ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି। ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଗତ ରାତିରେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି। ଚଢ଼ାଉ କରି ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି।
ମୋନାଲିସା କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ।
ମୋନାଲିସା ଆତ୍ମସମର୍ପଣ କରିବା ପରେ ଯାଜପୁର ରୋଡ୍ ବନଖଣ୍ଡର ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି, ଭଦ୍ର ଦମ୍ପତି ଆଇନକୁ ମାନି ଆତ୍ମସର୍ମପଣ କରିଛନ୍ତି। ଏହି ଘଟଣାରେ ଏସିଏଫ୍ ତଦନ୍ତ କରୁଛନ୍ତି। ଏସିଏଫ୍ ତଦନ୍ତ କରିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
]]>ଇଡିର ଏସିପି ରାଙ୍କର ବହୁ ଅଧିକାରୀ ରେଡରେ ସାମିଲ ହୋଇଛନ୍ତି। ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ଜେରା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେଜ୍ରିୱାଲଙ୍କୁ ଜେରା ଘଣ୍ଟାଏ ଧରି ଚାଲିଥିବା ବେଳେ, ତାଙ୍କ ବାସଭବନ ଚାରିପଟେ ୧୪୪ ଧାରା ଜାରି ହୋଇଛି। ଫୋର୍ସ ମୁତୟନ ସହ କଡ଼ା ସୁରକ୍ଷା ବଳୟରେ ଅଛି ପୂରା ଇଲାକା।
ସେପଟେ କେଜ୍ରିୱାଲଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେଜରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟ ଯାଇଥିବା ସୂଚନା ମିଳିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ କିଛି ଦିନ ତଳେ ଗିରଫ ହୋଇଛନ୍ତି।
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେଜରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟ ଯାଇଥିବା ସୂଚନା ମିଳିଛି। ଇଡି ଅଧିକାରୀମାନେ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଇଡିର ଏପରି କାମ ବେଆଇନ ଓ ଗିରଫଦାରୀରୁ ସୁରକ୍ଷା ଦାବି କରି ଗୋଟିଏ ଆବେଦନ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଏହାର ଜରୁରୀ ଶୁଣାଣି ପାଇଁ ମଧ୍ୟ ନିବେଦନ କରାଯାଇଛି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟ ଯାଇଛନ୍ତି।
ଅଭିଯୋଗ ଅନୁସାରେ, ବିଷ୍ଣୁ ୭ବର୍ଷ ତଳେ ଧରୁଆଡିହି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲେ। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ପରେ, ବିଷ୍ଣୁ କାହାକୁ କିଛି ନଜଣାଇ ଚେନ୍ନାଇ ପଳାଇଥିଲେ। ଏହାପରେ ଯୁବତୀଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ। ସେତେବେଳେ ତାଙ୍କର ପୁଅଟିଏ ହୋଇଥିଲା ଏବଂ ପିଲାଟିକୁ ଏବେ ୫ ବର୍ଷ ହେଲାଣି ।
୫ ବର୍ଷ ଚେନ୍ନାଇରେ ରହିବା ପରେ ସପ୍ତାହେ ତଳେ ଗାଁକୁ ଫେରିଥିଲେ ବିଷ୍ଣୁ । ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଷ୍ଣୁ ବରବେଶରେ କନିଆ ଘର ଅଭିମୁଖେ ବରଯାତ୍ରୀ ସହ ବାହାରିଥିବା ବେଳେ, ତାଙ୍କୁ ଅଧାବାଟରୁ ଉଠାଇନେଇଛି ପୋଲିସ। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।
]]>ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ । IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ୱର ଇନଫୋସିଟି ପୋଲିସ ।
