ସମୟରେ ପୂଜାରୀ ବେଶରେ ଥିବା ଯୁବକ ଜଣକ ଶେଷଗିରିଙ୍କୁ ଚାପଡ଼ରେ ଅଚାନକ ଆକ୍ରମଣ କରିଥିଲା ।
आंध्र प्रदेश : TDP नेता के घर साधु के भेष में पहुंचा युवक, भिक्षा लेते वक्त दरांती से किया हमला pic.twitter.com/hGeI5Xvvav
— NDTV India (@ndtvindia) November 17, 2022
ନେତାଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଦୌଡ଼ି ପଳାଉଥିବା ସିସିଟିଭିରେ କଏଦ ହୋଇଛି । ପାଟିତୁଣ୍ଡ ଶୁଣି ଜଣେ ମହିଳା ଘରୁ ବାହାରକୁ ଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ବର୍ତ୍ତମାନ ଶେଷଗିରିଙ୍କୁ କାକିନାଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ଚାଲିଛି ।
ତେବେ ଏହି ଘଟଣା ନେଇ ପୋଲିସ୍ କହିଛି, ଅଭିଯୁକ୍ତ ଜଣକ ମୋଟର ସାଇକେଲରେ ଫେରାର ମାରିଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ ।
]]>ଏଭଳି ଏକ ଅମାବୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ହୁଣ୍ଡାଳାରେ । ସମୟ ରାତି ପ୍ରାୟ ୧୨ଟା ହେବ । ଗାଁର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଣବ କୁମାର ମହାନ୍ତଙ୍କୁ ଅତି ଅମାନବୀୟ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ପରିବାର ଲୋକଙ୍କ କହିବା ଅନୁସାରେ ରବିବାର ରାତିରେ କୌଣସି କାରଣରୁ ପ୍ରଣବଙ୍କ ସହ ଗାଁରେ ଥିବା ଦାଶ ପରିବାର ସହ ଝଗଡ଼ା ହୋଇଥିଲା । ଯେଉଁଥିରେ ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ହେଲେ ଦାଶ ପରିବାରର ରାଗ ଏତେ ଅଧିକ ଥିଲା ଯେ, ସେମାନେ ଚୁପ୍ ନବସି ଦୁଇ ବସ୍ତା ଶୁଖିଲା ଲଙ୍କାରେ ନିଆଁ ଲଗାଇ ରୁମ ଭିତରେ ଭର୍ତ୍ତି କରିଥିଲେ। କେବଳ ଏତିକି ନୁହେଁ ବରଂ ଲମ୍ବା ବାଉଁଶ ସାହାଯ୍ୟରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ପ୍ରଣବଙ୍କ ଦେହରେ । ଲଙ୍କା ଧୂଆଁ ଓ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରଣବ ଘର ବାହାରକୁ ପଳାଇ ଆସିଥିଲେ । ଆଉ ପୂର୍ବରୁ ଅପେକ୍ଷା କରିଥିବା ନରରାକ୍ଷସ ଶକ୍ତିଦାଶ ଓ ଭୁବନ ଦାଶ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ତାଙ୍କ ଜୀବନ ନେଇଯାଇଥିଲେ । ତେବେ ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)
]]>•ଭିଏସ୍ଏସ୍ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକର ଆକ୍ରମଣ
•ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା
•ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ
•ମାନସିକ ଅନଗ୍ରସର ଯୁବକର ଘର ଛତିଶଗଡ଼ ସୂଚନା
]]>ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧ଟାରେ ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ଏହି ସମୟରେ ପୂର୍ବତନ ସରପଞ୍ଚ ମନୋଜ ସେଠୀ ଓ ଅନ୍ୟ ୨ ଜଣ ଶଙ୍କର ଓ ଦୁର୍ଗା ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଫେରୁଥିଲେ। ପ୍ରାୟ ୨୨ ଜଣ ଯୁବକ ଏକାଠି ହୋଇ ଖଣ୍ଡାରେ ଏମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।
ଗୁରୁତର ଅବସ୍ଥାରେ ପୂର୍ବତନ ସରପଞ୍ଚ ଓ ଅନ୍ୟ ୨ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କ ଆଗୁଣ୍ଠି ଛିଣ୍ଡି ଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଥାଉ କି, ଗତ ପଞ୍ଚାୟତ ନିର୍ବାଚନ ବେଳେ ଏହି ୩ ଜଣ ଗୋଟିଏ ଗୋଷ୍ଠୀଙ୍କୁ ସମର୍ଥନ କରିବାକୁ ବିଜେତା ସରପଞ୍ଚ ଗୋଷ୍ଠୀ ଏମାନଙ୍କ ଉପରେ ରାଗ ରଖିଥିଲେ। ଏଥିସହ ଗାଁ ଯାତ୍ରାରେ ମଧ୍ୟ ସାମାନ୍ୟ ବଚସା ହୋଇଥିବା ଆହତମାନେ କହିଛନ୍ତି।