ଲେଖିକା ବନାମ ଅଭିନେତ୍ରୀ ବିବାଦ ପଛର କାରଣ କ’ଣ ? ବନସ୍ମିତା ଏବଂ ମୌସୁମୀଙ୍କ ମଧ୍ୟରେ ଥିଲା କି ସଂପର୍କ ? କାହିଁକି ଓ କେତେ ପରିମାଣର ଆର୍ଥିକ କାରବାର ହୋଇଥିଲା ? ହଠାତ୍ ବିବାଦ ଉପୁଜିଲା କାହିଁକି ? ଏଭଳି ନାନା ପ୍ରଶ୍ନ ଆଉ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ତଥ୍ୟ । ବନସ୍ମିତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ କହିବା କଥା, ଗତ ପ୍ରାୟ ୧୨ ବର୍ଷ ତଳେ ବନସ୍ମିତାଙ୍କ ନୃତ୍ୟଗୁରୁ ଥିଲେ ମୌସୁମୀ । ତା’ପରଠୁ କିନ୍ତୁ ଉଭୟ ଗୁରୁ-ଶିଷ୍ୟା ମଧ୍ୟରେ ଆଉ କୌଣସି ସଂପର୍କ ନଥିଲା ।
ଗତ ବର୍ଷେ ହେବ, ପୁଣି ଥରେ ସଂପର୍କରେ ଯୋଡ଼ିହେବା ପରେ ବନସ୍ମିତାଙ୍କ ସେୟାର ମାର୍କେଟରେ ବିନିଯୋଗ ପାଇଁ ମୌସୁମୀ ୫ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ । ପରେ ଫେରି ବି ପାଇଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ବିବାଦ । ମୌସୁମୀ ବ୍ଲାକମେଲ୍ କରି ଅଧିକ ଟଙ୍କା ଆଦାୟ କରିବା ସହ ହତ୍ୟା ପାଇଁ ଧମକ ଚମକ ଦେଉଥିଲେ । ଏପରିକି ସର୍ବସମ୍ମୁଖରେ ବଦନାମ କରିବେ ବୋଲି କହିଥିଲେ । ତା’ସହ ମୌସୁମୀ ଚନ୍ଦକା ଥାନାରେ ଏତଲା ଦେବା ସହ ବନସ୍ମିତାଙ୍କ ବିରୋଧରେ ମିଡ଼ିଆରେ ନାନା ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିବାଦ ଉଗ୍ର ହେବା ପରେ ବନସ୍ମିତା ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ।
ତେବେ ଘଟଣା ପଛର ଅସଲ କାରଣ ଏବଂ ସତ୍ୟତା କ’ଣ ? ତାହା ତ ପୋଲିସର ଚୁଡାନ୍ତ ତଦନ୍ତ ପରେ ସ୍ପଷ୍ଟ ହୋଇପାରେ । କିନ୍ତୁ ଜାରି ରହିଥିବା ଓଲିଉଡ୍ କଳି ଭିତରେ ଲେଖିକା-ଅଭିନେତ୍ରୀ ବିବାଦ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।
]]>ସୂଚନା ଅନୁସାରେ, ମୌସୁମୀ ଏହି ଟଙ୍କା ବନସ୍ମିତାଙ୍କୁ ଦେଇଥିଲେ । ଯେଉଁ ଟଙ୍କାକୁ ବନସ୍ମିତା ଟ୍ରେଡିଂ ଆକାଉଣ୍ଟରେ ଲଗାଇଥିଲେ, କିନ୍ତୁ ମୌସୁମୀଙ୍କୁ ଫେରାଇ ନଥିଲେ । ଏହାକୁ ନେଇ ଇନଫୋସିଟି ଥାନାରେ କମ୍ପ୍ରମାଇଜ୍ ପିଟିସନ୍ ହୋଇଥିଲା । ମୌସୁମୀ ବନସ୍ମିତାଙ୍କର ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ଏହି ପିଟିସନରେ ଉଲ୍ଲେଖ ଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ମୌସୁମୀ ସାମାଜିକ ଗଣମାଧ୍ୟମରେ ମର୍ଯ୍ୟାଦା ହାନି କରିବା ଭଳି ମନ୍ତବ୍ୟ ଦେଇଥିଲେ । ଧମକପୂର୍ଣ୍ଣ କଲ୍ ମଧ୍ୟ କରିଥିଲେ । ଏହି ଆଧାରରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଧାରା ୩୮୫, ୨୯୪, ୫୦୬ରେ ଗିରଫ କରାଯାଇଛି । ସେପଟେ ମୌସୁମୀ ମଧ୍ୟ ଚନ୍ଦକା ଥାନାରେ ବନସ୍ମିତାଙ୍କ ବିରୋଧରେ ପାଲଟା FIR ଦେଇଛନ୍ତି ।
]]>ନଜର ପକାଇବା ପୁରା ଘଟଣା ଉପରେ
ନୂଆପଡା ଜିଲ୍ଲା ମାଗୁରପାନୀ ଗାଁର ଯୁବକ ଉମାଶଙ୍କର ମାଝୀ ଛତିଶଗଡ଼ ରାଜ୍ୟରେ କାମ କରୁଥିଲେ । ସେହି ସମୟରେ ଛରା ଥାନା ପେଲମା ଗାଁର ଜଣେ ନାବାଳିକାଙ୍କ ପ୍ରେମରେ ପଡିଯାଇଥିଲେ । ହେଲେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରି ନଥିଲେ ଘରଲୋକ । ଉଭୟଙ୍କୁ ମିଳାମିଶା କରିବା ପାଇଁ ବାରଣ କରିଥିଲେ । ଶେଷରେ ବାହା ପାଇଁ ପରିବାର ଲୋକେ ବାଧା ଦେବାରୁ ସାତ ଦିନ ତଳେ ଫେରାର ମାରିଥିଲେ ପ୍ରେମୀ ଯୁଗଳ ।