]]>ତରିମୂଳ ଗାଁର ବିଦ୍ୟାଧର ସେଠୀ ଗତକାଲି ରାତିରେ ଦୋକାନ ବନ୍ଦ କରୁଥିଲେ । ଏହି ସମୟରେ ତାଙ୍କରି ଗାଁର ଚନ୍ଦ୍ରଶେଖର ଭୋଳ ଏବଂ ତାଙ୍କ ଭିଣୋଇ ଗୁଟୁଖା କିଣିବା ପାଇଁ ପହଞ୍ଚିଥିଲେ । ତେବେ ଟଙ୍କା ନଆଣି ବିଦ୍ୟାଧରଙ୍କୁ ସେମାନେ ଗୁଟଖା ମାଗିଥିଲେ । ତେବେ ପଇସା ନଦେଲେ ବାକିରେ ଗୁଟୁଖା ଦେବେ ନାହିଁ ବୋଲି ବିଦ୍ୟାଧର ମନା କରିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ବିଦ୍ୟାଧରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବିଦ୍ୟାଧରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅଭିଯୁକ୍ତମାନେ ମଦ ପିଇ ମାଡ଼ ମାରିଥିବା କହିଛନ୍ତି ବିଦ୍ୟାଧର ସେଠୀ ।
]]>ବୈଠକରେ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବମାନେ ଯୋଗଦେଇଥିଲେ । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତରଫରୁ ଏହି ସତର୍କ ସୂଚନା ଆସିଥିବାରୁ ଏହାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । କୌଣସି ପ୍ରକାର ଅଘଟଣ ବା ଲାଲବାହିନୀର ହିଂସାକୁ ପ୍ରତିହତ କରିବାକୁ ଉଚିତ ପଦକ୍ଷେପ ନେବା ପାଇଁ ୪ ରାଜ୍ୟକୁ କୁହାଯାଇଥିବା ସୂଚନା ମିଳିଛି ।
]]>ସୂଚନା ଅନୁସାରେ, ଗତକାଲି ରାତିରେ ଗାଁର ଗଣେଶ୍ୱର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଖଣ୍ଡାରେ ହାତକୁ ହାଣି ଦେଇଥିଲେ। ଏଥିରେ ଗଣେଶ୍ୱରଙ୍କ ପାପୁଲି ହାତରୁ ଅଲଗା ହୋଇଯାଇଥିଲା। ଏହାପରେ ଛିଣ୍ଡା ପାପୁଲିକୁ ପଲିଥିନ୍ରେ ଧରି ଗଣେଶ୍ୱର ହସ୍ପିଟାଲ୍ରେ ପହଞ୍ଚିଥିଲେ।
ପ୍ରଥମେ ଗଁନ୍ଦିଆ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ପ୍ରାଥମିକ ଅସ୍ତ୍ରୋପଚାର ପରେ ତାଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ହାତର ସମ୍ପୂର୍ଣ୍ଣ ଅପରେସନ୍ କରାଯାଇଥିଲା। ଶେଷରେ ଅପରେସନ କରାଯାଇ ଗଣେଶ୍ୱରଙ୍କ କଟା ପାପୁଲିକୁ ହାତରେ ଯୋଡା ଯାଇଥିଲା।
]]>ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରୂପେଶ ଘର ପାଇଁ ଋଣ କରିଥିଲେ। ଆଉ ଏହି ଋଣ ଶୁଝିବା ପାଇଁ ସେ ପଡ଼ୋଶୀଙ୍କ ଘରୁ ଲୁଟ୍ ପାଇଁ ଯୋଜନା କରିଥିଲେ। ସମାନ ସଂସ୍ଥାରେ କାମ କରୁଥିବା ବନ୍ଧୁ ସଞ୍ଜୟ ପଣ୍ଡାଙ୍କ ସହ ରୂପେଶ ଏହି ପ୍ଲାନ୍ କରିଥିଲେ। ଘଟଣାର ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ୩ ନମ୍ବର ମାର୍କେଟରୁ ଛୁରୀ, ଖେଳନା ବନ୍ଧୁକ ଓ ଝିଅ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ରୂପେଶ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ସେ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।’
ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି, ‘ରୂପେଶ ପଡ଼ୋଶୀଙ୍କ ଘରେ ପଶି ହଠାତ୍ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କ ମା’ ବି ପହଞ୍ଚିଥିଲେ ଓ ପ୍ରତିରୋଧ କରିଥିଲେ। ତେବେ ଉଭୟଙ୍କ ସାହସିକ ପଦକ୍ଷେପ ଯୋଗୁ ଲୁଟ୍ ଯୋଜନା ଫସର ଫାଟିଥିଲା। ଅନ୍ୟପକ୍ଷେ, ପୋଲିସ୍ ଘଟଣାର ତଦନ୍ତ କରି ଉଭୟ ରୂପେଶ ଓ ସଞ୍ଜୟଙ୍କୁ ଗିରଫ କରିଛି।
]]>West Bengal: A group of people hurled crude bombs and vandalised vehicles after immersion of Goddess Durga idol in Annapurna area of Durgapur yesterday
— ANI (@ANI) October 17, 2021
"Some people have sustained minor injuries. We're trying to identify the attackers," said ACP (East) Dhrubjyoti Mukherjee pic.twitter.com/T8RPpf889b
ମିଳିଥିବା ସୂଚନା ଅନୁସାରେ, ଦୁର୍ଗା ପୂଜା ସରିବା ପରେ ଶନିବାର କିଛି ଲୋକ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ବିସର୍ଜନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଗାପୁରର ଅନ୍ନପୂର୍ଣ୍ଣା ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଦେଶୀ ବୋମା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାସହ ଘଟଣାସ୍ଥଳରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ଅନେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ।
ମିଡିଆ ରିପୋର୍ଟ ଅନୁସାରେ, ମଦକୁ ନେଇ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଯେତେବେଳେ ଗୋଟିଏ ଗୋଷ୍ଠୀ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରି ଫେରୁଥିଲେ, ଏହି ସମୟରେ ଅନ୍ୟ ଗୋଷ୍ଠୀର ଲୋକ ସେମାନଙ୍କୁ ରାସ୍ତାରେ ଅଟକାଇ ମଦ ପାଇଁ ଟଙ୍କା ମାଗି ଥିଲେ। ଏହାପରେ ଗଣ୍ଡଗୋଳ ହେବା ସହ ଏହି ଆକ୍ରମଣ ହୋଇଥିଲା। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।
]]>ସରକାରୀ ବିଭାଗ ଗୁଡ଼ିକୁ କୃଷି, ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ମ୍ୟାପିଂ, ସର୍ଭେ ଓ ସର୍ଭେଲାନ୍ସ ପାଇଁ ଡ୍ରୋନ୍ ଉଡ଼ାଇବାକୁ ଥିଲେ, ନିକଟସ୍ଥ ଥାନାରେ ଜଣାଇବାକୁ କୁହାଯାଇଛି । ଏନେଇ ଶ୍ରୀନଗର ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଖିଲାପ କଲେ କଡ଼ା ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ୨୬ ତାରିଖ ରାତିରେ ଜମ୍ମୁ ଏୟାର୍ ବେସ୍ରେ ଡ୍ରୋନ୍ ହମ୍ଲା ହୋଇଥିଲା । ୨ଟି ବିସ୍ଫୋରଣ ହୋଇଥିଲା । ଏହାପରେ ଗତ ସପ୍ତାହେ ଭିତରେ ବହୁଥର ଜମ୍ମୁରେ ଡ୍ରୋନ୍ ଉଡ଼ିଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ଏହାପରେ ଏହି ମାମଲାରେ NIA ତନାଘନା ଆରମ୍ଭ କରିଥିଲା । NIA ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ ଏୟାରବେସ୍ ନିକଟରୁ ବିସ୍ଫୋରକ ସହିତ ଡ୍ରୋନ୍ ଛଡ଼ା ଯାଇଥିଲା । ଏୟାରପୋର୍ଟ ଆଖପାଖ ଅଞ୍ଚଳରୁ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା । ଡ୍ରୋନକୁ ବେଶ ନିକଟରୁ ଉଡ଼ାଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । କେଉଁ ଧରଣର ଡ୍ରୋନ୍ ବ୍ୟବହାର ହୋଇଥିଲା ? ଏହାର ଫ୍ରିକ୍ୟୁଏନନ୍ସି କଣ ଥିଲା, ସେନେଇ ମଧ୍ୟ ତଦନ୍ତ କରାଯାଇଛି ।
ଏହି ଘଟଣା ପରେ ଜମ୍ମୁ ଏୟାରବେସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଜମ୍ମୁକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ସମସ୍ତ ପଏଣ୍ଟରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ । ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ । ତେବେ ସେଦିନ ବିଳମ୍ବିତ ରାତ୍ରିରେ ଏୟାର ଫୋର୍ସ ବେସକୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିଲା । ରାତି ୧.୩୭ ମିନିଟରେ ବିମାନବନ୍ଦରରେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଏହାର କିଛି ମିନିଟ ପରେ ୧.୪୩ରେ ଶୁଣାଯାଇଥିଲା ଦ୍ୱିତୀୟ ବିସ୍ଫୋରଣ ।
ସେହିପରି ବିମାନବନ୍ଦର ନିକଟରୁ ସୁରକ୍ଷାକର୍ମୀ ଆଉ ଏକ ଅଫୁଟା ବୋମା ବି ଉଦ୍ଧାର କରିଥିଲେ । ତେବେ ଚିନ୍ତାର ବିଷୟ ହେଉଛି ଡ୍ରୋନ୍ ସାହାଯ୍ୟରେ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିଲା । ବିସ୍ଫୋରଣ ଲାଗି IED ବ୍ୟବହାର କରାଯାଇଥିବା ଜଣାପଡିଥିବା ବେଳେ କୌଣସି ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ଏହା ପ୍ରଥମ ଡ୍ରୋନ ଆକ୍ରମଣ ଥିଲା ।
]]>