ଦୁଇଜଣ ଯାକ ଲୁକିଛପି ସାତ ଦିନ ହେଲା ବଲାଙ୍ଗିର ସହର ଉପକଣ୍ଠ ଛୁଇଁବନ୍ଧ ଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନାରେ କାମ କରୁଥିଲେ । ସେପଟେ ନାବାଳିକାଙ୍କ ପରିବାର ଲୋକେ ଛତିଶଗଡ଼ ଛରା ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଫେରାର ପ୍ରେମୀ ଯୁଗଳ ବଲାଙ୍ଗିର ସହର ଭିତରେ ଥିବା ଜାଣିବାକୁ ପାଇଥିଲା ।
ତିନିଦିନ ହେଲା ଛତିଶଗଡ଼ ପୋଲିସ ବଲାଙ୍ଗିର ସହର ଭିତରେ ଡେରା ବାନ୍ଧିଥିଲା । ଆଜି ଉଭୟଙ୍କୁ ଛତିଶଗଡ଼ ପୋଲିସ କାବୁ କରିଥିଲା । ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକ ଉମାଶଙ୍କରକୁ ଗିରଫ କରିଛି । ଏନେଇ କେହି କୌଣସି ପ୍ରକାର ମତାମତ ଦେଇନାହାନ୍ତି ।
]]>ବୋଧହୁଏ ଦାରିଦ୍ର୍ୟ ଆଗରେ ହାର୍ ମାନିଛି ମମତା । ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଖାଲି ସେତିକି ନୁହେଁ ଶିଶୁଟିର ମା’ ସହିତ ଅନ୍ୟ ୧୧ଜଣଙ୍କୁ ମଧ୍ୟ ଏହି ମାମଲାରେ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । କାହିଁକି ମହିଳା ଜଣକ ଏପରି ଏକ ଅମାନବୀୟ ଘଟଣା ଘଟାଇଲେ, ସେନେଇ ପୋଲିସ ପଚରାଉଚରା କରୁଛି ।
ଗତକାଲି ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ ଅଭାଗିନୀ ମା’ ନିଜର ସନ୍ତାନକୁ ଜନ୍ମ ଦେବା ପରେ ସାଢ଼େ ୪ ଲକ୍ଷ ଟଙ୍କାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି । ଘଟଣାକୁ ନେଇ ଅଭିଯୋଗ ହେବା ପରେ ଚତ୍ରାର ଡେପୁଟି କମିଶନର ଅବୁ ଇମ୍ରାନ୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ମୋଟ୍ ୧୧ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।
ଗିରଫ ସମୟରେ ଅଭିଯୁକ୍ତ ମା’ ନିକଟରୁ ନଗଦ ୧ଲକ୍ଷ ଟଙ୍କା ଜବତ ହୋଇଛି । ବାକି ଟଙ୍କା ଏହି କିଣାବିକାରେ ମଧ୍ୟସ୍ଥି କାମ କରିଥିବା ବ୍ରୋକରମାନେ ନେଇଯାଇଥିବା ଜଣାପଡ଼ିଛି। ତେବେ କାହିଁକି ମା’ ଜଣକ ଏପରି ଏକ ଅଭାବନୀୟ ଘଟଣା ଘଟାଇଲେ ତାକୁ ନେଇ ଜୋରଦାର ତଦନ୍ତ କରୁଛି ଚତ୍ରା ପୋଲିସ ।
]]>ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ । ତେଣୁ ଇମ୍ରାନଙ୍କୁ ଆଜି ଗିରଫ ପାଇଁ ତାଙ୍କ ଲହୋର ସ୍ଥିତ ଘରେ ପହଞ୍ଚିଥିଲା ଇସଲାମାବାଦ ପୋଲିସ ।
ସେପଟେ ପୂର୍ବରୁ ଏ ସମ୍ପର୍କରେ ସୂଚନା ପାଇ ତାଙ୍କ ଘର ଆଗରେ ବହୁ ସଂଖ୍ୟାରେ ଅନୁଗତ ତଥା ପିଟିଆଇର ବହୁ କର୍ମୀ ଏକାଠି ହୋଇଥିଲେ । ଅନ୍ୟପଟେ ଇସାଲାମାବାଦ ପୋଲିସର ନୋଟିସ ମିଳିଛି, କିନ୍ତୁ ଏଥିରେ ଗିରଫ ପାଇଁ ନିର୍ଦ୍ଦେଶ ନଥିବା କଥା କହିଛନ୍ତି ପାକିସ୍ତାନ ତେହରିକ ଇ ଇନସାଫ୍ ଦଳର ଉପାଧ୍ୟକ୍ଷ ।
ଏ ସମ୍ପର୍କରେ ଆଇନଜୀବୀଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୋଲି ଇମ୍ରାନଙ୍କ ଦଳ ପକ୍ଷରୁ କୁହାଯାଇଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କିଛି ଦିନ ଆଗରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟ ଆରେଣ୍ଟ ୱାରେଣ୍ଟ ଜାରି କରିଥିଲେ ।
ତୋଷଖାନା ମାମଲାରେ କୋର୍ଟରେ ହାଜର ନ ହେବାରୁ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିବାର ସୂଚନା ମିଳିଥିଲା । ସବୁ ଫର୍ମାଲିଟି ପରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ମିଳିଥିବା ଉପହାରକୁ ଇମ୍ରାନ ବିକି ଦେଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ନାଁରେ ମାମଲା ହୋଇଛି ।
]]>